No More - The Sakala

ଶେଷ ନିଦ୍ରାରେ ଲତା ମଙ୍ଗେସକର
ଶେଷ ନିଦ୍ରାରେ ଲତା ମଙ୍ଗେସକର । ୯୩ ବର୍ଷ ବୟସରେ ଆଖି ବୁଜିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । କରୋନାରୁ ସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ମେଡିକାଲ କର୍ତ୍ତୁପକ୍ଷ ସ୍ପଷ୍ଟ କରିଛନ୍ତି । ସେପଟେ ଲତା ଦିଦିଙ୍କ ଦେହାନ୍ତ ସମଗ୍ର ଦେଶବାସୀଙ୍କୁ ମ୍ରିୟମାଣ କରିଛି । ତାଙ୍କ ସ୍ୱରରୁ ଫୁଟୁଥିବା ଯାଦୁକରୀ ଗୀତ ଆଉ କାନରେ ବାଜିବ ନାହିଁ । ଆଜିଠାରୁ କୋକିଳକଣ୍ଠୀ ସଙ୍ଗୀତ ଗାନ କରିବେ ନାହିଁ ।

ଲତା ମଙ୍ଗେସକରଙ୍କ ବିଷୟରେ ଖବର ପାଇଁ  ପ୍ରଥମେ ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ୍ ଠାକେର ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀକର ସମବେଦନା  ଜ୍ଞାପନ କରିଛନ୍ତି । ଦେଶ ଆଜି ଗୋଟେ ଉଜ୍ୱଳ ତାରକା ହରାଇଛି । ଗତ ଜାନୁଆରୀ ୧୧ ତାରିଖରେ ୯୨ ବର୍ଷ ବର୍ଷୀୟ ଲତା ଦିଦିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ୨୭ ଦିନ ଧରି ସେ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଏହାପରେ ତାଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିଲେ । ପରେ ପୁଣି ଥରେ ବିଗିଡିଯାଇଥିଲା ଲତାଙ୍କ ସ୍ୱାସ୍ଥ୍ୟ  ।

ଭାରତୀୟ ସଙ୍ଗୀତ ଜଗତରେ ଦିଦିଙ୍କ ଅବଦାନ ସର୍ବାଗ୍ରେ । ଏକ ନୂତନ ଅଧ୍ୟାର ଅୟରାମ୍ଭ ସେ ହିଁ କରିଥିଲେ । ତାଙ୍କର ଯାଦୁଗରୀ ସ୍ୱର ଭାରତ ବାସୀଙ୍କୁ ବିମୋହୀତ କରୁଥିଲା । ଆଉ ସେଥିପାଇଁ ତାଙ୍କ ସମ୍ମାନର ତାଲିକା ମଧ୍ୟ ବେଶ ଲମ୍ବା ।  ଦାଦା ସାହେବ ଫାଲକେ, ପଦ୍ମ ଭୂଷଣ, ପଦ୍ମଭୂଷଣ ଓ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ମଧ୍ୟ ବିଭୂଷିତା ହୋଇଥିଲେ ଲତା ମଙ୍ଗେସକର ।  କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି ସୁର ସାମାଜ୍ଞ୍ରୀ । ଲତା ହିନ୍ଦି, ମରାଠୀ, ବଙ୍ଗଳା, ଓଡ଼ିଆ ସମେତ ଅନେକ ଭାଷାରେ ଗୀତ ଗାଇ କୋଟି କୋଟି ଦର୍ଶଙ୍କ ହୃଦୟ ମଣ୍ଡିତ କରିଛନ୍ତି ।

ଗରିବ ପରିବାରରେ ଜନ୍ମିତ ଲତା ମଙ୍ଗେସକର ଗୀତ ଗାଇ ପରିବାର ଚଳାଉଥିଲେ । ଲତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିବା ବେଳେ  ପିତା ଦିନାନାଥ ମଙ୍ଗେସକରଙ୍କ ଦେହାନ୍ତ ହୋଇଥିଲା । ୫ବର୍ଷ ବୟସରୁ ଲତା ଯେଉଁ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ସେ ଶେଷରେ ଆଖି ବୁଜିଲେ  । ଏହାପରେ ପରିବାରର ପ୍ରତିପୋଷଣର ବୋଝ ତାଙ୍କ ଉପରେ ପଡିଗଲା । ଶେଷରେ ଗୀତ ଗାଇ ଗୁଜୁରାଣ ଚଳାଇବାର ରାସ୍ତାକୁ ବାଛିନେଲେ ଲତା ଦିଦି । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ । ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ ।