IPL Auction - The Sakala

ମହଙ୍ଗା ଅନକ୍ୟାପଡ୍‌ ଖେଳାଳି ପ୍ରଶାନ୍ତ ଓ କାର୍ତ୍ତିକ: ଜଣେ ସାଙ୍ଗ ପାଇଁ, ଆଉ ଜଣେ ବାପାଙ୍କ ପାଇଁ ହେଲେ ଆଇପିଏଲ ଷ୍ଟାର...
ନୂଆଦିଲ୍ଲୀ: ଏଥର ମିନି ନିଲାମୀରେ ସବୁଠୁ ଚର୍ଚ୍ଚାରେ ରହିଥିଲା ସର୍ବାଧିକଥରର ଟାଇଟଲ୍‌ ବିଜେତା ଚେନ୍ନାଇ ସୁପର କିଙ୍ଗ୍‌ସ। ଚେନ୍ନାଇ ଦୁଇଜଣ ଅପରିଚିତ ଖେଳାଳିଙ୍କୁ କ୍ରୟ କରିବା ଲାଗି ୨୮.୪୦ କୋଟି ଟଙ୍କା ବ୍ୟୟ କରିଥିଲା। ସେହି ଦୁଇଜଣ ଖେଳାଳି ହେଲେ ଉତ୍ତର ପ୍ରଦେଶ ଅଲ୍‌ରାଉଣ୍ଡର ପ୍ରଶାନ୍ତ ବୀର ଓ ରାଜସ୍ଥାନର ୱିକେଟକିପର କାର୍ତ୍ତିକ ଶର୍ମା। ଉଭୟଙ୍କୁ ଚେନ୍ନାଇ ୧୪.୨୦ କୋଟି ଲେଖାଏରେ କିଣି ଦଳରେ ସାମିଲ କରିଛି। ଉଭୟଙ୍କ ମୂଳ ଦଳ ୩୦ ଲକ୍ଷ ଟଙ୍କା ରହିଥିଲା। ଅର୍ଥାତ୍‌ ଏମାନେ ମୂଳଦରରୁ  ୪୯ଗୁଣା ଅଧିକ ମୂଲ୍ୟରେ ନିଲାମୀରେ କ୍ରୟ ହୋଇଥିଲେ। ସେହିଭଳି ଆଇପିଏଲ୍‌ ଇତିହାସରେ ଅନକ୍ୟାପଡ୍‌ ଅର୍ଥାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନ ଥିବା ଖେଳାଳିଙ୍କ ମଧ୍ୟରେ ଉଭୟ ସର୍ବାଧିକ ମୂଲ୍ୟରେ ବିକ୍ରି ହେବାର ନୂଆ ରେକର୍ଡ କରିଛନ୍ତି। ଏଥିପୂର୍ବରୁ ଏହି ରେକର୍ଡ ଆଭେସ ଖାନଙ୍କ ନାମରେ ରହିଥିଲା। ୨୦୨୨ ନିଲାମୀରେ ଲକ୍ଷ୍ନୌ ଆଭେସଙ୍କୁ ୧୦ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା।

ଆମେଥିରୁ ଚେନ୍ନାଇ ସୁପରକିଙ୍ଗସ: ବନ୍ଧୁ ଛାଡିଲେ ଖେଳ, ସାଙ୍ଗ ହେଲେ ଆଇପିଏଲ ଷ୍ଟାର; ପଢନ୍ତୁ ପ୍ରଶାନ୍ତଙ୍କ ଭାବବିହ୍ଵଳ ଯାତ୍ରା

କେବଳ କଠିନ ପରିଶ୍ରମ ଦ୍ଵାରା ସଫଳତା ମିଳିବା ସହଜ ନୁହେଁ, ଏଥିପାଇଁ ଆବଶ୍ୟକ ନିଷ୍ଠା, ଅଧ୍ୟବସାୟ ଏବଂ କିଛି ଉତ୍ତମ ବନ୍ଧୁଙ୍କ ସହଯୋଗ। ଚେନ୍ନାଇ ସୁପରକିଙ୍ଗସ (CSK) ଦଳରେ ନୂଆ କରି ସାମିଲ ହୋଇଥିବା ଉତ୍ତରପ୍ରଦେଶ ଆମେଥିର ଯୁବ କ୍ରିକେଟର ପ୍ରଶାନ୍ତଙ୍କ କାହାଣୀ ଏହାର ଏକ ଜ୍ଵଳନ୍ତ ଉଦାହରଣ। ଏକ ଗରିବ ପରିବାରରୁ ଆସି ଆଇପିଏଲର ସବୁଠାରୁ ସଫଳ ଦଳରେ ସ୍ଥାନ ପାଇବା ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ଅତ୍ୟନ୍ତ ଭାବପ୍ରବଣ। ଅର୍ଥାଭାବ କାରଣରୁ ଦିନେ କ୍ରିକେଟ୍ ଛାଡିବାକୁ ବସିଥିବା ପ୍ରଶାନ୍ତ ଆଜି ନିଜ କୋଚ୍ ଏବଂ ଜଣେ ଘନିଷ୍ଠ ବନ୍ଧୁଙ୍କ ତ୍ୟାଗ ପାଇଁ ସାରା ଦେଶରେ ପରିଚିତ ହୋଇପାରିଛନ୍ତି।

ପ୍ରଶାନ୍ତଙ୍କ ପରିବାରର ଆର୍ଥିକ ସ୍ଥିତି ଆଦୌ ଭଲ ନଥିଲା। ଜେଜେ ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବା କଷ୍ଟକର ହୋଇପଡିଥିଲା। ପୂର୍ବରୁ ଜେଜେଙ୍କ ପେନସନ ଟଙ୍କାରେ ପ୍ରଶାନ୍ତ କ୍ରିକେଟ୍ ଉପକରଣ କିଣିବା ସହ ପ୍ରଶିକ୍ଷଣ ଖର୍ଚ୍ଚ ତୁଲାଉଥିଲେ। କିନ୍ତୁ ବାପା ଜଣେ ଶିକ୍ଷା ମିତ୍ର ଭାବେ କାର୍ଯ୍ୟ କରୁଥିବାରୁ ସ୍ୱଳ୍ପ ରୋଜଗାରରେ ପରିବାର ଚଳାଇବା କଷ୍ଟକର ହେଉଥିଲା। ପରିସ୍ଥିତି ଏପରି ହେଲା ଯେ, ନିଜ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇ ପରିବାରକୁ ସାହାଯ୍ୟ କରିବାକୁ ପ୍ରଶାନ୍ତ ମନସ୍ଥ କରିନେଇଥିଲେ। ତେବେ ତାଙ୍କ କୋଚ ରାଜାବ ଏକଥା ଜାଣିବା ପରେ ତାଙ୍କୁ ଅଟକାଇଥିଲେ ଏବଂ କ୍ରିକେଟ୍ ପ୍ରଶିକ୍ଷଣର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ପ୍ରଶାନ୍ତଙ୍କ ସଫଳତା ପଛରେ ବନ୍ଧୁଙ୍କ ହାତ

ପ୍ରଶାନ୍ତଙ୍କ ସଫଳତା ପଛରେ ତାଙ୍କ ବନ୍ଧୁ ରକ୍ଷିତ ଗର୍ଗଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି। ଉଭୟ ଏକଦା ଏକତ୍ର ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ରହି ପ୍ରଶିକ୍ଷଣ ନେଉଥିଲେ। ପରେ ଉନ୍ନତ ପ୍ରଶିକ୍ଷଣ ପାଇଁ ଉଭୟ ସହରନପୁର ଚାଲିଆସିଥିଲେ। ସେଠାରେ ପ୍ରଶାନ୍ତଙ୍କ ରହିବା ପାଇଁ ଘର ନ ଥିବାରୁ ରକ୍ଷିତ ତାଙ୍କୁ ନିଜ ଘରେ ଆଶ୍ରୟ ଦେଇଥିଲେ। ରକ୍ଷିତଙ୍କ ବାପା ଏକ ପାନ ଦୋକାନ କରି ଘର ଚଳାଉଥିଲେ ମଧ୍ୟ ସେ ବନ୍ଧୁ ପ୍ରଶାନ୍ତଙ୍କୁ ସାହାଯ୍ୟ କରିବାରେ କୁଣ୍ଠାବୋଧ କରିନଥିଲେ। ଗୋଟିଏ ସାଇକେଲରେ ଦୁଇ ବନ୍ଧୁ ଏକାଠି ଅଭ୍ୟାସ ପାଇଁ ଯାଉଥିଲେ।

ଦୁର୍ଭାଗ୍ୟବଶତଃ, ପିତାମାତାଙ୍କ ଦେହାନ୍ତ ପରେ ରକ୍ଷିତଙ୍କୁ କ୍ରିକେଟ୍ ଛାଡିବାକୁ ପଡିଥିଲା ଏବଂ ସେ ଏବେ କ୍ରୀଡ଼ା ଉପକରଣ ଦୋକାନ ଚଳାଉଛନ୍ତି। କିନ୍ତୁ ପ୍ରଶାନ୍ତ ହାର ମାନିନଥିଲେ। କଠିନ ପରିଶ୍ରମ ବଳରେ ସେ ୟୁପି ସିନିୟର ଦଳର ନିୟମିତ ସଦସ୍ୟ ହୋଇପାରିଛନ୍ତି। ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲରଙ୍କ ଭଳି ଛକା ମାରିବାର ଦକ୍ଷତା ରଖିଥିବାରୁ ତାଙ୍କୁ ‘ସହରନପୁର ମିଲର’ କୁହାଯାଏ। ଗତ ୟୁପି ଟି-ଟ୍ଵେଣ୍ଟି ଲିଗରେ ସେ ୧୫୫.୩୪ ଷ୍ଟ୍ରାଇକ ରେଟରେ ୩୭୦ ରନ ସଂଗ୍ରହ କରିବା ସହ ୮ଟି ୱିକେଟ୍ ନେଇ ଚେନ୍ନାଇ ସୁପରକିଙ୍ଗସର ଦୃଷ୍ଟି ଆକର୍ଷଣ କରିଥିଲେ। ଚେନ୍ନାଇ ଦଳରେ ଚୟନ ହେବା ପରେ ପ୍ରଶାନ୍ତ ପ୍ରଥମେ ଭିଡିଓ କଲ୍ ଯୋଗେ ନିଜର ସେହି ପୁରୁଣା ବନ୍ଧୁ ରକ୍ଷିତଙ୍କୁ ହିଁ ଖୁସି ଖବର ଜଣାଇଥିଲେ।

ସହରନପୁର ମିଲର: ପ୍ରଶାନ୍ତ ନିଜ ଅଞ୍ଚଳରେ ‘ସହରନପୁର ମିଲର’ ନାମରେ ପରିଚିତ । ଦକ୍ଷିଣ ଆଫ୍ରିକା ବ୍ୟାଟର ଡେଭିଡ୍ ମିଲରଙ୍କ ଭଳି ଛକା ମାରିବାର କ୍ଷମତା ରଖିଥିବାରୁ ତାଙ୍କୁ ଏଭଳି ନାମ ମିଳିଛି । ଗତ ୟୁପି ଟି-ଟ୍ଵେଣ୍ଟି ଲିଗରେ ପ୍ରଶାନ୍ତ ୧୫୫.୩୪ ଷ୍ଟ୍ରାଇକ ରେଟରେ ୩୭୦ ରନ ସଂଗ୍ରହ କରିବା ସହ ୮ଟି ୱିକେଟ୍ ନେଇ ସୁପରକିଙ୍ଗସର ଦୃଷ୍ଟି ଆକର୍ଷଣ କରିଥିଲେ । ସୁପରକିଙ୍ଗସ ତାଙ୍କୁ ସଙ୍ଗେ ସଙ୍ଗେ ଟ୍ରାଏଲ ପାଇଁ ଡାକିଥିଲା ।

ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମା; ୧୪.୨୦ କୋଟି ଟଙ୍କାରା କିଣିଲା CSK, ବାପାଙ୍କଠୁ ଶିଖିଥିଲେ ଖେଳ, ଏବେ ଚେନ୍ନାଇ ପାଇଁ କରିବେ କମାଲ୍

ଆଇପିଏଲ୍ ମିନି ନିଲାମରେ ଆଉ ଜଣେ ଦାମୀ ଘରୋଇ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ୧୯ ବର୍ଷୀୟ କାର୍ତ୍ତିକ ଶର୍ମା। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏହି ଯୁବ ତାରକାଙ୍କୁ ୧୪.୨୦ କୋଟି ଟଙ୍କାର ବିପୁଳ ମୂଲ୍ୟରେ କିଣିଛି। କାର୍ତ୍ତିକ ଜଣେ ୱିକେଟ୍ କିପର ବ୍ୟାଟର ଏବଂ ତାଙ୍କ ନିକଟରେ ଏକାକୀ ମ୍ୟାଚ୍ ଜିତାଇବାର ଦକ୍ଷତା ରହିଛି। ଭାରତୀୟ କ୍ରିକେଟର ଆଗାମୀ ଭବିଷ୍ୟତ ଭାବେ ତାଙ୍କୁ ଏବେଠାରୁ ଗଣନା କରାଯାଉଛି।

କାର୍ତ୍ତିକ ରାଜସ୍ଥାନର ବାସିନ୍ଦା ଏବଂ ପିଲାଦିନରୁ କ୍ରିକେଟ୍ ପ୍ରତି ତାଙ୍କର ବିଶେଷ ଦୁର୍ବଳତା ରହିଥିଲା। ତାଙ୍କ ବାପା ମନୋଜ କୁମାର ମଧ୍ୟ ଜଣେ କ୍ରିକେଟ୍ ଖେଳାଳି ଥିଲେ, କିନ୍ତୁ ସେ ବେଶୀ ଆଗକୁ ବଢ଼ିପାରି ନଥିଲେ। ନିଜର ଅଧୁରା ସ୍ୱପ୍ନକୁ ପୁଅ ମାଧ୍ୟମରେ ପୂରଣ କରିବାକୁ ସେ ଲକ୍ଷ୍ୟ ରଖିଥିଲେ ଏବଂ ନିଜେ ପୁଅକୁ ଖେଳର କୌଶଳ ଶିଖାଇଥିଲେ। କାର୍ତ୍ତିକ ବର୍ତ୍ତମାନ କ୍ରିକେଟର ଦୀପକ ଓ ରାହୁଲ ଚହରଙ୍କ ବାପା ଲୋକେନ୍ଦ୍ର ସିଂହ ଚହରଙ୍କ ଏକାଡେମୀରେ ତାଲିମ ନେଉଛନ୍ତି।

୨୦୨୪ରେ ପ୍ରଥମ ଶ୍ରେଣୀ ଏବଂ ‘ଲିଷ୍ଟ-ଏ’ କ୍ରିକେଟରେ ପଦାର୍ପଣ କରିବା ପରଠାରୁ କାର୍ତ୍ତିକ ଆଉ ପଛକୁ ଫେରି ଚାହିଁନାହାନ୍ତି। ନିଜର ଉଭୟ ଡେବ୍ୟୁ ମ୍ୟାଚରେ ଶତକ ଅର୍ଜନ କରି ସେ ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ସୁଦ୍ଧା ସେ ୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୩ଟି ଶତକ ସହ ୪୭୯ ରନ୍ ଏବଂ ୯ଟି ‘ଲିଷ୍ଟ-ଏ’ ମ୍ୟାଚରୁ ୨ଟି ଶତକ ସହ ୪୪୫ ରନ୍ ସଂଗ୍ରହ କରିଛନ୍ତି। ଗତ ବିଜୟ ହଜାରେ ଟ୍ରଫିରେ ସେ ରାଜସ୍ଥାନ ପାଇଁ ସର୍ବାଧିକ ରନ୍ ସ୍କୋରର ଥିଲେ। ଆଇପିଏଲ୍ ଖେଳିବାର ସୁଯୋଗ ପାଇବା ପରେ କାର୍ତ୍ତିକ ବେଶ୍ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ, ବାପା ତାଙ୍କୁ ଛକା ମାରିବା ଏବଂ ବଡ଼ ସ୍କୋର କରିବା ପାଇଁ ସର୍ବଦା ଉତ୍ସାହିତ କରୁଥିଲେ। ଆଇପିଏଲ୍ ଚୁକ୍ତି ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ, ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ସମେତ ମୋଟ ୬ଟି ଦଳ ପାଇଁ ଟ୍ରାଏଲ୍ ଦେଇଥିଲେ। ଶେଷରେ ସିଏସକେ ତାଙ୍କୁ ଦଳରେ ସାମିଲ କରି ତାଙ୍କ ଆଇପିଏଲ୍ ସ୍ୱପ୍ନକୁ ସାକାର କରିଛି।

IPL 2026 Auction: ଭାଙ୍ଗିଲେ ଆଇପିଏଲ୍ ଇତିହାସର ସବୁ ରେକର୍ଡ, କାମେରନ୍ ଗ୍ରୀନଙ୍କୁ ୨୫.୨୦ କୋଟି ଦେଇ କିଣିଲା KKR
ନୂୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ ନିଲାମରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ୍ ଗ୍ରୀନ୍ ନୂଆ ଇତିହାସ ରଚିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଏହି ନିଲାମ ପ୍ରକ୍ରିୟାରେ କୋଲକାତା ନାଇଟ୍ ରାଇଡର୍ସ (KKR) ତାଙ୍କୁ ଏକ ବିପୁଳ ମୂଲ୍ୟ ଦେଇ ଦଳରେ ସାମିଲ କରିଛି। କେକେଆର୍ ଗ୍ରୀନ୍‍ଙ୍କ ପାଇଁ ୨୫.୨୦ କୋଟି ଟଙ୍କାର ବୋଲି ଲଗାଇଛି, ଯାହା ଫଳରେ ସେ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହୋଇପାରିଛନ୍ତି। ପୂର୍ବରୁ ଆଇପିଏଲ୍ ୨୦୨୪ ନିଲାମରେ କେକେଆର୍ ମିଚେଲ୍ ଷ୍ଟାର୍କଙ୍କୁ ୨୪.୭୫ କୋଟି ଟଙ୍କାରେ କିଣି ରେକର୍ଡ କରିଥିଲା, ଯାହାକୁ ଆଜି ଗ୍ରୀନ୍ ଭାଙ୍ଗି ଦେଇଛନ୍ତି।

କାମେରନ୍ ଗ୍ରୀନ୍ ହେଉଛନ୍ତି ତୃତୀୟ ଅଷ୍ଟ୍ରେଲିଆ ଖେଳାଳି ଯିଏକି ନିଲାମରେ ୨୦ କୋଟିରୁ ଅଧିକ ମୂଲ୍ୟ ପାଇଛନ୍ତି। ତାଙ୍କ ପୂର୍ବରୁ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ (୨୦.୫ କୋଟି) ୨୦୨୪ରେ ଏହି କ୍ଲବରେ ସାମିଲ ହୋଇଥିଲେ। ତେବେ ନିୟମ ଅନୁଯାୟୀ, ଗ୍ରୀନ୍ ସର୍ବାଧିକ ୧୮ କୋଟି ଟଙ୍କା ଦରମା ଭାବେ ପାଇବେ ଏବଂ ବାକି ୭.୨୦ କୋଟି ଟଙ୍କା ବିସିସିଆଇ (BCCI) ପାଣ୍ଠିକୁ ଯିବ। ଗତ ଦୁଇ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ପାଇଁ ଖେଳି ଗ୍ରୀନ୍ ୧୫୩.୬୯ ଷ୍ଟ୍ରାଇକ୍ ରେଟରେ ୭୦୭ ରନ୍ ସଂଗ୍ରହ କରିଛନ୍ତି।

ଅନ୍ୟପକ୍ଷରେ, ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ପାଇଁ କେକେଆର୍ ଏବଂ ଆରସିବି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ଡିଫେଣ୍ଡିଂ ଚାମ୍ପିଅନ୍ ଆରସିବି ତାଙ୍କୁ ୭ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସେ ୨୩.୭୫ କୋଟି ଟଙ୍କାରେ ବିକ୍ରି ହୋଇଥିଲେ, କିନ୍ତୁ ଏଥର ତାଙ୍କ ମୂଲ୍ୟରେ ବଡ଼ ହ୍ରାସ ଘଟିଛି। ଏବେ ସେ ତାଙ୍କ ମଧ୍ୟପ୍ରଦେଶ ଅଧିନାୟକ ରଜତ ପାଟିଦାରଙ୍କ ନେତୃତ୍ୱରେ ଖେଳିବେ।

ଶ୍ରୀଲଙ୍କା ଦ୍ରୁତ ବୋଲର ମାଥିଶା ପାଥିରାନାଙ୍କ ପାଇଁ ମଧ୍ୟ ଜୋରଦାର ନିଲାମ ଡାକରା ହୋଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଲଢ଼େଇ ପରେ କେକେଆର୍ ତାଙ୍କୁ ୧୮ କୋଟି ଟଙ୍କାରେ କିଣି ନେଇଛି। ସେହିପରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏନରିକ୍ ନର୍ଟଜେଙ୍କୁ ତାଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କାରେ କିଣିଛି। ରାଜସ୍ଥାନ ରୟାଲ୍ସ ଚେନ୍ନାଇ ଓ ହାଇଦ୍ରାବାଦକୁ ପଛରେ ପକାଇ ସ୍ପିନର ରବି ବିଷ୍ଣୋଇଙ୍କୁ ୭.୨୦ କୋଟି ଟଙ୍କାରେ ଦଳରେ ସାମିଲ କରିଛି।

IPL 2026 Auction: ଆଜି ମିନି ନିଲାମୀ; ୩୬୯ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା, ଓଡ଼ିଶାରୁ ରାଜେଶ ଓ ସ୍ୱସ୍ତିକ ସାମିଲ
ଆବୁଧାବି: ଆଇପିଏଲ୍‌ର ଆଗାମୀ ୧୯ତମ ସଂସ୍କରଣ ଲାଗି ମଙ୍ଗଳବାର ମିନି ଖେଳାଳି ନିଲାମ ଅନୁଷ୍ଠିତ ହେବ। ଆବୁ ଧାବିରେ ଅପରାହ୍ଣ ୨ଟା ୩୦ରୁ ଏହି ଦିନିକିଆ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଆଇପିଏଲ୍‌ର ୧୦ଟି ଯାକ ଫ୍ରାଞ୍ଚାଇଜ ନିକଟରେ ମୋଟ୍‌ ୭୭ଟି ସ୍ଥାନ ବଳକା ରହିଛି। ଏହି ୭୭ଟି ସ୍ଥାନ ଲାଗି ପଞ୍ଜୀକରଣ କରିଥିବା ଖେଳାଳିଙ୍କ ମଧ୍ୟରୁ ୩୬୯ଜଣଙ୍କ ସଂକ୍ଷିପ୍ତ ତାଲିକା ପ୍ରକାଶ କରାଯାଇଛି। ଯେଉଁଥିରେ ୨୫୪ଜଣ ଭାରତୀୟ ଓ ୧୧୫ଜଣ ବିଦେଶୀ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ମଙ୍ଗଳବାର ହେବ। ସେହିଭଳି ଏହି ୩୬୯ଜଣ ଖେଳାଳିଙ୍କ ମଧ୍ୟରୁ ୨୩୮ଜଣ ଅନ୍ତର୍ଜାତୀୟ କ୍ରିିକେଟ ଖେଳିନାହାନ୍ତି ଅର୍ଥାତ୍‌ ଅନକ୍ୟାପଡ୍‌ ଖେଳାଳି।

୨ କୋଟି ମୂଳଦର ତାଲିକାରେ ୪୦ ଖେଳାଳି
ଅପରପକ୍ଷରେ ୪୦ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ ଅର୍ଥାତ୍‌ ମୂଳଦର ୨ କୋଟି ଟଙ୍କା ରହିଛି। ଏହି ୨ କୋଟି ତାଲିକାରେ କାମେରନ ଗ୍ରୀନ, ଷ୍ଟିଭ ସ୍ମିଥ୍‌, ଡେଭିଡ ମିଲର, କ୍ୱିଣ୍ଟନ ଡି କକ୍‌, ଭେଙ୍କଟେଶ ଆୟର, ରବି ବିଷ୍ଣୋଇ ପ୍ରମୁଖଙ୍କ ଭଳି ଖେଳାଳି ରହିଛନ୍ତି। ସେହିଭଳି ମୂଳଦର ୧.୫ କୋଟି ତାଲିକାରେ ୯ଜଣ, ୧.୨୫ କୋଟି ମୂଳଦରରେ ୪ଜଣ, ୧ କୋଟି ମୂଳଦରରେ ୧୭ଜଣ ଖେଳାଳିଙ୍କୁ ରଖାଯାଇଛି। ୭୫ ଲକ୍ଷ, ୫୦ ଲକ୍ଷ, ୪୦ ଲକ୍ଷ ଓ ୩୦ ଲକ୍ଷ ମୂଳଦର ଥିବା ତାଲିକାରେ ଯଥାକ୍ରମେ ୪୨ଜଣ, ୪ ଜଣ, ୭ଜଣ ଓ ୨୨୭ ଜଣ ଖେଳାଳି ରହିଛନ୍ତି।

ନିଲାମରେ ଅଂଶଗ୍ରହଣ କରିବାକୁ ଥିବା ୧୦ ଗୋଟି ଫ୍ରାଞ୍ଚାଇଜ ନିକଟରେ ମୋଟ୍‌ ୨୩୭.୫୫ କୋଟି ଟଙ୍କା ବଳକା ରହିଛି। ଫ୍ରାଞ୍ଚାଇଜ ଅନୁଯାୟୀ ଦେଖିଲେ କୋଲକାତା ନାଇଟ୍‌ ରାଇଡର୍ସ ନିକଟରେ ସର୍ବାଧିକ ୬୪.୩ କୋଟି ଟଙ୍କା ରହିଛି। ସେହିଭଳି ଚେନ୍ନାଇ ସୁପର୍‌ କିଙ୍ଗ୍‌ସ (୪୩.୪ କୋଟି), ସନରାଇଜର୍ସ ହାଇଦରାବାଦ୍‌ (୨୫.୫ କୋଟି), ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌ସ (୨୨.୯୫ କୋଟି), ଦିଲ୍ଲୀ କ୍ୟାପିଟାଲ୍ସ (୨୧.୮ କୋଟି) ପଛକୁ ପଛ ରହିଛନ୍ତି। ଚୂଡ଼ାନ୍ତ ଖେଳାଳି ରିଟେନ ତାଲିକା ପ୍ରକାଶ ପାଇବା ପରେ କେଉଁ ଫ୍ରାଞ୍ଚାଇଜ ନିକଟରେ କେତେ ଟଙ୍କା ବଳକା ରହିଥାଏ ତାହା ସ୍ପଷ୍ଟ ହୋଇଥାଏ। ଜଣାଣୁଣା ଅକ୍ସନର ମଲ୍ଲିକା ସାଗର ଆସନ୍ତାକାଲି ଏହି ନିଲାମୀକୁ ହୋଷ୍ଟ କରିବେ।

ଓଡ଼ିଶାରୁ ଶେଷ ମୁହୂର୍ତ୍ତରେ ରାଜେଶ, ସ୍ୱସ୍ତିକ ସାମିଲ
ମଙ୍ଗଳବାର ହେବାକୁ ଥିବା ମିନି ନିଲାମୀର କେଇ ଘଣ୍ଟା ପୂର୍ବରୁ ୧୯ଜଣ ଖେଳାଳିଙ୍କୁ ଶେଷ ମୁହୂର୍ତ୍ତରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୪ଜଣ ଭାରତୀୟ ଓ ୫ଜଣ ବିଦେଶୀ ଖେଳାଳି ରହିଛନ୍ତି। ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଖେଳାଳି ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ବ୍ୟାଟର୍‌ ସ୍ୱସ୍ତିକ ସାମଲ ରହିଛନ୍ତି। ୧୯ଜଣ ଖେଳାଳି ସାମିଲ ହେବାପରେ ଏବେ ନିଲାମୀ ଲାଗି ମୋଟ୍‌ ୩୬୯ଜଣ ଖେଳାଳି ରହିଲେ। ପୂର୍ବରୁ ପ୍ରକାଶିତ ୩୫୦ ଜଣିଆ ତାଲିକାରେ ଓଡ଼ିଶାର ଜଣେ ହେଲେ ଖେଳାଳି ସ୍ଥାନ ପାଇ ନ ଥିଲେ। ବିଭିନ୍ନ ଫ୍ରାଞ୍ଚାଇଜର ଅନୁରୋଧକ୍ରମେ ସୋମବାର ରାତିରେ ଏହି ଖେଳାଳିଙ୍କୁ ନିଲାମୀ ତାଲିକାରେ ଯୋଡ଼ା ଯାଇଥିଲା।

ମକ୍‌ ନିଲାମୀରେ ଚମକିଲେ ଗ୍ରୀନ
ମିନିନିଲାମୀ ପୂର୍ବରୁ ସୋମବାର ପ୍ରସାରଣକାରୀ ସଂସ୍ଥା ଷ୍ଟାର୍‌ ସ୍ପୋର୍ଟ୍ସ ପକ୍ଷରୁ ଏକ ମକ୍‌ ନିଲାମୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର କାମେରନ ଗ୍ରୀନ ସମସ୍ତଙ୍କୁ ଚକିତ କରି ୩୦.୫୦ କୋଟି ଟଙ୍କାରେ କୋଲକାତା ଫ୍ରାଞ୍ଚାଇଜ ଦ୍ୱାରା କ୍ରୟ ହୋଇଥିଲେ। ତେବେ ମକ୍‌ ନିଲାମୀରେ ଚମକିଥିବା ଗ୍ରୀନଙ୍କ ଭାଗ୍ୟ କ’ଣ ହେଉଛି ତାହା ମୁଖ୍ୟ ନିଲାମୀରେ ମଙ୍ଗଳବାର ଜଣାପଡ଼ିବ। ତେବେ ଏଥର ଗ୍ଲେନ ମ୍ୟାକ୍ସୱେଲ ଓ ଫାଫ୍‌ ଡୁ ପ୍ଲେସିସ ଆଇପିଏଲ୍‌ ବଦଳରେ ପାକିସ୍ତାନ ଲିଗ୍‌ ଖେଳିବାକୁ ନିଷ୍ପତ୍ତି ନେଇଥବବାରୁ ସେମାନଙ୍କୁ ନିଲାମୀରେ ଦେଖିବାକୁ ମିଳିବନି।

ଆଇପିଏଲ୍‌‌- ୨୦୨୫: ରିୟାଦରେ ନଭେମ୍ବର ୨୪ ଓ ୨୫ରେ ହେବ ମହାନିଲାମୀ
ନୂଆଦିଲ୍ଲୀ: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ର ଆଗାମୀ ୧୮ତମ ସଂସ୍କରଣ ପାଇଁ ସବୁ ୧୦ଟି ଦଳ ରିଟେନସନ ତାଲିକା ଘୋଷଣା କରିବା ପରେ ଏବେ ମହାନିଲାମୀ ଉପରେ ସମସ୍ତଙ୍କ ନଜର ରହିଛି। ମଧ୍ୟପ୍ରାଚ୍ୟ ଦେଶ ସାଉଦି ଆରବର ରାଜଧାନୀ ରିୟାଦରେ ଆଇପିଏଲ୍‌‌ର ମହାନିଲାମୀ ଆୟୋଜନ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି। ଏହି ମହାନିଲାମୀ ନଭେମ୍ବର ୨୪ ଓ ୨୫ ତାରିଖରେ ଆୟୋଜନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

ରିଟେନସନ ତାଲିକାରେ ଏକାଧିକ ତାରକା ତଥା ବଡ଼ ଖେଳାଳି ବାଦ ପଡ଼ିଛନ୍ତି। ଫଳରେ ଏହି ଖେଳାଳିମାନେ ମହାନିଲାମୀରେ ଅଂଶଗ୍ରହଣ କରିବେ। ପୁଣି ସବୁ ଦଳର ପର୍ସରେ ବହୁ ପରିମାଣରେ ଅର୍ଥ ଥିବାରୁ ଏହି ଖେଳାଳିମାନେ ସମସ୍ତଙ୍କୁ ଚକିତ କରି ନିଲାମୀରେ ଚଢ଼ା ଦରରେ ବିକ୍ରି ହେବେ ଓ ଚର୍ଚ୍ଚା ସୃଷ୍ଟି କରିବେ। ରିଟେନସନ ତାଲିକାରୁ ବାଦ୍‌‌ ପଡ଼ିଥିବା ଏହି ସୁପରଷ୍ଟାର ଖେଳାଳିମାନେ ହେଲେ ୱିକେଟରକ୍ଷକ ବ୍ୟାଟର ଋଷଭ ପନ୍ତ, ଲୋକେଶ ରାହୁଲ, ଇଂଲଣ୍ଡର ଅଭିଜ୍ଞ ବ୍ୟାଟର ଜୋଶ ବଟଲର, ଦକ୍ଷିଣ ଆଫ୍ରିକାର ଆଇଡେନ ମାର୍କରାମ, ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ, ଦକ୍ଷିଣ ଆଫ୍ରିକା ବ୍ୟାଟିଂ ସୁପରଷ୍ଟାର ଫାଫ୍‌‌ ଡୁପ୍ଲେସି, ଶ୍ରେୟସ ଆୟରଙ୍କ ଭଳି ଖେଳାଳି।

୧୦ଟି ଯାକ ଦଳ ମୋଟ୍‌‌ ଉପରେ ୪୬ ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି ଓ ଏ ବାବଦରେ ୫୫୮.୫ କୋଟି ଟଙ୍କା ବ୍ୟୟ କରିଛନ୍ତି। ଏହି ୪୬ଜଣ ଖେଳାଳିଙ୍କ ମଧ୍ୟରୁ ୩୬ ଜଣ ଭାରତୀୟ ଖେଳାଳି ରହିଛନ୍ତି ଓ ଏମାନଙ୍କ ମଧ୍ୟରେ ୧୦ ଜଣ ଖେଳାଳି ଅନକ୍ୟାପ୍‌‌ଡ ରହିଛନ୍ତି ଅର୍ଥାତ ଏହି ଖେଳାଳିମାନେ ଭାରତ ପାଇଁ ଏପର୍ଯ୍ୟନ୍ତ ଖେଳିନାହାନ୍ତି। ଏଥର ଆଶ୍ଚର୍ଯ୍ୟଜନକ ଭାବେ ଫ୍ରଞ୍ଚାଇଜ୍‌‌ଗୁଡିକ କୌଣସି ଇଂଲଣ୍ଡ ଖେଳାଳିଙ୍କୁ ରିଟେନ କରିନାହାନ୍ତି। ୫ଥର ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ତା’ର ତାରକା ୫ ଭାରତୀୟ ଖେଳାଳି ଯଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌‌ରା, ୩୬୦-ଡିଗ୍ରୀ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଓ ଯୁବ ବାମହାତୀ ବ୍ୟାଟର ତିଳକ ବର୍ମାଙ୍କୁ ରିଟେନ ଅର୍ଥାତ ବଜାୟ ରଖିଛି। ଦକ୍ଷିଣ ଆଫ୍ରିକାର ହେନେରିଚ୍‌‌ କ୍ଲାସେନ ସର୍ବାଧିକ ୨୩ କୋଟି ଟଙ୍କା ବିନିୟମରେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ରିଟେନ ହୋଇଛନ୍ତି। ସେହିପରି ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ୨୧ କୋଟି ଟଙ୍କା ବିନିମୟରେ ଆରସିବି ଦଳ ରିଟେନ କରିଛି।

ଏଥର ପଞ୍ଜାବ କିଙ୍ଗ୍‌‌ସ ଏଥର ମୋଟା ଅଙ୍କର ପର୍ସ ୧୧୦.୫ କୋଟି ଟଙ୍କା ସହ ମହାନିଲାମୀରେ ଅବତୀର୍ଣ୍ଣ ହେବ। ସେହିପରି ରାଜସ୍ଥାନ ରୟାଲ୍ସ ନିକଟରେ ସର୍ବନିମ୍ନ ୪୧ କୋଟି ଟଙ୍କାର ପର୍ସ ବାକି ରହିଛି। ପୁଣି ଆଇପିଏଲରେ ଏଥର ୫ଟି ଦଳ ନୂଆ ଅଧିନାୟକ ଖୋଜିବେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବି କିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ନୂଆ ଅଧିନାୟକଙ୍କୁ ନିଯୁକ୍ତି ଦେବ। ଆଇପିଏଲ ଏଥର ମାର୍ଚ୍ଚ ଓ ମେ ମାସ ମଧ୍ୟରେ ଆୟୋଜନ ହେବ।

୨୦୨୪ ଆଇପିଏଲ୍‌ ପୂର୍ବରୁ ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ ଛାଡ଼ିଲା ଚେନ୍ନାଇ ସୁପର କିଙ୍ଗସ୍‌
ବେଙ୍ଗାଲୁରୁ: ବିଶ୍ବର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୭ତମ ସଂସ୍କରଣର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଇପିଏଲ ପାଇଁ ନିଲାମୀ ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବ । ତେଣୁ ଏହା ପୂର୍ବରୁ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ଟିମ ଖେଳାଳି ରିଟେନ ଏବଂ ରିଲିଜ କରିଛନ୍ତି। ତେବେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଆଇପିଏଲରେ ସାମିଲ ଥିବା ଶୁଭ୍ରାଂଶୁ ସେନାପତିଙ୍କୁ ଛାଡିଛି ଚେନ୍ନାଇ ସୁପର କିଙ୍ଗସ୍‌। ଗତ ଦୁଇ ବର୍ଷ ହେବ ଚେନ୍ନାଇ ସୁପର କିଙ୍ଗସ୍‌ରେ ସ୍ଥାନ ପାଇଥିଲେ ଶୁଭ୍ରାଂଶୁ ସେନାପତି। କିନ୍ତୁ ଚଳିତ ଆଇପିଏଲ ସିଜିନ୍‌ ଆରମ୍ଭ ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କୁ ଦଳରୁ ରିଲିଜ୍‌ କରିଛି ସିଏସ୍‌କେ। ଶୁଭ୍ରାଂଶୁ ସେନାପତିଙ୍କ ସହ ଚେନ୍ନାଇ ସୁପର କିଙ୍ଗସ୍‌ ମୋଟ୍‌ ୮ ଜଣ ଖେଳାଳିଙ୍କୁ ଚଳିତ ସିଜିନ୍‌ ପୁର୍ବରୁ ରିଲିଜ୍‌ କରିଛି ।

ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତି ଦୁଇ ବର୍ଷ ହେଲା ଚେନ୍ନାଇ ସୁପର କିଙ୍ଗସ୍‌ରେ ସ୍ଥାନ ପାଇଥିଲେ ବି ଗୋଟିଏ ମ୍ୟାଚ୍‌ ଖେଳିବା ପାଇଁ ସୁଯୋଗ ପାଇ ନ ଥିଲେ । ୨୦୨୨ ଆଇପିଏଲ ପୂର୍ବରୁ ହୋଇଥିବା ମିନି ନିଲାମିରେ ଶୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା ଚେନ୍ନାଇ। ତେବେ ଆଜି ଚେନ୍ନାଇ ସୁପର କିଙ୍ଗସ୍‌ ରିଲିଜ୍‌ କରିଥିବା ୮ ଖେଳାଳିଙ୍କ ମଧ୍ୟରେ ବେନ୍‌ ଷ୍ଟୋକ୍ସ, ପ୍ରିଟୋରିଓସ୍‌, ଅମ୍ବାତି ରାୟୁଡୁ,କାଇଲ ଜେମିସନ, ଭଗତ ବର୍ମା, ଆକାଶ ସିଂ,ଶୁଭ୍ରାଂଶୁ ସେନାପତି ଓ ଜାମିସନ୍‌ ଭଳି ଖେଳାଳି ରହିଛନ୍ତି। ଯାହାଫଳରେ ଚେନ୍ନାଇ ୩୨.୧ କୋଟି ଟଙ୍କା ନେଇ ଡିସେମ୍ବର ୧୯ରେ ହେବାକୁ ଥିବା ମିନି ନିଲାମକୁ ଯିବ। ବେନ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ ଚେନ୍ନାଇ କ୍ରୟ କରିଥିବାରୁ ସେ ରିଲିଜ ହେବା ଫଳରେ ଦଳର ମୋଟା ଅଙ୍କା ଅର୍ଥ ବଞ୍ଚିଛି।

ଅନ୍ୟପଟେ ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ୍‌ ଦଳରେ ଡେଭିଡ କନୱେ, ରୁତୁରାଜ ଗାଇକୱାଡ, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ଶେଖ ରସିଦ, ଅଜିଙ୍କ୍ୟ ରାହାନେ, ମିଚେଲ ସାଣ୍ଟନର୍, ଶିବମ୍ ଦୁବେ, ମୋଇନ୍ ଅଲି, ରବିନ୍ଦ୍ର ଜାଡେଜା, ନିଶାନ୍ତ ସିନ୍ଧୁ, ଅଜୟ ମଣ୍ଡଳ, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମୁକେଶ ଚୌଧୁରୀ, ମେହଶ ତିକ୍ଷିନ୍ନା,ସିମରଜିତ ସିଂ, ରାଜବର୍ଦ୍ଧନ ହାଙ୍ଗରକର, ମାଥିଶା ପଥିରାନା, ପ୍ରଶାନ୍ତ ସୋଲାନକି ରହିଛନ୍ତି।

ଆଇପିଏଲର ୧୬ତମ ସଂସ୍କରଣ ପାଇଁ ଆସନ୍ତାକାଲି ନିଲାମୀ ପ୍ରକ୍ରିୟା, ୪୦୫ ଖେଳାଳୀଙ୍କ ମଧ୍ୟରୁ ନିଲାମ ହେବେ ୮୭ ଜଣ
ନୂଆଦିଲ୍ଲୀ: ଆଇପିଏଲର ୧୬ତମ ସଂସ୍କରଣ ପାଇଁ ଆସନ୍ତାକାଲି କୋଚିରେ ହେବ ମିନି ନିଲାମୀ ପ୍ରକ୍ରିୟା । ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ ମୋଟ ୪୦୫ ଖେଳାଳୀ। ସେମାନଙ୍କ ଭିତରୁ ୮୭ ଜଣ ଖେଳାଳୀ ନିଲାମ ହେବେ ବୋଲି ଜଣାପଡିଛି । ନିଲାମୀରେ ୨୭୩ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୨୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୪ଜଣ ଆସୋସିଏଟ୍ ଦେଶର ରହିଛନ୍ତି । ମୋଟ ୧୧୯ ଜଣ କ୍ୟାପ୍ଡ ଏବଂ ୨୮୨ ଜଣ ଅନକ୍ୟାପ୍ଡ ଖେଳାଳି ନିଲାମରେ ସାମିଲ ହେବେ ।

ନିଲାମ ଶେଷରେ ପ୍ରତି ଟିମ୍ ପାଖରେ ଅତିକମରେ ୧୮ ଖେଳାଳି ଏବଂ ସର୍ବାଧିକ ୨୫ ଖେଳାଳି ରହିପାରିବେ । ପ୍ରତି ଟିମରେ ସର୍ବାଧିକ ୮ଜଣ ବିଦେଶୀ ଖେଳାଳି ରହିବେ । ସନରାଇଜର୍ସ ହାଇଦ୍ରାବାଦ ପର୍ସରେ ସର୍ବାଧିକ ୪୨ କୋଟି ୨୫ ଲକ୍ଷ ଟଙ୍କା ରହିଛି । ସେହିପରି ପଞ୍ଜାବ କିଙ୍ଗସ୍ ପର୍ସରେ ୩୨ କୋଟି ୨୦ ଲକ୍ଷ, ଲକ୍ଷେ୍ନø ସୁପରଜାଏଂଟସ ପର୍ସରେ ୨୩ କୋଟି ୩୫ଲକ୍ଷ ଟଙ୍କା, ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୨୦ କୋଟି ୫୫ ଲକ୍ଷ ଟଙ୍କା ଅଛି । କୋଲକାତା ନାଇଟ୍ ରାଇଡର୍ସ ପର୍ସରେ ସର୍ବନିମ୍ନ ୭ କୋଟି ୫ଲକ୍ଷ ଟଙ୍କା ରହିଛି ।

ଡିସେମ୍ବର ୧୬ରେ ଆଇପିଏଲ ନିଲାମୀ ! ନଭେମ୍ବର ୧୫ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ ଦାଖଲ କରିବେ ଖେଳାଳି ତାଲିକା
ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌)ର ଚଳିତ ସିଜନ ଲାଗି ଖେଳାଳି ନିଲାମୀ ବେଙ୍ଗାଲୁରୁରେ ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ। ବିସିସିଆଇ ପକ୍ଷରୁ ଏହାର ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଏହା ଜଣାଯାଇଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ପାଇଁ ବିସିସିଆଇ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛି । ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜ ଦଳକୁ ନଭେମ୍ବର ୧୫ ତାରିଖ ସୁଦ୍ଧା ସେମାନଙ୍କ ଖେଳାଳି ତାଲିକା ଦାଖଲ କରିବାକୁ କୁହାଯାଇଛି ।

୨୦୨୩ ଆଇପିଏଲ୍‌‌ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏଥର ଗୋଟିଏ ଟିମ୍‌‌ ନିଜ ଘରୋଇ ମାଟିରେ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଗ୍ରାଉଣ୍ଡରେ ଗୋଟିଏ ଲେଖାଏଁ ମ୍ୟାଚ୍‌‌ ଖେଳିବେ। ୨୦୨୨ରେ ଫ୍ରାଞ୍ଚାଇଜ୍‌‌ଙ୍କ ଲାଗି ୯୦ କୋଟି ଟଙ୍କା ନିଲାମୀ ଲାଗି ରଖାଯାଇଥିଲା। କିନ୍ତୁ ଏଥର ଏହା ୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ମେଗା ଅକ୍ସନ ହୋଇଥିଲାବେଳେ ଏଥର ମିନି ଅକ୍ସନ ହେବ।

ଆଇପିଏଲ ଖେଳାଳି ମହାନିଲାମ: ଇଶାନ କିଷାନଙ୍କୁ ୧୫ କୋଟି ୨୫ ଲକ୍ଷ ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ
ବେଙ୍ଗାଲୁରୁ: ବିଶ୍ବର ସବୁଠାରୁ ବ୍ୟୟବହୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାଖେଳାଳି ନିଲାମ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଯାଇଛି। ଏହି ନିଲାମ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ବ୍ୟାଟର ଈଶାନ କିଷାନଙ୍କୁ ୧୫ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଇଶାନ କିଷାନଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୧୫ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ସେହିପରି ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ ଏବଂ ପ୍ୟାଟ୍ କୁମିନ୍ସଙ୍କୁ କୋଲକାତା ୭ କୋଟି ୨୫ ଲକ୍ଷ ଟଙ୍କାରେ କିଣି ଦଳରେ ସାମିଲ କରିଛି।