Fake Doctor - The Sakala

ବଡ଼ମ୍ବାରେ ନକଲି ଡାକ୍ତରଙ୍କ କଳା କାରନାମା: ୧୨ ବର୍ଷ ଧରି ଚାଲିଥିଲା ବେଆଇନ ଗର୍ଭପାତ କ୍ଲିନିକ୍
କଟକ: କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ଏକ ବଡ଼ ଧରଣର ବେଆଇନ କାରବାରର ପର୍ଦ୍ଦାଫାଶ ହୋଇଛି। ବଡ଼ମ୍ବା ଥାନା ଅନ୍ତର୍ଗତ ସୁନାପାଳ ବଜାର ନିକଟରେ ଦୀର୍ଘ ୧୨ ବର୍ଷ ଧରି ଚାଲିଥିବା ଏକ ବେଆଇନ ଗର୍ଭପାତ କ୍ଲିନିକ୍ ଉପରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଘଟଣାରେ ନକଲି ଡାକ୍ତର ସାଜିଥିବା ଜୟନ୍ତ ବସ୍ତିଆ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

ଗ୍ରାହକ ସାଜିଲେ ପୋଲିସ ଅଧିକାରୀ

ପୋଲିସକୁ ଏହି ବେଆଇନ କ୍ଲିନିକ୍ ସମ୍ପର୍କରେ ଏକ ଗୁପ୍ତ ସୂଚନା ମିଳିଥିଲା। ତେବେ ଘଟଣାର ସତ୍ୟତା ଜାଣିବା ଏବଂ ଅଭିଯୁକ୍ତକୁ ହାତେନାତେ ଧରିବା ପାଇଁ ବଡ଼ମ୍ବା ଥାନାର ମହିଳା ଏସଆଇ ବିଶ୍ୱ ବନ୍ଦିତା ସାହୁ ନିଜେ ଜଣେ ଗ୍ରାହକ ସାଜି ସେଠାରେ ପହଞ୍ଚିଥିଲେ। ଗର୍ଭପାତ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ହିଁ ପୋଲିସ ଟିମ୍ କ୍ଲିନିକ୍ ଉପରେ ଚଢ଼ାଉ କରିଥିଲା। ଏହି ରେଡ୍ ବେଳେ ଘଟଣାସ୍ଥଳରୁ ଜଣେ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପଠାଯାଇଛି।

ବିନା କାଗଜପତ୍ରରେ ଚାଲିଥିଲା ବେଆଇନ କାରବାର

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜୟନ୍ତ ବସ୍ତିଆ ପ୍ରକୃତରେ ଜଣେ ହୋମିଓପାଥିକ୍ ଡାକ୍ତର, କିନ୍ତୁ ଏଭଳି ସ୍ପର୍ଶକାତର ଚିକିତ୍ସା ବା କ୍ଲିନିକ୍ ଚଳାଇବା ପାଇଁ ତାଙ୍କ ପାଖରେ କୌଣସି ବୈଧ କାଗଜପତ୍ର ନଥିଲା। ଚଢ଼ାଉ ସମୟରେ କ୍ଲିନିକରୁ ଗର୍ଭପାତ ପାଇଁ ବ୍ୟବହୃତ ହେଉଥିବା ସକ୍ସନ ମେସିନ, ବିଭିନ୍ନ ଅପରେସନ ଯନ୍ତ୍ରପାତି ଏବଂ ବହୁ ପରିମାଣର ଔଷଧ ଜବତ କରାଯାଇଛି। ଥାନା ଅଧିକାରୀ ପରମାନନ୍ଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ଥାନାରେ କେସ ନମ୍ବର ୧୪୧/୨୦୨୬ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ଆଉ ଜଣେ ନକଲି ଡାକ୍ତର ଗିରଫ, ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଠକି ନେଇଥିଲେ ୨୨ ଲକ୍ଷ ଟଙ୍କା
ଭୁବନେଶ୍ୱର: ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ କରିଥିଲା ନକଲି ଡାକ୍ତର । ଅଭିଯୋଗ ପରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପାହାଳ ଥାନା ପୋଲିସ  ଗିରଫ ଅଭିଯୁକ୍ତ ରଞ୍ଜୀବ କୁମାର ପ୍ରଧାନ । ୨୦୨୧ରେ ମାଟ୍ରିମୋନି ସାଇଟ୍‌ରେ ଅଭିଯୁକ୍ତ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ କହିବା ସହିତ ନିଜ ସାନଭାଇ ତୁଷାର ପ୍ରଧାନ ସହ ବିବାହ ପାଇଁ ଅଭିଯୋଗକାରିଣୀ ସହ ଯୋଗାଯୋଗରେ ଆସିଥିଲା । ସାନ ଭାଇ ତୁଷାର ରାୟଗଡ଼ା SBIରେ ଡେପୁଟି ମ୍ୟାନେଜର ବୋଲି ଅଭିଯୋକାରିଣୀଙ୍କ ପରିବାରକୁ କହିଥିଲା । ବ୍ୟାଙ୍କର ବିଭିନ୍ନ ପଲିସି କରିବା ନାଁରେ ଅଭିଯୁକ୍ତ ମହିଳାଙ୍କ ବାପାଙ୍କ ଠାରୁ ୨୨ ଲକ୍ଷ ଟଙ୍କା ନେଇଥିଲେ । ଟଙ୍କା ନେବାପରେ ଅଭିଯୁକ୍ତ ଆଉ ଧରା ଛୁଆଁ ଦେଉନଥିବା ପରେ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ ମହିଳା । ତଦନ୍ତ ବେଳେ ଜଣା ପଡିଲା ଅଭିଯୁକ୍ତ ରଞ୍ଜୀବ କୌଣସି ଡାକ୍ତର ହୋଇନଥିବା ବେଳେ ତାଙ୍କର କୌଣସି ଭାଇ ନଥିବା ପୋଲିସ ଜାଣିବାକୁ ପାଇଛି ।

ବୈଷୟିକ ତଦନ୍ତରୁ ଜଣାପଡ଼ିଥିଲା କି, ଅଭିଯୁକ୍ତ ବ୍ୟବହାର କରୁଥିବା ୨ଟି ମୋବାଇଲ ନମ୍ବର ସମାନ ମୋବାଇଲ ହ୍ୟାଣ୍ଡ୍‌ସେଟ୍‌ରୁ ଚାଲୁଥିଲା ଏବଂ ସମାନ ବ୍ୟକ୍ତିଙ୍କ ସହିତ ସଂପୃକ୍ତ ଥିଲା । ସିଡିଆର/ ଏସ୍‌ଡିଆର ବିଶ୍ଳେଷଣ ଓ ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚରୁ ପୁଲିସ ସ୍ପଷ୍ଟ ହୋଇଥିଲା କି ଅଭିଯୁକ୍ତ ରଞ୍ଜିବ କୁମାର ପ୍ରଧାନ ଅଭିଯୋଗକାରିଣୀଙ୍କ ପରିବାର ଲୋକଙ୍କୁ ଠକିବା ପାଇଁ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ ଓ ତୁଷାର ପ୍ରଧାନ ବୋଲି ପରିଚୟ ଦେଇଥିଲେ । ତେଣୁ ପୁଲିସ ଏହି ଠକେଇ ମାମଲାରେ ରଞ୍ଜିବଙ୍କୁ ଉଠାଇ ଆଣିଥିଲା । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ନକଲି ଡାକ୍ତର ଗିରଫ, ଯୁକ୍ତ ୨ ପାଠ ପଢ଼଼ି କରୁଥିଲେ ରୋଗୀଙ୍କ ଚିକିତ୍ସା
ଦିଗପହଣ୍ଡି: ଦିଗପହଣ୍ଡି ପୁଲିସ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରି ଥାନାରେ ଅଟକ ରଖିବା ସହ ତଦନ୍ତ ଚଳାଇଛି। ଅଭିଯୁକ୍ତ ନକଲି ଡାକ୍ତର ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡା ଗ୍ରାମର ଶୁଭ୍ରଜିତ୍‌‌ ପଣ୍ଡା। ଛଣମେରି ଗ୍ରାମର ସିମାଞ୍ଚଳ ସାହୁଙ୍କ ଏତଲା କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଦିଗପହଣ୍ଡି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି।

ଅଭିଯୁକ୍ତ ଶୁଭ୍ରଜିତ ଯୁକ୍ତ ୨ ପାଠ ପଢ଼଼ିଛନ୍ତି। ଗତ ୬ ବର୍ଷ ହେଲା ନିଜକୁ ଡାକ୍ତର ପରିଚୟ ଦେଇ ଡେଙ୍ଗାଓସ୍ତା ଗ୍ରାମର ଅଶୋକ କ୍ଲିନିକରେ ରୋଗୀ ଚିକିତ୍ସା କରି ଆସୁଥିଲେ। ଛଣମେରୀ ଗ୍ରାମର ସିମାଞ୍ଚଳ ସାହୁଙ୍କ ମାଆଙ୍କ ଦେହ ଖରାପ ହେବାରୁ ଡେଙ୍ଗାଓସ୍ତା ଗ୍ରାମର ଅଶୋକ କ୍ଲିନିକ୍‌‌ରେ ଭର୍ତ୍ତି କରିଥିଲେ। ନକଲି ଡାକ୍ତର ଶୁଭ୍ରଜିତ ତାଙ୍କୁ ଚିକିତ୍ସା କରିବା ସହ କିଛି ଇଞ୍ଜେକସନ ଓ ଔଷଧ ଦେଇଥିଲେ। ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌‌ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ନକଲି ଡାକ୍ତରଙ୍କ ନିକଟରୁ ବିଭିନ୍ନ ମେଡିକାଲ କଲେଜର ନକଲି ସାର୍ଟିଫିକେଟ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସେ ରହୁଥିବା ଘର ସମେତ କ୍ଲିନିକରେ ପୁଲିସ ଚଢ଼ଉ କରିବା ସହ ତାଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡ ଗ୍ରାମର ଘରେ ମଧ୍ୟ ଚଢ଼ଉ କରିଛି।

ନିଜକୁ ଦିଲ୍ଲୀ AIIMSର ଅଭିଜ୍ଞ ଡାକ୍ତର କହି ଚଲାଇଥିଲେ ଚିକିତ୍ସା ଆଉ ପାଉଥିଲେ ମୋଟା ଅଙ୍କର ଟଙ୍କା । ପୂର୍ବରୁ 2020 ମସିହାରେ WHOର ସଦସ୍ୟ କହିବାରୁ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା । ଗୋଟିଏ ରୋଗୀକୁ ପାଞ୍ଚ ମିନିଟ୍‌ ଦେଖିବା ପାଇଁ 300 ଟଙ୍କା ଫିସ୍‌ ବି ନେଉଥିଲେ ।

କାମବାଲୀ ଖୋଲିଦେଲେ ନକଲି ଡାକ୍ତରଙ୍କ ଅସଲି ମୁଖା: ଦ୍ୱିତୀୟ ପତ୍ନୀ ଥିଲେ ମୁଖ୍ୟ ଖଳନାୟିକା, ଆଜି ଆସିପାରେ ରମେଶଙ୍କ ମିଛଧରା ପରୀକ୍ଷା ଫଳ
ଭୁବନେଶ୍ୱର:ପ୍ରଥମେ ଭଉଣୀ, ପରେ ଗାଡ଼ି ଚାଳକ ଏବେ ପରିଚାରିକା ବା କାମବାଲି ଗୀତା; ନକଲି ଡାକ୍ତର ରମେଶ ସ୍ୱାଇଁ ଅପରାଧ କଳାସାମ୍ରାଜ୍ୟର ଗୁମର ଖୋଲି ଦେଇଛନ୍ତି। ରମେଶଙ୍କ ଭଉଣୀ ରଶ୍ମିତା, ଗାଡ଼ିଚାଳକ ପପୁ ପୁଲିସ ସାମ୍‍ନାରେ କିଛି ସତ ଉଗାରିଥିବା ବେଳେ ଆଉ କିଛି ସତକୁ ମାନି ନଥିଲେ। ତେଣୁ ତଦନ୍ତ ଆଗକୁ ଅଗ୍ରଗତି କରିବାରେ ସମସ୍ୟା ହେବା ସହ ଅନ୍ଧାରରେ ବାଡ଼ି ବୁଲାଉଥିଲା ତଦନ୍ତକାରୀ ସଂସ୍ଥା। କିନ୍ତୁ ରମେଶଙ୍କ ଘରୋଇ ପରିଚାରିକା ପୁଲିସ ଆଗରେ ବଖାଣି ଦେଇଛନ୍ତି ସବୁ ସତକଥା। ଆଉ ଖୋଲିଦେଇଛନ୍ତି ରମେଶଙ୍କ ଅସଲି ମୁଖା। ପ୍ରାୟ ୨ ଘଣ୍ଟା ଘରୋଇ ସହାୟିକା ଗୀତାଙ୍କୁ ଜେରା କରିଥିଲେ ପିଙ୍କ୍‍ ଟିମ୍‍। ଆଉ ଗୀତା ଚଳଚ୍ଚିତ୍ରର କାହାଣୀ ଶୈଳୀରେ ପୁଲିସ ଆଗରେ ରମେଶଙ୍କ ବିବାହ ଆଳରେ ଠକେଇ ସିଣ୍ଡକେଟ୍‍ର ପୂରା ଘଟଣାକୁ ବର୍ଣ୍ଣନା କରିଦେଇଛନ୍ତି।

ପୁଲିସର କହିବାନୁଯାୟୀ ୨୦୧୯ରୁ ରମେଶଙ୍କ ଘରେ ପରିଚାରିକା ଭାବେ କାର୍ଯ୍ୟ କରୁଥିଲେ ଗୀତା। ପ୍ରାୟ ୨ବର୍ଷ ୩ମାସ ରମେଶର ଘରେ ରହି ଘରର ସବୁ କାର୍ଯ୍ୟ କରୁଥିଲେ। ଏହି ସମୟ ଭିତରେ ତାଙ୍କୁ ୩ ମାସର ଦରମା ମିଳିଥିବା ବେଳେ ଆଉ ୨ ବର୍ଷର ବାକି ଦରମା ମିଳିନାହିଁ। ତେବେ ଦରମା ମାଗିବାରୁ ରାତି ୧୧ଟାରେ ଧକ୍କାମାରି ଘରୁ ବାହାର କରି ଦିଆଯାଇଥିଲେ। ଏଥିସହିତ ତାଙ୍କ ମୋବାଇଲରେ କିଛି ପ୍ରମାଣ ଥିବାରୁ ଭାଙ୍ଗି ଦେଇଥିଲେ ବୋଲି ଗୀତା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗୀତା, ପ୍ରଥମ ପତ୍ନୀଙ୍କ ସହ ପପୁଙ୍କୁ ମୁହାଁମୁହିଁ ଜେରା କରିଛି ତଦନ୍ତକାରୀ ଟିମ୍‍। ସେପଟେ ରମେଶଙ୍କ ଠକେଇ ସିଣ୍ଡିକେଟ୍‍ ଦୁର୍ଗକୁ ଭାଙ୍ଗିବା ଲାଗି ମିଛଧରା ପରୀକ୍ଷା କରାଯାଇଥିଲା। ତେବେ ଆସନ୍ତାକାଲି ରମେଶଙ୍କ ମିଛଧରା ପରୀକ୍ଷାର ରିପୋର୍ଟ ଆସିପାରି ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସେଭଳି ରମେଶ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଉପ ନିର୍ଦ୍ଦେଶକର ପରିଚୟ ଦେଇ ରାଜ୍ୟ ବାହାରର ଉଚ୍ଚଶିକ୍ଷିତାଙ୍କୁ ବିବାହର ବିଭିନ୍ନ ସାଇଟ୍‍ରେ ଫସାଇ ରାଜ୍ୟ ବାହାରେ ବିବାହ କରୁଥିଲା। ଏହାପରେ ସେଠାରୁ ନବବଧୂ ବେଶରେ ମହିଳାମାନେ ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଯାଉଥିଲେ। ସେଠାରୁ ନବବଧୂଙ୍କୁ ପାତ୍ରପଡ଼ାସ୍ଥ ଆପାର୍ଟମେଣ୍ଟର ଭଡ଼ାଘରକୁ ନେଉଥିଲେ। ସେଠାରେ ଗୃହପ୍ରବେଶରେ ରମେଶଙ୍କ ଭଉଣୀ ରଶ୍ମିତା, ମାଆ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ। ସେଠାରେ ବି ଗୀତା ରହିଥିଲେ। ଗୋଟିଏ ପରେ ଗୋଟିଏ ବିବାହ କରି ନବବଧୂଙ୍କୁ କିଭଳି ଘରକୁ ଆଣୁଥିଲେ ଠକ ରମେଶର କାହାଣୀ ତଦନ୍ତକାରୀ ସଂସ୍ଥା ଆଗରେ କହିଦେଇଛନ୍ତି। ସେପଟେ ରମେଶଙ୍କ ଅପରାଧର ଦୁର୍ଗ ଭାଙ୍ଗିବାରେ ଘରୋଇ ସହାୟିକା ଗୀତାଙ୍କ ବଡ଼ ଭୂମିକା ରହିଛି। ରମେଶଙ୍କ ଆଉ ଜଣେ ପତ୍ନୀଙ୍କୁ ରମେଶ ବିଷୟରେ କହି ଦେଇଥିଲେ ଗୀତା। ସେ ସନ୍ଦେହ କରିବା ପରେ ରମେଶଙ୍କ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ପରେ ରମେଶଙ୍କ ପୂରା ଠକେଇ ସାମ୍ରାଜ୍ୟ ପଦାକୁ ଆସିଥିଲା।

‘ଦ୍ୱିତୀୟ ପତ୍ନୀ ଥିଲେ ମୁଖ୍ୟ ଖଳନାୟିକା’

ଘରୋଇ ସହାୟିକା ଗୀତାଙ୍କ କହିବା କଥା, ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ଥିଲେ ମୁଖ୍ୟ ଖଳନାୟିକା। ଦ୍ୱିତୀୟ ପତ୍ନୀଙ୍କ ଜାଣତରେ ଅପରେଟ୍‍ ହେଉଥିଲା ବିବାହ ଆଳରେ ଠକେଇ ସିଣ୍ଡିକେଟ୍‍। ରମେଶ ପ୍ରତିଦିନ ନୂଆନୂଆ ମହିଳାଙ୍କୁ ଧରି ଘରକୁ ଆସୁଥିଲେ। ୩ ବର୍ଷ ଭିତରେ ୪ରୁ ୫ ଜଣ ମହିଳାଙ୍କୁ ଧରି ଘରକୁ ଆସୁଥିଲେ ରମେଶ। ଆଉ ପଚାରିଲେ, ଅତିଥି ବୋଲି କହୁଥିଲେ ରମେଶ। ଏଥିରେ ରମେଶଙ୍କ ଭିଣୋଇ ଗାଡ଼ିଚାଳକ ପପୁ ମଧ୍ୟ ସାଙ୍ଗରେ ରହୁଥିଲେ। ଆଉ ବିରୋଧ କଲେ ମିଳୁଥିଲା ଅକଥନୀୟ ଅତ୍ୟାଚାର। ଆଉ କାମ କରିବାକୁ ଆସିଛୁ କାମ କର; ଏଥିରେ ମୁଣ୍ଡ ପୂରାଅ ନାହିଁ ବୋଲି ରମେଶଙ୍କ ଠକେଇ ସିଣ୍ଡିକେଟ୍‍ରେ ସମ୍ପୃକ୍ତି ରହିଥିବା ସମସ୍ତ ଅଭିଯୁକ୍ତ ଗୀତାଙ୍କୁ କହୁଥିଲେ।

ପପୁଙ୍କୁ ରିମାଣ୍ଡରେ ଆଣିବାକୁ ଆଜି କୋର୍ଟରେ ଆବେଦନ

ଗୋଟିଏ ମାସରୁ ଊର୍ଦ୍ଧ୍ବ ହେଲାଣି ରମେଶଙ୍କ ଠକେଇ ଘଟଣାରୁ ପରଦା ହଟୁନି। ରମେଶଙ୍କୁ ନେଇ ଯେତିକି ଖୋଜୁଛି ପୁଲିସ, ସେତିକି ନୂଆନୂଆ ତଥ୍ୟ ସାମ୍‍ନାକୁ ଆସୁଛି। ରମେଶଙ୍କ ଅପରାଧର ପୃଷ୍ଠଭୂମୀରେ ସମସ୍ତେ ଥିଲେ ଜଣେ ଜଣେ ଖଳନାୟକ। କିଏ ମଧ୍ୟସ୍ଥ ସାଜୁଥିଲା ତ ଆଉ କିଏ ନକଲି ପିଏର କାର୍ଯ୍ୟ ତୁଲାଉଥିଲା। ଏମିତି ଭାବେ ରମେଶ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ବିବାହ ଆଳରେ ଉଚ୍ଚଶିକ୍ଷିତା ମହିଳାଙ୍କୁ ଲଗାଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଚୂନ। ୧୬ ଜିଲ୍ଲା; ୧୧ ରାଜ୍ୟ ଓ ୫ ଦେଶରେ ଗୋଟିଏ ଚର୍ଚ୍ଚା ଲାଗି ରହିଛି। ତେବେ ଆସନ୍ତାକାଲି ରମେଶଙ୍କ ଗାଡ଼ିଚାଳକ ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁଙ୍କୁ ୫ଦିନିଆ ରିମାଣ୍ଡରେ ଆଣି ସତ ଉଗାରିବାକୁ କୋର୍ଟରେ ଆବେଦନ କରିବ ତଦନ୍ତକାରୀ ସଂସ୍ଥା। ସେହିପରି ରମେଶ ବିରୋଧରେ ଘରୋଇ ସହାୟିକାଙ୍କ ନିକଟରୁ ଅନେକ କିଛି ତଥ୍ୟ ମିଳିଛି। ଯାହାକୁ ନେଇ ରମେଶଙ୍କୁ ପୁଣିଥରେ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ସ୍ପେଶାଲ ସ୍କ୍ୱାଡ ଏସିପି ସଞ୍ଜିବ ଶତପଥୀ ସୂଚନା ଦେଇଛନ୍ତି।

ମାଟ୍ରିକ ଫେଲ ରସିକିଆ ନକଲି ଡାକ୍ତର; ୧୭ ନୁହେଁ ଅଧିକ ବିବାହ ପାଇଁ କରିଥିଲେ ତାରିଖ ଫିକ୍ସ
ଭୁବନେଶ୍ୱର: ଗିରଫ ହୋଇଥିବା ନକଲି ଡାକ୍ତର ରମେଶଚନ୍ଦ୍ର ସ୍ୱାଇଁଙ୍କ ପାପର ପେଡ଼ି ଧୀରେ ଧୀରେ ପଦାକୁ ଆସୁଛି। ତାଙ୍କର ୧୪ ନୁହେଁ କି ୧୭ ନୁହେଁ, ଆହୁରି ଏକାଧିକ ଜଣଙ୍କ ସହ ବିବାହ ପାଇଁ କରିଥିଲେ ତାରିଖ ଫିକ୍ସ । MBBS ନୁହେଁ ସେ ହେଉଛନ୍ତି ଦଶମ ଫେଲ । ତଦନ୍ତ ପରେ ଏମିତି କିଛି ତଥ୍ୟ ଲାଗିଛି ପୋଲିସ ହାତରେ । ରମେଶ ଦଶମ ଫେଲ ବୋଲି ତାଙ୍କ ପରିବାର ଲୋକଙ୍କଠାରୁ ସୂଚନା ମିଳିଛି ।

ମହିଳା ଓ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କ ଠାରୁ ଟଙ୍କା ମଧ୍ୟ ଲୁଟୁଥିଲେ ରମେଶ। ଏହିଭଳି ସେ ଦେଢ଼ ଶହରୁ ଅଧିକ ମହିଳାଙ୍କୁ ଲୁଟୁଥିବା ଓ ଠକୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତଦନ୍ତକୁ ସୁଦୃଢ଼ କରିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ମହିଳା ଥାନା ଅଧିକାରୀ ଏବଂ ଦୁଇ ଜଣ ଏସ୍ଆଇଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି। ତଦନ୍ତ ପାଇଁ ଏହି ଟିମ୍ ବାହାର ରାଜ୍ୟକୁ ଯିବ। ପୁଲିସର କହିବାନୁଯାୟୀ ତାଙ୍କର ଆଜି ଅଧିକ ୩ଜଣ ପତ୍ନୀ ସାମ୍ନାକୁ ଆସିଥିବା ବେଳେ ଆଉ ୧୦ ଜଣଙ୍କୁ ରମେଶ ପତ୍ନୀ ଭାବେ ଗ୍ରହଣ କରିବାପାଇଁ ଟ୍ରାପ୍ କରିଥିବା ଜଣାପଡ଼ିଛି।

ଅଭିଯୁକ୍ତ ଖାଲି ବିବାହ କରୁ ନ ଥିଲା ଅନେକ ଛାତ୍ରଛାତ୍ରୀଙ୍କୁ ଏମ୍ବିବିଏସ ଚାକିରି କରାଇ ଦେବାକୁ କହି ଲକ୍ଷଲକ୍ଷ ଟଙ୍କା ଠକେଇ କରି ନେଇଥିଲା। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖଣ୍ଡଗିରିରେ ରହୁଥିବା ଜଣେ ବ୍ୟକ୍ତି। ଅଭିଯୋଗ ଅନୁଯାୟୀ ତାଙ୍କ ପୁଅକୁ ଏମବିବିଏସ ନାମଲେଖାଇଦେବାକୁ କହି ୧୮ଲକ୍ଷ ଟଙ୍କା ଠକି ନେଇଛନ୍ତି ରମେଶ। ଖାଲି ସେତିିକି ନୁହେଁ ରମେଶଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଦେଢ଼ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଥିବା ପୁଲିସ କହିଛି। ସେହିଭଳି ରମେଶ ନକଲି ଡକ୍ୟୁମେଣ୍ଟ ଦେଇ ଡୁମୁଡୁମାରେ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିବା ନେଇ ମଧ୍ୟ ମହିଳା ଥାନାରେ ଅଭିଯୋଗ ହୋଇଛି। ପଞ୍ଜାବ, ଦିଲ୍ଲୀ, ମୁମ୍ବାଇ, କୋଲକାତା ଆଦି ରାଜ୍ୟରେ ଏମବିବିଏସ ଚାକିରି କରାଇ ଦେବାକୁ କହି ୫୦ଲକ୍ଷରୁ ଅଧିକ ଠକେଇ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏହି ଠକେଇ ଟଙ୍କାରେ ରମେଶ ୩ ପିଲାଙ୍କୁ ଡାକ୍ତର କରାଇଥିବା ପୁଲିସ ଖୋଳତାଡ଼ରୁ ସୂଚନା ପାଇଛି। ଅଭିଯୁକ୍ତ ରମେଶକୁ ପୁଲିସ ରିମାଣ୍ଡରେ ଆଣିବା ପରେ ବହୁ ଗୁମର ଖୋଲିବ ବୋଲି ମହିଳା ଥାନା ପୁଲିସ ଆଶା ରଖିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗରୁ ନିଯୁକ୍ତି ନେଇଥିବା ନକଲି କାଗଜପତ୍ର ପୁଲିସ ଜବତ କରିଛି। ରମେଶଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନକୁ ଫୋରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଛି। ରିପୋର୍ଟ ମିଳିଲେ ସବିଶେଷ ତଥ୍ୟ ମିଳିବ ବୋଲି ତଦନ୍ତକାରୀ ପୁଲିସ ଆଶା ରଖିଛି। ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଛି। କୋର୍ଟ ଅନୁମତି ଦେବା ପରେ ତାଙ୍କୁ ପଚରାଉଚରା କରାଯିବ।