Baripada Municipal Office - The Sakala

ବାରିପଦା ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ
ବାରିପଦା : ମଙ୍ଗଳବାର ବାରିପଦା ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ମ୍ୟୁନିସିପାଲଟି ଅଧୀନରେ ଥିବା ସମସ୍ତ ପାର୍କ ଗୁଡିକରେ ଆଦାୟ ହେଉଥିବା ଟିକସ ଆଦାୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ଏହି ଚଢ଼ାଉ କରାଯାଇଥିବାର ଜଣାପଡିଛି। ବାରିପଦା ଏବଂ ବାଲେଶ୍ବର ଭିଜିଲାନ୍ସ ବିଭାଗର ଦୁଇ ଡିଏସପିଙ୍କ ନେତୃତ୍ୱରେ ୧୦ ଜଣ ଅଧିକାରୀ ଏହି ଚଢ଼ାଉ ରେ ସାମିଲ ହୋଇଛନ୍ତି। ଭିଜିଲାନ୍ସ ବିଭାଗ ମୁନିସିପାଲଟିର ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଶି ସମସ୍ତ ପାର୍କର ଫାଇଲ ଗୁଡିକୁ ଜବତ କରିବା ସହ ପାର୍କ ଗୁଡିକର ଆୟ ବ୍ୟୟର ହିସାବ କୁ ଯାଞ୍ଚ କରୁଛନ୍ତି । ସୂଚନା ଥାଉକି, ପୂବରୁ ମ୍ୟୁନିସିପାଲଟି ଯନ୍ତ୍ରୀଙ୍କ ନାମରେ ଜଣେ ମହିଳା ଠିକା କର୍ମଚାରୀ ଅଶାଳୀନ ବ୍ୟବହାର ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ମ୍ୟୁନିସିପାଲଟି ପାର୍କ ଗୁଡିକର ଟିକଟ ବହି ନକଲି କରାଯାଇ ଟଙ୍କା ଆଦାୟ କରାଯାଉଥିବାର ମଧ୍ୟ ସନ୍ଦେହ ଉଠିଥିଲା। ଭିଜିଲାନ୍ସ କର୍ମଚାରୀମାନେ ଦିନ ତମାମ ବାରିପଦା ମ୍ୟୁନିସିପାଲଟି ରେ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି ।