Indian Embassy - The Sakala

ସ୍କଟଲ୍ୟାଣ୍ଡର ରେଷ୍ଟୁରାଣ୍ଟରେ ଭାରତର ତ୍ରୁଟିପୂର୍ଣ୍ଣ ମାନଚିତ୍ର: କ୍ଷୋଭ ପ୍ରକାଶ କଲେ ଲଭଲିନା ବରଗୋହାଇଁ, ହସ୍ତକ୍ଷେପ କଲା ଭାରତୀୟ ଦୂତାବାସ
ଭାରତୀୟ ଅଲିମ୍ପିକ୍ ପଦକ ବିଜେତା ବକ୍ସର ଲଭଲିନା ବରଗୋହାଇଁ ସ୍କଟଲ୍ୟାଣ୍ଡର ଏକ ରେଷ୍ଟୁରାଣ୍ଟରେ ଭାରତର ଏକ ତ୍ରୁଟିପୂର୍ଣ୍ଣ ମାନଚିତ୍ର ଦେଖିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାନଚିତ୍ରରେ ଭାରତର ଉତ୍ତର-ପୂର୍ବାଞ୍ଚଳକୁ ବାଦ୍ ଦିଆଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କଟଲ୍ୟାଣ୍ଡରେ ଥିବା ଭାରତୀୟ ଦୂତାବାସ ମଧ୍ୟ ଉଦବେଗ ପ୍ରକାଶ କରିବା ସହ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷଙ୍କୁ ଦୃଢ଼ ନିନ୍ଦା କରିଛି।

ରେଷ୍ଟୁରାଣ୍ଟରେ ଭାରତର ତ୍ରୁଟିପୂର୍ଣ୍ଣ ମାନଚିତ୍ର

କମନୱେଲଥ ଗେମ୍ସ ୨୦୨୬ ରେ ଐତିହାସିକ ସଫଳତା ପରେ ଭାରତୀୟ ବକ୍ସିଂ ଦଳ ସ୍କଟଲ୍ୟାଣ୍ଡର ଗ୍ଲାସଗୋ ସହରରେ ଥିବା 'ମିଷ୍ଟର ସିଂହସ୍ ଇଣ୍ଡିଆ' (Mister Singh's India) ନାମକ ଏକ ରେଷ୍ଟୁରାଣ୍ଟକୁ ରାତ୍ରୀଭୋଜନ ପାଇଁ ଯାଇଥିଲେ। ସେଠାରେ ଆସାମର ଷ୍ଟାର୍ ବକ୍ସର ଲଭଲିନା ବରଗୋହାଇଁ ରେଷ୍ଟୁରାଣ୍ଟର ଲୋଗୋ ଏବଂ ନାପକିନରେ ଥିବା ଭାରତର ମାନଚିତ୍ର ଉପରେ ନଜର ପକାଇଥିଲେ। ସେ ଦେଖିବାକୁ ପାଇଥିଲେ ଯେ, ସେଥିରେ ଉତ୍ତର-ପୂର୍ବ ଭାରତକୁ ସମ୍ପୂର୍ଣ୍ଣ ରୂପେ କାଟି ଦିଆଯାଇଛି। ଏହାକୁ ନେଇ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜର ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଉତ୍ତର-ପୂର୍ବାଞ୍ଚଳର ଜଣେ ବାସିନ୍ଦା ଭାବରେ ଏହି ଘଟଣା ତାଙ୍କୁ ଗଭୀର ଆଘାତ ଦେଇଛି।

#GlasgowRestaurant Mister Singh’s India has sparked outrage after serving CWG athletes napkin featuring #incompleteMap of India,omitting the #Northeast &parts of J&K.Olympic medallist #LovlinaBorgohain called out the error,saying every part of #India matters&must be represented pic.twitter.com/D90efHhilp

— Anamika Dutta (@AnamikaDutta77) August 2, 2026

ଦୂତାବାସ ଏବଂ ବକ୍ସିଂ ଫେଡେରେସନର ପଦକ୍ଷେପ

ଲଭଲିନାଙ୍କ ଭିଡିଓ ଭାଇରାଲ ହେବା ପରେ ସ୍କଟଲ୍ୟାଣ୍ଡରେ ଥିବା ଭାରତୀୟ ଦୂତାବାସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିଲା। ଏକ ବିବୃତ୍ତି ଜାରି କରି ଦୂତାବାସ ପକ୍ଷରୁ କୁହାଯାଇଥିଲା ଯେ, ଭାରତୀୟ ଖେଳାଳିମାନେ ଯାଇଥିବା ରେଷ୍ଟୁରାଣ୍ଟରେ ଦେଶର ଭୁଲ୍ ମାନଚିତ୍ର ପ୍ରଦର୍ଶନକୁ ସେମାନେ ନିନ୍ଦା କରୁଛନ୍ତି। ଦୂତାବାସ ତୁରନ୍ତ ରେଷ୍ଟୁରାଣ୍ଟ ମାଲିକଙ୍କ ସହ କଥା ହୋଇଥିଲା। ସେହିପରି ଭାରତୀୟ ବକ୍ସିଂ ଫେଡେରେସନ୍ (BFI) ର ସଭାପତି ଅଜୟ ସିଂହ ମଧ୍ୟ ଉକ୍ତ ଆପତ୍ତିଜନକ ସାମଗ୍ରୀକୁ ତୁରନ୍ତ ହଟାଇବାକୁ ଦାବି କରିଥିଲେ।

ରେଷ୍ଟୁରାଣ୍ଟର କ୍ଷମା ପ୍ରାର୍ଥନା

ବିବାଦ ବଢ଼ିବା ପରେ 'ମିଷ୍ଟର ସିଂହସ୍ ଇଣ୍ଡିଆ' ରେଷ୍ଟୁରାଣ୍ଟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ସେମାନେ ସ୍ପଷ୍ଟ କରିଛନ୍ତି ଯେ କାହାର ଭାବନାକୁ ଆଘାତ ଦେବା ସେମାନଙ୍କର ଉଦ୍ଦେଶ୍ୟ ନଥିଲା। ଭାରତୀୟ ଦଳକୁ ଆତିଥ୍ୟ ପ୍ରଦାନ କରିବା ସେମାନଙ୍କ ପାଇଁ ଗର୍ବର ବିଷୟ ଥିଲା। ତେବେ ତ୍ରୁଟିକୁ ସ୍ୱୀକାର କରି ସେମାନେ ତୁରନ୍ତ ଉକ୍ତ ଭୁଲ୍ ମାନଚିତ୍ର ଥିବା ସମସ୍ତ ସାମଗ୍ରୀକୁ ପ୍ରତ୍ୟାହାର କରିନେଇଛନ୍ତି ଏବଂ ରେଷ୍ଟୁରାଣ୍ଟର ଲୋଗୋ ବଦଳାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣା ପରେ ରେଷ୍ଟୁରାଣ୍ଟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ଡିଲିଟ୍ କରିଦେଇଥିବା ଦେଖିବାକୁ ମିଳିଛି।

ଭିଏତନାମରେ ବଡ଼ ଦୁର୍ଘଟଣା: ଫୁ କୁଓକ ଦ୍ୱୀପ ନିକଟରେ ଓଲଟିଲା ଭାରତୀୟ ପର୍ଯ୍ୟଟକଙ୍କ ଡଙ୍ଗା, ୧୫ ମୃତ
ଦକ୍ଷିଣ ଭିଏତନାମର ଫୁ କୁଓକ ଦ୍ୱୀପ (Phu Quoc Island) ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଶନିବାର ଦିନ ୩୨ ଜଣ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ସ୍ପିଡ୍ ବୋଟ୍ ସମୁଦ୍ର ମଝିରେ ଓଲଟି ପଡ଼ିବାରୁ ୧୫ ଜଣ ଭାରତୀୟଙ୍କର ପ୍ରାଣହାନି ଘଟିଥିବା ବେଳେ ୨୧ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି।

କିପରି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ଏହି ସ୍ପିଡ୍ ବୋଟରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୪ ଜଣ କର୍ମଚାରୀଙ୍କୁ ମିଶାଇ ସମୁଦାୟ ୩୬ ଜଣ ଯାତ୍ରୀ ସ୍ୱାର ଥିଲେ। ଫୁ କୁଓକ ଦ୍ୱୀପ ନିକଟସ୍ଥ ହୋନ୍ ମେ ରୁଟ୍ ନଗୋଇ ଠାରୁ ପ୍ରାୟ ୪୦୦ ମିଟର ଦୂରରେ ସମୁଦ୍ରର ପ୍ରବଳ ଲହଡ଼ି କାରଣରୁ ବୋଟଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଥିବା ଅନ୍ୟ ଡଙ୍ଗାଗୁଡ଼ିକ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ନୌସେନା, ତଟରକ୍ଷୀ ବାହିନୀ ଓ ସୀମା ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଜୋରଦାର ଉଦ୍ଧାର କାର୍ଯ୍ୟ

ସମୁଦ୍ରରେ ଉଚ୍ଚ ଲହଡ଼ି ଥିବାରୁ ଏବଂ ଅନେକ ଯାତ୍ରୀ ବୋଟ୍ ଭିତରେ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ତଥାପି ସ୍ଥାନୀୟ ପ୍ରଶାସନର କଠିନ ପରିଶ୍ରମ ଫଳରେ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତଦେହକୁ ସମୁଦ୍ରରୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ଭାରତୀୟ ଦୂତାବାସର ପଦକ୍ଷେପ ଓ ହେଲ୍ପଲାଇନ୍

ଏହି ଦୁଃଖଦ ଘଟଣା ପରେ ଭିଏତନାମରେ ଥିବା ଭାରତୀୟ ଦୂତାବାସ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛି। ପ୍ରଭାବିତ ପରିବାରକୁ ସାହାଯ୍ୟ କରିବା ପାଇଁ ହୋ ଚି ମିନ୍ ସିଟି ଏବଂ ହାନୋଇ ଠାରେ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ ପାଇଁ ଦୂତାବାସ ପକ୍ଷରୁ +84 36 281 7930, +84 91 552 37 14, ଏବଂ +84 91 308 9165 ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ସ୍ଥାନୀୟ ପ୍ରଶାସନ ସହିତ ମିଶି ଦୂତାବାସ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି।

In a tragic incident, a boat carrying several Indian tourists has capsized near Phu Quoc Island in Vietnam a few hours ago.

Exact details of the incident are being ascertained as search and rescue operations by local authorities are ongoing.

In order to provide information…

— India in Vietnam (@AmbHanoi) July 11, 2026

ୟୁକ୍ରେନର ଯୁଦ୍ଧ ଭୂଇଁରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଦୂତାବାସ ଜାରି କଲା ନୂଆ ଆଡଭାଇଜରି
ନୂଆଦିଲ୍ଲୀ: ଋଷିଆ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଧିରେ ଧିରେ ପରିସ୍ଥିତି ସାଙ୍ଘାତିକ ରୂପ ନେଉଛି । ଚାରିଆଡେ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ମାଡ଼ର ଶବ୍ଦ ଶୁଣିବାକୁ ମିଳୁଛି। ରୁଷୀୟ ଯୁଦ୍ଧ ଟ୍ୟାଙ୍କ୍ ମଧ୍ୟ ୟୁକ୍ରେନରେ ପ୍ରବେଶ କରିଛନ୍ତି। ଭୟଙ୍କର ଯୁଦ୍ଧ ସ୍ଥିତିରେ ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ଏବେ ସେଠିକାର ବିମାନବନ୍ଦରରେ ରକେଟ୍ ମାଡ ହେବା ପରେ ସେଠିକାର ବିମାନ ଉଡାଣକୁ ରଦ୍ଦ କରାଯିବା ସହ ସେଠାରୁ ଫେରିଆସିବାର ସମ୍ଭାବନା କ୍ଷୀଣ ହୋଇଛି । ଏପରି ସ୍ଥଳେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କ ବାପା, ମା’ଙ୍କ ମଧ୍ୟରେ ନାହିଁନଥିବା ଭୟ । ସେଠୁ ନିଜ ପିଲାମାନେ କିପରି ଫେରିବେ ସେହି ଚିନ୍ତାରେ ଅଭିଭାବକ । ଏନେଇ କିଏଭ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନୂଆ ଆଡଭାଇଜରି ଜାରି ହୋଇଛି । ଯେଉଁଥିରେ ଭାରତ ସରକାର ଓ ଭାରତୀୟ ଦୂତାବାସ ୟୁକ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଥିବା କୁହାଯାଇଛି । ଦୂତାବାସ ଅନୁସାରେ, ରୋମାନିଆ ଓ ହଙ୍ଗେରୀ ରାସ୍ତାରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଅଣାଯିବା ପାଇଁ ଉଦ୍ୟମ କରାଯାଉଛି ।

Embassy of India in Ukraine issues advisory to all Indian nationals/students in Ukraine – Govt of India is working to establish evacuation routes from Romania and Hungary pic.twitter.com/MUWwh8wTLG

— ANI (@ANI) February 25, 2022

ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଶୁକ୍ରବାର ହଙ୍ଗେରୀ ସୀମା ଅଜୋହରୋଡ୍ ଓ ପୋରୁବନେ ସିରେଟ୍ ଚେରନିନ୍ସି ନିକଟ ରୋମାନିଅନ୍ ବର୍ଡର ଚେକ୍ ପଏଣ୍ଟରେ ଭାରତୀୟ ଟିମ୍ ରହିଛନ୍ତି । ଆଡଭାଇଜରିରେ କୁହାଯାଇଛି, ଏହି ୨ ବର୍ଡର ନିକଟରେ ରହୁଥିବା ଭାରତୀୟ ବିଶେଷକରି ଛାତ୍ର ବିଦେଶ ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି ପ୍ରଥମେ ୟୁକ୍ରେନରୁ ଚାଲି ଆସନ୍ତୁ । ଏହି ୨ ରାସ୍ତା ଦେଇ ଭାରତୀୟ ଆସିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି । ଏଥିସହ ସୀମାରେ କରଯାଉଥିବା ହେଲ୍ପ ଲାଇନ୍ ସହ ନିୟମିତ ବ୍ୟବଧ୍ୟାନରେ ସମ୍ପର୍କ କରିବାକୁ ପରାମର୍ଶ ଦେଇଛି ଦୂତାବାସ । ସୀମାରେ କଣ୍ଟ୍ରୋଲ୍ ରୁମ୍ ଖୋଲିବା ମାତ୍ରେ ନମ୍ବର ଜାରି କରାଯିବ ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କ ପାଇଁ ଦୂତାବାସ ପକ୍ଷରୁ କିଛି ସୂଚନା ଦିଆଯାଇଛି :

ଛାତ୍ର ଓ ଭାରତୀୟ ନାଗରିକ ନିଜ ନିଜର ପାସପୋର୍ଟ ନିଜ ସହିତ ରଖନ୍ତୁ । ଜରୁରୀକାଳୀନ ସ୍ଥିତିରେ ନିଜ ପାଖରେ ଖର୍ଚ୍ଚ ପାଇଁ ଡଲାର ରଖନ୍ତୁ ।

କୋଭିଡର ୨ ଡୋଜ୍ ଟିକା ନେଇଥିଲେ ପ୍ରମାଣପତ୍ର ରଖନ୍ତୁ ।

ଯାତ୍ରା ବେଳେ ଗାଡ଼ି ଓ ବସରେ ଭାରତୀୟ ତ୍ରିରଙ୍ଗା ପତାକା ଲଗାନ୍ତୁ ।

ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଲା ଦୂତାବାସ
ନୂଆଦିଲ୍ଲୀ: ୟୁକ୍ରେନ ଛାଡିବା ଲାଗି ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଲା ଦୂତାବାସ । ଦିନକୁ ଦିନ ଯୁଦ୍ଧ ସଙ୍କଟ ଘନୀଭୂତ ହେଉଥିବାବେଳେ ଅସ୍ଥାୟୀ ଭାବେ ୟୁକ୍ରେନ ଛାଡିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ୟୁକ୍ରେନରେ ୨୦ ହଜାର ଭାରତୀୟ ଛାତ୍ରୀଛାତ୍ରୀ ଅଧ୍ୟୟନ କରୁଛନ୍ତି । ଜରୁରୀ କାର୍ଯ୍ୟ ନଥିଲେ ବୁଲାବୁଲି ନ କରିବା ଲାଗି ପରାମର୍ଶ ଦିଆଯାଇଛି । ଏହା ସହ ଦୂତାବାସ ସହ ନିୟମିତ ଯୋଗସୂତ୍ରରେ ରହିବା ଲାଗି ଭାରତୀୟଙ୍କୁ କୁହାଯାଇଛି । ସେପଟେ ଯୁଦ୍ଧ ଟାଳିବା ଲାଗି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ଶେଷ ପ୍ରୟାସ । ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରଭ ଓ ୟୁକ୍ରେନ ପ୍ରତିପକ୍ଷ ଦିମିତ୍ର କୁଲେବାଙ୍କ ସହ ଆଲୋଚନା କରିଛନ୍ତି ଗୁଟେରସ । ଯୁଦ୍ଧ ସମ୍ଭାବନାକୁ ନେଇ ଗୁଟେରସ ଉଦବେଗ ପ୍ରକାଶ କରିଥିବାବେଳେ ଏହି କଥାବାର୍ତ୍ତାରୁ ସେପରି କୌଣସି ସୁଫଳ ମିଳି ନଥିବା ସୂଚନା ମିଳିଛି ।

ୟୁକ୍ରେନରେ ଜାତିସଂଘର ୧୬୬୦ କର୍ମଚାରୀ ଥିବାବେଳେ ଜାତିସଂଘ ଦ୍ୱାରା ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ୨୨୦ ଜଣ ବିଦେଶୀ ରହିଛନ୍ତି । ଏମାନଙ୍କୁ ୟୁକ୍ରେନ ଛାଡିବା ଲାଗି ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦେଶ ଦିଆଯାଇନାହିଁ । ତେଣେ ୟୁକ୍ରେନ ସୀମାରେ ଆଉ ଅଧିକ ୩୦ ହଜାର ସୈନ୍ୟ ମୁତୟନ କରିଛି ଋଷ । ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜାଁ ୟେଭେସ ଡ୍ରିଆନ କହିଛନ୍ତି ଯୁଦ୍ଧ ଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ଏବଂ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଘଟିପାରେ । ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ମୁତୟନ ସ୍ଥିତିକୁ ଲକ୍ଷ୍ୟ କରି ସେ ଏହି ଆଶଙ୍କା କରିଛନ୍ତି । ସେପଟେ ଯୁଦ୍ଧ ହେଲେ ଋଷ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଧମକ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘ । ଯୁଦ୍ଧ ଆଶଙ୍କା କରି ୟୁକ୍ରେନ ରାଜଧାନୀ କିଏଭସ୍ଥିତ ମୁଖ୍ୟ ଦୂତାବାସ କାର୍ଯ୍ୟାଳୟକୁ ୫୦ ମାଇଲ ଦୂର ଲିଭିଭକୁ ସ୍ଥାନାନ୍ତରିତ କରିଛି ଆମେରିକା । ଆମେରିକା ସହଯୋଗୀ ପୋଲାଣ୍ଡ ସୀମା ନିକଟରେ ଅବସ୍ଥିତ ଲିଭିଭ ସହର । ତେଣେ ଯୁଦ୍ଧର ଘନଘଟା ଭିତରେ ଭାରତୀୟ ଛାତ୍ରଛାତ୍ରୀଙ୍କ ବଢିଛି ସୁରକ୍ଷା ଚିନ୍ତା । ବିଶ୍ବର ୧୫୮ଟି ଦେଶର ୮୦ ହଜାର ଛାତ୍ରଛାତ୍ରୀ ୟୁକ୍ରେନର ବିଭିନ୍ନ ପ୍ରତିଷ୍ଠାନରେ ଡାକ୍ତରୀ, ଇଞ୍ଜିନିୟରିଂ ପଢୁଥିବାବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା 20 ହଜାର । ସେମାନଙ୍କ ଭବିଷ୍ୟତ ଉପରେ ଘୋଟିଛି ଅନ୍ଧକାର । କିଛି ଛାତ୍ର କହିଛନ୍ତି- ଯୁଦ୍ଧ ସମ୍ଭାବନା ଘନୀଭୂତ ହେଉଥିବାବେଳେ ଅନେକ ରାଷ୍ଟ୍ର ସେମାନଙ୍କ ନାଗରିକମାନଙ୍କୁ ଫେରାଇନେବା ପ୍ରକ୍ରିୟା ଜାରି ରହିଛନ୍ତି ।