Budget - The Sakala
ଜାନୁଆରି ୨୮ରୁ ସଂସଦର ବଜେଟ ଅଧିବେଶନ, ପ୍ରଥମଥର ପାଇଁ ରବିବାର ହେବ ଆଗତ
ନୂଆଦିଲ୍ଲୀ: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଆସନ୍ତା ଫେବୃଆରୀ ପହିଲାରେ ଆଗତ ହେବ। ବୁଧବାର ଅନୁଷ୍ଠିତ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି (ସିସିପିଏ) ବୈଠକରେ ଏ ସମ୍ପର୍କରେ ପ୍ରସ୍ତାବ ପାରିତ ହୋଇଛି। ତେବେ ସିସିପିଏର ଏହି ପ୍ରସ୍ତାବ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ମୋହର ବାଜିବା ପରେ ବଜେଟ ଅଧିବେଶନର ରୂପରେଖ ଚୂଡ଼ାନ୍ତ ହେବ।
ସିସିପିଏର ପ୍ରସ୍ତାବିତ ସୂଚୀ ଅନୁସାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲା (ରବିବାର)ରେ ବଜେଟ ଉପସ୍ଥାପନ କରିବେ। ଜାନୁଆରୀ ୨୮ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ବଜେଟ ଅଧିବେଶନ ଆରମ୍ଭ ହେବ । ଏହି ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ସଂସଦୀୟ ବ୍ୟାପାର କମିଟି ଆଜି ବଜେଟ ଦିନ ଧାର୍ଯ୍ୟ କରିବା ପରେ ଏ ନେଇ ପୂର୍ବରୁ ରହିଥିବା ସଂଶୟ ଦୂର ହୋଇଛି। କାରଣ ଫେବୃଆରୀ ୧ ତାରିଖ ରବିବାର ଦିନ ପଡୁଛି। ତେଣୁ ରବିବାର ଛୁଟି ଦିନରେ ବଜେଟ ଆଗତ କରାଯିବ କିମ୍ବା ତାହାର  ଦିବସ ପରିବର୍ତ୍ତନ ହେବ ବୋଲି ରିପୋର୍ଟ ମାନ ପ୍ରକାଶ ପାଉଥିଲା। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସିସିପିଏର ବୈଠକ ବସିଥିଲା। ସେଥିରେ  ସଂସଦର ଆଗାମୀ ବଜେଟ୍ ଅଧିବେଶନ ପାଇଁ ତାରିଖ ପ୍ରସ୍ତାବିତ ହୋଇଥିଲା। ବଜେଟ୍ ଅଧିବେଶନର ପ୍ରଥମ ଭାଗ ଜାନୁଆରୀ ୨୮ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ, ଯେତେବେଳେ କି ଦ୍ୱିତୀୟ ଭାଗ ମାର୍ଚ୍ଚ ୯ ରୁ ଏପ୍ରିଲ୍ ୨ ପର୍ଯ୍ୟନ୍ତ ଚାଲିବ। ବଜେଟ୍ ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ଅନୁଦାନ ଦାବି ଏବଂ ଅର୍ଥ ବିଲ୍ ମଞ୍ଜୁର ହେବ । ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ଜାନୁଆରୀ ୨୮ରେ ସଂସଦ ଆରମ୍ଭ ହେବ । ୨୯ ତାରିଖରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବ ।
ବେତନ ଓ ପେନ୍‌ସନରେ ଯାଉଛି ବଜେଟର ୬୨ ପ୍ରତିଶତ; ବିକାଶ ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବାକୁ ପଇସା ନାହିଁ...
ନୂଆଦିଲ୍ଲୀ: ସମ୍ପ୍ରତି ରାଜ୍ୟଗୁଡ଼ିକ ଏକ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହି ଅର୍ଥାଭାବ ସ୍ଥିତି ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ବିକାଶ କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଯୋଗାଇବାର କ୍ଷମତାକୁ ପ୍ରଭାବିତ କରିଛି। କେବଳ ଦରମା ଓ ପେନସନ ବାବଦରେ ରାଜ୍ୟଗୁଡ଼ିକ ବଜେଟ୍‌ର ୬୨% ବ୍ୟୟ କରୁଛନ୍ତି। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ଷ୍ଟେଟ୍‌ ଅଫ୍‌ ଷ୍ଟେଟ୍‌ ଫାଇନାନ୍ସ ୨୦୨୫ ଶୀର୍ଷକ ରିପୋର୍ଟରେ ଏହା କୁହାଯାଇଛି।
ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବଜେଟ୍‌ ଡକ୍ୟୁମେଣ୍ଟ, ଅଡିଟ୍‌ ଆକାଉଣ୍ଟରୁ ତଥ୍ୟ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟରେ କୁହାଯାଇଛି ଯେ ଆର୍ଥିକବର୍ଷ ୨୦୨୪ରେ ଦେଶର ବିଭିନ୍ନ ରାଜ୍ୟଗୁଡ଼ିକ ରାଜସ୍ୱ ଆୟର ୫୩% ପ୍ରତିଶତ ଅର୍ଥ  କେବଳ ଦରମା, ପେନସନ ଏବଂ ସୁଧ ଦେୟ ବାବଦ ଖର୍ଚ୍ଚ ହୋଇଛି। ପଞ୍ଜାବ ଭଳି ରାଜ୍ୟରେ ନିଜସ୍ୱ ରାଜସ୍ୱର ୧୦୭% ଅଧିକ ଖର୍ଚ୍ଚ କେବଳ ଏହି କ୍ଷେତ୍ରରେ ବ୍ୟୟ କରିଛି। ସେହିପରି  ହିମାଚଳ ପ୍ରଦେଶ (୮୫ ପ୍ରତିଶତ), ତାମିଲନାଡୁ (୭୭ ପ୍ରତିଶତ), କେରଳ (୭୫ ପ୍ରତିଶତ) ଏବଂ ହରିୟାଣା (୭୧ ପ୍ରତିଶତ) ରହିଛି। ରିପୋର୍ଟରେ ଆହୁରିମଧ୍ୟ କୁହାଯାଇଛି ଯେ  ୨୦୨୫-୨୬ରେ ରାଜ୍ୟଗୁଡ଼ିକ ସେମାନଙ୍କ ରାଜସ୍ୱ ଆୟର ୫୦ ପ୍ରତିଶତ ଅର୍ଥ ଦରମା, ପେନସନ ଏବଂ ସୁଧ ଦେୟ ପାଇଁ ଖର୍ଚ୍ଚ କରିବେ ବୋଲି ଆକଳନ କରାଯାଇଛି। ଆସାମ, ହିମାଚଳ ପ୍ରଦେଶ, କେରଳ, ପଞ୍ଜାବ ଏବଂ ତାମିଲନାଡୁ ଭଳି ରାଜ୍ୟଗୁଡ଼ିକ ପୂର୍ବ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ୬୦ ପ୍ରତିଶତରୁ ଅଧିକ ଅର୍ଥ ଖର୍ଚ୍ଚ କରିବେ ବୋଲି ଆକଳନ କରାଯାଇଛି।
ରିପୋର୍ଟ ଅନୁସାରେ, ପୂର୍ବ ଧାର୍ଯ୍ୟ ଲକ୍ଷ୍ୟ ଅନେକ ରାଜ୍ୟକୁ ତୁରନ୍ତ ଖର୍ଚ୍ଚ ପାଇଁ ମଧ୍ୟ ଋଣ ନେବାକୁ ବାଧ୍ୟ କରିଛି। ଏହା ଫଳରେ ମୋଟ ଋଣ ଜିଡିପିର ୨୭.୫ ପ୍ରତିଶତରେ ପହଞ୍ଚିଛି, ଯାହା ସୁପାରିଶ କରାଯାଇଥିବା ୨୦ ପ୍ରତିଶତ ସୀମାଠାରୁ ବହୁତ ଅଧିକ। ଏହା ରାଜ୍ୟଗୁଡିକର ଋଣ ବାବଦ ସୁଧ ପୈଠ ପରିମାଣ ବୃଦ୍ଧି କରିଛି, ଯାହା ଆର୍ଥିକବର୍ଷ ୨୦୨୪ରେ ରାଜସ୍ୱ ପ୍ରାପ୍ତିର ୧୩ ପ୍ରତିଶତ ଥିଲା। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଯୋଗୁଁ ନିରନ୍ତର ସ୍ଥାନାନ୍ତର ହ୍ରାସ ରାଜ୍ୟଗୁଡ଼ିକର ଖର୍ଚ୍ଚ ସ୍ୱାୟତ୍ତତାକୁ ଆହୁରି ହ୍ରାସ କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସର ଏକ କର୍ମଶାଳାରେ କେନ୍ଦ୍ରଅର୍ଥମନ୍ତ୍ରୀ ଅନେକ ରାଜ୍ୟ ସେମାନଙ୍କ ଆୟର ପ୍ରାୟ ୭୦ ପ୍ରତିଶତ ଦରମା ଏବଂ ପେନସନରେ ଖର୍ଚ୍ଚ କରୁଛନ୍ତି, କେବଳ ୩୦ ପ୍ରତିଶତ ବିକାଶ ଆବଶ୍ୟକତା ରହୁଥିବା ଉଲ୍ଲେଖ କରି ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ମହିଳାଙ୍କ ପାଇଁ ନିରନ୍ତର ନଗଦ ହସ୍ତାନ୍ତର (ୟୁସିଟି) ଯୋଜନାର ପ୍ରସାର ରାଜ୍ୟର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଛି। ୨୦୨୩ ମାତ୍ର ୨ଟି ରାଜ୍ୟ ମହିଳାଙ୍କୁ ମାଗଣା ସହାୟତା ଯୋଜନା ପ୍ରଚଳନ କରିଥିବାବେଳେ ଏବେ ଏହା ୧୨ଟି ରାଜ୍ୟରେ ପ୍ରଚଳିତ ହେଉଛି। ଏଥିପାଇଁ ଏହି ରାଜ୍ୟଗୁଡ଼ିକ ଗୋଟିଏ ବର୍ଷରେ ୧.୬୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହା ଫଳରେ ରାଜ୍ୟଗୁଡ଼ିକର ରାଜସ୍ୱ ନିଅଣ୍ଟ ବୃଦ୍ଧି କରିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ନୂଆଦିଲ୍ଲୀ: ୨୦୨୫-୨୬ ବଜେଟରେ ବିଦେଶୀ ରାଷ୍ଟ୍ର ସହାୟତା ରାଶି ୫୪୮୩ କୋଟି ଟଙ୍କା ରହିଛି। ଗତ ସଂଶୋଧିତ ସହାୟତା ରାଶି ୫୮୦୬ କୋଟି ଟଙ୍କା ତୁଳନାରେ ସାମାନ୍ୟ କମ ରହିଛି । ବିଦେଶ ମନ୍ତ୍ରଣାଳୟର ମୋଟ ବଜେଟ ରାଶି ୨୦,୫୧୬ କୋଟି ଟଙ୍କା ରଖାଯାଇଛି । ବିଦେଶୀ ଏବଂ ଭାରତର ପଡ଼ୋଶୀ ରାଷ୍ଟ୍ର ଭାବେ ଭୁଟାନ ପାଇଁ ସବୁଠୁ ଅଧିକ ସହୟତା ରାଶି ରହିଛି।
୨୦୨୫-୨୬ରେ ଭୁଟାନ ପାଇଁ ବଜେଟରେ ୨୧୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଯାହା ଗତ ବର୍ଷର ସଂଶୋଧିତ ରାଶି ୨୫୪୩ କୋଟି ଟଙ୍କା ତୁଳନାରେ କମ । ତେବେ ବର୍ତ୍ତମାନ ମଧ୍ୟ ଭୁଟାନ ଭାରତର ସହଯୋଗୀ ରାଷ୍ଟ୍ର ଭାବେ ଅଧିକ ସହାୟତା ପାଇଛି। ମୁଖ୍ୟତଃ ଭିତ୍ତିଭୂମି, ଜଳବିଦ୍ୟୁତ୍ ପରିଯୋଜନା ଏବଂ ଆର୍ଥିକ ସହଯୋଗିତା ପାଇଁ ଏହି ପରିମାଣର ଅର୍ଥ ଦିଆଯାଉଛି। ଭୁଟାନ ପରେ ୨୦୨୫-୨୬ ବଜେଟରେ ମାଲଦ୍ୱୀପ ପାଇଁ ସହୟତା ରାଶି ୪୭୦ କୋଟି ଟଙ୍କାରୁ ବଢାଇ ୬୦୦ କୋଟି ଟଙ୍କା କରାଯାଇଛି। ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ସ୍ବାଭାବିକ କରିବା ଉଦ୍ଦେଶ୍ୟରେ ସହାୟତା ରାଶି ବୃଦ୍ଧି କରାଯାଇଛି। ଆଫଗାନିସ୍ତାନକୁ ଦିଆଯାଉଥିବା ସହାୟତା ରାଶି ମଧ୍ୟ ବୃଦ୍ଧି କରାଯାଇଛି। ଏହି ରାଷ୍ଟ୍ରକୁ ସହାୟତା ରାଶି ୫୦ କୋଟିରୁ ବଢାଇ ୧୦୦ କୋଟି ଟଙ୍କା କରାଯାଇଛି। ଏଠାକାର ତାଲିବାନ ସରକାରକୁ ଔପଚାରିକ ଭାବେ ଭାରତ ସ୍ବୀକୃତି ଦେଇ ନଥିଲେ ମଧ୍ୟ ମାନବୀୟ ସହାୟତା ଏବଂ ଆର୍ଥିକ ସହଯୋଗ ଜାରି ରଖାଯାଇଛି।
ଅନ୍ୟପଟେ ମ୍ୟାଁମାରକୁ ଦିଆଯାଉଥିବା ସହାୟତା ରାଶିକୁ ୪୦୦ କୋଟିରୁ ହ୍ରାସ କରି ୩୫୦ କୋଟି ଟଙ୍କା ରଖାଯାଇଛି। ସେହିପରି ବାଂଲାଦେଶକୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶି (୧୨୦ କୋଟି ଟଙ୍କା) ଅପରିବର୍ତ୍ତନୀୟ ରଖାଯାଇଛି। ଅନ୍ୟ ପଡ଼ୋଶୀ ରାଷ୍ଟ୍ରମାନଙ୍କ ମଧ୍ୟରେ ନେପାଳକୁ ୭୦୦ କୋଟି ,ଶ୍ରୀଲଙ୍କା ୩୦୦ କୋଟି ଏବଂ ଆଫ୍ରିକୀୟ ଦେଶଙ୍କୁ ଦିଆଯାଉଥିବା ସହାୟତା ରାଶି ୨୨୫ କୋଟି ଟଙ୍କା ରଖାଯାଇଛି।
ଶ୍ରୀମନ୍ଦିର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୩୦୦ କୋଟିର ବଜେଟ; ଅର୍ଥ ସବକମିଟି ବୈଠକରେ ବ୍ୟୟ ବରାଦକୁ ମଞ୍ଜୁରୀ
ପୁରୀ: ଶ୍ରୀମନ୍ଦିର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୩୦୦କୋଟି ୭୯ ଲକ୍ଷ ଟଙ୍କାର ବଜେଟ୍‌‌ ପ୍ରସ୍ତୁତ ହୋଇଛି। ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଅର୍ଥ ସବ୍‌‌ କମିଟି ବୈଠକରେ ଏହି ବଜେଟ୍‌‌ ଅଟକଳ କରାଯାଇଛି। ତେବେ ପ୍ରସ୍ତୁତ ବଜେଟ୍‌‌ ଅନୁଯାୟୀ, ବିଭିନ୍ନ ଉତ୍ସରୁ ୩୦୦ କୋଟି ୭୯ ଲକ୍ଷ ଟଙ୍କା ଆୟ ଲକ୍ଷ ରଖାଯାଇଥିବା ବେଳେ ୨୬୨ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରାଜସ୍ୱ ସୂତ୍ରରୁ ୧୮୭ କୋଟି ୭୩ ଲକ୍ଷ ଆୟ ହେବାକୁ ଥିବା ବେଳେ ୧୪୩କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ ହେବ। ଫଳରେ ରାଜସ୍ୱ ଆୟରୁ ୪୪ କୋଟି ୩୯ ଲକ୍ଷ ଟଙ୍କା ବଳକା ରହିବ ବୋଲି ଲକ୍ଷ୍ୟ ରଖାଯାଇଛି। ସେହିପରି ପୁଞ୍ଜି ଆୟ (ଦାନ ଓ ଅନ୍ୟାନ୍ୟ ସୂତ୍ରରୁ) ୧୧୩ କୋଟି ୬ ଲକ୍ଷ ଟଙ୍କା ଲକ୍ଷ୍ୟ ରହିଥିବା ବେଳେ ୧୧୯ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକର କରାଯାଇଛି। ଫଳରେ ପୁଞ୍ଜି ଆୟଠାରୁ ବ୍ୟୟ ୬ କୋଟି ୯ ଲକ୍ଷ ଟଙ୍କା ଅଧିକ ଅଟକଳ ହୋଇଛି। ମୋଟାମୋଟି ଏଥର ୩୮ କୋଟି ୩୦ ଲକ୍ଷ ଟଙ୍କାର ବଳକା ବଜେଟ୍‌‌ ପ୍ରସ୍ତୁତ ହୋଇଛି।
ଆୟ ମଧ୍ୟରେ ସର୍ବାଧିକ ୧୧୮ କୋଟି ୯୪ ଲକ୍ଷ ଟଙ୍କା ସରକାରୀ ସହାୟତା ଏବଂ ଜମି ଅଧିଗ୍ରହଣ କ୍ଷତିପୂରଣରୁ ୫୦ କୋଟି ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି। ଆୟର ଅନ୍ୟ ଏକ ବଡ଼ ଉତ୍ସ ହେଉଛି ସୁଧ ଅର୍ଥ। ଅର୍ଥାତ୍‌‌ ବିଭିନ୍ନ ବ୍ୟାଙ୍କରେ କର୍ପସ ଫଣ୍ଡ, ଫାଉଣ୍ଡେଶନ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡରେ ମହାପ୍ରଭୁଙ୍କ ଟଙ୍କା ସ୍ଥାୟୀ ଜମା ରଖାଯାଇଛି। ସୁଧ ବାବଦରେ ପ୍ରାୟ ୬୦କୋଟି ୩୨ ଲକ୍ଷ ଟଙ୍କା ମିଳିବ। ସେହିପରି ମହାପ୍ରଭୁଙ୍କ ବିଭିନ୍ନ ଖଣିରୁ ୧୫ କୋଟି, ହୁଣ୍ଡି ଏବଂ ଦାନରୁ ୩୧.୩୯କୋଟି, ଭକ୍ତ ନିବାସରୁ ୧୦କୋଟି ୩୦ ଲକ୍ଷ ଏବଂ ଅନ୍ୟାନ୍ୟ ବାବଦରେ ୧୪ କୋଟି ୮୪ ଲକ୍ଷ ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖିଛି ମନ୍ଦିର ପ୍ରଶାସନ।
ସେହିପରି ବ୍ୟୟ ମଧ୍ୟରେ ସର୍ବାଧିକ କର୍ପସ ଫଣ୍ଡରେ ୫୯ କୋଟି ୪୬ ଲକ୍ଷ ଜମା କରାଯିବ। କର୍ମଚାରୀଙ୍କ ଦରମା ବାବଦରେ ୪୫ କୋଟି ୯୩ ଲକ୍ଷ, ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ସହିତ ଅନ୍ୟାନ୍ୟ ବିକାଶମୂଳକ କାମ ବାବଦରେ ୨୬ କୋଟି ୮ ଲକ୍ଷ, ଫାଉଣ୍ଡେଶନ ଫଣ୍ଡରେ ଜମା ହେବ ୨୧କୋଟି ୫୦ ଲକ୍ଷ, ଦୈନିକ ପାଳିଆ ସେବକ ପୁରସ୍କାର ବାବଦରେ ୧୮ କୋଟି, ରଥଯାତ୍ରା ଏବଂ ସ୍ନାନଯାତ୍ରା ପାଇଁ ୧୬କୋଟି ୬୨ ଲକ୍ଷ, ନୀତିକାନ୍ତି ସମ୍ପର୍କୀତ ଖର୍ଚ୍ଚ ବାବଦରେ ୮କୋଟି ୮୯ ଲକ୍ଷ, ପିଣ୍ଡିକା, ପରିମାଣିକ ଏବଂ ଭିତରକାଠ ଦର୍ଶନୀ ପାଇଁ ସେବକଙ୍କୁ ୭ କୋଟି, ପ୍ରଶାସନିକ ବ୍ୟୟ ବାବଦ ୩୦କୋଟି ୫୬ଲକ୍ଷ, ସେବକ ପରିବାର ସ୍ୱାସ୍ଥ୍ୟ ବୀମା ପାଇଁ ୫ କୋଟି, ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ପାଇଁ ୫ କୋଟି, ସେବକଙ୍କ କଲ୍ୟାଣ ପାଇଁ ୫କୋଟି ୫୧ଲକ୍ଷ, ସେବକ ବାସଗୃହ ଯୋଜନା ନିମନ୍ତେ ୩କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି।
ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଥିଲେ ଯେ, ଅର୍ଥ ସବ୍‌‌ କମିଟି ବୈଠକରେ ବଜେଟ୍‌‌ ଅଟକଳ ହୋଇଛି। ଗତବର୍ଷ ବଳକା ବଜେଟ୍‌‌ ଥିବାବେଳେ ଏଥର ମଧ୍ୟ ବଳକା ବଜେଟ୍‌‌ ପ୍ରସ୍ତୁତ ହୋଇଛି। ପରିଚାଳନା କମିଟି ବୈଠକରେ ବଜେଟ୍‌‌କୁ ଅନୁମୋଦନ ଦିଆଯିବ। ତେବେ ମହାପ୍ରଭୁଙ୍କ ଜମି ଡିଜିଟାଲାଇଜେସନ ପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାକୁ ରାଜ୍ୟ ସରକାର ଓର୍‌‌ସାକ୍‌‌କୁ ପ୍ରଦାନ କରିବେ ବୋଲି କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ସମେତ ଅର୍ଥ ସବ୍‌‌ କମିଟିର ସଦସ୍ୟମାନେ ଯୋଗଦେଇଥିଲେ।
ଭୁବନେଶ୍ବର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି।ଚଳିତ ବଜେଟରେ ରେଳ ବ୍ୟୟବରାଦ ମଧ୍ୟ ଉପସ୍ଥାପିତ ହେଉଛି । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ କ’ଣ ମିଳିବ ତାହା ଉପରେ ନଜର । ହେଲେ ରେଳବାଇକୁ ନେଇ ଅନେକ ଆଶା ରଖିଛନ୍ତି ରାଜ୍ୟବାସୀ ।
ନୂଆ କେନ୍ଦ୍ର ବଜେଟରେ ଓଡ଼ିଶା ସରକାର ରେଳାବଇ କ୍ଷେତ୍ର ପାଇଁ ୮୪୦୦ କୋଟି ଟଙ୍କା ଦାବି କରିଛନ୍ତି। ଓଡ଼ିଶାରେ ରେଳବାଇ ନେଟୱାର୍କର ସମ୍ପ୍ରସାରଣ, ଭିତ୍ତିଭୂମି ନିର୍ମାଣ ଜରିଆରେ ରେଳ ସାନ୍ଧ୍ରତା ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ରେଳ ମନ୍ତ୍ରାଳୟ ଓଡ଼ିଶାରୁ ପ୍ରତିବର୍ଷ ୨୦ ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ୱ ପାଉଥିବା ବେଳେ ଚଳିତ ବଜେଟ୍‌‌ରେ ଅତିକମ୍‌‌ରେ ୮୪୦ କୋଟି ଟଙ୍କା ଦେବା ଆବଶ୍ୟକ ବୋଲି କୁହାଯାଇଛି। ଏଥିରେ ବିଭିନ୍ନ ପୁରୁଣା ଓ ନୂଆ ରେଳପଥ ନିର୍ମାଣ, ଷ୍ଟେସନ୍‌‌ ଉନ୍ନତିକରଣ, ପ୍ରଚଳିତ ଟ୍ରେନ୍‌‌ର ସମ୍ପ୍ରସାରଣ, ନୂଆ ଟ୍ରେନ୍‌‌ ଚଳାଚଳ, ଯାତ୍ରୀ ସୁବିଧା, ରେଳ ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି ପାଇଁ ଅନୁଦାନ ଦାବି କରାଯାଇଛି।
ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋପାଳପୁର-ରାଇରାଖୋଲ (୨୫୦କିମି) ପାଇଁ ୨୦୦ କୋଟି, ନୂଆପଡ଼ା-ଗୁଣୁପୁର ନୂଆ ବିଜି ରେଳ ଲିଙ୍କ୍‌‌ ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ (୭୯ କିମି) ପାଇଁ ୩୦୦ କୋଟି, ପୁରୀ-କୋଣାର୍କ ନୂଆ ଲାଇନ୍‌‌ (୩୮ କିମି) ପାଇଁ ୧୦୦ କୋଟି ଟଙ୍କା ଓଡ଼ିଶା ଦାବି କରିଛି। ସେହିପରି ନୂଆପଡ଼ାରୋଡ଼-ବରଗଡ଼ ରୋଡ଼ ଭାୟା ପଦ୍ମପୁର (୧୪୨ କିମି) ପାଇଁ ୧୦୦ କୋଟି, ଯାଜପୁର କେନ୍ଦୁଝର ରୋଡ-ଧାମରା ବନ୍ଦର ଭୟା ଯାଜପୁର/ଆରଡି (୯୫ କିମି) ପାଇଁ ୧୦୦ କୋଟି, ତାଳଚେର-ଅନୁଗୁଳ ପାଇଁ ୧୦୦ କୋଟି, ପାରାଦ୍ୱୀପ-ଧାମରା ରେଳ ଲିଙ୍କ୍‌‌ (୮୦ କିମି) ପାଇଁ ୫୦ କୋଟି, ବୁଢ଼ାମରା-ଚକୁଳିଆ ଲାଇନ୍‌‌ ପାଇଁ ୧୦୦ କୋଟି, କେନ୍ଦୁଝର-ବାଦାମ ପାହାଡ଼ ପାଇଁ ୧୦୦ କୋଟି, ଖୋର୍ଦ୍ଧା ରୋଡ-ବଲାଙ୍ଗିର ବିଜି ରେଳ ଲିଙ୍କ୍‌‌ ପ୍ରକଳ୍ପ ପାଇଁ ୧୨୦୦ କୋଟି, ତାଳଚେର-ବିମଳାଗଡ଼ (୧୫୪ କିମି) ପାଇଁ ୮୦୦ କୋଟି, ଜଳେଶ୍ୱର-ଦୀଘା (୪୧ କିମି) ୧୦୦ କୋଟି, ଜୁନାଗଡ଼-ନବରଙ୍ଗପୁର (୧୧୮ କିମି) ପାଇଁ ୧୦୦ କୋଟି, ନବରଙ୍ଗପୁର-ଜୟପୁର (୩୮କିମି) ୧୫୦ କୋଟି, ଜୟପୁର-ମାଲକାନଗିରି (୧୩୦ କିମି) ପାଇଁ ୩୦୦ କୋଟି, ମାଲକାନଗିରି-ଭଦ୍ରାଚଳମ ପାଇଁ ୧୦୦ କୋଟି ଟଙ୍କା ଦାବି କରାଯାଇଛି। ଅପରପକ୍ଷେ ରାଜ୍ୟରେ ଜାରି ରହିଥିବା ରେଳ ଲାଇନ୍‌‌ ଦୋହରୀକରଣ ପ୍ରକଳ୍ପ, ତୃତୀୟ ଲାଇନ୍‌‌, ୪ର୍ଥ ଲାଇନ୍‌‌, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍‌‌ ପୁନଃନିର୍ମାଣ ପାଇଁ ଓଡ଼ିଶା ସରକାର ୪୫୦୦ କୋଟି ଟଙ୍କା ଦାବି କରିଛନ୍ତି।
ରେଳବାଇ ଓଡ଼ିଶାରୁ ସର୍ବାଧିକ ରାଜସ୍ୱ ପାଉଛି। କିନ୍ତୁ ଓଡ଼ିଶାରେ ରେଳ ସାନ୍ଧ୍ରତା ମାତ୍ର ୧୮ ରହିଛି ଯାହା ଜାତୀୟ ହାର (୨୧) ଏବଂ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍‌‌। ଯଦି ଅନ୍ୟ ରାଜ୍ୟ କଥା ଦେଖାଯାଏ, ତା’ହେଲେ ପଶ୍ଚିମବଙ୍ଗରେ ରେଳ ସାନ୍ଧ୍ରତା ୪୮ ଥିବା ବେଳେ ଝାଡ଼ଖଣ୍ଡରେ ୩୩ ରହିଛି। ରେଳ ଭିତ୍ତିଭୂମିର ବିକାଶ ଦାୟିତ୍ୱ ରେଳ ମନ୍ତ୍ରାଳୟ ଉପରେ ରହିଛି ସତ; କିନ୍ତୁ ଏଥିରେ ଓଡ଼ିଶା ସରକାର ରେଳବାଇକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଜମି ଅଧିଗ୍ରହଣ କରି ବିନା ମୂଲ୍ୟରେ ରେଳବାଇକୁ ପ୍ରଦାନ କରିବା ସହିତ ପ୍ରକଳ୍ପର ୫୦% ଖର୍ଚ୍ଚ ବହନ କରୁଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବରିଷ୍ଠ ଅଧିକାରୀଙ୍କୁ ଭୂ ଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି।
ସେହିପରି ଓଡ଼ିଶା ସରକାର ରେଳ ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ଜଏଣ୍ଟ ଭେନ୍‌‌ଚର୍‌‌/ସ୍ପେଶାଲ ପର୍ପଜ୍‌‌ ଭେହିକଲ୍‌‌ (ଏସ୍‌‌ପିଭି) ପ୍ରତିଷ୍ଠା କରିଛନ୍ତି। ଏଥିରେ ଓଡ଼ିଶା ସରକାର, ରେଳବାଇ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟକୁ ସ୍ଥାନ ଦିଆଯାଇଛି। କିନ୍ତୁ ସବୁ ବର୍ଷ ଆବଶ୍ୟକତା ଠାରୁ କମ୍‌‌ ଅନୁଦାନ ଓଡ଼ିଶାକୁ ମିଳୁଛି। କେବଳ ଗତବର୍ଷ ଆଶାନୁରୂପ ଅନୁଦାନ ମିଳିଥିଲା। ତେବେ ଚଳିତ ବର୍ଷ କେତେ ମିଳୁଛି, ତାହା ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି ଖୋଲିବା ପରେ ସ୍ପଷ୍ଟ ହେବ।
କେନ୍ଦ୍ର ବଜେଟ୍ ୨୦୨୩ : ଆଜିଠୁ ଆରମ୍ଭ ହେବ ବଜେଟ୍‌ ପ୍ରସ୍ତୁତି ପ୍ରକିୟା
ନୂଆଦିଲ୍ଲୀ : ୨୦୨୩-୨୪ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଆଗାମୀ ବଜେଟ୍‌ରେ ସରକାରଙ୍କ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଉପରେ ଅଧିକ ଧ୍ୟାନ ଦିଆଯିବ। ଚଳିତ ଆର୍ଥିକବର୍ଷ ୨୦୨୨-୨୩ ପାଇଁ ବ୍ୟୟର ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ପାଇଁ ପାଣ୍ଠିର ଆବଶ୍ୟକତା ଉପରେ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗ ସହ ଆଲୋଚନା ସହିତ ବଜେଟ୍ ପ୍ରକ୍ରିୟା ଆରମ୍ଭ ହେବ। ସୋମବାର ବଜେଟ୍‌ ପ୍ରସ୍ତୁତି ବୈଠକର ପ୍ରଥମ ଦିନରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରାଳୟ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରାଳୟସହ ସଂଶୋଧିତ ଆକଳନ ଉପରେ ବୈଠକାରେ ଆଲୋଚନା ହେବ।
ଚଳିତ ଆର୍ଥିକବର୍ଷ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ପାଇଁ ବଜେଟ୍ ଆକଳନ ଉପରେ ଅଧିକାଂଶ ବୈଠକ ଅର୍ଥ ସଚିବ ଏବଂ ବ୍ୟୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବଜେଟ୍ ବିଭାଗର କହିବାନୁଯାୟୀ, ଏକ ମାସ ଯାଏ ଚାଲିବାକୁ ଥିବା ଏହି ବଜେଟ୍‌ ପ୍ରସ୍ତୁତି ବୈଠକ ନଭେମ୍ବର ୧୦ରେ କୃଷି ଏବଂ କୃଷକ କଲ୍ୟାଣ ବିଭାଗ, କୃଷି ଅନୁସନ୍ଧାନ ବିଭାଗ ଏବଂ ଶିକ୍ଷା, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ, ରେଳ ମନ୍ତ୍ରାଳୟ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସହ ଶେଷ ହେବ। ପ୍ରାକ୍‌ ବଜେଟ୍ ବୈଠକ ପରେ ୨୦୨୩-୨୪ ପାଇଁ ବଜେଟ୍ ଆକଳନ ସାମୟିକ ଭାବେ ଚୂଡାନ୍ତ କରାଯିବ।
ଏହି ବୈଠକ ସେହି ସମୟରେ ହେବାକୁ ଯାଉଛି ଯେତେବେଳେ ରିଜର୍ଭ ବ୍ୟାଙ୍କ ଏବଂ ବିଶ୍ବ ବ୍ୟାଙ୍କ ଭଳି ଅନେକ ପ୍ରତିଷ୍ଠାନ ଭାରତର ଅଭିବୃଦ୍ଧି ହାରକୁ ଯଥାକ୍ରମେ ୭ ପ୍ରତିଶତ ଏବଂ ୬.୫ ପ୍ରତିଶତକୁ ହ୍ରାସ ଘଟାଇଛନ୍ତି। ଏହା ନରେନ୍ଦ୍ର ମୋଦୀ ୨.୦ ସରକାର ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ୫ମ ବଜେଟ୍‌ ହେବ। ତେବେ ୨୦୨୪ ଏପ୍ରିଲ୍-ମେ’ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ପୂର୍ଣ୍ଣ ବଜେଟ୍। ନିର୍ବାଚନ ବର୍ଷରେ ସରକାର ଏକ ସୀମିତ ସମୟ ଲେଖାନୁଦାନ ଆଗତ କରିଥାନ୍ତି। ଏହାପରେ ଜୁଲାଇରେ ବଜେଟ୍ ଉପସ୍ଥାପନ କରାଯାଇଥାଏ। ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍ ୨୦୨୩ ଫେବୃଆରୀ ପହିଲାରେ ଆଗତ କରାଯିବା ଆଶା କରାଯାଉଛି।
ଶ୍ରୀମନ୍ଦିର ବଜେଟ ୨୩୭.୫୮ କୋଟି
ପୁରୀ : ଶ୍ରୀମନ୍ଦିର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨୩୭କୋଟି ୫୮ ଲକ୍ଷ ଟଙ୍କାର ବଜେଟ୍‍ ଉପସ୍ଥାପନ ହୋଇଛି। ପରିଚାଳନା କମିଟି ବୈଠକରେ ବଜେଟ୍‍ ସଂକ୍ରାନ୍ତରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ ହୋଇନାହିଁ। ଆସନ୍ତା ୨୫ ତାରିଖରେ ପୁଣି ବୈଠକ ବସି ବଜେଟ୍‍ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରାଯିବ। ତେବେ ପ୍ରସ୍ତୁତ ହୋଇଥିବା ବଜେଟ୍‍ ଅନୁଯାୟୀ, ବିଭିନ୍ନ ଉତ୍ସରୁ ୨୩୭.୫୮ କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୩ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରାଜସ୍ୱ ସୂତ୍ରରୁ ୧୨୬ କୋଟି ୭୩ ଲକ୍ଷ ଟଙ୍କା ଆୟ ହେବାକୁ ଥିବାବେଳେ ୯୭ କୋଟି ୭୨ଲକ୍ଷ ଟଙ୍କା ବ୍ୟୟ ହେବ। ଫଳରେ ରାଜସ୍ୱ ଆୟରୁ ୨୯ କୋଟି ୧ଲକ୍ଷ ଟଙ୍କା ବଳକା ରହିବ ବୋଲି ଲକ୍ଷ୍ୟ ରଖାଯାଇଛି।
ସେହିପରି ପୁଞ୍ଜି ଆୟ (ଦାନ ଓ ଅନ୍ୟାନ୍ୟ ସୂତ୍ରରୁ) ୧୧୦ କୋଟି ୮୫ଲକ୍ଷ ଟଙ୍କା ଲକ୍ଷ୍ୟ ରହିଥିବା ବେଳେ ୧୦୬ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପୁଞ୍ଜି ଆୟରୁ ୪ କୋଟି ୬୧ଲକ୍ଷ ଟଙ୍କା ବଳକା ରହିବ। ତେଣୁ ଶ୍ରୀମନ୍ଦିର ପାଇଁ ଏଥର ୩୩ କୋଟି ୬୨ଲକ୍ଷ ଟଙ୍କାର ବଳକା ବଜେଟ ହେବ ବୋଲି କୁହାଯାଉଛି। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ପୂର୍ବାହ୍ନରେ ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଅନୁମୋଦନ ଲାଭ କରିଛି। ତେବେ ଆୟ ମଧ୍ୟରେ ସର୍ବାଧିକ ୧୦୧ କୋଟି ୪୬ ଲକ୍ଷ ଟଙ୍କା ସରକାରୀ ସହାୟତା, ଜମି ଅଧିଗ୍ରହଣ କ୍ଷତିପୂରଣରୁ ୬୦ କୋଟି ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି।
ଅନ୍ୟ ଏକ ଆୟର ବଡ଼ ଉତ୍ସ ହେଉଛି ସୁଧ ଅର୍ଥ। ଅର୍ଥାତ୍‍ ବିଭିନ୍ନ ବ୍ୟାଙ୍କରେ କର୍ପସ ଫଣ୍ଡ, ଫାଉଣ୍ଡେସନ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡରେ ମହାପ୍ରଭୁଙ୍କ ଟଙ୍କା ସ୍ଥାୟୀ ଜମା ରଖାଯାଇଛି। ସୁଧ ବାବଦରେ ପ୍ରାୟ ୩୦କୋଟି ୧୪ ଲକ୍ଷ ଟଙ୍କା ମିଳିବ। ସେହିପରି ମହାପ୍ରଭୁଙ୍କ ବିଭିନ୍ନ ଖଣିରୁ ୧୫ କୋଟି, ହୁଣ୍ଡି ଏବଂ ଦାନରୁ ୨୧କୋଟି ୬୬ଲକ୍ଷ, ଭକ୍ତ ନିବାସ, ହବିଷିଆଳୀ ଆଶ୍ରୟସ୍ଥଳୀ କୋଠା ଏବଂ ବଗଲା ଧର୍ମଶାଳାରୁ ୩ କୋଟି ଏବଂ ଅନ୍ୟାନ୍ୟ ବାବଦରେ ୬ କୋଟି ୩୨ ଲକ୍ଷ ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖିଛି ମନ୍ଦିର ପ୍ରଶାସନ। ସେହିପରି ବ୍ୟୟ ୨୦୩କୋଟି ୯୬ ଲକ୍ଷ ମଧ୍ୟରେ ସର୍ବାଧିକ କର୍ପସ ଫଣ୍ଡରେ ୬୭ କୋଟି ୫୫ ଲକ୍ଷ ଜମା କରାଯିବ।
କର୍ମଚାରୀଙ୍କ ଦରମା ବାବଦରେ ୨୯ କୋଟି ୨୨ଲକ୍ଷ, ପାଳିଆ ସେବାୟତଙ୍କ ଦୈନିକ ପାରିଶ୍ରମିକ ବାବଦରେ ୨୨ କୋଟି ୧୪ ଲକ୍ଷ, ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ସହିତ ଅନ୍ୟାନ୍ୟ ବିକାଶମୂଳକ କାମ ବାବଦରେ ୧୮କୋଟି ୫୪ ଲକ୍ଷ, ରଥଯାତ୍ରା ଏବଂ ସ୍ନାନଯାତ୍ରା ପାଇଁ ୧୪କୋଟି ୭୬ ଲକ୍ଷ, ଫାଉଣ୍ଡେଶନ ଫଣ୍ଡ ଜମାରେ ୧୨କୋଟି ୫୫ ଲକ୍ଷ ଟଙ୍କା, ନୀତିକାନ୍ତି ସମ୍ପର୍କୀତ ଖର୍ଚ୍ଚ ବାବଦରେ ୭କୋଟି ୬୭ ଲକ୍ଷ, ପିଣ୍ଡିକା, ପରିମାଣିକ ଏବଂ ଭିତରକାଠ ଦର୍ଶନୀ ପାଇଁ ସେବକଙ୍କୁ ୭ କୋଟି, ପ୍ରଶାସନିକ ବ୍ୟୟ ବାବଦ ୫ କୋଟି ୯୯ଲକ୍ଷ, ଆଦର୍ଶ ଗୁରୁକୂଳ ଲାଗି ୫ କୋଟି, ସେବକଙ୍କ କଲ୍ୟାଣ ପାଇଁ ୪କୋଟି ୮୨ଲକ୍ଷ, ସେବକ ବାସଗୃହ ନିମନ୍ତେ ୩କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ତେବେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ବୈଠକ ଅନୁଷ୍ଠିତ ହୋଇଥିଲେ ହେଁ ପ୍ରସ୍ତୁତ ବଜେଟ ନେଇ ଆଲୋଚନା ଚୂଡ଼ାନ୍ତ ହୋଇନାହିଁ।
ତେଣୁ ଆସନ୍ତା ୨୫ ତାରିଖରେ ଆଉଥରେ ବୈଠକ ବସିବ ବଜେଟ୍‍ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଥିଲେ, ପରିଚାଳନା କମିଟି ବୈଠକ ବଜେଟ୍‍ ଆଲୋଚନା ସମ୍ପୂର୍ଣ୍ଣ ହୋଇନାହିଁ। ୨୫ ତାରିଖରେ ବୈଠକ ବସି ବଜେଟ୍‍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଆଲୋଚନା କରାଯିବ। ନୀତି ସବ୍‍ କମିଟି ଏବଂ ଛତିଶା ନିଯୋଗରେ ନିର୍ଘଣ୍ଟ ହୋଇଥିବା ଚନ୍ଦନ ଯାତ୍ରା ନୀତିକୁ ପରିଚାଳନା କମିଟି ଅନୁମୋଦନ ଦେଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‍ପି ଡ. କନୱର ବିଶାଲ ସିଂ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ବଜେଟ୍-୨୦୨୨-୨୩: ବେରୋଜଗାର ଏବଂ ବେକାରୀ ସମସ୍ୟା ହଟାଇବା ପାଇଁ ସୃଷ୍ଟି ହେବ ୬୦ ଲକ୍ଷ ନିଯୁକ୍ତି
ନୂଆଦିଲ୍ଲୀ : ସଂସଦରେ ବର୍ଷ ୨୦୨୨-୨୩ ପାଇଁ ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟରେ ଯୁବପୀଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଆତ୍ମନିର୍ଭର ଭାରତ ଅନ୍ତର୍ଗତରେ ସୃଷ୍ଟି ହେବ ୬୦ ଲକ୍ଷ ନୂଆ ନିଯୁକ୍ତି ଏବଂ ଏହା ସହିତ ଆସନ୍ତା ୫ ବର୍ଷରେ ୩୦ ଲକ୍ଷ କୋଟି ଅତିରିକ୍ତ ଉତ୍ପାଦନ ହେବ । ଯାହାଦ୍ୱାରା ଦେଶରେ ବେରୋଜଗାର ଏବଂ ବେକାରୀ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି । ଏହି ବଜେଟ୍‌ ଯୋଗେ କୃଷକ, ଯୁବପୀଢିଙ୍କୁ ଫାଇଦା ମିଳିବ। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି। ଆଗକୁ ଭାରତର ଅଭିବୃଦ୍ଧି ହାର ୯.୨୭% ଲକ୍ଷ୍ୟ ରଖାଯାଇଛି ।
ଏହା ସହିତ ଦେଶରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଆଗାମୀ ୩ ବର୍ଷରେ ତିଆରି ହେବ । ପର୍ବତମାଳା ଅନ୍ତର୍ଗତରେ ପାହାଡି ଅଂଚଳରେ ପିପିପି ମୋଡରେ ରାସ୍ତା ନିର୍ମାଣ କରାଯିବ ।
ଆଜି ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍-୨୦୨୨; ଆର୍ଥିକ ସୁଧାର ଉପରେ ଫୋକସ୍
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକକବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ ଆଗତ କରିବେ। ସୋମବାରଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଫେବୃଆରୀ ୧(ମଙ୍ଗଳବାର) ୧୧ଟାରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରି ବଜେଟ ଅଭିଭାଷଣ ରଖିବେ। ମୁଦ୍ରାସ୍ଫୀତିରେ ବୃଦ୍ଧି ଯୋଗୁ ବଜାର ଦର ଉଚ୍ଚରେ ରହିଛି। ଏଭଳି ସମୟରେ ବେକାରି ସ୍ଥିତି ଉତ୍କଟ ରୂପ ନେଉଥିବାରୁ ନୂତନ ନିଯୁକ୍ତି ସୃଷ୍ଟି କେନ୍ଦ୍ର ସରକାରଙ୍କ ଆଗରେ ଏକ ବଡ ଆହ୍ବାନ ସୃଷ୍ଟି କରିବ। ବଜାର ଚାହିଦାରେ ବୃଦ୍ଧି ଘଟାଇ ଅର୍ଥନୀତିକୁ ଏହାର ପୂର୍ବ ଟ୍ରାକ୍‌କୁ ଫେରାଇ ଆଣିବାକୁ ବଜେଟରେ ସରକାର ପ୍ରୟାସ କରିବେ।
ପୂର୍ବରୁ ରେଳ ବଜେଟ ପୃଥକ ଭାବେ ଆଗତ ହେଉଥିବାବେଳେ ଏହି ପ୍ରଥାକୁ ୨୦୧୭ଠାରୁ ସମାପ୍ତ କରାଯାଇଛି। ତେଣୁ ଚଳିତବର୍ଷ ମଧ୍ୟ ରେଳ ବଜେଟ କେନ୍ଦ୍ରୀୟ ବଜେଟ ସହିତ ଆସିବ। କରୋନା ମହାମାରୀରେ ଦେଶର ଆର୍ଥିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ଏହି ସମୟରେ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଟିମ୍‌ ବଜେଟ ଉପସ୍ଥାପନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଗତବର୍ଷ ଭଳି ଚଳିତଥର ମଧ୍ୟ ଅର୍ଥମନ୍ତ୍ରୀ ସବୁଜ ବଜେଟ ଆଣୁଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ନିର୍ବାଚନୀ ଋତୁ ଦୃଷ୍ଟିରୁ ଚଳିତବର୍ଷର ବଜେଟରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ଅନେକ ଘୋଷଣା କରିବା ସମ୍ଭାବନା ରହିଛି। ଲୋକଙ୍କୁ ବଜେଟର ସମସ୍ତ ସୂଚନା ଜଣାଇବା ପାଇଁ କେନ୍ଦ୍ର ସରକାର ଏକ ମୋବାଇଲ ଆପ୍ ଶୁଭାରମ୍ଭ କରିଛନ୍ତି। ଏହି ଆପ୍‌ରେ ବଜେଟରେ ହେଉଥିବା ସମସ୍ତ ଘୋଷଣାକୁ ଶୀଘ୍ର ଉପଲବ୍ଧ କରାଯିବ, ଯାହାକୁ ଲୋକେ ସହଜରେ ପଢିପାରିବେ। ଲୋକେ ଏହାକୁ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପଢିପାରିବେ। ଗୁଗଲ୍‌ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରରୁ ଏହି ଆପ୍‌କୁ ଡାଉନ୍‌ଲୋଡ କରିହେବ।