Ukraine-Russia War - The Sakala

ବିଧ୍ବଂସୀ ହେବ ରୁଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନ ଉପରେ ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ମାଡ଼କଲା ରୁଷିଆ
ନୂଆଦିଲ୍ଲୀ: ପ୍ରାୟ ୩୩ ମାସ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଭୟଙ୍କର ହେବା ସହ ବିଧ୍ବଂସ ସୃଷ୍ଟି କରିବାର ଆଶଙ୍କା ବଢାଇଛି। ରୁଷ ଉପରେ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ୟୁକ୍ରେନକୁ ଆମେରିକା ଅନୁମୋଦ ଦେବା ପରେ ଏହି ଆଶଙ୍କା ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷ ବିପକ୍ଷରେ ଆମେରିକା ପ୍ରସ୍ତୁତ ‘ଏଟିଏସିଏମଏସ୍‌’ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ଅନୁମତି ଦେବା ପରେ ବ୍ରିଟେନ ମଧ୍ୟ ଏହାର ‘ଷ୍ଟର୍ମ ସାଡୋ’ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ୟୁକ୍ରେନକୁ ଅନୁମତି ଦେଇଥିଲା। ଏହାପରେ ୟୁକ୍ରେନ ସେନା ଏହିସବୁ କ୍ଷେପଣାସ୍ତ୍ର ଦ୍ବାରା ରୁଷ ଉପରେ ଆକ୍ରମଣ କରିବା ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ୟୁକ୍ରେନ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଦୃଢ ଜବାବ ଦେବାକୁ ରୁଷ ରାଷ୍ଟ୍ରପତି ପୁତିନ ଧମକ ଦେଇଥିଲା ବେଳେ ଗୁରୁବାର ରୁଷ ସେନା ପୁର୍ବ କେନ୍ଦ୍ରୀୟ ୟୁକ୍ରେନ ସହର ଦିନିପ୍ରୋ ଉପରେ ମାରାତ୍ମକ ଆନ୍ତଃ ମହାଦେଶୀୟ(ଆଇସିବିଏମ୍‌) ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ କରିଛି।

ଏଭଳି ଶ୍ରେଣୀର କ୍ଷେପଣାସ୍ତ୍ର ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରଖିଥିଲା ବେଳେ ରୁଷ ଆଗାମୀ ଦିନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ନେଇ ସଙ୍କେତ ଦେଇଛି। ଗୁରୁବାର କରାଯାଇଥିବା ଏହି ଆକ୍ରମଣ ବେଳେ ଉକ୍ତ ସହରର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ଉଦ୍ୟୋଗସ୍ଥଳକୁ ନିଶାଣ କରାଯାଇଥିଲା। କିନ୍ତୁ ଏଥିରେ କ୍ଷତି ପରିମାଣ କେତେ ରହିଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ରୁଷ ସେନା ପ୍ରଥମଥର ପାଇଁ ୟୁକ୍ରେନ ବିପକ୍ଷରେ ଏହି ଶ୍ରେଣୀର କ୍ଷେପଣାସ୍ତ୍ର ମାଡ଼ କରି ବଡ଼ ସଙ୍କେତ ଦେଇଛି । ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କୁ ଠିକଣା ଜବାବ ଦେବାକୁ ଆବଶ୍ୟକସ୍ଥଳେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ରୁଷ ପଛାଇବ ନାହିଁ ବୋଲି ପୁତିନ କହିଥିଲା ବେଳେ ଆଜିର ଆକ୍ରମଣ ଏ ସମ୍ପର୍କରେ ସଙ୍କେତ ଦେଇଛି ବୋଲି ସାମରିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ରୁଷର ଆକ୍ରମଣକୁ ନେଇ ଯଦି ୟୁକ୍ରେନ ପ୍ରତ୍ୟାକ୍ରମଣ କରେ ତେବେ ଏହି ଯୁଦ୍ଧ ଭୟଙ୍କର ସ୍ଥିତି ଉତ୍ପନ୍ନ କରିବ ବୋଲି ସେମାନେ କହିଛନ୍ତି।

ରୁଷ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, 9/11 ଶୈଳୀରେ ଋଷର ସାରାତୋଭରେ ୩୮ ମହଲା କୋଠାରେ ଆକ୍ରମଣ
କିଭ୍‌: କିଛି ଦିନର ବିରତି ପରେ ପୁଣି ତୀବ୍ର ହୋଇଛି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷ ଉପରେ ୟୁକ୍ରେନର ଜୋରଦାର ଡ୍ରୋନ ଆକ୍ରମଣ । 9/11 ଶୈଳୀରେ ଋଷର ସାରାତୋଭରେ ଥିବା ୩୮ ମହଲା କୋଠାରେ ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ । ୨୦ଟି ଡ୍ରୋନ୍ ମାଡରେ କୋଠା ଭାଙ୍ଗିଯିବା ସହ ଅନେକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନର ଆକ୍ରମଣ ପରେ ଋଷର ଅନେକ ସହର ଅନ୍ଧାର ହୋଇଯାଇଛି। ମସ୍କୋର ଦକ୍ଷିଣ-ପୂର୍ବ ଅଞ୍ଚଳର ଗଭର୍ଣ୍ଣର କହିଛନ୍ତି, ରୁଷର ସାରାତୋଭର ଦୁଇଟି ପ୍ରମୁଖ ସହର ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି । ଜଣେ ମହିଳା ସମତେ ୨ ଜଣ ଆହତ ହୋଇଛନ୍ତି । ଗୋଟିଏ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।

ୟୁକ୍ରେନର ଆକ୍ରମଣ ପରେ ପ୍ରତିଶୋଧରେ କିଭ୍ ଉପରେ ୧୦୦ରୁ ଅଧିକ ଡ୍ରୋନ୍ ଓ ମିସାଇଲ ମାଡ଼ କରିଛି ଋଷ। ସୋମବାର ସକାଳେ ୟୁକ୍ରେନର ରାଜଧାନୀ କିଭ ସମେତ ଅନେକ ସହରରେ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ୟୁକ୍ରେନର ଅନେକ ସହରରେ ଏୟାର ରେଡ୍ ଏବଂ ମିସାଇଲ୍ ସାଇରନ୍ ଶବ୍ଦ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଭୂତଳ ମେଟ୍ରୋ ଷ୍ଟେସନ ଏବଂ ବଙ୍କରରେ ଲୁଚି ଯାଇଛନ୍ତି। ୟୁକ୍ରେନର ରାଜଧାନୀ କିଭର ଏକ ବଡ଼ କୋଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସହରରେ ବିଦ୍ୟୁତ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ, ୨ କୋଠା କ୍ଷତିଗ୍ରସ୍ତ
ମସ୍କୋ: ଥମିବାର ନାଁ ଧରୁନାହିଁ ଋଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ପୁଣି ଥରେ ମସ୍କୋ ଉପରେ ଡ୍ରୋନ୍ ହମଲା କରିଛି ୟୁକ୍ରେନ। ବିଳମ୍ବିତ ରାତିରେ ବଡ଼ ଧରଣର ଆକ୍ରମଣ କରିଛି କୀଭ୍ । ଏଥିରେ ଦୁଇଟି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି।

ଡ୍ରୋନ୍ ଆକ୍ରମଣ ପରେ ମସ୍କୋ ଭାନୁକୋଭା ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଛି। ରୁଷ୍ ସେନା ୟୁକ୍ରେନର ତିନିଟି ଡ୍ରୋନକୁ ନଷ୍ଟ କରିଦେଇଥିବା ଦାବି କରିଛି। ୟୁକ୍ରେନ୍ ସୀମାରୁ ପାଖାପାଖି ୫୦୦ କିଲୋମିଟର ଦୂରରେ ଥିବା ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ରୁଷ୍ ସହ ସଂଘର୍ଷ ବେଳେ ଏହି ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା ।

ମସ୍କୋର ମେୟର ସର୍ଗେଇ ସୋଭୟାନିନ୍ କହିଛନ୍ତି ବିଳମ୍ବିତ ରାତିରେ ଏହି ଆକ୍ରମଣ କରାଯାଇଛି, ଯେଉଁଥିରେ ଦୁଇଟି ବିଲ୍ଡିଂ ନଷ୍ଟ ହୋଇଛି । ହେଲେ କୌଣସି ମୃତହାତ ହୋଇନାହାନ୍ତି ।

ଗିରଫ ହେବେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ! ଆରେଷ୍ଟ ୱାରେଣ୍ଟ ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ
ନୂଆଦିଲ୍ଲୀ(ଏଜେନ୍ସି): ଗିରଫ ହୋଇପାରନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ୟୁକ୍ରେନରେ ଯୁଦ୍ଧ ଅପରାଧକୁ ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛନ୍ତି। ୟୁକ୍ରେନରେ ଶିଶୁଙ୍କ ଅପହରଣ ଏବଂ ବେଆଇନ ଚାଲାଣ ପାଇଁ ପୁଟିନ୍ ଦାୟୀ ବୋଲି କୋର୍ଟ କହିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରି ବଡ଼ ଅପରାଧ କରିଛନ୍ତି ପୁଟିନ । ୟୁକ୍ରେନ ଉପରେ ଆକ୍ରମଣ ଯୋଗୁଁ ହଜାର ହଜାର ଶିଶୁ, ମହିଳା ଓ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିପାଇଁ ଦାୟୀ ପୁଟିନ୍। ତାଙ୍କୁ ଗିରଫ କରିବାର ଆବଶ୍ୟକତା ରହିଛି ବୋଲି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ କହିଛନ୍ତି । ମାନବାଧିକାର ସଂଗଠନଗୁଡିକ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଆଇସିଜେର ପ୍ରି-ଟ୍ରାଏଲ ଚ୍ୟାମ୍ବରରେ ପୁଟିନଙ୍କ ସମେତ ରୁଷିଆର ଶିଶୁ ଅଧିକାର କମିଶନର ମାରିୟା ଆଲେକ୍ସୟେଭନା ଲଭୋଭା-ବେଲୋଭାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି।

ରୁଷ୍‌ ଓ ୟୁକ୍ରେନ୍ ମଧ୍ୟରେ ବିବାଦକୁ ନେଇ ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ରୁଷ୍‌ ରାଷ୍ଟ୍ରପତି ଅକ୍ତିଆର କରିଥିବା ୟୁକ୍ରେନ ଅଞ୍ଚଳରୁ ରୁଷକୁ ବେଆଇନ ଭାବେ ଲୋକଙ୍କ ସ୍ଥାନାନ୍ତରଣର ଯୁଦ୍ଧ ଅପରାଧ ପାଇଁ କଥିତ ରୂପେ ଦାୟୀ ଅଟନ୍ତି । ଅନ୍ୟପଟେ ୟୁକ୍ରେନ ବିରୋଧରେ ଆକ୍ରମଣକୁ ଯୁଦ୍ଧ ବୋଲି କହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ରୁଷ୍‌ । ଏହା ଏକ ଯୁଦ୍ଧ ନୁହେଁ ବରଂ ୟୁକ୍ରେନ ରୁଷ୍‌ ବିରୋଧରେ ନେଇଥିବା ବିଭିନ୍ନ ପଦକ୍ଷେପର ଜବାବ ଦିଆଯାଇଛି ବୋଲି କହିଛନ୍ତି । ରୁଷ୍‌ ଆକ୍ରମଣ କରିବା ପରେ ଲକ୍ଷାଧିକ ଲୋକଙ୍କ ଘର ଉଜୁଡି ଯାଇଛି । ଏହାକୁ ଓ୍ବାର କ୍ରାଇମ ବୋଲି କହିଛନ୍ତି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ।

ଋଷ ବିପକ୍ଷରେ ଆହୁରି ଶକ୍ତିଶାଳୀ ହେବ ୟୁକ୍ରେନ ସେନା; ଆମେରିକାଠାରୁ ଦେବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ
କିଭ୍: ଶକ୍ତିଶାଳୀ ହେବ ୟୁକ୍ରେନ ସେନା । ଏଣିକି ୟୁକ୍ରେନକୁ ଟକ୍କର ଦେବା ଋଷ ପକ୍ଷେ ହୋଇପାରେ କଷ୍ଟକର । କାରଣ ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ବି ଜର୍ମାନୀ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ ଅନୁଷ୍ଠିତ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଙ୍କ ବୈଠକରେ ୟୁକ୍ରେନକୁ ଟ୍ୟାଙ୍କ ଯୋଗାଣ ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ଟ୍ୟାଙ୍କ ଯୋଗାଣ ପୂର୍ବରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ୧୯୮୦ ଦଶକରେ ପ୍ରଥମ ଥର ଲାଗି ଏହି ଧରଣର ଟ୍ୟାଙ୍କର ବ୍ୟବହାର କରିଥିଲା ଆମେରିକା । ୧୨୦ ମିଲିମିଟିର ମେନ୍ ଗନ ଓ ୫୦ କାଲିବର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ୧୫୦୦ ହର୍ଷ ପାଓ୍ବାର ଟର୍ବାଇନ ଇଞ୍ଜିନ ରହିଛି ।

ତେବେ ୟୁକ୍ରେନରେ ଆବ୍ରାହମସ ଟ୍ୟାଙ୍କ ବ୍ୟବହାରର ଯଥାର୍ଥତାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆମେରିକୀୟ ପ୍ରତିରକ୍ଷା କର୍ମକର୍ତ୍ତା । ଇନ୍ଧନର ପର୍ଯ୍ୟାପ୍ତ ଆବଶ୍ୟକତା ଓ ତାଲିମ ପ୍ରଦାନ କଷ୍ଟକର ହୋଇଥିବାରୁ ସେମାନେ ଟ୍ୟାଙ୍କ ଯୋଗାଣକୁ ନେଇ ପ୍ରଶ୍ନ କରିଛନ୍ତି । ସେପଟେ ୟୁକ୍ରେନର ବାରମ୍ବାର ଅନୁରୋଧ ଓ ସହଯୋଗୀ ରାଷ୍ଟ୍ରର ଚାପ ଯୋଗୁ ୧୪ଟି ଲିଓପାର୍ଡ ୨ A6 ଟ୍ୟାଙ୍କ ଯୋଗାଇବାକୁ ଜର୍ମାନୀ ଘୋଷଣା କରିଛି । ଏହି ଟ୍ୟାଙ୍କ ପରିଚାଳନା ଲାଗି ଜର୍ମାନୀରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଚାନସେଲର ଓଲାଫ ସ୍କଜ । ସେପଟେ ଫିନଲ୍ୟାଣ୍ଡ ଓ ପୋଲାଣ୍ଡ ମଧ୍ଯ ୟୁକ୍ରେନକୁ ଅସ୍ତ୍ର ଦେବାକୁ ଘୋଷଣା କରିଛନ୍ତି । ତେଣେ ଏହି ଟ୍ୟାଙ୍କ ଯୋଗାଣ ଘୋଷଣାକୁ ବିରୋଧ କରିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ।

ରୁଷ ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲଙ୍କ ଅନୁରୋଧ ପରେ ଦୁଇଦିନ ପାଇଁ ୟୁକ୍ରେନ ବିରୋଧରେ ଯୁଦ୍ଧବିରତି ନିଷ୍ପତ୍ତି ନେଲା ରୁଷ
ମସ୍କୋ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ । ଏହାରି ଭିତରେ ରୁଷ ପକ୍ଷରୁ ଆସିଛି ଏକ ବଡ ଘୋଷଣା । ଦୁଇଦିନ ପାଇଁ ୟୁକ୍ରେନ ବିରୋଧରେ ଯୁଦ୍ଧବିରତି ନିଷ୍ପତ୍ତି ନେଇଛି ରୁଷ । ଅର୍ଥାତ ରୁଷ ସେନା ଆସନ୍ତା ୬ ଏବଂ ୭ ଜାନୁଆରୀରେ ୟୁକ୍ରେନ ଉପରେ ସମସ୍ତ ପ୍ରକାରର ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ । ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ପାଇଁ ରକ୍ତପାତ ବନ୍ଦ କରିବାକୁ ରୁଷର ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ପୁଟିନ ଅସ୍ଥାୟୀ ଭାବେ ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ଘୋଷଣା କରିଥିବା କ୍ରେମଲିନ ପକ୍ଷରୁ କୁହାଯାଉଛି। ତେବେ ଅସ୍ତ୍ରବିରତି ନେଇ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ଅର୍ଥୋଡକ୍ସ କ୍ରିସମାସ ପୂର୍ବ ୟୁରୋପୀୟ ଦେଶ ଯେମିତି କି ରୁଷ୍, ଗ୍ରୀସ, ଇଥିୟୋପିୟା ଏବଂ ଇଜିପ୍ଟରେ ପାଳନ କରାଯାଇଥାଏ । ସୂଚନାଥାଉକି, ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ୧୧ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଚାଲିଛି । ରୁଷର ଘନଘନ ମିସାଇଲ ଓ ବୋମା ମାଡ଼ରେ ୟୁକ୍ରେନର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ୟୁକ୍ରେନ ବର୍ତ୍ତମାନ ପର୍ଯ୍ୟନ୍ତ ରୁଷ ଆଗରେ ହାର ମାନିନି। ଛୋଟିଆ ଦେଶ ହେଲେ ବି ୟୁକ୍ରେନର ଯବାନମାନେ ରୁଷକୁ କଡ଼ା ଜବାବ ଦେବାରେ ଲାଗିଛନ୍ତି।

ୟୁକ୍ରେନର ମିଜାଇଲ୍ ମାଡରେ ୬୩ ରୁଷୀୟ ଯବାନ ମୃତ, ଅନେକ ଆହତ
ୟୁକ୍ରେନ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତାର ୧୧ମାସ ହେବ ଜାରି ରହିଥିବା ରୁଷ ୟୁକ୍ରେନ୍ ଯୁଦ୍ଧରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି । ରୁଷ ଲଗାତାର ୟୁକ୍ରେନ୍ ଉପରେ ମିଜାଇଲ୍ ତୋପ ମାଡ କରୁଥିବା ବେଳେ ଏହାର ପ୍ରତିଜଵାବ ଦେଉଛି ୟୁକ୍ରେନ୍ । ରୁଷ ସେନା ଉପରେ ୟୁକ୍ରେନ୍ ପ୍ରତି ଆକ୍ରମଣ କରୁଛି । ରୁଷୀୟ ଯବାନଙ୍କ ଉପରେ ଭାରି ପଡୁଛି ୟୁକ୍ରେନକୁ ଆମେରିକା ଦେଇଥିବା ମିଜାଇଲ୍ । ଏହି ଅସ୍ତ୍ର ସାହାଯ୍ୟରେ ୟୁକ୍ରେନ୍ ସେନା ରୁଷ ସେନା ଉପରେ ଘାତକ ଆକ୍ରମଣ କରିଛି । ଯେଉଁଥିରେ ରୁଷର ପାଖାପାଖି ୬୩ ସୈନିକ ମୃତ୍ୟୁବରଣ କରିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ଅନୁସାରେ, ୟୁକ୍ରେନର ଏକ ସହର ମକିଭାକ୍ ରୁଷର କବ୍ଚାରେ ରହିଛି । ସେଠାରେ ରୁଷ ସେନା ଏକ ସେନା ବେସ୍ ନିର୍ମାଣ କରିଥିଲା । ଆଉ ଏହି ସେନା ବେସ୍ ଉପରେ ଗତ ସୋମବାର ୟୁକ୍ରେନ୍ ମିଜାଇଲ୍ ମାଡ କରିଛି । ଯେଉଁଥିରେ ୟୁକ୍ରେନର ୬୩ ଯବାନ ପ୍ରାଣ ହରାଇଛନ୍ତି । ଏହି ଘଟଣା ନେଇ ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ୟୁକ୍ରେନ୍ ସେନା ପକ୍ଷରୁ ଋଷର ଅସ୍ଥାୟୀ ସେନା କ୍ୟାମ୍ପ ଉପରେ ମିଜାଇଲ୍ ଆଟାକ୍ କରାଯାଇଛି । ଏହି ଆକ୍ରମଣରେ ଋଷର ୬୩ଯବାନଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଆକ୍ରମଣରେ କେତେ ଯବାନ ପ୍ରାଣ ହରାଇଛନ୍ତି ତାହା ସଠିର୍ ଭାବେ ସ୍ପଷ୍ଟ ହୋଇନଥିବା ବେଳେ ଆକ୍ରମଣରେ ରୁଷର ପାଖାପାଖି ୪୦୦ ଯବାନ ପ୍ରାଣ ହରାଇଥିବା ୟୁକ୍ରେନ୍ ଦାବି କରିଛି । ଆକ୍ରମଣରେ ବ୍ୟବହାର ହୋଇଥିବା ଅସ୍ତ୍ରଟି ହେଉଛି ‘ଏମ୍.ଏଲ୍.ଆର୍.ଏସ୍ ହିମରସ୍’ । ଏହି ଅସ୍ତ୍ର ଆମେରିକା ୟୁକ୍ରେନକୁ ପ୍ରଦାନ କରିଥିବା ଜଣାପଡିଛି ।

ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ ! ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ପୁଟିନ ଦେଲେ ସଙ୍କେତ
ମସ୍କୋ: ଦୀର୍ଘ ୧୦ ମାସ ପରେ ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ସଙ୍କେତ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ରୁଷକୁ ଦୁର୍ବଳ କରିବା ପାଇଁ ଆମେରିକା ୟୁକ୍ରେନକୁ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରୁଛି ବୋଲି ଭ୍ଲାଦିମର ପୁଟିନ ଅଭିଯୋଗ କରିଛନ୍ତି। ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି “ଆମର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ସମ୍ଭବ ଏହି ଯୁଦ୍ଧକୁ ସମାପ୍ତ କରିବୁ” ଏନେଇ ଋଷ ପକ୍ଷରୁ ଜୋରଦାର ପରିଶ୍ରମ କରାଯାଉଛି ଓ ପୁଟିନ କହିଛନ୍ତି ଯେ ଯେତେଶୀଘ୍ର ଯୁଦ୍ଧ ସମାପ୍ତ ହେବ ତାହା ଉଭୟ ଦେଶପାଇଁ ମଙ୍ଗଳକାରୀ ହେବ ।

ପୁଟିନ ଆହୁରି ମଧ୍ୟ କହିଛନ୍ତି କି, ଆଲୋଚନା ମାଧ୍ୟମରେ ସମସ୍ତ ବିବାଦ ଶେଷ ହୁଏ … ଆମର ବିରୋଧୀମାନେ (ୟୁକ୍ରେନରେ) ଯେତେ ଶୀଘ୍ର ଏହା ହୃଦୟଙ୍ଗମ କରିବେ ସେତେ ଭଲ … ”

ଏହି ସମୟରେ, ଋଷର ସେନା ମୁଖ୍ୟ କହିଛନ୍ତି ଯେ ସେମାନଙ୍କ ସେନା ବର୍ତ୍ତମାନ ପୂର୍ବ ଡୋନେସ୍କ ଅଞ୍ଚଳ ନିୟନ୍ତ୍ରଣକୁ ଫେରାଇ ଆଣିବା ଉପରେ ଧ୍ୟାନ ଦେଉଛି ଯେଉଁଠାରେ ବାଖମୁଟ ସହର ଯୁଦ୍ଧର କେନ୍ଦ୍ର ପାଲଟିଛି।

ପୁଟିନଙ୍କ ଏହି ପ୍ରିତିକ୍ରିୟା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମୀର ଜେଲେନସ୍କୀଙ୍କ ସହ ହ୍ବାଇଟ୍ ହାଉସରେ ବୈଠକ ପରେ ଆସିଛି। ଏହି ବୈଠକରେ ବାଇଡେନ୍ ୟୁକ୍ରେନକୁ ଆମେରିକା ସମର୍ଥନ ବଜାୟ ରଖିବ ବୋଲି କହିଥିଲେ। ସେପଟେ ବୈଠକ ପରେ ଜେଲେସ୍କୀ କହିଥିଲେ ଯେ ସବୁ ବାଧା ସତ୍ୱେ ୟୁକ୍ରେନ ସାହସ ହରାଇନାହିଁ। ୟୁକ୍ରେନ ଦୃଢ଼ ଭାବରେ ଛିଡ଼ା ହୋଇଛି। ଜେଲେସ୍କୀ ଆମେରିକାକୁ ସୈନ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି।

ତାଲିବାନ ସଂଘର୍ଷଠାରୁ ଅଧିକ ଭୟାବହ ୟୁକ୍ରେନ ଯୁଦ୍ଧ; ଦିନକୁ ୫୦ ହଜାର ରାଉଣ୍ଡ ଗୁଳିମାଡ଼ କରୁଛି ରୁଷ୍
କିଭ୍‌: ତାଲିବାନ ଯୁଦ୍ଧଠାରୁ ୟୁକ୍ରେନ ଯୁଦ୍ଧ ଅଧିକ ବିପଜ୍ଜନକ ପାଲଟି ଯାଇଛି। ୟୁକ୍ରେନରେ ରୁଷ୍‌ ଦିନକୁ ଯେତିକି ଗୁଳିମାଡ଼ କରୁଛି ତାହା ଆଫଗାନିସ୍ତାନରେ ମାସେ ସହ ସମାନ ଥିଲା। ତାଲିବାନ ବିରୋଧରେ ରୁଷ୍‌ ଦିନକୁ ୩୦୦ ରାଉଣ୍ଡ ଗୁଳି ମାଡ଼ କରୁଥିଲା। କିନ୍ତୁ ୟୁକ୍ରେନ୍‌ ଉପରେ ଦିନକୁ ୪୦ରୁ ୫୦ ହଜାର ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା। ଏହି ସମୟରେ ୟୁକ୍ରେନ ରୁଷ୍‌ ଉପରେ ୬ରୁ ୭ ହଜାର ରାଉଣ୍ଡ ଗୁଳି ବର୍ଷଣ କରୁଥିଲା। ୟୁରୋପିଆନ କାଉନସିଲର ପ୍ରତିରକ୍ଷା ବିଶେଷଜ୍ଞ କ୍ୟାମିଲେ ଗ୍ରାଣ୍ଡ ଏହି ସୂଚନା ଦେଇଛନ୍ତି। ନାଟୋ ଅଧିକାରୀଙ୍କ ଅନୁଯାୟୀ ଖେରସନ୍‌ରୁ ତଡା ଖାଇବା ପରେ ରୁଷ୍‌ କ୍ରମାଗତ ଭାବେ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାରେ ଲାଗିଛି। ଏଥିଯୋଗୁଁ ୟୁକ୍ରେନରେ ବିଦ୍ୟୁତ ଯୋଗାଣ ଠପ୍‌ ହୋଇଯାଇଛି। ତେବେ ୭୫ ପ୍ରତିଶତ ସିଷ୍ଟମର ପୁନରୁଦ୍ଧାର ହୋଇସାରିଛି। ଏହା ସତ୍ତ୍ବେ ୟୁକ୍ରେନକୁ ସମସ୍ୟାର କଳା ବାଦଲ ଛାଇ ରହିଛି।

ରୁଷ୍‌ ଏୟାର ଷ୍ଟ୍ରାଇକ୍‌ର ସାମ୍‌ନା କରିବା ପାଇଁ ୟୁକ୍ରେନ୍‌ ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ଦେଖାଦେଇଛି। ୟୁକ୍ରେନ ପାଖରେ ଆର୍ଟିଲାରୀ, ଅସ୍ତ୍ରଶସ୍ତ୍ର ଏବଂ ଏୟାର ଡିଫେନ୍ସ ସିଷ୍ଟମ ବହୁତ କମ୍‌ ରହିଛି। ଆମେରିକାରେ ମଧ୍ୟ ଅସ୍ତ୍ରଶସ୍ତ୍ର ଅଭାବ ଦେଖାଦେଇଛି। ଏଥିଯୋଗୁଁ ପେଣ୍ଟାଗନ୍‌ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସହାୟତା ଦେଇପାରୁନାହିଁ। ଆମେରିକା ଅସ୍ତ୍ରଶସ୍ତ୍ରର ଏକ ବଡ଼ ଭାଗ ଏବେ ତାଇୱାନ ଏବଂ ଦକ୍ଷିଣ କୋରିଆରେ ରହିଛି। ଚୀନ୍‌ର ଆକ୍ରାମକ ଆଭିମୁଖ୍ୟ ଯୋଗୁଁ ଏହି ଅସ୍ତ୍ରଶସ୍ତ୍ରକୁ ସେଠାରୁ ହଟାଇବା ବି ସମ୍ଭବ ନୁହେଁ।

ଅନ୍ୟପକ୍ଷରେ ରୁଷ୍‌ରେ ମଧ୍ୟ ଅସ୍ତ୍ରଶସ୍ତ୍ର ସମସ୍ୟା ଦେଖାଦେଇଛି। ଏଥିଯୋଗୁଁ ମସ୍କୋ ପୁରୁଣା ଏବଂ ଦୁର୍ବଳ ଆର୍ଟିଲାରୀ ବ୍ୟବହାର କରୁଛି। ରିପୋର୍ଟ ଅନୁଯାୟୀ ରୁଷ୍‌ ଉତ୍ତର କୋରିଆରୁ କ୍ଷେପଣାସ୍ତ୍ର ଏବଂ ଇରାନରୁ ଶସ୍ତା ଡ୍ରୋନ କିଣିବାକୁ ପ୍ରୟାସ କରୁଛି।

ୟୁକ୍ରେନର ଖେର୍‌ସନ୍‌ ସହରରୁ ରୁଷର ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର
କିବ୍: ଦକ୍ଷିଣ ୟୁକ୍ରେନର ପ୍ରମୁଖ ତଥା ବାଣିଜ୍ୟିକ ଖେରସନ ସହରରୁ ରୁଷର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଏନେଇ ରୁଷ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରୁଷର ସୈନ୍ୟମାନେ ଡିନିପ୍ରୋ ନଦୀର ଅପରପାର୍ଶ୍ବକୁ ଚାଲିଯାଇଥିଲା ବେଳେ ୟୁକ୍ରେନ ସେନା ପୁଣି ଏହି ସହରରେ ପ୍ରବେଶ କରିବା ଆରମ୍ଭ କରିଥିବା ଜଣାପଡ଼ିଛି। ଏଠାକାର ନାଗରିକ ୟୁକ୍ରେନ ସୈନ୍ୟଙ୍କୁ ସ୍ବାଗତ କରିବା ସହ ୟୁକ୍ରେନ ପତାକା ଉଡ଼ାଉଥିବା ଦେଖାଯାଇଛି। ଗତ ୯ ତାରିଖରେ ଖେରସନରୁ ସୈନ୍ୟ ପ୍ରତ୍ୟାହାର ସଂପର୍କରେ ରୁଷ ଘୋଷଣା କରିଥିଲା।

ୟୁକ୍ରେନ ଯୁଦ୍ଧ ଦାୟିତ୍ବରେ ଥିବା ରୁଷର କମାଣ୍ଡର ଜେନେରାଲ ସର୍ଗେଇ ସୁରୋଭିକିନଙ୍କ ପରାମର୍ଶକ୍ରମେ ରୁଷ ପ୍ରତିରକ୍ଷା ମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିଲେ। ଅନ୍ୟପକ୍ଷରେ ଏହା ରୁଷ ସୈନ୍ୟଙ୍କ ପରାଜୟ ବୋଲି ୟୁକ୍ରେନ କହିଛି। ୟୁକ୍ରେନ ସୈନ୍ୟଙ୍କ ପ୍ରବଳ ଆକ୍ରମଣ ଯୋଗୁଁ ରୁଷ ସୈନ୍ୟ ପଳାୟନ କରିଛନ୍ତି ବୋଲି ୟୁକ୍ରେନ କହିଛି। ୟୁକ୍ରେନ ସୈନ୍ୟ ଗୋରଦାର ଆକ୍ରମଣ କରି ରୁଷ ସୈନ୍ୟଙ୍କ କବଳରୁ ଖେରସନର ୧୨ଟି ଜନବସତିକୁ ମୁକ୍ତ କରିଛି ବୋଲି କହିଛି। କିନ୍ତୁ ୟୁକ୍ରେନର ଅନ୍ୟ ବହୁ ପ୍ରମୁଖ ଅଞ୍ଚଳରେ ଏବେ ମଧ୍ୟ ରୁଷର କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ ଜାରି ରହିଛି।

ତେବେ ଖେରସନରୁ ରୁଷର ସୈନ୍ୟ ପ୍ରତ୍ୟାହାର ଯୁଦ୍ଧକୁ ଏକ ନୂଆ ମୋଡ଼ ଦେବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ରୁଷ ଏକ ଲକ୍ଷରୁ ଅଧିକ ସୈନ୍ୟ ହରାଇଛି ବୋଲି ଆମେରିକା କହିଥିଲାବେଳେ ଏହାକୁ ଦୃଷ୍ଟିରେ ରଖି ରୁଷ ପଛଘୁଞ୍ଚା ଦେଇଛି ବୋଲି କହିଛି। କିନ୍ତୁ ଖେରସନ ଅଞ୍ଚଳରୁ ରୁଷର ସେନା ପ୍ରତ୍ୟାହାର ପଛରେ ଅନ୍ୟ କିଛି କାରଣ ରହିଛି ବୋଲି ସାମରିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନକୁ ସଶକ୍ତ କରିବା ଲାଗି ଆମେରିକା ଆଉ ୪୦୦ ନିୟୁତ ଡଲାର ସହାୟତା ଯୋଗାଇ ଦେଇଛି।

ରୁଷ୍‌ର ନିଶାଣରେ ୟୁକ୍ରେନର ପ୍ରମୁଖ ପ୍ରତିଷ୍ଠାନ; କିଭ୍ ସହ ବହୁ ସହରରେ ୫୦ କ୍ଷେପଣାସ୍ତ୍ର ମାଡ଼
କିଭ୍‌: ୟୁକ୍ରେନର ବହୁ ସହର ଉପରେ ରୁଷ ସେନା ସୋମବାର ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଛି। ରାଜଧାନୀ କିଭ୍‌ ସମେତ ଖାରକିଭ୍‌, ଚେରକାସୀ, ଭିନିସିଆ ଏବଂ ଜାପୋରିଝିଆ ଆଦି ସହରକୁ ଟାର୍ଗେଟ କରି ୫୦ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। କେବଳ ଖାରକିଭ୍‌ ସହର ଉପରେ ୪୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଯୁଦ୍ଧକ୍ଷେତ୍ରକୁ ବାଦ୍‌ ଦେଇ ରୁଷ ସେନା ଜନବସତି ଏବଂ ୟୁକ୍ରେନର ପ୍ରମୁଖ ଭିତ୍ତିଭୂମିକୁ ଟାର୍ଗେଟ କରିଛି।

ସୋମବାର ହୋଇଥିବା ଆକ୍ରମଣରେ ପ୍ରାୟ ୩.୫୦ ଲକ୍ଷ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି। ଏହାବ୍ୟତୀତ ଜନବସତିକୁ ମଧ୍ୟ ରୁଷ ସେନା ଛାଡୁ ନାହାନ୍ତି ବୋଲି ସେ କହିଛନ୍ତି। ତେବେ ସୋମବାର ହୋଇଥିବା ଆକ୍ରମଣରେ ମୃତାହତଙ୍କ ସମ୍ପର୍କରେ ୟୁକ୍ରେନ ପକ୍ଷରୁ କିଛି କୁହାଯାଇ ନାହିଁ। କିନ୍ତୁ କିଭ୍‌ ଏବଂ ଖାରକିଭ୍‌ର ସର୍ବାଧିକ ଅଞ୍ଚଳ ଏବେ ଅନ୍ଧକାରମୟ ହୋଇପଡ଼ିଛି। ଏହି ସହରଗୁଡିକର ବିଦ୍ୟୁତ କେନ୍ଦ୍ର ସମେତ ଅନ୍ୟ ପ୍ରମୁଖ ପ୍ରତିଷ୍ଠାନଗୁଡିକ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରାଯାଇ ଧ୍ବସ୍ତବିଧ୍ବସ୍ତ କରି ଦିଆଯାଇଥିବା କୁହାଯାଇଛି। ଫଳରେ ୟୁକ୍ରେନର ସ୍ଥିତି ପୂର୍ବାପେକ୍ଷା ଆହୁରି ଜଟିଳ ହେବାରେ ଲାଗିଛି।

ଅନ୍ୟପକ୍ଷରେ ରୁଷିଆର ଏକ କ୍ଷେପଣାସ୍ତ୍ରକୁ ୟୁକ୍ରେନ ସେନା ମାଡ଼ କରି ଖସାଇ ଦେଇଥିଲାବେଳେ ଏହା ମାଲଡୋଭା ଗ୍ରାମାଞ୍ଚଳରେ ପଡ଼ିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। କ୍ଷେପଣାସ୍ତ୍ର ବ୍ୟତୀତ ରୁଷ ସେନା ପକ୍ଷରୁ ବିଭିନ୍ନ ସହରରେ ଡ୍ରୋନ ଦ୍ବାରା ମଧ୍ୟ ଆକ୍ରମଣ ଜାରି ରହିଛି। କୃଷ୍ଣ ସାଗରରେ କ୍ରିମଆ ନିକଟରେ ରହିଥିବା ରୁଷିଆର ଏକ ଯୁଦ୍ଧ ଜାହାଜ ଉପରେ ୟୁକ୍ରେନ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯିବା ପରେ ରୁଷ ସେନା ପ୍ରତିଶୋଧ ପରାୟଣ ହୋଇ ସୋମବାର ଏଭଳି ଆକ୍ରମଣ କରିଛି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି।

ଆମେରିକାକୁ ପୁଣି ରୁଷର ଚେତାବନୀ; ୟୁକ୍ରେନ୍ ଯୁଦ୍ଧରେ ସାମିଲ୍ ହେଲେ ସାଟେଲାଇଟ ଉଡ଼ାଇ ଦେବାକୁ ଧମକ
ମସ୍କୋ : ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଦିନକୁ ଦିନ ଧମକ ପ୍ରତିଧମକ ମଧ୍ୟରେ ଛାରଖାର ହେଉଛି ୟୁକ୍ରେନ୍ । ତେବେ ଏପରି ସମୟରେ ଆମେରିକା ଓ ତା’ର ସହଯୋଗୀ ଦେଶମାନେ ଯଦି ୟୁକ୍ରେନ ଯୁଦ୍ଧରେ ସାମିଲ ହୁଅନ୍ତି ତେବେ ସେସବୁ ଦେଶମାନଙ୍କ ବେସାମରିକ ସାଟେଲାଇଟଗୁଡ଼ିକୁ କ୍ଷେପଣାସ୍ତ୍ର ମାଡ଼ କରି ଉଡ଼ାଇ ଦେବାକୁ ରୁଷ ଧମକ ଦେଇଛି । ରୁଷ୍ ବୈଦେଶିକ ମନ୍ତ୍ରାଳୟର ନିରସ୍ତ୍ରୀକରଣ ଓ ଅସ୍ତ୍ରଶସ୍ତ୍ର ବିଭାଗର ନିର୍ଦ୍ଦେଶକ କନଷ୍ଟାଂଟିନ୍ ଭୋରୋନଷ୍ଟୋଭ ଏହା କହିଛନ୍ତି । ସେ କହିଛନ୍ତି, ୟୁକ୍ରେନ୍ ଯୁଦ୍ଧରେ ସହାୟତା ପାଇଁ ପାଶ୍ଚାତ୍ୟ ସାଟେଲାଇଟର ବ୍ୟବହାର ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଆଉ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରୁଷ୍, ଅର୍ଦ୍ଧବେସାମରିକ ସାଟେଲାଇଟ୍ ଗୁଡ଼ିକୁ ଟାର୍ଗେଟ୍ କରିବ । ୟୁକ୍ରେନ ଉପରେ ପ୍ରଥମେ ପରମାଣୁ ଆକ୍ରମଣ ଧମକ । ଆଉ ଏବେ ସାଟେଲାଇଟ୍ ଉଡାଇବାକୁ ଧମକ ଦେବା ପରେ ରୁଷ୍ ଆଗକୁ ଆହୁରି ଆକ୍ରମଣାତ୍ମକ ହେବ ବୋଲି କୁହାଯାଉଛି ।

ଅନ୍ୟପଟେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷ । ପରମାଣୁ ଆକ୍ରମଣ ଲାଗି ବଡ଼ ଧରଣର ଅଭ୍ୟାସ ଆରମ୍ଭ କରିଛି ରୁଷିଆ ସେନା । କ୍ରେମଲିନ୍ ପକ୍ଷରୁ କୁହାଯାଇଛି, ରାଷ୍ଟ୍ରପତି ପୁଟିନଙ୍କ ନେତୃତ୍ୱରେ ବାଲାଷ୍ଟିକ୍ ଓ କ୍ରୁଜ୍ ମିସାଇଲ୍ ଅଭ୍ୟାସ ଆରମ୍ଭ କରିଛି ରୁଷ ସେନା । ପରମାଣୁ ଅସ୍ତ୍ର ବହନ କରୁଥିବା ମିସାଇଲ ବ୍ୟବହାର ପାଇଁ ଅଭ୍ୟାସ କରାଯାଇଛି । କ୍ଷେପଣାସ୍ତ୍ରଗୁଡିକ ପରୀକ୍ଷଣ ମଧ୍ୟ କରାଯାଇଛି । ବଡ଼ କଥା ହେଉଛି, କଂଟ୍ରୋଲ ରୁମ୍ରେ ବସି ଟିଭିରେ ଏହି ଯୁଦ୍ଧାଭ୍ୟାସର ଅନୁଧ୍ୟାନ କରିଛନ୍ତି ପୁଟିନ୍ । ବୁଡାଜାହାଜରୁ ମିସାଇଲ ପରୀକ୍ଷଣର ଫଟୋଚିତ୍ର ରୁଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଛି ।

ପ୍ରାୟ ୮ ମାସ ଟପିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ନୂଆ ରୂପ ନେବାର ଆଶଙ୍କା ଦେଖାଯାଇଛି। ରୁଷ କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆଣବିକ ଯୁଦ୍ଧାସ୍ତ୍ର ପ୍ରୟୋଗ କରିପାରେ ବୋଲି ଆଶଙ୍କା ବଢିଛି। ଏଥିନେଇ ରୁଷ ରାଷ୍ଟ୍ରପତି ପୁତିନ ‘ଡାର୍ଟି ବୋମା’ ଭଳି ଏକ ନୂଆ ଚାଲ ଚଳାଇ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଥିବା କୁହାଯାଉଛି। ୟୁକ୍ରେନ ନିକଟରେ ଏହି ବୋମା ରହିଛି ଏବଂ ‘ଡାର୍ଟି ବୋମା’ ପକାଇ ୟୁକ୍ରେନ ରୁଷକୁ ପ୍ରଭାବିତ କରିବାକୁ ଯୋଜନା କରିଛି ବୋଲି ପୁତିନ କହିଛନ୍ତି। ବାସ୍ତବରେ ଡାର୍ଟି ବୋମା ଆଣବିକ ବୋମା ନ ହେଲେ ମଧ୍ୟ ଏହାର ପ୍ରଭାବ କିଛି କମ୍‌ ନୁହେଁ। ଏଥିରେ ରହିଥିବା ଡିନାମାଇଟ୍‌, ଜୈବିକି ଅସ୍ତ୍ର, ମାରାତ୍ମକ ରାସାୟନିକ ପଦାର୍ଥ ଏବଂ ରେଡିଓ ଆକ୍ଟିଭ୍‌ ପାଉଡର ଆଣବିକ ବୋମା ଭଳି ବିସ୍ଫୋରଣ ନ କଲେ ମଧ୍ୟ ପର୍ଯ୍ୟାପ୍ତ କ୍ଷତି ପହଞ୍ଚାଇବା ସହିତ ଲୋକଙ୍କୁ ଅକର୍ମଣ୍ୟ କରି ଦେବାର କ୍ଷମତା ରଖିଛି। ଆଣବିକ ବୋମା ଭଳି ଏହା ମଧ୍ୟ ସମୂହ ବିନାଶ ପାଇଁ ଯଥେଷ୍ଟ। ତେବେ ୟୁକ୍ରେନ ଏଭଳି ବୋମା ବ୍ୟବହାର କରିବା ପଛରେ ପୁତିନଙ୍କ ଦାବି କେତେ ସତ୍ୟ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।