IndVsSL - The Sakala

ଆଜିଠାରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍‌‌; ଦଳକୁ ଫେରିଲେ ରୋହିତ-କୋହଲି, ବିଶ୍ୱକପ୍‌‌ ଲାଗି ପ୍ରସ୍ତୁତି ଆରମ୍ଭ
ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଆରମ୍ଭ ହେବ । ଏହିଠାରୁ ମଧ୍ୟ ଭାରତର ଦିନିକିଆ ବିଶ୍ୱକପ୍‌ ପ୍ରସ୍ତୁତି ଆରମ୍ଭ ହେବ। ବିଶ୍ୱକପ୍‌‌ ଭାରତରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ଏଣୁ ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌‌ରୁ ଏହି ପ୍ରସ୍ତୁତି ଆରମ୍ଭ କରିବ। ଏହା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨-୧ରେ ଟି-୨୦ ସିରିଜ୍‌‌ ବିଜୟୀ ହୋଇଛି। ଏହି ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳିଙ୍କୁ ଦିନିକିଆ ଦଳରେ ନିଆଯାଇଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ଅଭିଜ୍ଞ ତଥା ମ୍ୟାଚ୍‌‌ ବିଜେତା ଖେଳାଳିଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ। ଏପରିକି ଟି-୨୦ରେ ବିସ୍ଫୋରଣ କରିଥିବା ସୁର୍ଯ୍ୟକୁମାର ଯାଦବଙ୍କ ପରି ଖେଳାଳି ମଧ୍ୟ ଦିନିକିଆ ଦଳରେ ସ୍ଥାନ ପାଇବା ଲାଗି ଶ୍ରେୟସ ଆୟରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଣୁ ରୋହିତ ଓ ବିରାଟଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଦଳର ଦକ୍ଷତା ବୃଦ୍ଧି ଘଟିଛି। କିନ୍ତୁ ଯଶ୍‌‌ପ୍ରୀତ୍‌‌ ବୁମ୍‌‌ରାଙ୍କୁ ବାଦ୍‌‌ ଦେବା ପରେ ଭାରତୀୟ ବୋଲିଂ କିଛିଟା ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଦିନିକିଆରେ ଶ୍ରୀଲଙ୍କା ଏକ ବିଶ୍ୱବିଜୟୀ ଦଳ ନୁହେଁ। ୨ ବର୍ଷ ପୂର୍ବେ ଏହି ଦଳର ଦକ୍ଷତା ନଥିଲା। କିନ୍ତୁ ଏବେ କିଛିଟା ଉନ୍ନତି ହୋଇଛି। ଏହି ଉନ୍ନତି ସତ୍ତ୍ବେ ଦାସୁନ ସାନକାଙ୍କ ନେତୃତ୍ୱରେ ଗଠିତ ଦଳ ଭାରତକୁ ହରାଇପାରିବ ବୋଲି ଆଶା କରାଯାଉ ନାହିଁ। ଅବଶ୍ୟ ପଡ଼ିଆକୁ ଓହ୍ଲାଇବା ପରେ ଶ୍ରୀଲଙ୍କାର ଦମ୍‌‌ ବଢ଼଼ିଯାଇଥାଏ। ଯାହା ଫଳରେ ନିରପେକ୍ଷ ଭାବେ କହିଲେ ଶ୍ରୀଲଙ୍କା ନିଶ୍ଚିତଭାବେ ଏହି ସିରିଜ୍‌‌ରେ ଲଢ଼େଇ କରିବ।

ଭାରତୀୟ ଦଳ ଗତ ୩ ବର୍ଷ ମଧ୍ୟରେ ଦେଶରେ ମାତ୍ର ୧୨ଟି ଦିନିକିଆ ମ୍ୟାଚ୍‌‌ ଖେଳିଛି। ଏହା ମଧ୍ୟରୁ ଦଳ ୯ଟିରେ ବିଜୟୀ ହୋଇଛି। ଦଳରେ ଆହତ ସମସ୍ୟା ଓ ବିଶ୍ରାମ ନେବା ପରେ ନୂଆ ମନ ନେଇ ଖେଳାଳିମାନେ ଏହି ସିରିଜ୍‌‌ରେ ନୂଆ ବର୍ଷ ଅଭିଯାନ କରିବେ। ବିଶେଷ କରି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ଭାରତୀୟ ଦଳର ଭବିଷ୍ୟତ ନିର୍ଭର କରିବ। ଗତ ଦିନିକିଆରେ ଦ୍ରୁତତମ ଦ୍ୱିଶତକ ହାସଲ କରିଥିବା ଇଶାନ କିସାନଙ୍କୁ ଏହି ମ୍ୟାଚ୍‌‌ରେ ଖେଳାଯିବ ନାହିଁ। ଶୁବମାନ ଗିଲ ତାଙ୍କ ସ୍ଥାନରେ ଖେଳିବେ। ଆଘାତ ଜନିତ କାରଣରୁ ଋଷଭ ପନ୍ତ୍‌‌ ଓ ସଞ୍ଜୁ ସାମସନ ଦଳରେ ନଥିବାରୁ ଏବଂ କିସାନଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍‌‌ ଦେବା ଫଳରେ ଲୋକେଶ ରାହୁଲ ୱିକେଟକିପିଂ କରିବା ସ୍ପଷ୍ଟ ହୋଇଛି।

ରୋହିତ, ଶୁବମାନ, ବିରାଟ, ଲୋକେଶଙ୍କ ପରେ ୫ମ ସ୍ଥାନ ଲାଗି ସୂର୍ଯ୍ୟକୁମାର ଓ ଶ୍ରେୟସଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରୁ ନିଆଯିବ। ବୁମ୍‌‌ରାଙ୍କୁ ଦଳରୁ ବାଦ୍‌‌ ଦେବା ଫଳରେ ମହମ୍ମଦ୍‌‌ ସାମି, ମହମ୍ମଦ୍‌‌ ସିରାଜ ଏହି ମ୍ୟାଚ୍‌‌ରେ ନିଶ୍ଚିତ ଖେଳିବେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ମଧ୍ୟ ସୁରକ୍ଷିତ। ଏଣୁ ଚତୁର୍ଥ ପେସ୍‌‌ ବୋଲର ଭାବେ ଅର୍ଶଦୀପ ସିଂ କିମ୍ବା ଉମ୍ରାନ ମଲିକଙ୍କ ମଧ୍ୟରୁ ଜଣଙ୍କୁ ସାମିଲ କରାଯାଇପାରେ। ସେହପରି ବାମହାତୀ ସ୍ପିନ୍‌‌ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଦିନିକିଆ ଟିମ୍‌‌ରେ ଖେଳିବା ନିଶ୍ଚିତ। ଦ୍ୱିତୀୟ ସ୍ପିନର ଭାବେ ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ନିଆଯାଇପାରେ।

ଟିମ୍ ଇଣ୍ଡିଆକୁ ଝଟ୍‌କା; ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଲେ ଯଶପ୍ରୀତ୍ ବୁମରାହ
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେନି ଭାରତୀୟ ଟିମର ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା । ପିଠିରେ ସମସ୍ୟା କାରଣରୁ ଦୀର୍ଘଦିନ ହେଲା ଦଳରୁ ବାଦ୍‌ ପଡିଥିବା ବୁମରାହ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିପାରିବେ ନାହିଁ ।

କିଛି ଦିନ ତଳେ ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦିନିକିଆ ଶୃଙ୍ଖଳାରେ ଜସପ୍ରୀତ ବୁମରା ଖେଳିବେ ବୋଲି ବିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା। ହେଲେ ଏବେ ବିସିସିଆଇ ନିଜ ନିଷ୍ପତ୍ତି ବଦଳାଇଛି। ଜସପ୍ରୀତ ବୁମରାଙ୍କ ପିଠିରେ ସମସ୍ୟା ହେତୁ ତାଙ୍କୁ ଏତେ ଶୀଘ୍ର ମଇଦାନକୁ ଆଣିବା ଉଚିତ୍ ହେବ ନାହିଁ ବୋଲି ବିସିସିଆଇ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ଆହତ ହୋଇଥିବା ବୁମ୍ରା ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହ୍ୟାବ କରିଥିଲେ। ସେଠାରେ ସେ ଫିଟ ହେବାରୁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ସାମିଲ କରାଯାଇଥିଲା। ତେବେ ମ୍ୟାଚ୍‌ ଖେଳିବା ପାଇଁ ଆବଶ୍ୟକ ଫିଟନେଶ ବୁମ୍ରାଙ୍କ ପାଖରେ ନାହିଁ। ବୁମ୍ରା ବ୍ୟାକ ଇଞ୍ଜୁରୀରୁ ଏଯାଏ ସଂପୂର୍ଣ୍ଣ ଭାବେ ମୁକୁଳି ନାହାନ୍ତି। ମ୍ୟାଚ୍‌ ପାଇଁ ଫିଟ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିବ। ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ରହିଛି। ତେଣୁ ବୁମ୍ରାଙ୍କୁ ସେହି ସମୟରେ ଟିମକୁ କମବ୍ୟାକ କରିବେ ବୋଲି ଆଶା କରାଯାଉଛି।

ଆଜି ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲା, ଉଭୟ ଦଳ ପାଇଁ କର ବା ମର ସ୍ଥିତି
ରାଜକୋଟ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌‌ର ତୃତୀୟ ତଥା ଶେଷ ମୁକାବିଲା । ଆଜିର ମ୍ୟାଚ ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯିବ। ଏହି ସିରିଜ୍‌‌ର ପ୍ରଥମ ମ୍ୟାଚକୁ ଭାରତ ୨ ରନ୍‌‌ରେ ଓ ଦ୍ୱିତୀୟ ମ୍ୟାଚ୍‌‌କୁ ଶ୍ରୀଲଙ୍କା ୧୬ ରନ୍‌‌ରେ ଜିତିବା ପରେ ଏହି ସିରିଜ୍‌‌ ୧-୧ ବରାବର ସ୍ଥିତିରେ ରହିଛି। ଏଣୁ ରାଜକୋଟରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ଏହି ସିରିଜ୍‌‌ କବ୍‌‌ଜା କରିବ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏହି ସିରିଜ୍‌‌ ଖେଳୁଥିବା ଭାରତୀୟ ଦଳରେ ଅନେକ ଯୁବ ଖେଳାଳି ସ୍ଥାନ ପାଇଛନ୍ତି। ଏମାନଙ୍କ ନିକଟରେ ଅଭିଜ୍ଞତା କମ୍‌‌ ରହିଛି। ତଥାପି ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଭଲ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ପ୍ରଥମ ମ୍ୟାଚ୍‌‌କୁ ଭାରତ ଶେଷ ବଲ୍‌‌ରେ ଜିତିବା ପରେ ଦ୍ୱିତୀୟ ମ୍ୟାଚ୍‌‌ରେ ଶ୍ରୀଲଙ୍କା ଖେଳାଳିଙ୍କ ଦବ୍‌‌ଦବା ରହିଥିଲା। ଏହି ମ୍ୟାଚ୍‌‌ରେ ଅକ୍ଷର ପଟେଲ ଓ ଶିବମ ମାଭିଙ୍କ ବ୍ୟାଟିଂ ଦକ୍ଷତା ଦେଖିବାକୁ ମିଳିଥିଲା। କିନ୍ତୁ ଭାରତୀୟ ଦଳର ଅନେକ ଅସୁବିଧା ରହିଛି। ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ୬୦ ରନ୍‌‌ ମଧ୍ୟରେ ଦଳର ଅଧା ବ୍ୟାଟ୍ଟର ପାଭିଲିୟନ ଫେରିଯାଇଥିଲେ। ଏଭଳି ମ୍ୟାଚ୍‌‌ରେ ଟପ୍‌‌ ଅର୍ଡର ବିଫଳ ହେଲେ ଲଢ଼େଇ କରିବା କଷ୍ଟକର। ତଥାପି ପ୍ରଥମ ମ୍ୟାଚ୍‌‌ରେ ପାଣ୍ଡ୍ୟା, ଦୀପକ ହୁଦା ଓ ଅକ୍ଷର ପଟେଲ ସ୍ଥିତି ସମ୍ଭାଳିଥିଲେ ଓ ଦଳକୁ ମ୍ୟାଚ୍‌‌ ଜିତାଇବାରେ ସହାୟତା କରିଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ୍‌‌ରେ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ଓ ଶିବମ ଭାରତର ଦୟନୀତ ସ୍ଥିତିକୁ ଏଡ଼ାଇବାରେ ସମର୍ଥ ହୋଇଥିଲେ। ଏହା ଠିକ୍‌‌ କଥା ଯେ, ଭାରତର ବ୍ୟାଟିଂ ଲାଇନ୍‌‌ ଅପ୍‌‌ ଦୃଢ଼ ରହିଛି। କିନ୍ତୁ ଟପ୍‌‌ ଅର୍ଡର ଫ୍ଲପ୍‌‌ ହେଲେ ଶେଷଭାଗ ବ୍ୟାଟର ସର୍ବଦା ମ୍ୟାଚ୍‌‌ ଜିତାଇବା କଷ୍ଟକର।

ସେହିପରି ଦଳର ଦ୍ୱିତୀୟ ମୁଖ୍ୟ ଅସୁବିଧା ହେଉଛି ପେସ୍‌‌ ବୋଲିଂ। ଏଥିରେ ସମସ୍ତ ଯୁବ ଖେଳାଳି ରହିଛନ୍ତି। ଉମ୍ରାନ ମଲ୍ଲିକ ହୁଅନ୍ତୁ କିମ୍ବା ଅର୍ଶଦୀପ ସିଂ କିମ୍ବା ପ୍ରଥମ ମ୍ୟାଚ୍‌‌ରେ ଡେବ୍ୟୁ କରିଥିବା ଶିବମ ମାଭି, ସମସ୍ତଙ୍କ ନିକଟରେ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳିବାର ଅଭିଜ୍ଞତା କମ୍‌‌ ରହିଛି। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌‌ରେ ଅର୍ଶଦୀପ୍‌‌ ପ୍ରଥମ ୨ ଓଭରରେ ୫ଟି ନୋ ବଲ ପକାଇବା ପରେ ମ୍ୟାଚ୍‌‌ର ଗତିପଥ ବଦଳିଯାଇଥିଲା। ନୋ ବଲ ପକାଇବା ଅର୍ଥ ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ଅପରାଧ କରିବା ସହ ସମାନ ବୋଲି ଅଧିନାୟକ ପାଣ୍ଡ୍ୟା କହନ୍ତି। ଏକଥା ୨୩ ବର୍ଷୀୟ ଫାଷ୍ଟ ବୋଲର ଅର୍ଶଦୀପ ଠିକ୍‌‌ ଭାବେ ବୁଝିଥିବେ ଓ ତୃତୀୟ ମ୍ୟାଚ୍‌‌ରେ ଏହି ଭୂଲକୁ ନିଶ୍ଚିତ ସୁଧାରିନେବେ। ଡେବ୍ୟୁ ମ୍ୟାଚ୍‌‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଶିବମ ଦ୍ୱିତୀୟ ମ୍ୟାଚ୍‌‌ରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଉମ୍ରାନ ମଲିକ ତାଙ୍କ ଲାଇନ୍‌‌ ଉପରେ ନିୟନ୍ତ୍ରଣ ରଖିବାରେ ସମର୍ଥ ହେଉନାହାନ୍ତି। ଏହି ୩ଜଣ ପେସ୍‌‌ ବୋଲର ଯଦି ତାଙ୍କ ତ୍ରୁଟି ନ ସୁଧାରନ୍ତି, ତେବେ ଭାରତ ମ୍ୟାଚ୍‌‌ ଜିତିବା କଷ୍ଟକର।

ହେଡ କୋଚ୍‌‌ ରାହୁଲ ଦ୍ରାବିଡ୍‌‌ କହନ୍ତି, ଆମେ ଭବିଷ୍ୟତ ଲାଗି ଟିମ୍‌‌ ଗଠନ ଉପରେ ଗୁରୁତ୍ୱ ଦେଉଛୁ। ଦଳରେ ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି ଓ ଅଭିଜ୍ଞତା ଅଭାବରୁ ଖରାପ ପ୍ରଦର୍ଶନ କରୁଛନ୍ତି। ଆମେ ବାରମ୍ବାର ଖେଳାଳି ବଦଳାଇବା ସପକ୍ଷରେ ନାହୁଁ। ଏହାର ଅର୍ଥ ତୃତୀୟ ମ୍ୟାଚ୍‌‌ ଲାଗି ଦଳରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌‌।

ଅନ୍ୟପକ୍ଷରେ ରାଜକୋଟ ପିଚ୍‌‌ ଏବେ କିଭଳି ବ୍ୟବହାର କରିବ ତାହାକୁ ନେଇ ସନ୍ଦେହ ରହିଛି। ଏଠାରେ ଦକ୍ଷିଣ ଆଫ୍ରିକା ସହ ଗତବର୍ଷ ଖେଳାଯାଇଥିବା ଶେଷ ମ୍ୟାଚ୍‌‌ରେ ସ୍ପିନରଙ୍କ କମାଲ ଦେଖିବାକୁ ମିଳିଥିଲା। ଭାରତ ଏହି ମ୍ୟାଚ୍‌‌ରେ ୧୬୯ ରନ୍‌‌ କରିବା ପରେ ଦକ୍ଷିଣ ଆଫ୍ରିକାକୁ ୮୭ ରନ୍‌‌ରେ ଆଉଟ କରିଦେଇଥିଲା। ଏଭଳି ପିଚ୍‌‌ରେ ଟସ୍‌‌ର ଭୂମିକା ଗୁରୁତ୍ୱ ହୋଇଥାଏ। ଉଭୟ ଦଳ ଟାର୍ଗେଟ ଚେଜ୍‌‌ ଉପରେ ଗୁରୁତ୍ୱ ଦେଇଥିବାରୁ ଟସ୍‌‌ ଜିତିଲେ ପ୍ରଥମେ ବୋଲିଂ କରିବା ନିଶ୍ଚିତ। ସେ ଯାହାହେଉ ଏହି ମ୍ୟାଚ୍‌‌ଟି ଏସିଆ ଚାମ୍ପିଅନ୍‌‌ ଶ୍ରୀଲଙ୍କା ଜିତି ଦିନିକିଆ ସିରିଜ୍‌‌ ପୂର୍ବରୁ ମନୋବଳ ଦୃଢ଼ କରିବ ବୋଲି ଆଶା ରଖିଛି। ବିଶେଷ କରି ଏହାର ଅଧିନାୟକ ଦୁଇଟି ଯାକ ମ୍ୟାଚ୍‌‌ରେ ନିର୍ଣ୍ଣାୟକ ଭୂମିକା ନେଇଥିବାରୁ ତାଙ୍କ ପ୍ରଦର୍ଶନ ଉପରେ ସିରିଜ୍‌‌ର ଭାଗ୍ୟ ନିର୍ଣ୍ଣୟ ହେବ।

ଏସିଆ କପ୍: ସୁପର-୪ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା
ଦୁବାଇ: ଚଳିତ ଏସିଆ କପ୍‍ ରେ ଭାରତ ଆଜି ସୁପର-୪ରେ ତା’ର ଦ୍ୱିତୀୟ ମ୍ୟାଚ୍‍ ରେ ଶ୍ରୀଲଙ୍କାକୁ ଭେଟିବ। ରବିବାର ଭାରତ ୫ ୱିକେଟରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ଫଳରେ ଭାରତ ପାଇଁ ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍ ରେ ‘କର ବା ମର’ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନଠାରୁ ହାରିବା ପରେ ଭାରତର ବୋଲିଂ ଓ ଫିଲ୍ଡିଂ ଦୁର୍ବଳତା ଓ ଦଳ ଚୟନ ନେଇ ଦ୍ୱନ୍ଦ୍ୱ ପଦାରେ ପଡ଼ିଛି। ଏହି ମ୍ୟାଚ୍‍ ରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ୨୬ଥର ପାଇଁ ଭେଟିବେ। ଟି-୨୦ରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଭଲ ରେକର୍ଡ ରହିଛି। ଗତ ୨୫ଟି ମୁକାବିଲାରେ ଭାରତ ୧୭ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜୟ ବରଣ କରିଛି। ଗୋଟିଏ ମ୍ୟାଚ୍‍ ବାତିଲ ହୋଇଥିଲା।

ଏହାପୂର୍ବରୁ ୨୦୧୬ ମାର୍ଚ୍ଚ ୧ରେ ଢାକାର ମୀରପୁରରେ ଦୁଇଦଳ ଟି-୨୦ ଏସିଆ କପ୍‍ରେ ପରସ୍ପରକୁ ଭେଟିଥିଲେ ଓ ଏଥିରେ ଭାରତ ୫ ୱିକେଟରେ ବିଜୟ ହାସଲ କରିଥିଲା। ଟି-୨୦ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଶ୍ରୀଲଙ୍କା ଦଳରେ ଏକାଧିକ ମ୍ୟାଚ୍‍ ୱିନର ରହିଛନ୍ତି। ଦଳରେ ପଥୁମ ନିଶାଙ୍କା, କୁସଲ ମେଣ୍ଡିସ୍‍, ଦନୁଷ୍କା ଗୁଣତିଲକା ଓ ଭାନୁକା ରାଜପକ୍ଷେଙ୍କ ଭଳି ବ୍ୟାଟର ରହିଛନ୍ତି। ଗତ ଆଫଗାନିସ୍ତାନ ବିପକ୍ଷରେ ଏମାନେ ଦମ୍‍ଦାର ପ୍ରଦର୍ଶନ କରିଛନ୍ତି। ସୁପରଷ୍ଟାର ବିରାଟ କୋହଲି ଓ ଲୋକେଶ ରାହୁଲ ଫର୍ମକୁ ଫେରିବ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର ସାବ୍ୟସ୍ତ ହୋଇଛି। ଦୁବାଇର ଏହି ଷ୍ଟାଡିୟମରେ ଗତ ୫ଟି ଇନିଂସରେ ୧୮୦ରୁ ଊର୍ଦ୍ଧ୍ବ ସ୍କୋର ହୋଇଛି। ତେବେ ପିଚ୍‍ ଉପରେ ସବୁକିଛି ନିର୍ଭର କରେ। ଅପରପକ୍ଷରେ ଶ୍ରୀଲଙ୍କା ଏହି ମ୍ୟାଚ ଜିତି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‍ ରେ ଆଫଗାନିସ୍ତାକୁ ହରାଇଥିବାରୁ ଶ୍ରୀଲଙ୍କ ବିଜୟୀ ହେଲେ ଫାଇନାଲରେ ସ୍ଥାନ ପକ୍କା କରିବାର ନିକଟତର ହେବ। ଶ୍ରୀଲଙ୍କା ଦଳ ଅପରିବର୍ତ୍ତିତ ରହିବ ବୋଲି ଆଶା କରାଯାଉଛି। ଦ୍ରୁତ ବୋଲର ଆଭେସ ଖାନ୍‍ ଉପଲବ୍ଧ ହେଲେ ଭାରତ ୩ ଦ୍ରୁତ ବୋଲର, ଜଣେ ସ୍ପିନର ଓ ଦୁଇଜଣ ଅଲରାଉଣ୍ଡରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ଫଳରେ ରବି ବିଷ୍ଣୋଇଙ୍କ ବଦଳରେ ଅକ୍ଷର ପଟେଲ ଦଳରେ ସ୍ଥାନ ପାଇବେ।

ବଦଳିଲା ଭାରତ-ଶ୍ରୀଲଙ୍କା ସିରିଜ୍ କାର୍ଯ୍ୟସୂଚୀ; ଟେଷ୍ଟ ମ୍ୟାଚ ନୁହେଁ, ପ୍ରଥମେ ଖେଳାଯିବ ଟି-୨୦
ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ଏବଂ ଟେଷ୍ଟ ସିରିଜରେ ପରିବର୍ତ୍ତନ କରିଛି ବିସିସିଆଇ | ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି। ଶ୍ରୀଲଙ୍କା କ୍ରିକେଟ୍ ଦଳ ଚଳିତ ମାସ ଶେଷରେ ଭାରତ ଆସିବ। ଉଭୟ ଦଳ ମଧ୍ୟରେ ତିନୋଟି ଟି-୨୦ ଏବଂ ୨ଟି ଟେଷ୍ଟ ଖେଳାଯିବ | ଦୁଇ ଦଳ ମଧ୍ୟରେ ପ୍ରଥମେ ଫେବୃଆରୀ ୨୫ରୁ ଟେଷ୍ଟ ସିରିଜ୍ ଖେଳାଯିବାର ଥିଲା | କିନ୍ତୁ ଏବେ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି । ପ୍ରଥମେ ଟି-୨୦ ସିରିଜ୍ ଖେଳାଯିବ ଏବଂ ଏହା ଫେବୃଆରୀ ୨୪ରୁ ଆରମ୍ଭ ହେବ । ନୂଆ ସିଡ୍ୟୁଲ ମୁତାବକ ୨୪ ଫେବ୍ରୁଆରୀରୁ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଆରମ୍ଭ ହେବ ।

ଟିମ୍ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୨୪ ଫେବୃଆରୀରେ ଲକ୍ଷ୍ନୌରେ ଖେଳାଯିବ | ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ୨୬ ଏବଂ ୨୭ ଫେବୃଆରୀରେ ଧର୍ମଶାଳରେ ଅନୁଷ୍ଠିତ ହେବ | ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ଟି-୨୦ ସିରିଜ୍ ମାର୍ଚ୍ଚ ୧୩ରୁ ଆରମ୍ଭ ହେବାର ଥିଲା |

ଟି-୨୦ ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳାଯିବ। ଟେଷ୍ଟ୍ ସିରିଜ୍ କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି | ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମାର୍ଚ୍ଚ ୪ରୁ ମୋହାଲିରେ ଖେଳାଯିବ | ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବାଙ୍ଗାଲୋରରେ ମାର୍ଚ୍ଚ ୧୨ ରୁ ଆରମ୍ଭ ହେବ | ଏହାପୂର୍ବରୁ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୫ରୁ ଏବଂ ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୫ରୁ ଖେଳାଯିବାର ଥିଲା |