ChoosetoChallenge - The Sakala

ପଛୁଆ ଜିଲ୍ଲାର ଆଗୁଆ ନାରୀ ‘ଲକ୍ଷ୍ମୀ
ମାଲକାନଗିରି: ନାରୀ ନୁହେଁ ଦୁର୍ବଳା, ନାରୀ ଅଟେ ସବଳା । ଆଜିର ଏହି ସମୟରେ ନାରୀ ମାନେ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସତ କରି ଦେଖେଇଛନ୍ତି । ନିଜେ ସ୍ୱାବଲମ୍ବୀ ହୋଇ ନିଜ ପରିବାର ପ୍ରତିପୋଷଣରେ ନାରୀ କୌଣସି ଗୁଣରେ କମ ନାହାନ୍ତି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଏମ୍‌ଭି ୦୨ ଗ୍ରାମର ଲକ୍ଷ୍ମୀ ସଗଡ଼ିଆ । ନିଜେ ରାଜ ମିସ୍ତ୍ରୀ ରୂପେ କାମ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ଅଞ୍ଚଳରେ ମହିଳାଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଆଜିବି ଶିକ୍ଷାର ହାର କମ ଓ ଯେଉଁଠି ଶିକ୍ଷା ନାହିଁ ସେଠି ରୋଜଗାରର ମଧ୍ୟ ସେତେଟା ସୁଯୋଗ ନାହିଁ । ଆଉ ଏହିଭଳି ଆଦିବାସୀବହୁଳ ଜିଲ୍ଲାରେ ମହିଳା ମାନେ ଅନେକ ସ୍ତରରେ ଶୋଷଣ ତଥା ପଛୁଆ ହୋଇ ରହିଛନ୍ତି । କିନ୍ତୁ ଏଭଳି ସ୍ଥାନରେ ମଧ୍ୟ ଜଣେ ମହିଳା ନିଜ ପରିବାର ପ୍ରତିପୋଷଣ କରିବା ସହ ସ୍ୱାବଲମ୍ବୀ ହୋଇ ଅନ୍ୟପାଇଁ ଉଦାହରଣ ପାଲଟିଛନ୍ତି । ଏ ହେଉଛନ୍ତି ଲକ୍ଷ୍ମୀ, ନାମ ଯେମିତି କାମ ବି ସେମିତି ।

ପିଲାବେଳୁ ସେ ଅଭାବ ଅନାଟନରେ ରହିଥିବା ବେଳେ ନିଜେ ଶ୍ରମିକ ଭାବେ କାମ କରୁଥିଲେ । ଲକ୍ଷ୍ମୀ ବିବାହ ପରେ ମଧ୍ୟ ପରିବାର ପୋଷିବା ପାଇଁ ନିଜ ସଂଘର୍ଷ ଜାରି ରଖିଛନ୍ତି । ଶ୍ରମିକ ଭାବେ କାମ କରି ଲକ୍ଷ୍ମୀ କାମ ଶିଖି ବର୍ତ୍ତମାନ ରାଜ ମିସ୍ତ୍ରୀ ରୂପେ ଅନେକ କାମ କରୁଛନ୍ତି । ମିସ୍ତ୍ରୀରୂପେ ଲକ୍ଷ୍ମୀ କାମ କରି ଅନେକ ଘର ଏବଂ ସରକାରୀ କାର୍ଯ୍ୟାଳୟ ମଧ୍ୟ କରିଛନ୍ତି । ମହିଳା ହୋଇ ନିଜେ ଘରର ଚାରି କାନ୍ଥ ମଧ୍ୟରେ ନ ରହି ସେ ସାହାସ ଜୁଟାଇ ନିଜେ ମିସ୍ତ୍ରୀ ରୂପେ କାମ କରୁଥିବା ବେଳେ ନିଜ ଘରର ମଧ୍ୟ ସମସ୍ତ କାମ ସୁଚାରୁ ରୂପେ କରୁଛନ୍ତି । ମନରେ ସାହସ ଏବଂ ଇଚ୍ଛା ଥିଲେ ଜଣେ ମହିଳା ବି ସବୁ କାମ କରିପାରିବ ଏଇ କଥା ଲକ୍ଷ୍ମୀଙ୍କ ମୂଳ ମନ୍ତ୍ର ରହିଛି । ଆଉ ଲକ୍ଷ୍ମୀଙ୍କୁ ଦେଖି ତାଙ୍କ ଝିଅ ବି ଖୁସି ପ୍ରକାଶ କରିବା ସହ ତାଙ୍କ ଭଳି ସ୍ୱାବଲମ୍ବୀ ହେବାକୁ ଆଶା ରଖିଛନ୍ତି । ଲକ୍ଷ୍ମୀଙ୍କ ସ୍ଵାମୀ ଆନ୍ଧ୍ରପ୍ରଦେଶରେ ଦାଦନ ଖଟିବାକୁ ଯାଇଥିବା ବେଳେ ସେ ନିଜେ ମାଲକାନଗିରି ଜିଲ୍ଲାରେ ଥାଇବି ବେଶ ଭଲ ରୋଜଗାର କରିପାରୁଛନ୍ତି । ନିଜ ଦୁଇ ଛୁଆଙ୍କୁ ଲକ୍ଷ୍ମୀ ଲାଳନ ପାଳନ କରି ବଡ କରିଥିବା ବେଳେ ଲକ୍ଷ୍ମୀଙ୍କୁ ତାଙ୍କ ସାହି ପଡୋଶୀ ବି ବେଶ ପ୍ରଶଂସା କରିବା ସହ ଭଲ ପାଆନ୍ତି । ଜଣେ ମହିଳା ହୋଇ ଲକ୍ଷ୍ମୀ ନିଜର ସଂଘର୍ଷ ଜାରି ରଖିଥିବା କାର୍ଯ୍ୟକୁ ତାଙ୍କ ସମ୍ପର୍କୀୟ ଓ ପଡୋଶୀ ବେଶ ପ୍ରଶଂସା କରିବା ସହ ତାଙ୍କୁ ସହଯୋଗ ମଧ୍ୟ କରନ୍ତି । ଲକ୍ଷ୍ମୀ ଆଜି ଜଣେ ଆଗୁଆ ଏବଂ ସ୍ଵବଲମ୍ବୀ ନାରୀ ବୋଲି ତାଙ୍କ ପଡୋଶୀମାନେ ମତ ରଖିଛନ୍ତି । ମହିଳାଙ୍କ ପାଇଁ ଲକ୍ଷ୍ମୀ ଜଣେ ଆଦର୍ଶ ନାରୀ ପାଲଟିଛନ୍ତି ।

ଆଜି ଅନ୍ତର୍ଜାତୀୟ ମହିଳା ଦିବସ
ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ସାରା ବିଶ୍ବରେ ପାଳନ କରାଯାଏ। ପ୍ରଥମେ ଏହି ଦିବସଟି ଶ୍ରମଜୀବୀ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଥିଲା। ସମାଜରେ ମହିଳାଙ୍କୁ ସମାନ ଅଧିକାର, ନ୍ୟାୟ ପ୍ରଦାନ ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହା ପାଳିତ ହୁଏ। ମହିଳାଙ୍କୁ ସଶକ୍ତ କରିବା ଲାଗି ଏହି ଦିନକୁ ସମର୍ପିତ କରାଯାଇଛି। ଆମେରିକାରେ ସୋସିଆଲିଷ୍ଟ ପାର୍ଟିର ଆହ୍ବାନରେ ଏହି ଦିବସ ପ୍ରଥମେ ୨୮ ଫେବୃଆରୀ ୧୯୦୯ ମସିହାରେ ପାଳିତ ହେଉଥିଲା। ଅଗଷ୍ଟ ୧୯୧୦ ମସିହାରେ ପ୍ରଥମ ବିଶ୍ବ ମହିଳା ସମାବେଶର ଆୟୋଜନ କରାଗଲା। ସେହିଠାରେ ସମ୍ମିଳିତ ସମସ୍ତଙ୍କ ସଦସ୍ୟଙ୍କ ସହମତି କ୍ରମେ ବିଶ୍ବ ମହିଳା ଦିବସର ଅବଧାରଣା କରାଗଲା। ପାଶ୍ଚାତ୍ୟ ଦେଶମାନଙ୍କରେ ବିଶ୍ବ ମହିଳା ଦିବସ ୧୯୭୭ ମସିହା ପରେ ଅଧିକ ଲୋକପ୍ରିୟ ହେଲା ଯେତେବେଳେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯିବା ପାଇଁ ସ୍ଥିର କରାଗଲା। ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଏକ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ। ତେବେ ୧୯୯୬ରେ ପ୍ରଥମଥର ପାଇଁ ଥିମ୍‌ ଉପରେ ଏହି ଦିନକୁ ପାଳନ କରାଯାଇଥିଲା। ଚଳିତବର୍ଷ ମହିଳା ଦିବସର ଥେମ୍ ରହିଛି ‘ୱିମେନ୍ ଇନ୍‌ ଲିଡରସିପ୍: ଆନ୍ ଇକୁଆଲ ଫ୍ୟୁଚର ଇନ୍‌ ଏ କୋଭିଡ୍- ୧୯ ୱାର୍ଲ୍ଡ’ ।