Ranendra Pratap Swain - The Sakala
ଗୃହରେ ମାଲକାନଗିରି ଘଟଣାକୁ ନେଇ ରାଜା ସ୍ଵାଇଁଙ୍କ ଉଦବେଗ: 'ଦେଶରେ ଯେମିତି ମଣିପୁର ଜଳୁଥିଲା ଆଜି ଓଡ଼ିଶାରେ ମାଲକାନଗିରି ଜଳୁଛି'
ଭୁବନେଶ୍ବର: ବିଧାସଭାର ଶୂନ୍ୟକାଳରେ ମାଲକାନଗିରି ଘଟଣାକୁ ନେଇ ରଣେନ୍ଦ୍ର ପ୍ରତାପ (ରାଜା ) ସ୍ଵାଇଁ ଉଦବେଗ ପ୍ରକାଶ କରିଛନ୍ତି। ମାଲକାନଗିରି ଜଳୁଛି। ଆଉ ଗୋଟେ କନ୍ଧମାଳ ହେବାକୁ ଯାଉଛି। ଘର ପୋଡ଼ି ହୋଇଛି।  ଜୀବନ ଯୌବନ ଚାଲି ଗଲାଣି। ଆମେ ବିଧାନସଭାରେ ବସିଛୁ, କିନ୍ତୁ ରାଜ୍ୟର ଗୋଟିଏ ଭାଗ ଜଳୁଛି। ଆଜିକା ଦିନରେ ସେଠିକା ସ୍ଥିତି କଣ ବୋଲି ଗୃହରେ ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଠି ଚୁପ୍ ବସିବେ।  ଅଢେଇ ଲକ୍ଷ ସେଠି ଆଦିବାସୀ। ଦେଶରେ ଯେମିତି ମଣିପୁର ଜଳୁଥିଲା ଆଜି ଓଡିଶାରେ ମାଲକାନଗିରି ଜଳୁଛି। ଆମେ ଆଇନ୍ ପ୍ରଣୟନ କର୍ତ୍ତା ଏଠି ଚୁପ୍ ରହିବା। ବାଚସ୍ପତି ତୁରନ୍ତ ରୁଲିଂ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଏନେଇ ବିବୃତି ରଖନ୍ତୁ।  ନଚେତ୍ ଏକ ଟିମ୍ ସେଠାକୁ ପଠାଯାଉ ବୋଲି ଶୂନ୍ୟକାଳରେ ଦାବି କରିଛନ୍ତି ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।
ଖବର ଅନୁଯାୟୀ, ମୁଣ୍ଡବିହୀନ ମହିଳାଙ୍କ ଶବ ଉଦ୍ଧାର ଘଟଣାକୁ ନେଇ କୋରୁକୁଣ୍ଡା ବ୍ଲକ୍‌ ମାରିବେଡ଼ା ପଞ୍ଚାୟତ ଅଧୀନ ରଖେଲଗୁଡ଼ା ଓ ଏମ୍‌ଭି-୨୬ ଗ୍ରାମରେ ଲାଗି ରହିଥିବା ସଂଘର୍ଷ ଥମିବାର ନାଁ ଧରୁନି।ଗତକାଲି ମଧ୍ୟ ରଖେଲଗୁଡ଼ାର କିଛି ଗ୍ରାମବାସୀ ଏମ୍‌ଭି-୨୬ ଗ୍ରାମର ବହୁ ଲୋକଙ୍କ ଘର ଜାଳି ଦେଇଥିଲେ। ଅପରପକ୍ଷେ, ଏହାର ପ୍ରତିବାଦରେ ୨ ହଜାରରୁ ଊର୍ଦ୍ଧ୍ବ ବଙ୍ଗଳା ଭାଷାଭାଷୀ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରଉ କରିଥିଲେ। ମାଲକାନଗିରିସ୍ଥିତ ଏମ୍‌ଭି-୩ରୁ ସେମାନେ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବଙ୍ଗଳା ଭାଷାଭାଷୀଙ୍କ ବିରୋଧରେ ଅତ୍ୟାଚାର ବଢ଼ୁଥିବା ବେଳେ  ଜିଲ୍ଲା ଏବଂ ପୁଲିସ୍‌ ପ୍ରଶାସନ କାହିଁକି ଚୁପ୍‌ ବସିଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଘଟଣାକୁ ଗୁରୁତ୍ବର ସହ ନେଇ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ଉତ୍ତେଜନା କ୍ରମଶଃ ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛ। ମଙ୍ଗଳବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାସି ସଂଧ୍ୟାରେ ପୁଲିସ ଡିଜି ୱାଇ.ବି ଖୁରାନିଆ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂ, ଏଡିଜି (ଅପରେସନ୍‌) ସଂଜୀବ ପଣ୍ଡା ପ୍ରମୁଖ ମାଲକାନଗିରିରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ।
ସୂଚନାନୁଯାୟୀ, ରାଖେଲଗୁଡ଼ାର ବିଧବା ଲୋକେ ପଡ଼ିଆମି (୫୧) ଗତ ୧ ତାରିଖ ଦିନ ଜମିକୁ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଦୁଇ ଦିନ ପରେ ମହିଳାଙ୍କ ମୁଣ୍ଡବିହୀନ ଶବ ପୋଟେରୁ ନଦୀର ଡୁଡୁମେଟଲା ଗ୍ରାମର ମଶାଣି ନିକଟସ୍ଥ ଏକ ଗଛ କଡ଼ରୁ ଉଦ୍ଧାର ହୋଇଥିଲା। ଲୋକେଙ୍କ ସହ ଏମ୍‌ଭି-୨୬ ଗ୍ରାମର ୩ଜଣଙ୍କ ଜମିବାଡ଼ି ବିବାଦ ଥିବାରୁ ତାଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଛି ବୋଲି ରାଖେଲଗୁଡ଼ା ଗ୍ରାମବାସୀ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ୩ ଦିନ ହେଲା ଉତ୍ତେଜନା ଲାଗି ରହିଛି। ଗତକାଲି ରାଖେଲଗୁଡ଼ା ଗ୍ରାମବାସୀ ଏମ୍‌ଭି-୨୬ ଗ୍ରାମରେ ପଶି ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ଆଜି ମଧ୍ୟ ସମାନ ଘଟଣା ଘଟିଛି। ଏମ୍‌ଭି-୨୬ ଗ୍ରାମରେ ପଶି ରାଖେଲଗୁଡ଼ା ଗ୍ରାମବାସୀ ବହୁ ଘରେ ନିଆଁ  ଲଗାଇ ଦେଇଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ପୁଲିସ ସେମାନଙ୍କୁ ବାରଣ କରିବାରୁ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ଏଥିରେ ୩ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମାଲକାନଗିରି ଏସ୍‌ପି ବିନୋଦ ପାଟିଲ ଏଚ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ପ୍ରତି ନଜର ରଖିଛନ୍ତି।
‌ସେପଟେ, ମୃତ ମହିଳା ଲେ‌ାକେଙ୍କ କଟା ମୁଣ୍ଡ ଖୋଜିବା ପାଇଁ ପୁଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଆଜି ପୋଟେରୁ ନଦୀରେ ଖାନତଲାସି କରିଛନ୍ତି। ଏଥିପାଇଁ ବାଲିମେଳା ଓ ଚିତ୍ରକୋଣ୍ଡାରେ ଡ୍ୟାମ୍‌ ଗେଟ୍‌ ବନ୍ଦ କରି ନଦୀର ଜଳସ୍ତରକୁ କମ୍‌ କରାଯାଇଥିଲା।
ଆବାସିକ ହଷ୍ଟେଲ ଅବ୍ୟବସ୍ଥାକୁ ନେଇ ମୁଲତବି ପ୍ରସ୍ତାବ ଉପରେ ବର୍ଷିଲା ବିଜେଡି
ଭୁବନେଶ୍ବର: ଆଜି ବିଧାନସଭାରେ ଆବାସିକ ହଷ୍ଟେଲ ଅବ୍ୟବସ୍ଥାକୁ ନେଇ ମୁଲତବି ପ୍ରସ୍ତାବ ଉପରେ ବର୍ଷିଥିଲା ବିଜେଡି। ତୋ ବାକ୍ୟ ତୁ ରକ୍ଷା କର ସୌଦାଗର, ଏଭଳି କହି ବିଜେପି ସଦସ୍ୟଙ୍କୁ କଟାକ୍ଷ କରିଥିଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ୯ ମାସରେ ଆଦିବାସୀ ବିଦ୍ୟାଳୟ କେମିତି ଚାଲିଛି ଗୃହରେ ବଖାଣିବା ସହ ଟିକନିକ ତଥ୍ୟ ରଖିଥିଲେ। ୯ ମାସର ବିଜେପି ସରକାରରେ ଆବାସିକ ହଷ୍ଟେଲରେ ୨୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ହେଲେ କେଉଁ କାରଣରୁ ମୃତ୍ୟୁ ହୋଇଛି ସରକାର ତାହା ଜାଣିନାହାନ୍ତି। ଆଜି ଆବାସୀ ହଷ୍ଟେଲରେ ଛାତ୍ରଛାତ୍ରୀ ଅସୁରକ୍ଷିତ, ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ହୋଇ ଛୁଆ ଜନ୍ମ କରୁଛନ୍ତି। ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ନାହିଁ ବୋଲି କହିଛନ୍ତି ରାଜା ସ୍ୱାଇଁ। ବିରୋଧୀ ଥିବାବେଳେ ଯେଉଁକଥା କହିଥିଲେ ଏବେ କ୍ଷମତାରେ ରହିକି ଭୁଲି ଗଲେ କିପରି ବୋଲି ପ୍ରଶ୍ନ କରି ମୋହନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
ଭୁବନେଶ୍ବର: ଧାନ କ୍ୱିଣ୍ଟାଲ ୩୧୦୦ ଟଙ୍କା ଦେବେ, କଟନିଛଟନି ହେବନାହିଁ ବୋଲି ସରକାର ଘୋଷଣା କଲେ। ମାତ୍ର କ୍ଷମତାକୁ ଆସିବାର ଛଅ ମାସ ନ ପୂରୁଣୁ କଟ୍‌ନୀଛଟନୀ କଥା ଭୁଲିଗଲେ ସରକାର। ‘ଏଫ୍‌ଏକ୍ୟୁ’ ବାହାନା ଦେଖାଇ ଏବେ ଧାନ କିଣିବାକୁ ମିଲର୍‌ ଅରାଜି ହେଉଛନ୍ତି। ମନ୍ତ୍ରୀମାନେ କଟ୍‌ନୀଛଟ୍‌ନୀ ହେବନାହିଁ ବୋଲି କେଇଦିନ ତଳେ ଯାହା କହୁଥିଲେ, ଏବେ ସେମାନେ ସେହି କଥାକୁ ପାସୋରି ଦେଇଛନ୍ତି। ଧାନ କ୍ୱିଣ୍ଟାଲ ପିଛା ବିଭିନ୍ନ ଅଞ୍ଚଳରେ ୬ କିଲୋରୁ ୯ କିଲୋ ପର୍ଯ୍ୟନ୍ତ କଟା ଯାଉଛି। ଏପରିକି କଟ୍‌ନୀଛଟନୀକୁ ଆରମ୍ଭରୁ ବିରୋଧ କରୁଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବେ ଏଫ୍‌ଏକ୍ୟୁ କଥା ଉଠାଇ କଟ୍‌ନୀଛଟନୀକୁ ସମର୍ଥନ କରିଛନ୍ତି। ପଶ୍ଚିମ ଓଡ଼ିଶାରେ ଚାଷୀ ବିକଳରେ ସରକାରଙ୍କ ଇନ୍‌ପୁଟ୍‌ ସବସିଡ଼ିକୁ ଅପେକ୍ଷା ନ କରି ମିଲରମାନଙ୍କ ଦଲାଲଙ୍କୁ କମ୍‌ ମୂଲ୍ୟରେ ଧାନ ବିକୁଥିବାବେଳେ ଉପକୂଳ ଅଞ୍ଚଳରେ ଦୁଇଦୁଇଟି ଲଘୁଚାପ ବର୍ଷା ଚାଷୀଙ୍କ ଅଣ୍ଟାରେ ଦେଇଛି ଶକ୍ତ ପାହାର। ବର୍ଷା ଯୋଗୁଁ କ୍ଷେତରେ ଲୋଟୁଥିବା ପାଚିଲା ଧାନ ଦେଖି ଚାଷୀ ଆତ୍ମହତ୍ୟା କରିବା ପରି ମର୍ମନ୍ତୁଦ ଘଟଣା ଘଟିଛି । ‘ଦାନା’ କ୍ଷୟକ୍ଷତିର ମାସାଧିକ କାଳ ବିତି ଯାଇଥିଲେ ସୁଦ୍ଧା ଫସଲ କ୍ଷତି ସହାୟତା ମିଳିନାହିଁ, ଏପରି ଅବସ୍ଥାରେ ଲଘୁଚାପ ଜନିତ କ୍ଷତି ସହାୟତା କେବେ ମିଳିବ ତାହା ଚାଷୀ କଳନା ବି କରିପାରୁ ନାହିଁ। ପ୍ରକୃତିର ଅଦଉତି ସାଙ୍ଗକୁ ସରକାରଙ୍କ ନୀତି ଓ କାର୍ଯ୍ୟ ଚାଷୀଙ୍କ ପାଇଁ ଅଧିକ କଷ୍ଟଦାୟକ ହୋଇଛି । ବିଭିନ୍ନ ବିଭାଗର ମନ୍ତ୍ରୀ ଚାଷୀ ଓ ଚାଷ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ମନ୍ତବ୍ୟ ପ୍ରଦାନ ସରକାରଙ୍କ ଉପରୁ ଚାଷୀଙ୍କ ଆସ୍ଥା ତୁଟାଇ ଦେଇଛି ।
ବରିଷ୍ଠ ବିଜେଡ଼ି ବିଧାୟ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, ଗୋଟିଏ ମାସ ତଳେ ରାଜ୍ୟସରକାର ସୋହେଲା ଠାରେ ଘୋଷଣା କରିଥିଲେ ଚାଷୀଙ୍କୁ ଶୋଷଣ କଲେ ଜେଲ୍ ପଠାଯିବ। ବିଭିନ୍ନ ଜିଲ୍ଲା ଦାୟିତ୍ଵ  ମନ୍ତ୍ରୀମାନଙ୍କୁ ଦିଆଗଲା। ଅଦିନିଆ ବର୍ଷାରେ ଚାଷ ଉଜୁଡି ଯାଇଛି। ୪ ଦିନରେ ୪ ଚାଷୀଙ୍କ ମୃତ୍ୟୁ ଘଟିଲାଣି।  ଇତିହାସରେ ଘଟଣା ବିରଳ ବୋଲି ସେ କହିଛନ୍ତି। ୭୦ ରୁ ୯୦ ପ୍ରତିଶତ ଧାନ ଉଠିଯିବା କଥା, ତାହା ହୋଇନି। ପ୍ରାୟତଃ ସବୁ ଜିଲ୍ଲାରେ ୩ କିମ୍ବା ୪ ତାରିଖ ପରେ ଧାନ ଉଠାଯିବ। ଏହାଦ୍ୱାରା ଅଭାବି ବିକ୍ରି ଆରମ୍ଭ ହେଲାଣି। ଅବ୍ୟବସ୍ଥା ପାଇଁ ସମ୍ବେଦନଶୀଳତା ରହିଲାନି। ଚାଷୀ ପଡୋଶୀ ରାଜ୍ୟର ମିଲରଙ୍କୁ ବାଧ୍ୟ ହେଉଛି ଅଭାବି ବିକ୍ରି କରିବାକୁ। ସରକାରିଙ୍କ ପାଖରେ ଏହାକୁ ମୁକାବିଲା କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେପଟେ ଧାନ ଉଠି ପାରୁନି, ଏପଟେ ଚାଷୀ ଅଭାବୀ ବିକ୍ରି କରୁଛି। ଏହାଦ୍ୱାରା ଆସନ୍ତା ରବି ସିଜିନ୍ ମଧ୍ୟ ପ୍ରଭାବିତ ହେବ। କଟ୍‌ନୀଛଟନୀ ହେବନି ବୋଲି ଘୋଷଣା କରିଥିଲେ ସରକାର ହେଲେ ଏବେ କଣ ଚାଲିଛି ବୋଲି ରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରଶ୍ନ କରିଛନ୍ତି। ବର୍ଷା ପାଇଁ ଧାନ ରଙ୍ଗ ବଦଳି ଗଲା। ସେ ଧାନକୁ ସରକାର ଉଠାଇବେ ନା ନାହିଁ ସ୍ପଷ୍ଟ କରନ୍ତୁ। ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ। ଚାଷୀ ସଂଗଠନ ସହ ଆଲୋଚନା କରି ଚାଷୀକୂଳକୁ ଉଦ୍ଧାର କରନ୍ତୁ ବୋଲି ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।
କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ
ଭୁବନେଶ୍ବର: ନୂଆ ସରକାରର କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ । ୮ ଥରର ବରିଷ୍ଠ ବିଜେଡି ବିଧାୟକ ରାଜା ସ୍ବାଇଁଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ । କାମଚଳା ବାଚସ୍ପତିର ଦାୟିତ୍ବ ଗ୍ରହଣ କରିବା ପରେ ଆଗାମୀ ଜୁନ୍ ୧୭ ଓ ୧୮ ତାରିଖରେ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ରାଜା ସ୍ବାଇଁ । ଏହାପରେ ସେ ବିଧାୟକଙ୍କୁ ଶପଥ ପାଠ କରାଇବା ସହ ବାଚସ୍ପତି ନିର୍ବାଚନ ମଧ୍ୟ ପରିଚାଳନା ମଧ୍ୟ କରିବେ।
ନୂଆ ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ଜୁନ୍ ୧୯ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ଜୁନ୍ ୨୦ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ରଣପୁରର ବିଜେପି ବିଧାୟକ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ପ୍ରାର୍ଥୀ ହେବାକୁ ଯାଉଛନ୍ତି।
କୃଷିରେ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ଲୋକପ୍ରିୟ କରାଇବା ଆବଶ୍ୟକ: କୃଷିମନ୍ତ୍ରୀ
ଭୁବନେଶ୍ୱର:  ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର କୃଷିରେ ଉଲ୍ଲେଖନୀୟ ବିକାଶ ଘଟିଛି । ଖାଦ୍ୟଶସ୍ୟରେ ଏକ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ଆଜି ବଳକା ରାଜ୍ୟରେ ପରିଣତ ହୋଇଛି । ଚାଷୀଭାଇ ଓ ଭଉଣୀମାନଙ୍କ ଅକ୍ଳାନ୍ତ ପରିଶ୍ରମ, ରାଜ୍ୟ ସରକାରଙ୍କ ଦ୍ୱାରା କୃଷି କ୍ଷେତ୍ରରେ କ୍ରମାଗତ ଅଧିକ ପୁଞ୍ଜି ବିନିଯୋଗ ଓ ଯୁଗୋପଯୋଗୀ ଯୋଜନା ପ୍ରଣୟନ ଏବଂ କୃଷି ବୈଜ୍ଞାନିକମାନଙ୍କ ଦ୍ୱାରା ଉଦ୍ଭାବିତ ନୂତନ ଜ୍ଞାନକୌଶଳ କୃଷି କ୍ଷେତ୍ରରେ ସଫଳ ପ୍ରୟୋଗ ଦ୍ୱାରା ରାଜ୍ୟ କୃଷି କ୍ଷେତ୍ରରେ ଆଜି ଏକ ସ୍ୱତ ନ୍ତ୍ର ପରିଚ ୟ ସୃଷ୍ଟି କରିପାର ଛିି ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି କୌଣସି ବିଶ୍ୱବିଦ୍ୟାଳୟର ଅସଲ ପରିଚୟ ହେଉଛି ଏହାର ଗବେଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଶିକ୍ଷାକୁ ବିଶେଷ ଗୁରୁତ୍ୱ ପ୍ରଦାନ କରି ଆସୁଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳ ୟର ଭିତ୍ତିଭୂମି ସୁଦ ଢ଼ୃକରିବା ଓ କୃଷିଶିକ୍ଷା, ଗବେ ଷଣା ଓ ସଂପ୍ରସାରଣ କ୍ଷେତ୍ରରେ ଉନ୍ନତି ଆଣି ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ନିମନ୍ତେ ରାଜ୍ୟ ସରକାର ଚଳିତ ବଜେଟ୍‌ରେ ୧୬୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ନୂତନ ଆହ୍ୱାନର ସଫଳ ମୁକାବିଲା କରିବା ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଓଡ଼ିଶାର କୃଷି-ଜୈବ ବିବିଧତାକୁ ନେଇ ଉନ୍ନତ ଫସଲ କିସମ, ଫସଲ ପରିଚାଳନା, ବୈଜ୍ଞାନିକ ପଦ୍ଧତିରେ ଚାଷ କାର୍ଯ୍ୟ, ଫସଲର ବିବିଧିକରଣ ଏବଂ ଅଣ-ଋତୁର ପନିପରିବା ଚାଷକୁ ଚାଷୀମାନଙ୍କ ମଧ୍ୟରେ ବହୁଳ ଭାବରେ ଆଦୃତ କରାଇବା ଦିଗରେ କୃଷି ବୈଜ୍ଞାନିକମାନଙ୍କ ଗୁରୁଦାୟିତ୍ୱ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଧାନ ବ୍ୟତୀତ ଡାଲିଜାତୀୟ ଫସଲ, ତୈଳବୀଜ, ଅର୍ଥକରୀ ଫସଲ, ଉଚ୍ଚ ମୂଲ୍ୟଯୁକ୍ତ ପନିପରିବା ଓ ଫଳ ଇତ୍ୟାଦି ଅଧିକ ପରିମାଣରେ ଚାଷ କରିବାର ସମୟ ଆସିଛି । ସେହିପରି ସାଂପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ମରୁଡ଼ି ସହନଶୀଳ ଫସଲ କିସମ ବିକାଶ, ଅନ୍ତଃଫସଲ ଚାଷ, ବର୍ଷାଜଳ ସଂରକ୍ଷଣ, ସମନ୍ୱିତ କୃଷି ଓ ମାଛଚାଷ, ପ୍ରାଣୀ ପାଳନ ଆଦି ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ଚାକିରି ସର୍ବସ୍ୱ ନହୋଇ ନୂତନ ଷ୍ଟାର୍ଟଅପ୍‌ ଆଦି ବିକଶିତ କରିବା ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନକୁ ଉପଯୋଗ କରି କୃଷି ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଏହାଦ୍ୱାରା ସେମାନେ ନିଜ ପାଇଁ ତଥା ଅନ୍ୟମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିବେ । ଏଥିସହିତ କୃଷି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଷ୍ଟିରେ ରଖି ମହିଳା-ଉପଯୋଗୀ କୃଷି ଯନ୍ତ୍ରପାତି ଓ ଉପକରଣ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗରୁତ୍ୱାରୋପ କରିଛନ୍ତି ।
ଉତ୍ସବରେ ସଭାପତିତ୍ୱ କରି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ବିଶ୍ୱବିଦ୍ୟାଳୟ ବିଭିନ୍ନ ସମୟରେ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଫସଲ ପ୍ରଜାତି, ପ୍ରାଣୀ ଓ ପକ୍ଷୀର ପ୍ରଜାତି ବିକଶିତ କରି ଉତ୍ପାଦନ ବୃଦ୍ଧି ସହିତ କୃଷକ ଓ ମହିଳାମାନଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିଛି । ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର, ଶିକ୍ଷକ ଓ ଗବେଷକ ବିଦେଶରେ ଶିକ୍ଷାଲାଭ କରୁଛନ୍ତି ।
ଏହାଦ୍ୱାରା ଜ୍ଞାନର ଆଦାନ ପ୍ରଦାନ ସହିତ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ରାଉଳ କହିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା କହିଲେ କୃଷି କ୍ଷେତ୍ରରେ ପାରମ୍ପରିକ ଜ୍ଞାନକୌଶଳର ରୂପାନ୍ତରଣ ସହ ଅଧିକରୁ ଅଧିକ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗର ଆବଶ୍ୟକତା ରହିଛି । ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ ଭାବରେ ମାଣ୍ଡିଆର ଚାରିଗୋଟି ପାରମ୍ପରିକ ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ସାମିଲ କରିଛି ବୋଲି ଶ୍ରୀ ଲେଙ୍କା କହିଥିଲେ ।
ଉତ୍ସବରେ ସଂପ୍ରସାରଣ ଶିକ୍ଷାର ଡିନ୍‌ ଡ. ପ୍ରସନ ଜିତ୍‌ ମଶ୍ର  ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ମହାବିଦ୍ୟାଳୟର ୫୦ ହଜାର ବର୍ଗଫୁଟ ବିଶିଷ୍ଟ ତୃତୀୟ ମହଲାର ଶୁଭ ଉଦ୍‌ଘାଟନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷ ଓ ସଂଗଠନ ଏବଂ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ନୂତନ ୱେବ୍‌ସାଇଟ୍‌, ଓୟୁଏଟି ସଂଗୀତ, କୃଷକଙ୍କ ପାଇଁ ଆପ୍‌, ଓୟୁଏଟି ଭିଡିଓ, ଭ ଜିିଅନ୍‌ ପୁସ୍ତକ, ଚାଷୀ ସଂସାର ପୁସ୍ତିକା ଆଦିର ଶୁଭ ଉନ୍ମୋଚନ କରାଯାଇଥିଲ । ପ୍ରତିଷ୍ଠା ଦିବସ ଅବସରରେ ଓମ୍ବାଡ୍‌ସି ଦ୍ୱାରା ପ୍ରଦତ୍ତ ଆର୍ଥିକ ଅନୁଦାନରେ ଓମ୍ବାଡ୍‌ସି ଜିଲ୍ଲାର ଗ୍ରାମୀଣ ଯୁବକଯୁବତୀଙ୍କ ପାଇଁ ଏକ ସ୍ୱତନ୍ତ୍ର ବର୍ଷିକିଆ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।
ଖାଲିଥିବା ଆଟେଣ୍ଡାଣ୍ଟ ଗ୍ରୁପ୍‌-ଡି ପଦବୀରେ ନିଯୁକ୍ତ ହେବେ ଗୋମିତ୍ର
ଭୁବନେଶ୍ୱର:  କାର୍ଯ୍ୟରତ ଗୋମିତ୍ରମାନଙ୍କୁ ପ୍ରାଣିସଂପଦ ବିକାଶ ଅଧିନସ୍ଥ କାର୍ଯ୍ୟାଳୟ ଗୁଡ଼ିକରେ ଖାଲିଥିବା ଆଟେଣ୍ଡାଣ୍ଟ ଗ୍ରୁପ୍‌-ଡି ପଦବୀରେ ନିଯୁକ୍ତି ଦେବା ନିମନ୍ତେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଆଜି ବିଭାଗ ପକ୍ଷରୁ ୨୦୧୭ ମସିହାରେ ଜାରି କରାଯାଇଥିବା ସଂକଳ୍ପରେ ଆବଶ୍ୟକ ସଂଶୋଧନ କରାଯାଇଛି ।
ସଂଶୋଧିତ ସଂକଳ୍ପ ଅନୁଯାୟୀ ଗ୍ରୁପ୍‌-ଡି ଆଟେଣ୍ଡାଣ୍ଟ ପଦବୀରେ ଗୋମିତ୍ରମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ସଂକଳ୍ପରେ ଗୋଟିଏ ଥର ପାଇଁ କୋହଳ ନୀତି ଅବଲମ୍ବନ କରାଯାଇ ସର୍ବୋଚ୍ଚ ବୟସସୀମା ୪୫ ବର୍ଷରୁ ୫୫ ବର୍ଷକୁ କୋହଳ କରାଯାଇଛି । ନିଯୁକ୍ତି ନିମନ୍ତେ ଗୋମିତ୍ରମାନଙ୍କର ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ଥିବ ଏବଂ ନିଯୁକ୍ତି କମିଟିର ବୈଠକ ବସିବା ବର୍ଷର ଜାନୁଆରୀ ମାସ ପହିଲା ସୁଦ୍ଧା ୫୫ ବର୍ଷ ମଧ୍ୟରେ ହୋଇଥିଲେ ସେମାନଙ୍କୁ ଖାଲିଥିବା ଆଟେଣ୍ଡାଣ୍ଟ ପଦବୀ ପୂରଣ ନିମନ୍ତେ ଅଗ୍ରାଧିକାର ପ୍ରଦାନ କରାଯିବ । ପୂର୍ବରୁ ଏହି ବୟସସୀମା ୪୫ ବର୍ଷ ରଖାଯାଇଥିଲା । ଜିଲ୍ଲାରେ ଗୋମିତ୍ରମାନଙ୍କୁ ଆଟେଣ୍ଡାଣ୍ଟ ପଦବୀରେ ନିଯୁକ୍ତ କରାଯିବା ପରେ ମଧ୍ୟ ଯଦି କୌଣସି ବଳକା ଗୋମିତ୍ର ରହିଯାଇ ଥାଆନ୍ତି, ତେବେ ଗୋମିତ୍ରଙ୍କ ସମ୍ମତି କ୍ରମେ ଅନ୍ୟ ଜିଲ୍ଲାର ଖାଲିଥିବା ଆଟେଣ୍ଡାଣ୍ଟ ପଦବୀରେ ମଧ୍ୟ ନିଯୁକ୍ତି ଦିଆଯାଇପାରିବ । ଏହା ଦ୍ୱାରା ଗୋମିତ୍ରମାନଙ୍କର ଦୀର୍ଘଦିନରୁ ଥିବା ଦାବି ପୂରଣ ହୋଇଛି ।
ବୁଲେଇ ବଙ୍କେଇ କଥା ନକହି ଚାଷୀଙ୍କ ଟଙ୍କା ଦିଅନ୍ତୁ କେନ୍ଦ୍ର ସରକାର- ରାଜ୍ୟ କୃଷିମନ୍ତ୍ରୀ
ଭୁବନେଶ୍ବର: ବୀମା କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ସେମାନେ ବୁଲେଇ ବଙ୍କେଇ କଥା ନ କୁହନ୍ତୁ । ସେ ଟିକିଏ ଆମ ପଇସା ଆମକୁ ଦିଅନ୍ତୁ । ଆମ ମୂଲ ଆମକୁ ଦେବା ସହ ଆମ ଚାଷୀଙ୍କୁ ପଇସା ଦିଅନ୍ତୁ । ଯେତେ ବୀମା କମ୍ପାନୀ ତାକୁ କେନ୍ଦ୍ର ସରକାର ହିଁ ସଟ ଲିଷ୍ଟଡେ କରି ଛାଡି ଥାନ୍ତି। ଏଥିରେ ଏତେ ଲୁଚା ଚୋରା କାର୍ଯ୍ୟ କଣ ପାଇଁ । କେନ୍ଦ୍ର ସରକାର ଚାଷୀ ଆତ୍ମହତ୍ୟାଙ୍କ କଥା ବୁଝିବା ଦରକାର । ଆମ ଓଡିଶାର ଚାଷୀ ପଇସା କେନ୍ଦ୍ର ସରକାର ରିଲିଜ କରନ୍ତୁ । ଆମ ମାନଙ୍କର ଦାୟିତ୍ବ ନୁହେଁ । ବୀମା କମ୍ପାନୀକୁ କିଏ ବାଛେ କେନ୍ଦ୍ର ସରକାର ନା ଆଉ କିଏ । ଇନପୁଟ ସବସିଡ଼ି ଉପରେ ଆମେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଯାଉଛୁ । ଆପଣ ଅପେକ୍ଷା କରନ୍ତୁ । ଆମର ଇନପୁଟ ସବସିଡ଼ି ଉପରେ କାର୍ଯ୍ୟକ୍ରମ ଚାଲିଛି । କିନ୍ତୁ କେନ୍ଦ୍ର ସରକାରଙ୍କୁ ହାତ ଯୋଡି ନିବେଦନ କରୁଛି ଯେଉଁ ନେତା ମାନେ ଅଛନ୍ତି ମଧ୍ୟପ୍ରଦେଶ କେରଳ ଓ ଅନ୍ୟ ରାଜ୍ୟ ମାନଙ୍କରେ ଛତା ଖୋଲୁଛନ୍ତି ତାଙ୍କୁ ନିବେଦନ କରୁଛୁ ସେ ଆସିକି ଆମ ଓଡିଶାର ଚାଷୀ ମାନଙ୍କର ଯାହା ପାଉଣା ତାକୁ ଦେଇ ଦିଅନ୍ତୁ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ଯୋଗୁ ବଢୁଛି ଦରଦାମ୍-ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୁବନେଶ୍ବର: କେବଳ ଯୁଦ୍ଧ ଯୋଗୁ ଦରଦାମ ବଢୁନି। ଗତ ୧୩ ମାସରୁ ଦର ବଢି ଚାଲିଛି। ଏହା କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା। ପେଟ୍ରୋଲ ଡିଜେଲରେ କେନ୍ଦ୍ର ସରକାର ଲୁଟାୟନ କାର୍ଯ୍ୟକ୍ରମ କରିଛନ୍ତି। ଯାହା ଆଗରୁ କେବେ ନଥିଲା। ଯୁଦ୍ଧ ବଢିଲେ, ସପ୍ଲାଏ ଚେନ ଭାଙ୍ଗିଲେ ଆହୁରି ଦର ବଢ଼ିବ। ହେଲେ ଓଡ଼ିଶାରେ ଜାତୀୟ ହାର ସହ ସମାନ୍ତରଲ ରଖିଛୁ।
ଆମେ ନିବେଦନ କରିଛୁ ଯେ, ସେସ ଓ ଟିକସ ଛାଡ଼ କରି ସବୁ ରାଜ୍ୟ ସହ ଆଲୋଚନା କରି କାମ କରନ୍ତୁ। ଗ୍ୟାସରେ ମିଳୁଥିବା ସବସିଡିକୁ ଗତ ବଜେଟରେ ଶୂନ୍ୟ କରି ଦେଲେ। ଗରିବଙ୍କ ଉପରେ ମହଙ୍ଗା ମାଡ଼ ହେଉଛି । ବଡ଼ବଡ଼ିଆ ଖସିଯାଉଛନ୍ତି। କର୍ପୋରେଟ ଟିକସ କମିଛି। ଭାରତ ବର୍ଷର ଅର୍ଥନୀତିକୁ କେନ୍ଦ୍ର ସରକାର ବିଗାଡି ଦେଇଛନ୍ତି। ସେଥି ପାଇଁ ଦରଦାମ ଗତ ୧୩ ମାସରୁ ବଢି ଚାଲିଛି। ସଠିକ ପଦକ୍ଷେପ ନେବାକୁ ଆମେ କେନ୍ଦ୍ର ସରକାରଙ୍କୁ କହୁଛୁ, ହେଲେ ସେମାନେ ନେଉ ନାହାନ୍ତି।
ଗ୍ରାହକ ମୂଲ୍ୟ ସୂଚକାଙ୍କ ଦେଖିଲେ ଜଣାପଡୁଛି ଯେ, ହୋଲସେଲ ମୂଲ୍ୟ କମ ରହିଛି ଓ ଗ୍ରାହକ ମୂଲ୍ୟ ଅଧିକ ରହିଛି। ଯାହା ଓଲଟା ରହୁଛି। ଏହା ବିଚିତ୍ର ଦେଶ। ଏଥିରୁ ଛୋଟ ବ୍ୟବସାୟୀ ମାଡ଼ ଖାଇବେ। ବଡ଼ ବ୍ୟବସାୟୀଙ୍କ ପାଇଁ ଏହି ଖେଳ ଚାଲିଛି। Consumer Price Indexରେ retail inflation ୭.୭୯ ପ୍ରତିଶତ ରହିଛି। ଯାହା ବାରମ୍ବାର ବଢି ଚାଲିଛି। ସେହିପରି Wholesale Price Index ୧୫.୦୮ ପ୍ରତିଶତ। ଯାହା ସର୍ବାଧିକ। ଗତ ୧୭ ବର୍ଷରୁ ଏହା ବଢି ବଢି ଚାଲିଛି। ଦେଶରେ ଅଭାବନୀୟ ପରିସ୍ଥିତି ହେବାକୁ ଯାଉଛି ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
କଅଁଳ କାନ୍ଧରେ ପରିବାର ବୋଝ: ପିଲାମାନେ ଅନଲାଇନରେ ପାଠ ପଢୁଥିବା ବେଳେ ଖାଦ୍ୟ ମୁଠାଏ ପାଇଁ ଚନ୍ଦନଙ୍କ ସଙ୍ଘର୍ଷ
ଭୁବନେଶ୍ବର : କଅଁଳ କାନ୍ଧରେ ପରିବାର ବୋଝ। ପିଲାମାନେ ଅନଲାଇନରେ ପାଠ ପଢୁଥିବା ବେଳେ କେଉଁଠାକୁ ଖାଦ୍ୟ ସନ୍ଧାନରେ ଯିବେ ତାହା ଚିନ୍ତା କରନ୍ତି। ଯେଉଁ ବୟସରେ ସାଙ୍ଗସାଥୀ ମେଳରେ ଖେଳ କୁଦରେ ସମୟ ବିତାଇବା କଥା ସେହି ସମୟ ବିତୁଛି ଘରର ୬ପ୍ରାଣୀଙ୍କ ପେଟ ଚିନ୍ତାରେ। କେତେବେଳେ ଅଳିଆ ଗଦା ତ ଆଉ କେତେବେଳେ ପରିବା ହାଟ। ହାଟରେ ଫିଙ୍ଗା ଯାଉଥିବା ନଷ୍ଟ ପରିବା ଭିତରୁ ଖୋଜାପଡ଼େ ଅଧାନଷ୍ଟ ପରିବା  ଯାହା ତାଙ୍କ ପାଇଁ ଅମୁଲମୂଲ। ବାପା ଭିନ୍ନକ୍ଷମ ହୋଇଥିବାରୁ ୧୩ବର୍ଷ ବୟସୟରେ ୫ପ୍ରାଣୀଙ୍କ ପେଟକୁ ଦାନା ଯୋଗାଉଛନ୍ତି ଚନ୍ଦନ ଦାସ ।
ସ୍ଥାନୀୟ ଗୋପବନ୍ଧୁ ନଗରରେ ବାପା, ମା’, ଜେଜେବାପା ଓ ଦୁଇ ସାନ ଭାଇ ଭଉଣୀଙ୍କ ସହ ରୁହନ୍ତି ଚନ୍ଦନ। ବାପା ରାମ ଦାସଙ୍କର ୨ଟି ହାତ ସମ୍ପୂର୍ଣ୍ଣ ଅକାମୀ ହୋଇଥିବାରୁ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି। ଜେଜେ ବାପା ବି ପରିଣତ ବୟସରେ। ୨ଛୋଟ ଛୁଆଙ୍କୁ ଛାଡ଼ି ମା’ ମଧ୍ୟ କୌଣସି କାମ କରିବାକୁ ସମୟ ପାଇ ପାରୁନାହାନ୍ତି। ଫଳରେ ୬ପ୍ରାଣୀଙ୍କ ପାଇଁ ଚୁଲିମୁଣ୍ଡକୁ ଖାଦ୍ୟ ସାମଗ୍ରୀ ଯୋଗାଇବାର ଦାୟିତ୍ବ ନେଇଛନ୍ତି ଚନ୍ଦନ। ଯେଉଁଦିନ ଚନ୍ଦନ କିଛି ନ ଆଣେ ସେଦିନ ଚୁଲି ଜଳେନି। ତେଣୁ ପାଠପଢ଼ା ବଦଳରେ ବିଭିନ୍ନ ସ୍ଥାନରୁ ଜରି, ବୋତଲ ଗୋଟାଇ ତାହାକୁ ବିକ୍ରି କରିନ୍ତି ଚନ୍ଦନ। ଯାହା ମିଳେ ସେଥିରେ ତେଜରାତି ସାମଗ୍ରୀ କିଣିଥାନ୍ତି । ଯେ ପର୍ଯ୍ୟନ୍ତ କିଛି ନ ମିଳେ ସେ ପର୍ଯ୍ୟନ୍ତ ଘରକୁ ଖାଲି ହାତରେ ଫେରନ୍ତି ନାହିଁ। ଅନେକ ସମୟରେ ସ୍ଥାନୀୟ ହାଟରେ ଜଗି ରହି ପନିପରିବା ଗୋଟାଇ ଆଣନ୍ତି । ନ ହେଲେ ବିଭିନ୍ନ ର ହୋଟେଲ ସାମ୍ନାରେ ଥିବା ଡଷ୍ଟବିନ୍‌ରେ ଫିଙ୍ଗା ଯାଇଥିବା ଖାଦ୍ୟକୁ ଠା ଆଦର ସହିତ ଘରକୁ ନେଇ ଆସନ୍ତି। କେବଳ ଖାଇବା ନୁହେଁ ଜ ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ଛପରଟେ ନାହିଁ ।
ଜେଜେବାପାଙ୍କ ତିଆରି ହୋଇଥିବା ଘର ଅଧାପନ୍ତରିଆ ଭାବେ ପଡ଼ିଛି। ଲଗାଣ ବର୍ଷାରେ ଘର ଭିତରେ ଢ଼ୁ ଢ଼ୁ ବର୍ଷା ପାଣି ପଡ଼ୁଥିବାରୁ ରାତି ରାତି ଅନିଦ୍ରା ହେଉଛନ୍ତି ସମସ୍ତେ। ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ରାଜନେତାଙ୍କୁ ଏସମ୍ପର୍କରେ ଜଣାଇଥିଲେ ବି କେହି ଗୁରୁତ୍ବ ଦେଉନଥିବା ଚନ୍ଦନଙ୍କ ମା’ କହିଛନ୍ତି। ବାପା ତ ଅକ୍ଷମ। ପୁଅକୁ ନେଇ ଅନେକ ସ୍ଵପ୍ନ ଦେଖୁଥିଲି । ହେଲେ ମୋ ପୁଅ ଯଦି ଏହି ବୟସରୁ ପାଠପଢ଼ା ଛାଡ଼ି ଘର ଦାୟିତ୍ବ ନେବ ତେବେ ତାହାର ଭବଷ୍ୟତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ସରକାର ଆମକୁ ସାହାଯ୍ୟ କଲେ ଆମେ ଘର ନିକଟରେ ଏକ ଦୋକାନ କରି ଚଳିବୁ ଆଉ ମୋ ପୁଅ ପାଠ ପଢ଼ିପାରିବ ବୋଲି ନିବେଦନ କରିଛନ୍ତି ଚନ୍ଦନଙ୍କ ମା’ ।
ଓଡ଼ିଶାରେ ୮ଟି ଜିଲ୍ଲାରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ
ଭୁବନେଶ୍ୱର: ଏଣିକି ଦୋକାନୀ ବିକିବେ କେବଳ ହଲମାର୍କ ସୁନା । ଓଡ଼ିଶାରେ ୮ଟି ଜିଲ୍ଲାରେ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
Jewellers will be allowed to sell only 14, 18 and 22 carats of gold jewellery. Gold of additional 20, 23 and 24 carats will also be allowed for hallmarking. Consumers should check Hallmarking before purchasing Jewellery.(2/2)
— Ranendra Pratap Swain (@rajaaswain) June 29, 2021
ହଲମାର୍କ ସୁନା ବିକ୍ରିକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି । କେବଳ ୧୪, ୧୮ଓ ୨୨ କ୍ୟାରେଟ ସୁନା ବିକ୍ରି କରିପାରିବେ ଦୋକାନୀ । ୨୦, ୨୩ ଓ ୨୪ କ୍ୟାରେଟ ସୁନା ମଧ୍ୟ ବିକି ପାରିବେ । ତେଣୁ ହଲମାର୍କ ସୁନା ଦେଖି କିଣିବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗ୍ରାହକଙ୍କୁ ପରାମର୍ଶ ଦେଇଛନ୍ତି ।
ଚାଷୀଙ୍କ ଧାନ କିଣିବା ପାଇଁ କେନ୍ଦ୍ର ସରକାର ଇଛୁକ ନୁହନ୍ତି, ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି- ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ
ଭୁବନେଶ୍ୱର: ଧାନମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବୁଧବାର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରତିକ୍ରିୟା ରଖିଛନ୍ତି । ଚାଷୀଙ୍କ ଧାନ କିଣିବା ପାଇଁ କେନ୍ଦ୍ର ସରକାର ଇଛୁକ ନୁହନ୍ତି। ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ଦିଲ୍ଲୀରେ ଆମ ପଇସା ଦିଅନ୍ତୁ ବୋଲି କାହିଁକି କହୁନାହାନ୍ତି। ଚାଷୀ କୂଳ ଏମାନଙ୍କୁ ପୂରା ଦେଶରେ ଛି କରିଦେଇଛନ୍ତି ବୋଲି କହିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଜନତା ପାର୍ଟିଙ୍କ ସହ ଚାଷୀ ରହିବେନି। ଚାଷୀଙ୍କ ପେଟକୁ ଲାତ ମାରିଛନ୍ତି ଏମାନେ। ଏବେ ସୁଦ୍ଧା ୧୯ ହଜାର କୋଟି ଟଙ୍କାର ଧାନ କିଣାଯାଇଛି। ସେପଟେ ସୁବାସ ପାଣିଗ୍ରାହୀ ତାଙ୍କ ନିଜର ଟିଆରପି ବଢେଇବା ପାଇଁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି। ଆମେ ଦାବି କରୁଛୁ ସେ କ୍ଷମା ମାଗନ୍ତୁ। ରାଜ୍ୟପାଳ ସଂସ୍ଥାର ମୁରବୀ, ପବିତ୍ର ଗୃହର ମର୍ଯ୍ଯାଦା କ୍ଷୁଣ୍ଣ କରିଛନ୍ତି ତେଣୁ ରାଜ୍ୟପାଳଙ୍କୁ ଜଣେଇଛୁ। ଏଯାବତ ୬୧ ଲକ୍ଷ ଟନ ଧାନ ଉଠେଇଛୁ। ବିଜେପି କଂଗ୍ରେସ ଯାହା କରୁଛନ୍ତି ଭୁଲ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି।
ଚଳିତ ବର୍ଷ ସଂଗ୍ରହ ହୋଇଛି ରେକର୍ଡ ସଂଖ୍ଯକ ଧାନ- ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୁବନେଶ୍ବର: ବଜେଟ ଅଧିବେଶନର ତୃତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖିଛନ୍ତି । ଚଳିତବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଚଳିତବର୍ଷ ୫୫.୦୩ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫.୬୧ ଲକ୍ଷ ଟନ୍ ମେଟ୍ରିକ ଟନ୍ ସଂଗ୍ରହ ହୋଇଥିଲା । ଗତବର୍ଷ ଅପେକ୍ଷା ଏଯାଏଁ ୨୧ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି । ମାର୍ଚ୍ଚ ୩୧ ଧାନ କିଣାର ଶେଷ ତାରିଖ ରହିଥିବା ବେଳେ ଆଗକୁ ଆହୁରି ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ମନ୍ତ୍ରୀ ଗୃହରେ ଉତ୍ତର ରଖୁଥିବା ବେଳେ ବିରୋଧୀ ହୋ ହାଲ୍ଲା ବନ୍ଦ କରି ନ ଥିଲେ । ବାଚସ୍ପତିଙ୍କ ପୋଡିୟମ ପାଖରେ ଲଗାତାର ନାରାବାଜି କରିବାରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର ମୁଲତବୀ କରିଛନ୍ତି।