Unspecified Charities - The Sakala

କଥା ରଖୀଲେ ଏଲନ୍‌ ମସ୍କ : ଦାନରେ ଦେଇଛନ୍ତି ଟେସ୍‌ଲାର ବିପୁଳ ସେୟାର
ଇଲେକ୍ଟ୍ରିକ କାର କମ୍ପାନୀ ଟେସ୍‌ଲାର ସିଇଓ ଏଲନ୍ ମସ୍କ ସୋସିଆଲ ମିଡିଆରେ ତାଙ୍କ ଫଲୋଅରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିସାରିଥିବା ଜଣାଯାଇଛି। ସେ ୧୯ ରୁ ୨୯ ଡିସେମ୍ବର ୨୦୨୧ ସୁଦ୍ଧା ଟେସ୍‌ଲାର ୫,୦୪୪, ୦୦୦ ଶେୟାର ଦାନ କରିଛନ୍ତି। ସେୟାର ଭାଲ୍ୟ ଅନୁସାରେ ଏହାର ମୂଲ୍ୟ ୫.୭୪ ବିଲିୟନ ଡଲାର ପାଖାପାଖୀ ହେବ ବୋଲି ଏବେ ଆକଳନ କରାଯାଉଛି। ନିକଟରେ ଯୁକ୍ତରାଷ୍ଟ୍ର ସିକ୍ୟୁରିଟିଜ୍ ଏଣ୍ଡ ଏକ୍ସଚେଞ୍ଜ କମିଶନଙ୍କୁ ଟେସ୍‌ଲା ଦେଇଥିବା ସୂଚନାରୁ ଏହା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ମସ୍କ ଗତବର୍ଷ ତାଙ୍କ ଟ୍ଵିଟରରେ ଏକ ପୋଲ କରିଥିଲେ। ଏଥିରେ ତାଙ୍କ ଫଲୋଅରଙ୍କଠାରୁ ତାଙ୍କ ସେୟାର ସମ୍ପର୍କରେ ନିଷ୍ପତି ମାଗିଥିଲେ।

ସେ ଟେସ୍‌ଲାର ୧୦ ପ୍ରତିଶତ ସେୟାର ବିକିବା ଦରକାର କି ନାହିଁ ବୋଲି ପଚାରିଥିବାବେଳେ ଫଲୋଅର ଗିଫ୍ଟ କରିଦେବାକୁ ପରାମର୍ଶ ଦେଇଥିଲେ | ତେବେ ମସ୍କ କେଉଁ ସଂସ୍ଥାଙ୍କୁ ଏହି ବିପୁଳ ସେୟାର ଦାନ କରିଛନ୍ତି ସେ ବାବଦରେ କୌଣସି ସୂଚନା ଦେଇନାହାନ୍ତି। ମସ୍କଙ୍କୁ ୨୦୨୧ ମସିହାରେ ସରକାରଙ୍କୁ ଶୁଳ୍କ ବାବଦକୁ ୧୧ ବିଲିୟନ ଡଲାର ଦେବାର ଥିଲା। ଏଣୁ ସେ ସୋସିଆଲ ମିଡିଆରେ ଫଲୋଅରଙ୍କ ରାୟ ମାଗିଥିଲେ। ଯଦି ସେ ସେୟାର ଗିଫ୍ଟ କରିଦିଅନ୍ତି ତେବେ ତାଙ୍କ ଉପରେ ପୁଞ୍ଜି ଆୟ ଜନିତ ଟିକସ ଲାଗି ନ ପାରେ ବୋଲି ଫଲୋଅର ପରାମର୍ଶ ଦେଇଥିଲେ।