Bishweswar Tudu - The Sakala

ନବରଙ୍ଗପୁର CDMOଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଦୁର୍ବ୍ୟବହାର
ନବରଙ୍ଗପୁର: ପୁଣି ସରକାରୀ କର୍ମଚାରୀଙ୍କୁ ନାଲି ଆଖି ଦେଖାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସର୍ବସାଧାରଣରେ ଦୁର୍ବବ୍ୟହାର ପ୍ରଦର୍ଶନ କରିଛନ୍ତି । ନିଜ ଆଚରଣ ଓ ଉଚ୍ଚାରଣକୁ ନେଇ ସବୁବେଳେ ବିବାଦରେ ରହୁଥିବା କେନ୍ଦ୍ରମନ୍ତ୍ରୀ ପୁଣି ଥରେ ସରକାରୀ ଅଧିକାରୀଙ୍କ ଉପରେ ନିଜ ରାଗ ଶୁଝାଉଥିବା ଦେଖିବାକୁ ମିଳିଛି । ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ ନୂଆ ଅକ୍ସିଜେନ ପ୍ଲାଣ୍ଟ ପରିଦର୍ଶନରେ ଯାଇଥିବା ବେଳେ ସିଡିଏମଓଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ବ୍ୟବହାରକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟରେ ସ୍କୁଲରୁ ଆରମ୍ଭ କରି ମେଡିକାଲ ପର୍ଯ୍ୟନ୍ତ ସବୁଠି ୫ଟି ରୂପାନ୍ତରଣ କାର୍ଯ୍ୟ ଚାଲିଛି । ପ୍ରଶାସନିକସ୍ତରରେ ଏହାଦ୍ବାରା ବ୍ୟାପକ ପରିବର୍ତ୍ତନ ଆସିଛି । ଖୋଦ ପ୍ରଧାନମନ୍ତ୍ରୀ ମଧ୍ୟ ୫ଟି ରୂପାନ୍ତରଣକୁ ପ୍ରଶଂସା କରୁଛନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁଙ୍କୁ ବୋଧହୁଏ ସ୍ବାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ ହଜମ ହେଉନି । ସେଥିପାଇଁ ସେ ନିଜ ରାଗ ସିଡିଏମଓଙ୍କ ଉପରେ ଶୁଝାଇବା ସହ ସର୍ବସାଧାରଣରେ ଗାଳି କରୁଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣକୁ ଜିଲ୍ଲାର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣ ଗ୍ରହଣୀୟ ଓ ଶୋଭନୀୟ ନୁହେଁ ବୋଲି କହିଛନ୍ତି ଜିଲ୍ଲାବାସୀ । ସରକାରୀ ଅଧିକାରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଅସହିଷ୍ଣୁତା ନୂଆ ନୁହେଁ । ପୂର୍ବରୁ ମଧ୍ୟ ମୟୂରଭଂଜ ଓ କଳାହାଣ୍ଡିରେ ସରକାରୀ ଅଧିକାରୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ। ଏପରିକି ଟୁଡୁଙ୍କ ବିରୋଧରେ ଏ ସଂକ୍ରାନ୍ତ ଫୌଜଦାରୀ ମୋକଦ୍ଦମା ବିଚାରାଧୀନ ରହିଛି । ଯେଉଁଠିକି ଟୁଡୁ ଯାଉଛନ୍ତି ସବୁଠି ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଆସୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ରାଜ୍ୟର ବିକାଶକୁ ଟୁଡୁ ସହିପାରୁନାହାନ୍ତି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟରେ କେନ୍ଦ୍ର ଅପେକ୍ଷା ରାଜ୍ୟର ଗୁରୁତ୍ବ ଅଧିକ ହୋଇଥାଏ । ଭାରତ ଏକ ସଂଘୀୟ ବ୍ୟବସ୍ଥା ବୋଲି କେନ୍ଦ୍ରମନ୍ତ୍ରୀ ଭୁଲିଯାଇଥିବା ନେଇ ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି ।

କୁଡୁମୀ ସଙ୍ଗଠନ କର୍ମକର୍ତ୍ତାଙ୍କ ବିରୋଧରେ କଟୁ ମନ୍ତବ୍ଯ ଦେଇ ବିବାଦରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
ବାରିପଦା:  କୁଡୁମୀ ସଙ୍ଗଠନ ଆନ୍ଦୋଳନର ନେତୃତ୍ବ ପ୍ରତି ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ମିଳିତ କୁଡୁମୀ ସମାଜ ପକ୍ଷରୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ଇଂ ବିଶେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ ସହ ବିରୋଧ କରାଯାଇଛି। କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ଥିବା ବେଳେ କେନ୍ଦ୍ରମନ୍ତ୍ରୀ କୁଡୁମୀ ସମାଜ ଆନ୍ଦୋଳନର ନେତୃତ୍ବ ନେଉଥିବା କର୍ମକର୍ତ୍ତା ମାନେ ଲୋକଙ୍କୁ ଭକୁଆ ବନେଇବାରେ ଲାଗିଛନ୍ତି। ଆନ୍ଦୋଳନ ନାମରେ ଲୋକଙ୍କୁ ଗାଁରୁ ଦିଲ୍ଲୀ ଯାଏ ବୋହି ନେଇ ସେମାନଙ୍କୁ ଭକୁଆ ବନାଉଥିବା ନେଇ ଏକ ବିବାଦୀୟ ମନ୍ତବ୍ୟ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରଦାନ କରିଥିଲେ। ଯାହାକୁ ନେଇ ଗୁରୁବାର ଠାରୁ ଜିଲ୍ଲା ସାରା ବିରୋଧ ଦେଖିବାକୁ ମିଳିଛି। ଶୁକ୍ରବାର ମିଳିତ କୁଡୁମୀ ସମାଜ ପକ୍ଷରୁ ଏନେଇ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରମନ୍ତ୍ରୀ ଇଂ ଟୁଡୁଙ୍କ କୁଶ ପୁତ୍ତଳିକାରେ ଜୋତା ମାଳ ପିନ୍ଧାଇ ମାଡ ମାରି ଦାହ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ସୂଚନା ଅନୁଯାୟୀ, କୁଡୁମୀ ସମ୍ପ୍ରଦାୟକୁ ୧୯୫୦ ସେପ୍ଟେମ୍ବର ୬ରୁ ଆଦିବାସୀ ତାଲିକାରୁ ବାଦ ଦିଆଯାଇଥିଲା। ଏଥି ପରେ କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକା ଭୁକ୍ତ କରିବା ପାଇଁ ଦାବି ହେଇ ଆସୁଥିଲେ ମଧ୍ୟ ଦାବି ପୂରଣ ହେଉନାହିଁ। ତେଣୁକରି ଆଦିବାସୀ ମାନ୍ୟତା ସହ କୁଡୁମାଲି ଭାଷାକୁ ସମ୍ବିଧାନରେ ସାମିଲ୍ କରିବା ଆଦି ଦାବି ନେଇ କୁଡୁମୀ ସମ୍ପ୍ରଦାୟର ଶତାଧିକ ପୁରୁଷ ଓ ମହିଳା ମାନେ କର୍ମକର୍ତ୍ତା ମାନେ ୨୦ତାରିଖରେ ଏକତ୍ରିତ ହୋଇ ଭଞ୍ଜପୁର ରେଳ ଷ୍ଟେସନ ଠାରେ ୩ଘଣ୍ଟା ଧରି ରେଳ ଧାରଣା ଉପରେ କରି ବସି ଆନ୍ଦୋଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ନେଇ କେନ୍ଦ୍ରମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଏକ ଘରୋଇ ବୈଦୁତିକ ଗଣମାଧ୍ୟମରେ ପ୍ରଦାନ କରିଥିଲେ। ଯାହାକୁ କେନ୍ଦ୍ର କରି ଅଶାନ୍ତିର ବହ୍ନି ଜଳିବା ଆରମ୍ଭ ହୋଇଛି । ଆନ୍ଦୋଳନର ନେତୃତ୍ବ ନେଉଥିବା କର୍ମକର୍ତ୍ତା ଚିତ୍ତରଞ୍ଜନ ମହାନ୍ତ, ଅବନୀ ମହାନ୍ତ, ବସନ୍ତ ମହାନ୍ତ, ମନୋଜ ମହାନ୍ତ, ଡାକ୍ତର ମହାନ୍ତ, ହୃଦାନନ୍ଦ ମହାନ୍ତ, ରଜନୀକାନ୍ତ ମହାନ୍ତ, ହରିଶଙ୍କର ମହାନ୍ତ ଓ ଦିପୁ ମହାନ୍ତ ପ୍ରମୁଖଙ୍କ ସମେତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ସାଂସଦ ଜୁଏଲ ଓରାମଙ୍କୁ ଗିରଫ ଭୟ
କଟକ: ଜାମିନ ପାଇଁ ହାଇକୋର୍ଟରେ ମନ୍ତ୍ରୀ ଓ ସାଂସଦ ।  ନିଜ ଦଳର ଜଣେ ମହିଳା କର୍ମୀଙ୍କୁ ଫୋନରେ ଦୁବ୍ୟବହାର କରିବା ଘଟଣାରେ ବିବାଦୀୟ ହୋଇପଡ଼ିଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଝିରପାଣି ଥାନାରେ ଶ୍ରୀ ଓରାମଙ୍କ ନାମରେ ଏକ ଏତଲା ଦେଇଥିଲେ ନିଜ ଦଳର ମହିଳା କର୍ମୀ ଗୌରୀ ମୁଣ୍ଡାରି। ତେବେ ଏହି ମାମଲାରେ ଗିରଫଦାରି ଏଡାଇବା ପାଇଁ ସାଂସଦ ଶ୍ରୀ ଓରାମ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କୋର୍ଟ ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଏହି ମାମଲାର ଶୁଣାଣି କରି ଶ୍ରୀ ଓରାମଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।

ସେହିପରି ଗିରଫଦାରୀ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ମୟୁରଭଞ୍ଜ ଜିଲ୍ଲାର ଦୁଇ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ଯାଳୟରେ ଗାଳିଗୁଲଜ ଓ ମାଡ଼ ମାରିଥିବା ଅଭିଯୋଗରେ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ବାରିପଦା ଟାଉନ ଥାନାରେ ଜାନୁଆରୀରେ ଏତଲା ହୋଇଥିଲା । ଜିଲ୍ଲା କାର୍ଯ୍ଯାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ଯବେକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ଅସ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ଅସଭ୍ୟ ଭାଷାରେ ଗାଳି ସହ ପ୍ଲାଷ୍ଟିକ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା । ପୁଲିସ ତଦନ୍ତ ଜାରି ରିହଥିବା ବେଳେ ଗିରଫ ହେବା ଭୟ ବିଶ୍ବେଶ୍ବର ଆଗୁଆ ଜାମିନ ଆବେଦନ କରିଛନ୍ତି ।