DGP Odisha - The Sakala

ଆସନ୍ତା ୨୯ରେ ଓଡ଼ିଶାରେ ହେବ ଡିଜିପି ସମ୍ମିଳନୀ, ଦୁଇଦିନ ଉପସ୍ଥିତ ରହିପାରନ୍ତି ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଓଡ଼ିଶାରେ ପ୍ରଥମ ଥର ଲାଗି ହେବାକୁ ଥିବା ଡିଜିପି ସମ୍ମିଳନୀ ଲାଗି ଓଡ଼ିଶା ପୁଲିସ ତତ୍ପରତା ଦେଖାଇଛି। ୨୯ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଡିଜିପି ସମ୍ମିଳନୀ ୩ଦିନ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଦୁଇ ଦିନ ଉପସ୍ଥିତ ରହିପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଅନୁରୂପ ଭାବେ ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପିମାନେ ଯୋଗଦେବେ। ଏହି ୩ଦିନିଆ ବୈଠକ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି।

ଏହି ସମ୍ମିଳନୀରେ ଦେଶ ସୁରକ୍ଷା ସମ୍ପର୍କିତ ୨୫ରୁ ୩୦ଟି ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଆତଙ୍କବାଦ, ଅନୁପ୍ରବେଶ, ସାଇବର ସିକ୍ୟୁରିଟି, ଆଇନଶୃଙ୍ଖଳା, ମାଓ ମୁକାବିଲା, ପୁଲିସିଂ ଟେକ୍ନୋଲୋଜି, ଜେଲ୍‌ ସଂସ୍କାର, ନିଶା କାରବାର ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ବିଚାରବିମର୍ଶ ହେବ। ଏହା ବ୍ୟତୀତ ଏହି ସମ୍ମିଳନୀରେ ପୁଲିସ ଓ ନିରାପତ୍ତା କ୍ଷେତ୍ରରେ ଏଆଇ ଓ ଡିପ୍‌ଫେକ ସହ ନୂତନ ଜ୍ଞାନକୌଶଳ ଦ୍ୱାରା ସୃଷ୍ଟି ହେଉଥିବା ଆହ୍ୱାନ ଓ ଏହାର ମୁକାବିଲା ଉପରେ ବିସ୍ତୁତ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଗୁରୁମନ୍ତ୍ର ଦେବେ। ସମସ୍ତ ରାଜ୍ୟର ଡିଜିପିମାନେ ରାଜ୍ୟଗୁଡିକର ସମସ୍ୟା ଓ ସମାଧାନ ଦିଗରେ ନିଆଯିବାକୁ ଥିବା ପଦକ୍ଷେପ ବିଷୟରେ ମତ ଦେବେ ବୋଲି ସୂଚନା ମିଳିଛି।

ସେହିପରି ଏହି ବୈଠକରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ଡିଜିଙ୍କ ସମେତ ବିଏସ୍‌ଏଫ୍‌ ଡିଜି, ସିଆର୍‌ପିଏଫ୍‌ ଓ ସିଆଇଏସ୍‌ଏଫ୍‌ ଡିଜିି, ଏନ୍‌ଆଇଏ ମୁଖ୍ୟ, ର’ ମୁଖ୍ୟ, ଆଇବି, ଏନ୍‌ଏସ୍‌ଜି, ଏସ୍‌ପିଜି, ବିପିଆର୍‌ଡି, ଆଇଟିବିପି, ଏନ୍‌ସିବି ଡିଜିଙ୍କ ସହ ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ସମସ୍ତ ଏଜେନ୍ସିର ମୁଖିଆମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏଥିସହ ସମସ୍ତ ରାଜ୍ୟର ଆଇଜି ମାନେ ଭର୍ଚୁଆଲ୍‌ରେ ଯୋଗଦେବେ।

ଅନୁରୂପ ଭାବେ ୩ଦିନ ଧରି ଚାଲିବାକୁ ଥିବା ଏହି ବୈଠକ ଦୁଇଟି ପର୍ଯ୍ୟାୟରେ ଆଲୋଚନା ଲାଗି ରୂପରେଖ ପ୍ରସ୍ତୁତ କରାଯିବ। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଡିଜିପିମାନେ ପ୍ରସ୍ତାବ ଦେବା ପରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରସ୍ତାବଗୁଡିକ କାର୍ଯ୍ୟାନ୍ବୟନ ସମ୍ପର୍କରେ ରୂପରେଖ ପ୍ରସ୍ତୁତ କରାଯିବ। କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଏହି ସମ୍ମିଳନୀ ହେବାକୁ ଯାଉଛି। ସେହିପରି ଓଡିଶାରେ ଥିବା ସମସ୍ୟାଗୁଡିକୁ ବି ଆଲୋଚନା କରାଯିବ। ଓଡ଼ିଶାରେ ମାଓବାଦୀ ଦମନ, ସାଇବର ଅପରାଧ, ବାଲାଂଦେଶୀ ଅନୁପ୍ରବେଶ ଓ ନିଶା କାରବାର ଭଳି ପ୍ରସଙ୍ଗକୁ ନେଇ ମାନସମନ୍ଥନ କରାଯିବ।

ପ୍ରଥମଥର ପାଇଁ ବୈଠକ ହେଉଥିବାରୁ ସବୁ ଦିଗକୁ ଗୁରୁତ୍ୱ ଦେଇଛି ଓଡିଶା ପୁଲିସ। ଭୁବନେଶ୍ୱରରେ ଏହି ସମ୍ମିଳନୀ ହେବାକୁ ଯାଉଥିବାରୁ ସୁରକ୍ଷାଦୃଷ୍ଟି କୋଣରୁ ପର୍ଯ୍ୟାପ୍ତ ପରିମାଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ରାଜଧାନୀକୁ ହାଇଆଲର୍ଟ ରଖାଯିବା ସହ ସୁରୁଖୁରରେ ଏହି ସମ୍ମିଳନୀ ଶେଷ କରିବା ଲାଗି ଡିଜି ୱାଇ.ବି ଖୁରାନିଆ ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୫୯ ତମ ସର୍ବଭାରତୀୟ ଡିଜିପି ଓ ଆଇଜି ସମ୍ମିଳନୀ ପ୍ରଥମ ଥର ଲାଗି ଓଡ଼ିଶାରେ ହେବାକୁ ଯାଉଛି। ଚଳିତବର୍ଷ ଦ୍ୱିତୀୟ ଥର ଲାଗି ଏହି ସମ୍ମିଳନୀ ହେବ। ଚଳିତବର୍ଷ ଜାନୁଆରୀ ମାସରେ ୩ଦିନ ଧରି ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ହୋଇଥିଲା।

ଡିଜିପିଙ୍କ ମାଲକାନଗିରି ଜିଲ୍ଲା ଗସ୍ତ: ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ରାଜ୍ୟ ହେବ ମାଓ ମୁକ୍ତ
ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ  ପହଞ୍ଚି ବିଭିନ୍ନ ବିଷୟରେ ସମୀକ୍ଷା କରିଛନ୍ତି। ଜିଲ୍ଲା ଗସ୍ତରେ ଆସି ଶ୍ରୀ ଖୁରାନିଆ ପ୍ରଥମେ ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଆଞ୍ଚଳର ଗୋରାସେତୁ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ସେଠାରେ ଯବାନ ମାନଙ୍କ ସହ ମାଓ ଦମନକୁ ନେଇ ଆଲୋଚନା କରି ସେମାନଙ୍କ ମନବଳ ବଢାଇଥିଲେ। ଏହାସହ ବିଏସଏଫ ଅଧିକାରୀଙ୍କ ସହିତ ମାଓ ସମସ୍ୟା ନେଇ ଆଲୋଚନା କରିଥିଲେ। ପରେ ମାଲକାନଗିରି ଜିଲ୍ଲା ସଦରରରେ ଥିବା ଏମଭି ୩ ସ୍ଥିତ ବିଏସଏଫ କ୍ୟାମ୍ପରେ ପହଞ୍ଚି ବିଏସଏଫ ଆଇଜି ସି.ଡି ଅଗ୍ରୱାଲ, ଡିଆଇଜି ବିଜୟ ସିହ୍ନା ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ବିଏସଏଫର ଉଚ୍ଚ ଅଧିକାରୀ ଓ ଅନ୍ୟାନ ପୁଲିସ ଅଧିକାରୀଙ୍କ ସହିତ ମାଓ ଦମନର ରଣନିତି ସମ୍ପର୍କରେ ସମୀକ୍ଷା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଯାହା ସମସ୍ଯା ଅଛି ତାହାକୁ ସମାଧାନ କରାଯିବା ସହ ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚ ୨୦୨୬ ସୁଦ୍ଧା ରାଜ୍ୟକୁ କିପରି ସମ୍ପୂର୍ଣ ମାଓ ମୁକ୍ତ କରାଯିବ ସେନେଇ ଆଗକୁ ରଣନୀତି ପ୍ରସ୍ତୁତ କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଖୁରାନିଆ ପ୍ରକାଶ କରିଥିଲେ।

ମାଓବାଦୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଗଞ୍ଜେଇ ଚାଷ ହେଉଥିଲା, ଏବେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବେଇଆଇନ ଗଞ୍ଜେଇ ଚାଷ ଓ ଚାଲାଣ ମଧ୍ୟ କମିଛି। ଆସନ୍ତା ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାରୁ ମାଓବାଦୀ ନିପାତ ହେବା ସହିତ ବେଆଇନ ଗଞ୍ଜେଇ ଚାଷକୁ ରୋକାଯିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଜିଲ୍ଲାରୁ ବିଏସଏଫ ଯବାନଙ୍କୁ ସ୍ଥାନାନ୍ତର ବିଷୟରେ ସେ ପ୍ରକାଶ କରିଛନ୍ତି ଯେ, ସ୍ଵାଭିମାନ ଅଞ୍ଚଳରେ ଯେଉଁ ଶାନ୍ତି ଫେରି ଆସିଛି ତାହା ସବୁବେଳେ ରହିବା ପାଇଁ ଆମର ପ୍ରୟାସ ରହିବ। ସ୍ଵାଭିମାନ ଅଞ୍ଚଳରେ ସବୁବେଳେ ସୁରକ୍ଷା ବଳର ସ୍ଵତନ୍ତ୍ର କ୍ୟାମ୍ପ ରହିବ, ତେଣୁ ଏହାକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହି ବୋଲି ଶ୍ରୀ ଖୁରାନିଆ ଲୋକଙ୍କୁ ଅପିଲ କରିଥିଲେ। ତେବେ ଡିଜିପିଙ୍କ ଏହି ଗସ୍ତ ସମୟରେ ଡିଆଇଜି ଅପରେସନ ଅଖିଳେଶ୍ଵର ସିଂ, ଡିଆଇଜି ଏସଆଇଡବ୍ଲ୍ୟୁ କେଭି ସିଂ, କୋରାପୁଟ ଏସପି ରୋହିତ ବର୍ମା, ମାଲକାନଗିରି ଅତିରିକ୍ତ ଏସପି ତପନ ନାରାୟଣ ରଥ ପ୍ରମୁଖଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

ନିର୍ବାଚନୀ ହିଂସାକୁ ନେଇ ଉଚ୍ଚସ୍ତରୀୟ ବୈଠକ: ଡିଜିପି କହିଲେ, କୌଣସି ଗଣ୍ଡଗୋଳକୁ ବରଦାସ୍ତ କରାଯିବନି
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ହିଂସାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଉପସ୍ଥିତ ଥିଲେ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍‌ ମହାନିର୍ଦ୍ଦେଶକ ସୁନୀଲ୍‌ ବଂଶଲ୍‌ । ନିର୍ବାଚନ ସମୟରେ କୌଣସି ଗଣ୍ଡଗୋଳ, ହିଂସାକୁ ବରଦାସ୍ତ କରାଯିବନାହିଁ । ଡିଜିପି କହିଛନ୍ତି କି, ଏ ଘଟଣାରେ ପୋଲିସ କୋହଳ ମନୋଭାବ ନ ଦେଖାଇ କାର୍ଯ୍ୟାନୁଷ୍ଠାନ ନେବ । ଆମେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଚାଲିଥିଲା ଏହି ଜରୁରୀ ବୈଠକ ।

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କିଛି ସ୍ଥାନରେ ହିଂସା ହିଂସାତ୍ମକ କାର୍ରଯ୍ୟକଳାପ ନଜରକୁ ଆସିଥିବା ସେ କହିଛନ୍ତି । ଏହି ହିଂସାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଜିପି । ଗଣ୍ଡଗୋଳକୁ ବରଦାସ୍ତ କରାଯିବ ନାହିଁ । ବାକି ଥିବା ୪ ପର୍ଯ୍ୟାୟ ନିର୍ବାଚନରେ ହିଂସାକୁ ରୋକିବାକୁ ପଦକ୍ଷେପ ନିଆଯାଉଛି । ଭୋଟ ହେବାକୁ ଥିବା ସ୍ଥାନରେ ପୋଲିସ୍‌ ମୁତୟନ କଡ଼ାକଡ଼ି କରାଯାଉଥିବା ସେ ପ୍ରକାଶ କରିଛନ୍ତି ।