1 Brown Sugar Peddlers - The Sakala

ଅବକାରୀ ଫ୍ଲାଇଂସ୍କ୍ୱାଡ୍‍ ହାତରେ ଧଳାଜହର ରାଣୀ
ଖୋର୍ଦ୍ଧା : ଧଳାଜହର ବେପାରୀଙ୍କ ହବ୍‍ ପାଲଟିଛି ଖୋର୍ଦ୍ଧା। ସହର ଏବଂ ଏହାର ଉପକଣ୍ଠରେ ଗଳିକନ୍ଦିରେ ଖୁଲମ୍‍ଖୋଲା ଏହି କାରବାର ବହୁଳ ପରିମାଣରେ ଚାଲିଛି। ସୋମବାର ପୂର୍ବାହ୍ଣରେ ରାଜ୍ୟ ଅବକାରୀ ଫ୍ଲାଇଂସ୍କ୍ୱାଡ୍‍ ପକ୍ଷରୁ ଦୀର୍ଘଦିନ ଧରି ଖୋର୍ଦ୍ଧାରେ ବେପାର ଜମାଇଥିବା ଧଳାଜହର ରାଣୀକୁ ଗିରଫ କରାଯାଇଛି। ଗିରଫ ଜଣକ ହେଲେ ଆଦର୍ଶଥାନା ଅନ୍ତର୍ଗତ ବରୁଣେଈ ନଗରର ଅନିତା ପରମଗୁରୁ(୩୭)। ଅନିତାଙ୍କଠାରୁ ଫ୍ଲାଇଂ ସ୍କ୍ୱାଡ୍‍ ଟିମ୍‍ ୧୮୦ ଗ୍ରାମ୍‍ ଓଜନର ବ୍ରାଉନ୍‍ସୁଗର ଜବତ କରିଛନ୍ତି। ଜବତ ବ୍ରାଉନ୍‍ସୁଗରର ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଫ୍ଲାଇଂ ସ୍କ୍ୱାଡ୍‍ ଅଧୀକ୍ଷକ ଦେବାଶିଷ ପଟେଲ ସୂଚନା ଦେଇଛନ୍ତି।

ଶ୍ରୀ ପଟେଲଙ୍କ ସୂଚନା ଅନୁସାରେ, ବେଳକୁ ବେଳ ଖୋର୍ଦ୍ଧା ଅଞ୍ଚଳରେ ବ୍ରାଉନ୍‍ସୁଗର କାରବାର ବୃଦ୍ଧି ହେଉଛି। ଏହାକୁ ରୋକ୍‍ ଲଗାଇବା ଲାଗି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏଭଳି ବ୍ୟବସାୟକୁ ଆପଣାଇଥିବା କେତେକ ବ୍ୟବସାୟୀଙ୍କୁ ଗିରଫ କରାଯାଉଛି। ମାତ୍ର ତଥାପି ଖୋର୍ଦ୍ଧାରେ କାରବାର ଥମୁନି। ତେବେ ୧୬ନଂ ଜାତୀୟ ରାଜପଥ କଡ଼ରେ ଥିବା ବରୁଣେଈ ନଗରରେ ଜଣେ ମହିଳା ବ୍ରାଉନ୍‍ସୁଗର ପ୍ୟାକେଟ୍‍ କରି ଲୋକାଲ୍‍ ମାର୍କେଟ୍‍ ସମେତ ଖୋର୍ଦ୍ଧା ଉପକଣ୍ଠର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ଅବକାରୀ କମିସନର ଆଶିଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ମହିଳା (ଅନିତା)ଙ୍କ ଘରେ ସୋମବାର ସକାଳ ୯ଟାରୁ ଦିନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ତାଙ୍କ ବରୁଣେଈ ନଗରସ୍ଥିତ ନୂଆ ଘରୁ ୧୮୦ ଗ୍ରାମ୍‍ ଓଜନର ବ୍ରାଉନ୍‍ସୁଗର ଜବତ କରାଯାଇଥିଲା।

ଅନିତାଙ୍କ ସ୍ୱାମୀ ଶ୍ରୀବତ୍ସ ପୂର୍ବରୁ ବ୍ରାଉନ୍‍ସୁଗର ବେପାର କରି ଗିରଫ ହୋଇଥିଲେ। ସ୍ୱାମୀ ଗିରଫ ହେବା ପରଠାରୁ ଅନିତା ଏହି ବେପାରକୁ ଆପଣେଇଛନ୍ତି। କୋଲକାତାରୁ ଏହି ବ୍ରାଉନ୍‍ସୁଗର ବାଲେଶ୍ୱର ଓ ଜଳେଶ୍ୱର ଦେଇ ଖୋର୍ଦ୍ଧା ଆସୁଛି। ଉକ୍ତ ଏଜେଣ୍ଟମାନେ ଅନିତାଙ୍କୁ ଦେଉଥିବାବେଳେ ଅନିତା ତାକୁ ଛୋଟ ଛୋଟ ପୁଡ଼ିଆ କରି ଏଠାରୁ ବିଭିନ୍ନ ଗ୍ରାମାଞ୍ଚଳ ଏବଂ ଅନ୍ୟତ୍ର ସ୍ଥାନକୁ ପଠାଉଥିଲେ। ବ୍ରାଉନ୍‍ସୁଗରର ଚେର ଜଳେଶ୍ୱରଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଥିବା ଶ୍ରୀ ପଟେଲ କହିଛନ୍ତି। ଏଥିସହିତ ଅନିତାଙ୍କ ସାମନ୍ତରାପୁରସ୍ଥିତ ପୁରୁଣା ଘର ତଲାସି କରାଯାଇଛି। ଉକ୍ତ ପୁରୁଣା ଘରେ ଅନେକ ଲୋକ ବ୍ରାଉନ୍‍ସୁଗର ବ୍ୟବହାରର ପ୍ରତୀକ ବହୁ ପୋଡ଼ା କାଗଜପତ୍ର ଛାଡ଼ିଯାଇଛନ୍ତି।

ଯାହା ସେଠାରୁ ମିଳିଥିବା ସେ କହିଛନ୍ତି। ଚଢ଼ଉରେ ଅଧୀକ୍ଷକ ଶ୍ରୀ ପଟେଲଙ୍କ ସମେତ ଇନ୍ସପେକ୍ଟର ସରୋଜ ପରିଡ଼ା, ଉମାକାନ୍ତ ସ୍ୱାଇଁ, ଏସ୍‍ଆଇ ସଚିନ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ୍‍ ହୋଇଥିଲେ।  ପ୍ରକାଶ ଥାଉକି, ଗତ ଜାନୁଆରୀ ୧୩ରେ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ଏସ୍‍ଟିଏଫ୍‍ ଟିମ୍‍ ଆଦର୍ଶ ଥାନା ଅନ୍ତର୍ଗତ ହଳଦିଆ କଲେଜ ନିକଟରୁ ୩୧୦ ଗ୍ରାମ୍‍ ବ୍ରାଉନ୍‍ସୁଗର ସହ ଗୁରୁଜଙ୍ଗ ଟାଙ୍ଗୀ ସାହିର ଗୁଟୁ ଓରଫ ରାଜକିଶୋର ସୁନ୍ଦରାୟ(୩୮)ଙ୍କୁ ଗିରଫ କରିଥିଲେ। ସେହିଭଳି ୨୫ ତାରିଖରେ ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍‍ ଖୋର୍ଦ୍ଧା ପ୍ରାଣୀଧନ ଚିକିତ୍ସାଳୟ ନିକଟ ଥିବା ଏକ ପରିବା ଦୋକାନରେ ଚଢ଼ଉ କରି ୨୮୦ ଗ୍ରାମ୍‍ର ବ୍ରାଉନ୍‍ସୁଗର ସହ ନଗଦ ୧ ଲକ୍ଷ ୧୩ ହଜାର ଟଙ୍କା ଜବତ କରିଛନ୍ତି। ଏନେଇ ସାମନ୍ତରାପୁରର ରାଜେନ୍ଦ୍ର ପୃଷ୍ଟି(୪୨)ଙ୍କୁ ଗିରଫ କରିଛି।

ଜବତ ବ୍ରାଉନ୍‍ସୁଗରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଆକଳନ କରିଛି। ଦିନକୁ ଦିନ ସହରରେ ନିଶା କାରବାରର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଚଢ଼ଉ, ଗିରଫ ସତ୍ତ୍ବେ ଏହାର କୌଣସି ପ୍ରଭାବ ପଡୁନାହିଁ। ଏହା କବଳରେ ଯୁବପିଢ଼ି ବିଶେଷ ପ୍ରଭାବିତ ହେଉଛନ୍ତି। ପୂର୍ବରୁ ବାରମ୍ବାର ଏସ୍‍ଟିଏଫ୍‍ ଏବଂ ପୁଲିସର ଚଢ଼ଉ ଫଳରେ ଧଳାଜହର କାରବାର କିଛି ମାସ ଥମିଥିବାବେଳେ ଏବେ ପୁଣି କାୟା ବିସ୍ତାର କରିବାରେ ଲାଗିଛି। ୧ ମାସ ଭିତରେ ଏସ୍‍ଟିଏଫ୍‍ ଓ ଫ୍ଲାଇଂ ସ୍କ୍ୱାଡ୍‍ ଜଣେ ମହିଳାଙ୍କ ସମେତ ୩ ଜଣ ବ୍ରାଉନ୍‍ସୁଗର ବ୍ୟବସାୟୀଙ୍କୁ ଗିରଫ କଲେଣି। ସେମାନଙ୍କଠାରୁ ୭୭୦ ଗ୍ରାମ୍‍ ଓଜନର ବ୍ରାଉନ୍‍ସୁଗର ଜବତ କଲେଣି। ତଥାପି ଥମୁନି ଏ ବେପାର।