Jual Oram - The Sakala

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
ଭୁବନେଶ୍ବର: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ। ସେ ଦିଲ୍ଲୀ ଏମ୍ସରେ ସୋମବାର ବିଳମ୍ବିତ ରାତିରେ ଭର୍ତ୍ତି ହୋଇଛନ୍ତି। ମନ୍ତ୍ରୀ ଜୁଏଲ ଓରାମଙ୍କୁ ଏମ୍ସର ନ୍ୟୁ ପ୍ରାଇଭେଟ୍‌ ୱାର୍ଡରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଇନୋଭା ଧକ୍କାରେ RMCA କର୍ମଚାରୀଙ୍କ ମୃତ୍ୟୁ
କାମାକ୍ଷାନଗର: କାମାକ୍ଷାନଗର ଥାନା ରେକୁଳା ଛକ ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜୁଏଲ ଓରାମଙ୍କ ଇନୋଭା ଧକ୍କାରେ ଜଣେ RMCA କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଜୁଏଲ ଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ଛକ ଠାରେ କାମାକ୍ଷାନଗର RMCA କର୍ମଚାରୀ ସର୍ବେଶ୍ୱର ଚୌଧୁରୀଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସର୍ବେଶ୍ୱର ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ। ଏହା ଦେଖି ଜୁଏଲ ନିଜ ପାଇଲଟିଂ ଗାଡିରେ ସର୍ବେଶ୍ୱରଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତି କରାଇଥିଲେ। ସେଠାରେ ଡାକ୍ତର ସର୍ବେଶ୍ୱରଙ୍କୁ ମୃତ ଘୋଷଣା କରିଛନ୍ତି।

ଦଳରେ କାଟ୍‍ତି କମୁଥିବାରୁ ହଟଚମଟ ସୃଷ୍ଟି କରିବାକୁ ଜୁଏଲଙ୍କ ଉଦ୍ୟମ, ବିଜେଡି ବିରୋଧରେ ‘ବଦଲା’ ନେବାକୁ ପରୋକ୍ଷ ଧମକ
ଭୁବନେଶ୍ୱର : ଦଳୀୟ ଅର୍ନ୍ତକନ୍ଦଳ, ଗୋଷ୍ଠୀବିବାଦ ସାଙ୍ଗକୁ ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ବିଫଳତା ରାଜ୍ୟରେ ବିଜେପିର ସ୍ଥିତିକୁ ଦିନକୁ ଦିନ ଦୁର୍ବଳ କରି ଚାଲିଛି। ୨୦୧୯ରେ ବିଜୟୀ ହୋଇଥିବା ୮ ସାଂସଦ ଓ ବିଧାନସଭାର ବର୍ତ୍ତମାନର ୨୨ ବିଧାୟକଙ୍କ ଅଞ୍ଚଳରେ ଦଳ ପଞ୍ଚାୟତ ଓ ପୌର ନିର୍ବାଚନରେ ମାଟି କାମୁଡ଼ିଛି। ଦଳର ଭୋଟ ହାର ୨୦୧୭ ପଞ୍ଚାୟତ ନିର୍ବାଚନ ପରଠାରୁ କ୍ରମାଗତ ଭାବରେ ହ୍ରାସ ପାଇ ଚାଲିଛି। ଶାସକ ବିଜେଡିର ଭୋଟ ହାର ବୃଦ୍ଧି ପାଇ ୫୦% ଅତିକ୍ରମ କରିଛି ଏବଂ ଭୋଟ ସଂଖ୍ୟା ୧.୨ କୋଟିରେ ପହଞ୍ଚିଛି। ଏହି ସ୍ଥିତିରେ ଆଗାମୀ ଦିନରେ ବିଜେଡି ନିଜର ଭୋଟ ସଂଖ୍ୟାକୁ ଦେଢ଼ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟଭେଦୀ ରଣନୀତି ପ୍ରସ୍ତୁତ କରିଛି। ମାତ୍ର ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ସୁନ୍ଦରଗଡ଼ ସାଂସଦ ବିଜେଡିକୁ ପୁରୀ ସମୁଦ୍ରରେ ଫିଙ୍ଗି ଦେବାକୁ ମାରିଥିବା ବାହୁସ୍ଫୋଟକୁ ଦଳକୁ ସାଧାରଣ ଲୋକଙ୍କ ନିକଟରେ ହାସ୍ୟାସ୍ପଦ କରିଛି।

ପ୍ରତ୍ୟେକ ନିର୍ବାଚନରେ ବିଜେଡି ଅପରାଜେୟ ରହିଥିବା ବେଳେ ବିଜେପି ବାରମ୍ବାର ଚିତ୍‍ପଟାଙ୍ଗ ମାରୁଛି। ଏହା ସତ୍ତ୍ବେ ରାଜ୍ୟ ବିଜେପିର ତୁଙ୍ଗ ନେତା ତୁଚ୍ଛା ବାହୁସ୍ଫୋଟ ମାରିବାରେ ପଶ୍ଚାତପଦ ହେଉ ନାହାନ୍ତି। ପୂର୍ବରୁ ଏନେଇ ଅନେକ ନଜିର୍‍ ରହିଥିବା ବେଳେ ତାଲିକାରେ ନୂଆକରି ଯୋଡ଼ି ହୋଇଛନ୍ତି ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ୍‍ ଓରାମ। ପୁରୀରେ ଦଳର ପ୍ରଶିକ୍ଷଣ ଶିବିରରେ ସେ ବିଜେଡିକୁ ପୁରୀ ସମୁଦ୍ରକୁ ଫୋପାଡ଼ିଦେବୁ ବୋଲି ବାହାସ୍ଫୋଟ ମାରିଛନ୍ତି। ନିଜ ସଂସଦୀୟ କ୍ଷେତ୍ର, ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ସବୁବେଳେ ନିରବ ରହୁଥିବା ଜୁଏଲଙ୍କ ଏପରି ମନ୍ତବ୍ୟ କେବଳ ଗଣମାଧ୍ୟମ ଶିରୋନାମାରେ ରହିବା ପାଇଁ ଏକ ବିଫଳ ପ୍ରୟାସ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।

ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୁଏଲ କହିଛନ୍ତି, ଆମେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ସହ ବିଜେଡି ସହ ୯ ବର୍ଷ ସରକାରରେ ରହିଥିଲୁ। ଏବେ ଆମେ କେନ୍ଦ୍ରରେ ଶକ୍ତିଶାଳୀ ହୋଇଗଲୁଣି; ଏବେ ଆଉ ନବୀନଙ୍କର ସାହାଯ୍ୟ ଆଉ ଦରକାର ନାହିଁ। ଆମକୁ ବଦ୍‍ଲା ନେବାର ଅଛି ଓ ଆମେ ବିଜେଡିକୁ ପୁରୀ ସମୁଦ୍ରରେ ଠେଲିଦେବୁ ବୋଲି ସେ କହିଛନ୍ତି। ଜୁଏଲଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ କେବଳ ଖବର ଶିରୋନାମାରେ ରହିବା ପାଇଁ ଉଦ୍ଦିଷ୍ଟ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଦଳର ଶୀର୍ଷ ନେତୃତ୍ୱଙ୍କଠାରୁ ଆରମ୍ଭ କରି ରାଜ୍ୟ ନେତୃତ୍ୱଙ୍କ ପର୍ଯ୍ୟନ୍ତ; ଜୁଏଲଙ୍କ ପୂର୍ବ କାଟତି ଆଉ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦ୍ୱିତୀୟ ପାଳିରେ ଜୁଏଲଙ୍କୁ ମନ୍ତ୍ରିମଣ୍ଡଳରେ ନେଇ ନ ଥିବା ବେଳେ ନିକଟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିରୁ ତାଙ୍କୁ ବାଦ୍‍ ଦିଆଯାଇଛି।

ସେହିପରି ପଶ୍ଚିମ ଓଡ଼ିଶା ବିଶେଷକରି ରାଜ୍ୟ ତଥା ସୁନ୍ଦରଗଡ଼ର ବଡ଼ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଏମ୍‍ସ ବିଷୟରେ ଜୁଏଲ ଅସମ୍ଭବ ନିରବତା ପ୍ରଦର୍ଶନ କରି ଆସୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ତାତିଲେଣି। ସେହିପରି ନିଶାଗ୍ରସ୍ତ ଅବସ୍ଥାରେ ନିଜ ଦଳର ଜଣେ ମହିଳା କର୍ମକର୍ତ୍ତାଙ୍କୁ ଅଶୋଭନୀୟ ଆଚରଣ ଘଟଣାରେ ସେ ଜାମିନ୍‍ରେ ଥିବାବେଳେ ସଂସଦୀୟ କ୍ଷେତ୍ରରେ ଏନେଇ ତାଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଜଣେ ସାଂସଦ ଭାବରେ ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କର ଯୋଗଦାନ ସେପରି ଆଖିଦୃଶିଆ ନଥିବା ବେଳେ ଲୋକେ ତାଙ୍କର ବିକଳ୍ପ ଖୋଜିବା ଆରମ୍ଭ କଲେଣି। ତେଣୁ ଏସବୁ ଉପରୁ ନଜର ହଚାଇବା ପାଇଁ ସେ ଏପରି ମନ୍ତବ୍ୟ ଦେଇଥାଇପାରନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ଦଖଲ ପାଇଁ ବିଜେପି ମିଶନ ୧୨୦ ଆହ୍ୱାନ ଦେଇଥିଲା। ମାତ୍ର ଭୋଟବାକ୍ସରେ ରାଜ୍ୟବାସୀ ପୁନଶ୍ଚ ନବୀନଙ୍କୁ ଆଶୀର୍ବାଦ ଅଜାଡ଼ି ଦେଇଥିବା ବେଳେ ବିଜେପି ମୁହଁମାଡ଼ି ତଳେ ପଡ଼ିଥିଲା। ସେହିପରି ଗତ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ବିଜେଡି ସମ୍ପର୍କରେ କିଛି ଏପରି ମନ୍ତବ୍ୟ ଦେଇଥିଲେ। ପରିଣତି ସ୍ୱରୂପ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ମାଟି କାମୁଡ଼ିଥିଲା। ପୂର୍ବ ନିର୍ବାଚନରେ ଅପ୍ରତ୍ୟାଶିତ ସଫଳତା ପାଇଥିବା ବିଜେପି ଚଳିତ ପଞ୍ଚାୟତ ନିର୍ବାଚନରେ ଏକ ପ୍ରକାରର ମୂଳପୋଛ ହୋଇ ଯାଇଥିଲା। ଦଳର ସଂଗଠନକୁ ସୁଦୃଢ଼ କରିବା ଏବଂ ରାଜ୍ୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ ନ କରି ଏପରି ମିଛ ଆତ୍ମବଡ଼ିବା ଦେଖାଇବା ଟୁଡୁଙ୍କ ପାଇଁ ବୁମେରାଂ ହେଲା ବୋଲି ସେତେବେଳେ ସାଧାରଣରେ ମତପ୍ରକାଶ ପାଇଥିଲା। ଏବେ ବିଶ୍ୱେଶ୍ୱରଙ୍କ ପଥର ପଥଚାରୀ ହୋଇ ଜୁଏଲ ଯେଉଁ ଫମ୍ପା ଭାଷଣବାଜି କରୁଛନ୍ତି ତାହା ତାଙ୍କ ପାଇଁ ବି ଆତ୍ମଘାତୀ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ସାଂସଦ ଜୁଏଲ ଓରାମଙ୍କୁ ଗିରଫ ଭୟ
କଟକ: ଜାମିନ ପାଇଁ ହାଇକୋର୍ଟରେ ମନ୍ତ୍ରୀ ଓ ସାଂସଦ ।  ନିଜ ଦଳର ଜଣେ ମହିଳା କର୍ମୀଙ୍କୁ ଫୋନରେ ଦୁବ୍ୟବହାର କରିବା ଘଟଣାରେ ବିବାଦୀୟ ହୋଇପଡ଼ିଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଝିରପାଣି ଥାନାରେ ଶ୍ରୀ ଓରାମଙ୍କ ନାମରେ ଏକ ଏତଲା ଦେଇଥିଲେ ନିଜ ଦଳର ମହିଳା କର୍ମୀ ଗୌରୀ ମୁଣ୍ଡାରି। ତେବେ ଏହି ମାମଲାରେ ଗିରଫଦାରି ଏଡାଇବା ପାଇଁ ସାଂସଦ ଶ୍ରୀ ଓରାମ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କୋର୍ଟ ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଏହି ମାମଲାର ଶୁଣାଣି କରି ଶ୍ରୀ ଓରାମଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।

ସେହିପରି ଗିରଫଦାରୀ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ମୟୁରଭଞ୍ଜ ଜିଲ୍ଲାର ଦୁଇ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ଯାଳୟରେ ଗାଳିଗୁଲଜ ଓ ମାଡ଼ ମାରିଥିବା ଅଭିଯୋଗରେ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ବାରିପଦା ଟାଉନ ଥାନାରେ ଜାନୁଆରୀରେ ଏତଲା ହୋଇଥିଲା । ଜିଲ୍ଲା କାର୍ଯ୍ଯାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ଯବେକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ଅସ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ଅସଭ୍ୟ ଭାଷାରେ ଗାଳି ସହ ପ୍ଲାଷ୍ଟିକ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା । ପୁଲିସ ତଦନ୍ତ ଜାରି ରିହଥିବା ବେଳେ ଗିରଫ ହେବା ଭୟ ବିଶ୍ବେଶ୍ବର ଆଗୁଆ ଜାମିନ ଆବେଦନ କରିଛନ୍ତି ।