Bluetooth - The Sakala

ଫୋନର ବ୍ଲୁଟୁଥ୍ ଅଧିକାଂଶ ସମୟରେ ଅନ୍ କରି ରଖୁଛନ୍ତି କି; ତେବେ ହୋଇଯାଆନ୍ତୁ ସାବଧାନ, ଆପଣଙ୍କ ଫୋନ ହୋଇପାରେ ହ୍ୟାକ୍‍
ଭୁବନେଶ୍ୱର: ବ୍ଲୁବଗିଂକୁ ନେଇ ରାଜଧାନୀର ଆଇଟି ଉଦ୍ୟୋଗଙ୍କ ମଧ୍ୟରେ ଛନକା ପଶିଛି। ବ୍ଲୁଟୁଥ୍‍ ମାଧ୍ୟମରେ ହେଉଥିବା ହ୍ୟାକିଂକୁ ରୋକିବା ଦିଗରେ ବଡ଼ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀର କର୍ତ୍ତୃପକ୍ଷମାନେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧିକାଂଶ କର୍ମଚାରୀ ବ୍ଲୁଟୁଥ୍‍ ସଂଶ୍ଲିଷ୍ଟ ଇୟର ବଡ୍ସ ଓ ବ୍ଲୁଟୁଥ୍‍ ଫିଚର୍‍କୁ ବ୍ୟବହାର କରୁଥିବା ହେତୁ ହ୍ୟାଣ୍ଡସେଟ୍‍ ହ୍ୟାକ୍‍ ହେବାର ଆଶଙ୍କା ବଢ଼ୁଛି। ଏହାକୁ ପ୍ରତିହତ କରିବା ପାଇଁ କମ୍ପାନୀ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି। ମୋବାଇଲ୍‍ ଫୋନ୍‍ ୟୁଜର୍ସମାନେ ଅଫିସ୍‍ ପରିସରରେ ପଶିଲେ, ପ୍ରତ୍ୟେକ ହ୍ୟାଣ୍ଡସେଟ୍‍କୁ ସ୍କାନ୍‍ କରାଯିବ। ଏଥିପାଇଁ କମ୍ପାନୀ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ସଫ୍ଟୱେର ବିକାଶ କରିବାରେ ଲାଗିଛନ୍ତି। ବ୍ଲୁବଗିଂ ଭଳି ସମସ୍ୟାକୁ ରାଜ୍ୟର ଆଇଟି ଫାର୍ମମାନେ ଗୁରୁତର ସହ ନେଉଥିବା ବେଳେ କମ୍ପାନୀ ସମେତ କର୍ମଚାରୀମାନଙ୍କର ଗୋପନୀୟ ତଥ୍ୟକୁ କିଭଳି ସୁରକ୍ଷିତ ରଖାଯିବ ସେନେଇ ପ୍ରଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଜନୈକ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀର ବରିଷ୍ଠ ଅଧିକାରୀ।

ସାଇବର୍‍ କ୍ରାଇମ୍‍ ଏବେ ରାଜ୍ୟରେ କାୟା ବିସ୍ତାର କରୁଛି। ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‍ ହେଉଥିବା ଅଭିଯୋଗ ହେଉଛି। ଭୁବନେଶ୍ୱରରେ ସାଇବର୍‍ କ୍ରାଇମ୍‍ର ମାତ୍ରା ରାଜ୍ୟସ୍ତରରେ ସବୁଠାରୁ ଅଧିକ। ଏଣୁ ବ୍ଲୁଟୁଥ୍‍ ମାଧ୍ୟମରେ ହେଉଥିବା ସାଇବର୍‍ କ୍ରାଇମ୍‍କୁ ରୋକିବା ପାଇଁ ଆଇଟି କମ୍ପାନୀଗୁଡ଼ିକ ନିଜ ନିଜସ୍ତରରେ ଉଦ୍ୟମ କରୁଛନ୍ତି। ସାଇବର୍‍ ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି ଯେ ହ୍ୟାଣ୍ଡସେଟ୍‍ରେ ବ୍ଲୁଟୁଥ୍‍ ଅନ୍‍ ଥିଲେ, ୨୫ ମିଟର ପରିଧି ମଧ୍ୟରେ ଏହାକୁ ହ୍ୟାକ୍‍ କରିହେବ। ପାସ୍‍ ୱାର୍ଡ ଜଣା ନ ଥାଇ ମଧ୍ୟ ହ୍ୟାକରମାନେ ମୋବାଇଲକୁ ହ୍ୟାକ୍‍ କରୁଥିବାର ଅନେକ ଉଦାହରଣ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଆଇଟି କମ୍ପାନୀମାନେ ସଚେତନ ହେବା ଆରମ୍ଭ କଲେଣି। ଆଇଟି କମ୍ପାନୀର ଡାଟାବେସ୍‍ ସୁରକ୍ଷିତ ରହିବା ନିହାତି ଆବଶ୍ୟକ। ରାଜଧାନୀରେ ୫୦ରୁ ଊର୍ଦ୍ଧ୍ବ ଛୋଟବଡ଼ ଆଇଟି କମ୍ପାନୀ ରହିଛନ୍ତି। ତନ୍ମଧ୍ୟରୁ କିଛି ବଡ଼ ଆଇଟି କମ୍ପାନୀ ବ୍ଲୁବଗିଂ ସଙ୍କଟରୁ ରକ୍ଷା ପାଇବା ପାଇଁ ଗାଇଡ୍‍ଲାଇନ୍‍ ଆଣିଛନ୍ତି। ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ୱାଇଫାଇର ବ୍ୟବହାରରୁ ବର୍ତ୍ତିବା, ସର୍ବସାଧାରଣରେ ବ୍ଲୁଟୁଥ୍‍ ବ୍ୟବହାର ନକରିବା, ଏକ ଉତ୍ତମ ଭିପିଏନ୍‍ ସର୍ଭିସ୍‍ ବ୍ୟବହାର କରିବା ଓ ସଫ୍ଟୱେର ଓ ସିକ୍ୟୁରିଟି ସିଷ୍ଟମ୍‍କୁ ଅପଡେଟ୍‍ କରିବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କର୍ମଚାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଭାବିତ ହେଲେ ଏହା ପରୋକ୍ଷରେ କମ୍ପାନୀର ଗୋପନୀୟତାକୁ ନଷ୍ଟ ହେବ ବୋଲି କମ୍ପାନୀ ଭୟ କରୁଛି। ହ୍ୱାଟ୍ସଅପ୍‍ ଗ୍ରୁପ୍‍ରେ କମ୍ପାନୀର ତଥ୍ୟ ରହୁଥିବା ହେତୁ କମ୍ପାନୀମାନେ ବ୍ଲୁବଗିଂ ଭଳି ସିକ୍ୟୁରିଟି ଥ୍ରେଟ୍‍କୁ ହାଲୁକାରେ ନେଉନାହାଁନ୍ତି। ଜନୈକ ଆଇଟି କର୍ମଚାରୀ ପ୍ରକାଶ ବରାଳ ଏସମ୍ପର୍କରେ କହିଛନ୍ତି ଯେ ବ୍ଲୁବଗିଂ ମାଧ୍ୟମରେ ବ୍ଲୁଟୁ୍‍ଥ୍‍ ପେୟାରିଂ କରାଯିବା ପରେ ଏକ ହ୍ୟାକିଂ ସଫ୍ଟୱେରକୁ ଇନଷ୍ଟଲ୍‍ କରିଦିଆଯାଉଛି। ଫଳରେ ମୋବାଇଲର ଡାଟାବେସ୍‍ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ହେଉଛି। କମ୍ପାନୀଗୁଡ଼ିକ ବ୍ଲୁବଗିଂ ରୋକିବା ପାଇଁ ନେଉଥିବା ଆଗୁଆ ପଦକ୍ଷେପ ନିହାତି ପକ୍ଷେ ସ୍ୱାଗତଯୋଗ୍ୟ।

ଜାଣନ୍ତୁ ‘ବ୍ଲୁଟୁଥ୍’ ନାଁ ପଛର କାହାଣୀ
ନିୟମିତ ଆମେ ଅନେକ ଜିନିଷ ବ୍ୟବହାର କରିଥାଉ। ସେହି ଜିନିଷଗୁଡ଼ିକର ନାମକରଣ କିପରି ହେଲା, ଏହା କିପରି ତିଆରି ହେଲା ତାହା ଜାଣିବା ପାଇଁ ଚେଷ୍ଟା କରି ନଥାଉ। ଏହିଭଳି ଏକ ଜିନିଷ ହେଉଛି ଡାଟା ଟ୍ରାନ୍ସଫର୍ମିଂ ସଫ୍ଟୱେର (ବ୍ଲୁଟୁଥ୍)। ଏହା ଏକାଧିକ ଡିଭାଇସ୍‌କୁ ସଂଯୋଗ କରିବା କାର୍ଯ୍ୟ କରିଥାଏ। ଅବଶ୍ୟ ପ୍ରଥମେ ପ୍ରଥମେ ସବୁ ମୋବାଇଲରେ ବ୍ଲୁଟୁଥ୍‌ର ସୁବିଧା ନ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହାର ଉପଯୋଗିତା ପ୍ରତିଟି ମୋବାଇଲରେ ଦେଖିବାକୁ ମିଳିଲା। କହିବାକୁ ଗଲେ ଆଜିକାଲି ଫୋନ୍‌ ସହ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି ବ୍ଲୁଟୁଥ୍। ସେହିପରି ମନରେ ପ୍ରଶ୍ନ ଆସିବା ସ୍ବାଭାବିକ ଏହାର ନାଁ ଏଭଳି କାହିଁକି ରଖାଗଲା। ଏହାର ନାଁ ପଛରେ ରହିଛି ଜଣେ ରାଜାଙ୍କ ନାମ। ଅବଶ୍ୟ ତାଙ୍କର ଏହି ଟେକ୍ନୋଲୋଜି ସହ କୌଣସି ସମ୍ପର୍କ ନାହିଁ। ରାଜାଙ୍କ ନାଁ ଥିଲା ହେରୋଲ୍ଡ ବ୍ଲୁଟୁଥ୍‌।

ଖ୍ରୀଷ୍ଟାବ୍ଦ ୯୫୭ରୁ ୯୮୬ ପର୍ଯ୍ୟନ୍ତ ନରୱେ ଓ ଡେନମାର୍କର ରାଜା ଥିଲେ ହେରୋଲ୍ଡ ବ୍ଲୁଟୁଥ୍‌। ସେ ସ୍କାଣ୍ଡିନେଭିଆ ଦେଶକୁ ଯୋଡ଼ିବା ଲାଗି ଥିଲେ ଖୁବ୍ ପ୍ରସିଦ୍ଧ। ଏହାବାଦ୍ ଅନେକ ରାଜ୍ୟକୁ ଏକତ୍ର କରିବାରେ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ଅଛି। ତେବେ ସ୍କାଣ୍ଡିନେଭିଆ ଦେଶରେ ସାମିଲ ଅଛି (ଡେନମାର୍କ, ନରୱେ ଓ ସ୍ବିଡେନ)। ରାଜାଙ୍କର ଗୋଟେ ଦାନ୍ତ ଥିଲା ନୀଳ। ଯାହାକୁ ବେକାର ଦାନ୍ତ ବୋଲି କୁହାଯାଉଥିଲା। ଡେନମାର୍କର ଡେନିସ୍ ଭାଷାରେ ଏହାକୁ କୁହାଯାଉଥିଲା ‘ବ୍ଲାଟନ୍’। ଯାହାର ଇଂରାଜୀ ଅର୍ଥ ‘ବ୍ଲୁଟୁଥ୍’। ଅନ୍ୟପଟେ ‘ବ୍ଲୁଟୁଥ୍‌’ର ଅର୍ଥ ‘ନୀଳ ଦାନ୍ତ’। ହେରୋଲ୍ଡ ସ୍କାଣ୍ଡିନେଭିଆରେ ପ୍ରଥମ ବ୍ରିଜ୍ ନିର୍ମାଣ କରିଥିଲେ। ତାହା ଥିଲା ୫ ମିଟର ଚଉଡ଼ା ଓ ୭୬୦ମିଟର ଲମ୍ବା। ସେହି ସମୟରେ ସେହି ବ୍ରିଜ୍‌ର ବହୁଳ ବ୍ୟବହାର କରାଯାଉଥିଲା। ରାଜାଙ୍କ ଏଭଳି କାମ ପାଇଁ ତାଙ୍କୁ ‘ବ୍ଲୁଟୁଥ୍‌’ର ଉପନାମ ମିଳିଥିଲା। ତେବେ ଡାଟା ଟ୍ରାନ୍ସଫର୍ମିଂ ସଫ୍ଟୱେର୍‌ ‘ବ୍ଲୁଟୁଥ୍‌’ ବିକଶିତ କରୁଥିବା ଟିମ୍‌ରେ ସାମିଲ ଥିବା ଜିମ୍‌ କାରଦଚଙ୍କୁ ଏହି ରାଜାଙ୍କ ଚରିତ୍ର ଖୁବ୍ ପ୍ରଭାବିତ କରିଥିଲା। ଅର୍ଥାତ୍ ଯେଭଳି ବ୍ଲୁଟୁଥ୍ ମାଧ୍ୟମରେ ଡିଭାଇସକୁ ପରସ୍ପର ମାଧ୍ୟମରେ ଯୋଡ଼ାଯାଏ, ଠିକ୍‌ ସେହିଭଳି ରାଜା ହେରୋଲ୍ଡ ମଧ୍ୟ ରାଜ୍ୟମାନଙ୍କୁ ପରସ୍ପର ସହିତ ଯୋଡ଼ୁ ଥିଲେ। ଏହି କାରଣ ଯୋଗୁଁ ଜିମ୍‌ କାରଦଚ ଏହି ଟେକ୍ନୋଲୋଜିର ନାଁ ବ୍ଲୁଟୁଥ୍ ରଖିବା ପ୍ରସ୍ତାବ ରଖିଲେ। ଯାହା ପରେ ଏହାର ନାଁ ବ୍ଲୁଟୁଥ୍ ହୋଇଛି।