Manmath Mishra - The Sakala

ବଲିଉଡ୍‌ରେ ମୋ ଝିଅ ନିଜକୁ ପ୍ରତିଷ୍ଠିତ କରିଛି, ବାବୁ-ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲା : ମନ୍ମଥ ମିଶ୍ର
ଭୁବନେଶ୍ବର : ବାବୁସାନ ମୋ ଝିଅ ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲା। ବାବୁ ଓଡ଼ିଶାରେ ବହୁତ କାମ କଲାଣି, ଏବେ ସେ ବଲିଉଡରେ କାମ କରିବାକୁ ଚାହୁଁଥିଲା। ଏଣୁ ତାକୁ ଏକ ମାଧ୍ୟମ ଦରକାର ଥିଲା। ଏଣୁ ସେ ପ୍ରକୃତିକୁ ଅସ୍ତ୍ର କରି ତାର ଆକାକ୍ଷାଂ ପୂରଣ କରିବାକୁ ଚାହୁଁଥିଲା ବୋଲି କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର। ସେ କହିଛନ୍ତି ମୋ ଝିଅ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛି। ଏବେ ତା ପାଖକୁ ବଲିଉଡରୁ ବହୁ ଅଫର ଆସୁଛି। ବଲିଉଡରେ କରୋନା ପୂର୍ବରୁ ପ୍ରକୃତିଙ୍କର ୨ ଟି ଫିଲ୍ମର ସୁଟିଂ 25ପ୍ରତିଶତ ସରିଥିଲା ମାତ୍ର କରୋନା ପାଇଁ ବନ୍ଦ ହେଇଗଲା। ଏବେ ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ସହ ଏକ ଚଳଚିତ୍ର ସୁଟିଂ ସରିଛି ଯାହା ଆସନ୍ତା ଅକ୍ଟୋବର ବା ନଭେମ୍ବର ରେ ରିଲିଜ ହେବାର ଅଛି। ନାନା ପାଟେକରଙ୍କ ସହ ଲିଡ଼ ରୋଲରେ ଅଭିନୟ କରିବା କୌଣସି ଅଭିନେତ୍ରୀ ପାଇଁ ସ୍ୱପ୍ନ। ଏବେ ପ୍ରକୃତିଙ୍କୁ ମୁମ୍ବାଇରୁ ଅନେକ ଆସୁଛି ଅଫର ବୋଲି ମଧ୍ୟ କହିଛନ୍ତି ମନ୍ମଥ ମିଶ୍ର।

ଆଜି ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପ୍ରକୃତିଙ୍କୁ ପ୍ରାୟ ଘଣ୍ଟାଏ କାଳ ପଚରାଉଚରା କରିଥିଲା। ପ୍ରକୃତିକୁ ପୁଲିସ ପଚରାଉଚରା କରିବା ପରେ ମନ୍ମଥ ମିଶ୍ର ଏକ ବଡ ଖୁଲାସା କରି କହିଥିଲେ ଯେ ବାବୁସାନ ମୋ ଝିଅ ପ୍ରକୃତିକୁ ଅସ୍ତ୍ର ବଲିଉଡକୁ ଯିବାକୁ ଚାହୁଁଥିଲା। ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛି ପ୍ରକୃତି ମିଶ୍ର।ବଲିଉଡରେ କରୋନା ପୂର୍ବରୁ ପ୍ରକୃତିଙ୍କର 2 ଟି ଫିଲ୍ମର ସୁଟିଂ 25ପ୍ରତିଶତ ସରିଥିଲା ମାତ୍ର କରୋନା ପାଇଁ ବନ୍ଦ ହେଇଗଲା। ଏବେ ବଲିଉଡର ଲୋକପ୍ରିୟ ଅଭିନେତା ନାନା ପଟେକରଙ୍କ ସହ ଏକ ଚଳଚିତ୍ର ସୁଟିଂ ସରିଛି ଯାହା ଆସନ୍ତା ଅକ୍ଟୋବର ବା ନଭେମ୍ବର ରେ ରିଲିଜ ହେବାର ଅଛି। ଏବେ ମୁମ୍ବାଇରୁ ଏବେ ଅନେକ ଅଫର ଆସୁଛି। ଗତ ୨୩ ତାରିଖ ଘଟଣା ପରେ ଆମେ ସବୁ କାମ ଛାଡି ଚେନ୍ନାଇ ଝିଅ ପାଖକୁ ଗଲୁ। ଝିଅର ମାନସିକ ଦୁଶ୍ଚିନ୍ତା ଦୂର କରିବା ପାଇଁ ଆମେ ଚେନ୍ନାଇ ଯାଇଥିଲୁ। ଆମେ ପହଞ୍ଚିବା ପରେ ହୋଟେଲରେ ପ୍ରକୃତି ସବୁ ଛାଡି ଆମ ସହ ଆସିଥିଲା ବୋଲି ମନ୍ମଥ ମିଶ୍ର କହିଛନ୍ତି।

ମନ୍ମଥ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଚେନ୍ନାଇରେ ବାବୁସାନ ଏବଂ ପ୍ରକୃତି ହୋଟେଲରେ ଥିଲେ। ହୋଟେଲରେ ପ୍ରକୃତି ଏବଂ ବାବୁଙ୍କୁ ବୁଝାଇଛି। ଘରକୁ ଫେରି ସ୍ତ୍ରୀ ଓ ପୁଅସହ ଭଲରେ ରହିବା ପାଇଁ ପରାମର୍ଶ ଦେଇଛି। ଆମେ ପହଞ୍ଚିବା ପରେ ହୋଟେଲରେ ପ୍ରକୃତି ସବୁ ଛାଡି ଆମ ସହ ଆସିଥିଲା। ବାବୁ ଚାହୁଁଥିଲା ପ୍ରକୃତି ତା ସହ ରହିବାକୁ କିନ୍ତୁ ଆମ ଝିଅ ଆମକୁ ବାଛିଥିଲା। ମୋ ଝିଅ ବଲିଉଡ ରେ ନିଜକୁ ପ୍ରତିଷ୍ଠିତ କରି ପାରିଛି । ସେ ଓଡ଼ିଶାରେ ରହୁ ନଥିଲା ମଝିରେ ମଝିରେ ଆସୁଥିଲା। ପୁଣି ଫେରିଯିବ ସେ ମୁମ୍ବାଇ। ପ୍ରେମମର ନିଆଁ ଏତେ ଜୋରରରେ ବଢିଯିବ ବୋଲି ସେ ଜାଣି ନଥିଲା ବୋଲି କହିଛନ୍ତି ବାପା ମନ୍ମଥ।

ବାବୁସାନ୍‌ ତାଙ୍କ ପରିବାର ପାଖକୁ ଫେରି,ସୁଖର ସଂସାର ଗଢ଼ନ୍ତୁ : ମନ୍ମଥ ମିଶ୍ର
ଭୁବନେଶ୍ବର : ଏବେ ବାଟରେ ପଡ଼ି ହାଟରେ ଗଡୁଛି ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି, ପତ୍ନୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ କଳହ। ଷ୍ଟାର କଳିର ଗତ ୩ ଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚା ଆଲୋଚନାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ପୁଲିସରେ ମାମଲା ରୁଜୁ ପରେ ପୁଲିସ ତଦନ୍ତ କରୁଛି। ଘଟଣା ସହ ସମ୍ପୃକ୍ତିଥିବା ସସମ୍ତଙ୍କୁ ପୁଲିସ ପଚରାଉଚୁରା କରିଥିବା ବେଳେ କେବଳ ବାବୁସାନ ଓଡ଼ିଶା ଫେରିନଥିବା କାରଣରୁ ତାଙ୍କୁ ପୁଲିସ ପଚରାଉଚୁରା କରିପାରିନାହିଁ। ଘଟଣାର ୩ ଦିନ ପରେ ବି ବାବୁଶାନ ଓଡ଼ିଶା ଫେରି ନ ଥିବା ବେଳେ ଘରକୁ ଫେରିଛନ୍ତି ପ୍ରକୃତି ମିଶ୍ର । ବାବୁସାନ ଏବେ କେଉଁଠି ଅଛନ୍ତି ତାହା ବାବୁସାନଙ୍କ ପରିବାର କିମ୍ବା ତାଙ୍କ ସହ ଯାଇଥିବା ପିଲ୍ମ ପୟୋଜକ ଟିମ୍‌ ମଧ୍ୟ ଜାଣିନଥିବା କହିଛନ୍ତି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାବୁସାନ ଏବେ କେଉଁଠି ଅଛନ୍ତି ଏବଂ କେବେ ଓଡ଼ିଶା ଫେରିବେ ତାହା ଏବେ ପ୍ରଶ୍ନ ଘେରରେ ରହିଛି।

ଅନ୍ୟପଟେ ପ୍ରକୃତି ଚେନ୍ନାଇରୁ ଫେରିଥିବା ବେଳେ ଆଜି ଖାରବେଳନଗର ଥାନା ପୁଲିସ୍‌ ତାଙ୍କୁ ପଚରାଉଚରା କରିଛି। ଖାରବେଳନଗର ଥାନା ଆଇଆଇସି ଓ ଲେଡି ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ଘରେ ପହଞ୍ଚିଥିଲେ। ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍‌ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା।ତୃପ୍ତି କରିଥିବା ଅଭିଯୋଗ ଅନୁଯାୟୀ, ପ୍ରକୃତି ବାବୁଶାନଙ୍କୁ ବ୍ଲାକମେଲ କରିବା ସହ ନିଶାଶକ୍ତ କରାଇଛନ୍ତି । ତାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ତାଙ୍କ ଟଙ୍କା ଖର୍ଚ୍ଚ କରୁଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ୍‌ ଆଜି ପ୍ରକୃତିଙ୍କୁ ପଚରାଉଚରା କରିଥିବା ବେଳେ ଏଥିରେ ସେ ସହଯୋଗ କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।

ସେପଟେ ପ୍ରକୃତିଙ୍କ ପିତା ମନ୍ନଥ ମିଶ୍ର କହିଛନ୍ତି, ଘଟଣା ସମ୍ପର୍କରେ ପୁଲିସ ଆମ ଉପସ୍ଥିତିରେ ପ୍ରକୃତିକୁ ପଚରାଉଚରା କରିଛି। ଯାହା ଉତ୍ତର ଦେବା କଥା ପ୍ରକୃତି ଦେଇ ସାରିଛି। ମୁଁ ଆଇନ ଉପରେ ସବୁ ଛାଡ଼ି ଦେଇଛି। ଆମେ ଚେନ୍ନାଇରେ ବାବୁଶାନ୍‌ଙ୍କୁ ଭେଟିଥିଲୁ। ମୁଁ ଚାହୁଁଛି ବାବୁ ତାଙ୍କ ପରିବାର ପାଖକୁ ଫେରି ସୁଖର ସଂସାର କରନ୍ତୁ। ସେ ଆହୁରି କହିଛନ୍ତି, ମୋ ଝିଅ ପ୍ରକୃତି ତା’ ପରିବାର ସହ ଅଛି। ସେ ମାନସିକ ସ୍ତରରେ ଶାନ୍ତିରେ ଅଛି।ପ୍ରକୃତି ଚେନ୍ନାଇରେ ଥିବା ବେଳେ ଗତକାଲି ତାଙ୍କ ବାପାମା’ ସେଠାକୁ ଯାଇଥିଲେ। ସେଠାରୁ ସେମାନେ ପ୍ରକୃତିଙ୍କୁ ନେଇ ଆଜି ସକାଳେ ଭୁବନେଶ୍ୱର ଫେରିଥିଲେ। ତେବେ ବାବୁଶାନ କୁଆଡ଼େ ଗଲେ, ସେ ଏବେ କେଉଁଠି ଅଛନ୍ତି ସେ ସମ୍ପର୍କରେ କାହା ପାଖରେ ସଠିକ୍‌ ସୂଚନା ନାହିଁ।‘ଦମନ’ ଫିଲ୍ମର ପ୍ରମୋସନ ପାଇଁ ବାବୁଶାନ ଚେନ୍ନାଇ ଯାଇଥିବା ବେଳେ ଫିଲ୍ମର ଟିମ୍‌ ଆଜି ଭୁବନେଶ୍ୱର ଫେରି ଆସିଛି। ବାବୁଶାନ ହୋଟେଲରୁ ଚେକ୍‌ଆଉଟ୍‌ କରି କେଉଁଆଡ଼େ ଚାଲି ଯାଇଥିବା ବେଳେ ଏବେ ସେ କେଉଁଠି ଅଛନ୍ତି ସେ ସମ୍ପର୍କରେ କାହା ପାଖରେ ସଠିକ୍‌ ସୂଚନା ନ ଥିବା ଜଣାଯାଇଛି।

ସେପଟେ ଚେନ୍ନାଇରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ଥିବା ହୋଟେଲ ସିସିଟିଭି ଫୁଟେଜ୍ ଭାଇରାଲ୍ ହେବାରେ ଲାଗିଛି। ଚେନ୍ନାଇରେ ଥିବା ବେଳେ ବାବୁସାନ୍ ଓ ପ୍ରକୃତି ଗୋଟିଏ ହୋଟେଲ୍‌ରେ ଥିଲେ। ଯେଉଁ ହୋଟେଲ୍‌ରେ ବାବୁସାନ୍ ଥିଲେ, ସେଠାରେ ହିଁ ରହିଥିଲେ ପ୍ରକୃତି। ହୋଟେଲର ସିସିଟିଭି ଫୁଟେଜ୍‌ରେ ଦୁଇ ଜଣଙ୍କୁ ଦେଖିବାକୁ ମିଳିଥିଲା । ସେମାନଙ୍କ ସହ ପ୍ରକୃତିଙ୍କ ପରିବାର ଲୋକଙ୍କ ମଧ୍ୟ ଦେଖିବାକୁ ମିଳିଛି ।

ବିଜେପିରୁ ଇସ୍ତଫା ଦେଲେ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ସମୟରେ ବିଜେପିରୁ ଇସ୍ତଫା ଦେଲେ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର । ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ ମନ୍ମଥ । ବହୁ ଦିନ ଧରି ବିଜେପିରେ ରହିବା ପରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ମନ୍ମଥ ମିଶ୍ର । ଆଠଗଡରେ ମନ୍ମଥ ମିଶ୍ର ସଂଗଠନ କରିଥିବା ସତ୍ୱେ ତାଙ୍କୁ ଦଳ ତରଫରୁ ଟିକେଟ ଦିଆଯାଇନଥିଲା ।

ତେବେ ବିଜେପିରୁ ଇସ୍ତଫା ନେଇ ମନ୍ମଥ କହିଛନ୍ତି, ମୁଁ ଯୋଗ ଦେଇନଥିଲି । ଦଳ ମୋତେ ନିମନ୍ତ୍ରଣ କରିଥିଲା । ଏହା ପରେ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ସହ ସିଧାସଳଖ ଭାବେ ଯୋଡ଼ି ହୋଇଥିଲି । ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଟିକେଟ ଦେବା ନେଇ ମନ୍ମଥ ମିଶ୍ରଙ୍କୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ବାଦ ଦିଆଯାଇଥିଲା ।

ନିଜ ସଙ୍ଗୀତ ପ୍ରତି ସମୟର ଅଭାବର ରହୁଛି, ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସଙ୍ଗୀତକୁ ଯଥେଷ୍ଟ ସମୟ ଦେବା ପାଇଁ ସେ ଦଳ ତ୍ୟାଗ କରିଛନ୍ତି । ଦଳରେ ରହି ଦଳକୁ ସମୟ ଦେଇ ପାରୁନଥିଲେ । ତେଣୁ ଇସ୍ତଫା ଦେବାକୁ ସେ ଉଚିତ ମଣିଥିବା ପ୍ରକାଶ କରିଛନ୍ତି । ଏକଥା ମଧ୍ୟ କହିଛନ୍ତି, ଦଳ ତାଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଅନ୍ୟ ଜଣଙ୍କୁ ଟିକେଟ ମିଳିଲା ।