Valentine Day - The Sakala
ଆଜିଠୁ ପ୍ରେମ ସପ୍ତାହ: ଗୋଲାପ ଦିଆନିଆରୁ ଆରମ୍ଭ
ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମ ଦିବସ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି ଆମ ଦେଶରେ ବେଶ୍‌ କିଛି ବର୍ଷ ହେବ ଏହା ଖୁବ୍‌ ପ୍ରଭାବ ବିସ୍ତାର କରିଛି। ପ୍ରେମ ଦିବସ ସିନା ଗୋଟାଏ ଦିନ, ତାହା ପୂର୍ବରୁ ଆହୁରି ୬ଟି ଦିନକୁ ପ୍ରେମୀଯୁଗଳ ପାଳନ କରିଥାନ୍ତି । ପୂରା ୭ ଦିନ ଧରି ଏହି ପ୍ରେମ ସପ୍ତାହ ପାଳନ କରାଯାଏ। ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ।
‘ପ୍ରେମ’ ଅଢ଼େଇ ଅକ୍ଷରର ଏହି ଶବ୍ଦଟି ଏକ କ୍ଷଣିକ ଆବେଗ। ପ୍ରେମ ସାହିତ୍ୟ ଭଳି ସରଳ ଓ ଗଣିତଠୁ ଅଧିକ ଜଟିଳ ହେଇପାରେ। ପ୍ରେମ ହିସାବ କିତାବ କରି କରାଯାଏନା, କି ପ୍ରେମରେ କାରଣ ଖୋଜାପଡ଼େନା । ପ୍ରେମ ବେବାକ୍ କରାଯାଏ। ହୃଦୟ ଦେଇ କରାଯାଏ। ଏଥିରେ ଲାଭକ୍ଷତିର ହିସାବ କରାଯାଏ ନାହିଁ ଯାହାକୁ ଅନୁଭବ ତ କରିହୁଏ, ହେଲେ ଦେଖିହୁଏନି କି ଦେଖେଇ ହୁଏନି। ପ୍ରେମକୁ ବର୍ଷ-ମାସ-ଦିନରେ ବାନ୍ଧି ହୁଏନି।
ଆଜି ହେଉଛି ପ୍ରେମ ସପ୍ତାହର ପ୍ରଥମ ଦିନ । ଆଜି ଗୋଲାପ ଦିବସ ବା ରୋଜ୍ ଡେ। ପ୍ରେମିକ ପ୍ରେମିକମାନେ ଏହି ଦିନଟିକୁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ଆଉ ଆଜି ରୋଜ୍‌ ଡେ’ ରେ ପରସ୍ପରକୁ ଗୋଲାପ ଦେଇ ନିଜ ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ। ନିଜ ହୃଦୟରେ ଥିବା ପ୍ରେମକୁ ପ୍ରକାଶ ପାଇଁ ଗୋଲାପ ସବୁଠାରୁ ଭଲ ମାଧ୍ୟମ ବୋଲି ଧରା ଯାଉଥିବା ବେଳେ ଗୋଲାପ ଦିବସ ଅବସରରେ ଏହାର ଗୁରୁତ୍ବ ଅଧିକ ବଢ଼ିଯାଇଥାଏ। ଲାଲ୍‌ ଗୋଲାପକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ତେଣୁ ପ୍ରେମ ସପ୍ତାହରେ ଲାଲ୍‌ ଗୋଲାପର ଚାହିଦା ସବୁଠାରୁ ଅଧିକ ଥାଏ। ଗୋଲାପର ରକ୍ତିମ ପାଖୁଡ଼ା ପରି ପ୍ରେମର ଗଭୀରତା ସେମିତି ଚମକୁଥାଉ ବୋଲି ପ୍ରେମୀଯୁଗଳ ଏହିଦିନରେ ପରସ୍ପରକୁ ପ୍ରତିଶ୍ରୁତି ଦେଇଥାନ୍ତି। ଗ୍ରୀକ୍‌ ପୁରାଣ ଅନୁସାରେ, ପ୍ରେମର ଦେବୀ ଭେନସ୍‌ ଗୋଲାପ ଫୁଲକୁ ଖୁବ୍‌ ପସନ୍ଦ କରନ୍ତି । ଏହିଦିନ ଗୋଲାପ ଫୁଲଟିଏ ପରି ସାଥୀଙ୍କ ଜୀବନ ସୁବାସିତ କରିବାକୁ ସଂକଳ୍ପ ନେଇଥାନ୍ତି ପ୍ରେମୀଯୁଗଳ। ସାମାଜିକ ଗଣମାଧ୍ୟମ ମଧ୍ୟ ରୋଜ୍‌ ଡେ’ ଶୁଭେଚ୍ଛାରେ ଚଳଚଞ୍ଚଳ ହୋଇ ଉଠିଛି।
ପ୍ରେମର ପହିଲି ଆଭାସ, ଗୋଲାପରୁ ଆରମ୍ଭ…
ପ୍ରେମ ନିଃସ୍ବାର୍ଥ ଆଉ ଶାଶ୍ୱତ। ପ୍ରକୃତିର ଛଅ ଋତୁ । କିନ୍ତୁ ପ୍ରେମୀ ଯୁଗଳଙ୍କ ପାଇଁ ଏହା ସାତ ଋତୁ । ତାହା ହେଉଛି ପ୍ରେମର ଋତୁ । ପ୍ରତ୍ୟେକଙ୍କ ଜୀବନରେ କେବେ ନା କେବେ ଆସେ ପ୍ରେମ ଋତୁ । ଆଉ ଏହି ଋତୁ ଯେମିତି ଜୀବନକୁ ରଙ୍ଗିନ କରିଦିଏ। ପ୍ରେମରେ ଋତୁରେ ଭିଜନ୍ତି ପ୍ରେମୀ ଯୁଗଳ। ରାଗ-ରୁଷା, ମାନ-ଅଭିମାନରେ ଦୃଢ଼ ହୁଏ ପ୍ରେମ ସମ୍ପର୍କ । ପ୍ରେମ ସଫଳ ହେଉ ବା ବିଫଳ, କିନ୍ତୁ ଏହାର ଅନୁଭବ ନିଶ୍ଚୟ ନିଆରା । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ। ସାମାଜିକ ଆକଟ ଯୋଗୁଁ ପ୍ରେମ କେବେ ଯନ୍ତ୍ରଣାଦାୟକ ହୋଇଉଠେ ତ କେବେ ପୁଣି ବସନ୍ତର ମଳୟ ସ୍ପର୍ଶରେ ପୁଲକିତ ହୋଇ ଉଠେ । ସେ ଯାହା ହେଉ ନା କାହିଁକି, ପ୍ରେମ ଏକ ଭାବନା, ଏକ ସମର୍ପଣ। ଜୀବନରେ ଯେତେ ଦୁଃଖ କଷ୍ଟ ଆସୁ ନା କାହିଁକି ପ୍ରେମ ଦ୍ବାରା ସମସ୍ତ ବାଧା ବିଘ୍ନ ଦୂର ହେଇଯାଏ ।
ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ। ଆଜି ହେଉଛି, ପ୍ରେମ ସପ୍ତାହର ପ୍ରଥମ ଦିନ। ଆଜି ଗୋଲାପ ଦିବସ ବା ରୋଜ୍ ଡେ। ପ୍ରେମିକ ପ୍ରେମିକମାନେ ଏହି ଦିନଟିକୁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ଆଉ ଆଜି ରୋଜ୍‌ ଡେ’ରେ ପରସ୍ପରକୁ ଗୋଲାପ ଦେଇ ନିଜ ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ । ନିଜ ହୃଦୟରେ ଥିବା ପ୍ରେମକୁ ପ୍ରକାଶ ପାଇଁ ଗୋଲାପ ସବୁଠାରୁ ଭଲ ମାଧ୍ୟମ ବୋଲି ବିେବଚନା କରାଯାଉଥିବା ବେଳେ ଗୋଲାପ ଦିବସ ଅବସରରେ ଏହାର ଗୁରୁତ୍ବ ଅଧିକ ବଢ଼ିଯାଇଥାଏ। ଲାଲ୍‌ ଗୋଲାପକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ତେଣୁ ପ୍ରେମ ସପ୍ତାହରେ ଲାଲ୍‌ ଗୋଲାପର ଚାହିଦା ସବୁଠାରୁ ଅଧିକ ଥାଏ। ଏହିଦିନ ଗୋଲାପ ଫୁଲଟିଏ ପରି ସାଥୀଙ୍କ ଜୀବନ ସୁବାସିତ କରିବାକୁ ସଂକଳ୍ପ ନେଇଥାନ୍ତି ପ୍ରେମୀଯୁଗଳ। ସାମାଜିକ ଗଣମାଧ୍ୟମ ମଧ୍ୟ ରୋଜ୍‌ ଡେ’ ଶୁଭେଚ୍ଛାରେ ଚଳଚଞ୍ଚଳ ହୋଇ ଉଠିଛି।
ଭାଲେଣ୍ଟାଇନ୍ସ ସପ୍ତାହ
ଫେବୃଆରୀ ୭ : ରୋଜ୍ ଡେ’
ଫେବୃଆରୀ ୮ : ପ୍ରପୋଜ୍ ଡେ’
ଫେବୃଆରୀ ୯ : ଚକୋଲେଟ୍ ଡେ’
ଫେବୃଆରୀ ୧୦ :ଟେଡି ଡେ’
ଫେବୃଆରୀ ୧୧ : ପ୍ରମିଜ୍ ଡେ’
ଫେବୃଆରୀ ୧୨ : ହଗ୍ ଡେ’
ଫେବୃଆରୀ ୧୩ : କିସ୍ ଡେ’
ଫେବୃଆରୀ ୧୪ : ଭାଲେଣ୍ଟାଇନ୍ସ ଡେ’
ଭୁବନେଶ୍ୱର: କୁହାଯାଏ ପ୍ରେମ ଅନ୍ଧ। ପ୍ରେମରେ ନ ଥାଏ ବୟସର ତାରତମ୍ୟ କି ଜାତି ପ୍ରଥାରେ ଆବଦ୍ଧ ହୋଇ ରହେନି ପ୍ରେମ। ପ୍ରେମ ଆଗରେ ସୌନ୍ଦର୍ଯ୍ୟ ବି ହାର ମାନିଯାଏ। ଯାହାର ନିଚ୍ଛକ ଉଦାହରଣ ହେଉଛନ୍ତି ଦୁଇ ଦମ୍ପତ୍ତି। ବୟସର ସାୟାହ୍ନରେ ବି ସେମାନଙ୍କ ମଧ୍ୟରେ ଫିକା ପଡ଼ିନି ପ୍ରେମର ରଙ୍ଗ। ଉଭୟ ଉଭୟଙ୍କ ପାଇଁ ସମର୍ପିତ। ପାରିବାରିକ କହଳ ହେଉ ଅବା ଆର୍ଥିକ ସମସ୍ୟା ସେମାନଙ୍କୁ ଅଲଗା କରିନି ବରଂ ପରିବାର ଠାରୁ ଦୂରରେ ରହି ଏକ ଭିନ୍ନ ଅନୁଭୂତି ସାଉଁଟିବାରେ ସଫଳ ହୋଇଛନ୍ତି ସୋମାନେ। ଯେଉଁଥିରେ ଊର୍ଦ୍ଧ୍ବରେ ରହିଛି ଉଭୟଙ୍କ ମଧ୍ୟରେ ଥିବା ଅନାବିଳ ପ୍ରେମ ସମ୍ପର୍କ।
ନିର୍ମଳ ନାୟକ ଓ ମିନତୀ ନାୟକ। ବୟସ ୮୦ ଟପିଲାଣି। ହେଲେ ଏବେବି ସେମାନେ ଦୁହେଁ ପ୍ରେମୀଯୁଗଳ ଭାବେ ଜୀବନ ଅତିବାହିତ କରୁଛନ୍ତି। ଉଭୟ ରାସ୍ତାକଡ଼ରେ ଜୀବନ ବିତାଉଥିବା ବେଳେ ବର୍ତ୍ତମାନ ରସୁଲଗଡ଼ ସ୍ଥିତ ଏକ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି। ଭାଗ୍ୟ ସେମାନଙ୍କ ଠାରୁ ପରିବାର ସୁଖ ଛଡ଼ାଇ ନେଇଥିବା ବେଳେ ଭଗବାନ ବି କୋଳକୁ ସନ୍ତାନଟିଏ ଦେଇ ନାହାନ୍ତି। ଜୀବନକାଳ ମଧ୍ୟରେ ଅର୍ଜିଲା ସମ୍ପତ୍ତି ବି ରହିଲାନାହିଁ। ହେଲେ ଅଗ୍ନିକୁ ସାକ୍ଷୀ ରଖି ଯାହା ହାତ ଧରିଥିଲେ ସେ ହାତ ଆଜି ବି ସାଙ୍ଗରେ ରହି ସାହସ ଦେଉଛି ବୋଲି କହିଛନ୍ତି ନିର୍ମଳ। ଆଜିର ଯୁବପିଢ଼ିମାନେ ପ୍ରେମ ଦିବସରେ ପ୍ରେମ କରୁଛନ୍ତି, ହେଲେ ଆମର ବର୍ଷକ ବାର ମାସ ପ୍ରେମ ଦିବସ ବୋଲି ସେମାନେ କହିଛନ୍ତି। କାରଣ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ପତ୍ନୀ ମାନସିକ ଭାରସାମ୍ୟ ହରାଇଥିଲେ ବି ସେ ଦିନରାତି ତାଙ୍କ ପାଖରେ ରହି ସେବା କରୁଛନ୍ତି। ସକାଳ ନିତ୍ୟକର୍ମ ଠାରୁ ଆରମ୍ଭ କରି ରାତିରେ ନିଜ ହାତରେ ଖୁଆଇ ଦିଅନ୍ତି ପତ୍ନୀ ମିନତୀଙ୍କୁ। ମିନି ବି କିଛି ମନେ ପାକାଇ ପାରୁ ନ ଥିଲେ ବି ପ୍ରତିଦିନ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମଥାରେ ସିନ୍ଦୂର ପିନ୍ଧିବାକୁ ଭୁଲନ୍ତିନି। ଦିନ ପେର ଦିନ ବିତୁଛି ତା ସାଙ୍ଗକୁ ବୟସ ବି ବଢ଼଼ୁଛି, ହେଲେ ଶେଷେ ନିଶ୍ୱାସ ଚାଲିଥିବା ଯାଏ ଆମେ ପରସ୍ପର ସାଥୀରେ ରହିଥିବୁ ବୋଲି ନିର୍ମଳ କହିଛନ୍ତି।
ସେହିପରି ସେହିପରି ସୁକଦେବ (୭୭) ଓ ପ୍ରେମଲତା (୭୦)ଙ୍କ କ୍ଷେତ୍ରରେ ସମାନ ଚିତ୍ର ଦେଖିବାକୁ ମିଳିଛି। ରୋଷେୟା ଭାବେ କାମ କରି ସ୍ୱଳ୍ପ ରୋଜଗାରରେ ପରିବାର ଚଳାଇବା ସହ ଏକମାତ୍ର ପୁଅକୁ ମଣିଷ କରିବାକୁ ଦିନରାତି ଏକ କରିଦେଇଥିଲେ। ହେଲେ ପୁଅ ତ ମଣିଷ ହେଲା, କିନ୍ତୁ ବୃଦ୍ଧ ବୟସରେ ବାପା ମା’ଙ୍କୁ ପର କରିଦେଲା। ଫଳରେ ଉଭୟ ଜରାଶ୍ରମରେ ଦିନ କାଟୁଛନ୍ତି। ୨ବର୍ଷ ହେବ ପତ୍ନୀଙ୍କ ଗୋଡ଼ ଭାଙ୍ଗି ଯିବାରୁ ସେ ବିଛଣାରେ ପଡ଼ି ରହୁଛନ୍ତି। ହେଲେ ଏହି ଅବସ୍ଥାରେ ବି ତାଙ୍କ ପାଖରୁ ଦୂରେଇ ନାହାନ୍ତି ସୁକଦେବ। ପତ୍ନୀଙ୍କ କଷ୍ଟକୁ ନିଜ ଆଡ଼କୁ ନେଇଯିବା ପାଇଁ ପ୍ରସ୍ତୁତ ଅଛନ୍ତି ସୁକଦେବ। ପୂର୍ବଭଳି ମୋ ଆଖିଆଗରେ ଚଲାବୁଲା କରିବା, ଭଲରେ ଦି ପଦ କଥା ହେଲେ ମୁଁ ଟିକେ ଶାନ୍ତିରେ ଶୋଇ ପାରିବି ବୋଲି ବାରମ୍ବାର ପତ୍ନୀଙ୍କ କାନ ପାଖରେ କହୁଛନ୍ତି। ପର୍ବପର୍ବାଣୀ ହେଲେ ବୃଦ୍ଧାଶ୍ରମର କର୍ତ୍ତୃପକ୍ଷଙ୍କୁ କହି ନୂଆ ଶାଢ଼ି, ଶଙ୍ଖା, ସିନ୍ଦୂର ଆଣି ପତ୍ନୀଙ୍କୁ ପିନ୍ଧାଇ ଦିଅନ୍ତି। ବର୍ତ୍ତମାନ ସମାଜରେ ସ୍ୱାମୀ ସନ୍ତ୍ରୀଙ୍କ କଳହ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ଏହି ବୃଦ୍ଧ ଦମ୍ପତି ସମ୍ପର୍କର ପ୍ରକୃତ ଅର୍ଥକୁ ପ୍ରତିପାଦିତ କରିଛନ୍ତି। ଯାହା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିବ ବୋଲି ଜରାଶ୍ରମର ମୁଖ୍ୟ ରମାନାଥ କହିଛନ୍ତି।
ପ୍ରେମୀଯୁଗଳମାନେ ନିଜ ପ୍ରେମକୁ ପରିପ୍ରକାଶ କରିବାକୁ ପାଳିଥାନ୍ତି ଭାଲେଣ୍ଟାଇନ୍ସ ସପ୍ତାହ। ଫେବୃଆରୀ ୭ ତାରିଖରୁ ରୋଜ୍‌ ଡେ’ ସହିତ ଭାଲେଣ୍ଟାଇନ୍ସ ଡେ’ର ଆରମ୍ଭ ହୋଇଥାଏ। ଏହିଦିନ ପ୍ରେମୀଯୁଗଳ ପରସ୍ପରକୁ ବିଭିନ୍ନ ରଙ୍ଗର ଗୋଲାପ ଦେଇ ଭାବର ଆଦାନପ୍ରଦାନ କରିଥା’ନ୍ତି। ପ୍ରତ୍ୟେକ ରଙ୍ଗର ଗୋଲାପର ଭିନ୍ନ ଭିନ୍ନ ଅର୍ଥ ରହିଛି। ତେବେ କେଉଁ ରଙ୍ଗର ଗୋଲାପ କ’ଣ କହେ ଆସନ୍ତୁ ଜାଣିବା…
ଲାଲ୍‌ ଗୋଲାପ ହେଉଛି ପ୍ରେମର ପ୍ରତୀକ। ଯଦି କାହାକୁ ଆପଣ ଭଲ ପାଉଛନ୍ତି କିମ୍ବା କାହାକୁ ପ୍ରେମ ନିବେଦନ କରୁଛନ୍ତି, ତେବେ ତାଙ୍କୁ ଲାଲ୍‌ ରଙ୍ଗର ଗୋଲାପ ଦେଇପାରିବେ।
ହଳଦିଆ ଗୋଲାପ ହେଉଛି ବନ୍ଧୁତା, ଖୁସି ଓ ନୂତନତ୍ବର ପ୍ରତୀକ। ରୋଜ୍‌ ଡେ’ରେ ସାଙ୍ଗମାନଙ୍କୁ ହଳଦିଆ ରଙ୍ଗର ଗୋଲାପ ଦେଇହେବ। ଯଦି କାହା ସହିତ ନୂତନ ଭାବରେ ବନ୍ଧୁତା ସ୍ଥାପନ କରିବାକୁ ଚାହୁଁଛନ୍ତି, ତେବେ ହଳଦିଆ ଗୋଲାପ ଦିଅନ୍ତୁ। ଏହି ଗୋଲାପ କାହାକୁ ଦେଇ ନିରାମୟତାର ଶୁଭକାମନା ମଧ୍ୟ କରିପାରିବେ।
ଗୋଲାପି ରଙ୍ଗର ଗୋଲାପ ଖୁସି, ନମ୍ରତା ଓ ଭବ୍ୟତାର ପ୍ରତୀକ। ଯଦି କୌଣସି ବ୍ୟକ୍ତିର ଗୁଣ ଭଲ ଲାଗୁଛି କିମ୍ବା କାହାକୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି, ତେବେ ଉକ୍ତ ବ୍ୟକ୍ତିଙ୍କୁ ଗୋଲାପି ରଙ୍ଗର ଗୋଲାପ ଦିଅନ୍ତୁ। ସାଙ୍ଗ କିମ୍ବା ଭଲ ଲାଗୁଥିବା କୌଣସି ବ୍ୟକ୍ତିଙ୍କୁ ଗୋଲାପି ରଙ୍ଗର ଗୋଲାପ ଦେଇପାରିବେ।
କମଳା ରଙ୍ଗ ହେଉଛି ଉତ୍ସାହ ଓ ଶକ୍ତିର ପ୍ରତୀକ। ଯଦି କୌଣସି ବ୍ୟକ୍ତିଙ୍କୁ ହୃଦୟରେ ଭଲ ପାଉଛନ୍ତି, ତେବେ ତାଙ୍କୁ କମଳା ରଙ୍ଗର ଗୋଲାପ ଦେଇ ନିଜର ଭାବନାକୁ ବ୍ୟକ୍ତ କରିପାରିବେ।
ଧଳା ରଙ୍ଗର ଗୋଲାପ ହେଉଛି ପବିତ୍ରତା, ଚପଳାମି ଓ ଶାନ୍ତିର ପ୍ରତୀକ। କାହାକୁ କ୍ଷମା ମାଗିବାକୁ ଚାହୁଁଥିଲେ, ଧଳା ରଙ୍ଗର ଗୋଲାପ ଫୁଲ ଦେଇ ‘ସରି’ କହିପାରିବେ। ଶୁଭକାମନା ଦେବା ପାଇଁ ଧଳା ରଙ୍ଗର ଗୋଲାପ ଫୁଲର ଆବଶ୍ୟକତା ରହିଛି।
ବାଇଗଣୀ ରଙ୍ଗର ଗୋଲାପ ଆସକ୍ତି ଭାବକୁ ବ୍ୟକ୍ତ କରିବା ପାଇଁ ‘ଲଭ୍‌ ଆଟ୍‌ ଫାଷ୍ଟ ସାଇଟ୍’ ଭାବେ ଦିଆଯାଏ।
ପ୍ରେମ ନିଃସ୍ବାର୍ଥ ଆଉ ଶାଶ୍ୱତ। ପ୍ରେମ ମାନେନା ବୟସ, ଜାତି, ସୀମା ସରହଦ। ଏହା ସର୍ବଦା ସଦ୍ୟ ନୂତନ। ପ୍ରକୃତିର ସିନା ଛଅ ଋତୁ, ହେଲେ ସେଥିରେ ପ୍ରେମର ଋତୁ ମିଶିଲାପରେ ହୋଇଯାଏ ସାତ ଋତୁ। ପ୍ରେମ ସଫଳ ବା ବିଫଳ ହୋଇପାରେ, ମାତ୍ର ଏହାର ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ। ସାମାଜିକ ଆକଟ ଯୋଗୁଁ ପ୍ରେମ କେବେ ଯନ୍ତ୍ରଣାଦାୟକ ହୋଇଉଠେ ତ କେବେ ପୁଣି ବସନ୍ତର ମଳୟ ସ୍ପର୍ଶରେ ପୁଲକିତ ହୋଇ ଉଠେ । ସେ ଯାହା ହେଉ ନା କାହିଁକି, ପ୍ରେମ ଏକ ଭାବନା, ଏକ ସମର୍ପଣ ।
ପୌରାଣିକ କଥା ହେଉ କି ଇତିହାସ ସବୁଥିରେ ସ୍ବତନ୍ତ୍ର ସ୍ଥାନ ପାଇଛି ପ୍ରେମ। ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ। ଆଜି ହେଉଛି ପ୍ରେମ ସପ୍ତାହର ପ୍ରଥମ ଦିନ । ଆଜି ଗୋଲାପ ଦିବସ ବା ରୋଜ୍ ଡେ’। ପ୍ରେମିକ ପ୍ରେମିକମାନେ ଏହି ଦିନଟିକୁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ପ୍ରେମର ପ୍ରତୀକ ହେଉଛି ଗୋଲାପ । ରୋଜ୍‌ ଡେ’ ରେ ପରସ୍ପରକୁ ଗୋଲାପ ଦେଇ ନିଜ ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ । ସାମାଜିକ ଗଣମାଧ୍ୟମ ମଧ୍ୟ ରୋଜ୍‌ ଡେ’ ଶୁଭେଚ୍ଛାରେ ଚଳଚଞ୍ଚଳ ହୋଇ ଉଠିଛି।