Manmohan Singh - The Sakala
ଆଜି ପଞ୍ଚଭୂତରେ ଲୀନ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ନିଗମବୋଧରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ହେବ ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହେବ ଡକ୍ଟର ମନମୋହନ ସିଂହ ମରଶରୀର । ଦିନ ୧୧ଟା ୪୫ ମିନିଟରେ ନିଗମବୋଧ ଘାଟରେ ହେବ ସ୍ବର୍ଗତ ମନମୋହନ ସିଂହ ଶେଷକୃତ୍ୟ। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ। ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ। ସକାଳ ସାଢେ ୯ଟାରେ ଆରମ୍ଭ ହେବ ଶେଷ ଯାତ୍ରା । କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ଶନିବାର ସକାଳ ୯ଟା୩୦ରେ ଦିଲ୍ଲୀ ସ୍ଥିତି ଏଆଇସିସି ମୁଖ୍ୟାଳୟରୁ ନିଗମବୋଧ ଘାଟ ପର୍ଯ୍ୟନ୍ତ ଶ୍ରୀ ସିଂହଙ୍କ ଅନ୍ତିମ ଯାତ୍ରା ବାହାରିବ। ପ୍ରଥମେ ମନମୋହନ ସିଂହଙ୍କ ବାସଭବନରୁ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ବାହାରିବ ପାର୍ଥିବ ଶରୀର । କଂଗ୍ରେସ ମୁଖ୍ୟାଳୟରେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାର ସହ ସମ୍ପନ୍ନ ହେବ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଚିରଦିନ ପାଇଁ ମୌନ ହୋଇଯାଇଛନ୍ତି। ୯୨ ବର୍ଷରେ ଗୁରୁବାର ରାତିରେ ପ୍ରାଣ ହରାଇଥିବା ପ୍ରିୟ ଜନନେତାଙ୍କୁ ଦେଶବାସୀ ଝୁରୁଛନ୍ତି। ଗାଁଠୁ ସହର ଯାଏଁ ସବୁଠି ଶୋକ ପାଳନ କରାଯାଉଛି। ଦେଶର ଅର୍ଥନୀତିକୁ ସୁଧାରିଥିବା ଏହି ମହାନ ଅର୍ଥନୀତିଜ୍ଞଙ୍କ ତ୍ୟାଗକୁ ସମସ୍ତେ ମନେ ପକାଉଛନ୍ତି। ତାଙ୍କ ପରଲୋକରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ଶୁକ୍ରବାର ତାଙ୍କ ବାସଭବନରେ ପହଞ୍ଚି ଡ. ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶୋକ ପ୍ରସ୍ତାବ ପାରିତ କରାଯାଇଥିଲା।
ମନମୋହନ ସିଂହଙ୍କ ପରଲୋକ: ଦେଶରେ ପାଳନ ହେବ ୭ ଦିନ ରାଷ୍ଟ୍ରୀୟ ଶୋକ, ଆଜି କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ଦେଶ ସାରା ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ପରଲୋକରେ କେନ୍ଦ୍ର ସରକାର ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ। ତାଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ। ଶୁକ୍ରବାର ପୂର୍ବାହ୍ନ ୧୧ ଟା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ।
ଦେଶର ଦୁର୍ବଳ ଅର୍ଥନୀତିରେ ସୁଧାର ଆଣିବାରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବଡ଼ ଅବଦାନ ରହିଥିଲା। ଦେଶର ୧୪ଶ ପ୍ରଧାନମନ୍ତ୍ରୀ ଭାବରେ ମନମୋହନ ସିଂହ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ଦେଶର ନେତୃତ୍ବ ନେଇଥିଲେ। ଗୁରୁବାର ରାତିରେ ତାଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୯. ୫୧ ମିନିଟ୍ ସମୟରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା।ତାଙ୍କ ପରିବାରରେ ପତ୍ନୀ ଗୁରଚରଣ ସିଂହ ଓ ୩ ଝିଅ ଅଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ, ଦିଲ୍ଲୀ ଏମ୍‌ସର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ। ତାଙ୍କୁ ଦିଲ୍ଲୀ ଏମ୍ସର ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଛି । ୯୨ ବର୍ଷିୟ ମନମୋହନ ସିଂଙ୍କୁ ଆଜି ସନ୍ଧ୍ୟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଶରୀରର କେଉଁ ଅସୁବିଧା କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।
ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ବିଜେପି ମଧ୍ୟରେ ଲାଗି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ଅର୍ଥନୈତିଜ୍ଞ ଡ. ମନମୋହନ ସିଂହ । ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କେନ୍ଦ୍ରର ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିବା ସହ ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁ ଦେଶବାସୀ ଆର୍ଥିକ ଦୁରାବସ୍ଥା, ବେରୋଜଗାରୀ, ଦରଦାମ ବୃଦ୍ଧି ଆଦି ସମସ୍ୟା ଭୋଗୁଛନ୍ତି ।ମନମୋହନ କହିଛନ୍ତି ଯେ ସାତ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବିଜେପି ଏବେ ମଧ୍ୟ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଲୋକଙ୍କ ସମସ୍ୟା ପାଇଁ ଦାୟୀ କରୁଛି। ।
ପଞ୍ଜାବୀରେ ଏକ ଭିଡିଓ ବାର୍ତ୍ତାରେ ମନମୋହନ ସିଂ କହିଛନ୍ତି ଯେ ଗୋଟିଏ ପଟେ ଲୋକମାନେ ଦରବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ସାମ୍ନା କରୁଛନ୍ତି, ଅନ୍ୟ ପଟେ ନିଜ ଭୁଲକୁ ସ୍ୱୀକାର ଏବଂ ମାର୍ଜନା କରିବା ପରିବର୍ତ୍ତେ ସାଢେ଼ ସାତ ବର୍ଷ ଧରି କ୍ଷମତାରେ ଥିବା ବର୍ତ୍ତମାନର ସରକାର ସବୁ ସମସ୍ୟା ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦାୟୀ କରୁଛି |
ପଞ୍ଜାବ ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ କୃଷକ ଆନ୍ଦୋଳନ, ବୈଦେଶିକ ନୀତି, ଦରଦାମ୍ ବୃଦ୍ଧି ଏବଂ ବେକାରୀ ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ରାଜନୈତିକ ଫାଇଦା ପାଇଁ କଂଗ୍ରେସ କେବେ ବି ଦେଶକୁ ଭାଗ କରି ନାହିଁ ଏବଂ ସତ୍ୟକୁ ଲୁଚାଇ ନାହିଁ।