union budget 2022 - The Sakala

ବଜେଟ୍ ଅଧିବେଶନ ୨୦୨୨: ଅଭିଭାଷଣ ରଖିଲେ ରାଷ୍ଟ୍ରପତି; ଟିକାକରଣଙ୍କୁ କଲେ ପ୍ରଶଂସା, ଭାରତରେ ଇଣ୍ଟରନେଟ ସେବା ସବୁଠୁ ଶସ୍ତା
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମହାମାରୀ କରୋନା କାଳର ଏହା ତୃତୀୟ ବର୍ଷ । କରୋନା କାଳରେ ଆମେ ଭାରତୀୟଙ୍କ କର୍ତ୍ତବ୍ୟ ପରାୟଣ ଦେଖିଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଛି । ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ପ୍ରଣାମ ଜଣାଇଛନ୍ତି ।

ସରକାର ଆଗାମୀ ୧୨୫ ବର୍ଷ ଲାଗି ମଜଭୁତ୍ ଭିତ୍ତିଭୂମି ଲାଗି କାମ କରୁଛନ୍ତି । ଶସକ୍ତ ଭାରତ ନିର୍ମାଣ ସହ ଆତ୍ମନିର୍ଭର ଭାରତ ଉପରେ କାମ କରୁଛି । କରୋନା ମହାମାରୀ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଦେଶରେ ବହୁ ଲୋକ ସମ୍ପର୍କୀୟଙ୍କୁ ହରାଇଛନ୍ତି । କୋଭିଡକୁ ହରାଇବା ଲାଗି ସମସ୍ତେ ଏକାଠି କାମ କରୁଛନ୍ତି । ସରକାର ଓ ନାଗରିକଙ୍କ ମଧ୍ୟରେ ସମନ୍ୱୟ ଆମକୁ କରୋନା ମୁକାବିଲାରେ ସଫଳ କରାଇଛି । ଗୋଟିଏ ବର୍ଷ ମଧ୍ୟରେ ୧୫୦ କୋଟିରୁ ଅଧିକ ଡୋଜ୍ କୋଭିଡ୍ ଟିକାକରଣ ହୋଇଛି । ଟିକାକରଣ ଯୋଗୁ ନାଗରିକଙ୍କ ସୁରକ୍ଷା ସହ ମନୋବଳ ବଢ଼ିଛି । ଏବେ ସୁଦ୍ଧା ଭାରତ ୮ଟି ଭ୍ୟାକ୍ସିନ୍ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ ଦେଇଛି । ଭାରତରେ ତିଆରି କୋଭିଡ୍ ଟିକା କେବଳ ଦେଶ ନୁହେଁ ବିଶ୍ୱସ୍ତରରେ ପ୍ରଂଶସିତ ହୋଇଛି ।

ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଉପକୃତ ହେଉଛନ୍ତି । ୮ ହଜାରରୁ ଅଧିକ ଜନଷୌଧି କେନ୍ଦ୍ରରେ କମ ଦରରେ ଔଷଧ ମିଳୁଛି । କରୋନା କାଳରେ ଭାରତୀୟ ଫାର୍ମା ସେକ୍ଟର ଭଲ କାମ କରିଛି । ୧୮୦ ଦେଶରେ ଭାରତରେ ନିର୍ମିତ ଔଷଧ ବ୍ୟବହୃତ ହେଉଛି । ବିବିଧତାରେ ପୂର୍ଣ୍ଣ ଭାରତରେ ରାଷ୍ଟ୍ରସେବାରେ ସବୁ ବର୍ଗ କାମ କରୁଛନ୍ତି । ଗରିବ ଯେଭଳି ଭୋକରେ ନ ରହିବେ, ସେଥିପାଇଁ ସରକାର କାମ କରୁଛନ୍ତି । କରୋନା କାଳରେ ଗରିବଙ୍କ ରୋଜଗାର ଲାଗି ପ୍ରଧାନମନ୍ତ୍ର ସ୍ୱନିଧି ଯୋଜନା କରାଯାଇଛି । ଏଥିରେ ୨୮ ଲକ୍ଷ ଉଠା ଦୋକାନୀ ଉପକୃତ ହୋଇଛନ୍ତି । ଇଶ୍ରମ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଇଛି ।

୪୪ କୋଟିରୁ ଅଧିକ ଲୋକ ବ୍ୟାଙ୍କ ସିଷ୍ଟମ ସହ ଯୋଡ଼ି ହୋଇଛନ୍ତି । କରୋନା କାଳରେ ସେମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଗରିବଙ୍କୁ ୨ କୋଟିରୁ ଅଧିକ ଘର ଯୋଗାଇ ଦିଆଯାଇଛି । ପ୍ରତି ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ ଜଳ ମିଶନ ଆରମ୍ଭ ହୋଇଛି । ପ୍ରାୟ ୬ କୋଟି ଗ୍ରାମୀଣ ଘରକୁ ପିଇବା ପାଣି ମିଳୁଛି । ଗାଁରେ ସମ୍ପତ୍ତି ଦସ୍ତାବିଜ୍ ଦେବା ଲାଗି ସ୍ୱାମୀତ ଯୋଜନା ଲାଭଦାୟକ ହୋଇଛି । ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଓ କୃଷକଙ୍କୁ ଆର୍ଥିକ ସ୍ୱଚ୍ଛଳ ଲାଗି ସରକାର କାମ କରୁଛନ୍ତି । ଅମଳ ବଢ଼ିବା ସହ ରପ୍ତାନୀ ବଢ଼ିଛି । କରୋନା କାଳରେ କୃଷି ଟ୍ରେନ୍ ଚାଲିଛି ।

ଦେଶର ୮୦ ପ୍ରତିଶତ କୃଷକ କ୍ଷୁଦ୍ର ଚାଷୀ । ୧୧ କୋଟିରୁ ଅଧିକ ଚାଷୀ ପରିବାରକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଦିଆଯାଇଛି । ଚାଷଜମି ନିକଟରେ ଜରୁରୀ ଭତ୍ତିଭୂମି ଲାଗି ସରକାର କାମ କରୁଛନ୍ତି । ଦେଶରେ ବର୍ଷା ଜଳକୁ ସଂରକ୍ଷଣ ଲାଗି ସରକାର ବିଶେଷ ଅଭିଯାନ ଚଳାଇଛନ୍ତି । ଗ୍ରାମୀଣ ଅର୍ଥନୀତି ବୃଦ୍ଧିରେ ମହିଳାଙ୍କ ଅବଦାନ ରହିଛି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଥ ଦିଆଯାଉଛି । ଏସଏଚଜି ମହିଳାଙ୍କୁ ଟ୍ରେନିଂ ଦିଆଯାଇ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସେବା ଯୋଗାଇ ଦିଆଯାଉଛି । ମହିଳା ଶସକ୍ତ ହେଉଛନ୍ତି । ବେଟି ବଚାଅ, ବେଟି ପଢ଼ାଅ ଅଭିଯାନ ସଫଳ ହୋଇଛି । ସରକାର ତିନି ତଲାକକୁ ବେଆଇନ୍ ଘୋଷଣା କରି ବଡ଼ ପଦକ୍ଷେପ ନେଇଛନ୍ତି ।

ରାଷ୍ଟ୍ରୀୟ ରକ୍ଷା ଏକାଡେମୀରେ ମହିଳାଙ୍କୁ ପ୍ରବେଶ ମିଳିଛି । ଦେଶରେ ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଲାଗୁ କରାଯାଇଛି । ଏଥିରେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଦିଆଯାଇଛି । ସ୍କିଲ୍ ଇଣ୍ଡିଆ ମିଶନରେ ୨ କୋଟିରୁ ଅଧିକ ଯୁବକଙ୍କ କୌଶଳ ବିକଶିତ ହୋଇଛି । ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ୬ଟି ବିଶେଷ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଟୋକିଓ ଅଲମ୍ପିକରେ ଆମେ ଭାରତୀୟ ଯୁବଶକ୍ତିଙ୍କ କ୍ଷମତା ଦେଖିଛେ । ଅଲମ୍ପିକରେ ଭାରତର ଉପସ୍ଥିତି ମଜଭୁତ୍ ପାଇଁ ଖେଳୋ ଇଣ୍ଡିଆ କେନ୍ଦ୍ର ସ୍ଥାପିତ କରାଯାଉଛି ।

ଇଂଜିନିୟରିଂ କଲେଜରେ ୬ଟି ଭାରତୀୟ ଭାଷାରେ ପଢ଼ା ଆରମ୍ଭ ହୋଇଛି।  ସାରା ବିଶ୍ୱରେ ଭାରତରେ ଇଣ୍ଟରନେଟ୍ ଶୁଳ୍କ ସବୁଠାରୁ ଶସ୍ତା । ଡିଜିଟାଲ ଇଣ୍ଡିଆ ପାଇଁ ଶସ୍ତା ଇଣ୍ଟରନେଟ ଲାଭଦାୟକ ହେବ । ୫ଜି ଉପରେ ତୀବ୍ର ଗତିରେ କାମ ଚାଲିଛି। ସେମିକଣ୍ଟକ୍ଟରରେ ଆତ୍ମନିର୍ଭର ହେବାକୁ ଉଦ୍ୟମ ଚାଲିଛି । ଚଳିତ ବର୍ଷ ୬୦୦୦ ପେଟେଣ୍ଟ ଲାଗି ରେଜିଷ୍ଟ୍ରେସନ ହୋଇଛି । ଭାରତ ବିଶ୍ବର ଦ୍ବିତୀୟ ସର୍ବବୃହତ୍‌ ମୋବାଇଲ ଫୋନ୍‌ ନିର୍ମାତା ବୋଲି ରାଷ୍ଟ୍ରପତି କହିଛନ୍ତି।

ସେହିପରି ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୩୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ବିଶ୍ୱରେ ଭାରତ ଏବେ ଦ୍ରୁତ ବିକଶିତ ଆର୍ଥିକ ଶକ୍ତି ହୋଇପାରିଛି।  ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି ଆଗକୁ ହାଇୱେ, ରେଲୱେ ଓ ଏୟାରୱେଜ ଏକାଠି କାମ କରିବେ। ଏବେ ଦେଶର ଜାତୀୟ ରାଜପଥ ୧.୪୦ ଲକ୍ଷ କିମିକୁ ବୃଦ୍ଧି ପାଇଛି।

ଲଦାଖରେ ବିଶ୍ୱର ସର୍ବାଧିକ ଉଚ୍ଚତାରେ ଚଳାଚଳ କ୍ଷମ ରାସ୍ତା କରାଯାଇଛି।  ନୂଆ ରେଳ ଲାଇନ ଓ ବିଦ୍ୟୁତକରଣ କାର୍ଯ୍ଯ ଦ୍ରୁତ ଗତିରେ ଚାଲୁଛି।  ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର ବଢୁଛି, ମେକ୍ ଇନ୍ ଇଣ୍ଡିଆକୁ ପ୍ରାଥମିକତା ଦିଆଯାଉଛି। ୨୮ଶହରୁ ଅଧିକ ପ୍ରତିରକ୍ଷା ଉପକରଣ ସୂଚୀ ଜାରି କରାଯାଇଛି। ଏହି ୨୮ଶହ ଉପକରଣ ବିଦେଶରୁ ନକିଣି ଦେଶରେ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବୋତ୍ତର ରାଜ୍ୟର ସବୁ ରାଜଧାନୀକୁ ରେଳ ଯୋଗାଯୋଗ ହୋଇଛି। ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨୬ରୁ ଖସି ୭୦ରେ ପହଞ୍ଚିଛି।

ଆଜିଠୁ ଅଧିବେଶନ, ୧ରେ ବଜେଟ
ନୂଆଦିଲ୍ଲୀ: ଆଜି ଠାରୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିବା ପରେ ଏହି ଅଧିବେଶନ ଆରମ୍ଭ ହେବ। ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୧୧ ତାରିଖ ଯାଏଁ ଅନୁଷ୍ଠିତ ହେବ। ଏହାପରେ ବିଭିନ୍ନ ବିଭାଗ ପାଇଁ ହୋଇଥିବା ବଜେଟ ଆବଣ୍ଟନ ସମ୍ପର୍କରେ ତର୍ଜମା ପାଇଁ ଅବକାଶ ରହିବ। ପରେ ମାର୍ଚ୍ଚ ୧୪ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ। କୋଭିଡ୍ ମହାମାରୀର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଲୋକସଭା ଏବଂ ରାଜ୍ୟସଭାର ଅଧିବେଶନ ପୃଥକ ସମୟରେ ଆୟୋଜିତ ହେବ। ବଜେଟ୍‌ ଅଧିବେଶନର ପ୍ରଥମ ଦୁଇ ଦିନରେ ଶୂନ୍ୟକାଳ ଏବଂ ପ୍ରଶ୍ନକାଳ ରହିବ ନାହିଁ। ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବୁଧବାରଠୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୭ରେ ଗୃହରେ ଆଲୋଚନାର ଜବାବ ରଖିପାରନ୍ତି। ଲୋକସଭା ସଚିବାଳୟର ଅଧିକାରୀଙ୍କ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଚାରି ଦିନ ରଖାଯାଇଛି। ଏହା ଫେବୃଆରୀ ୨ରୁ ଆରମ୍ଭ ହେବ।

ଲୋକସଭାର ବୈଠକ ଫେବୃଆରୀ ୧ ତାରିଖ ସକାଳ ୧୧ଟାରୁ ଆରମ୍ଭ ହେବ। ସେହି ଦିନ ବଜେଟ୍ ଉପସ୍ଥାପନ ହେବ। ଫେବୃଆରୀ ୨୧ରୁ ଲୋକସଭାର ଗୃହକାର୍ଯ୍ୟ ଅପରାହ୍ନ ଚାରିଟାରୁ ରାତି ନଅଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଫେବୃଆରୀ ୨ ରୁ ୪ ଦିନ ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଏବଂ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ। ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରିବେ ଏବଂ ଏହା ପରଦିନ ଅର୍ଥାତ ମଙ୍ଗଳବାର ୨୦୨୨-୨୩ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ ବୋଲି ଲୋକସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଅଧିବେଶନ କାଳରେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ଦଳଗୁଡିକ ସଜବାଜ ହେଉଥିବାରୁ ବଜେଟ ଅଧିବେଶନ ଗତ ମୌସୁମୀ ଅଧିବେଶନ ଭଳି ସରଗରମ ରହିବ ବୋଲି କୁହାଯାଉଛି। ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ,ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇସାରିଛି। ପେଗାସସ୍‌ ପ୍ରସଙ୍ଗ ଠାରୁ ଆରମ୍ଭ କରି ପୂର୍ବ ଲଦାଖରେ ଚୀନର ଅନୁପ୍ରବେଶ ଏବଂ ଚାଷୀ ସମସ୍ୟାକୁ ନେଇ କଂଗ୍ରେସ ସମଭାବାପନ୍ନ ଦଳଗୁଡିକ ସହ ଏକାଠି ହୋଇ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରିଥିବା ଜଣାପଡ଼ିଛି। ଏହାବ୍ୟତୀତ କରୋନା ପ୍ରଭାବିତ ପରିବାରଙ୍କ ପାଇଁ ରିଲିଫ ପ୍ୟାକେଜ୍, ମହଙ୍ଗା ମାଡ଼ ଏବଂ ବେରୋଜଗାର ଆଦି ପ୍ରସଙ୍ଗକୁ ନେଇ ମଧ୍ୟ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଥିବା କୁହାଯାଇଛି।