INDvsWI - The Sakala

ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା; ଗିଲଙ୍କୁ ଅଧିନାୟକ ଓ ଜାଡେଜାଙ୍କୁ ମିଳିଲା ଉପ ଅଧିନାୟକ ଦାୟିତ୍ୱ
ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଜାଡେଜାଙ୍କୁ ମିଳିଲା ଉପ ଅଧିନାୟକ ଦାୟିତ୍ୱ । ବାଦ ପଡ଼ିଲେ କରୁଣ ନାୟର, ଦଳକୁ ଫେରିଲେ ଦେବଦତ୍ତ ପାଡିକଲ।

🚨 Presenting #TeamIndia's squad for the West Indies Test series 🔽#INDvWI | @IDFCFIRSTBank pic.twitter.com/S4D5mDGJNN

— BCCI (@BCCI) September 25, 2025

ଭାରତୀୟ ଟେଷ୍ଟ ଟିମ୍: ଶୁବମନ ଗିଲ୍(ଅଧିନାୟକ), ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକିଲ୍ଲ, ଧ୍ରୁବ ଜୁରେଲ (ୱିକେଟ କିପର), ରବିନ୍ଦ୍ର ଜାଡେଜା ( ଉପଅଧିନାୟକ), ୱାଂଶିଟନ ସୁନ୍ଦର, ଜସପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ଏନ ଜଗଦୀଶନ(ୱିକେଟକପିର), ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ।

ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇଲା ଭାରତ; ଆଜି ଫାଇନାଲ ମୁକାବିଲା
ଲାଉଡରହିଲ: ଟିମ୍ ଇଣ୍ଡିଆର ଦୁଇ ପ୍ରାରମ୍ଭିକ ଖେଳାଳି ଯଶସ୍ୱୀ ଜୟସ୍ୱାଲ ଓ ଶୁବମାନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌‌କୁ ୯ ୱିକେଟରେ ପରାସ୍ତ କରି ୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜ୍‌‌କୁ ୨-୨ରେ ବରାବର ସ୍ଥିତିକୁ ନେଇଆସିଛି। ଏଠାରେ ରବିବାର ଖେଳାଯିବାକୁ ଥିବା ୫ମ ତଥା ଚୂଡାନ୍ତ ଟି-୨୦ରେ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ସିରିଜ୍‌‌ କବ୍‌‌ଜା କରିବ।

ଆମେରିକାର ଫ୍ଲୋରିଡାରେ ଶନିବାର ଅନୁଷ୍ଠିତ ଚତୁର୍ଥ ମୁକାବିଲାରେ ସିମରନ୍‌‌ ହେଟମାୟର ୩୯ ବଲ୍‌‌ରେ ୬୧ ଓ ଦିନିକିଆ ଦଳର ଅଧିନାୟକ ସାଇ ହୋପ୍‌‌ ୨୯ ବଲ୍‌‌ରେ ୪୫ ରନ୍‌‌ କରିବା ଫଳରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌‌ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୮ ରନ୍‌‌ କରିଥିଲା। ଜବାବରେ ଜୟସ୍ୱାଲ ଓ ଗିଲ ପ୍ରଥମ ୱିକେଟ ଭାଗିଦାରୀରେ ୯୪ ବଲ୍‌‌ରୁ ୧୬୫ ରନ୍‌‌ ଉଠାଇବା ଫଳରେ ଭାରତ ୩ ଓଭର ବା ୧୮ବଲ ଓ ୯ଟି ୱିକେଟ ବାକିଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ଫର୍ମକୁ ଫେରିବା ସୂଚନା ଦେଇଥିବା ଗିଲ ୪୭ ବଲ୍‌‌ରେ ୩ ଚୌକା ଓ ୫ ଛକା ସହ ୭୭ ରନ୍‌‌ କରି ୧୬ତମ ଓଭରରେ ଆଉଟ ହୋଇଥିଲେ। କିନ୍ତୁ ଜୀବନର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳୁଥିବା ଜୟସ୍ୱାଲ ୫୧ ବଲ୍‌‌ରେ ୧୧ ଚୌକା ଓ ୩ଛକା ସହାୟତାରେ ୮୪ ରନ୍‌‌ କରି ଶେଷଯାଏ ଅପରାଜିତ ରହିଥିଲେ। ଗିଲଙ୍କ ଆଉଟ ପରେ ତିଳକ ବର୍ମା ୭ ରନ୍‌‌ କରି ଆଉ କୌଣସି କ୍ଷତି ହେବାକୁ ଦେଇ ନଥିଲେ। ଏହି ସିରିଜ୍‌‌ର ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ୱେଷ୍ଟଇଣ୍ଡିଜ୍‌‌ ଓ ଏହାର ପରବର୍ତ୍ତୀ ଦୁଇଟି ମ୍ୟାଚ୍‌‌ରେ ଭାରତ ବିଜୟୀ ହୋଇଛି। ଏହି ପଡ଼ିଆରେ ରବିବାର ୫ମ ତଥା ଶେଷ ଟି-୨୦ ମୁକାବିଲା ଖେଳାଯିବ।

୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜ୍‌‌ରେ ୨-୧ରେ ଆଗୁଆ ଥିବା ୱେଷ୍ଟଇଣ୍ଡିଜ୍‌‌ ଟସ୍‌‌ ଜିତି ପ୍ରଥମେ ବ୍ୟାଟିଂ ନେବା ପରେ ଜଣଙ୍କ ପରେ ଜଣେ ଖେଳାଳିଙ୍କୁ ହରାଇଥିଲା। ଦଳ ୫୭ ରନ୍‌‌ରେ ୪ଟି ୱିକେଟ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ପ୍ରଥମଥର ଖେଳୁଥିବା ଦିନିକିଆ ଅଧିନାୟକ ସାଇ ହୋପ୍‌‌ ୨୯ ବଲ୍‌‌ରେ ୩ ଚୌକା ଓ ୨ଛକା ସହ ୪୫ ଓ ହେଟମାୟର ୩୯ବଲ ଖେଳି ୬୧ ରନ୍‌‌ର ଏକ ବଡ଼ ସ୍କୋର କରିବା ଫଳରେ ୱେଷ୍ଟଇଣ୍ଡିଜ୍‌‌ର ସ୍କୋର ସମ୍ମାନଜନକ ହୋଇଥିଲା। ହେଟମାୟର ତାଙ୍କ ଅର୍ଦ୍ଧଶତକୀୟ ପାଳିରେ ୩ଟି ଚୌକା ଓ ୪ଟି ଆକର୍ଷଣୀୟ ଛକା ମାରିଥିଲେ। ଓଡ଼ିଆନ ସ୍ମିଥ ୧୨ ବଲ୍‌‌ରୁ ୧୫ ରନ୍‌‌ କରି ଦଳୀୟ ସ୍କୋରକୁ ୮ ୱିକେଟରେ ୧୭୮ ରନ୍‌‌ରେ ପହଞ୍ଚିପାରିଥିଲା।

ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ୱିକେଟ ନେଇ ୱେଷ୍ଟଇଣ୍ଡିଜ୍‌‌ ପାଳିରେ ବ୍ରେକ୍‌‌ ଦେଇଥିଲେ। ହେଟମାୟରଙ୍କୁ ଆଉଟ କରି ଅର୍ଶଦୀପ ତୃତୀୟ ସଫଳତା ପାଇଥିଲେ। ଏହି ମ୍ୟାଚ୍‌‌ ଲାଗି ଭାରତୀୟ ଦଳ ଅପରିବର୍ତ୍ତିତ ରହିଥିଲାବେଳେ ୱେଷ୍ଟଇଣ୍ଡିଜ୍‌‌ ୩ଟି ପରିବର୍ତ୍ତନ କରିଥିଲା।

ଚତୁର୍ଥ T20: ଭାରତକୁ ୧୭୯ ରନର ଟାର୍ଗେଟ୍ ଦେଲା ଓ୍ୱେଷ୍ଟଇଣ୍ଡିଜ୍
ଫ୍ଲୋରିଡା: ଆଜି ଆମେରିକାର ଫ୍ଲୋରିଡାରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୭୮ ରନ ହାସଲ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲ ଭାରତକୁ ୧୭୯ ରନର ଆବଶ୍ୟକତା ରହିଛି ।

ଓ୍ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସିମରନ ହେଟମାୟରଙ୍କ ୬୧ ରନ ଓ ସାଇ ହୋପ୍‌ଙ୍କ ୪୫ ରନର ଲଢୁଆ ଇନିଂସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୭୮ ରନ କରିଛି। ଓ୍ୱେଷ୍ଟଇଣ୍ଡିଜର ଦୁଇ ଓପନର କାଇଲ୍ ମେୟର୍ସ ଓ ବ୍ରାଣ୍ଡନ କିଙ୍ଗ୍ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ମେୟର୍ସ ୧୭ ରନ କରିଥିବାବେଳେ କିଙ୍ଗ ୧୯ ରନ କରିଥିଲେ । ୩ୟ ସ୍ଥାନରେ ଆସିଥିବା ସାଇ ହୋପ୍ ୪୫ରନ କରିଥିଲେ । କିନ୍ତୁ ଦଳରୁ ୨ ମଧ୍ୟକ୍ରମ ବ୍ୟାଟର ନିକୋଲାସ ପୁରନ୍ ଓ ରୋଭମାନ ପାଓ୍ବେଲ ବିଫଳ ହୋଇଥିଲେ । ତେବେ ସିମରନ ହେଟମେୟର ଆଜି ନିଜର ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୯ଟି ବଲରେ ୩ ଚୌକା ଓ ୪ ଛକା ସହ ୬୧ରନ କରିଥିଲେ । ଫଳରେ ଦଳ ଭାରତ ବିପକ୍ଷରେ ୧୭୮ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା । ଭାରତ ପକ୍ଷରୁ ଅର୍ସଦୀପ ସିଂ ୩ଟି ଓ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।

୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ଉଭୟ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଏବଂ ବୋଲିଂ ଲାଇନ୍‌ଅପ୍‌ ଫେଲ ମାରିଥିଲା । ଯାହାଫଳରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ୍‌ରେ ୨-୦ରେ ଆଗରେ ଥିଲା ଘରୋଇ ଟିମ୍‌ । ମାତ୍ର ତୃତୀୟ ମ୍ୟାଚରେ କମବ୍ୟାକ କରିଥିଲା ଭାରତ । ତୃତୀୟ ମ୍ୟାଚ ଜିତି ଭାରତ ୨-୧ ରେ ସିରିଜକୁ ଫେରିଥିଲା । ତେବେ ଆଜିର ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଆଜିର ମ୍ୟାଚ୍ ହାରିଲେ ଭାରତ ସିରିଜ ହାରିବ।

ଆଜି ୱେଷ୍ଟଇଣ୍ଡିଜ୍‌‌ ବିପକ୍ଷ ତୃତୀୟ ଟି-୨୦, କର ଅବା ମର ସ୍ଥିତିରେ ଭାରତ
ପ୍ରୋଭିଡେନ୍ସ,: ୱେଷ୍ଟଇଣ୍ଡିଜ୍‌‌ରେ ଚାଲିଥିବା ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ହାରିଯିବା ପରେ ଭ୍ରମଣକାରୀ ଭାରତୀୟ କ୍ରିକେଟ ଦଳ ଚାପରେ। ଏହି ସିରିଜ୍‌‌ର ତୃତୀୟ ମୁକାବିଲା ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମ୍‌‌ରେ ଆଜି ଖେଳାଯିବ। ଏହି ମ୍ୟାଚ୍‌‌ରେ ହାରିଗଲେ ଭାରତ ଆଉ ଦୁଇଟି ମ୍ୟାଚ୍‌‌ ବାକିଥାଇ ସିରିଜ୍‌‌ ହାରିଯିବ। ଏଣୁ ଏହି ମୁକାବିଲାଟି ଦଳ ଲାଗି କର ଅବା ମର ସ୍ଥିତି ସୃଷ୍ଟି କରିଛି। ମ୍ୟାଚ୍‌‌ ଜିତିଲେ ସିରିଜ୍‌‌ ପରାଜୟରୁ କିଛି ଦିନ ବର୍ତ୍ତିଯିବ କିମ୍ବା ସିରିଜ୍‌‌ ଜିତିବା ଲାଗି ସମ୍ଭାବନା ସୃଷ୍ଟି କରିବ। ଅନ୍ୟପକ୍ଷରେ ତୃତୀୟ ଟି-୨୦ରେ ଭାରତ ହାରିଗଲେ ୱେଷ୍ଟଇଣ୍ଡିଜ୍‌‌ ୩-୦ ବ୍ୟବଧାନରେ ଆଗୁଆ ସିରିଜ୍‌‌ ଜିତିବ। ୨୦୧୬ ପରଠାରୁ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜ୍‌‌ରେ ଭାରତ ପରାଜିତ ହୋଇ ନାହିଁ। ଏହି ସିରିଜ୍‌‌ର ଶେଷ ଦୁଇଟି ମୁକାବିଲା ଆମେରିକାର ଫ୍ଲୋରିଡା ସହରରେ ଅଗଷ୍ଟ ୧୨ ଓ ୧୩ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ୱେଷ୍ଟଇଣ୍ଡିଜ୍‌‌ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌‌ରେ ଭାରତ ପରାଜିତ ହେବାର ଅନେକ କାରଣ ରହିଛି। କିନ୍ତୁ ଏହି ଫର୍ମାଟରେ ଭାରତ ଯେପରି ଖେଳିଥାଏ, ତାହା ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଦେଖାଇପାରି ନାହିଁ। ଏପରିକି ଦଳ ବ୍ୟାଟିଂରେ କ୍ଲିକ୍‌‌ କରୁଛି ନା ବୋଲିଂରେ ନିକୋଲସ ପୂରନଙ୍କୁ ନିୟନ୍ତ୍ରଣରେ ରଖିପାରୁଛି। ସେ ଜଣେ ପେସ୍‌‌ ବୋଲର ହୁଅନ୍ତୁ କିମ୍ବା ସ୍ପିନର କୌଣସି ବୋଲର ସେମାନଙ୍କ ନିୟନ୍ତ୍ରଣରେ ନାହାନ୍ତି। ଯାହା ଫଳରେ ୱେଷ୍ଟଇଣ୍ଡିଜ୍‌‌ ବ୍ୟାଟିଂରେ ଶକ୍ତିଶାଳୀ ହୋଇ ନଥିଲେ ମଧ୍ୟ ଭାତୀୟ ବୋଲିଂକୁ ସେମାନେ ମୁକାବିଲା କରିବାରେ ସମର୍ଥ ହୋଇପାରିଛନ୍ତି। ପାରମ୍ପରିକ ଭାବେ ଭାରତୀୟ ବୋଲିଂ ଦୁର୍ବଳ। ସେମାନେ ନବାଗତ ଖେଳାଳି ହୁଅନ୍ତୁ କିମ୍ବା ଅଭିଜ୍ଞ। କିନ୍ତୁ ଭାରତ ଲାଗି ଅଡୁଆ ପରିସ୍ଥିତି ସୃଷ୍ଠି କରିଛି ବ୍ୟାଟିଂ। ଇଶାନ କିସାନ, ଶୁବମାନ ଗିଲ ଓ ସୂର୍ଯ୍ୟକୁମାରଙ୍କୁ ନେଇ ଗଠିତ ଟପ୍‌‌ ଅର୍ଡର ଯେପରି ଫେଲ ମାରୁଛି, ଟେଲ ଏଣ୍ଡରମାନେ ସେହିପରି ସାମାନ୍ୟତମ ପ୍ରଭାବ ପକାଇପାରୁ ନାହାନ୍ତି।

ଦ୍ୱିତୀୟ ଟି-୨୦ ମୁକାବିଲାରେ ହାରିଯିବା ପରେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମନ୍ଥର ପିଚ୍‌‌ରେ ଦଳର ବ୍ୟାଟିଂକୁ ପରାଜୟ ଲାଗି ଦାୟୀ କରିଥିଲେ। ଏହା ନିଃସନ୍ଦେହ ଯେ, ଗତ ଦୁଇଟି ଫର୍ମାଟରେ ଖେଳାଯାଇଥିବା ସିରିଜ୍‌‌ ଅପେକ୍ଷା ଟି-୨୦ରେ ୱେଷ୍ଟଇଣ୍ଡିଜ୍‌‌ର ବୋଲିଂ ବାହିନୀ ଅଧିକ ସୁଦୃଢ଼ ଓ ଶୃଙ୍ଖଳିତ। ଏମାନଙ୍କ ବିପକ୍ଷରେ ଭାରତୀୟ ବ୍ୟାଟର କ୍ଲିକ୍‌‌ କରିପାରୁ ନାହାନ୍ତି। ଘରୋଇ ଦଳର ଶକ୍ତି ହେଉଛି ପେସ ବୋଲିଂ ଓ ଭାରତର ଶକ୍ତି ହେଉଛି ବ୍ୟାଟିଂ। ଖରାପ ବ୍ୟାଟିଂ କରିବା ଫଳରେ ଭାରତ ଦୁଇଟିଯାକ ମ୍ୟାଚ୍‌‌ରେ ପରାଜିତ ହୋଇଛି। ଏଣୁ ସିରିଜ୍‌‌ ବଞ୍ଚାଇବାକୁ ହେଲେ ପାଣ୍ଡ୍ୟାଙ୍କ ଭାରତୀୟ ଦଳକୁ ତୃତୀୟ ଦିନିକିଆରେ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ଦଳର ଦୁଇ ବୋଲର ମୁକେଶ କୁମାର ଅଧିକ ରନ୍‌‌ ଦେଇଥିଲାବେଳେ ଅଭିଜ୍ଞ ଚହଲ ରନ୍‌‌ ଅଟକାଇବାରେ ସମର୍ଥ ହୋଇପାରୁ ନାହାନ୍ତି। ତୃତୀୟ ଦିନିକିଆରେ ଅକ୍ଷର ପଟେଲଙ୍କୁ ବୋଲିଂ କରିବା ସୁଯୋଗ ମିଳିନି। ଏଭଳି ସ୍ଥିତିରେ ଭାରତୀୟ ଦଳରେ ଏକାଧିକ ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ୱେଷ୍ଟ ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାରତ ଏକ ପାଳି ଏବଂ ୧୪୧ ରନ୍‌ରେ ବିଜୟୀ
ଡୋମିନିକା: ୱେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଜି ମାରିଛି ଟିମ୍ ଇଣ୍ଡିଆ । ଏକ ପାଳି ଏବଂ ୧୪୧ ରନ୍‌ର ବିଶାଳ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ବିଜୟ ହୋଇଛି । ମାତ୍ର ତିନି ଦିନରେ ପ୍ରଥମ ଟେଷ୍ଟକୁ ଜିତି ନେଇଛି ଟିମ ଇଣ୍ଡିଆ । ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରିଥିବା ଜସଶ୍ୱୀ ଜୈସଓ୍ୱାଲ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଛି ।

ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ଓ୍ୱେଷ୍ଟଇଣ୍ଡିଜ୍‌ । ମ୍ୟାଚର ପ୍ରଥମ ଦିନରେ ହିଁ ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ୱେଷ୍ଟଇଣ୍ଡିଜ ଟିମ୍ ପ୍ରଥମ ଇନିଂସରେ ୧୫୦ରନରେ ଅଲ୍ ଆଉଟ୍ ହୋଇ ଯାଇଥିବା ବେଳେ ମଜବୁତ ସ୍ଥିତିରେ ରହିଥିଲା ଟିମ୍ ଇଣ୍ଡିଆ । ଅଶ୍ୱିନୀ ଏବଂ ଜାଡେଜାଙ୍କ ବୋଲିଂର ମୁକାବିଲା ନ କରିପାରି ଧରାଶାୟୀ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ ଟିମ୍ । ଭାରତ ପ୍ରଥମ ଇନିଂସରେ ୪୨୧ ରନ୍‌ର ବିଶାଳ ସ୍କୋର ପାଳି ଘୋଷଣା କରିଥିଲା ।

ପ୍ରଥମ ଇନିଂସ ପରି ଦ୍ଵିତୀୟ ଇଂନିସରେ ମଧ୍ୟ ଭାରତୀୟ ବୋଲରଙ୍କ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରି ନ ଥିଲା ଘରୋଇ ଦଳ । ମାତ୍ର ୧୩୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ୱେଷ୍ଟ ଇଣ୍ଡିଜ । ଯାହାଫଳରେ ଭାରତ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ୧୪୧ ରନ୍‌ରେ ଜିତି ନେଇଛି । ୨ୟ ଇନିଂସରେ ଭାରତୀୟ ବୋଲିଂ ବିଭାଗ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ୭ଟି ଓ୍ୱିକେଟ୍‌ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ୨ଟି ଓ୍ୱିକେଟ୍‌ ନେଇଛନ୍ତି ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ଵିତୀୟ ଟି-୨୦ରେ ହାରିଲା ଭାରତ, ୫ ଟିକିଆ ସିରିଜ ୧-୧ରେ ବରାବର
ସେଣ୍ଟ କିଟ୍ସ,: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟି-୨୦ରେ ହାରିଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ବିଜୟ ସହ ୱେଷ୍ଟ ଇଣ୍ଡିଜ ସିରିଜ ବରାବର କରିଛି । ସେଂଟ କିଟ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୫ ୱିକେଟରେ ବିଜୟ ହାସଲ କରିଛି । ଏଥିସହ ଘରୋଇ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୧-୧ରେ ବରାବର କରିନେଇଛି । ୱେଷ୍ଟଇଣ୍ଡିଜ ଆଗରେ ଭାରତ ମାତ୍ର ୧୩୯ ରନର ଟାର୍ଗେଟ ଦେଇଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍‌ ୫ ଓ୍ଵିକେଟରେ ୧୪୧ ରନ କରି ବିଜୟୀ ହୋଇଥିଲା ।

ଏହି ମ୍ୟାଚରେ ଟସ୍‍ ଜିତି ଘରୋଇ ୱେଷ୍ଟଇଣ୍ଡିଜ ଅଧିନାୟକ ନିକୋଲସ ପୁରନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜବାବରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ଘରୋଇ ଦଳର ବାମହାତୀ ଦ୍ରୁତ ବୋଲର ଓବେଦ ମ୍ୟାକ୍‍ୟଙ୍କ ବୋଲିଂକୁ ସାମ୍ନା କରି ନ ପାରି ୧୯.୪ ଓଭରରେ ୧୩୮ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୩୧, ରବୀନ୍ଦ୍ର ଜାଡେଜା ୨୭, ଋଷଭ ପନ୍ତ ୨୪, ସୂର୍ଯ୍ୟକୁମାର ୧୧ ଏବଂ ଶ୍ରେୟାସ ଆୟର ଓ ରବିଚନ୍ଦ୍ରନ ଅଶ୍ୱିନ ୧୦ ରନ ଲେଖାଏ କରିଥିଲେ। ଦୀନେଶ କାର୍ତ୍ତିକ ୭, ଅଭସେ ଖାନ ୮ ରନ କରିଥିବାବେଳେ ଅଧିନାୟକ ରୋହିତ୍‍ ଶର୍ମା ଖାତା ଖୋଲି ପାରି ନ ଥିଲେ। ମ୍ୟାକ୍‍ୟ ତାଙ୍କ ୪ ଓଭର ସ୍ପେଲରେ ଗୋଟିଏ ମେଡେନ ସହ ୧୭ ରନ ବ୍ୟୟ କରି ସର୍ବାଧିକ ୬ଟି ୱିକେଟ୍‍ ନେଇଥିଲେ।

ଜବାବରେ ୱେଷ୍ଟ ଇଣ୍ଡିଜ୍‌ର ଦୁଇ ଓପନର ବ୍ରାଣ୍ଡନ କିଙ୍ଗ୍‌ ଓ କେଲି ମେୟର୍ସ ଆକ୍ରମଣାତ୍ମକ ବ୍ୟାଟିଂ କରି ୪୬ ରନ୍‌ ସଂଗ୍ରହ କରିଥିଲେ । ମେୟର୍ସ ବ୍ୟକ୍ତିଗତ ୮ ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନିକୋଲାସ ପୂରନ ୧୪(୧ଚୌକା, ୧ଛକା) ରନ୍‌ କରି ପାଭିଲିୟନ ଫେରିଥିଲେ । ପରେ ପରେ ସିମରନ ହେତମେୟର(୬) ମଧ୍ୟ ପାଭିଲିୟନ ଫେରିଥିଲେ । ହେଲେ ଅନ୍ୟ ଓପନର ବ୍ରାଣ୍ଡନ କିଙ୍ଗ୍‌ ବିସ୍ଫୋରକ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିତଲେ । ୫୧ଟି ବଲ୍‌ରୁ ୬୮(୮ଚୌକା, ୨ଛକା) ରନ୍‌ କରି ଆଉଟ୍‌ ହେବାକୁ ବେଳକୁ ସେ ଦଳୀୟ ସ୍କୋରକୁ ୧୦୭ରେ ପହଞ୍ଚାଇ ସାରିଥିଲେ ।

ଶେଷ ଓଭରରେ ଘରୋଇ ଦଳକୁ ୧୦ ରନ୍ ଆବଶ୍ୟକ ଥିବା ବେଳେ ଭାରତ ପକ୍ଷରୁ ଆଭେଶ ଖାନ୍ ବୋଲିଂ କରୁଥିଲେ । ଆଭେଶଙ୍କ ପ୍ରଥମ ବଲ ନୋ’ ବଲ୍ ହୋଇଥିଲା । ଏହା ପରେ ଫ୍ରି-ହିଟରେ ଡେଭନ୍ ଥୋମାସ ଛକା ମାରିଥିଲେ । ପରବର୍ତୀ ବଲରେ ଚୌକା ମାରି ସେ ଦଳକୁ ଜିତାଇଥିଲେ ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ, ୩ ରନରେ ଜିତିଲା ଟିମ୍ ଇଣ୍ଡିଆ
ପୋର୍ଟ ଅଫ୍‍ ସ୍ପେନ୍‍: ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ ।  କୁଇନ୍ସ ପାର୍କ ଓଭାଲରେ ଶୁକ୍ରବାର ଖେଳା ଯାଇଥିବା ହାଇ ସ୍କୋରିଂ ମ୍ୟାଚରେ ଭାରତ ୩ ରନ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ବିଜୟ ହାସଲ କରିଛି । ଏହି ବିଜୟ ସହ ଟିମ୍ ଇଣ୍ଡିଆ ୧-୦ରେ ସିରିଜ ଅଗ୍ରଣୀ ହାସଲ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଅଧିନାୟକ ଶିଖର ଧାୱନ, ଶୁଭମନ ଗିଲ ଓ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍‌ ହରାଇ ୩୦୮ ରନ୍‌ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ ୬ ୱିକେଟ୍‌ ହରାଇ ୩୦୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

୩୦୯ ରନ୍ ଜବାବରେ ଓ୍ବେଷ୍ଟଇଣ୍ଡିଜ୍ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ସହ ମ୍ୟାଚକୁ ଶେଷ ବଲ୍ ପର୍ଯ୍ୟନ୍ତ ଟାଣିଥିଲା । ଶେଷ ଦୁଇ ଓଭରରେ ଦଳ ବିଜୟ ପାଇଁ ୨୭ ରନ୍ ଆବଶ୍ୟକ କରୁଥିଲା। ବ୍ୟାଟିଂ କରୁଥିଲେ ଅକୀଲ ହୁସେନ ଓ ରୋମାରିୟ ସେଫର୍ଡ । ୪୯ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ୧୨ ରନ୍ ଦେଇଥିଲେ। ଅନ୍ତିମ ଓଭର ପ୍ରଥମ ବୋଲିଂ କରିଥିଲେ ମହମ୍ମଦ ସିରାଜ । ୬ ବଲରେ ଇଣ୍ଡିଜ ୧୫ ରନ୍ ଆବଶ୍ୟକ କରୁଥ୍ ବାବେଳେ ସିରାଜ ୧୧ ରନ୍ ବ୍ୟୟ କରି ଭାରତକୁ ବିଜୟୀ କରାଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ, ସର୍ଦୁଲ ଠାକୁର ଓ ଚହଲ ପ୍ରତ୍ୟେକ ୨ଟି କରି ୱିକେଟ୍ ହାସଲ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ କାଇଲ ମେୟର୍ସ ସର୍ବାଧିକ ୭୫ ରନ୍ କରିଥିବା ବେଳେ ବ୍ରାଣ୍ଡନ କିଙ୍ଗ୍ ୫୪ ଓ ସାମର ବ୍ରୁକ୍‌ ୪୭ ରନ୍ କରିଥିଲେ।

ପୂର୍ବରୁ ଘରୋଇ ଅଧୂନାୟକ ନିକୋଲାସ ପୁରାନ ଟସ୍ ଜିତିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଭେଟେରାନ ଶିଖର ଧାୱନଙ୍କ ସହ ଓପନିଂ କରି ଯୁବ ତାରକା ଶୁଭମନ ଗିଲ ବେଶ୍ ଭଲ ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍‌ରେ ଦୁହେଁ ୧୧୯ ରନ୍‌ର ଭାଗିଦାରୀ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ତାଳମେଳର ଅଭାବ ଯୋଗୁ ଗିଲ୍ ରନ୍ ଆଉଟ୍ ହୋଇଥିଲେ । ସେ ୬୪ ରନ୍ କରିଥିଲେ। ଧାୱନ ଆକର୍ଷଣୀୟ ପ୍ରଦର୍ଶନ ସହ ଶତକୀୟ ଇନିଂସ ଦିଗରେ ଅଗ୍ରସର ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ଶେଷରେ ସେ ମାତ୍ର ୩ ରନ୍‌ରୁ ଶତକରୁ ବଞ୍ଚିତ ହୋଇଥିଲେ। ୯୯ ବଲରୁ ଧାନ ୯୭ ରନ୍ ସଂଗ୍ରହ କରିଥିଲେ । ଏଥିରେ ୧୦ଟି ଚୌକା ଓ ୩ଟି ଛକା ସାମିଲ ରହିଥିଲା। ଶ୍ରେୟାସ ୫୪ ରନ୍ କରି ପାଭିଲିୟନ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ (୧୩) ବଡ଼ ଇନିଂସ ଖେଳିବାରେ ବିଫଳ ରହିଥିଲେ। ସଞ୍ଜୁ ସାମସନ (୧୨) ମଧ୍ୟ ଦଳକୁ ନିରାଶ କରିଥିଲେ। ପରେ ଦୀପକ ହୁଡା (୨୭) ଓ ଅକ୍ଷର ପଟେଲ (୨୧) ଦାୟିତ୍ଵପୂର୍ଣ୍ଣ ପ୍ରଦର୍ଶନ ଯୋଗୁ ଦଳ ୭/୩୦୮ ରନ୍‌ରେ ପହଞ୍ଚିଥିଲା। ସର୍ଦୁଲ ଠାକୁର ୭ ଓ ମହମ୍ମଦ ସିରାଜ ୧ ରନ୍ କରି ଅପରାଜିତ ରହିଥିଲେ। ଇଣ୍ଡିକ ପକ୍ଷରୁ ଆଲଜରି ଯୋଶେଫ୍ ଓ ଗୁଡାକେଶ ମୋତି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଦିନିକିଆ; ସିରିଜ୍ କ୍ଲିନ୍ ସ୍ବିଇପ୍ ଲକ୍ଷ୍ୟରେ ଭାରତ
ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଭାରତ ଓ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଆୟୋଜନ ହେବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୨-୦ରେ ଅଗ୍ରଣୀ ହେବା ସହ ଭାରତ ଆଗୁଆ ସିରିଜ ହାତେଇ ନେଇଛି । ତେଣୁ ଅନ୍ତିମ ମ୍ୟାଚ୍ ଜିତି ଘରୋଇ ଦଳ ସିରିଜ କ୍ଲିନ୍‌ ସୁଇପ୍ ଲକ୍ଷ୍ୟରେ ରହିଛି। ଭାରତ ଏବେ ଦଳରେ କିଛି ଅଦଳ ବଦଳ କରିବା ସହ ପରୀକ୍ଷା ନିରୀକ୍ଷା କରିବା ଆଶା କରାଯାଉଛି ।

ଆଜି ଅପରାହ୍ନ ୧ଟା ୩୦ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଦ୍ବିତୀୟ ଦିନିକିଆରେ ୪୪ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ସିରିଜ ହାତେଇଥିଲା ଭାରତ । କୋଭିଡ୍ ସଂକ୍ରମଣରୁ ମୁକ୍ତ ହୋଇ ଅଭିଜ୍ଞ ଓପନର ଶିଖର ଧାୱନ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ ଦଳର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହେବ I ଧାୱନ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ବିଜୟୀ ଦଳରେ ପରିବର୍ତ୍ତନ କରିବାକୁ ଭାରତ ଏବେ ବାଧ୍ୟ ହେବ । ଶିଖରଙ୍କ ଅନୁପସ୍ଥିତିରେ ଇଶାନ କିସାନ ପ୍ରଥମ ଓ ରିଷର ପନ୍ତ ଦ୍ୱିତୀୟ ଦିନିକିଆରେ ଇନିଂସ ଓପନ କରିଥିଲେ ।