Ind Vs WI - The Sakala

ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ପ୍ରଥମ ଟେଷ୍ଟ ସିରିଜ ବିଜୟ
ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସାତ ୱିକେଟ ବିନିମୟରେ ବିଜୟୀ ହୋଇଛି ଭାରତ।  ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଶେଷ ହେବା ପରେ ୧୨୧ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଭାରତ ପଞ୍ଚମ ଦିନ ମଙ୍ଗଳବାରରେ ଏହାକୁ ସହଜରେ ହାସଲ କରିଛି। କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଶେଷ ଦିନରେ ବିଜୟୀ ହୋଇଛି। ତେବେ, ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଭାରତର ପ୍ରଥମ ଟେଷ୍ଟ ସିରିଜ ବିଜୟ।

କୂଳଦୀପ ମ୍ୟାଚ୍‌ରେ ୮ ୱିକେଟ୍‌ ହାତେଇଥିବା ବେଳେ ଯଶସ୍ବୀ ପ୍ରଥମ ଇନିଂସରେ ୧୭୫ ରନ୍‌ କରି ଦଳକୁ ଆଗେଇ ନେଇଥିଲେ। ଦିଲ୍ଲୀ ଟେଷ୍ଟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଇନିଂସରେ ୩୯୦ ରନ୍ କରିଥିଲା। ଟିମ୍ ଇଣ୍ଡିଆ ୫୧୮/୫ ସ୍କୋରରେ ପ୍ରଥମ ଇନିଂସ ଘୋଷଣା କରିଥିଲା। ଯେତେବେଳେ କି ୱେଷ୍ଟଇଣ୍ଡିଜ୍ ତାର ପ୍ରଥମ ଇନିଂସରେ ୨୪୮ ରନ କରିଥିଲା। ପ୍ରଥମ ଇନିଂସ ଆଧାରରେ ଭାରତ ୨୭୦ ରନ୍‌ ଆଗୁଆ ଥିଲା।

ଅହମ୍ମଦାବାଦରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଏକ ଇନିଂସ ଏବଂ ୧୪୦ ରନରେ ଏକ ଦମଦାର ବିଜୟ ହାସଲ କରିଥିଲା। ଏହା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର କ୍ରମାଗତ ଦଶମ ଟେଷ୍ଟ ସିରିଜ ବିଜୟ। ଶେଷ ଥର ପାଇଁ ୱେଷ୍ଟଇଣ୍ଡିଜ୍ ୨୦୨୧ ମସିହାରେ ଭାରତକୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପରାସ୍ତ କରିଥିଲା (୨-୧)।

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌‌ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍‌‌ ଇଣ୍ଡିଆ
ତାରୋଉବା: ତ୍ରିନିଦାଦ୍‌‌ର ବ୍ରାଏନ ଲାରା ଷ୍ଟାଡିୟମରେ ଆଜି ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍‌‌ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌‌ ଖେଳାଯିବ। ଏହି ନିର୍ଣ୍ଣାୟକ ମ୍ୟାଚ୍‌‌ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌‌ରେ ଭାରତ ଓ ଦ୍ୱିତୀୟରେ ୱେଷ୍ଟଇଣ୍ଡିଜ୍‌‌ ବିଜୟୀ ହୋଇଥିଲା। ଫଳରେ ସିରିଜ ୧-୧ ବରାବର ସ୍ଥିତିରେ ପହଞ୍ଚିଥିଲା। ଆଗାମୀ ଏସିଆ କପ୍‌‌ ଓ ଦିନିକିଆ ବିଶ୍ୱକପ୍‌‌କୁ ଦୃଷ୍ଟିରେ ରଖି ଭାରତ ପରୀକ୍ଷା ନିରୀକ୍ଷା କରିଥିଲା। ଏହା ମହଙ୍ଗା ସାବ୍ୟସ୍ତ ହୋଇଥିଲା। ତ୍ରୁଟି ସୁଧାରି ଭାରତ ନୂଆ ଲାଇନ୍‌‌ଅପ୍‌‌ ସହ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି।

ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁ ସାମସନଙ୍କ ବିଫଳତାକୁ ନେଇ ଭାରତୀୟ ଟିମ୍‌‌ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ଓପନର ଇଶାନ କିସାନ କ୍ରମାଗତ ଦୁଇଟି ଅର୍ଦ୍ଧଶତକ ହାସଲ କରି ଭଲ ଫର୍ମରେ ଥିବା ସୂଚନା ଦେଇଛନ୍ତି। ପ୍ରତିଭାସମ୍ପନ୍ନ ଓପନର ଶୁବମାନ ଗିଲ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର ହାସଲ କରିପାରନାହାନ୍ତି। କିସାନ ଓ ଗିଲ୍‌‌ଙ୍କ ସଫଳତା ଉପରେ ମ୍ୟାଚ୍‌‌ର ଫଳାଫଳ ନିର୍ଭର କରିବ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରିନାନ୍ତି। ଟି-୨୦ ସିରିଜ ପୂର୍ବରୁ ସେ ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ। ବୋଲିଂ ବିଭାଗରେ ଉମ୍ରାନ ମଲିକ ଦ୍ରୁତ ଗତିରେ ବଲ୍‌‌ ପକାଉଥିଲେ ମଧ୍ୟ ସିରିଜରେ ଏପର୍ଯ୍ୟନ୍ତ ୱିକେଟ ପାଇନାହାନ୍ତି। ଚାଇନା ମ୍ୟାନ କୁଲଦୀପ ଯାଦବ ଓ ଅନ୍ୟ ବୋଲରମାନେ ଏହି ମ୍ୟାଚ୍‌‌ରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ।

ବ୍ରାଏନ ଲାରା ଷ୍ଟାଡିୟମରେ ଏହା ପ୍ରଥମ ଦିନିକିଆ ମ୍ୟାଚ୍‌‌ ହେବ। ତେଣୁ ପିଚ୍‌‌ ବିଷୟରେ ପୂର୍ବାନୁମାନ କରିବା କଷ୍ଟକର। ବର୍ଷା ସମ୍ଭାବନା କମ୍‌‌ ରହିଛି। ବିରାଟ କୋହଲି ଏହି ମ୍ୟାଚ୍‌‌ ଖେଳି ଯଦି ୧୦୨ ରନ ସଂଗ୍ରହ କରନ୍ତି ତାହାଲେ ୫ମ ବ୍ୟାଟର ଭାବେ ୧୩,୦୦୦ ରନ ପୂରଣ କରିବେ। ୬ ୱିକେଟ ନେଲେ ରବୀନ୍ଦ୍ର ଜାଡେଜା ୨୦୦ ଦିନିକିଆ ୱିକେଟ ନେବେ। ସିରିଜରେ ବିଜୟ ହାସଲ କରିବାକୁ ହେଲେ କୋହଲି ଓ ଅଧିନାୟକ ରୋହିତ ଶର୍ମା ଖେଳିବାର ଆବଶ୍ୟକତା ରହିଛି। ତେଣୁ ଏହି ଦୁଇ ତାରକା ଖେଳିବା ନିଶ୍ଚିତ ମନେ ହେଉଛି।

୧୭ ବର୍ଷ ପରେ ଜିତିବା ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ

ଅନ୍ୟପଟେ ଘରୋଇ ଦଳ ୨୦୦୬ ପରେ ପ୍ରଥମ ସିରିଜ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ସେବେଠାରୁ ଦୁଇ ଦଳ ୧୨ଟି ଦ୍ୱିପାକ୍ଷିକ ଦିନିକିଆ ସିରିଜ ଖେଳିଥିଲେ ମଧ୍ୟ ଭାରତ ସବୁଥର ବାଜି ମାରିଛି। ଅଧିନାୟକ ସାଇ ହୋପ୍‌‌ ପୁଣି ଥରେ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ କରି ଦଳକୁ ଜିତାଇବାକୁ ପ୍ରୟାସ କରିବେ। ସ୍ପିନର ଗୁଦକେଶ ମୋତି ଓ ଦ୍ରୁତ ବୋଲର ରୋମାରିଓ ଶେଫର୍ଡ ଭାରତୀୟ ବ୍ୟାଟରଙ୍କୁ ସମସ୍ୟାରେ ପକାଇବେ। ମ୍ୟାଚ୍‌‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଇଶାନ କିସାନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମୁକେଶ କୁମାର, ଶାର୍ଦ୍ଦୁଳ ଠାକୁର, ଉମ୍ରାନ ମଲିକ।

ୱେଷ୍ଟଇଣ୍ଡିଜ: ବ୍ରାଣ୍ଡନ କିଙ୍ଗ୍‌‌, କାଏଲ ମାୟର୍ସ, ଆଲିକ ଆଥାନାଜେ, ସାଇ ହୋପ (ଅଧିନାୟକ), ଶିମରନ ହେଟମାୟର, ରୋଭମାନ ପାୱେଲ/କିସି କାର୍ଟି, ରୋମାରିଓ ଶେଫର୍ଡ, ଡୋମିନିକ ଡ୍ରେକ୍ସ, ଗୁଦକେଶ ମୋତି, ୟାନିକ କାରିଆ, ଜେଡେନ ସିଲ୍ସ/ ଆଲଜରୀ ଯୋଶେଫ୍‌‌/ ଓସେନ ଥୋମାସ୍‌‌।

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ଵିତୀୟ ଟେଷ୍ଟ, ସିରିଜ୍ କବଜା ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ
ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ଟେଷ୍ଟ ସିରିଜର ଦ୍ଵିତୀୟ ତଥା ଶେଷ ଟେଷ୍ଟ ମୁକାବିଲା ଆଜିଠୁ ତ୍ରିନିଦାଦରେ ଖେଳାଯିବ । ଡୋମିନିକାରେ ଖେଳାଯାଇଥିବା ଏହି ସିରିଜର ପ୍ରଥମ ଟେଷ୍ଟକୁ ଭାରତ ତିନି ଦିନି ମଧ୍ୟରେ ଏକ ପାଳି ଓ ୧୪୧ ରନରେ ଜିତିଥିଲା । ଏହି ମ୍ୟାଚରେ ଭାରତୀୟ ସ୍ପିନରଙ୍କୁ ମୁକାବିଲା କରିବା ଘରୋଇ ଦଳ ବ୍ୟାଟରଙ୍କ ଲାଗି କଷ୍ଟକର ହୋଇଥିଲା । ଭାରତର ଏହି ପ୍ରଭାବୀ ଖେଳକୁ ଦେଖିଲେ ଦଳ ଦ୍ଵିତୀୟ ଟେଷ୍ଟରେ ମଧ୍ୟ ସହଜରେ ଜିତିନେବା ବୋଲି ଜଣାପଡୁଛି । ଫଳରେ ସିରିଜ୍ କବଜା କରିବା ଲକ୍ଷ୍ୟରେ ଆଜି ପଡିଆକୁ ଓଲ୍ହାଇବା ଟିମ୍ ଇଣ୍ଡିଆ ।

ଦୁଇ ଦଳ ମଧ୍ୟରେ ଏହା ହେବ ୧୦୦ତମ ଟେଷ୍ଟ । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚର ମହତ୍ତ୍ୱକୁ ହୃହବୋଧ କରିଛନ୍ତି । ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଘରୋଇ ଦଳ ଉପରେ ଆଧିପତ୍ୟ ଜାରି ରଖି ସିରିଜ୍ କ୍ଲିନ୍ ସୁଇପ୍ କରିବାକୁ ତାଙ୍କ ଦଳ ଉଦ୍ୟମ କରିବ ବୋଲି ରୋହିତ କହିଛନ୍ତି । ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ପାଇଁ ମଧ୍ୟ ଏହି ଟେଷ୍ଟ ତାଙ୍କ କ୍ୟାରିୟର ଦୃଷ୍ଟିରୁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ । ନିଜ ଅନ୍ତର୍ଜାତୀୟ କ୍ୟାରିୟରକୁ ପ୍ରଲମ୍ବିତ କରିବାକୁ ହେଲେ ରାହାଣେଙ୍କୁ ବଡ଼ ଇନିଂସ୍ ଖେଳିବାକୁ ପଡ଼ିବ ।

ଆଜିଠୁ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟ ପରେ ଭାରତ ପୁଣି ଡିସେମ୍ବର-ଜାନୁୟାରୀରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ଖେଳିବ । ତେଣୁ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ଦଳରେ ନିଜ ସ୍ଥାନ ସୁଦୃଢ କରିବାକୁ ରାହାଣେ ଭଳି ଖେଳାଳିଙ୍କ ପାଇଁ ଏହି ମ୍ୟାଚ୍ ଶେଷ ସୁଯୋଗ ହେବ । ଗତ ୧୮ ମାସରେ ରାହାଣେ ନିଜ ପ୍ରଥମ ଟେଷ୍ଟ ଖେଳିବାକୁ ସୁଯୋଗ ପାଇଥିଲେ । ତାହା ପୁଣି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ । ଅଷ୍ଟ୍ରେଲିଆ ବିପକ୍ଷ ସେହି ମ୍ୟାଚରେ ରାହାଣେ ଭାରତ ପକ୍ଷରୁ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ତେବେ ଡୋମିନିକାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା । କାରଣ ଭାରତ କେବଳ ଥରେ ବ୍ୟାଟିଂ କରିଥିଲା ଓ ଇନିଂସ୍ ବିଜୟ ହାସଲ କରିଥିଲା ।

ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତ ଥରେ ବ୍ୟାଟିଂ କରିବାକୁ ଚାହିଁବ । ଏଭଳି ସ୍ଥିତିରେ ରାହାଣେଙ୍କୁ ସୁଯୋଗର ଫାଇଦା ଉଠାଇବାକୁ ହେବ । କାରଣ ପିଠି ଅସ୍ତ୍ରୋପଚାର ପରେ ସମ୍ପ୍ରତି ସୁସ୍ଥ ହେଉଥିବା ଶ୍ରେୟସ ଆୟର ଦକ୍ଷିଣ ଆଫ୍ରିକା ଗସ୍ତ ବେଳକୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବା ସମ୍ଭାବନା ରହିଛି । ଭାରତୀୟ ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଦକ୍ଷିଣ ଆଫ୍ରିିକା ଭଳି ଚ୍ୟାଲେଞ୍ଜିଂ ଗସ୍ତରେ ରାହାଣେଙ୍କ ଭଳି ଇନ୍ ଫର୍ମ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍; ବାଦ୍ ପଡିଲେ ପୂଜାରା, ନବାଗତଙ୍କୁ ସୁଯୋଗ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି ବିସିସିଆଇ । ଆସନ୍ତା ମାସରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ଗସ୍ତର ଟେଷ୍ଟ ଏବଂ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତରେ ଭାରତୀୟ ଦଳ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଏବଂ ପାଞ୍ଚ ଟି-୨୦ ମ୍ୟାଚ୍ ଖେଳିବ । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ହେବାକୁ ଥିବାବେଳେ, ଏଥିପାଇଁ ଆଗାମୀ ଦିନରେ ଦଳ ଘୋଷଣା ହେବ ବୋଲି କୁହାଯାଇଛି ।

ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ହେବେ ବୋଲି ଜଣାପଡ଼ିଛି। ଅଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଦଳର ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ ଦଳର ଉପ ଅଧିନାୟକ ରହିଛନ୍ତି। ତେବେ ସବୁବେଳେ ଟେଷ୍ଟ ସ୍କ୍ୱାଡରେ ନିଜ ସ୍ଥାନର ପକ୍କା କରୁଥିବା ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଛି । ଅନ୍ୟପଟେ ୧୭ଜଣିଆ ଦିନିିକିଆ ସ୍କ୍ବାଡରେ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି। ଋତୁରାଜ ଗାଏକୱାଡ ଏବଂ ୟଶସ୍ୱୀ ଜୟସୱାଲଙ୍କୁ ମଧ୍ୟ ସୁଯୋଗ ମିଳିଛି । କେଏସ ଭରତ ଟିମରେ ନିଜ ସ୍ଥାନ ବଜାୟ ରଖିଛନ୍ତି ।

ଆସନ୍ତା ଜୁଲାଇ ୧୨ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଥିବାବେଳେ, ଜୁଲାଇ ୨୭ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ ।

ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଋତୁରାଜ ଗାଇକୱାଡ, ବିରାଟ କୋହଲି, ଯଶସ୍ୱୀ ଜୟସ୍ବାଲ, ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), କେ.ଏସ୍ ଭରତ (ୱିକେଟ୍ କିପର), ଈଶାନ କିଶନ (ୱିକେଟ୍ କିପର), ଆର. ଅଶ୍ୱିନ୍, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସୈନି।

NEWS – India’s squads for West Indies Tests and ODI series announced.

TEST Squad: Rohit Sharma (Capt), Shubman Gill, Ruturaj Gaikwad, Virat Kohli, Yashasvi Jaiswal, Ajinkya Rahane (VC), KS Bharat (wk), Ishan Kishan (wk), R Ashwin, R Jadeja, Shardul Thakur, Axar Patel, Mohd.… pic.twitter.com/w6IzLEhy63

— BCCI (@BCCI) June 23, 2023

ଦିନିକିଆ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଋତୁରାଜ ଗାଇକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ୍ କିପର), ଈଶାନ କିଶନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଦକଟ, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ, ମୁକେଶ କୁମାର।

India’s ODI Squad: Rohit Sharma (Capt), Shubman Gill, Ruturaj Gaikwad, Virat Kohli, Surya Kumar Yadav, Sanju Samson (wk), Ishan Kishan (wk), Hardik Pandya (VC), Shardul Thakur, R Jadeja, Axar Patel, Yuzvendra Chahal, Kuldeep Yadav, Jaydev Unadkat, Mohd. Siraj, Umran Malik, Mukesh… pic.twitter.com/PGRexBAGFZ

— BCCI (@BCCI) June 23, 2023

ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଟି-୨୦, ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ
କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌ରେ ପ୍ରଥମେ କ୍ଲିନ୍ ସ୍ଵିପ୍। ଏବେ ଟି-୨୦ରେ ଦ୍ବିତୀୟ ମୁକାବିଲା ଆଜି ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ସହଜରେ ଜିତିଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌କୁ ସମାନ ପରିମାଣରେ ଜିତି ସିରିଜ୍ କବ୍‌ଜା ଲକ୍ଷ୍ୟରେ ରହିଛି। ଏହି ସିରିଜ୍‌ରେ ଭାରତର ସବୁ କ୍ଲିକ୍ କରିଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତର ଟପ୍‌ ଅର୍ଡର ବ୍ୟାଟିଂ ଯେପରି ସଫଳତା ପାଇଛି ମିଡଲ ଅର୍ଡର ମଧ୍ୟ ଅନୁରୂପ ଭାବେ ମ୍ୟାଚ୍ ଫିନିଶ୍ କରିଛି। ଭାରତୀୟ ମାଟିରେ ସ୍ପିନରଙ୍କ ଦବଦବା ରହିଛି। ଏହି ସ୍ପିନରଙ୍କୁ ମୁକାବିଲା କରିବା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କ ଲାଗି କାଠିକର ପାଠ ହୋଇଯାଉଛି। କିନ୍ତୁ ଦଳର ତାରକା ବ୍ୟାଟର ବିରାଟ କୋହଲିଙ୍କ ଫର୍ମକୁ ନେଇ ଟିମ୍ ମ୍ୟାନେଜ୍‌ମେଣ୍ଟ ଚିନ୍ତିତ ହେବା ସ୍ଵାଭାବିକ। ଦିନିକିଆ ସିରିଜ୍ ହେଉ କିମ୍ବା ପ୍ରଥମ ଟି-୨୦ରେ ବିରାଟଙ୍କ ବ୍ୟାଟ କଥା କହିନାହିଁ । ସେ ଫର୍ମରେ ନଥିବାରୁ ତାଙ୍କୁ ଦଳରୁ ବାଦ୍ ଦେବାକୁ ଚାପ ପଡ଼ିଲାଣି। ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଟିମ୍ ମ୍ୟାନେଜ୍‌ମେଣ୍ଟ ବିରାଟଙ୍କୁ ସମର୍ଥନ କରୁଥିଲେ ମଧ୍ୟ ନବାଗତ ଖେଳାଳିଙ୍କୁ ସମର୍ଥନ କରୁଥିବା ପ୍ରଶଂସକ ସମାଲୋଚନା କରିବା ଆରମ୍ଭ କଲେଣି। ମ୍ୟାଚର ସ୍ଥିତିକୁ ଦେଖିଲେ ଏହି ମ୍ୟାଚ୍ ଲାଗି ଭାରତୀୟ ଦଳରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ ।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଦଳ ଭାରତକୁ କୌଣସି ବିଭାଗରେ ଉଚିତ ମୁକାବିଲା କରିପାରି ନାହିଁ । ଦଳ ମଧ୍ୟ ଏବେ ଭଲ ଫର୍ମରେ ନାହିଁ। କିନ୍ତୁ ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କୁ ଏହି ମ୍ୟାଚ୍ ରେ ସୁଯୋଗ ମିଳିବା ନିଶ୍ଚିତ । ଦଳ ମଧ୍ୟ ଅଧିକ ସ୍ପିନରଙ୍କୁ ନେଇ ଖେଳିବ ବୋଲି ଅଧିନାୟକ କାଇରନ ପୋଲାର୍ଡ ସୂଚନା ଦେଇଛନ୍ତି। ପ୍ରଥମ ଟି-୨୦ରେ ସ୍ପିନରମାନେ କିଛିଟା ସମ୍ମାନ ରଖିଥିଲେ। ଏଣୁ ଫାବିଏନ୍ ଆଲେନ, ରୋଷ୍ଟୋନ ଚେକ୍‌ଙ୍କ ସମେତ ହେଡେନ ୱାଲ୍‌ ଜୁନିଅରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଏହା ସହ ୱେଷ୍ଟଇଣ୍ଡିଜ ବ୍ୟାଟରମାନେ ଯଦି ଭାରତୀୟ ସ୍ପିନକୁ ଉଚିତ ମୁକାବିଲା କରି ନପାରନ୍ତି, ତେବେ ମ୍ୟାଚ୍ ଜିତିବା ସେମାନଙ୍କ ଲାଗି ସ୍ବପ୍ନ ହୋଇଯିବ।