Russia Ukraine War - The Sakala
ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର
ରୁଷ-ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ଦିଗରେ ସାହାଯ୍ୟ କରିବାକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଗୁରୁବାର ନିଜର କିଭ୍ ଗସ୍ତ ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଏହା ସ୍ପଷ୍ଟ କରିଛନ୍ତି ଯେ ଆବଶ୍ୟକ ପଡ଼ିଲେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବ।
ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ଆହ୍ୱାନ
ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହାଙ୍କ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଜୟଶଙ୍କର କହିଛନ୍ତି ଯେ, "ଯଦି ଭାରତ କୌଣସି ପ୍ରକାରେ କିମ୍ବା ଯେକୌଣସି ଉପାୟରେ ସାହାଯ୍ୟ କରିପାରିବ, ତେବେ ଆମେ ସେଥିପାଇଁ ସର୍ବଦା ପ୍ରସ୍ତୁତ ଅଛୁ।" ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯୁଦ୍ଧକ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ସମ୍ଭବ ନୁହେଁ। ଆଲୋଚନା ଏବଂ କୂଟନୈତିକ ପଦକ୍ଷେପ ମାଧ୍ୟମରେ ଏହି ବିବାଦର ଏକ ସ୍ଥାୟୀ ସମାଧାନ ବାହାର କରିବାକୁ ଭାରତ ନିରନ୍ତର ଆହ୍ୱାନ ଦେଇଆସିଛି।
ବ୍ଲାକ ସି'ରେ ଜାହାଜ ଉପରେ ଆକ୍ରମଣ ପ୍ରସଙ୍ଗ
ଉଭୟ ଦେଶର ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ଆଲୋଚନାରେ ବ୍ଲାକ ସି (କୃଷ୍ଣ ସାଗର) ରେ ବାଣିଜ୍ୟିକ ଜାହାଜ ଉପରେ ହେଉଥିବା ଆକ୍ରମଣ ପ୍ରସଙ୍ଗ ମଧ୍ୟ ଗୁରୁତ୍ୱର ସହ ଉଠିଥିଲା। ନିକଟରେ ରୁଷ ଓ ୟୁକ୍ରେନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା କାରଣରୁ ଭାରତୀୟ ନାବିକମାନେ ପ୍ରଭାବିତ ହେବା ସହ କିଛି ଲୋକଙ୍କ ଜୀବନ ମଧ୍ୟ ଯାଇଛି। ତେଣୁ ଏହି ଗସ୍ତ ସମୟରେ ନୂଆଦିଲ୍ଲୀ ନିଜ ନାଗରିକ ତଥା ଅନ୍ୟ ଦେଶର ନାବିକମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇଛି।
ତିନି ଦିନିଆ ଗୁରୁତ୍ୱପୂର୍ଣ୍ଣ ବିଦେଶ ଗସ୍ତ
ସୂଚନାଯୋଗ୍ୟ ଯେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସେପ୍ଟେମ୍ବର ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୟୁକ୍ରେନ ଏବଂ ପୋଲାଣ୍ଡର ତିନି ଦିନିଆ ଗସ୍ତରେ ଅଛନ୍ତି। କିଭ୍ ରେ ନିଜ ସମକକ୍ଷଙ୍କୁ ଭେଟିବା ପରେ ସେ ପୋଲାଣ୍ଡ ଗସ୍ତ କରିବେ। ସେଠାରେ ସେ ପୋଲାଣ୍ଡର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ରାଡୋସ୍ଲାଭ ସିକୋରସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବିଦେଶ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ସହ ଆଞ୍ଚଳିକ ବିକାଶ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକ ପ୍ରମୁଖ ସୁଯୋଗ ପ୍ରଦାନ କରିବ।
କିଭ୍‌ରେ ଋଷର ଭୟଙ୍କର ଡ୍ରୋନ୍ ଆକ୍ରମଣ: ଗୋଳାବାରୁଦ ଗୋଦାମରେ ବିସ୍ଫୋରଣ ଯୋଗୁଁ ୨୭ ମୃତ, ୪୨ ଆହତ
ୟୁକ୍ରେନର ରାଜଧାନୀ କିଭ୍‌ ଅଞ୍ଚଳ ଉପରେ ଋଷର ଏକ ଭୟଙ୍କର ବିମାନ ଆକ୍ରମଣ ହୋଇଛି। ଗୋଟିଏ ରାତିରେ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣରେ ଅତିକମ୍‌ରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆହତ ହୋଇଛନ୍ତି।
ଆକ୍ରମଣର କେନ୍ଦ୍ରସ୍ଥଳ ଓ କ୍ଷୟକ୍ଷତି
କିଭ୍‌ର ଆଞ୍ଚଳିକ ଗଭର୍ଣ୍ଣର ତିମୁର ଟକାଚେଙ୍କୋ ସୂଚନା ଦେଇଛନ୍ତି ଯେ, ଶନିବାର ରାତିରେ ବୁଚା ଜିଲ୍ଲା ଅନ୍ତର୍ଗତ ମାଇଲା ଗ୍ରାମର ଏକ ଗୋଦାମ ଉପରେ ଏହି ଡ୍ରୋନ୍ ମାଡ଼ ହୋଇଥିଲା। ଏହି ଗୋଦାମରେ ବିପୁଳ ପରିମାଣର ଗୋଳାବାରୁଦ ମହଜୁଦ ଥିବାରୁ ଆକ୍ରମଣ ପରେ ସେଠାରେ ଭୟଙ୍କର ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ପ୍ରାୟ ୫୦ଟି ଆବାସିକ କୋଠା ଏବଂ ଏକ ବୃଦ୍ଧାଶ୍ରମ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଦିମିତ୍ରିଭକା ସମ୍ପ୍ରଦାୟର ମୁଖ୍ୟ ତାରାସ ଦିଦିଚ୍ ମଧ୍ୟ ରହିଛନ୍ତି, ଯିଏକି ପ୍ରଥମେ ଉଦ୍ଧାର କାର୍ଯ୍ୟ ପାଇଁ ସେଠାରେ ପହଞ୍ଚିଥିଲେ।
ଉଦ୍ଧାର କାର୍ଯ୍ୟ ଓ ସ୍ଥାନାନ୍ତରଣ
ବିସ୍ଫୋରଣର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ପ୍ରଶାସନ ତୁରନ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଥିଲା। ସରକାରୀ ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ୫୯ ଜଣ ଶିଶୁଙ୍କ ସମେତ ୩୮୧ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆହତ ହୋଇଥିବା ୪୨ ଜଣଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ତଦନ୍ତ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ଜେଲେନ୍‌ସ୍କି
ଜନବସତି ନିକଟରେ ଗୋଳାବାରୁଦ ଗୋଦାମ ଥିବାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ନିୟମ ଅନୁଯାୟୀ ଆବାସିକ ଅଞ୍ଚଳ କିମ୍ବା ଘର ପାଖରେ ଗୋଳାବାରୁଦ ଗଚ୍ଛିତ ରଖିବା ସମ୍ପୂର୍ଣ୍ଣ ବେଆଇନ ଅଟେ। ଏହି ଦାୟିତ୍ୱହୀନତା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପରାଧିକ ମାମଲା ରୁଜୁ କରି ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ମିସାଇଲ୍ ଓ ଡ୍ରୋନ୍ ବର୍ଷାରେ ଥରିଲା କିଭ୍: ଜେଲେନସ୍କିଙ୍କ ସତର୍କବାଣୀ ପରେ ରୁଷର ଭୟଙ୍କର ଆକ୍ରମଣ
ୟୁକ୍ରେନର ରାଜଧାନୀ କିଭ୍ (Kyiv) ଉପରେ ରୁଷ ପୁଣିଥରେ ଏକ ବଡ଼ ଧରଣର ଆକ୍ରମଣ କରିଛି। ଗୁରୁବାର ଭୋରରୁ କିଭ୍ ଉପରେ ଏକାଧିକ ମିସାଇଲ୍ ଓ ଡ୍ରୋନ୍ ମାଡ଼ ହୋଇଛି, ଯାହା ଫଳରେ ସହରର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଏହି ଭୟଙ୍କର ଆକ୍ରମଣ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Volodymyr Zelenskyy) ଙ୍କ ଚେତାବନୀର କିଛି ଘଣ୍ଟା ପରେ ହିଁ ଘଟିଛି।
କ୍ଷୟକ୍ଷତି ଏବଂ ଉଦ୍ଧାର କାର୍ଯ୍ୟ
ମିଳିଥିବା ସୂଚନା ଅନୁଯାୟୀ, ରୁଷର ଏହି ଘନଘନ ଆକ୍ରମଣରେ ଅନେକ ଆବାସିକ କୋଠାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ଏବଂ ସହରର ବିଭିନ୍ନ ସ୍ଥାନରେ ନିଆଁ ଲାଗିଯାଇଛି। କିଭ୍ ମେୟର ଭିଟାଲି କ୍ଲିଚକୋ (Vitali Klitschko) ଏହି ଘଟଣାକୁ ନିଶ୍ଚିତ କରିବା ସହ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀରେ ରହିବାକୁ ନିବେଦନ କରିଛନ୍ତି। ବିସ୍ଫୋରଣ ପରେ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କିଛି ସ୍ଥାନରେ କୋଠା ଭୁଶୁଡ଼ି ପଡ଼ିଥିବାରୁ ଭଗ୍ନାବଶେଷ ତଳେ ଲୋକମାନେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।
ଜେଲେନସ୍କିଙ୍କ ପୂର୍ବ ସତର୍କ ସୂଚନା
ଏହି ଆକ୍ରମଣ ପୂର୍ବରୁ ଗୁଇନ୍ଦା ବିଭାଗର ସୂଚନା ଆଧାରରେ ରାଷ୍ଟ୍ରପତି ଜେଲେନସ୍କି ଦେଶବାସୀଙ୍କୁ ସତର୍କ କରାଇଥିଲେ। ରୁଷ ଏକ ବିରାଟ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ନେଇ ସେ ସତର୍କ ସୂଚନା ଦେଇଥିଲେ। ବୁଧବାର ବିଳମ୍ବିତ ରାତିରୁ ସାରା ସହରରେ ସାଇରନ୍ ବାଜିବା ଆରମ୍ଭ ହୋଇଥିଲା। ଭୟଭୀତ ଲୋକମାନେ ନିଜର ପୋଷା ଜନ୍ତୁ ଏବଂ ଶୋଇବା ସାମଗ୍ରୀ ଧରି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନ ଏବଂ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ।
ଯୁଦ୍ଧର ନୂଆ ମୋଡ଼
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଏହି ଯୁଦ୍ଧ ବର୍ତ୍ତମାନ ଏକ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ୟୁକ୍ରେନ ମସ୍କୋ ଉପରେ ଡ୍ରୋନ୍ ଆକ୍ରମଣ ବୃଦ୍ଧି କରିଥିବା ବେଳେ ପ୍ରତିକ୍ରିୟା ସ୍ୱରୂପ ରୁଷ ଏବେ କିଭ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ (Ballistic Missiles) ଏବଂ ଘାତକ ଡ୍ରୋନ୍ ଜରିଆରେ ଲଗାତାର ହମଲା କରୁଛି। ବର୍ତ୍ତମାନର ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ସାଧାରଣ ନାଗରିକମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି।
ରୁଷିଆ ପରେ ଏବେ ଭେନେଜୁଏଲାରୁ ଅଶୋଧିତ ତୈଳ ଆମଦାନୀ କରୁଛି ଭାରତ: ଚଳିତ ମାସରେ ଆସିବ ପ୍ରଥମ ସିପମେଣ୍ଟ
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ନିଜର ଅଶୋଧିତ ତୈଳ ଆମଦାନୀ ରଣନୀତିରେ ଏକ ବଡ଼ ପରିବର୍ତ୍ତନ କରୁଛି। ନିକଟରେ ମିଳିଥିବା ସୂଚନା ଅନୁଯାୟୀ, ରୁଷିଆ ଉପରେ ନିର୍ଭରଶୀଳତା କମାଇବା ଉଦ୍ଦେଶ୍ୟରେ ଭାରତ ଏବେ ଭେନେଜୁଏଲାରୁ ତୈଳ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି। ଚଳିତ ମାସରେ ହିଁ ଭେନେଜୁଏଲାରୁ ପ୍ରଥମ ତୈଳ ଜାହାଜ ଭାରତରେ ପହଞ୍ଚିବାକୁ ଯାଉଛି।
ଆମେରିକା ସହ ଚୁକ୍ତି ଓ ବାଣିଜ୍ୟିକ ସୁବିଧା
ଚଳିତ ବର୍ଷ ଆରମ୍ଭରେ ଆମେରିକା ଭେନେଜୁଏଲାର ତୈଳ ଶିଳ୍ପ ଉପରେ ନିୟନ୍ତ୍ରଣ ହାସଲ କରିବା ପରେ ଏହି ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଆମେରିକା ଏବଂ ଭାରତ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ଅନୁଯାୟୀ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ହାରକୁ ୫୦ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଦେଇଛି। ଏହା ବଦଳରେ ଭାରତକୁ ରୁଷିଆ ପରିବର୍ତ୍ତେ ଆମେରିକା ଏବଂ ଭେନେଜୁଏଲାରୁ ଅଶୋଧିତ ତୈଳ କିଣିବାକୁ ସର୍ତ୍ତ ରଖାଯାଇଛି। ବିଶେଷ କରି ରୁଷିଆର ରୋସନେଫ୍ଟ (Rosneft) ଏବଂ ଲୁକୋଏଲ୍ (Lukoil) ଭଳି ବୃହତ୍ତ କମ୍ପାନୀ ଉପରେ ଆମେରିକାର କଟକଣା ପରେ ଭାରତୀୟ କମ୍ପାନୀଗୁଡ଼ିକ ଏହି ନୂଆ ବିକଳ୍ପକୁ ବାଛିଛନ୍ତି।
ରିଲାଏନ୍ସର ପ୍ରଥମ ପଦକ୍ଷେପ
ଦେଶର ପ୍ରମୁଖ ତୈଳ ବିଶୋଧନାଗାର କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (Reliance Industries) ସିଧାସଳଖ ଭେନେଜୁଏଲାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ପିଡିଭିଏସଏ (PDVSA) ରୁ କ୍ରୁଡ୍ ଅଏଲ୍ କିଣିବା ଆରମ୍ଭ କରିଛି। ନୂତନ ତଥ୍ୟ ଅନୁଯାୟୀ, ରିଲାଏନ୍ସ ପ୍ରାୟ ୨ ନିୟୁତ ବ୍ୟାରେଲ୍ (2 Million Barrels) ଭେନେଜୁଏଲାନ୍ ହେଭି କ୍ରୁଡ୍ ଅଏଲ୍ ଲୋଡ୍ କରିସାରିଛି। ହେଲିଓସ୍ (Helios) ନାମକ ଏକ ବିଶାଳ ସୁପରଟ୍ୟାଙ୍କର୍ ମାଧ୍ୟମରେ ଏହି ତୈଳ ଆସୁଥିବା ବେଳେ ଏହା ଗୁଜରାଟର ସିକ୍କା ବନ୍ଦରରେ ପହଞ୍ଚିବ। ଏଥିସହ ଭାରତର ରାଷ୍ଟ୍ରାୟତ୍ତ କମ୍ପାନୀ ଏମଆରପିଏଲ୍ (MRPL) ମଧ୍ୟ ଭେନେଜୁଏଲାରୁ ତୈଳ କିଣିବା ନେଇ ବର୍ତ୍ତମାନ ବିଚାର କରୁଛି।
ତୈଳ ଆମଦାନୀରେ ବୃଦ୍ଧି
ଗତ କିଛି ମାସ ମଧ୍ୟରେ ଭାରତକୁ ଭେନେଜୁଏଲାର ତୈଳ ରପ୍ତାନି ବହୁଳ ମାତ୍ରାରେ ବୃଦ୍ଧି ପାଇଛି। ଜାହାଜ ଟ୍ରାକିଂ ରିପୋର୍ଟ ଅନୁଯାୟୀ, ଫେବୃଆରୀ ମାସରେ ଭାରତକୁ ଭେନେଜୁଏଲାରୁ ଦୈନିକ ମାତ୍ର ୩୫,୦୦୦ ବ୍ୟାରେଲ୍ ତୈଳ ଆସୁଥିବା ବେଳେ ମାର୍ଚ୍ଚ ମାସରେ ଏହା ଦୈନିକ ୩,୪୨,୦୦୦ ବ୍ୟାରେଲ୍ (342,000 bpd) କୁ ବୃଦ୍ଧି ପାଇଛି। ଯୁଦ୍ଧ ପରିସ୍ଥିତିରେ ରୁଷିଆ ଉପରେ ଚାପ ବଢ଼ୁଥିବା ବେଳେ ଭେନେଜୁଏଲା ସହ ଏହି ନୂତନ ଚୁକ୍ତି ବିଶ୍ୱ ତୈଳ ବଜାରରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସରକାରୀ ବାସଭବନ ଉପରେ ୟୁକ୍ରେନର ଡ୍ରୋନ୍ ମାଡ଼
ମସ୍କୋ/କିଭ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୋଭଗାରୋଡସ୍ଥିତ ସରକାରୀ ବାସଭବନ ଉପରେ ୟୁକ୍ରେନ୍ ରବିବାର ବିଳମ୍ବିତ ରାତିରେ ୯୧ ଡ୍ରୋନ ଆକ୍ରମଣ କରିଛି। ଏହି ଡ୍ରୋନ ମାଡ଼ ସମୟରେ ରାଷ୍ଟ୍ରପତି ପୁତିନ ବାସଭବନରେ ଥିଲେ କି ନାହିଁ ତାହା ଜଣାପଡ଼ି ନାହିଁ। ତେବେ ରୁଷ ପ୍ରତିରକ୍ଷା ବ୍ୟବସ୍ଥା ଏହି ସବୁ ଡ୍ରୋନକୁ ଆକାଶ ମାର୍ଗରେ ଖସାଇ ଦେଇଛି। ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ  ଏହି ଆକ୍ରମଣ ସମ୍ପର୍କରେ ଦାବି କରିବା ସହ ଏହାର ଦୃଢ଼ ଜବାବ ଦିଆଯିବ ବୋଲି କହିଛନ୍ତି । ରୁଷ ବିଦେଶ ମନ୍ତ୍ରୀ ଏହି ଆକ୍ରମଣକୁ ଆତଙ୍କବାଦ ଘଟଣା ଦର୍ଶାଇ କହିଛନ୍ତି ଯେ ୟୁକ୍ରେନ ଉପରେ ପ୍ରତିଆକ୍ରମଣ ପାଇଁ ସମୟ ଏବଂ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ସାରିଛି। ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତିଙ୍କୁ ଫୋନ କରି ପୁତିନ ଏହି ସୂଚନା ଦେଇଛନ୍ତି। ଏହା ଶୁଣି ଟ୍ରମ୍ପ ସ୍ତବ୍ଧ ହୋଇ ଯାଇଥିଲେ ବୋଲି ରୁଷ ବିଦେଶ ନୀତି ପରାମର୍ଶଦାତା ୟୁରି ଉସାକୋଭ କହିଛନ୍ତି ।
ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କି ଏହି ଅଭିଯୋଗକୁ ମିଥ୍ୟା ଏବଂ ମନଗଢ଼ା କହି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ ବାହାନା ଖୋଜୁଛି। ଏଠାକାର ସରକାରୀ କୋଠାରେ ଆକ୍ରମଣ କରି ତାହାକୁ ଉଚିତ ଦର୍ଶାଇବା ପାଇଁ କାହାଣୀ ଗଢୁଛି। ଯୁଦ୍ଧ ବନ୍ଦ କରିବା ପାଇଁ ଜରୁରୀ ପଦକ୍ଷେପ ନେବାକୁ ରୁଷ୍ ମନା କରିଦେଇଛି। ମାତ୍ର ୟୁକ୍ରେନ ଏ ନେଇ କୂଟନୈତିକ ସ୍ତରରେ ପ୍ରୟାସ ଜାରି ରଖିଛି। ଆମେ ବିଶ୍ବକୁ ଚୁପ୍ ହୋଇ ରହିବାକୁ ଦେବୁ ନାହିଁ। ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ପ୍ରୟାସକୁ ରୋକିବାକୁ ରୁଷ୍‌କୁ ଦେବୁ ନାହିଁ। ପୂର୍ବରୁ ମଧ୍ୟ ରୁଷ ମିଛ କହି କିଭ୍ ଏବଂ ମନ୍ତ୍ରିପରିଷଦ କୋଠା ଉପରେ ଆକ୍ରମଣ କରିଥିଲା ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।
ୟୁକ୍ରେନ ଯୁଦ୍ଧ ବିରତିକୁ ନେଇ ଅନିଶ୍ଚିତତା, ବୁଝାମଣାରୁ ଓହରିଯିବ ଆମେରିକା !
ୱାଶିଂଟନ୍‌: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାର କିଛି ଦିନ ପରେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ। ଆମେରିକୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ରୁଷ ଏବଂ ୟୁକ୍ରେନ ପ୍ରତିନିଧି ଆଲୋଚନା କରି ନିର୍ଣ୍ଣାୟକ ନିଷ୍ପତ୍ତି ନେବା ଲାଗି ଆମେରିକା ଉଦ୍ୟମ କରିଥିଲା। କିନ୍ତୁ ଏବେ ସୁଦ୍ଧା ଯୁଦ୍ଧ ବିରତିକୁ ନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଗୋଟିଏ ପଟେ ରୁଷ ରାଷ୍ଟ୍ରପତି ପୁତିନ ଯୁଦ୍ଧ ବନ୍ଦ ପାଇଁ ସର୍ତ୍ତ ରଖିଥିଲା ବେଳେ ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କି ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯାହାକୁ ନେଇ ଯୁଦ୍ଧ ବିରତି ବୁଝାମଣା ଟଳିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ଯୁଦ୍ଧ ବନ୍ଦ ବୁଝାମଣାରୁ ଓହରିଯିବାକୁ ଚେତବାନୀ ଦେଇଛି। ଏହି ଯୁଦ୍ଧ ଆମର ନୁହେଁ, ୟୁକ୍ରେନ ଏବଂ ରୁଷିଆର। କିନ୍ତୁ ଉଭୟ ପକ୍ଷ ବୁଝାମଣାକୁନ୍ଇେ ସମୟ ଟାଳିବାରେ ଲାଗିଛନ୍ତି। କିନ୍ତୁ କିଛି ଦିନ ଭିତରେ ଯଦି ଯୁଦ୍ଧ ବନ୍ଦ ବୁଝାମଣାକୁ ନେଇ ସ୍ପଷ୍ଟ ସଙ୍କେତ ନ ମିଳେ ତେବେ ଆମେରିକା ନିଜ ଉଦ୍ୟମରୁ ଓହରିଯିବାକୁ ବାଧ୍ୟ ହେବ ବୋଲି ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି। ପ୍ୟାରିସ୍‌ ଠାରେ ୟୁରୋପୀୟ ସଂଘ ଏବଂ ୟୁକ୍ରେନ ନେତାଙ୍କ ଏକ ବୈଠକରେ ଯୋଗ ଦେଇ ରୁବିଓ କହିଛନ୍ତି ଯେ, ଯୁଦ୍ଧ ବିରତି ପାଇଁ ଆମେରିକା ସବୁ ଦିଗରୁ ଉଦ୍ୟମ କରିଆସିଛି। ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧ ବନ୍ଦ ବୁଝାମଣା ପାଇଁ ଅତ୍ୟନ୍ତ ସମର୍ପିତ ଭାବେ କାର୍ଯ୍ୟ କରିଛନ୍ତି। କିନ୍ତୁ ଏଥିପାଇଁ ଯେଉଁ କିଛି ଅଂଶୀଦାରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ସେମାନେ ଏହାକୁ ଗୁରୁତ୍ବ ଦେଉ ନାହାନ୍ତି। ଯାହାକି ଟ୍ରମ୍ପଙ୍କୁ ନିରାଶ କରିଛି। ତେଣୁ ଆମେ ଆଉ ବେଶୀ ଦିନ ଅପେକ୍ଷା କରିପାରିବୁନି। ଯଦି ଆଗାମୀ କିଛି ଦିନ ମଧ୍ୟ ଯୁଦ୍ଧ ବିରତି ପାଇଁ ସଙ୍କେତ ନ ମିଳେ ତେବେ ଆମେରିକା ଏହି ଉଦ୍ୟମରୁ ଓହରି ଯିବ ବୋଲି ରୁବିଓ କହିଛନ୍ତି। ଅନ୍ୟପଟେ ଆମେରିକା ୟୁକ୍ରେନକୁ ଦେଇଥିବା ଅର୍ଥ ସହାୟତା ପରିପ୍ରେକ୍ଷୀରେ ୟୁକ୍ରେନରୁ ଖଣିଜ ସମ୍ପଦ ଆମଦାନୀ କରିବା ନେଇ ଆସନ୍ତା ସପ୍ତାହରେ କିଭ୍‌ରେ ବୁଝାମଣା ଚୂଡ଼ାନ୍ତ କରିବ ବୋଲି ସେ କହିଛନ୍ତି।
ୟୁକ୍ରେନ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିପାରେ ରୁଷ୍‌
ଗୋଟିଏ ପକ୍ଷରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ ଆଲୋଚନା ଚାଲିଛି। ଅନ୍ୟପଟେ ଉଭୟ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ ବନ୍ଦ କରିନାହାନ୍ତି। ଇତିମଧ୍ୟରେ ଆମେରିକା ମଧ୍ୟସ୍ଥତାରେ ପ୍ରାଥମିକ ବୁଝାମଣା ଅନୁସାରେ ରୁଷିଆ ୟୁକ୍ରେନର କୌଣସି ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ନ କରିବାକୁ ଦେଇଥିବା ୩୦ ଦିନିଆ ପ୍ରତିଶ୍ରୁତି ଅବଧି ଶେଷ ହୋଇଛି। ତେଣୁ ରୁଷିଆ ୟୁକ୍ରେନର ପ୍ରମୁଖ ଶକ୍ତି କେନ୍ଦ୍ର ଉପରେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି।
ରୁଷର କଜାନ ସହର ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ
ଭୁବନେଶ୍ବର: ରୁଷର କଜାନ ସହରରେ ବଡ଼ ଧରଣର ଡ୍ରୋନ ଆକ୍ରମଣ। ୯/୧୧ ପରି ଆକ୍ରମଣ। ତିନିଟି ବହୁ ତଳ କୋଠାକୁ ଆତଙ୍କୀଙ୍କ ଟାର୍ଗେଟ। ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଉଛି। ଘଟଣାରେ ୟୁକ୍ରେନକୁ ଦାୟୀ କଲା ରୁଷ । ମୋଟ ୮ଟି ଡ୍ରୋନରେ ଆକ୍ରମଣ ହୋଇଛି। କ୍ଷୟକ୍ଷତି ସଂପର୍କରେ ସବିଶେଷ କିଛି ଜଣାପଡ଼ିନାହିଁ। ମୃତାହତ ବିଷୟରେ କିଛି ଜଣାପଡିନାହିଁ । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କଜାନ ସହରରେ ହୋଇଥିବା ଆକ୍ରମଣକୁ ନେଇ ସମଗ୍ର ବିଶ୍ବରେ ଏବେ ଚର୍ଚ୍ଚା ଚାଲିଛି। ଚଳିତବର୍ଷ ରୁଷର ଏହି ସହରରେ ବ୍ରିକ୍ସ ସମ୍ମେଳନ ହେବାକୁ ରହିଛି। ଏହି ଆକ୍ରମଣ ଆମେରିକାର ୯/୧୧ ୱାଲର୍ଡ ଟ୍ରେଡ ସେଣ୍ଟର ଭଳି ଆକ୍ରମଣ ହୋଇଛି। ତେବେ ଏହି ମାମଲାରେ ରୁଷ ରକ୍ଷା ମନ୍ତ୍ରଣାଳୟ କହିବା ଅନୁଯାୟୀ, ଏୟାର ଡିଫେନ୍ସ ସିଷ୍ଟମ କଜାନ ସହରରେ ଏକ ୟୁକ୍ରେନ ଡ୍ରୋନକୁ ନଷ୍ଟ କରିଛି। ଡ୍ରୋନ ଆକ୍ରମଣ ଫଳରେ ସେଠିକାର ୩ଟି ସ୍ଥାନରେ   ନିଆଁ ଲାଗିଛି। ସେସିଆଲ ମିଡିଆରେ ମଧ୍ୟ ଏହି ଡ୍ରୋନ ଆକ୍ରମଣର ଛାତିଥରା ଦୃଶ୍ୟ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି।
🚨BREAKING:
Ukraine 🇺🇦 has launched drone attacks on residential buildings in Kazan, Russia 🇷🇺pic.twitter.com/rNywMAkJA6
— Jono (@Joe_Job1) December 21, 2024
ବିଧ୍ବଂସୀ ହେବ ରୁଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନ ଉପରେ ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ମାଡ଼କଲା ରୁଷିଆ
ନୂଆଦିଲ୍ଲୀ: ପ୍ରାୟ ୩୩ ମାସ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଭୟଙ୍କର ହେବା ସହ ବିଧ୍ବଂସ ସୃଷ୍ଟି କରିବାର ଆଶଙ୍କା ବଢାଇଛି। ରୁଷ ଉପରେ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ୟୁକ୍ରେନକୁ ଆମେରିକା ଅନୁମୋଦ ଦେବା ପରେ ଏହି ଆଶଙ୍କା ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷ ବିପକ୍ଷରେ ଆମେରିକା ପ୍ରସ୍ତୁତ ‘ଏଟିଏସିଏମଏସ୍‌’ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ଅନୁମତି ଦେବା ପରେ ବ୍ରିଟେନ ମଧ୍ୟ ଏହାର ‘ଷ୍ଟର୍ମ ସାଡୋ’ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ୟୁକ୍ରେନକୁ ଅନୁମତି ଦେଇଥିଲା। ଏହାପରେ ୟୁକ୍ରେନ ସେନା ଏହିସବୁ କ୍ଷେପଣାସ୍ତ୍ର ଦ୍ବାରା ରୁଷ ଉପରେ ଆକ୍ରମଣ କରିବା ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ୟୁକ୍ରେନ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଦୃଢ ଜବାବ ଦେବାକୁ ରୁଷ ରାଷ୍ଟ୍ରପତି ପୁତିନ ଧମକ ଦେଇଥିଲା ବେଳେ ଗୁରୁବାର ରୁଷ ସେନା ପୁର୍ବ କେନ୍ଦ୍ରୀୟ ୟୁକ୍ରେନ ସହର ଦିନିପ୍ରୋ ଉପରେ ମାରାତ୍ମକ ଆନ୍ତଃ ମହାଦେଶୀୟ(ଆଇସିବିଏମ୍‌) ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ କରିଛି।
ଏଭଳି ଶ୍ରେଣୀର କ୍ଷେପଣାସ୍ତ୍ର ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରଖିଥିଲା ବେଳେ ରୁଷ ଆଗାମୀ ଦିନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ନେଇ ସଙ୍କେତ ଦେଇଛି। ଗୁରୁବାର କରାଯାଇଥିବା ଏହି ଆକ୍ରମଣ ବେଳେ ଉକ୍ତ ସହରର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ଉଦ୍ୟୋଗସ୍ଥଳକୁ ନିଶାଣ କରାଯାଇଥିଲା। କିନ୍ତୁ ଏଥିରେ କ୍ଷତି ପରିମାଣ କେତେ ରହିଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ରୁଷ ସେନା ପ୍ରଥମଥର ପାଇଁ ୟୁକ୍ରେନ ବିପକ୍ଷରେ ଏହି ଶ୍ରେଣୀର କ୍ଷେପଣାସ୍ତ୍ର ମାଡ଼ କରି ବଡ଼ ସଙ୍କେତ ଦେଇଛି । ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କୁ ଠିକଣା ଜବାବ ଦେବାକୁ ଆବଶ୍ୟକସ୍ଥଳେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ରୁଷ ପଛାଇବ ନାହିଁ ବୋଲି ପୁତିନ କହିଥିଲା ବେଳେ ଆଜିର ଆକ୍ରମଣ ଏ ସମ୍ପର୍କରେ ସଙ୍କେତ ଦେଇଛି ବୋଲି ସାମରିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ରୁଷର ଆକ୍ରମଣକୁ ନେଇ ଯଦି ୟୁକ୍ରେନ ପ୍ରତ୍ୟାକ୍ରମଣ କରେ ତେବେ ଏହି ଯୁଦ୍ଧ ଭୟଙ୍କର ସ୍ଥିତି ଉତ୍ପନ୍ନ କରିବ ବୋଲି ସେମାନେ କହିଛନ୍ତି।
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ଇତିମଧ୍ୟରେ ୧୦୦୦ ଦିନ ପୂରିସାରିଥିଲା ବେଳେ ଏବେ ଏହି ଯୁଦ୍ଧ ନୂଆ ରୂପ ନେବା ସହିତ ଭୟଙ୍କର ସ୍ଥିତି ଉତ୍ପନ୍ନ କରିବାର ଆଶଙ୍କା ସୃଷ୍ଟି ହୋଇଛି। ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ଆମେରିକା ଅନୁମୋଦନ ଦେବା ପରେ ସ୍ଥିତି ପୂର୍ବ ତୁଳନାରେ ଆହୁରି ଭୟଙ୍କର ହେବାକୁ ଯାଉଛି। ଆମେରିକାର ଏଭଳି ନିଷ୍ପତ୍ତି ପରେ ୟୁକ୍ରେନ ସେନା ଗତକାଲି ରୁଷର କେତେକ ସୀମାନ୍ତ ଅଞ୍ଚଳରେ ଆମେରିକା ନିର୍ମିତ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଭଳି ସ୍ଥିତିରେ ୟୁକ୍ରେନ ବିପକ୍ଷରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ରୁଷ ରାଷ୍ଟ୍ରପତି ପୁତିନ ଏକପ୍ରକାର ପ୍ରସ୍ତୁତି ନେଇସାରିଥିଲା ବେଳେ କୌଣସି ମୁହୂର୍ତ୍ତରେ ରୁଷ ସେନା ଘାତକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି କୁହାଯାଇଛି। ରୁଷ ଯଦି ଏଭଳି ପଦକ୍ଷେପ ନିଏ ତେବେ ପୂର୍ବ ୟୁରୋପ ଅଞ୍ଚଳରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ। ଏହାକୁ ଦୃଷ୍ଟିରେ ରଖି ଆମେରିକା ସମେତ ଇଟାଲୀ,ସ୍ପେନ,ଗ୍ରୀସ୍‌ ଆଦି ରାଷ୍ଟ୍ର କିଭ୍‌ସ୍ଥିତ ସେମାନଙ୍କ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ବନ୍ଦ କରିଦେଇଛନ୍ତି। ୟୁକ୍ରେନ ଉପରେ ରୁଷ ସାଂଘାତିକ ଅସ୍ତ୍ର ପ୍ରୟୋଗ କରିବାକୁ ଯାଉଛି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ଆମେରିକା ତୁରନ୍ତ ଏହାର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ବନ୍ଦ ଘୋଷଣା କରିଥିଲା। ପରେ ପରେ ସ୍ପେନ, ଇଟାଲୀ ଏବଂ ଗ୍ରୀସ୍‌ ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି। ସାଂପ୍ରତିକ ସ୍ଥିତିରେ ଯୁଦ୍ଧ ବନ୍ଦ କରିବା ସମ୍ଭବ ନୁହେଁ ବୋଲି ରୁଷ ଘୋଷଣା କରିଛି। ୟୁକ୍ରେନ ରୁଷିଆର କୁର୍ସ୍କ ଅଞ୍ଚଳକୁ ଦଖଲ କରିବା ଲକ୍ଷ୍ୟରେ ଆଗକୁ ବଢୁଥିବାରୁ କୌଣସି ସ୍ଥିତିରେ ଯୁଦ୍ଧ ବନ୍ଦ ହେବ ନାହିଁ ବୋଲି କ୍ରେମଲିନ ପ୍ରବକ୍ତା ଦିମିତ୍ରି ପେସକୋଭ୍‌ ବୁଧବାର କହିଛନ୍ତି। ଏହାଛଡ଼ା ଆମେରିକା ଯୁଦ୍ଧ ବନ୍ଦ କରିବାକୁ ଚାହୁଁ ନାହିଁ, ବରଂ ଏହାକୁ ଆହୁରି ତୀବ୍ର କରିବାକୁ ଚିନ୍ତା କରୁଥିବାରୁ ରୁଷ ମଧ୍ୟ ଏହାର ଠିକଣା ଜବାବ ଦେବାକୁ ପ୍ରସ୍ତୁତ ବୋଲି ଦିମିତ୍ରି କହିଛନ୍ତି। ଫଳରେ ଆଗାମୀ ଦିନରେ ଏହି ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି ସାମରିକ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି।
ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସ୍ବିଡେନ, ଫିନଲ୍ୟାଣ୍ଡ, ନରୱେରେ ସତର୍କତା ଜାରି
ରୁଷ-ୟୁକ୍ରେନ ଯୁଦ୍ଧ ଆଗକୁ ଭୟଙ୍କର ହେବାକୁ ଯାଉଥÒବାରୁ ରୁଷିଆର ଉତ୍ତର ପଶ୍ଚିମ ସୀମାନ୍ତବର୍ତ୍ତୀ ୟୁରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ଛନକା ପଶିଛି। ଯଦି ରୁଷିଆ ପକ୍ଷରୁ ୟୁକ୍ରେନ ବିପକ୍ଷରେ ପରମାଣୁ କିମ୍ବା ମାରାତ୍ମକ ଅସ୍ତ୍ର ପ୍ରୟୋଗ କରାଯାଏ ତେବେ ଏହାର ପ୍ରଭାବ ଉତ୍ତର ମେରୁ ରାଷ୍ଟ୍ର(ନର୍ଡିକ୍‌) ସମୂହ ଉପରେ ପଡ଼ିପାରେ ବୋଲି ଆଶଙ୍କା ବଢିଛି। ଏହାକୁ ଦୃଷ୍ଟିରେ ରଖି ସ୍ବିଡେନ, ଫିନଲାଣ୍ଡ ଏବଂ ନରୱେ ଭଳି ରାଷ୍ଟ୍ରରେ ସତର୍କତା ଜାରି କରାଯିବା ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଯୁଦ୍ଧ ସ୍ଥିତିକୁ କିଭଳି ମୁକାବିଲା କରାଯାଇପାରିବ ସେନେଇ ସ୍ବିଡେନ ସରକାରଙ୍କ ପକ୍ଷରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଚାରପତ୍ର ପଠାଯାଇଛି। ସେହିପରି ଫିନଲାଣ୍ଡ ସରକାର ମଧ୍ୟ ୱେବସାଇଟ୍‌ ମାଧ୍ୟମରେ ନିଜ ଲୋକମାନଙ୍କୁ ସତର୍କ କରାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ଏହିସବୁ ରାଷ୍ଟ୍ର ନାଟୋ ମେଣ୍ଟରେ ସାମିଲ ହେବା ନେଇ ବିବାଦ ଜାରି ରହିଥିବାରୁ କୌଣସି ଦିଗରୁ ବିପଦର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା ରହିଥିବାରୁ ସାଂପ୍ରତିକ ପରିସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ଦରକାର ବୋଲି ସ୍ବିଡେନ ପକ୍ଷରୁ କୁହାଯାଇଛି।
ୱାଶିଂଟନ୍‌: ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଆଗକୁ ଭୟଙ୍କର ରୂପ ନେବାର ଆଶଙ୍କା ବଢିଛି। କେବଳ ଏହି ଦୁଇ ଦେଶ ନୁହେଁ, ଏହି ଯୁଦ୍ଧ ତୃତୀୟ ବିଶ୍ବଯୁଦ୍ଧର ରୂପ ନେବାର ମଧ୍ୟ ଆଶଙ୍କା ବଢାଇଛି। ଇତିମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଇଛି।ଶାନ୍ତିପୂର୍ଣ୍ଣ ଉପାୟରେ ବୁଝାମଣା କରିବାକୁ ବହୁ ନେତା ଉଦ୍ୟମ କରିଛନ୍ତି। କିନ୍ତୁ ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଆଗକୁ ଏହା ଜଟିଳ ରୂପ ନେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜ ପଦବୀ ଛାଡିବା ପୂର୍ବରୁ ୟୁକ୍ରେନ ପ୍ରତି ଯେଭଳି ନିଷ୍ପତ୍ତି ନେଇଛନ୍ତି ତାହା ଏହି ଆଶଙ୍କାକୁ ଦୃଢୀଭୂତ କରିଛି। ଆମେରିକା ପ୍ରଦତ୍ତ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ରୁଷ ବିରୋଧରେ ବ୍ୟବହାର କରିବାକୁ ବାଇଡେନ ୟୁକ୍ରେନକୁ ସୁବଜ ସଙ୍କେତ ଦେବା ପରେ ଏହାର ପରିଣତିକୁ ନେଇ ବିଭିନ୍ନ ମହଲରେ ଚିନ୍ତା ଦ୍ବିଗୁଣିତ ହୋଇଛି। ଆମେରିକା ଏବଂ ଅନ୍ୟାନ୍ୟ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ଦ୍ବାରା ପ୍ରଦତ୍ତ ଅସ୍ତ୍ରଶସ୍ତ୍ରକୁ ନେଇ ୟୁକ୍ରେନ ଆଜି ପର୍ଯ୍ୟନ୍ତ ରୁଷ ବିରୋଧରେ ଯୁଦ୍ଧ ଅଭିଯାନ ଜାରି ରଖିଥିଲା। ଏହାସତ୍ତ୍ବେ ୟୁକ୍ରେନ ଆମେରିକାକୁ ଆହୁରି ଅତ୍ୟାଧୁନିକ ଟ୍ୟାଙ୍କ, ଯୁଦ୍ଧ ବିମାନ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ସହାୟତା ମାଗିଥିଲା। ଆମେରିକା ୟୁକ୍ରେନକୁ ଏସବୁ ଅସ୍ତ୍ରଶସ୍ତ୍ର ଦେଇଥିଲେ ମଧ୍ୟ ଭୟାବହ ସ୍ଥିତି ଉତ୍ପନ୍ନ ହେବା ଆଶଙ୍କାରେ କ୍ଷେପଣାସ୍ତ୍ର ବ୍ୟବହାର କରିବା ଉପରେ ରୋକ୍‌ ଲଗାଇଥିଲା। କିନ୍ତୁ ବାଇଡେନ ଏହି ପ୍ରତିବନ୍ଧକକୁ ଏବେ ହଟାଇ ଦେଇଛନ୍ତି। ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରିବାକୁ ଜେଲେଁସ୍କିଙ୍କୁ ଅନୁମତି ଦେଇଛନ୍ତି। ଯଦିଓ କେଉଁ ଶ୍ରେଣୀର କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ବାଇଡେନ ଅନୁମୋଦନ ଦେଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ, ତଥାପି ଏଭଳି ଅନୁମତି ଦ୍ବାରା ୟୁକ୍ରେନ ରୁଷିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ଜୋରଦାର ଆକ୍ରମଣ କରିବାକୁ ସମର୍ଥ ହେବ। କିନ୍ତୁ ଏହାଦ୍ବାରା ରୁଷର ପଦକ୍ଷେପ କ’ଣ ହେବ ତାହା ଏବେ ଚିନ୍ତାର ବିଷୟ ହୋଇଛି।
ଏବେ ବିଜୟ ଲକ୍ଷ୍ୟ ନେଇ ଯୁଦ୍ଧ କରିବୁ ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାରକୁ ଆମେରିକା ଅନୁମୋଦନ ଦେବା ପରେ ରାଷ୍ଟ୍ରପତି ଜେଲେଁସ୍କି ଉତ୍ସାହିତ ହୋଇପଡ଼ିଛନ୍ତି। ସେ ଆମେରିକା ପ୍ରତି କୃତଜ୍ଞତା ଜଣାଇବା ସହିତ ଏବେ କେବଳ ବିଜୟ ଲକ୍ଷ୍ୟକୁ ନେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ଜେଲେଁସ୍କିଏକ ବିବୃତି ଜାରି କରି କହିଛନ୍ତି ଯେ ‘ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଆମକୁ ସମର୍ଥନ କରୁଥିବା ସହଯୋଗୀ ରାଷ୍ଟ୍ରମାନଙ୍କୁ ମୁଁ କୃତଜ୍ଞତା‌ ଜଣାଉଛି । ୟୁକ୍ରେନ ଏପର୍ଯ୍ୟନ୍ତ ସହଯୋଗୀମାନଙ୍କ ଠାରୁ ଆବଶ୍ୟକ ସୁବିଧା ପାଇନାହିଁ। କିନ୍ତୁ ଆମେ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ ଜାରି ରଖିଛୁ। ୟୁକ୍ରେନକୁ ମଜବୁତ କରିବା ପାଇଁ ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରିବାର କ୍ଷମତା ଚାହୁଁଥିଲୁ। ଏବେ ଏଥିପାଇଁ ଅନୁମୋଦନ ମିଳିଛି ’ ବୋଲି ଜେଲେଁସ୍କି ସଂସଦରେ ‘ବିଜୟ ଯୋଜନା’ ଉପସ୍ଥାପନ କରି କହିଛନ୍ତି। କିନ୍ତୁ ଜେଲେଁସ୍କିଙ୍କ ଏହି ଉଦ୍ଧାମତା ଆଗକୁ କି ପରିସ୍ଥିତି ସୃଷ୍ଟି କରିବ ତାହା ଏବେ ସାମରିକ ବିଶେଷଜ୍ଞମାନଙ୍କ ପାଇଁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
ପୁତିନ୍‌ ଚୁପ୍‌ , ନେଇପାରନ୍ତି ବଡ଼ ନିଷ୍ପତ୍ତି
ବାଇଡେନଙ୍କ ନିଷ୍ପତ୍ତି ପରେ ରୁଷରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ବେଳେ ରାଷ୍ଟ୍ରପତି ପୁତିନ ନିରବ ରହିଥିବା ଦେଖାଯାଇଛି। କିନ୍ତୁ ତାଙ୍କର ଏହି ନିରବତା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ବଢାଇଛି। ୟୁକ୍ରେନ ରୁଷ ଉପରେ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କଲେ ପୁତିନ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରିବାକୁ ବାଧ୍ୟ ହେବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୟୁକ୍ରେନକୁ ଆମେରିକା ସମେତ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଏବଂ ଅନ୍ୟ ବହୁ ନାଟୋ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା ବେଳେ ପୁତିନ ଏହାକୁ ଘୋର ବିରୋଧ କରିବା ସହିତ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପୂର୍ବରୁ ଚେତାବନୀ ଦେଇଥିଲେ। କିନ୍ତୁ ଏବେ ଆମେରିକା ନେଇଥିବା ନିଷ୍ପତ୍ତି ରୁଷ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପ୍ରତ୍ୟକ୍ଷ ଯୁଦ୍ଧ ବୋଲି ପୁତିନ ବିବେଚନା କରୁଥିବା କୁହାଯାଉଛି। ତେୟେ ଏବେ ଯଦି ସେ ଆଣବିକ ଯୁଦ୍ଧାସ୍ତ୍ର ପ୍ରୟୋଗ ନିଷ୍ପତ୍ତି ନିଅନ୍ତି ଏହା ତୃତୀୟ ବିଶ୍ବଯୁଦ୍ଧ ପାଇଁ ବାଟ ଫିଟାଇବ ବୋଲି କୁହାଯାଉଛି।
ଘାରିଲାଣି ତୃତୀୟ ବିଶ୍ବଯୁଦ୍ଧ ଭୟ: ୟୁକ୍ରେନ ପ୍ରସଙ୍ଗରେ ଆମେରିକା-ରୁଷିଆ ମୁହାଁମୁହିଁ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ୩ ବର୍ଷ ପୂରିବାକୁ ଯାଉଛି। ୨୦୨୨ ଫେବୃଆରୀ ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଥମିବା ପରିବର୍ତ୍ତେ ଆହୁରି ତୀବ୍ର ହେବାର ଆଶଙ୍କା ବଢାଇଛି। ଉଭୟ ପକ୍ଷ ମଧ୍ୟରେ ବୁଝାମଣା କରାଇ ଯୁଦ୍ଧ ବିରତି ଲାଗି ବହୁବାର ଉଦ୍ୟମ ହୋଇଛ। କିନ୍ତୁ କୌଣସି ସକାରାତ୍ମକ ଫଳ ମିଳିପାରି ନାହିଁ। ବରଂ ସାଂପ୍ରତିକ ସ୍ଥିତି ଏହି ଯୁଦ୍ଧକୁ ତୃତୀୟ ବିଶ୍ବଯୁଦ୍ଧ ରୂପ ଦେବାର ଆଶଙ୍କା ବଢାଇଛି। କାରଣ ୟୁକ୍ରେନ ପ୍ରସଙ୍ଗକୁ ନେଇ ଆମେରିକା ଏବଂ ରୁଷ ପରୋକ୍ଷରେ ମୁହାଁମୁହିଁ ହୋଇଛନ୍ତି। ରୁଷ ବିପକ୍ଷରେ ୟୁକ୍ରେନ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇଙ୍ଗିତ କରିଥିଲା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଏହାର କଡ଼ା ଜବାବ ରଖିଛନ୍ତି। ଯଦି ୟୁକ୍ରେନ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରେ ତେବେ ଏଥିପାଇଁ ଆମେରିକା ଏବଂ ନାଟୋ ସହଯୋଗୀ ରାଷ୍ଟ୍ରମାନଙ୍କୁ ଠିକଣା ଜବାବ ଦିଆଯିବ ବୋଲି ପୁତିନ ଚେତାବନୀ ଦେଇଛନ୍ତି। ଏହିକ୍ରମରେ ପୁତିନ ବ୍ରିଟେନର ୬ କୂଟନୀତିଜ୍ଞଙ୍କୁ ରୁଷର ବିଦା କରିଦେଇଛନ୍ତି।
ଏଭଳି ସ୍ଥିତି ଆଗାମୀ ଦିନରେ ତୃତୀୟ ବିଶ୍ବଯୁଦ୍ଧ ପାଇଁ ପଥ ଉନ୍ମୁକ୍ତ କରିପାରେ ବୋଲି ଆନ୍ତର୍ଜାତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଭେଟିଥିଲା ବେଳେ ସେଠାରେ ୟୁକ୍ରେନ ପ୍ରସଙ୍ଗକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ରୁଷ ବିପକ୍ଷରେ ଦୂରଗାମୀ ତଥା ଶକ୍ତିଶାଳୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ନାଟୋ ରାଷ୍ଟ୍ର ୟୁକ୍ରେନକୁ ଅନୁମତି ଦିଅନ୍ତୁ ବୋଲି ବାଇଡେନ ଷ୍ଟାର୍ମରଙ୍କୁ କହିଥିଲେ। ରୁଷ ବିରୋଧୀ ଲଢେଇ ପାଇଁ ଆମେରିକା ଠାରୁ ଆରମ୍ଭ କରି ବ୍ରିଟେନ, ଫ୍ରାନ୍ସ ଏବଂ ଅନ୍ୟ ନାଟୋ ସଦସ୍ୟ ରାଷ୍ଟ୍ର ୟୁକ୍ରେନକୁ ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମ ଯୋଗାଇ ଦେଉଥିଲା ବେଳେ ଏଥିରେ ଆମେରିକାର ଶକ୍ତିଶାଳୀ ‘ଆର୍ମି ଟାକ୍ଟିକାଲ ମିଜାଇଲ ସିଷ୍ଟମ( ଏଟିଏସିଏମଏସ୍‌)ଏବଂ ବ୍ରିଟେନର ‘ଷ୍ଟର୍ମ ସାଡୋ’ ଦୂରଗାମୀ କ୍ଷେପଣାସ୍ତ୍ର ସାମିଲ ରହିଛି। କିନ୍ତୁ ଏଗୁଡିକର ବ୍ୟବହାର ଲାଗି ପ୍ରତିବନ୍ଧକ ରହିଥିଲା ବେଳେ ଏହାକୁ ହଟାଇ ଦେବାକୁ ବାଇଡେନ ଷ୍ଟାର୍ମରଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। କେବଳ ଏହି ଦୁଇ ରାଷ୍ଟ୍ର ନୁହନ୍ତି, ଅନ୍ୟାନ୍ୟ ନାଟୋ ରାଷ୍ଟ୍ରଙ୍କ ପକ୍ଷରୁ ୟୁକ୍ରେନକୁ ଦିଆଯାଇଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ମଧ୍ୟ ବ୍ୟବହାର କରିବାକୁ ୟୁକ୍ରେନକୁ ଅନୁମତି ଦେବାକୁ ମଧ୍ୟ ଆଲୋଚନା ହୋଇଥିବା କୁହାଯାଇଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ପୁତିନ କ୍ଷୁବ୍ଧ ହେବା ସହିତ ଆମେରିକା ସମେତ ଏହାର ସହଯୋଗୀ ୟୁରୋପୀୟ ରାଷ୍ଟ୍ରମାନଙ୍କ ବିରୋଧରେ ଶକ୍ତ ପଦକ୍ଷେପ ନେବାକୁ ଧମକ ଦେଇଛନ୍ତି। ଯଦି ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କ ଦ୍ବାରା ପରୋକ୍ଷରେ ରୁଷିଆର ସାର୍ବଭୈାମତ୍ବ କ୍ଷୁଣ୍ଣ ହୁଏ ତେବେ ରୁଷ ଏହିସବୁ ରାଷ୍ଟ୍ରମାନଙ୍କୁ ଠିକଣା ଜବାବ ଦେବାକୁ ପଛେଇବ ନାହିଁ ଏବଂ ଠିକଣା ସମୟରେ ଜବାବ ଦେବ ବୋଲି ପୁତିନ କହିଛନ୍ତି।
ରୁଷ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, 9/11 ଶୈଳୀରେ ଋଷର ସାରାତୋଭରେ ୩୮ ମହଲା କୋଠାରେ ଆକ୍ରମଣ
କିଭ୍‌: କିଛି ଦିନର ବିରତି ପରେ ପୁଣି ତୀବ୍ର ହୋଇଛି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷ ଉପରେ ୟୁକ୍ରେନର ଜୋରଦାର ଡ୍ରୋନ ଆକ୍ରମଣ । 9/11 ଶୈଳୀରେ ଋଷର ସାରାତୋଭରେ ଥିବା ୩୮ ମହଲା କୋଠାରେ ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ । ୨୦ଟି ଡ୍ରୋନ୍ ମାଡରେ କୋଠା ଭାଙ୍ଗିଯିବା ସହ ଅନେକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନର ଆକ୍ରମଣ ପରେ ଋଷର ଅନେକ ସହର ଅନ୍ଧାର ହୋଇଯାଇଛି। ମସ୍କୋର ଦକ୍ଷିଣ-ପୂର୍ବ ଅଞ୍ଚଳର ଗଭର୍ଣ୍ଣର କହିଛନ୍ତି, ରୁଷର ସାରାତୋଭର ଦୁଇଟି ପ୍ରମୁଖ ସହର ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି । ଜଣେ ମହିଳା ସମତେ ୨ ଜଣ ଆହତ ହୋଇଛନ୍ତି । ଗୋଟିଏ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।
ୟୁକ୍ରେନର ଆକ୍ରମଣ ପରେ ପ୍ରତିଶୋଧରେ କିଭ୍ ଉପରେ ୧୦୦ରୁ ଅଧିକ ଡ୍ରୋନ୍ ଓ ମିସାଇଲ ମାଡ଼ କରିଛି ଋଷ। ସୋମବାର ସକାଳେ ୟୁକ୍ରେନର ରାଜଧାନୀ କିଭ ସମେତ ଅନେକ ସହରରେ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ୟୁକ୍ରେନର ଅନେକ ସହରରେ ଏୟାର ରେଡ୍ ଏବଂ ମିସାଇଲ୍ ସାଇରନ୍ ଶବ୍ଦ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଭୂତଳ ମେଟ୍ରୋ ଷ୍ଟେସନ ଏବଂ ବଙ୍କରରେ ଲୁଚି ଯାଇଛନ୍ତି। ୟୁକ୍ରେନର ରାଜଧାନୀ କିଭର ଏକ ବଡ଼ କୋଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସହରରେ ବିଦ୍ୟୁତ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।