Putin threat of nuclear war - The Sakala

ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ପ୍ରସ୍ତୁତି ! ନ୍ୟୁକ୍ଲିଅର୍ ଯୁଦ୍ଧ ଡ୍ରିଲ ପାଇଁ ଆଦେଶ ଦେଲେ ପୁଟିନ୍
ନୂଆଦିଲ୍ଲୀ: ଋଷ- ୟୁକ୍ରେନ ଯୁଦ୍ଧକୁ ହେଲାଣି ୨୫ ଦିନ ହେଲେ କିଛି ସମାଧାନର ସୂତ୍ର ବାହାରିବା ବଦଳରେ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନର ଅନେକ ସହର ଉପରେ ଘନ ଘନ ଆକ୍ରମଣ ଜାରି ରହିଛି । ଋଷ ୟୁକ୍ରେନ ସହର ମାରିୟୁପୋଲକୁ ଚାରିପଟୁ ଘେରିବା ସହ ଘନ ଘନ ମିଶାଇଲ ଓ ବୋମା ମାଡ଼ କରୁଛି । ଏହିମଧ୍ୟରେ ବ୍ରିଟେନର ଏକ ଗଣମାଧୟମ ରିପୋର୍ଟ ଅନୁସାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ଯୁଦ୍ଧର ସଙ୍କେତ ଦେଲେଣି । ପୁଟିନ ପରମାଣୁ ଯୁଦ୍ଧ ପାଇଁ ଅଭ୍ୟାସ କରୁଛନ୍ତି । ନ୍ୟୁକ୍ଲିୟର ୱାର ଡ୍ରିଲ ପାଇଁ ନିଜ ସେନାକୁ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ଏଥିରୁ ସୁରକ୍ଷା ପାଇଁ ନିଜ ପରିବାରକୁ ସାଇବେରିଆ ପଠାଇଦେଇଥିବା ମଧ୍ୟ ଖବର ଶୁଣିବାକୁ ମିଳୁଛି ।

ଉଭୟ ଯୁଦ୍ଧ ଓ ଶାନ୍ତି ଆଲୋଚନା ସମାନ ଭାବେ ଚାଲିଥିବା ବେଳେ ୟୁକ୍ରେନ୍‌ ଉପରେ ଅତ୍ୟାଧୁନିକ ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିବା କଥା ରୁଷ୍‌ ଦାବି କରିଛି । ପୁଟିନ୍‌ କ୍ରମଶଃ ଆଣବିକ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବାର ଆଭାସ ପାଇ କ୍ରେମ୍‌ଲିନ୍‌ ସରକାରୀ ଅଧିକାରୀମାନେ ବିସ୍ମିତ ତଥା ବିବ୍ରତ ହୋଇପଡ଼ିଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହାଦ୍ୱାରା କେବଳ ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି ।

ସୂଚନା ଅନୁସାରେ, ଆଣବିକ ଯୁଦ୍ଧରେ ଲୋକାମାନଙ୍କୁ କିଭଳି ସ୍ଥାନାନ୍ତରଣ କରାଯାଇପାରିବ ସେନେଇ ଅଭ୍ୟାସ କରାଯଆଉଥିବା ନିଜେ ପୁଟିନ୍‌ କ୍ରେମ୍‌ଲିନ୍‌ର ବରିଷ୍ଠ ରାଜନୀତିଜ୍ଞମାନଙ୍କୁ କହିଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ଆକ୍ରମଣରୁ ସୁରକ୍ଷା ଦେବାକୁ ପୁଟିନ୍ ନିଜ ପରିବାରକୁ ସାଇବେରିଆର ଏକ ଗୁପ୍ତ ବଙ୍କରକୁ ପଠାଇଦେଇଛନ୍ତି । ଏହି ବଙ୍କର ଏକ ପାହାଡଆ ଇଲାକରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା କୁହାଯାଉଛି ।

ଋଷର ଧମକ: ୟୁକ୍ରେନ ନାଟୋରେ ସାମିଲ ହେଲେ ପରମାଣୁ ଯୁଦ୍ଧ
ମସ୍କୋ: ୟୁକ୍ରେନକୁ ନେଇ ପୂର୍ବ ୟୁରୋପରେ ଉତ୍ତେଜନା ଥମିବାର ନା ଧରୁନାହିଁ। ଏପରି ସମୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚେତାବନୀ ଦେଇଛନ୍ତି। ୟୁକ୍ରେନ ନାଟୋରେ ସାମିଲ ହେଲେ ପରମାଣୁ ଯୁଦ୍ଧ ହେବ ବୋଲି ସେ କହିଛନ୍ତି। ପୋଲାଣ୍ଡ ସୀମା ନିକଟରେ ପରମାଣୁ ଅସ୍ତ୍ରଶସ୍ତ୍ର ନେଇପାରୁଥିବା ମିଗ୍‌-୩୧ ବିମାନ ମୁତୟନ କରିଥିବାବେଳେ ପୁତିନଙ୍କ ଏହି ଚେତାବନୀ ଆସିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ପୁତିନଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନକୁ ନେଇ କୌଣସି ଗୁପ୍ତ ଚୁକ୍ତି ସ୍ବାକ୍ଷରିତ ହୋଇନାହିଁ ବୋଲି ଋଷ ପକ୍ଷରୁ କୁହାଯାଇଛି। ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନାରେ ୟୁକ୍ରେନ ପ୍ରସଙ୍ଗରେ କିଛି ଆଶ୍ବସ୍ତି ମିଳିଥିବା ନେଇ ଫ୍ରାନ୍ସ ଦାବି କରୁଥିବାବେଳେ ଋଷର ଏହି ମନ୍ତବ୍ୟ ଆସିଛି।

ଏହି ଆଲୋଚନା ସମୟରେ ପୁତିନ କହିଥିଲେ ଯେ , ଆମ ଚିନ୍ତା ଉପରେ ପାଶ୍ଚାତ୍ୟ ଦେଶଗୁଡିକ ଧ୍ୟାନ ଦେଇନାହାନ୍ତି। ୟୁକ୍ରେନରେ ଉତ୍ତେଜନାକୁ ପ୍ରୋତ୍ସାହନ ଦେବେ ନାହିଁ, ବେଲାରୁଷରେ ଋଷର ସ୍ଥାୟୀ ସୈନ୍ୟ ଆଡ୍ଡା ରହିବନି କି ସବୁଦିନ ପାଇଁ ସେନା ମୁତୟନ କରାଯିବ ନାହିଁ ବୋଲି ପୁତିନ କହିଥିବା ମାକ୍ରନ ଉଲ୍ଲେଖ କରିଛନ୍ତି। ଋଷ ହଜାର ହଜାର ସୈନିକଙ୍କୁ ବେଲାରୁଷ ପଠାଇଛି। ଫ୍ରାନ୍ସ ବିବୃତ୍ତି ଉପରେ ଋଷ୍ ରାଷ୍ଟ୍ରପତି କାର୍ଯ୍ୟାଳୟର ମୁଖପାତ୍ର ଦମିତ୍ରି ପେସ୍କୋଭ କହିଛନ୍ତି ଯେ ଭୁଲ ତଥ୍ୟ ଦିଆଯାଇଛି।

କାରଣ ମସ୍କୋ ଏବଂ ପ୍ୟାରିସ ମଧ୍ୟରେ  କୌଣସି ଚୁକ୍ତି ହେବା ଅସମ୍ଭବ। ଏହାର ସମାଧାନ ପାଇଁ କୌଣସି ରାସ୍ତା ନାହିଁ ବୋଲି ଋଷ ଅନୁଭବ କରୁଛି । କିନ୍ତୁ ଉତ୍ତେଜନା ହ୍ରାସ ପାଇବା ଉଚିତ। କାରଣ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହା ପୂର୍ବରୁ ପୁତିନ ଏବଂ ମାକ୍ରନଙ୍କ ମଧ୍ୟରେ ଅନେକ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ପୁତିନ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ କହିଥିଲେ ଯେ ଯଦି ୟୁକ୍ରେନ ନାଟୋରେ ସାମିଲ ହୁଏ ତେବେ ୟୁରୋପୀୟ ଦେଶ ଆପେଆପେ ଋଷି ସହ ଯୁଦ୍ଧ ମଧ୍ୟକୁ ଟାଣି ହୋଇଯିବେ। ଋଷ ଏବଂ ନାଟୋର ସାମରିକ କ୍ଷମତା ନିଶ୍ଚିତ ଅତୁଳନୀୟ। ଏହା ଋଷି ଅନୁଭବ କରୁଛି। କିନ୍ତୁ ଋଷ ଏକ ପ୍ରମୁଖ ପରମାଣୁ ଶକ୍ତି ସମ୍ପର୍ଣ୍ଣ ରାଷ୍ଟ୍ର। ଆଧୁନିକ ଅସ୍ତ୍ରଶସ୍ତ୍ରରେ ଅନେକ ଦେଶକୁ ପଛରେ ପକାଇପାରେ। ଏଥରେ କେହି ଜିତିବେ ନାହିଁ । କିନ୍ତୁ ଇଚ୍ଛା ନଥିଲେ ବି କିଛି ଦେଶ ଏହି ଯୁଦ୍ଧରେ ସାମିଲ ହୋଇଯିବେ।