weather change - The Sakala
ଭୁବନେଶ୍ବର: ବଙ୍ଗୋପସାଗରର ଲଘୁଚାପ ସ୍ରୁଷ୍ଟି ହେବା ପରେ ଓଡ଼ିଶା ଉପରେ ବି ଏହାର ପ୍ରଭାବ କିଛି ମାତ୍ରରେ ପଡିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ୮ ତାରିଖ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହାସହ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ସାମାନ୍ୟ ଉତ୍ତର ଆଡ଼କୁ ଗତିକରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୪୮ ଘଣ୍ଟା ଯାଏଁ ସାମାନ୍ୟ ଉତ୍ତର ଆଡ଼କୁ ଗତିକରିବାର ସମ୍ଭାବନା ରହିଛି ।
ସେହିଭଳି ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୨୪ ଘଣ୍ଟା ପରେ ବଦଳିବ ପାଗ। ୨ ରୁ ୩ ଡିଗ୍ରୀ କମିବ ଦିନ ତାପମାତ୍ରା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବ ଆଶ୍ୱସ୍ତି । ୮ ତାରିଖ ଅର୍ଥାତ୍ ଆସନ୍ତାକାଲି ପାଇଁ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର,ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି। ଆସନ୍ତା ୧୨ ତାରିଖ ଯାଏ ବର୍ଷା ହେବା ନେଇ ଆକଳନ କରାଯାଇଥିବା ବେଳେ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କି.ମି. ବେଗରେ ପବନ ବି ବହିବାର ସମ୍ଭାବନା ରହିଛି ।
ଅନ୍ୟପଟେ ଲଘୁଚାପର ବିଶେଷ ପ୍ରଭାବ ରହିବନି। ୮ରୁ ୧୦ ତାରିଖ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେପଟେ ପବନର ବେଗ କମ୍‌ ରହୁଥିବାରୁ ଏହି ଲଘୁଚାପ ଟି ପ୍ରଭାବଶାଳୀ ହେବନି । ୮ରୁ ୧୦ ତାରିଖ ଯାଏଁ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାର କିଛି ଅଞ୍ଚଳର ପ୍ରଭାବ ପଡିବା ଆଶଙ୍କା। ଆଜି ଦିନ ୨ଟା ୩୦ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ଝାରସୁଗୁଡା ୪୧ଡ଼ିଗ୍ରୀ , ସମ୍ବଲପୁର ୩୯.୮ଡ଼ିଗ୍ରୀ , ରାଉରକେଲା ୩୯ଡ଼ିଗ୍ରୀ  ଓ  ହୀରାକୁଦ ୩୮.୮ଡ଼ିଗ୍ରୀ ରହିଛି।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭୟଙ୍କର ସ୍ଥିତି, ୨୦୩୦ ସୁଦ୍ଧା ୨ ଡିଗ୍ରୀ ବଢ଼ିବ ତାପମାତ୍ରା
ନୂଆଦିଲ୍ଲୀ: ସମ୍ପ୍ରତି ବର୍ଦ୍ଧିତ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବର୍ଦ୍ଧିତ ବିପଦ ଯୋଗୁଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ୩୦ ପ୍ରତିଶତ କୃଷି ଏବଂ ଆବାସିକ ଋଣ ଖିଲାପି ହେବାର ଆଶଙ୍କା ରହିଛି। ଅର୍ଥାତ୍‌ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଦେଇଥିବା ଋଣ ବୁଡ଼ିଯିବ। ଲୋକଙ୍କ ଆୟରେ ହ୍ରାସ ଯୋଗୁଁ ସେମାନଙ୍କର ଋଣ ପରିଶୋଧ କ୍ଷମତା ହ୍ରାସ ପାଇବ ବୋଲି ବିସିଜିର ଏକ ବିଶ୍ଳେଷଣାତ୍ମକ ରିପୋର୍ଟରେ କୁହାଯାଇଛି।
ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ଯେ, ବିଶ୍ୱର ହାରାହାରି ତାପମାତ୍ରା ପ୍ରାୟ ୧.୨ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି। ଏଥିଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଜଳମଗ୍ନ ହେଉଛି ଏବଂ କୃଷି ଉତ୍ପାଦନ ହ୍ରାସ ପାଉଛି। ଫଳସ୍ୱରୂପ ଏହି ବର୍ଦ୍ଧିତ ଜଳବାୟୁ ଘଟଣା ଦ୍ୱାରା ପ୍ରଭାବିତ ଲୋକଙ୍କ ମୁଣ୍ଡପିଛା ଆୟ ହ୍ରାସ ପାଇଛି।
ସୂଚନାଯୋଗ୍ୟ ଯେ, ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ପ୍ରାୟ ଅଧା ଋଣ ପ୍ରକୃତି ଏବଂ ଏହାର ଇକୋସିଷ୍ଟମ ଉପରେ ବହୁଳ ଭାବରେ ନିର୍ଭରଶୀଳ। ତେଣୁ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ବ୍ୟାଙ୍କଗୁଡ଼ିକର ଲାଭକୁ ପ୍ରଭାବିତ କରିଥାଏ। ଆକଳନ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତର ୪୨ ପ୍ରତିଶତ ଜିଲ୍ଲାରେ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇପାରେ। ଏହାଛଡ଼ା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ତାପମାତ୍ରା ବୃଦ୍ଧି ଦ୍ୱାରା ଦେଶର ୩୨୧ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି, ଯାହା ଲୋକଙ୍କ ଆୟକୁ ପ୍ରଭାବିତ କରିପାରେ।
ଏ ସମ୍ପର୍କରେ ବିସିଜି ଏସିଆ ପାସିଫିକ୍‌ର ପରିଚାଳନା ନିର୍ଦ୍ଦେଶକ ଏବଂ ପାର୍ଟନର ଅଭିନବ ବଂଶଲ କହିଛନ୍ତି ଯେ ଭାରତ କୋଇଲା ଏବଂ ଅଶୋଧିତ ତୈଳଠାରୁ ଦୂରେଇ ଯାଇ ନବୀକରଣଯୋଗ୍ୟ ଶକ୍ତି ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏହି ପରିବର୍ତ୍ତନ ଆଣିବା ପାଇଁ ଭାରତକୁ ବାର୍ଷିକ ୧୫୦-୨୦୦ ବିଲିୟନ ଡଲାର ନିବେଶ କରିବାକୁ ପଡ଼ିବ। ଭାରତରେ ଜଳବାୟୁ ଆର୍ଥିକ ସହାୟତା ୪୦-୬୦ ବିଲିୟନ ଡଲାର ମଧ୍ୟରେ ରହିଛି। ଫଳରେ ଏ କ୍ଷେତ୍ରରେ ନିବେଶରେ ୧୦୦-୧୫୦ ବିଲିୟନ ଡଲାରର ଏକ ବଡ଼ ବ୍ୟବଧାନ ରଖିଛି। ଏହି ପରିବର୍ତ୍ତନ ଭାରତ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ବଂଶଲ କହିଛନ୍ତି। ରିପୋର୍ଟ ଅନୁଯାୟୀ, ଜଳବାୟୁ ସମ୍ପର୍କିତ ବିପଦ ବୃଦ୍ଧି ପାଉଥିବାରୁ ଏହା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରୁଛି। ଏପରି ପରିସ୍ଥିତିରେ ସାମୂହିକ ପଦକ୍ଷେପର ବ୍ୟବସାୟିକ ଆବଶ୍ୟକତା ଜରୁରୀ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନ ବ୍ୟାଙ୍କଗୁଡ଼ିକୁ ଦେଶର ଶକ୍ତି ପରିବର୍ତ୍ତନ ଆବଶ୍ୟକତା ପୂରଣ କରିବା ପାଇଁ ବାର୍ଷିକ ୧୫୦ ବିଲିୟନ ଡଲାରର ସୁଯୋଗ ପ୍ରଦାନ କରୁଛି।
ରବିବାରରୁ ବଦଳିବ ପାଗ
ଭୁବନେଶ୍ୱର : ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଶୁକ୍ରବାର ଅନୁଗୁଳ, ଝାରସୁଗୁଡ଼ା, ବାରିପଦା, ତାଳଚେର ଓ ଦାରିଙ୍ଗବାଡ଼ି ଆଦିରେ ଶୁକ୍ରବାର ବର୍ଷା ହୋଇଛି। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟି ଯୋଗେ ସୂଚନା ଦିଆଯାଇଛି। ଶନିବାର ମଧ୍ୟ ଅନେକ ସ୍ଥାନରେ ଏହି ସ୍ଥିତି ଜାରି ରହିବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କନ୍ଧମାଳ ଆଦିରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହି ସମୟରେ ଏଠାରେ ବିଜୁଳି ଘଡ଼ଘଡ଼ି ହେବାର ମଧ୍ୟ ଆଶଙ୍କା କରାଯାଇଛି। ରବିବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହିତ ପରବର୍ତ୍ତୀ ୩ ଦିନ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନ ଥିବା ବେଳେ ଏହି ସ୍ଥିତି ଜାରି ରହିବ ବୋଲି ଆକଳନ କରାଯାଇଛି। ଗତ ୨୪ ଘଣ୍ଟାରେ ସୋନପୁର ଓ ବଲାଙ୍ଗୀରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।