Indians in Ukraine - The Sakala

ଦୁଃଖ ବଖାଣିଲେ ୟୁକ୍ରେନ ଫେରନ୍ତା ଓଡ଼ିଆ ଡାକ୍ତର ଛାତ୍ର, ବିନା ଖାଦ୍ୟପାନୀୟରେ ରହିଥିଲେ ୫ ଦିନ
କେନ୍ଦ୍ରାପଡା: ଡାକ୍ତରୀ ପାଠ ପଢିବାକୁ ୟୁକ୍ରେନ ଯାଇଥିଲେ । ୨୦୧୭ ମସିହାରୁ ସେଠାରେ ରହି ଡାକ୍ତରୀ ପାଠ ପଢୁଛନ୍ତି । ହଠାତ ୟୁକ୍ରେନ ଆଉ ରୁଷ ଯୁଧ୍ୟ ତାଙ୍କ ଜୀବନରେ କଳା ବାଦଲ ଢାଙ୍କି ଦେଲା । ଆଉ ମାତ୍ର ଗୋଟିଏ ବର୍ଷ ପରେ ସେ ଡାକ୍ତରୀ ପାଠ ଶେଷ କରି ଚାକିରୀ କରିଥାନ୍ତେ । ହେଲେ ଏବେ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ସାନ୍ତସାହିର ଅର୍ଜିତ ବିଶ୍ୱାଳଙ୍କ କଥା ଲ

ୟୁକ୍ରେନର ଯୁଦ୍ଧ ଭୂମିରୁ ପ୍ରାଣ ବଞ୍ଚାଇ ସୁରକ୍ଷିତଭାବେ କେନ୍ଦ୍ରାପଡା ଫେରିଛନ୍ତି । ଅର୍ଜିତ ୨୦୧୭ ମସିହାରେ ୟୁକ୍ରେନର ‘ଉଭାନୋ ଫ୍ୟାଙ୍କିଭିସ୍କ ନ୍ୟାସନାଲ ମେଡ଼ିକାଲ ୟୁନିଭରସିଟି’ରେ ଏମବିବିଏସ ପଢିବା ପାଇଁ ଯାଇଥିଲେ । ଯୁଦ୍ଧ ଘୋଷଣା ହେବା ପରେ ସେ ଭାରତ ଫେରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ପ୍ରାଣ ବଞ୍ଚାଇବା ପାଇଁ ସେ ଓ ତାଙ୍କର ସହପାଠୀମାନେ ଉଭାନୋର ଏକ ବଙ୍କର ଭିତରେ ଲୁଚି ଯାଇଥିଲେ । ଶେଷରେ ବହୁକଷ୍ଟରେ ଅଖିଆଅପିଆ ରହି ଫେବୃଆରୀ ୨୫ ତାରିଖରେ ରୋମାନିଆ ବର୍ଡରରେ ପହଂଚିଥିଲେ । ସେଠାରୁ ରୋମାନିଆର ରାଜଧାନୀ ବୁକାରେଷ୍ଟ ଆଉ ସେଠୁ ଭାରତ ସରକାରଙ୍କ ବିମାନରେ ୨୮ ତାରିଖରେ ଦିଲ୍ଲୀରେ ପହଁଚିଲେ । ଏହାପରେ ରାଜ୍ୟ ସରକାରଙ୍କ ଯୋଗୁଁ ଦିଲ୍ଲୀରୁ ଘରକୁ ଫେରିଥିଲେ । ଘରକୁ ସୁରକ୍ଷିତଭାବେ ଫେରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଗୁ ଆଜି ସେ ଜୀବିତ ବୋଲି କହିଛନ୍ତି । ସେଥିପାଇଁ ଉଭୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଅନ୍ୟ ପଟରେ ଅର୍ଜିତଙ୍କର ଭବିଷ୍ୟତ ଏବେ ଅନ୍ଧାର ଆଡ଼କୁ ଗତି କରୁଛି । ଏବେ ସେ କ’ଣ କରିବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଶହ ଶହ ପିଲାଙ୍କ ଭବିଷ୍ୟତ ନେଇ ସରକାର ଚିନ୍ତା କରିବାର ସମୟ ଆସିଛି । ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ଭାରତ ସରକାର ସେମାନଙ୍କ ଭବିଷ୍ୟତକୁ ନେଇ କିଛି କରିବାକୁ ଅର୍ଜିତ ନିବେଦନ କରିଛନ୍ତି ।

ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ମେଗା ପ୍ଲାନ
ଭୁବନେଶ୍ୱର: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଋଷିଆ ସେନା ୟୁକ୍ରେନର ଅନେକ ସହର ଉପରେ ବିସ୍ଫୋରଣ ଜାରି ରଖିଛି। ଏଭଳି ସ୍ଥଳେ ଯୁଦ୍ଧ ଭୂମିରୁ ଓଡ଼ିଆ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ନବୀନଙ୍କ ମେଗା ପ୍ଲାନ । ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ସୁରକ୍ଷିତ ଭାବେ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ । ଏଥିପାଇଁ ୪ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ୟୁକ୍ରେନ ସହ ଅନ୍ୟ ଦେଶକୁ ଚାଲି ଯାଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର ।

ଏଥିପାଇଁ ନୂଆଦିଲ୍ଲୀ ରେସିଡେଣ୍ଟ କମିଶନଙ୍କ କାର୍ଯ୍ୟାଳୟ ନୋଡାଲ ଅଫିସ ହେବ ବୋଲି ଘୋଷଣା କରାଯାଇଛି । ପୋଲାଣ୍ଡ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଦାୟିତ୍ୱ ବିକ୍ରମାଦିତ୍ୟଙ୍କୁ ଦିଆଯାଇଛି । ଏବେ କିଟ୍ ଓ କିସ ବିଶ୍ୱବିଦ୍ୟାଳୟର ଉପସଭାପତି ଅଛନ୍ତି ବିକ୍ରମାଦିତ୍ୟ । ସେହିଭଳି ହଙ୍ଗେରୀ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଭାବେ UNFCRର ବରିଷ୍ଠ ଅଧିକାରୀ ଆରୁଷି ରାୟଙ୍କୁ ନିଯୁକ୍ତି ଦିଆଯାଇଛି ।

ୟୁଏନ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଦାୟିତ୍ୱ ମିଳିଛି । ସ୍ଲୋଭାକିଆ ପାଇଁ କଲସଲଟାଣ୍ଟ ଭାବେ କାର୍ଯ୍ୟରତ ଅନୁରାଗ ପଟ୍ଟନାୟକଙ୍କୁ ମିଳିଛି ଦାୟିତ୍ୱ । ଗୋଟେପଟେ ଅନେକ ଦେଶର ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଛନ୍ତି । ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରୁଥିଲେ ମଧ୍ୟ ସେଠାକାର ସରକାର ଫେରାଇ ଆଣିବାରେ ବିପଳ ହେଉଛନ୍ତି । କିନ୍ତୁ ଏପରି ଘଡ଼ିସନ୍ଧି ସମୟରେ ଓଡ଼ିଶା ସରକାରଙ୍କ ଏଭଳି ପ୍ରୟାସ ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀଙ୍କ ପରିବାର ବର୍ଗକୁ ଆଶ୍ୱାସନା ଦେଇଛି ।

ଖାରକିଭରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବାକୁ ୬ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବ ଋଷ
ନୂଆଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଜାରି ରହିଛି ଘମାଘୋଟ ମହାଯୁଦ୍ଧ । ରୁଷର ଭୟଙ୍କର ହମଲାରେ ୟୁକ୍ରେନର ଏକାଧିକ ସହର ଏବେ ଧ୍ୱଂସ ହେବାକୁ ବସିଲାଣି। ଏଭଳି ସମୟରେ ଯୁଦ୍ଧଗ୍ରସ୍ତ ଦେଶରୁ ଭାରତୀୟଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିବାକୁ ଭାରତ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ । ଏଥିପାଇଁ ବାୟୁସେନାର ସହାୟତା ନିଆଯାଉଛି। ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଋଷ ସହ ଆଲୋଚନା କରିଛନ୍ତି । ଖାରକିଭରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବାକୁ ଋଷ ୬ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବାକୁ ସହମତ ହୋଇଛି । ଏହି ସମୟ ମଧ୍ୟରେ ଭାରତୀୟମାନେ ସୁରକ୍ଷିତ ଭାବରେ ଖାରକିଭରୁ ବାହାରି ୟୁକ୍ରେନ୍‌ ସୀମାରେ ଥିବା ଦେଶ ଗୁଡିକରେ ପହଞ୍ଚିବାକୁ କୁହାଯାଇଛି।

ୟୁକ୍ରେନର ସହର ଖାରକିଭରେ ଏବେ ବି ହଜାରରୁ ଅଧିକ ଭାରତୀୟ ଫସି ରହିଛନ୍ତି । କୁହାଯାଉଥିଲା ଯେ, ଭାରତୀୟଙ୍କୁ ସେଠାରୁ ବାହାରିବାକୁ ଦିଆଯାଉନାହିଁ । ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାତିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ ସହ ଆଲୋଚନା କରିଥିଲେ । ଏବଂ ଏହି ସମୟରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଦେଶକୁ ଆଣିବା କଥା ଉଠାଇଥିଲେ । ଉତ୍ତରରେ ପୁତିନ କହିଥିଲେ ଋଷ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି ।

ଭ୍ଲାଦିମିର୍ ପୁତିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ସମୟରେ ଭାରତୀୟ ଛାତ୍ରଙ୍କୁ ୱାରଜୋନରୁ ସୁରକ୍ଷିତ ଭାରତକୁ ଆଣିବାକୁ ସବୁ ପ୍ରକାର ଜରୁରୀ ନିର୍ଦ୍ଦେଶ ଦିଆଯାଉଛି । ଏବଂ ପୁତିନ ଭାରତୀୟ ଛାତ୍ରଙ୍କୁ ତୁରନ୍ତ ସୁରକ୍ଷା ଦେବାକୁ ଏହାସହ ଖାରକିବରୁ ଋଷ ପର୍ଯ୍ୟନ୍ତ ଏକ ସୁରକ୍ଷିତ କରିଡର ତିଆରି କଥା ମଧ୍ୟ କହିଥିଲେ । ଏହାର ପରଦିନ ହିଁ ଋଷ ୬ ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ହୋଇଛି ।

ଭାରତ ସରକାରଙ୍କ ଅପରେସନ ଗଙ୍ଗା ମାଧ୍ୟମରେ ୩ ହଜାର ୭୨୬ ଭାରତୀୟଙ୍କୁ ଆଜି ବୁଖାରେଷ୍ଟରୁ ୮ଟି ଫ୍ଲାଇଟ୍, ସୁସେୱାରୁ ୨ଟି ଫ୍ଲାଇଟ୍, କୋସିସେରୁ ଗୋଟିଏ ଫ୍ଲାଇଟ୍‌, ବୁଡାପେଷ୍ଟରୁ ୫ଟି ଫ୍ଲାଇଟ୍‌ରେ ଏବଂ ରେଜଜୋରୁ ୩ଟି ଫ୍ଲାଇଟ୍‌ରେ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଧରି ଭାରତ ଅଭିମୁଖେ ଏୟାର ଇଣ୍ଡିଆ ବିମାନ
ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଫସିଥିବା ଭାରତୀୟଙ୍କୁ ରୋମାନିଆରୁ ଆଣୁଥିବା ଏୟାର ଇଣ୍ଡିଆ ବିମାନ ଆଜି ସନ୍ଧ୍ୟା ବେଳକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବ। ଏହି ବିମାନରେ ୨୧୯ ଜଣ ଯାତ୍ରୀ ରହିଥିବା ସୂଚନା। ସମସ୍ତ ପ୍ରସ୍ତୁତି ଉପରେ ବ୍ୟକ୍ତିଗତ ଭାବେ ନଜର ରଖିଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ଏଠାରେ କହିରଖୁ କି, ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ୟୁକ୍ରେନର ଅନେକ ସହର ଓ ବିମାନବନ୍ଦରକୁ ଧ୍ୱଂସ କରିଦେଇଛନ୍ତି । ଏହି କ୍ରମରେ ସେଠରେ ରହିଥିବା ହଜାର ହଜାର ଭାରତୀୟଙ୍କ ଜୀବନ ଏବେ ବିପଦରେ ପଡିଛି ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ସେମାନଙ୍କୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସ୍ୱାଗତ କରିବେ । ୟୁକ୍ରେନ୍ ଉପରେ ଋଷ ସେନା ଆକ୍ରମଣ କରି ସବୁକିଛି ଛାରଖାର କରୁଥିବା ବେଳେ ଏହା ଭିତରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ।

ୟୁକ୍ରେନର ବିମାନ ବନ୍ଦର ବନ୍ଦ ହେବା ପୂର୍ବରୁ ଗତ ଫେବୃଆରୀ ୨୨ରେ ଏୟାର ଇଣ୍ଡିଆ ୟୁକ୍ରେନର ରାଜଧାନୀ କିଏଭକୁ ଏକ ବିମାନ ପଠାଇଥିଲା । ଯେଉଁଥିରେ ୨୪୦ ଜଣ ଭାରତୀୟଙ୍କୁ ଅଣାଯାଇଥିଲା ।