Saudi Arabia - The Sakala

ସାଉଦି ଆରବରେ ଥିବା ଆମେରିକା ଦୂତାବାସ ଉପରେ ଇରାନର ଡ୍ରୋନ୍ ଆକ୍ରମଣ; ବ୍ୟାପକ କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରକାଶ
ପାରମ୍ପରିକ ଏବଂ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ସାଉଦି ଆରବର ରାଜଧାନୀ ରିୟାଦ ସ୍ଥିତ ଆମେରିକା ଦୂତାବାସ ଉପରେ ହୋଇଥିବା ଇରାନର ଡ୍ରୋନ୍ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତ ମାର୍ଚ୍ଚ ମାସରେ ହୋଇଥିବା ଏହି ଆକ୍ରମଣରେ ଦୂତାବାସର ଅନେକ ଅଂଶ ଗୁରୁତର ଭାବେ ନଷ୍ଟ ହୋଇଥିବା ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ (WSJ)ର ଏକ ସ୍ୱତନ୍ତ୍ର ରିପୋର୍ଟରୁ ଜଣାପଡିଛି।

ବ୍ୟାପକ କ୍ଷୟକ୍ଷତି ଏବଂ ସିଆଇଏ (CIA) ଷ୍ଟେସନ ଉପରେ ପ୍ରଭାବ

ମାର୍ଚ୍ଚ ୩ ତାରିଖ ରାତି ପ୍ରାୟ ୧:୩୦ ସମୟରେ ଏହି ଆକ୍ରମଣ ହୋଇଥିଲା। ଦୁଇଟି ଇରାନୀୟ ଡ୍ରୋନ୍ ଦୂତାବାସର ଅତ୍ୟନ୍ତ ସୁରକ୍ଷିତ ଅଞ୍ଚଳରେ ପ୍ରବେଶ କରିଥିଲା ଯେଉଁଠାରେ ଦିନ ସମୟରେ ଶହ ଶହ ଲୋକ କାମ କରିଥାନ୍ତି। ଏହି ହମଲାରେ ଦୂତାବାସର ତିନୋଟି ମହଲା, ବିଶେଷକରି ସିଆଇଏ (CIA)ର ଏକ ଷ୍ଟେସନ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣ ଯୋଗୁଁ ସେଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ଏବଂ ନିଆଁ ଜଳିବା ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା। ବର୍ତ୍ତମାନ ଏବଂ ପୂର୍ବତନ ଆମେରିକୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ, ଯଦି ଏହି ଆକ୍ରମଣ ଦିନ ସମୟରେ (କାର୍ଯ୍ୟାଳୟ ଚାଲୁଥିବା ବେଳେ) ହୋଇଥାନ୍ତା, ତେବେ ଏହା ଏକ ବଡ଼ ଧରଣର ଜୀବନହାନି ଘଟାଇଥାନ୍ତା।

ପ୍ରାରମ୍ଭିକ ରିପୋର୍ଟ ଏବଂ ପ୍ରକୃତ ସତ୍ୟ

ପୂର୍ବରୁ ସାଉଦି ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଥିଲା ଯେ, ଏହି ଡ୍ରୋନ୍ ଆକ୍ରମଣରେ କେବଳ 'ସୀମିତ ଅଗ୍ନିକାଣ୍ଡ' ଏବଂ 'ସାମାନ୍ୟ କ୍ଷୟକ୍ଷତି' ଘଟିଛି। ତେବେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏହି ନୂତନ ରିପୋର୍ଟ ସେହି ଦାବିକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଆମେରିକୀୟ ଅଧିକାରୀଙ୍କ ମତରେ ଏହି ଆକ୍ରମଣ ଯୋଗୁଁ ଦୂତାବାସର କିଛି ଅଂଶ ଅପୂରଣୀୟ ଭାବେ କ୍ଷତିଗ୍ରସ୍ତ ହୋଇଛି, ଯାହାକୁ ପୁନର୍ବାର ବ୍ୟବହାରଯୋଗ୍ୟ କରିବା ସମ୍ଭବ ନୁହେଁ।

ବୃଦ୍ଧି ପାଉଥିବା ଆଞ୍ଚଳିକ ଉତ୍ତେଜନା

ମଧ୍ୟପ୍ରାଚ୍ୟରେ ଚାଲିଥିବା ବ୍ୟାପକ ଯୁଦ୍ଧର ଅଂଶବିଶେଷ ଭାବେ ଇରାନ ଏବେ ନିଜର ଆକ୍ରମଣକୁ ଅଧିକ ତୀବ୍ର କରିଛି। ଆମେରିକାର ପାଟ୍ରିଅଟ୍ ବ୍ୟାଟେରୀ (Patriot batteries) ଭଳି ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଇରାନର ଡ୍ରୋନ୍ ଗୁଡ଼ିକ ସହଜରେ ଅତିକ୍ରମ କରିପାରିବା ବିଶେଷଜ୍ଞମାନଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। ସୁରକ୍ଷା ଦୃଷ୍ଟିକୋଣରୁ ଆମେରିକା ନିଜର ଅଣ-ଜରୁରୀକାଳୀନ କର୍ମଚାରୀମାନଙ୍କୁ ସାଉଦି ଆରବ ସମେତ ମଧ୍ୟପ୍ରାଚ୍ୟର ଅନେକ ଦେଶରୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛି।

ସାଉଦିରେ ପାକ୍‌‌ ଭିକାରିଙ୍କ ଉତ୍ପାତ, ତଡ଼ା ଖାଇଲେ ୫୬ ହଜାର...
ଇସଲାମାବାଦ୍‌‌: ପୂର୍ବରୁ ପାକିସ୍ତାନ ନିଜ ଘରେ ଏବଂ ପାଶ୍ଚାତ୍ୟ ଦେଶଗୁଡିକ ଦ୍ୱାରା ଅପମାନିତ ହେଉଥିଲା। ଏବେ ମଧ୍ୟପ୍ରାଚ୍ୟର ଇସ୍‌‌ଲାମିକ ଦେଶଗୁଡିକ ମଧ୍ୟ ପାକିସ୍ତାନକୁ ଅପମାନିତ କରିବାକୁ ପଛାଉ ନାହାନ୍ତି। ନିକଟରେ ମିଳିଥିବା ସୂଚନା ଅନୁଯାୟୀ ସାଉଦି ଆରବ ୫୬ ହଜାର ପାକିସ୍ତାନୀ ଭିକାରିଙ୍କୁ ଦେଶରୁ ପାକିସ୍ତାନକୁ ବିତାଡିତ କରିଛି। ଏମାନଙ୍କୁ ନେଇ ଉଭୟ ପାକିସ୍ତାନ ଏବଂ ସାଉଦି ଆରବ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏମାନେ ଭିକ୍ଷାବୃତ୍ତି ସହିତ ଅନେକ ଅପରାଧିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛନ୍ତି।

ଘରୋଇ ବିମାନରେ ଉଡାଣ ନିଷେଧ ତାଲିକା ଓ ବିଦେଶୀ ସରକାରଙ୍କ କଡ଼ା ଚେତାବନୀ ସତ୍ତ୍ବେ ହଜାର ହଜାର ପାକିସ୍ତାନୀ କେବଳ ଭିକ୍ଷା ମାଗିବାକୁ ବିଦେଶ ଯାତ୍ରା କରୁଛନ୍ତି। ପାକିସ୍ତାନ ଫେଡେରାଲ ତଦନ୍ତ ଏଜେନ୍ସି (ଏଫ୍‌‌ଆଇଏ) ୨୦୨୫ରେ ଭିକ୍ଷାକାରୀ ଦଳକୁ ବିଦେଶ ଯିବାକୁ ରୋକିବା ପାଇଁ ୬୬, ୧୫୪ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିବା ବେଳେ ଏବେ ଏହି ତଥ୍ୟ ସାମ୍ନାକୁ ଆସିଛି। ଗୋଟିଏ ମାସ ତଳେ ସାଉଦି ଆରବ ଭିକ୍ଷାବୃତ୍ତି ଓ ଆପରାଧିକ ଆଚରଣ ପାଇଁ ଅଧିକାଂଶ ପାକିସ୍ତାନ ନାଗରିକଙ୍କୁ ଭିସା ପ୍ରଦାନ କରିବା ପ୍ରକ୍ରିୟାକୁ ବନ୍ଦ କରିଥିଲା। ଭିକ୍ଷାବୃତ୍ତିକୁ ପେସାରେ ପରିଣତ କରିଥିବା ନାଗରିକମାନେ ପାକିସ୍ତାନର ସମ୍ମାନହାନି କରୁଛନ୍ତି। ଏବେ ସାଉଦିରେ ଯେତେ ଭିକାରି ଅଛନ୍ତି ସେମାନଙ୍କ ମଧ୍ୟରୁ ପାକିସ୍ତାନୀ ହେଉଛନ୍ତି ୯୪ ଭାଗ।

ଉଲ୍ଲେଖଥାଉ କି, ସାଉଦି ଆରବରେ ଇସଲାମ ଧର୍ମର ଦୁଇଟି ସବୁଠାରୁ ପବିତ୍ର ସ୍ଥଳ ମକ୍କା ଓ ମଦିନା ରହିଛି। ଏହି ଦୁଇଟି ସ୍ଥାନରେ ବହୁ ସଂଖ୍ୟାରେ ପାକିସ୍ତାନୀ ଭିକାରିମାନେ ଡେରା ପକାଇଛନ୍ତି। ଗତବର୍ଷ ମଧ୍ୟ ସାଉଦି ଆରବ ପାକିସ୍ତାନକୁ କହିଥିଲା ଯେ, ଭିକାରିମାନଙ୍କୁ ଉମରା ଭିସା ପ୍ରଦାନ କରାଯାଉଛି। ସେମାନେ ଏହାର ଦୁରୁପଯୋଗ କରି ମକ୍କା ଓ ମଦିନା ଭଳି ପବିତ୍ର ସହରରେ ଭିକ୍ଷା ମାଗୁଛନ୍ତି। ତେଣୁ ଏହି ପ୍ରକ୍ରିୟାକୁ ରୋକିବାପାଇଁ ପାକିସ୍ତାନ ପଦକ୍ଷେପ ଗ୍ରହଣ କରୁ ବୋଲି ସାଉଦି ଆରବ ଚେତାବନୀ ଦେଇ କହିଥିଲା। କେବଳ ସେତିକି ନୁହେଁ, ପାକିସ୍ତାନ ଭିକାରିମାନେ ବିଦେଶୀ ତୀର୍ଥଯାତ୍ରୀଙ୍କୁ ସମସ୍ୟାରେ ମଧ୍ୟ ପକାଉଥିବା ଅଭିଯୋଗ ହେଉଛି। ୨୦୨୪ରେ ଗିରଫ ହୋଇଥିବା ମୋଟ ଭିକାରିଙ୍କ ମଧ୍ୟରେ ୯୦ ପ୍ରତିଶତ ପାକିସ୍ତାନ ନାଗରିକ ଥିଲେ ବୋଲି ଜଣାପଡ଼ିଥିଲା।

Ranveer Singh's Dhurandhar Banned; ବକ୍ସ ଅଫିସରେ ଧମାଲ୍ ଭିତରେ ‘ଧୁରନ୍ଧର’କୁ ଲାଗିଲା ବଡ଼ ଝଟକା: ଏହି ୬ଟି ଦେଶରେ ବ୍ୟାନ୍ ହେଲା ରଣବୀରଙ୍କ ଫିଲ୍ମ
ମୁମ୍ବାଇ: ବକ୍ସ ଅଫିସରେ ରଣବୀର ସିଂହଙ୍କ ଫିଲ୍ମ ‘ଧୁରନ୍ଧର’ ରେକର୍ଡ ଭାଙ୍ଗୁଥିବା ବେଳେ ଏବେ ନିର୍ମାତାଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାରତ ତଥା ବିଦେଶରେ ଫିଲ୍ମଟି ଭଲ ଆୟ କରୁଥିଲେ ମଧ୍ୟ ଗଲ୍ଫ ଦେଶ (Gulf Countries) ଗୁଡ଼ିକରେ ଏହାକୁ ମୁକ୍ତିଲାଭ କରିବାକୁ ଅନୁମତି ମିଳିନାହିଁ। ଏହି କାରଣରୁ ଫିଲ୍ମର ବିଦେଶ ଆୟରେ ବଡ଼ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

କେଉଁ ଦେଶରେ ଲାଗିଲା କଟକଣା?

ରିପୋର୍ଟ ଅନୁଯାୟୀ, ୬ଟି ପ୍ରମୁଖ ଗଲ୍ଫ ଦେଶ ଯଥା- ବାହାରିନ୍, କୁଏତ୍, ଓମାନ, କାତାର, ସାଉଦି ଆରବ ଏବଂ ୟୁଏଇ (UAE)ରେ ଫିଲ୍ମ ଉପରେ କଟକଣା ଲଗାଯାଇଛି। ଫଳରେ ଏହି ଦେଶଗୁଡ଼ିକରେ ଫିଲ୍ମଟି ରିଲିଜ୍ ହୋଇପାରି ନାହିଁ।

କାହିଁକି ଲାଗିଲା ବ୍ୟାନ୍?

ରିପୋର୍ଟ ମୁତାବକ, ଫିଲ୍ମର କାହାଣୀକୁ ‘ପାକିସ୍ତାନ ବିରୋଧୀ’ (Anti-Pakistan) ବୋଲି ବିବେଚନା କରାଯାଇଛି।

ଗଲ୍ଫ ଦେଶର ସେନସର ବୋର୍ଡର ଆଶଙ୍କା ରହିଛି ଯେ ଏହି ଫିଲ୍ମ ଯୋଗୁଁ ସେଠାକାର ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ।

ନିର୍ମାତାମାନେ ଚେଷ୍ଟା କରିଥିଲେ ସୁଦ୍ଧା, ସେଠାକାର ପ୍ରଶାସନ ଫିଲ୍ମର ବିଷୟବସ୍ତୁ (Theme) କୁ ଅନୁମୋଦନ ଦେଇନାହାନ୍ତି।

ପୂର୍ବରୁ ଏହି ଫିଲ୍ମ ଗୁଡ଼ିକ ଉପରେ ମଧ୍ୟ ଲାଗିଥିଲା କଟକଣା

କେବଳ ‘ଧୁରନ୍ଧର’ ନୁହେଁ, ଗତ କିଛି ବର୍ଷ ହେବ ଗଲ୍ଫ ଦେଶଗୁଡ଼ିକ ଭାରତୀୟ ସ୍ପାଏ-ଥ୍ରିଲର ଫିଲ୍ମ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି।

ଫାଇଟର (୨୦୨୪): ହ୍ରିତିକ ରୋଶନଙ୍କ ଏହି ଫିଲ୍ମକୁ ମଧ୍ୟ ପାକିସ୍ତାନ ବିରୋଧୀ ଦର୍ଶାଇ ବ୍ୟାନ୍ କରାଯାଇଥିଲା। ୟୁଏଇରେ ରିଲିଜ୍ ପାଇଁ କିଛି ଦୃଶ୍ୟ କାଟିବାକୁ କୁହାଯାଇଥିଲେ ମଧ୍ୟ ଶେଷରେ ଏହାକୁ ଅନୁମତି ମିଳିନଥିଲା।

ଏହା ବ୍ୟତୀତ ସଲମାନ ଖାନଙ୍କ ‘ଟାଇଗର-୩’, ଅକ୍ଷୟ କୁମାରଙ୍କ ‘ସ୍କାଏ ଫୋର୍ସ’ ଏବଂ ଜନ୍ ଆବ୍ରାହମଙ୍କ ‘ଦ ଡିପ୍ଲୋମାଟ୍’ ଭଳି ଫିଲ୍ମ ଗୁଡ଼ିକ ମଧ୍ୟ ସମାନ କାରଣରୁ ଗଲ୍ଫ ଦେଶରେ ରିଲିଜ୍ ହୋଇପାରି ନଥିଲା।

ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଇ ମଝି ରାସ୍ତାରେ ଜଳିଗଲା ବସ୍‌, ୪୨ଭାରତୀୟ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ: ସାଉଦି ଆରବରେ ବଡ଼ ବସ୍‌ ଦୁର୍ଘଟଣା । ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଇ ମଝି ରାସ୍ତାରେ ଜଳିଗଲା ବସ୍‌ । ଦୁର୍ଘଟଣାରେ ୪୨ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଗାଇଥିବା ସୂଚନା । ଅନେକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଯାତ୍ରୀ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ମଦିନା ନିକଟରେ ଡିଜେଲ୍ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ । ବସଟି  ମକ୍କାରୁ ମଦିନା ଅଭିମୁଖେ ଯାଉଥିବାବେଳେ ଘଟିଛି ଏପରି ଏକ ବଡ଼ ଅଘଟଣ । ଦୁର୍ଘଟଣା ପରେ ରିୟାଧାରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇଥିବା ତେଲେଙ୍ଗାନା ସରକାର ପକ୍ଷରୁ ସୂଚନା ମିଳିଛି ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଟ୍ୟାଙ୍କ ଓ ବସ୍‌ ମଧ୍ୟରେ ଧକ୍କା ଏତେ ଭୟଙ୍କର ଥିଲା ଯେ, ବସଟି ମଝି ରାସ୍ତାରେ ଜଳିଯାଇଥିଲା । ଦୁର୍ଘଟଣା ପରେ ଜୀବନ୍ତ ଜଳିଯାଇଛନ୍ତି ୪୨ ତୀର୍ଥଯାତ୍ରୀ । ଅଧିକାଂଶ ଯାତ୍ରୀ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ତୀର୍ଥଯାତ୍ରୀମାନେ ଉମରା କରିବାକୁ ଯାଉଥିଲା । ମକ୍କାରୁ ମଦିନା ଯାତ୍ରା କରୁଥିବାବେଳେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ । ଅଘଟଣକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଘଟଣା ବିଷୟରେ ସବିଶେଷ ତଥ୍ୟ ନେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଉଦି ଜେଲ୍‌ରେ ଉର୍ଫି ଜାଭେଦ
ଦୁବାଇ : ନିଜ ପୋଷାକ ଏବଂ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ୟୁଏଇ ପୁଲିସ ଅଟକ ରଖିଛି। ରିପୋର୍ଟ ଅନୁଯାୟୀ ଉର୍ଫି ଛୁଟି କଟାଇବାକୁ ଦୁବାଇ ଯାଇଛନ୍ତି। ଏଠାରେ ସାର୍ବଜନୀନ ସ୍ଥାନରେ ଛୋଟ ପୋଷାକ ପିନ୍ଧି ଭିଡିଓ ସୁଟିଂ କରିବା ତାଙ୍କୁ ଭାରି ପଡିଛି। ଏହି ମାମଲାରେ ପୁଲିସ ତାଙ୍କୁ ଜେରା କରିବା ପାଇଁ ଥାନାକୁ ନେଇଛି। ସେ ବିନା ଅନୁମତିରେ ଏଭଳି ସୁଟିଂ କରୁଥିଲେ ବୋଲି କୁହାଯାଉଛି। ୟୁଏଇ ଅଧିକାରୀ ଉର୍ଫିଙ୍କ ଭାରତ ଫେରିବାର ଟିକଟକୁ ମଧ୍ୟ ରଦ୍ଦ କରିପାରନ୍ତି। ଦୁବାଇରେ ସାର୍ବଜନୀନ ସ୍ଥାନରେ ଏଭଳି ପୋଷାକ ପିନ୍ଧି ସୁଟିଂ କରିବା ଉପରେ କଟକଣା ଲାଗିଛି।

ବେଆଇନ ନିଶା କାରବାର ପାଇଁ ମୃତ୍ୟୁଦଣ୍ଡ: ସାଉଦି ଆରବରେ ୧୦ ଦିନରେ ହେଲାଣି ୧୨ ଜଣଙ୍କ ମୁଣ୍ଡକାଟ୍‌
ରିଆଦ: ସାଉଦି ଆରବରେ ବେଆଇନ ନିଶା ଦ୍ରବ୍ୟ କାରବାର କରିବା ଅଭିଯୋଗରେ ଗତ ୧୦ ଦିନ ମଧ୍ୟରେ ୧୨ ଜଣଙ୍କ ମୁଣ୍ଡକାଟ କରାଯାଇଛି। ମୃତ୍ୟୁଦଣ୍ଡ ସ୍ବରୂପ ଏହି ଅଭିଯୁକ୍ତମାନଙ୍କ ମୁଣ୍ଡକୁ ଖଣ୍ଡା ଚୋଟରେ ଅଲଗା କରି ଦିଆଯାଇଛି। ମୃତ୍ୟୁଦଣ୍ଡ ପାଇଥିବା ଏହି ୧୨ ଜଣଙ୍କ ମଦ୍ୟରୁ ୩ ଜଣ ପାକିସ୍ତାନୀ ନାଗରିକ ରହିଥିଲା ବେଳେ ୩ ଜଣ ସାଉଦି, ୨ ଜଣ ଜୋର୍ଡାନ ଏବଂ ଅନ୍ୟ ୪ ଜଣ ସିରିଆ ନାଗରିକ ବୋଲି କୁହାଯାଇଛି। ଚୋରା ନିଶାଦ୍ରବ୍ୟ କାରବାରକୁ ନେଇ ଏହି ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିଥିଲେ। ତେବେ ପରବର୍ତ୍ତୀ ସମୟରେ ସାଉଦି ଆଇନକୁ ନେଇ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ୧୨ ଜଣଙ୍କୁ ମିଶାଇ ଚଳିତ ବର୍ଷ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ୧୩୨ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ଯାହାକି ବିଗତ ଦୁଇ ବର୍ଷ ତୁଳନାରେ ସର୍ବାଧିକ।

୨୦୨୦ ଏବଂ ୨୦୨୧ ବର୍ଷରେ ମୋଟ ଯେତିକି ଲୋକଙ୍କୁ ମୃତ୍ୟୁଦଣ୍ଡ ମିଳି ନଥିଲା ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ତା’ ଠାରୁ ଅଧିକ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଆନ୍ତର୍ଜାତିକ ଖବର ଏଜେନ୍ସି ଏଏଫପି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସାଉଦି ଆରବରେ ଅପରାଧିକ କାର୍ଯ୍ୟକଳାପ ପାଇଁ କଠିନ ଦଣ୍ଡ ବ୍ୟବସ୍ଥା ରହିଛି। ତେବେ ନିଶା କାରବାର ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଥିଲା ବେଳେ ବିଗତ କିଛି ବର୍ଷ ମଧ୍ୟରେ ଏହି କାରଣକୁ ନେଇ ସର୍ବାଧିକ ଅଭିଯୁକ୍ତ ଦଣ୍ଡିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଅପରାଧିକ କାର୍ଯ୍ୟକଳାପ ପାଇଁ ଏଠାରେ କଠିନ ଦଣ୍ଡ ବ୍ୟବସ୍ଥା ରହିଥିଲା ବେଳେ ଦଣ୍ଡ ବ୍ୟବସ୍ଥା କୋହଳ କରିବାକୁ ସାଉଦି ପ୍ରିନ୍ସ ମହମ୍ମଦ ବିନ୍‌ ସଲମନ ୨୦୧୮ରେ ଉଦ୍ୟମ ଆରମ୍ଭ କରିଥିଲେ। କେବଳ ହତ୍ୟା ଏବଂ ନରସଂହାର ପାଇଁ ମୃତ୍ୟୁଦଣ୍ଡ ଦେବାକୁ ସେ ଆଇନରେ ବ୍ୟବସ୍ଥା କରିବାକୁ କହିଥିଲେ। ଏହାସତ୍ତ୍ବେ ଅନ୍ୟ ଅପରାଧ ପାଇଁ ଏବେ ମଧ୍ୟ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଛି।

ଭାରତ ଆସିବେ ସାଉଦି ଆରବ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍‌ ସଲମାନ
ନୂଆଦିଲ୍ଲୀ : ସାଉଦି ଆରବ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍‌ ସଲମାନ ଆସନ୍ତା ମାସରେ ଭାରତ ଆସିବା କାର୍ଯ୍ୟକ୍ରମ ରହିଛି। ଇଣ୍ଡୋନେସିଆର ବାଲିରେ ଜି୨୦ ସମ୍ମିଳନୀରେ ସାଉଦି କ୍ରାଉନ୍‌ ପ୍ରିନ୍ସ ଯୋଗଦେବାକୁ ଥିବାବେଳେ ଏହି ଅବସରରେ ସେ ଭାରତ ଆସିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ସେ ନୂଆଦିଲ୍ଲୀ ଆସିବାକୁ ଥିବାବେଳେ ତାଙ୍କ ଗସ୍ତ ଗୋଟିଏ ଦିନର ହୋଇପାରେ। ଗତ ସପ୍ତାହରେ ସାଉଦି ଶକ୍ତିମନ୍ତ୍ରୀ ଅବଦୁଲଜିଜ୍‌ ବିନ୍‌ ସଲ୍‌ମାନ ଭାରତ ଗସ୍ତରେ ଆସିଥିଲେ।

ଦିନକରେ ୮୧ ଆତଙ୍କବାଦୀଙ୍କୁ ଫାଶୀ
ରିଆଧ: ଦିନକରେ ୮୧ ଆତଙ୍କବାଦୀଙ୍କୁ ଫାଶୀ ଦେଇଛି ସାଉଦି ଆରବ। ଗତ ବର୍ଷ ଫାଶୀ ଦିଆଯାଇଥିବା ଲୋକଙ୍କ ତୁଳନାରେ ଏହା ସର୍ବାଧିକ । ଏହି ଲୋକମାନେ ଆତଙ୍କବାଦ ସମ୍ବନ୍ଧୀୟ ଗୁରୁତର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସାଉଦି ମିଡିଆ ଅନୁଯାୟୀ ଫାଶୀ ପାଇଥିବା ଲୋକଙ୍କ ମଧ୍ୟରେ ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିଆ (ଆଇଏସଆଇଏସ), ଅଲ-କାଏଦା, ୟେମେନ ହୁତି ବିଦ୍ରୋହୀ ଗୋଷ୍ଠୀ କିମ୍ବା ଅନ୍ୟ ଆତଙ୍କବାଦୀ ସଂଗଠନର ଅପରାଧୀ ସାମିଲ ଅଛନ୍ତି । ଏହି ୮୧ ଜଣଙ୍କ ମଧ୍ୟରୁ ୭୩ ଜଣ ସାଉଦି, ୭ ୟେମେନ ଏବଂ ଜଣେ ସିରିଆର ନାଗରିକ ଥିଲେ । ଗୁଇନ୍ଦା ଏଜେନ୍ସି ଅନୁଯାୟୀ ଏମାନେ ବଡ଼ ଆର୍ଥିକ କେନ୍ଦ୍ର ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିଲେ । ଏମାନଙ୍କ ମଧ୍ୟରୁ କିଛି ଆତଙ୍କବାଦୀ ସୁରକ୍ଷାବାହିନୀର ସଦସ୍ୟଙ୍କୁ ହତ୍ୟା କରିଛନ୍ତି। ଏହା ସହିତ ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ମଧ୍ୟ ସମ୍ପୃକ୍ତ ଥିଲେ |

‘ଓଡ଼ିଶା-ମୋ ପରିବାର’ ଦ୍ୱାରା ସାଉଦିଆରବରୁ ପ୍ରବାସୀ ଓଡ଼ିଆ ଉଦ୍ଧାର
ଭୁବନେଶ୍ୱର : ଯାଜପୁର ଜିଲ୍ଲା ଅଳଙ୍ଗ ଗ୍ରାମର ଶେଖ୍‍ ଜଲାଲୁଦ୍ଦିନ, ଶେଖ୍‍ ସଲମାନ୍‍, ଶେଖ୍‍ ଇମ୍ରାନ୍‍ ଓ ଯମଧରପୁରର ଶେଖ୍‍ ଅବଦୁଲ ଖଲିଦ୍‍, ଶେଖ ନୌସାଦ୍‍ ଅଲ୍ଲିଙ୍କୁ ସୁଦୂର ସାଉଦି ଆରବିଆ ଦେଶରୁ ଉଦ୍ଧାର କରିଛି ‘ଓଡ଼ିଶା-ମୋ ପରିବାର’। ଏହି ୫ଜଣ ସାଉଦିଆରବ ସ୍ଥିତ ଶର୍ଫତ ଆଲହିନ୍ଦ ଇଣ୍ଡିଆନ ରେସ୍ତୋରାଁକୁ ଯାଇଥିଲେ। ଚୁକ୍ତିନାମା ଅନୁଯାୟୀ ଖୁବ୍‍ କମ୍‍ ଦରମା ଦେବା ସହ ଜୋର କରି ସେମାନଙ୍କଠାରୁ ପେମେଣ୍ଟ ଭାଉଚରରେ ଦସ୍ତଖତ ନେଉଥିଲେ ହୋଟେଲ ମାଲିକ। ପ୍ରତିଦିନ ୨୦ଘଣ୍ଟା କାମ କରାଇବା ସହ ପାସପୋର୍ଟ ଛଡାଇ ନେଇ ଅତ୍ୟାଚାର କରୁଥିବାରୁ ମାନସିକ ଚାପଗ୍ରସ୍ତ ହୋଇ ସେମାନଙ୍କୁ ଉଦ୍ଧାର କରିବାକୁ ଓଡ଼ିଶା ସରକାରଙ୍କୁ ଗୁହାରି କରିଥିଲେ। ଏ ସମ୍ପର୍କରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସୂଚନା ପାଇ ଓଡ଼ିଶା ମୋ ପରିବାରକୁ ଅବଗତ କରିଥିଲେ।

ଓଡ଼ିଶା ମୋ ପରିବାର ସଙ୍ଗେସଙ୍ଗେ ଏହି ବିଷୟକୁ ବିଚାରକୁ ନେଇ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲା। ବାହାରିନର ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ଓଡ଼ିଶା ମୋ ପରିବାରର ନିଯୁକ୍ତ ସ୍ପୋକ ସଦସ୍ୟ ସଦସ୍ୟ ଡ. ଅରୁଣ କୁମାର ପ୍ରହରାଜ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‍ ଜୟଶଙ୍କର ଏବଂ ବୈଦେଶିକ ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରି ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଶ୍ରୀ ପ୍ରହରାଜ ଏବଂ ଓଡ଼ିଶା ମୋ ପରିବାର ସେମାନଙ୍କୁ ଆଣିବା ପାଇଁ ଗତ ନଭେମ୍ୱର ମାସରୁ ନିରନ୍ତର ପ୍ରୟାସ ଜାରି ରଖିଥିବା ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଡ. ସସ୍ମିତ ପାତ୍ରଙ୍କର ଏହି ପ୍ରୟାସରେ ଉଲ୍ଲେଖନୀୟ ଅବଦାନ ଥିଲା।

ଜାନୁଆରୀ ମାସ ୩୧ତାରିଖରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଓଡ଼ିଶା ଅଣାଯାଇଥିଲା। ଡ. ଅରୁଣ କୁମାର ପ୍ରହରାଜ ଦୁବାଇରୁ କୋଲକାତା ପର୍ଯ୍ୟନ୍ତ ଯାତାୟତ ବ୍ୟବସ୍ଥା କରିଥିବା ବେଳେ କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦରରୁ ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ସେମାନଙ୍କ ଗ୍ରାମକୁ ଷପରିବା ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ଗ୍ରାମବାସୀ ଓ ପରିବାର ବର୍ଗଙ୍କ ସହିତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଉପସ୍ଥିତ ଥିଲେ। ତେବେ ୫ଜଣ ପ୍ରବାସୀ ଓଡିଆଙ୍କ ମଧ୍ୟରୁ ୨ ଜଣ ଏବେବି ସେଠାରେ ଅଛନ୍ତି। ଓଡ଼ିଶା ମୋ ପରିବାର ଏବଂ ଡ. ଅରୁଣ ପ୍ରହରାଜଙ୍କ ଦ୍ୱାରା ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି।