duplicate currency - The Sakala

ବର୍ଷକରେ ନକଲି ନୋଟ୍‌ କାରବାର ୩ ଗୁଣ ବଢ଼ିଛି
ନୂଆଦିଲ୍ଲୀ: ଗତବର୍ଷ କରୋନା ମହାମାରୀ ସମୟରେ ଦେଶରେ ବହୁ ମାତ୍ରାରେ ନକଲି ନୋଟ୍‌ ଜବତ କରାଯାଇଥିଲା। ୨୦୨୦ରେ ହୋଇଥିବା ଏଭଳି କାରବାରରୁ ଜଣାପଡିଛି ଯେ, କରୋନା ମହାମାରୀ ସମୟରେ ହିଁ ଏହି ନକଲି ନୋଟ୍‌ କାରବାର କରୁଥିବା ଅପରାଧିମାନେ ଅଧିକ ସକ୍ରିୟ ହୋଇଉଠିଥିଲେ। ୨୦୨୦ରେ ଦେଶରେ ମୋଟ ୮ ଲକ୍ଷରୁ ଅଧିକ ନକଲି ନୋଟ୍‌ ଜବତ କରାଯାଇଥିଲା। ତେବେ କୌତୂହଳର ବିଷୟ ହେଉଛି, ଜାଲିଆତି କମ୍‌ କରିବା ଲାଗି ସରକାର ପୁରୁଣା ନୋଟ୍‌ ସ୍ଥାନରେ ନୂଆ ନୋଟ୍‌ ଜାରି କରୁଥିବାବେଳେ ନୂଆ ସିରିଜ୍‌ ନୋଟ୍‌ର ଅଧିକ ନକଲ କରାଯାଉଥିବା ଜଣାଯାଇଛି। ବିଗତ ବର୍ଷକ ମଧ୍ୟରେ ଦେଶରେ ନକଲି ନୋଟ୍‌ କାରବାର ୩ ଗୁଣ ବୃଦ୍ଧି ପାଇଛି। ତେବେ ୨୦୦ ଟଙ୍କିଆ ନୋଟ୍‌ କ୍ଷେତ୍ରରେ ନକଲ ମାତ୍ରା ୧୫୧% ବୃଦ୍ଧି ଘଟିଥିବାବେଳେ ୫୦୦ ଟଙ୍କିଆ ନୋଟ୍‌ରେ ଏହା ୩୭% ବଢ଼ିଯାଇଛି। ୨୦୨୦ରେ ଦେଶରେ ମୋଟ ୮,୩୪,୯୪୭ ଲକ୍ଷ ନକଲି ନୋଟ୍‌ ଜବତ କରାଯାଇଛି। ୨୦୧୯ ତୁଳନାରେ ଏହି ସଂଖ୍ୟା ୨୮୦ % ଅଧିକ। ୨୦୧୬ ନୋଟ୍‌ବନ୍ଦୀ ପରେ ପ୍ରଥମ ଥର ପାଇଁ ଦେଶରେ ନକଲି ନୋଟ୍‌ ସଂଖ୍ୟାରେ ଏଭଳି ବୃଦ୍ଧି ହୋଇଛି। ନୂଆ ନୋଟ୍‌ ଛାପିବା ସମୟରେ କେନ୍ଦ୍ର ସରକାର ପୂର୍ବ ନୋଟ୍‌ ତୁଳନାରେ ଅଧିକ ବୈଶିଷ୍ଟ୍ୟପୂର୍ଣ୍ଣ ନୋଟ୍‌ ବଜାରକୁ ଛାଡିବାକୁ ଯାଉଥିବା କହିଥିଲେ। ତେବେ ବର୍ତ୍ତମାନ ଏହି ନୂଆ ସିରିଜ୍‌ର ନୋଟ୍‌ଗୁଡିକୁ ଅପରାଧିମାନେ ଅଧିକ ଟାର୍ଗେଟ୍‌ କରିଛନ୍ତି।

ଯାହା ଫଳରେ ନୂଆ ସିରିଜ୍‌ର ୨୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍ ଅଧିକ ମାତ୍ରାରେ ଜାଲିଆତି କରାଯାଇଥିବା ଜଣାଯାଇଛି। ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ରେକର୍ଡ ଅନୁଯାୟୀ,୨୦୧୮ରେ ୨,୬୧,୮୬୦ ଖଣ୍ଡ ଏବଂ ୨୦୧୯ରେ ୨,୧୯,୯୩୮ ଖଣ୍ଡ ନକଲି ନୋଟ୍‌ ଜବତ କରାଯାଇଛି। ନକଲି ନୋଟ୍‌ ସଂଖ୍ୟାରେ ଅଚାନକ ଏଭଳି ବୃଦ୍ଧି ଦେଶର ସୁରକ୍ଷା ଏଜେନ୍ସି ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଚିନ୍ତା ବଢ଼ାଇଦେଇଛି। ଯଦିବା ଆର୍‌ବିଆଇ ବାରମ୍ବାର ନୂଆ ନୋଟ୍‌ରେ ସ୍ବତନ୍ତ୍ର ବୈଶିଷ୍ଟ୍ୟ ଆପଣାଇଥିବା କଥା କହୁଛି ଜବତ ନୋଟ୍‌ ସଂଖ୍ୟାରେ ବୃଦ୍ଧି ଏହାର ବିପରୀତ କଥା ଦର୍ଶାଉଛି।

ଛତିଶଗଡ଼ର ନକଲି ଟଙ୍କା କଟକ ମୁହାଁ!
କଟକ: କଟକ ବଜାରରେ ଏବେ ବୁଲୁଛି ନକଲି ଟଙ୍କା। ଗତ ସପ୍ତାହ ଭିତରେ ୩ରୁ ୪ଜଣ ଦୋକାନୀଙ୍କ ଏହାକୁ ନେଇ ଅଭିଯୋଗ ଆସିଛି। ଏହାଛଡ଼ା ଶନିବାର ରାତିରେ ଅରୁଣୋଦୟ ମାର୍କେଟର ଜଣେ ଦୋକାନୀ ମଧ୍ୟ ଠକାମିର ଶିକାର ହୋଇଛନ୍ତି। ନକଲି ଟଙ୍କାଗୁଡ଼ିକ ଅସଲି ଟଙ୍କା ସହ ଏଭଳି ଅବିକଳ କରାଯାଇଛି ଯେ ଯେ କେହି ଭକୁଆ ପାଲଟିଯିବ। ଦେଖିବାକୁ ସମାନ। ହାତ ମାରିଲେ ବି ଜଣାପଡ଼ୁନି। ଟଙ୍କା କାଗଜର ମୋଟେଇ ବି ଭିନ୍ନ ନୁହେଁ। କିଛି ଦିନ ହେବ ଲଗାତାର ଭାବେ କଟକ ବଜାରରେ ନକଲି ଟଙ୍କା ନେଣଦେଣରେ ବ୍ୟବହାର ହେଉଥିବା ଅଭିଯୋଗ ଉଠିଥିବା ବେଳେ ମୋଟ କେତେ ନକଲି ଟଙ୍କା ଏବେ ବଜାରରେ ଉପଲବ୍ଧ ଅଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅରୁଣୋଦୟ ମାର୍କେଟରେ ତେଜରାତି ଦୋକାନ କରିଥିବା ବ୍ୟକ୍ତିଙ୍କ ଘର ଜଗତପୁର ଅଞ୍ଚଳରେ। ସେ ଗତକାଲି ଏକ ୧୦୦ ଟଙ୍କିଆ ନୋଟ୍‍ ରଖି ସାମଗ୍ରୀ ଦେଇଥିଲେ।

ହେଲେ ଦୋକାନ ବନ୍ଦ କରି ରାତିରେ ଘରକୁ ଫେରିବା ବେଳେ ପେଟ୍ରୋଲ ଟାଙ୍କିରେ ଗାଡ଼ିରେ ତେଲ ଭରିବାକୁ ଯାଇଥିଲେ। ଏଠାରେ ୧୦୦ଟଙ୍କିଆ ନୋଟ୍‍ଟି ନକଲି ବୋଲି କହିଥିଲା ତେଲ ଟାଙ୍କିର କର୍ମଚାରୀ। ଏହାକୁ ନେଇ ଉକ୍ତ ବ୍ୟକ୍ତି ଓ ଟାଙ୍କିର କର୍ମଚାରୀଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ତେବେ ନକଲି ନୋଟ୍‍ଟି ସମ୍ପୂର୍ଣ୍ଣ ଭାବେ ଅସଲିି ଟଙ୍କା ସହ ମେଳ ଖାଉଥିବା ଦେଖିବାକୁ ମିଳିଥିଲା। ତେଲ ଟାଙ୍କିର କର୍ମଚାରୀଙ୍କ କହିବା ଅନୁଯାୟୀ, ନକଲି ଟଙ୍କାଟି ପ୍ରାୟ ୯୫ ପ୍ରତିଶତ ଅସଲି ଟଙ୍କା ସହ ସମାନ ଥିଲା। କେବଳ ଆରବିଆଇ(ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ) ଦ୍ୱାରା ଦିଆଯାଇଥିବା ୨ଟି ସ୍ୱତନ୍ତ୍ର ଦାଗକୁ ଦେଖି ଏହା ନକଲି ବୋଲି ଜଣାପଡ଼ିଲା। ହେଲେ ହାତରେ ଧରିବା ବେଳେ ଏହା ନକଲି ବୋଲି ଆଦୌ ଅନୁଭବ ହୋଇ ନଥିଲା। ଏଠାରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, କଟକର ଅନେକ ବ୍ୟବସାୟୀ ଏଭଳି ନକଲି ଟଙ୍କାର ଶିକାର ହୋଇ ଥାଇ ପାରନ୍ତି। କଟକ ହେଉଛି ବ୍ୟବସାୟିକ କେନ୍ଦ୍ରର ପେଣ୍ଠସ୍ଥଳୀ। ଦିନ ରାତି ବଜାରରେ ଭିଡ଼। ଏଭଳି ସ୍ଥଳେ ୧୦୦ଟଙ୍କିଆ ନୋଟକୁ ସଠିକ ଭାବେ ଯାଞ୍ଚ କରିବା ସମ୍ଭବପର ନୁହେଁ। ତେବେ ବାଦାମବାଡ଼ିରୁ ଲିଙ୍କରୋଡ ପର୍ଯ୍ୟନ୍ତ ଅନ୍ୟ ୩ଟି ଦୋକାନୀ ସମାନ ଅଭିଯୋଗ ଉଠାଇଛନ୍ତି। ଇଲେକ୍ଟ୍ରି ଦୋକାନ କରିଥିବା ଶଙ୍କରପୁରର ଜଣେ ଯୁବକ କୁହନ୍ତି, ତାଙ୍କ ଦୋକାନର ଜଣେ ନିୟମିତ ଗ୍ରାହକ ଅଛନ୍ତି। ଗ୍ରାହକ ଜଣଙ୍କ ଜଣେ କଣ୍ଟ୍ରାକ୍ଟର। ତାଙ୍କର ୪୦ହଜାର ଟଙ୍କା ବକେୟା ରାଶି ଥିଲା। କିଛି ଦିନ ତଳେ ସେ ୩୫ହଜାର ଟଙ୍କା ଆଣି ଦୋକାନରେ ଦେଇ ଯାଇଥିଲେ। ଏହା ପରଦିନ ଟଙ୍କାକୁ ନେଇ ବ୍ୟାଙ୍କରେ ଡିପୋଜିଟ କରିବାକୁ ଯିବା ବେଳେ ୨ଟି ୫୦୦ଟଙ୍କିଆ ନୋଟ ନକଲି ଥିବା ଜଣାପଡ଼ିଥିଲା। ପରେ ଉକ୍ତ କଣ୍ଟ୍ରାକ୍ଟରଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସେ ଏହା ବଦଳ କରି ନେଇଥିଲେ ଓ ଅବଶିଷ୍ଟ ୧୦୦୦ ଟଙ୍କା ଦେଇଥିଲେ। ହେଲେ କିଛି ଦିନ ହେବ କଟକର ବିଭିନ୍ନ ଦୋକାନରେ ଏଭଳି ନକଲି ଟଙ୍କା ପହଞ୍ଚୁଛି ବୋଲି ଉକ୍ତ ଯୁବକ ଜଣଙ୍କ କହିଥିଲେ।

ସୂଚନା ଯୋଗ୍ୟ, କିଛି ଦିନ ତଳେ କୋରାପୁଟରେ ୮ କୋଟି ଟଙ୍କାର ନକଲି ନୋଟ୍‍ ଜବତ କରିଥିଲା ପୁଲିସ। ଛତିଶଗଡ଼ରେ ଏହି ନକଲି ଟଙ୍କା ତିଆରି କାରଖାନା ଥିବା ଜଣାପଡ଼ିବା ସହିତ ଉକ୍ତ ଘଟଣାରେ ୩ଜଣ ଗିରଫ ହୋଇଥିଲେ। କଟକରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ଶ୍ରେଣୀର ଲୋକ ମଧ୍ୟ ଛତିଶଗଡ଼ର ଅଟନ୍ତି। ବୁଲାବେପାରିମାନେ ମଧ୍ୟ ପ୍ରାୟତଃ ଛତିଶଗଡ଼ର ବାସିନ୍ଦା ଥିବା ଜଣାପଡ଼େ। ଏଣୁ ଛତିଶଗଡ଼ର ନକଲି ଟଙ୍କା ଲିଙ୍କ ଏବେ କଟକ ମୁହାଁ ହେଲାଣି ବୋଲି ସନ୍ଦେହ ହେଉଛି।