fci - The Sakala

ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି
ଭୁବନେଶ୍ୱର: ବିଜେପି ସରକାରରେ ଓଡ଼ିଶାବାସୀ ବାରମ୍ୱାର ଉପେକ୍ଷିତ ହେଉଛନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ପୁଣି ଉପେକ୍ଷା କରିଥିବା ବେଳେ ଏଫସିଆଇ ଓଡ଼ିଶାରୁ ଚାଉଳ ଉଠାଉନାହିଁ। ଯାହାଫଳରେ ରାଜ୍ୟର ମଣ୍ଡିରେ ଚାଉଳ ପଡ଼ି ରହିଥିବା ବେଳେ ଖରିଫ ଧାନ ସଂଗ୍ରହ ବାଧାପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ରାଜ୍ୟ ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସେ କହିଛନ୍ତି ଯେ ଏଫସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ଦେଇଥିବା ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ବରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାର ଆମ କଥା ଶୁଣୁ ନାହାନ୍ତି ବୋଲି କହି ନିଜ ଅସହାୟତା ପ୍ରକାଶ କରିଥିଲେ। ବର୍ତ୍ତମାନ ସମବାୟ ମନ୍ତ୍ରୀ ନିଜ ବକ୍ତବ୍ୟ ଜରିଆରେ ହତାଶଭାବକୁ ପରିପ୍ରକାଶ କରିଛନ୍ତି।

ଡବଲ ଇଞ୍ଜିନ୍‌ ସରକାରରେ ଓଡ଼ିଶାର ଜଣେ ମନ୍ତ୍ରୀ ଭାବେ ନିଜେ ଉତ୍ତରଦାୟିତ୍ୱ ନେଇ ହକ୍‌ ହାସଲ କରିବା ପାଇଁ ଲଢେଇ କରିବା ବଦଳରେ କେନ୍ଦ୍ର ସରକାରଙ୍କ ନିକଟରେ ନିଜର ଅସହାୟତା ପ୍ରକାଶ କରିଛନ୍ତି।  ମନ୍ତ୍ରୀଙ୍କ ଏହିପରି ବକ୍ତବ୍ୟ ପ୍ରଦାନ କରିବା ସାଢେ଼ ୪ କୋଟି ଓଡ଼ିଶାବାସୀ ତଥା ଚାଷୀକୂଳଙ୍କ ପାଇଁ ଘୋର ଅପମାନ । ଗତ ୨୦୨୪ ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର କେନ୍ଦ୍ର ସରକାରଙ୍କ ନିକଟରେ ନିଜକୁ ସମର୍ପଣ କରିଛନ୍ତି। ଏଥିପାଇଁ ଓଡ଼ିଶାବାସୀ ଆପଣମାନଙ୍କୁ ଭୋଟ୍‌ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଓଡ଼ିଶାରୁ ନିର୍ବାଚିତ ୨୦ଜଣ ବିଜେପି ସାଂସଦ ମାନେ ଦିଲ୍ଲୀରେ କଣ କରୁଛନ୍ତି? ରାଜ୍ୟର ହକ ପାଇଁ ନଲଢ଼ି କେଉଁ କାରଣ ପାଇଁ ଚୁପ ବସିଛନ୍ତି? ଯଦି ଆଗାମୀ ଦିନରେ ଚାଷୀ କୂଳଙ୍କ ସମସ୍ୟାର ସମାଧାନ ନହୁଏ ତେବେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଏବଂ ଚାଷୀ ମାନଙ୍କ ହକ୍‌ ପାଇଁ ଲଢେଇ କରିବ ବୋଲି କହିଛନ୍ତି।

ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି
ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାରରେ ମନ୍ତ୍ରୀ ଅସହାୟ। ଭରାସଭାରେ ଅସହାୟତା ପ୍ରକାଶ କରି ନିଜ ବିଭାଗର ଦୁଃଖ ବଖାଣିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଓଡ଼ିଶାରୁ ଚାଉଳ ଉଠାଉନାହିଁ। ଏହାକୁ ନେଇ ମନ୍ତ୍ରୀ ନାଁ କାହା ଉପରେ ଦୋଷ ଲଦି ପାରୁଛନ୍ତି ନାଁ କ୍ଷୋଭ ପ୍ରକାଶ କରିପାରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଆଗରେ ନିଜର ଅସହାୟତା ପ୍ରକାଶ କରିଛନ୍ତି। ଗୁରୁବାର ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ଅବସରରେ ବଳକା ଚାଉଳକୁ ନେଇ ଯୋଗାଣ ବିଭାଗ କିପରି ହରଡ଼ ଘଣାରେ ପଡ଼ିଛି, ତାହାକୁ ବଖାଣିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର ।

କାର୍ଯ୍ୟକ୍ରମରେ ଉପସ୍ଥିତ ଏଫ୍‌ସିଆଇ ଜିଏମ୍‌ ନିହାର ରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ପାତ୍ର ନିଜର ଅସହାୟତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏଫ୍‌ସିଆଇ ବେଳେ ବେଳେ ଆମକୁ ଧପେଇ ଦିଏ। ନିର୍ଦ୍ଦିଷ୍ଟ ପରିମାଣର ଚାଉଳ ଉଠାଇବା ପାଇଁ ଏଫ୍‌ସିଆଇ ଆମକୁ ଟାର୍ଗେଟ ଦେଇଥିଲା। କିନ୍ତୁ ଆମର ଚାଉଳ ଏପର୍ଯ୍ୟନ୍ତ ଉଠିପାରି ନାହିଁ। ଚାଉଳ ଉଠାଇବା ପାଇଁ ସେ ବାରମ୍ୱାର ଦିଲ୍ଲୀ ଯାଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟୁଥିଲେ ବି କିଛି ଫଳ ମିଳୁ ନ ଥିବା ମନ୍ତ୍ରୀ ପରୋକ୍ଷରେ କହିଛନ୍ତି। ଏମିତିିକି ‘ଏଇ ଗୋଟାକ ସମସ୍ୟା ଆମକୁ ମାରୁଛି’ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିବାକୁ ବି ପଛାଇ ନାହାନ୍ତି। ଆମର ଉତ୍ପାଦନ ପାଇଁ ଆମେ ଚିନ୍ତିତ ନୁହେଁ, ଉତ୍ପାଦନ ବଢିବ। ଆମେ ୪୮ ଘଣ୍ଟା ଭିତରେ ୩୦ ହଜାର କୋଟି ଟଙ୍କା ଦେଉଛୁ; କିନ୍ତୁ ଚାଉଳ ଠିକ୍‌ ସମୟରେ ଉଠୁନାହିଁ। କ’ଣ ପାଇଁ ଅନ୍ୟ ରାଜ୍ୟ ପ୍ରତି ଏଫ୍‌ସିଆଇ ଦରଦ ଦେଖାଉଛି, ଆମ ପାଇଁ ଦରଦ ଦେଖାଇବାକୁ ବିମୁଖ ହେଉଛି; ସେ କଥା ବି ଆମେ ବୁଝି ପାରୁନାହୁଁ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି ମୋତେ ପୁଣି ଆଉଥରେ ହାଇ ଲେଭେଲ ଟିମ୍‌ ନେଇ ତାଙ୍କ (କେନ୍ଦ୍ରମନ୍ତ୍ରୀ) ପାଖକୁ ଯିବାକୁ ପଡିବ; ସେଠାରେ ବୈଠକ କରିବାକୁ ପଡ଼ିବ।  ଚାଉଳ ଉଠାଉନଥିବା ଯୋଗୁଁ ଆମେ ଚିନ୍ତାରେ ପଡିଛୁ। ଦିଲ୍ଲୀକୁ ଓଡ଼ିଶାରୁ ୨୦ ଜଣ ଏମ୍‌ପି ଯାଇଛନ୍ତି। ଆମର ଅଧିକାର ଅଛି। ଆମେ ସେ କଥା କେନ୍ଦ୍ରରେ କହିବୁ। ଚାଉଳ ନ ଉଠାଇ ପାରିଲେ ପୁଣି ଆଉଥରେ ଧାନ କିଣିବା କଷ୍ଟକର ହୋଇପଡିବ। ଆମ ହାତ ବାନ୍ଧି ହେଇଯାଉଛି ବୋଲି ଉଲ୍ଲେଖ କରି ଓଡ଼ିଶାରୁ ଚାଉଳ ଜଲଦି ଜଲଦି ଉଠାନ୍ତୁ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଏଫ୍‌ସିଆଇ ଜିଏମ୍‌ଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।

ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୩୦ ଲକ୍ଷ ଟନ୍‌ ଚାଉଳ କେନ୍ଦ୍ର ସରକାର ଏଫ୍‌ସିଆଇ ମାଧ୍ୟମରେ ଉଠାଇବା ବ୍ୟବସ୍ଥା ଥିଲେ ବି ମାତ୍ର ଏହାର ଏକଚତୁର୍ଥାଂଶରୁ କମ୍‌ ଅର୍ଥାତ୍‌ ୭.୨୮ ଲକ୍ଷ ଟନ୍‌ ଚାଉଳ ଉଠାଯାଇଛି। ଏହି ଚାଉଳ ଉଠୁ ନ ଥିବାରୁ ଏବେ ରାଜ୍ୟର ସବୁ ଗୋଦାମରେ ଚାଉଳ ଭର୍ତ୍ତି ହୋଇ ରହିଛି। ଫଳ ସ୍ୱରୂପ ଆଗାମୀ ଖରିଫ୍‌ ଋତୁରେ ମିଲରମାନଙ୍କ ପାଇଁ ଧାନ ଉଠାଇବା ମଧ୍ୟ କଷ୍ଟକର ହୋଇପଡ଼ିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ଏହି ସ୍ଥିତି ଉଦ୍‌ବେଗ ଜନକ କହିଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ସଂଗ୍ରହ ହେଉଥିବା ଧାନ ପିଡିଏସ୍‌ ମାଧ୍ୟମରେ ବଣ୍ଟନ ପରେ କିଛି ପରିମାଣରେ ଚାଉଳ ବଳୁଛି। ହେଲେ ପଶ୍ଚିମ ଓଡ଼ିଶାରେ ଉତ୍ପାଦନ ହେଉଥିବା ଧାନର ପରିମାଣରୁ ୩୦ ପ୍ରତିଶତ ପିଡିଏସ୍‌ ବଣ୍ଟନ ପରେ ବାକି ପ୍ରାୟ ୬୦-୭୦ ପ୍ରତିଶତ ଚାଉଳ ରହୁଛି। ଏହି ଚାଉଳ ମିଲର ଓ ସରାକରୀ ଗୋଦାମରେ ଗଚ୍ଛିତ ରହିଛି। ତେଣୁ ଏଥର ଏଫ୍‌ସିଆଇ ଚାଉଳ ନ ଉଠାଇଲେ ଖରିଫ ଧାନ ଉଠାଯିବ ନାହିଁ ବୋଲି ମଧ୍ୟ ମିଲର ସଂଘ କିଛି ଦିନ ତଳେ ସରକାରଙ୍କୁ ଭେଟି ଚେତାବନୀ ଦେଇଛି। ଏହି ସ୍ଥିତି ସମୟରେ ମନ୍ତ୍ରୀଙ୍କ ଅସହାୟତା ପ୍ରକାଶ ନୂଆ ବିବାଦ ସୃଷ୍ଟି କରିଛି।

ଚାଉଳ ଉଠାଇବାକୁ ଏଫ୍‌ସିଆଇ କୁନ୍ଥକୁନ୍ଥ: କେଉଁଠି ରଖିବେ ୧୨ଲକ୍ଷ ଟନ୍‌, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଶୁଣିଲେନି
ଭୁବନେଶ୍ୱର: ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେଲେ ସବୁଦିଗରୁ ଓଡ଼ିଶା ଲାଭବାନ ହେବ ବୋଲି ବିଜେପି ନେତାମାନେ ଗତ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବିଡ଼ମ୍ବନା ହେଉଛି ଡବଲ ଇଞ୍ଜିନ୍‌ ସରକାର ଓଡ଼ିଶାକୁ ଡବଲ ଲାଭ ମିଳିବା ତ ଦୂରର କଥା, ଓଲଟି ଓଡ଼ିଶା ଅଧିକ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି, ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଅନୁଦାନ ରାଶି କମିଛି। ଆନ୍ଧ୍ର, ବିହାର ପରି ରାଜ୍ୟକୁ କେନ୍ଦ୍ର ସରକାର ଅଧିକ ଆର୍ଥିକ ସହାୟତା ଦେଇଥିବାବେଳେ ଓଡ଼ିଶାର ଭାଗ କମିଛି। ବିଡ଼ମ୍ବନା ହେଉଛି ଓଡ଼ିଶା ଅଧିକ ସହାୟତା ଓ ବିଶେଷ ସହାୟତା ପାଇବା ତ ଦୂରର କଥା, ଓଲଟି ନିଜ ହକ୍‌ରୁ ବଞ୍ଚିତ ହୋଇଛି। ଓଡ଼ିଶାରୁ ଚାଉଳ ଉଠାଣରେ ଏଫସିଆଇ (ଭାରତୀୟ ଖାଦ୍ୟ ନିଗମ)ର ମନମାନି ଏହାର ସଦ୍ୟତମ ଉଦାହରଣ। ରାଜ୍ୟ ସରକାରଙ୍କ କ୍ରମାଗତ ଦାବି ସତ୍ତ୍ବେ ପୂର୍ବପରି ଏଫସିଆଇ ଓଡ଼ିଶାରୁ ଚାଉଳ ଉଠାଣରେ ନିଜର ଟାଳଟୁଳ ନୀତି ଜାରି ରଖିଛି। ଗତ ବିଜେଡି ସରକାର ସମୟରେ ଏଫ୍‌ସିଆଇ ଓଡ଼ିଶାରୁ ଚାଉଳ ଉଠାଇବାକୁ କୁନ୍ଥକୁନ୍ଥ ହେଉଥିଲା। ଏନେଇ ବିଜେଡି ସଡ଼କଠାରୁ ସଂସଦ ଯାଏଁ ନିଜର ପ୍ରତିବାଦ ଜାରି ରଖିଥିଲା। ଏବେ ଡବଲ ଇଞ୍ଜିନ ସରକାର ଆସିବା ପରେ ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ବରଂ ପରିସ୍ଥିତି ଅଧିକ ଖରାପ ହୋଇଛି। ଖରିଫ ଓ ରବିକୁ ମିଶାଇ ଏଫସିଆଇ ଓଡ଼ିଶାରୁ ପ୍ରାୟ ୧୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇନାହିଁ। ଯାହା ଫଳରେ ଆଗାମୀ ଦିନରେ ଧାନ ସଂଗ୍ରହ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ରାଜ୍ୟ ବିଜେପି ସରକାର ପାଇଁ ଏଫ୍‌ସିଆଇର ମନମାନି ଅଜାଗା ଘା’ରେ ପରିଣତ ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିଜେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଖାଉଟି କଲ୍ୟାଣମନ୍ତ୍ରୀ ରାଜ୍ୟରୁ ଚାଉଳ ଉଠାଇବାକୁ ଅନୁରୋଧ କରିଥିଲେ ହେଁ କେନ୍ଦ୍ର ସରକାର ବା ଏଫ୍‌ସିଆଇ ଏ ସମ୍ପର୍କରେ ନିରବ ରହିଛି। ଏବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତରେ କେନ୍ଦ୍ର ନିକଟରେ ଫେରାଦ ହୋଇଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସେ ସାକ୍ଷାତ କରି ଖରିଫ ୨୦୨୪-୨୫ ପାଇଁ ଚାଉଳ ସଂଗ୍ରହ ଲକ୍ଷ୍ୟ ବିଷୟରେ ଆଲୋଚନା କରିବା ସହ ଏଫସିଆଇ ଦ୍ୱାରା ଚାଉଳ ସ୍ଥାନାନ୍ତରକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି। ଖରିଫ ଓ ରବି ଫସଲ ସମେତ ରାଜ୍ୟର ବ୍ୟବହାର ପରେ ବଳକା ୧୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଫସିଆଇର ମନମାନିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଉପମୁଖ୍ୟମନ୍ତ୍ରୀଙ୍କ ଫେରାଦ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳାକୁ ପରୋକ୍ଷରେ ସ୍ପଷ୍ଟ କରିଛି।

କେନ୍ଦ୍ର ସରକାର ତଥା ଏଫସିଆଇର ମନମାନି କରାଣରୁ ରାଜ୍ୟ ସରକାର ଦୋଛକିରେ ପଡ଼ିଛନ୍ତି। ଇନପୁଟ ସବସିଡି ସହ ଧାନର ଏମଏସପି ୩୧୦୦ ଟଙ୍କା ଘୋଷଣା କରିବା ପରେ ସରକାରଙ୍କୁ ଧାନ ବିକିବା ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାଯୋଗୁଁ ଗତ ଖରିଫରେ ସରକାର ରେକର୍ଡ ପରିମାଣର ଧାନ ସଂଗ୍ରହ ହୋଇଥିବା ସରକାର ଦାବି କରିଥିଲେ। ମାତ୍ର ଏବେ ଏଫସିଆଇ ଚାଉଳ ଉଠାଉ ନଥିବାରୁ ଆସନ୍ତା ଖରିଫରେ ଚାଷୀଙ୍କଠାରୁ ଧାନ କିଣି ସରକାର କଣ କିଣିବେ, ସେନେଇ ଚିନ୍ତା ପ୍ରକାଶ ପାଇଲାଣି। ଅତଏବ ଚାଷୀଙ୍କ ଠାରୁ କମ୍‌ ଧାନ କିଣିବା ପାଇଁ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ, ଇ-କେୱାଇସି ପରି ଜଟିଳ ପନ୍ଥା ଆପଣେଇଛନ୍ତି ବୋଲି ଚାଷୀ ନେତାଏ ସନ୍ଦେହ ପ୍ରକାଶ କରୁଛନ୍ତି। ଅତୀତରେ ବିଜେଡି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଥିଲା, ଦଳୀୟ ସାଂସଦମାନେ ଏହି ପ୍ରସଙ୍ଗ ସଂସଦରେ ଉଠାଇଥିଲେ। ମାତ୍ର ଏବେ ରାଜ୍ୟରୁ ନିର୍ବାଚିତ ୨୦ ସାଂସଦ ଏହି ପ୍ରସଙ୍ଗକୁ ନେଇ ନିରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦଳର ସାଂସଦମାନେ ଏହାକୁ ସଂସଦରେ କାହିଁକି ଉଠାଉ ନାହାନ୍ତି ବୋଲି ରାଜ୍ୟର ଚାଷୀମାନେ ପ୍ରଶ୍ନ କରିଛନ୍ତି ।

ଜୋରଦାର ହେଲା ଉଷୁନା ଚାଉଳ ନ ଉଠିବା ପ୍ରତିବାଦ, FCI କାର୍ଯ୍ଯାଳୟ ଆଗରେ ଧାରଣା ଦେଲା ବିଜେଡି
ଭୁବନେଶ୍ୱର: ଜୋରଦାର ହେଲା ଉଷୁନା ଚାଉଳ ନ ଉଠିବା ପ୍ରତିବାଦ । ଚାଉଳ କିଣା ପ୍ରସଙ୍ଗରେ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ।ଚାଷୀକୂଳର ଭାବନା ସହ ଖେଳ ଖେଳୁଛନ୍ତି କେନ୍ଦ୍ର ସରକାର। ଏନେଇ FCI କାର୍ଯ୍ଯାଳୟ ଆଗରେ ଗଣଧାରଣା ଦେଇଛି ବିଜେଡି ।

ଦଳ ଅଭିଯୋଗ କରିଛି ଯେ, ଏଫସିଆଇର ଟାଳଟୁଳ ନୀତି ଯୋଗୁ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠୁନି । କେବଳ ନିର୍ବାଚନ ସମୟରେ ଚାଷୀଙ୍କ କଥା କହୁଥିବା ବିଜେପି, ପ୍ରତିଶ୍ରୁତି ଓ ପ୍ରତାରଣାର ଦଳ ପାଲଟିଛି । ଉଷୁନା ଚାଉଳ ଉଠାଇବାକୁ ବାରମ୍ବାର ଦାବି ସହିତ ଚିଠି ଲେଖିଲା ପରେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ ।

ଦେଶର ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ଓଡିଶା ପ୍ରମୁଖ ରାଜ୍ୟ । ରାଜ୍ୟରେ ଉତ୍ପାଦିତ ଚାଉଳରୁ ନିଜସ୍ୱ ବ୍ୟବହାର ପରେ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ବଳକା ରହିଛି, ଯାହାକୁ କେନ୍ଦ୍ର ଉଠାଉନାହିଁ । ଏଥିରେ ୨ଲକ୍ଷ ମେଟ୍ରିକ ଟନ୍ ଅରୁଆ, ୫ଲକ୍ଷ ମେଟ୍ରିକ ଟନ୍ ଭିଟାମିନ ଯୁକ୍ତ ଉଷୁନା ଓ ୧୫ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ରହିଛି । ଆଗକୁ ରାଜ୍ୟରେ ଗୋଟିଏ ବି ଚାଉଳ ବଳକା ରହିଲେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି ।