Lalu Yadav - The Sakala
ନିର୍ବାଚନରେ ବଡ଼ ପରାଜୟ ପରେ ଉଜୁଡ଼ି ଗଲା ଲାଲୁଙ୍କ ପରିବାର; ରୋହିଣୀଙ୍କ ପରେ ଘର ଛାଡ଼ିଲେ ଆଉ ତିନି ଝିଅ
ପାଟନା: ବିହାର ବିଧାନସଭା ନିର୍ବାଚନରେ ବଡ଼ ପରାଜୟ ପରେ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଅଦିନିଆ ଝଡ଼ ଆସିଛି। ପରିବାରର ସଦସ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ପରେ ଏବେ ବାପାଙ୍କୁ କିଡ୍‌ନୀ ଦେଇଥିବା ଝିଅ ରୋହିଣୀ ଆଚାର୍ଯ୍ୟ ପରିବାର ଏବଂ ପାର୍ଟି ଛାଡ଼ି ପଳାଇଛନ୍ତି । ତାଙ୍କୁ ସମର୍ଥନ କରି ଲାଲୁଙ୍କ ଆଉ ତିନି ଝିଅ ମଧ୍ୟ ଆଜି ପାଟନା ଘର ଛାଡ଼ି ପିଲାମାନଙ୍କୁ ନେଇ ଦିଲ୍ଲୀ ପଳାଇଛନ୍ତି । ଏହି ତିନି ଝିଅ ହେଲେ ରାଜଲକ୍ଷ୍ମୀ, ରାଗିନୀ ଏବଂ ଚନ୍ଦା । ସେମାନେ ମଧ୍ୟ ପରିବାର ସହିତ ସଂପର୍କ ତୁଟାଇବାକୁ ଘେରଷଣା କରିଛନ୍ତି ।
ବାହାରର ଦୁଇ ବ୍ୟକ୍ତିଙ୍କ ଯୋଗୁଁ ଏବେ ଜଣଙ୍କ ପରେ ଜଣେ ଆରଜେଡି ଏବଂ ଲାଲୁଙ୍କୁ ଛାଡ଼ି ଚାଲି ଯାଉଛନ୍ତି । ରାଜନୀତି ଏବଂ ପରିବାର ଛାଡ଼ିବାର ଦିନକ ପରେ ରବିବାର ରୋହିଣୀ ସାମାଜିକ ଗଣମାଧ୍ୟମ ପୋଷ୍ଟ ମାଧ୍ୟମରେ ଗୁମର ଖୋଲିଛନ୍ତି । ସେ ତେଜସ୍ବୀ ଯାଦବ ଏବଂ ସଞ୍ଜୟ ଯାଦବଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ରୋହିଣୀ ଏକ କୋହଭରା ପୋଷ୍ଟରେ କହିଛନ୍ତି ଯେ ମୋତେ ଶ୍ବଶୁର ଘରଠାରୁ ଅଲଗା କରି ଅନାଥ ବନାଇ ଦିଆଗଲା। କାନ୍ଦି କାନ୍ଦି ଘର ଛାଡ଼ିବାକୁ ପଡ଼ିଲା। ମୋ ଉପରକୁ ମଧ୍ୟ ଚପଲ ଉଠାଗଲା। ଆତ୍ମସମ୍ମାନ ସହ ସାଲିସ ନ କରି ମୁଁ ବାହାରି ଆସିଲି। ଆଉ କେହି ମୋ ଭଳି ଦୁର୍ଦ୍ଦଶା ନଭୋଗନ୍ତୁ । କୌଣସି ଘରେ ମୋ ଭଳି ଭାଇ-ଭଉଣୀ ନ ରୁହନ୍ତୁ। ଏହି ପୋଷ୍ଟ ରୋହିଣୀ କିଡ୍‌ନୀ ଦେଇଥିବାର ଭିଡିଓ ପୋଷ୍ଟ କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ରୋହିଣୀ ଲେଖିଛନ୍ତି ଯେ ଶନିବାର ମତେ ଗାଳିଗୁଲଜ କରାଯାଇଥିଲା। ବାପାଙ୍କୁ ଖରାପ କିଡନୀ ଦେଇ କୋଟି କୋଟି ଟଙ୍କା ଏବଂ ଟିକଟ ନେଇଥିବା କୁହାଯାଇଥିଲା ।
ନିର୍ବାଚନରେ ପରାଜୟକୁ ନେଇ ତେଜସ୍ବୀ ଏବଂ ରୋହିଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଶନିବାର ଅପରାହ୍ଣରେ ଇଣ୍ଡିଆ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ତେଜସ୍ବୀ ପରାଜୟ ପାଇଁ ରୋହିଣୀଙ୍କୁ ଦାୟୀ କରିଥିଲେ। ତେଜସ୍ବୀ ତାଙ୍କ ଉପରକୁ ଚପଲ ଫୋପାଡ଼ି ଥିଲେ। ଲାଲୁ ପରିବାରର ଏହି ବିବାଦ ପଛରେ ବାହାରର ଦୁଇ ଜଣ ବ୍ୟକ୍ତିଙ୍କ ହାତ ଥିବା କୁହାଯାଉଛି। ସେମାନେ ହେଲେ ତେଜସ୍ବୀଙ୍କ ଘନିଷ୍ଠ ସଞ୍ଜୟ ଯାଦବ ଏବଂ ରମିଜ ଖାନ। ଉଭୟଙ୍କ ପାଇଁ ଭାଇ ତାଙ୍କୁ ଏଭଳି ବ୍ୟବହାର କଲା ବୋଲି ରୋହିଣୀ ଅଭିଯୋଗ କରିଛନ୍ତି । ଆଜି ମୁମ୍ବାଇ ଯିବା ସମୟରେ ରୋହିଣୀ କହିଛନ୍ତି, ସେ ତାଙ୍କର ସଂପର୍କ କେବଳ ତେଜସ୍ବୀଙ୍କ ସହ ତୁଟାଇଛନ୍ତି । ବାପା ମାଆ ଏବଂ ଅନ୍ୟ ଭାଇ ଭଉଣୀ ତାଙ୍କ ସହିତ ଅଛନ୍ତି ବୋଲି ସେ କହିଛନ୍ତି । ଏହି ବିବାଦ ଉପରେ ସେ ଅଧିକ କିଛି କହିବାକୁ ମନା କରିଦେଇଥିଲେ ।
ଇତିମଧ୍ୟରେ ଏହି ବିବାଦକୁ ନେଇ ମୁହଁ ॥ଖୋଲିଛନ୍ତି ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ । ସେ କହିଛନ୍ତି ଯେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ସେ ସହିଛନ୍ତି । କିନ୍ତୁ ତାଙ୍କ ଭଉଣୀ ରୋହିଣୀଙ୍କ ପ୍ରତି ହୋଇଥିବା ଅପମାନକୁ ସେ ଆଦୌ ସହିବେ ନାହିଁ । ବାହାର ଲୋକଙ୍କ ପାଇଁ ତାଙ୍କ ଘରେ ଝଗଡ଼ା ହେଉଛି ଏବଂ ଏହା ଗ୍ରହଣୀୟ ନୁହେଁ । ବାପା (ଲାଲୁ)ଙ୍କ ଇସାରା ମିଳିବା ମାତ୍ରେ ରାଜ୍ୟବାସୀ ଏହି ବାହାର ଲୋକଙ୍କୁ ସାବାଡ଼ କରିଦେବେ । ସୂଚନାଯୋଗ୍ୟ ଯେ  ନିର୍ବାଚନ ପୂର୍ବରୁ ଲାଲୁ ତାଙ୍କ ପରିବାର ଓ ଦଳରୁ ତେଜ ପ୍ରତାପଙ୍କୁ ବହିଷ୍କାର କରିଥିଲେ । ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ପାଇଁ ତେଜ ପ୍ରତାପଙ୍କୁ ବିଦା କରାଯାଇଥିଲା । ଏହାପରେ ତେଜ ପ୍ରତାପ ନୂଆ ଦଳ ଗଠନ କରି ଆରଜେଡି ବିରୋଧରେ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ସମସ୍ତେ ହାରିଯାଇଥିଲେ ।
ଜମି ବଦଳରେ ଚାକିରି ମାମଲା: ଲାଲୁଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି
ବିହାର: ଲାଲୁ ଯାଦବଙ୍କ ପରିବାର ଓ ଅନ୍ୟମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜମି ବଦଳରେ ଚାକିରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଯାଦବ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ସବୁ ସମ୍ପତ୍ତି ପାଟନା ଏବଂ ଗାଜିୟାବାଦରେ ଥିବା କୁହାଯାଉଛି । ଏହି କାର୍ଯ୍ୟାନୁଷ୍ଠାନ ଦିଲ୍ଲୀ ଇଡି କାର୍ଯ୍ୟାଳୟରୁ ହୋଇଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ୟୁପିଏ ସରକାରରେ ରେଳ ମନ୍ତ୍ରୀ ଥିବା ବେଳେ ଭୁଲ ମାର୍ଗରେ ଚାକିରି ଦେଇ ନିଜ ପରିବାର ସଦସ୍ୟଙ୍କ ନାଁରେ ଜମି ଏକାଠି କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ଇଡି କାର୍ଯ୍ୟାନୁଷ୍ଠାନକୁ ଲାଲୁ ପରିବାର ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ଲାଲୁଙ୍କ ବିରୋଧରେ ଇଡିର ଏହା ତୃତୀୟ କାର୍ଯ୍ୟାନୁଷ୍ଠାନ ।
ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ଦୁଇ ଥର ଲାଲୁ ଯାଦବ, ତାଙ୍କ ପୁଅ ତେଜସ୍ୱୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ଥିବା ସମ୍ପତ୍ତିକୁ ଜବତ କରାଯାଇଥିଲା ।
ପାଟନା: ପୁଣି ଅଡୁଆରେ ଆରଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ‘ଜମି ବଦଳରେ ଚାକିରି’ ମାମଲାରେ ଲାଲୁଙ୍କୁ ସମନ୍ ପଠାଇଛି ସିବିଆଇ । ଭାରତୀୟ ରେଳର କ୍ୟାଟରିଂ ଏବଂ ଟୁରିଜ୍ କର୍ପୋରେସନ୍ ଘୋଟାଲାରେ ଲାଲୁଙ୍କୁ ପଚରାଉଚୁରା କରିବା ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହି ସମନ୍ ଜାରି କରିଛି । ଆସନ୍ତାକାଲି ହାଜର ହେବାକୁ ସମନ୍‌ ଜାରି କରିଛି ସିବିଆଇ ।
ସିବିଆଇ ମୁତାବକ, ୨୦୦୪ ରୁ ୨୦୦୯ ମସିହା ଯାଏଁ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ଚାକିରି ନାଁ ରେ ବ୍ୟାପକ ଦୁର୍ନୀତି ହୋଇଥିଲା । ରେଳ ବିଭାଗର ବିଭିନ୍ନ ଜୋନ୍‌ର ଗ୍ରୁପ୍-ଡି ପୋଷ୍ଟ ଗୁଡିକରେ ଚାକିରି ଦେବାକୁ କହି ଆଶାୟୀ ପ୍ରାର୍ଥୀଙ୍କୁ ଜମି ଦେବାକୁ କହୁଥିଲେ । ଜମିଗୁଡିକୁ ନିଜ ପରିବାର ଓ ସମ୍ପର୍କୀୟଙ୍କ ନାଁ ରେ କରୁଥିଲେ । ଏହି କେସ୍ ୧୪ ବର୍ଷ ତଳର ହୋଇଥିବାବେଳେ, ଏହି ସ୍କାମକୁ ନେଇ ସିବିଆଇ ଏବେ ଲାଲୁଙ୍କୁ ସମନ୍ କରିଛି ।
ଫେବ୍ରୁଆରୀ ୨୭ ତାରିଖରେ ଦିଲ୍ଲୀର ଏକ ଅଦାଲତ ଜମି ବଦଳରେ ଚାକିରି ଘୋଟାଲାରେ ଲାଲୁ ଯାଦବ, ରାବଡି ଦେବୀଙଅକ ସହ ଅନ୍ୟ ୧୪ ଜଣ ଲୋକଙ୍କୁ ସମନ କରିଥିଲେ । ଗତ ବର୍ଷ ଅକ୍ଟୋବର ୧୦ରେ ଲାଲୁ ଓ ରାବଡୀଙ୍କ ସମେତ ମୋଟ ୧୬ ଜଣଙ୍କ ନାଁ ରେ ଚାର୍ଜସିଟ୍‌ ଦାଖଲ କରିଥିଲା ସିବିଆଇ । ଅପରାଧିକ ଷଡଯନ୍ତ୍ର ତଥା ଦୁର୍ନୀତି କରିଥିବା ଅଭିଯୋଗରେ ମାମଲା ରୁଜୁକରି ଚାର୍ଜସିଟ୍‌ ଦାଖଲ କରାଯାଇଥିଲା ।
ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ : ରାଜତିଳକ ପାଇଁ ପ୍ରସ୍ତୁତ ହୁଅ, ଲଣ୍ଠନଧାରୀ ଆସୁଛନ୍ତି ବୋଲି ଟ୍ବିଟ କଲେ ଲାଲୁଙ୍କ ଝିଅ
ପାଟଣା : ଗତ କିଛିଦିନ ଧରି ବିହାର ରାଜନୀତିରେ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ସହ ଭାଙ୍ଗିଯାଇଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ଏଥିସହ ନୀତୀଶ କୁମାର  ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବା ସହ  ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ନୂଆ ସରକାର ପାଇଁ ନୀତୀଶ କୁମାର ରାଜ୍ୟପାଳଙ୍କ ପାଖକୁ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଜଣାଇଛନ୍ତି  । ନୀତିଶ କୁମାରଙ୍କ ପାଖରେ ୪୫ ଜଣ ବିଧାୟକ ଥିବା ବେଳେ ଆରଜେଡି ପାଖରେ ରହିଛନ୍ତି ୭୯ ବିଧାୟକ । ଏହାସହ କଂଗ୍ରେସର ୧୯ ଓ ବାମଦଳର ୧୬ ଜଣ ବିଧାୟକ ନୀତିଶଙ୍କୁ ସମର୍ଥନ କରୁଥିବା କଥା କୁହାଯାଉଛି । ବିହାରରେ ବହୁମତ ସଂଖ୍ୟା ୧୨୨ ରହିଛି ଏଣୁ ନୂଆ ସମୀକରଣ ସହ ନୀତିଶ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି।
ଏହାରି ମଧ୍ୟରେ ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ ବୋଲି କହି ବିହାରରେ ପୁଣି ଥରେ ଲଣ୍ଠନଧାରୀ କ୍ଷମତାକୁ ଫେରିବେ ବୋଲି ଟ୍ବିଟ କରି କହିଛନ୍ତି ଲାଲୁଙ୍କ ଝିଅ ରୋହିଣୀ ଆଚାର୍ୟ୍ୟ। ସେ ଏକ ଭୋଜପୁରୀ ଗୀତର ଭିଡିଓ ଟ୍ବିଟ କରି କ୍ୟାପସନରେ ଲେଖିଛନ୍ତି ଯେ, ରାଜତିଳକ ପାଇଁ ପ୍ରସ୍ତୁତ ହୁଅ, ଖୁବ ଶୀଘ୍ର ଲଣ୍ଠନଧାରୀ କ୍ଷମତାକୁ ଫେରିବେ। ଚଳିତ ବର୍ଷ ଆରମ୍ଭରେ ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ମୁକ୍ତିଲାଭ କରିଥିବା ଗୀତର ଭିଡିଓ ସେୟାର କରିଛନ୍ତି ରୋହିଣୀ। ଏହି ଗୀତରେ ‌ଭୋଜପୁରୀ ଅଭିନେତା ଖେସାରୀ ଲାଲ୍ ନଜର ଆସୁଥିବା ବେଳେ ସେ ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ ବୋଲି ଗୀତରେ ନାଚୁଥିବା ଦେଖାଯାଇଛି।
ଅନ୍ୟପଟେ ମୁଖ୍ରମନ୍ତ୍ରୀ ପଦରରୁ ଇସ୍ତଫା ପରେ ନୀତିଶ କୁମାର ସିଧା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଘରେ ପହଞ୍ଚି ଯାଇଛନ୍ତି। ରାଜ୍ୟରେ ନୀତୀଶ କୁମାର ଆରଜେଡି ସହ ମିଶି ସରକାର ଗଠନ କରିବେ। ତେଣୁ ଏ ସମ୍ପର୍କରେ ଉଭୟ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବୈଠକ ପରେ ନୀତୀଶ କୁମାର ଓ ଜେଜସ୍ୱୀ ଯାଦବ ଏକାଠି ପୁଣି ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ଦଳର ଆଉ କିଛି ନେତା ମଧ୍ୟ ଉପସ୍ଥିତ ଥିଲେ। ସେମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଥିବା କୁହାଯାଉଛି। ତେବେ ଏହାପୂର୍ବରୁ ମଧ୍ୟ ଉଭୟ ନେତା ଗୁପ୍ତ ଭାବେ ଆଲୋଚନା କରିଥିଲେ। ଏହି ସମୟରେ ଉଭୟେ ସରକାର ଗଠନ ପାଇଁ କିଛି ସର୍ତ୍ତ ରଖିଛନ୍ତି। ସରକାର ଗଠନ ପରେ ଜେଡିୟୁ ଓ ଆରଜେଡିକୁ କ’ଣ ସବୁ ମିଳିବ, ସେନେଇ ଗୋଟିଏ ବୁଝାମଣା ହୋଇଛି। ଅନ୍ୟପକ୍ଷରେ ବାମପନ୍ଥୀ ଓ କଂଗ୍ରେସ ମଧ୍ୟ ନୀତୀଶ କୁମାରଙ୍କ ନୂଆ ସରକାରରେ ସାମିଲ ହେବାକୁ ଚାହୁଁଛନ୍ତି। ତେଣୁ ଆଜି ସନ୍ଧ୍ୟାରେ ତେଜସ୍ୱୀ ଓ ନୀତୀଶ କୁମାର ସେମାନଙ୍କ ସହ ବୈଠକ କରିପାରନ୍ତି। ଏହାପୂର୍ବରୁ କଂଗ୍ରେସର ବିଧାୟକ ଦଳ ବୈଠକ ମଧ୍ୟ ବସିବ। ବିହାର ଦାୟିତ୍ୱରେ ଥିବା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ସ୍ଥିତି ଉପରେ ନଜର ରଖିଛନ୍ତି। ତାଙ୍କ ନିଷ୍ପତ୍ତି ଅନୁସାରେ ଦଳର ବିଧାୟକମାନେ ନିଜର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ।
ସୂଚନାଯୋଗ୍ୟ ୨୦୧୩ରେ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ନୀତିଶ ଏନଡିଏରୁ ଓହରି ଯାଇଥିଲେ । ପରେ ସେ ୨୦୧୫ ବିଧାନସଭା ନିର୍ବାଚନ କାଳରେ ଆରଜେଡି ସହିତ ମେଣ୍ଟ କରି ବିଜେପିକୁ ଜବରଦସ୍ତ ପରାଜୟ ଦେଇଥିଲେ । କିନ୍ତୁ ମହାମେଣ୍ଟ ସରକାର ୨୦୧୭ରେ ଭାଙ୍ଗିଯାଇଥିଲା । ତେଜସ୍ୱୀଙ୍କ ବିରୋଧରେ ଦୁର୍ନିତୀ ଅଭିଯୋଗରେ ସିବିଆଇ ତାଙ୍କ ଘର ଉପରେ ଚଢାଉ କରିଥିଲା । ଏହାପରେ ନୀତିଶ ବିଜେପି ସହିତ ହାତ ମିଳାଇ ନିଜ ସରକାର ଗଠନ କରିଥିଲେ ।
ନୀତିଶଙ୍କ ଏହି ଦଗାବାଜୀ ପାଇଁ ତେଜସ୍ୱୀ ତାଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ସେ ଅନେକ ସମୟରେ ନୀତିଶଙ୍କୁ ‘ପଲଟୁ ଚାଚା’ ବୋଲି ସମ୍ବୋଧନ କରୁଥିଲେ । କିନ୍ତୁ ଗତ କେଇ ମାସ ମଧ୍ୟରେ ବିହାରରେ ନୂଆ ସମୀକରଣ ସୃଷ୍ଟି ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ନେତା ନୀତିଶଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଥିଲେ । ଯାହାକୁ ନେଇ ନୀତିଶ ଅସନ୍ତୁଷ୍ଟ ଥିଲେ । ନିକଟରେ ନୀତିଶଙ୍କ ୨୫ ବର୍ଷର ଖାସ୍ ସାଥୀ ଆରସିପିଙ୍କ ବିରୋଧରେ ଜେଡିୟୁ ଦୁର୍ନୀତି ଅଭିଯୋଗ ଆଣି ଦଳରୁ ବିତାଡିତ କରିଥିଲା । ଜେଡିୟୁରେ ଆରସିପି ବିଜେପିର ଗୁପ୍ତଚର ଥିଲେ ବୋଲି ଦଳ ସନ୍ଦେହ କରୁଥିଲା । ଏହି ସବୁ କାରଣକୁ ନେଇ ଜେଡିୟୁ ଓ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ୧୯୯୮ରେ ଏନଡିଏରେ ଯୋଗ ଦେଇଥିବା ନୀତିଶ ଏପର୍ୟ୍ୟନ୍ତ ଦୁଇଥର ଏନଡିଏ ଛାଡିଛନ୍ତି । ପ୍ରଥମ ଥର ମେଣ୍ଟ ଛାଡିବାର ୩ ବର୍ଷ ପରେ ତାଙ୍କର ଘର ୱାପସୀ ହୋଇଥିଲା । ତେବେ ଏଥର ତେଜସ୍ୱୀଙ୍କ ସହିତ ବୁଝାମଣାରେ ଏହି ରାଜନୈତିକ ଗଠବନ୍ଧନ କେତେଦିନ ତିଷ୍ଟିବ ତାହା ଆଗାମୀ ସମୟ କହିବ ।
ଲାଲୁ ଯାଦବଙ୍କ ଘରେ ସିବିଆଇ ଚଢଉ : ଦିଲ୍ଲୀ ଓ ପାଟଣା ସମେତ ୧୭ଟି ସ୍ଥାନରେ ଚାଲିଛି ରେଡ୍
ପାଟନା : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପିଛା ଛାଡୁନି ବିବାଦ। କିଛି ସପ୍ତାହ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା। ହେଲେ ଏବେ ପୁଣି ଲାଲୁଙ୍କ ସିବିଆଇ ରେଡ୍‌ କରିଛି। ଆଜି ସକାଳୁ ସକାଳୁ ଲାଲୁଙ୍କ ଘରେ ପଶିଛି ସିବିଆଇ। ତାଙ୍କର ଦିଲ୍ଲୀ, ପାଟଣା ସମେତ ପାଖାପାଖି ୧୭ଟି ଠିକଣାରେ ସିବିଆଉ ଚଢଉ କରିଛି ।
ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ରେଲ୍‌ୱେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ୨୦୦୪ ଓ ୨୦୦୯ ମସିହା ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା। ଏହି ମାମଲାରେ ଲାଲୁଙ୍କ ବ୍ୟତୀତ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ଏହାକୁ ଆଧାର କରି ସିବିଆଇ ଏବେ ମାମଲା କରିଛି। ମାମଲା ରୁଜୁ କରିବା ପରେ ଆଜି ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କ ୧୭ଟି ଠିକଣାରେ ଏକକାଳୀନ ଚଢ଼ଉ ଆରମ୍ଭ କରିଛି।
ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ କିଛି ଲୋକଙ୍କୁ ଚାକିରି ଦେବା ପାଇଁ ଲାଞ୍ଚ ଆକାରରେ ଲାଲୁ ଓ ତାଙ୍କ ପରିବାର ଲୋକ ଜମି ବା ପ୍ଲଟ ନେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିବା ପରେ ଏବେ ସିବିଆଇ ବିଧିବଦ୍ଧ ଭାବେ ଏଫଆଇଆର ରୁଜୁ କରିଛି। ନିଯୁକ୍ତି ପାଇଁ ଜମି ଲାଞ୍ଚ ଆକାରରେ ଦିଆଯାଥିବା ଘଟଣାରେ ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ଏଫଆଇଆର ହୋଇଛି। ଏଫଆଇଆରକୁ ଆଧାର କରି ଆଜି ପାଟନାର ଏକାଧିକ ସ୍ଥାନ ସହ ଗୋପାଳଗଞ୍ଜ ଓ ଦିଲ୍ଲୀରେ ରେଡ୍‌ ହୋଇଛି। ଲାଲୁ ଯାଦବ, ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ଝିଅ ମିଶା ଭାରତୀଙ୍କ ମୋଟ ୧୭ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି।
ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ମିଳିଲା ଜାମିନ୍
ଝାଡ଼ଖଣ୍ଡ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ଥି ମିଳିଛି । ବିହାରର ବହୁ ଚର୍ଚ୍ଚିତ ଗୋ ଖାଦ୍ୟ ଦୁର୍ନୀତିରେ ଲାଲୁଙ୍କୁ ଜାମିନ ମିଳିଛି। ଡୋରଣ୍ଡା କୋଷାଗାର ମାମଲାରେ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଲାଲୁ ଯାଦବଙ୍କୁ ଆଜି ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୧୦ ଲକ୍ଷ ଟଙ୍କର ଜରିମାନା ଏବଂ ୧ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଖୁବ ଶୀଘ୍ର ସେ ଜେଲରୁ ବାହାରିବେ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ୧୩୯.୩୫ କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ସ୍ୱତନ୍ତ୍ର ସିବିଆଇ କୋର୍ଟ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମାମଲାରେ ତାଙ୍କୁ ୬୦ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏହା ବିରୋଧରେ ଲାଲୁ ହାଇକୋର୍ଟରେ ଜାମିନ ନିବେଦନ କରିଥିଲେ। ଏହା ପୂର୍ବରୁ ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତିର ଅନ୍ୟ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହୋଇଛନ୍ତି।
ଗୋଖାଦ୍ୟ ଦୁର୍ନୀତି ମାମଲା: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ
ନୂଆଦିଲ୍ଲୀ: ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଞ୍ଚି CBI କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ଅନୁଯାୟୀ, ବିହାର ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ୧୩୯.୩୫ କୋଟି ଟଙ୍କା ବେଆଇନ ଉଠାଣ ମାମଲାରେ କୋର୍ଟ ମଙ୍ଗଳବାର ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।  ଡୋରଣ୍ଡା କୋଷାଗାର (ଟ୍ରେଜରୀ)ରୁ ଏହି ଟଙ୍କା ଉଠାଣ ହୋଇଥିଲା। ମାମଲାରେ କୋର୍ଟ ଲାଲୁଙ୍କ ସମେତ ମୋଟ ୩୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଉପଯୁକ୍ତ ସାକ୍ଷ ଓ ପ୍ରମାଣ ଅଭାବରୁ କୋର୍ଟ ୨୪ ଜଣଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି।
ଉଲ୍ଲେଖ ଯୋଗ୍ୟଯେ, ଏହି ଦୁର୍ନୀତି ପ୍ରକରଣରେ ଏପର୍ଯ୍ଯନ୍ତ ଲାଲୁଙ୍କ ସମେତ ମୋଟ ୭୫ ଜଣ ଦୋଷୀ ସାବ୍ୟସ୍ତ ହେଲେଣି। ବିହାର ଗୋଖାଦ୍ୟ ଦୁର୍ନୀତିର ଏହା ପଞ୍ଚମ ମାମଲା । ପୂର୍ବର ୪ ମାମଲାରେ ମଧ୍ୟ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଚାରା ଦୁର୍ନୀତିର ଅନ୍ୟ ଏକ ମାମଲାରେ ଲାଲୁ ଯାଦବ ଦୋଷୀ
ରାଞ୍ଚି : ଚାରା ଘୋଟାଲା ମାମଲାରେ ପୁଣି ଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ ଯାଦବ। ଚାରା ଘୋଟାଲାର ପଞ୍ଚମ କେସରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ । ରାଞ୍ଚି ସ୍ଥିତ ସିବିଆଇର ସ୍ପେଶାଲ କୋର୍ଟ ଏହି ରାୟ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦଣ୍ଡ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଯଦି ଲାଲୁଙ୍କୁ ତିନି ବର୍ଷରୁ କମ୍ ଦଣ୍ଡ ଦିଆଯାଏ ତେବେ ଲାଲୁ ଯାଦବଙ୍କୁ ଜାମିନ ମିଳିପାରିବ ।  କିନ୍ତୁ ଯଦି ତିନି ବର୍ଷରୁ ଅଧିକ ଦଣ୍ଡ ଦିଆଯାଏ ତେବେ ଲାଲୁପ୍ରସାଦ ଯାଦବଙ୍କୁ ପୁଣି ତରେ ଜେଲ ଯିବାକୁ ପଡ଼ିବ । ଏହା ପୂର୍ବରୁ ଲାଲୁପ୍ରସାଦ ଯାଦବଙ୍କୁ ଚାରା ଘୋଟାଲାରେ ଜଡିତ ଚାରୋଟି ମାମଲାରେ ୧୪ ବର୍ଷ ଦଣ୍ଡ ଦିଆଯାଇଥିଲା । ଏହା ସହିତ ତାଙ୍କୁ ୬୦ ଲକ୍ଷ ଜରିମାନା ମଧ୍ୟ ଦେବାକୁ ପଡ଼ିଥିଲା । ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବ ଜାମିନରେ ଆସି ବାହାରେ ଅଛନ୍ତି । ଲାଲୁଙ୍କ ସହ ଆଉ 75ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିବିଆଇ ସ୍ପେଶାଲ କୋର୍ଟ ।