Kyiv - The Sakala

କିଭ୍‌ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍
କିଭ୍ : କିଭ୍‌ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । କିଭ୍ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜନସନ୍ । ଦୁଇ ମାସ ମଧ୍ୟରେ ଜନସନଙ୍କ ଏହା ହେଉଛି ଦ୍ୱିତୀୟ କିଭ୍ ଗସ୍ତ । ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବା ସହ ଯୁଦ୍ଧର ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ୟୁକ୍ରେନକୁ ବ୍ରିଟେନ ବିଭିନ୍ନ ସହାୟତା ଜାରି ରଖିବ ବୋଲି ସେ କହିଛନ୍ତି । ୟୁରୋପିଆନ ୟୁନିଅନରେ ସାମିଲ ହେବା ଲାଗି ବାଟ ସଫା ହେଉଥିବା ବେଳେ, ଜନସନଙ୍କ ଏହି ଗସ୍ତ ଗୁରତ୍ୱପୂର୍ଣ୍ଣ ହୋଇଛି ।

ସେପଟେ ଆସନ୍ତା ୨୩ ଓ ୨୪ରେ ବସୁଥିବା ୟୁରୋପୀୟ ରାଷ୍ଟ୍ରସଂଘ ବୈଠକରେ ୟୁକ୍ରେନକୁ ସଦସ୍ୟତା ପ୍ରଦାନ କରାଯାଇପାରେ ବୋଲି ସୂଚନା ମିଳିଛି । ଗତ ଏପ୍ରିଲ ୯ ତାରିଖରେ ଗ୍ରୁପ-୭ର ପ୍ରଥମ ନେତା ଭାବେ ଜନସନ୍ କିଭ୍ ଗସ୍ତ କରିଥିଲେ । ଦିନକୁ ଦିନ ଋଷ ବିରୋଧରେ ୟୁକ୍ରେନ ଶକ୍ତିହୀନ ହେଉଥିବା ବେଳେ ଖୁବ୍ ଶୀଘ୍ର ଜନସନ୍ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ନେଇ ସୂଚନା ମିଳିଛି ।

ସେପଟେ ପୂର୍ବ ୟୁକ୍ରେନରେ ମାନବିକ ସ୍ଥିତି ଗୁରୁତର ଆକାର ଧାରଣ କଲାଣି ବୋଲି କହିଛି ଜାତିସଂଘ । ସେଭେରୋ ଡୋନେସ୍କ ସମେତ ଅନ୍ୟାନ ସହରରେ ହଜାର ହଜାର ଲୋକ ହାହାକାର ମଧ୍ୟରେ ଗତି କରୁଛନ୍ତି ଏବଂ ସେମାନଙ୍କ ନିକଟରେ କୌଣସି ପ୍ରକାର ସହାୟତା ମିଳିପାରୁନାହିଁ । ଏକ କେମିକାଲ ପ୍ଲାଣ୍ଟରେ ସହସ୍ରାଧିକ ବିପନ୍ନ ଆଶ୍ରୟ ନେଇଛନ୍ତି । ସେଠାରେ ପାନୀୟ ଜଳ, ଖାଦ୍ୟ, ପରିମଳ ଓ ବିଦ୍ୟୁତ ସଂକଟ ତୀବ୍ର ହେଲାଣି । ୟୁକ୍ରେନର ପ୍ରାୟ ୮୮ ଲକ୍ଷ ଲୋକ ବେଘର ହେବା ସହ ଶରଣାର୍ଥୀ ହେଲେଣି ବୋଲି ଜାତିସଂଘ ସୂଚନା ଦେଇଛି । ତେଣେ ପାଶ୍ଚାତ୍ୟ ରାଷ୍ଟ୍ରକୁ ଯାଇଥିବା କେତେକ ଗ୍ୟାସ ପାଇପ ଲାଇନକୁ ଋଷ ବିଚ୍ଛିନ୍ନ କରିଥିବା ବେଳେ ଅନେକ ସହରରେ ବୋମାମାଡ଼ ଜାରି ରଖିଥିବା ସୂଚନା ମିଳିଛି ।

ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପୋଲାଣ୍ଡରୁ ହେବ ପରିଚାଳିତ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରୁ ଏଠାରେ ଥିବା ଭାରତୀୟ ଦୂତାବାସକୁ ଅସ୍ଥାୟୀ ଭାବେ ପୋଲାଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଏହା ପରିଚାଳିତ ହେବ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପଶ୍ଚିମ ୟୁକ୍ରେନରେ ସ୍ଥିତି ଧିରେ ଧିରେ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେଦ-ରୁଷ ଯୁଦ୍ଧ ନେଇ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରିଥିଲେ ।

ଖାର୍କିଭରେ ମୃତ୍ୟୁବରଣ କରିଥିବା ନବୀନ ଶେଖରପ୍ପାଙ୍କ ଶବକୁ ଭାରତ ଆଣିବା ଯଥାସମ୍ଭବ ଉଦ୍ୟମ କରାଯିବ ବୋଲି କହିଛନ୍ତି । ଏହି ବୈଠକରେ ଅର୍ଥ ନିର୍ମଳା ସୀତରମଣ, ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ.ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ ସମତେ ଅନ୍ୟ ବଡ ଅଧିକାରୀମାନେ ଉପସ୍ଥିତ ଥିଲେ । ତିନି ସେନାର ପ୍ରମୁଖଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା ।

ୟୁକ୍ରେନ୍ ରାଜଧାନୀରେ ପଶିଲା ଋଷ, ଆକ୍ରମଣକୁ ରୋକିବା ପାଇଁ ନାଟୋ ଦେଲା ୧୦୦ ଲଢ଼ୁଆ ବିମାନ
ୟୁକ୍ରେନ୍ ରାଜଧାନୀ କିଏଭରେ ପଶିଲା ଋଷ । ଆକ୍ରମଣକୁ ରୋକିବା ପାଇଁ ନାଟୋ ଦେଲା ୧୦୦ ଲଢ଼ୁଆ ବିମାନ । ୟୁକ୍ରେନର ସହର ଓଡ଼େଶା ଉପରେ ଆକ୍ରମଣ ପରେ ଉତ୍ତର କିଏଭରେ ଋଷ ସେନା ପଶିଛି । ଋଷ ସୈନ୍ୟ ପ୍ରାୟ ୩୦ଟି ସ୍ଥାନରେ ଆକାଶ ମାର୍ଗରୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ କେବଳ ଓଡ଼େଶା ଉପକୂଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଋଷର ୨ଟି ହେଲିକପ୍ଟରକୁ ଗୋଷ୍ଟେମେଲରେ ଖସାଇ ଦେଇଥିବା ୟୁକ୍ରେନ୍ ଦାବି କରିଛି । ଅନ୍ୟପଟେ ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଂଗଠନ (ନାଟୋ) ୟୁକ୍ରେନ୍ ଛାଡ଼ି ଚାଲିଯିବାକୁ ଋଷକୁ ଚେତାବନୀ ଦେଇଛି । ଅନ୍ତର୍ଜାତୀୟ ନିୟମ ମାନି ଋଷ ପ୍ରତ୍ୟାବର୍ତ୍ତନ କରୁ । ୟୁକ୍ରେନ୍ ଉପରେ ନିଜ ବଳପ୍ରୟୋଗ ନକରୁ । ୟୁକ୍ରେନ୍ ଉପରେ ଋଷର ଆକ୍ରମଣକୁ ବ୍ୟର୍ଥ ବୋଲି କହିଛନ୍ତି ନାଟୋ ମହାସଚିବ ଜେନ୍ସ ଷ୍ଟୋଲ୍ଟେନବର୍ଗ । ୟୁକ୍ରେନ୍ ସୁରକ୍ଷା ପାଇଁ ନାଟୋ ୧୦୦ରୁ ଅଧିକ ଲଢ଼ୁଆ ବିମାନ ସହ ସମୁଦ୍ରରେ ୧୨୦ରୁ ଅଧିକ ନୌ ଜାହାଜକୁ ପ୍ରସ୍ତୁତ କରି ରଖିଛି । ସହଯୋଗୀଙ୍କୁ ବଞ୍ଚାଇବା ଲାଗି ଯାହା ଆବଶ୍ୟକ କରିବୁ ବୋଲି କହିଛନ୍ତି ନାଟୋ ମହାସଚିବ । ଋଷ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ସହ ୟୁକ୍ରେନ୍ ଉପରେ ଆକ୍ରମଣ ନ କରିବା ଲାଗି କହିଛନ୍ତି ନାଟୋ ମହାସଚିବ ।