actors of Bollywood - The Sakala
ବକ୍ସ ଅଫିସ୍‌ରେ ‘ସୂର୍ଯ୍ୟବଂଶୀ’ର ସଫଳତାକୁ ଦେଖି ‘ସିଂଘମ୍-୩’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ‘ସିଂଘମ୍’ ଓ ‘ସିଂଘମ୍ ଡିଷ୍ଟର୍ଣ୍ଣସ୍‌’ ପରେ ବହୁତ ଜଲ୍‌ଦି ରୋହିତ୍‌ ସେଟ୍ଟି ଏହି ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମ ଆଣିବାକୁ ଯାଉଛନ୍ତି। ‘ସିଂଘମ୍-୩’ର କାହାଣୀ ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଉପରେ ଆଧାରିତ ହେବ । ଫିଲ୍ମରେ ଅଜୟ ଶାନ୍ତି ପାଇଁ ଅସାମାଜିକ ତତ୍ତ୍ଵଙ୍କ ସହିତ ଲଢୁଥିବାର ନଜର ଆସିବେ।
ଆସନ୍ତା ବର୍ଷ ସେପ୍ଟେମ୍ବରରେ ଫିଲ୍ମ ନିର୍ମାତା ଏହି ପ୍ରୋଜେକ୍ଟର ଆରମ୍ଭ କରିବେ ଏହା ୨୦୨୩ ସ୍ଵାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିବ। ରୋହିତ୍ ‘ସିଂଘମ୍-୩’ର ସୁଟିଂ ଗୋଆ, ଜମ୍ମୁ-କାଶ୍ମୀର, ଦିଲ୍ଲୀରେ କରିବା ଲକ୍ଷ୍ୟ ରଖିଛନ୍ତି। ଏହା ‘କପ୍ ୟୁନିଭର୍ସ’ର ସବୁଠୁ ବଡ଼ ଫିଲ୍ମ ହେବ। ‘ଦିୱାଲି ଅବସରରେ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ୍ ହୋଇଥିଲା। ଏଥିରେ ଲିଡ୍ ରୋଲ୍‌ରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ ନଜର ଆସିଥିଲେ। ଅନ୍ୟପକ୍ଷରେ ଶେଷ ଥର ପାଇଁ ଅଜୟ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନଜର ଆସିଥିଲେ। ଏବେ ସେ ‘ଆର୍‌ଆର୍ ଆର୍’, ‘ଗଙ୍ଗୁବାଈ କାଠିଆୱାଡ଼ି’, ‘ମୈଦାନ’, ‘ଥ୍ୟାଙ୍କ ଗଡ୍’ରେ ନଜର ଆସିବେ।
‘ସିଂଘମ୍-୩’ର କାହାଣୀ ସେଇଠୁ ଆରମ୍ଭ ହେବ, ଯେଉଁଠି ‘ସୂର୍ଯ୍ୟବଂଶୀ’ର କାହାଣୀ ଶେଷ ହୋଇଛି। ‘ସିଂଘମ୍-୩’ର କ୍ଲାଇମାକ୍ସରେ ରଣବୀର ସିଂହ ଓ ଅକ୍ଷୟ କୁମାର ଆକ୍ସନ କରୁଥିବାର ନଜର ଆସିବେ ।
ଅକ୍ଷୟଙ୍କୁ ଟକ୍କର ଦେବେ ପ୍ରଭାସ
ମହାରାଷ୍ଟ୍ର ସରକାର ଅକ୍ଟୋବର ୨୨ ତାରିଖରୁ ସିନେମା ହଲ୍ ଗୁଡ଼ିକ ଖୋଲିବା ପାଇଁ ଘୋଷଣା କରିବା ପରେ ଫିଲ୍ମ ପ୍ରଯୋଜକମାନେ ସେମାନଙ୍କ ସିନେମାଗୁଡ଼ିକ ରିଲିଜ୍ କରିବା ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଗତ ଦୁଇଦିନ ମଧ୍ୟରେ ପାଖାପାଖି ୨୦ଟି ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା ହୋଇଛି। ଏହି ଫିଲ୍ମଗୁଡ଼ିକ ମଧ୍ୟରେ ସୂର୍ଯ୍ଯବଂଶୀ, ୮୩, ସତ୍ୟମେବ ଜୟତେ-୨, ପୁଷ୍ପା ଓ ଜର୍ସି ଭଳି ବଡ଼ବଡ଼ ଫିଲ୍ମ ରହିଛି। ଦକ୍ଷିଣର ସୁପରଷ୍ଟାର୍ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦି ପୁରୁଷ’ର ରିଲିଜ୍ ଡେଟ୍ ମଧ୍ୟ ଇତିମଧ୍ୟରେ ଫାଇନାଲ୍ ହୋଇଯାଇଛି। ଏହି ଫିଲ୍ମ ଚଳିତବର୍ଷ ରିଲିଜ୍ ହେବ ଏଥିରେ ପ୍ରଭାସଙ୍କ ସହ ସୈଫ୍ ଅଲ୍ଲୀ ଖାନ୍, କ୍ରିତି ସାନନ୍, ସନି ସିଂହ ଅଭିନୟ କରିବେ। ‘ଆଦି ପୁରୁଷ’ ଆସନ୍ତାବର୍ଷ ଅଗଷ୍ଟ ୧୧ ତାରିଖରେ( ସ୍ଵାଧୀନତା ଦିବସର ପୂର୍ବରୁ) ରିଲିଜ୍ ହେବ । ଏହି ଦିନ ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ ମଧ୍ୟ ରିଲିଜ୍ ହେବ। ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାମଙ୍କ ଭୂମିକାରେ ପ୍ରଭାସ, ସୀତାଙ୍କ ଭୂମିକାରେ କ୍ରିତି ଓ ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନ୍ ନଜର ଆସିବେ। ‘ଆଦିପୁରୁଷ’ ଏକ ବହୁଭାଷୀ ଚଳଚ୍ଚିତ୍ର ହେବ। ଏଥିରେ ପାଖାପାଖି ୮୦୦୦ ଭିଜୁଆଲ୍ ଇଫେକ୍ଟ ସଟ୍ ରହିଛି । ସେହିଭଳି ଆନନ୍ଦ ଏଲ୍ ରାୟଙ୍କ ନିର୍ଦ୍ଦେଶିତ ‘ରକ୍ଷା ବନ୍ଧନ’ ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହେବ। ଏଥିରେ ଲିଡ୍ ରୋଲରେ ଅକ୍ଷୟ କୁମାର ଓ ଭୂମି ପେଡେନକର ନଜର ଆସିବେ। ମୋଟାମୋଟି କହିବାକୁ ଗଲେ ଅଗଷ୍ଟ ୧୧ରେ ଖିଲାଡି ଷ୍ଟାର୍ ଅକ୍ଷୟଙ୍କୁ ଟକ୍ଟର ଦେବେ ବାହୁବଳୀ ଫେମ୍ ପ୍ରଭାସ । ତେବେ ଏହି ଦୁଇ ସୁପରଷ୍ଟାର୍‌ଙ୍କ ମଧ୍ୟରୁ କିଏ ବକ୍ସ ଅଫିସ୍‌ରେ ସଫଳ ହେବେ ତାହା ଦେଖିବାକୁ ବାକି ରହିଲା।
ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ବଲିଉଡ ଅଭିନେତା ଅରମାନ କୋହଲି
ମୁମ୍ବାଇ: ଡ୍ରଗ୍ସ କାରବାର ମାମଲାରେ ରବିବାର ଗିରଫ ହୋଇଛନ୍ତି ବଲିଉଡ ଅଭିନେତା ଅଭିନେତା ଅରମାନ କୋହଲି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିଗ୍‌ ବସ୍‌ ଫେମ୍‌ ତଥା ଅଭିନେତା ଅରମାନ କୋହଲିଙ୍କୁ ଗିରଫ କରିଛି। ତାଙ୍କ ଘରେ ଶନିବାର ଏନ୍‌ସିବି ରେଡ୍‌ କରିଥିଲା। ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।ନିଶାଦ୍ରବ୍ୟ ଚୋରାଚାଲାଣକାରୀ ଅୟଜରାଜୁ ସିଂହଙ୍କୁ ଗତକାଲି ଏନସିବି ଅଟକ ରଖିଥିଲା । ପରେ ଆଜି ଅରମାନଙ୍କୁ ଗିରଫ କରାଯାଇଛି ।
ଅଜୟ ରାଜୁଠାରୁ ମିଳିଥିବା ତଥ୍ୟ ଅନୁସାରେ, ଅରମାନଙ୍କ ଅନ୍ଧେରୀସ୍ଥିତ ଘରେ ଏନସିବି ରେଡ କରିଥିଲା । ତାଙ୍କ ଘରୁ କିଛି ପରିମାଣର କୋକେନ ଜବତ ହେବା ପରେ ଏନସିବି ତାଙ୍କୁ ଗିରଫ କରିଥିଲା । ଗିରଫ ହେବା ପରେ ଅରମାନଙ୍କୁ ଅଧିକ ଜେରା ଲାଗି ଏନସିବିର କାର୍ଯ୍ଯାଳୟକୁ ନିଆଯାଇଛି । ଅରମାନ ପ୍ରେମ ରତନ ଧନ ପାଓ ଫିଲ୍ମରେ ଅଭିନୟ କରିବା ସହ ରିଅଲିଟି ସୋ ବିଗବସରେ ଅଭିନୟ କରିଥିଲେ । ଦିନକ ପୂର୍ବରୁ ନିଶାଦ୍ରବ୍ୟ ମାମଲାରେ ଟିଭି ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଥିଲା ଏନସିବି ।
ସୂଚନା ଥାଉକି, ଅରମାନ କୋହଲି ବିଗ୍ ବସ୍ -୭ ର ପ୍ରତିଯୋଗୀ ଥିଲେ। ସେହି ସମୟ ମଧ୍ୟ ସେ ନିଜ ଲଭ୍‌ ଅଫେଆରକୁ ନେଇ ବିବାଦକୁ ଆସିଥିଲେ। ଏହା ବ୍ୟତୀତ, ସେ ଜମାନା, କୋହ, ଭୀର, ଜାନି ଦୁସମାନ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।
ଇଦ୍‌ରେ ମୁକ୍ତିଲାଭ କରିବନି ‘ରାଧେ’
କରୋନା ଦ୍ବିତୀୟ ଲହରୀ ଏବେ ସାରା ଦେଶକୁ ଗ୍ରାସ କରିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ର ମୁକ୍ତିଲାଭ ତାରିଖ ଘୁଞ୍ଚି ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ସଲମାନ୍‌ ନିଜେ ଏବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିକଟରେ ସେ ଅଭିନେତା କବୀର ବେଦୀଙ୍କ ସହ ଫେସ୍‌ବୁକ୍‌ ଲାଇଭ୍‌ରେ ଆସି ତାଙ୍କ ପ୍ରଶଂସକମାନଙ୍କୁ କହିଥିଲେ ଯେ, ଆମେ ଚାହୁଁଛୁ ଚଳିତବର୍ଷ ଇଦ୍‌ରେ ‘ରାଧେ’ ରିଲିଜ୍ ହେଉ। କିନ୍ତୁ ଯଦି ଲକ୍‌ଡାଉନ୍‌ ଜାରି ରହିଲା ତେବେ ହୁଏତ ଆସନ୍ତା ବର୍ଷକୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ସଲମାନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣମାନେ ସାମାଜିକ ଦୂରତା ରକ୍ଷା କରନ୍ତୁ, ମୁହଁରେ ମାସ୍କ ପିନ୍ଧନ୍ତୁ ଓ ସରକାରଙ୍କ ସମସ୍ତ କୋଭିଡ୍ ନିୟମଗୁଡ଼ିକୁ ପାଳନ କରନ୍ତୁ। ଏଭଳି କଲେ କରୋନା ଦୂରେଇ ଯିବ ଓ ଚଳିତବର୍ଷ ଇଦ୍‌ରେ ହିଁ ‘ରାଧେ’ମୁକ୍ତିଲାଭ କରିବ।
ଖିଲାଡି ଷ୍ଟାର ଅକ୍ଷୟ କୁମାର କରୋନା ପଜିଟିଭ୍
ମୁମ୍ବାଇ: ଦେଶରେ ଦୃତ ଗତିରେ ବୃଦ୍ଧି ପାଉଛି କରୋନା । ଜଣଙ୍କ ପରେ ଜଣେ ସେଲିବ୍ରିଟି କରୋନା ସଂକ୍ରମିତ ହେଉଛନ୍ତି । ଆଜି ବଲିଉଡ ଷ୍ଟାର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି । ଏ ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।
🙏🏻 pic.twitter.com/w9Q7m54BUN
— Akshay Kumar (@akshaykumar) April 4, 2021
ସେ ଟ୍ବିଟରେ ଲେଖିଛନ୍ତି ଯେ, ଆଜି ସକାଳୁ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି। ଏହାପରେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା କହିଛନ୍ତି ।  ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଇବା ପାଇଁ ଅକ୍ଷୟ କୁମାର କହିଛନ୍ତି। ଏହାସହ ଅକ୍ଷୟ କୁମାର ଲେଖିଛନ୍ତି, ‘ବ୍ଯାକ ଟୁ ଭେରି ସୁନ୍’।
ସଙ୍ଗୀତ କେବେ ମରେନା: ସଲମନ୍
ଜୀ ଟିଭିରେ ପ୍ରସାରିତ ସଙ୍ଗୀତଭିତ୍ତିକ ରିଆଲିଟି ଶୋ’  ‘ଇଣ୍ଡିଆନ ପ୍ରୋ ମ୍ୟୁଜିକ୍ ଲିଗ୍’ର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ଶୋ’ର ବ୍ରାଣ୍ଡ ଆମ୍ବାସଡର ହେଉଛନ୍ତି ବଲିଉଡ୍‌ ଅଭିନେତା ସଲମାନ ଖାନ।  ଏହି ଶୋ’ ବିଷୟରେ ତାଙ୍କ ପ୍ରଶଂସକମାନଙ୍କର ଉତ୍ତର ଦେଇ ସଲମାନ୍ କହିଛନ୍ତି ଯେ, ଯାହା ହେଉନା କାହିଁକି, ସଙ୍ଗୀତ ସବୁ ପରିସ୍ଥିତିରେ ଦର୍ଶକଙ୍କୁ ମନୋରଞ୍ଜନ କରିଥାଏ। ସଲ୍‌ମାନ୍‌ ତାଙ୍କ ତିନି ଦଶନ୍ଧିର ବଲିଉଡ୍ କ୍ୟାରିୟରରେ  ଅନେକ ଚଳଚ୍ଚିତ୍ର ପାଇଁ ଗୀତ ରେକର୍ଡ କରିଛନ୍ତି। ଗତ ବର୍ଷ ଲକଡାଉନ୍ ସମୟରେ ସଲମାନଙ୍କ ତିନୋଟି ଗୀତ – ‘ପ୍ୟାର କରୋନା’, ‘ତେରେ ବିନା’ ଏବଂ ‘ଭାଇ ଭାଇ’ ମୁକ୍ତିଲାଭ କରିଥିଲା। ସେ ଆଗାମୀ ଶୋ’ରେ ଗୀତ ଗାଇବେ କି ବୋଲି ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ଯେତେବେଳେ ଆପଣମାନେ ଏହି ଶୋ’କୁ ଦେଖିବେ ଆପଣଙ୍କୁ ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ଏହା ଏକ ନିଆରା ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ, ଯେଉଁଠାରେ ଆମେ ଦର୍ଶକଙ୍କ ନିକଟରେ ବିଭିନ୍ନ ପ୍ରକାରର ସଂଗୀତ ଉପସ୍ଥାପନ କରିବାକୁ ଚେଷ୍ଟା କରିବୁ। ଆହୁରି ମଧ୍ୟ ସେ କହିଛନ୍ତି ଯେ, ‘ଲକ୍‌ଡାଉନ୍ ସମୟରେ ମୋ ସହିତ କେବଳ ସଙ୍ଗୀତ ଥିଲା। ଏହି ସମୟରେ ମୁଁ ତିନୋଟି ଗୀତ ପ୍ରସ୍ତୁତ କରିଥିଲି ଏବଂ ଆମେ ସେଗୁଡିକୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଅପଲୋଡ୍ କରିଥିଲୁ, ଯାହାକୁ ଦର୍ଶକେ ବେଶ୍  ପ୍ରଶଂସା କରିଥିଲେ।  ସଙ୍ଗୀତ ଏପରି ଏକ ଜିନିଷ ଯେ ଏହା କେବେ ବି ମରେ ନାହିଁ କି ଲୋପ ପାଏ ନାହିଁ।’