NirmalaSitharaman - The Sakala

ବଜେଟ ୨୦୨୪-୨୫: ସଂସଦରେ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍‌ ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କରିଥିଲେ। ନିଜ ହାତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ମଳା ସୀତାରମଣଙ୍କୁ ଦହି ଚିନି ଖୁଆଇ ଦେଇଥିଲେ।

https://www.youtube.com/watch?v=fuGZw50d6CU

ବଜେଟ ଅଭିଭାଷଣରେ ନିର୍ମଳା ସୀତାରମଣ କହିଛନ୍ତି ଯେ, ମୁଦ୍ରାସ୍ପିତୀ ୪% ରଖିବାକୁ ଆକଳନ କରାଯାଇଛି । ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି ।୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ଲକ୍ଷ୍ୟ ରଖାଯାଇଛି । ମନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା କରାଯାଇଛି।

କୃଷି କ୍ଷେତ୍ର ଉପରେ ଗୁରୁତ୍ବ

କୃଷି ଉପରେ ଅଧିକ ଗବେଷଣା କରାଯିବ । ଘରୋଇ କ୍ଷେତ୍ରକୁ ମଧ୍ୟ କୃଷି କ୍ଷେତ୍ର ପାଇଁ ପ୍ରୋତ୍ସାହିତ କରାଯିବ । ପ୍ରାକୃତିକ ଚାଷ ଉପରେ ଗୁରୁତ୍ବ ଦିଆଯିବ। ଡାଲି ଜାତୀୟ ଚାଷକୁ ପ୍ରୋତ୍ସାହନ ଦିଆଯିବ। ତୈଳ ବିହନ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ। ମାଛ ଚାଷ ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ। ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ । ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । କୃଷି କ୍ଷେତ୍ର ପାଇଁ ବଜେଟରେ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ହୋଇଛି।

ପୂର୍ବୋଦୟ

– ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ । ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ । ଏହି ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ । ପୂର୍ବ ଭାରତରେ ଇଣ୍ଡଷ୍ଟ୍ରିଆଲ କରିଡର ସ୍ଥାପନ କରାଯିବ। ଏହି ରାଜ୍ୟରେ ସଡ଼କ ନିର୍ମାଣ ଉପରେ ଗୁରୁତ୍ବ ଦିଆଯିବ।

ଆବାସ

-ଆଉ ୩ କୋଟି ଆବାସ ଗୃହ ନିର୍ମାଣ ହେବ।  ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ।ମହିଳା ଓ ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ୩ ଲକ୍ଷ କୋଟି ଖର୍ଚ୍ଚ କରାଯିବ।

ବିହାର ଓ ଆନ୍ଧ୍ର ପାଇଁ ବିଶେଷ ଘୋଷଣା

– ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ପାଇଁ ୧୫ ହଜାର କୋଟିର ଆର୍ଥିକ ସହାୟତା ।  ବିହାରରେ ହାଇୱେ ପାଇଁ ୨୬ ହଜାର କୋଟି ଅନୁଦାନ। ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜର ବିକାଶ ହେବ। ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ। ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ମୁଦ୍ରା ଲୋନ୍‌

-ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା । ଲୋନ୍‌ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କରାଯାଇଛି। ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌

ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌ । ବଛା ବଛା ସହରରେ ୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌ ଓ ହାଟ ନିର୍ମାଣ ହେବ ।

ପିଏମ୍‌ ସୂର୍ଯ୍ୟ ଘର ଯୋଜନା

ପିଏମ୍‌ ସୂର୍ଯ୍ୟ ଘର ଯୋଜନା ଉପରେ ଗୁରୁତ୍ବ । ଏକ କୋଟି ଘରେ ରୁଫ୍‌ ଟପ୍‌ ସୋଲାର ସ୍ଥାପନ କରାଯିବ। ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ।  କ୍ଷୁଦ୍ର ଆଣବିକ ରିୟାକ୍ଟର ସ୍ଥାପନ ଉପରେ ଗୁରୁତ୍ବ। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି।

୫ ରାଜ୍ୟକୁ ବନ୍ୟା ନିୟନ୍ତ୍ରଣ ସହାୟତା

ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଘୋଷଣା । ବନ୍ୟା ମୁକାବିଲା ପାଇଁ ବିହାରକୁ ମିଳିବ ୧୧, ୫୦୦ କୋଟି । ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମକୁ ସହାୟତା ମିଳିବ।

ଓଡ଼ିଶା ପର୍ଯ୍ୟଟନର ବିକାଶ ହେବ

ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଜେଟରେ ଘୋଷଣା କରାଯାଇଛି। ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା । ପର୍ୟ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

କ୍ରିପ୍ଟୋ ନିବେଶକଙ୍କୁ ସତର୍କ ରହିବାକୁ ଚେତାଇଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ କ୍ରିପ୍ଟୋକରେନ୍ସି ନିବେଶକଙ୍କ ଉଦ୍ଦେଶ୍ୟରେ ବଡ଼ ବୟାନ ଦେଇଛନ୍ତି। ସମ୍ପ୍ରତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କ୍ରିପ୍ଟୋ ଏକ୍ସଚେଞ୍ଜଗୁଡିକରେ ଚଢ଼ାଉ କରି କାରବାରର ଯାଞ୍ଚ କରୁଛି। ଏପରିକି ଇଡି କିଛି କ୍ରିପ୍ଟୋ ଟ୍ରେଣ୍ଡିଂ ପ୍ଲାଟଫର୍ମର ସମ୍ପତ୍ତି ଜବତ କରିସାରିଛି। ଇଡି ଲାକ୍ସ ଏଏମଏଲ ନିୟମର ଅନୁପାଳନ ନେଇ କ୍ରିପ୍ଟୋ ଏକ୍ସଚେଞ୍ଜଗୁଡିକ ଉପରେ କଟକଣା ଲଗାଇଛି। ନିକଟରେ ସେମାନେ ଭାଲ୍ଡର ପ୍ରାୟ ୪୬ ନିୟୁତ ଡଲାର ଏବଂ ୱାଜିରଏକ୍ସର ପ୍ରାୟ ୮ ନିୟୁତ ଡଲାରର ସମ୍ପତ୍ତି ଜବତ କରିଛନ୍ତି। ତେଣୁ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କ୍ରିପ୍ଟୋ ନିବେଶକମାନଙ୍କୁ ଏହି ପ୍ଲାଟଫର୍ମଗୁଡିକ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ଯେହେତୁ ଏଗୁଡିକର କାରବାର ଏବେ ମଧ୍ୟ ସନ୍ଦେହ ବଳୟ ମଧ୍ୟରେ ରହିଛି। ଆପଣମାନେ ଜାଣିନାହାଁନ୍ତି କେବେ ଏହା ତଳକୁ ଯିବ କି ନାହିଁ । ନିବେଶକମାନେ ଏଥିପ୍ରତି ସତର୍କ ହେବା ଆବଶ୍ୟକ ବୋଲି ସୀତାରମଣ କହିଛନ୍ତି।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ମୁଦ୍ରା ନୁହେଁ ଏବଂ କର୍ତ୍ତୃପକ୍ଷ ଏ ନେଇ ସମସ୍ତଙ୍କୁ ଚେତାବନୀ ଦେଇସାରିଛନ୍ତି। ଖୁବ୍ ଶୀଘ୍ର ଏକ ନୂତନ କ୍ରିପ୍ଟୋ ଆଇନ ଆସିବ। କ୍ରିପ୍ଟୋକୁ ନେଇ ଏକ ନିୟମ ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରସ୍ତାବ ରଖିଥିଲା। ସେ କହିଛନ୍ତି ଯେ ମନି ଲଣ୍ଡରିଂ ମାମଲା ସହିତ ଜଡ଼ିତ ଥିବା କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜଗୁଡିକର ଯାଞ୍ଚ ଇଡି କରୁଛି। ଇଡିର ଅନୁମୋଦନ ବିନା କୌଣସି କମ୍ପାନୀ ନେଣଦେଣ କରିପାରିବନାହିଁ। ଚଳିତମାସ ୫ରେ ଇଡି ୱାଜିରଏକ୍ସର ୮ ମିଲିୟନ ଡଲାରର ବ୍ୟାଙ୍କ ସମ୍ପତ୍ତି ଜବତ କରିଥିଲା। ଏଥିସହିତ ଗତ ସପ୍ତାହରେ ୱାଉଲ୍ଡ କ୍ରିପ୍ଟୋର ବ୍ୟାଙ୍କ ଖାତା ଓ ପାଖାପାଖି ୪୬ ନିୟୁୂତ ଡଲାରର କ୍ରିପ୍ଟୋ ସମ୍ପତି ଅଚଳ କରିଥିଲା। ଯଦି କ୍ରିପ୍ଟୋକରେନ୍ସି ଉପରେ ରୋକ ଲାଗୁ ହେବ ତେବେ ଅନ୍ତରାଷ୍ଟ୍ରୀୟ ସ୍ତରର ସହଯୋଗର ଆବଶ୍ୟକତା ପଡ଼ିବ। ତେଣୁ ଆମକୁ ଅନ୍ତରାଷ୍ଟ୍ରୀୟ ସ୍ତରର ସମକକ୍ଷମାନକ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ନିର୍ମଳା କହିଥିଲେ।

ସଂସଦରେ ୨୦୨୨-୨୩ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ ୨୦୨୨-୨୩ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କଲେ ବଜେଟ। କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି,୨୦୧୪ରୁ ଆମ ସରକାର ଲୋକଙ୍କ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇଛି। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବୁ, ଗରିବଙ୍କ କ୍ଷମତା ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ । ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ବଜେଟ ପ୍ରସ୍ତୁତ କରାଯାଇଛି ।

📡LIVE NOW📡

Finance Minister @nsitharaman is presenting the Union Budget 2022-23 in Parliament#AatmanirbharBharatKaBudget #Budget2022

Watch here📺https://t.co/nOc0qrDBSn https://t.co/Mfors6MyRm

— PIB India (@PIB_India) February 1, 2022

ଏଥି ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବୁ, ଗରିବଙ୍କ କ୍ଷମତା ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ । ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ବଜେଟ ପ୍ରସ୍ତୁତ କରାଯାଇଛି ।ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି, ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେଉଛି, ରେଲ୍, ରୋଡ୍, ଏୟାରେୱେଜ, ୱାଟରେୱେଜ୍ ପାଇଁ ଆରମ୍ଭ ହେବ ପିଏମ୍ ଗତିଶକ୍ତି, ଲୋକଙ୍କୁ ନିର୍ବିଘ୍ନ ଯାତାୟତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି। ୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ। ଏଲଆଇସିର ଆଇପିଓ ଖୁବ ଶୀଘ୍ର ଆସିବ।

ଚଳିତ ବଜେଟରେ ମଧ୍ୟବର୍ଗକୁ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଉଛି । ଏହି ବଜେଟ୍‌ କୋରୋନା କାଳରେ ଥିବା ଚାଲେଞ୍ଜ ମୁକାବିଲା ଦିଗରେ ସହାୟକ ହେବ ।ଅର୍ଥମନ୍ତ୍ରୀ କହିଛନ୍ତି- ଆମେ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ। ଆମେ ଗରିବ ଲୋକଙ୍କ ଦକ୍ଷତା ବୃଦ୍ଧି କରିବାକୁ ଚାହୁଁଛୁ । ଆମର ବଜେଟ୍ ଏପରି ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଚାହୁଁଛି, ଯାହା ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିପାରିବ।ଆସନ୍ତା ୩ ବର୍ଷ ମଧ୍ୟରେ ୧୦୦ ପିଏମ୍‌ ଗାତି ଶକ୍ତି କାର୍ଗୋ ଟର୍ମିନାଲ୍ ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସହରାଞ୍ଚଳରେ ପରିବହନ ରେଳ ମାର୍ଗ ଦ୍ୱାରା ସଂଯୋଗ ହେବ । ଏହା ସହିତ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ୬୦ ଲକ୍ଷ ନିଯୁକ୍ତି ସୁଯୋଗ ଉପଲବ୍ଧ ହେବ।

ଗୋଟିଏ ବର୍ଷରେ ୨୫ ହଜାର କିଲୋମିଟର ହାଇୱେ ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୦ ହଜାର କୋଟି ଖର୍ଚ୍ଚ ହେବ। ପିଏମ ଗତି ଶକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି, ଏହାଦ୍ୱାରା ଭିତ୍ତିଭୂମିର ବିକାଶ ହେ।ଆଇଟି ଓ ଘରୋଇ ସେକ୍ଟରକୁ ପୋତ୍ସାହନ ଦିଆଯିବ,ଆଗାମୀ ୩ ବର୍ଷ ମଧ୍ୟରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଗଡିବ।୩ ବର୍ଷରେ ଚାଲିବ ୪ଶହ ବନ୍ଦେ ଭାରତ ଏକ୍ସପ୍ରେସ । ଶହେଟି ପିଏମ୍ ଗତିଶକ୍ତି କାର୍ଗୋ ଟର୍ମିନାଲ ଚାଲିବ ।ପାହାଡ଼ିଆ ଅଞ୍ଚଳରେ ଚାଲିବ ପର୍ବତମାଳା ରୋପ୍ ୱେ । ୨୦୨୨-୨୩ରେ ୮ଟି ନୂଆ ରୋପ୍ ୱେ ପାଇଁ ଅର୍ଡର ଦିଆଯିବ।

ଶିକ୍ଷା କ୍ଷେତ୍ର ପାଇଁ ୨୦୨୨-୨୩ ବଜେଟରେ ବଡ଼ ବ୍ୟବସ୍ଥା, ଶିକ୍ଷା ପାଇଁ ୱାନ୍ କ୍ଲାସ୍ ୱାନ୍ ଟିଭି ଚ୍ୟାନେଲ, ଆରମ୍ଭ ହେବ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ, ଟିଭି ଜରିଆରେ ପାଠ ପଢିବେ ପ୍ରଥମରୁ ଦ୍ବାଦଶ ପିଲା। ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ୟୁନିଭର୍ସିଟି , ୨୦୦ ଚ୍ୟାନେଲରେ ‘ପିଏମ୍ ଇ-ବିଦ୍ୟା’ କାର୍ଯ୍ୟକ୍ରମ,୨ ଲକ୍ଷ ଅଙ୍ଗନୱାଡି କେନ୍ଦ୍ରର ଉନ୍ନତିକରଣ ହେବ । ସକ୍ଷମ ଯୋଜନାରେ ଅଙ୍ଗନୱାଡି କେନ୍ଦ୍ରର ଉନ୍ନତିକରଣ ହେବ।

କେନ୍ଦ୍ର ସରକାର ଭିତ୍ତିଭୂମି ନିର୍ମାଣ, କୃଷି,  ପୁଞ୍ଜି ବିନିବେଶ, ସଡ଼କ ନିର୍ମାଣ ଉପରେ ଗୁରୁତ୍ବ ଦେଉଛନ୍ତି । ଏହି ବଜେଟ ଆଗାମୀ ୨୫ ବର୍ଷର ଅମୃତ କାଳ- ସ୍ବାଧୀନତାର ୭୫ ବର୍ଷରୁ ୧୦୦ ବର୍ଷ ପର୍ଯ୍ୟନ୍ତ’  ପାଇଁ ଭାରତୀୟ ଅର୍ଥନୀତିର ମୂଳଦୂଆ ନିର୍ମାଣ ଓ ବ୍ଲୁ ପ୍ରିଣ୍ଟ ସ୍ଥାପନ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ରାଜ୍ୟଙ୍କୁ କୃଷିବିଦ୍ୟାଳୟ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ରାଜ୍ୟଙ୍କୁ ପ୍ରତ୍ସୋହିତ କରାଯିବ  । କୃଷକଙ୍କ ସହାୟତା ପାଇଁ ରାଜ୍ୟ ମାନଙ୍କ ସହଯୋଗରେ କେନ୍ଦ୍ର ପ୍ରୋଜେକ୍ଟ ପ୍ରସ୍ତୁତ କରିବ  । ଏମରଜେନ୍ସି କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ : ଏମଏସଏମଇ ଏହାର ଲାଭ ଉଠାଇ ପାରିବେ ।୩.୮ କୋଟି ପରିବାରକୁ ୨୦୨୨-୨୩ ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ  । ସହର କ୍ଷେତ୍ରରେ ମଧ୍ୟମ ଓ ସ୍ୱଳ୍ପ ଆୟବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର କାର୍ଯ୍ୟ କରିବେ  ।  ଗତି ଶକ୍ତି ଯୋଜନାକୁ ପ୍ରୋତ୍ସାହନ ପ୍ରଦାନ କରାଯିବ  । ମେଟ୍ରୋ ସିଷ୍ଟମ୍ ନିର୍ମାଣ ପାଇଁ ନୂଆ ଉପାୟ ବିକଶିତ ହେବ । ଦେଶରେ ଥିବା ସମସ୍ତ ଡାକ ଘରେ ATM ସୁବିଧା ଉପଲବ୍ଧ କରାଯିବ  । ଡାକ ଘରେ ବ୍ୟାଙ୍କର ସୁବିଧା ମିଳିବ । ଶିକ୍ଷା କ୍ଷେତ୍ରରେ ସଂସ୍କାର ଏବଂ ଉନ୍ନତି ଆଣିବା ପାଇଁ ମାଧ୍ୟମରେ ଦେଶର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବିଦ୍ଯା ଯୋଜନାରେ ଯୋଡାଯିବ  ।