ghaziabad - The Sakala

“ଆପଣଙ୍କୁ ଡାକ୍ତର ଲେଖିବାର ଅଧିକାର ନାହିଁ”: ୪ ବର୍ଷର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍
“ଆପଣଙ୍କୁ ନିଜ ନାମ ଆଗରେ 'ଡାକ୍ତର' ଲେଖିବାର କୌଣସି ଅଧିକାର ନାହିଁ।” ଗାଜିଆବାଦର ଏକ ୪ ବର୍ଷର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ମାମଲାରେ ଘରୋଇ ଡାକ୍ତରଖାନା ଏବଂ ଡାକ୍ତରଙ୍କୁ ଏହିଭଳି କଡ଼ା ଭାଷାରେ ତାଗିଦ୍ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଠିକ୍ ସମୟରେ ଜରୁରୀକାଳୀନ ଚିକିତ୍ସା ନମିଳିବାରୁ ମାସୁମ ଝିଅଟିର ଜୀବନ ଯାଇଥିଲା, ଯାହାକୁ ନେଇ କୋର୍ଟ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି।

ଗରିବ ହୋଇଥିବାରୁ ମିଳିଲାନି ଚିକିତ୍ସା

ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାର ଶୁଣାଣି କରି ଡାକ୍ତରମାନଙ୍କ ଆଚରଣକୁ ଅତ୍ୟନ୍ତ ନିର୍ଦ୍ଦୟ, ନିଷ୍ଠୁର ଏବଂ ସମ୍ବେଦନହୀନ ବୋଲି ଦର୍ଶାଇଛନ୍ତି। କୋର୍ଟ କହିଛନ୍ତି ଯେ, କେବଳ ଗରିବ ହୋଇଥିବାରୁ ଏବଂ ହସ୍ପିଟାଲ୍ ଫିସ୍ ଦେବାକୁ ଅସମର୍ଥ ଥିବାରୁ ଝିଅଟିକୁ ଚିକିତ୍ସା ଯୋଗାଇ ଦିଆଯାଇନଥିଲା। ଯଦି ଆପଣମାନଙ୍କ ପାଖରେ ଜରୁରୀକାଳୀନ ସୁବିଧା ନଥିଲା, ତେବେ ଟିକିଏ ସମ୍ବେଦନଶୀଳତା ଦେଖାଇ ତାକୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ବ୍ୟକ୍ତିଗତ ଭାବେ ସାହାଯ୍ୟ କରିବାର ଥିଲା ବୋଲି ଖଣ୍ଡପୀଠ କହିଛନ୍ତି। ନିଜ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଥିବାରୁ ନିଜ ନାମ ଆଗରୁ 'ଡାକ୍ତର' ପଦବୀ ହଟାଇ ଦେବାକୁ କୋର୍ଟ ସିଧାସଳଖ ଶୁଣାଇଛନ୍ତି।

କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଏହି ଘୋର ଅବହେଳା ପାଇଁ କୋର୍ଟ ସମ୍ପୃକ୍ତ ଡାକ୍ତରଖାନାଗୁଡ଼ିକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ କୋର୍ଟ ଚେତାବନୀ ଦେଇଛନ୍ତି ଯେ, ଏଭଳି ଦାୟିତ୍ୱହୀନତା ପାଇଁ ସେମାନଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଯିବ। ଆସନ୍ତା ଜୁଲାଇ ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କ'ଣ ଥିଲା ପୂରା ଘଟଣା?

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ନନ୍ଦଗ୍ରାମ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିଲା। ପଡ଼ୋଶୀ ଘରେ ରହୁଥିବା ଜଣେ ବ୍ୟକ୍ତି ୪ ବର୍ଷର ନିଷ୍ପାପ ବାଳିକାକୁ ଚକୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ନିଜ ସହ ନେଇଯାଇଥିଲା। ପରେ ଝିଅଟି ରକ୍ତାକ୍ତ ଏବଂ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲା। ପରିବାର ଲୋକେ ତାକୁ ତୁରନ୍ତ ସ୍ଥାନୀୟ ଦୁଇଟି ଘରୋଇ ଡାକ୍ତରଖାନା ଏବଂ ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ନିକଟକୁ ନେଇଥିଲେ ମଧ୍ୟ ସେମାନେ ଆଡମିଶନ କରିବାକୁ ସିଧାସଳଖ ମନା କରିଦେଇଥିଲେ। ପୋଲିସର ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟା ଏବଂ ଡାକ୍ତରଖାନା ଗୁଡ଼ିକର ଏଭଳି ଅବହେଳା ବିରୋଧରେ ପରିବାର ଲୋକେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ସୁପ୍ରିମକୋର୍ଟ ଏହି ମାମଲାକୁ ଅତି ଗୁରୁତର ସହ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗାଜିଆବାଦ ବ୍ୟାଙ୍କ ମ୍ୟାନେଜର ହତ୍ୟାକାଣ୍ଡ: ମହିଳା ଷ୍ଟାଫଙ୍କ ସାମ୍ନାରେ ଗାଳି କରିବାରୁ ଜୀବନ ନେଲା ସୁରକ୍ଷାକର୍ମୀ
ଗାଜିଆବାଦର ଲୋନି ଅଞ୍ଚଳରେ ଥିବା ଏକ ବ୍ୟାଙ୍କରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଛୁଟି ମାଗିବା ଏବଂ ମହିଳା କର୍ମଚାରୀଙ୍କ ସମ୍ମୁଖରେ ଅପମାନିତ ହେବା କାରଣରୁ ଜଣେ ସୁରକ୍ଷାକର୍ମୀ ନିଜ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛି। ମୃତକଙ୍କ ନାମ ଅଭିଷେକ ଶର୍ମା (୩୭) ହୋଇଥିବା ବେଳେ ସେ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କର ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରକ୍ଷାକର୍ମୀ ରବୀନ୍ଦ୍ର ହୁଡ୍ଡା ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି।

ଛୁଟି ଏବଂ ଦରମା କାଟ୍ କୁ ନେଇ ଥିଲା ବିବାଦ

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ରବୀନ୍ଦ୍ର ହୁଡ୍ଡା ଅନେକ ସମୟରେ ବିନା ସୂଚନାରେ ଛୁଟି ନେଉଥିଲା। ଘଟଣା ଦିନ ମଧ୍ୟ ସେ ଡ୍ୟୁଟିକୁ ଆସିନଥିଲା। ଏହି କାରଣରୁ ମ୍ୟାନେଜର ଅଭିଷେକ ତାଙ୍କୁ ଡାକି ବ୍ୟାଙ୍କର ମହିଳା କର୍ମଚାରୀମାନଙ୍କ ସାମ୍ନାରେ କଡ଼ା ଭାଷାରେ ଗାଳିଗୁଲଜ କରିଥିଲେ। ଅଭିଯୁକ୍ତର କହିବା ଅନୁଯାୟୀ, ମ୍ୟାନେଜର ତାଙ୍କୁ ଛୁଟି ନେବା କାରଣରୁ ମାସିକ ୧୨,୦୦୦ ଟଙ୍କା ଦରମାରୁ ୨,୦୦୦ ରୁ ୪,୦୦୦ ଟଙ୍କା କାଟି ଦେଉଥିଲେ। ମହିଳା ଷ୍ଟାଫଙ୍କ ସାମ୍ନାରେ ଅପମାନିତ ହେବା ପରେ ସେ ରାଗିଯାଇ ନିଜର ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଅଭିଷେକଙ୍କ ଛାତିକୁ ଗୁଳି ଚଳାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହତ୍ୟା ପରେ ମଦ ପିଉଥିଲା ଅଭିଯୁକ୍ତ

ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଗାର୍ଡ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ପୋଲିସ ତତ୍ପରତା ଦେଖାଇ ଘଟଣାର କିଛି ଘଣ୍ଟା ପରେ ଲୋନି ବର୍ଡର ନିକଟସ୍ଥ ଏକ ମଦ ଦୋକାନ ବାହାରୁ ତାକୁ ଗିରଫ କରିଥିଲା ଏବଂ ଗିରଫ ସମୟରେ ସେ ମଦ୍ୟପାନ କରୁଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ୧୨-ବୋର୍ ଡବଲ ବ୍ୟାରେଲ ବନ୍ଧୁକ ଏବଂ ଏକ ବାଇକ୍ ଜବତ କରିଛି। ଏହି ଘଟଣାରେ ତାକୁ ସାହାଯ୍ୟ କରିଥିବା ତାର ଅନ୍ୟ ଜଣେ ସହଯୋଗୀ ଶିଶପାଲକୁ ମଧ୍ୟ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ଗାର୍ଡ ହେଉଛି ଜଣେ ପୂର୍ବତନ ସେନା କର୍ମଚାରୀ ଯିଏ ୨୦୧୮ ମସିହାରେ ଅବସର ନେଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

୧୬ ବର୍ଷ ପରେ ବରଫ ତଳୁ ମିଳିଲା ଯବାନଙ୍କ ମୃତଦେହ
ଗାଜିଆବାଦ: ମୃତ୍ୟୁର ୧୬ ବର୍ଷ ପରେ ଉତ୍ତରାଖଣ୍ଡର ବରଫ ତଳୁ ଗାଜିଆବାଦର ଜଣେ ସହିଦ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୨୦୦୫ରେ ପର୍ବତାରୋହୀ ସୈନିକଙ୍କ ଏକ ଦଳ ଗଙ୍ଗୋତ୍ରି ହିମାଳୟର ସବୁଠାରୁ ଉଚ୍ଚ ଶୃଙ୍ଗ ସତୋପନ୍ଥରେ ତ୍ରିରଙ୍ଗା ଉଡାଇ ଫେରୁଥିବା ସମୟରେ ଅଘଟଣ ଘଟିଥିଲା । ବାଟରେ ସନ୍ତୁଳନ ବିଗିଡିବାରୁ ୪ ଜଣ ଯବାନ ଶହେ ଫୁଟ ତଳେ ଥିବା ଖାଇକୁ ଖସି ପଡିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ଶବ ମିଳିନଥିଲା। ବାପାମାଆ ପୁଅର ଶେଷ ଦର୍ଶନ କରିବାକୁ ଚାହୁଁଥିଲେ। କିନ୍ତୁ ଏହା ପୂରଣ ହୋଇନଥିଲା ଏବଂ ସେମାନେ ଇହଧାମ ତ୍ୟାଗ କରିଥିଲେ।

ଭାରତୀୟ ସେନାର ଏକ ୨୫ ଜଣିଆ ଦଳ ନିକଟରେ ସନ୍ତୋପନ୍ଥ ଯାଉଥିବା ବେଳେ ବରଫ ଭିତରେ ଯବାନଙ୍କ ମୃତଦେହ ପାଇଥିଲେ । ଯବାନଙ୍କ ପୋଷାକ, ନାମ ଫଳକ ଏବଂ ଶରୀର ସୁରକ୍ଷିତ ଅଛି । ପରିବାର ଶବକୁ ଚିହ୍ନଟ କରିଛନ୍ତି। ଔପଚାରିକତା ପୂରଣ କରାଯିବା ପରେ ଅନ୍ତିମ ସଂସ୍କାର କରାଯିବ। ଏହି ଯବାନଙ୍କ ନାମ ଅମରିଶ ତ୍ୟାଗି ଓ ସେ ମୁରାଦନଗର ଥାନା ଅଧିନ ହିସାଲି ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

ରେଳମନ୍ତ୍ରୀଙ୍କ ନକଲି ପିଏ ଗାଜିଆବାଦରୁ ଗିରଫ
ନନ୍ଦନକାନନ : ନିଜକୁ ରେଳମନ୍ତ୍ରୀଙ୍କ ପିଏ କହି ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକଙ୍କୁ ଜଣେ ରେଳ କର୍ମଚାରୀଙ୍କ ବଦଳି ରୋକିବାକୁ ୱାଟ୍ସଆପରେ ମେସେଜ କରିବା ଜଣେ ବ୍ୟକ୍ତିଙ୍କୁ  ମହଙ୍ଗା ପଡିଛି। ମେସେଜ କରିଥିବା ନକଲି ପିଏ ସମର୍ଥ ବିଶ୍ୱକର୍ମା ଉତ୍ତରପ୍ରଦେଶର ଗାଜିଆବାଦରୁ ଗିରଫ ହେଇଥିବା ନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ସୂଚନାଦେଇଛି। ପୁଲିସ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଖବର ନେବାରୁ ଜଣାପଡ଼ିଛିଯେ ସମର୍ଥ ବିଶ୍ୱକର୍ମା ଜଣେ ସେଲ୍‌ସମ୍ୟାନ ଭାବେ ଉତ୍ତରପ୍ରଦେଶର ଗାଜିଆବାଦର ଏକ ଔଷଧୀୟ କମ୍ପାନୀରେ କାର୍ଯ୍ୟକରନ୍ତି। ସେ ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କୁ ଆଗ କଲ କରିଥିଲା।

କଲ୍‌ ନଲାଗିବାରୁ  ନିଜକୁ ରେଳମନ୍ତ୍ରୀଙ୍କ ପିଏ ବୋଲି ମିଛ ପରିଚୟ ଦେଇ ବିଦ୍ୟାଭୂଷଣଙ୍କୁ ୱାଟ୍ସଆପରେ ଖୋର୍ଦ୍ଧା ଡିଭିଜନର ସେକ୍ସନ ଇଞ୍ଜିନିୟର ପ୍ରଦୀପ ପାଣିଗ୍ରାହୀଙ୍କ ବଦଳି ରୋକିବା ପାଇଁ ମେସଜେ କରିଥିଲା। ଯାହାକୁ ନେଇ ମହାପ୍ରବନ୍ଧକଙ୍କ ସନ୍ଦେହ ହେଇଥିଲା। ଏକ ଅଜଣା ୱାଟ୍ସଆପ ନମ୍ବରରୁ ଏହିଭଳି ମେସେଜ ଆସିଥିବା ନେଇ ସେ ରେଳମନ୍ତ୍ରାଳୟକୁ ଜଣାଇଥିଲେ। ଯାଞ୍ଚ ପରେ ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସେମିତି କିଛି ମେସେଜ ଦିଆଯାଇ ନଥିବା ସେ ସ୍ପଷ୍ଟ ହେଇଥିଲେ। ଏହାପରେ ଆରପିଏଫ ଏସଆଇ କୃଷ୍ଣଚନ୍ଦ୍ର ସାହୁଙ୍କ ଜରିଆରେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଉକ୍ତ ଫୋନ ନମ୍ବରକୁ ଯାଞ୍ଚ କରିଥିଲା। ଯାଞ୍ଚରୁ ଏହା ଏକ ବେନାମୀ ନୂଆ ନମ୍ବର ହୋଇଥିବା ଓ ଏଥିରେ ପ୍ରଥମ କରି ୱାଟ୍ସଆପ ଖୋଲାଯାଇ ବିଦ୍ୟାଭୂଷଣଙ୍କୁ ମେସେଜ କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା।

ପୁଲିସ ଉକ୍ତ ନମ୍ବରକୁ ଟ୍ରେସ କରି ଏହା ଉତ୍ତରପ୍ରଦେଶ ଗାଜିଆବାଦ ଥିବା ନେଇ ଲୋକେସସନରୁ ଜାଣିଥିଲା। ତଦନ୍ତ ଆଗକୁ ବଢ଼ାଇ ଶେଷରେ ସମର୍ଥ ବିଶ୍ୱକର୍ମା ଉକ୍ତ ନମ୍ବରରେ ବିଦ୍ୟାଭୂଷଣଙ୍କୁ ମେସେଜ କରିଥିବା ଜାଣିପାରି ତାକୁ ଗତ ୨୩ ତାରିଖରେ ସେଠାରୁ ଗିରଫ କରିଥିଲା। ଗିରଫ ପରେ ସମର୍ଥଙ୍କୁ ଏଭଳି କରିବା ପାଇଁ ଜଣେ ବ୍ୟକ୍ତି କହିଥିବା ନେଇ ସେ ପ୍ରକାଶ କରିଛି। ତେବେ ସମର୍ଥକୁ ଫୋନ କରିବା ପାଇଁ କହିଥିବା ବ୍ୟକ୍ତି ଜଣକ ଫେରାର ଥିବା ନେଇ ଚନ୍ଦ୍ରଶେଖରପୁର ପୁଲିସ କହିଛି। ତେବେ ପ୍ରଦୀପଙ୍କ ପାଇଁ କାହିଁକି ମହାପ୍ରବନ୍ଧକଙ୍କୁ ମେସେଜ କରିଥିଲା ସେନେଇ ଅଧÒକ ତଦନ୍ତ ଜାରି ରହିଛି।