PMGSY - The Sakala

ଓଡ଼ିଶା ବିରୋଧରେ କେନ୍ଦ୍ରର ଡିଜିଟାଲ ଷଡ଼ଯନ୍ତ୍ର: ପିଏମଜିଏସଓ୍ୱାଇ ଓ୍ୱେବସାଇଟ୍ ବନ୍ଦ କରି ରାଜ୍ୟ ସରକାରଙ୍କୁ ବଦନାମ ଯୋଜନା
ଭୁବନେଶ୍ୱର: ଓଡ଼ିଶାକୁ ଗୋଟିଏ ପରେ ଗୋଟିଏ କ୍ଷେତ୍ରରେ ଉପେକ୍ଷା କରିଚାଲିଛି କେନ୍ଦ୍ର । ଆବାସ ଯୋଜନାରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରିବା ପରେ ଏବେ ଗାଁ ରାସ୍ତାର ଉନ୍ନତିରେ କେନ୍ଦ୍ର ବ୍ରେକ୍‌ ଲଗାଇଛି । ପିଏମଜିଏସୱାଇ ଫେଜ୍‌-୩ରେ ରାଜ୍ୟ ସରକାର କ’ଣ କରିବାକୁ ଚାହୁଁଛନ୍ତି, ସେ ତଥ୍ୟ ଅପଲୋଡ୍‌ ହୋଇପାରୁନି । କେନ୍ଦ୍ର ସରକାର ଏହି ଓ୍ୱେବସାଇଟ୍‌କୁ ଲକ୍‌ କରିଦେଇଛନ୍ତି । ତୁରନ୍ତ ପିଏମଜିଏସଓ୍ୱାଇ ଓ୍ୱେବସାଇଟ୍‌ ଖୋଲିବାକୁ କେନ୍ଦ୍ରକୁ ରାଜ୍ୟ ଚିଠି ଲେଖିଛି । ଯାହାକୁ ନେଇ ସରଗରମ ହୋଇଛି ରାଜନୀତି ।

ଓଡ଼ିଶା ବିରୋଧରେ କେନ୍ଦ୍ରର ଡିଜିଟାଲ ଷଡ଼ଯନ୍ତ୍ର । ଓ୍ୱେବସାଇଟ୍ ବନ୍ଦ କରି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା । ପ୍ରଥମେ ଆବାସ ଯୋଜନାର ଓ୍ୱେବସାଇଟ୍ ବନ୍ଦ କରି ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଅଞ୍ଚଳର ଗରିବ ଲୋକଙ୍କୁ ଘର ଦେଉନି କେନ୍ଦ୍ର । ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି କର୍ଣ୍ଣାକଟ ପାଇଁ ଆବାସ ଓ୍ୱେବସାଇଟ୍ ଖୋଲିଥିବା ବେଳେ ଓଡ଼ିଶା ପାଇଁ ବନ୍ଦ ରହିଛି ।

ଏବେ ପୁଣି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ୍ୱେବସାଇଟ୍‌କୁ ଲକ୍‌ କରି ରାଜ୍ୟରେ ଗାଁ ରାସ୍ତାର ନିର୍ମାଣରେ ବାଧକ ସାଜିଛି କେନ୍ଦ୍ର । କେନ୍ଦ୍ରର ଏପରି ଆଭିମୁଖ୍ୟ ନେଇ ବିଜେଡି ଓ କଂଗ୍ରେସ ବର୍ଷିଛନ୍ତି । ଗୋଟିଏ ପରେ ଗୋଟିଏ ଯୋଜନାରେ କେନ୍ଦ୍ରର ଆଭିମୁଖ୍ୟ ନେଇ କଂଗ୍ରେସ ରାଜନୀତିର ଗନ୍ଧ ବାରିଛି । ଅନ୍ୟପଟେ ଏ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢ଼ିଛି ରାଜ୍ୟ ବିଜେପି ।

ପିଏମଜିଏସଓ୍ୱାଇ ଯୋଜନାର ଫେଜ-୩ରେ ରାଜ୍ୟ କ’ଣ କରିବାକୁ ଚାହୁଁଛି, ସେନେଇ ଓ୍ୱେବସାଇଟ୍‌ରେ ରାଜ୍ୟ ସମସ୍ତ ତଥ୍ୟ ଦେବାକୁ ଚାହୁଁଛି । କିନ୍ତୁ ଏହି ଓ୍ୱେବସାଇଟ୍‌କୁ ଲକ୍‌ କରିଛି କେନ୍ଦ୍ର । ତେଣୁ ତୁରନ୍ତ ଏହାକୁ ଅନଲକ କରିବାକୁ କେନ୍ଦ୍ରକୁ ରାଜ୍ୟ ଚିଠି ଲେଖି ଦାବି କରିଛି । କେନ୍ଦ୍ରର ଏପରି ନିଷ୍ପତ୍ତିକୁ ବିରୋଧ କରିଛି ବିଜେଡି । ରାଜ୍ୟ ପ୍ରତି କେନ୍ଦ୍ରର ଏପରି ଅବହେଳାର ଦୃଢ଼ ଜବାବ ରାଜ୍ୟବାସୀ ଦେବେ ବୋଲି ଶାସକ ଦଳ କହିଛି ।

୨୧ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶ ରଥ ଗଡ଼ିଚାଲିଛି । ହେଲେ କେନ୍ଦ୍ର କଣ୍ଟା ସାଜୁଥିବାରୁ ବିଜେପିକୁ ରାଜ୍ୟବାସୀ ଜବାବ ମାଗୁଛନ୍ତି ।