Panchayat Polls - The Sakala

ପଞ୍ଚାୟତ ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ସମୁଦାୟ ୭୧ ପ୍ରତିଶତ ଭୋଟ ଗ୍ରହଣ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ମୋଟ ୭୧ ପ୍ରତିଶତ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏହି ପର୍ଯ୍ୟାୟରେ ମୋଟ ୫୬ ଲକ୍ଷ ୫୩ ହଜାରରୁ ଅଧିକ ଭୋଟର ରହିଥିଲେ । ପଞ୍ଚୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ମୋଟ ୨୯ ଟି ଜିଲ୍ଲାର ୬୩ ଟି ବ୍ଳକର ୧୩୮୨ ଟି ଗ୍ରାମ ପଞ୍ଚାୟତରେ ୧୭୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୮,୪୯୫ ବୁଥରେ ନିର୍ବାଚନ ଶେଷ ହୋଇଅଛି ।

ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି ଯେ, ଅନ୍ୟାନ୍ୟ ସ୍ଥାନ ବ୍ୟତୀତ ମାଲକାନଗିରି ଜିଲ୍ଳାର ମାଥିଲି ଓ ପଡିଆ ବ୍ଲକ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଓ ପ୍ରବଣ ସ୍ଥାନ ହୋଇଥିଲେ ମଧ୍ୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ବିଶେଷ ଭାବରେ ମାଲକାନଗିରି ଜିଲ୍ଲାରେ ଗତ ୨ ପର୍ଯ୍ୟାୟ ଭଳି ଏ ପର୍ଯ୍ୟାୟରେ ମଧ୍ୟ ମତଦାନ ହାର ବେଶ ଉତ୍ସାହଜନକ ହୋଇଛି।

ମତଦାନ ବେଳେ ବିଞ୍ଝାରପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କମିଶନ ନିନ୍ଦା କରିଛନ୍ତି । ଦୋଷୀଙ୍କୁ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଓ ଯାଜପୁର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ନିର୍ବାଚନ କମିଶନର କହିଛନ୍ତି ।

ଜଗତସିଂହପୁର ନିର୍ବାଚନୀ ହିଂସା: ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ, ବନ୍ଦ ରହିଲା ମତଦାନ
ଜଗତସିଂହପୁର: ଜଗତସିଂହପୁର ପଟସରାରେ ନିର୍ବାଚନୀ ହିଂସା । ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ । ଜଗତସିଂହପୁର ଜିଲ୍ଲା ପଟସରା ପଞ୍ଚାୟତ ଢୋଲ ବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ଏହାସହ ୨ନମ୍ବର ବୁଥରେ ଭୋଟ ବାକ୍ସ ଭଙ୍ଗାରୁଜା କରିଛନ୍ତି କିଛି ବିଜେପି କର୍ମୀ । ୪୦ ରୁ ୫୦ ବିଜେପି କର୍ମୀ ବୁଥ ଭିତରେ ପଶି ଭୋଟ ବାକ୍ସ ସହ ସବୁ ନିର୍ବାଚନ ସାମଗ୍ରୀ ଭାଙ୍ଗି ମତଦାତାଙ୍କୁ ଠେଲି ବାହାରକୁ ବିଦା କରିଦେଇଥିବା ଦେଖିବାକୁ ମିଳିଛି । ପରାଜୟ ଭୟରେ ବୁଥରେ ପଶି ଭୋଟ ବାକ୍ସ ଭଙ୍ଗାରୁଜା କରୁଛି ବିଜେପି କର୍ମୀ ।

ଅନ୍ୟପଟେ ଜଗତସିଂହପୁର ସଦର ବ୍ଲକ ନାଥସାହିରେ ପୁଲିସ ଉପରକୁ ଆକ୍ରମଣ ହୋଇଛି। କିଛି ଯୁବକ ଭୋଜି କରୁଥିବା ବେଳେ ପୁଲିସ୍‌ ଅଟକାଇବାରୁ ଉତ୍ତେଜନା ଦେଖାଦେଇଥିଲା । ଉଭୟ ପକ୍ଷ ମଧ୍ୟରେ ବଚସା ପରେ ପୁଲିସ୍‌ ଗାଡ଼ି ଭଙ୍ଗାରୁଜା ହୋଇଛି। ଘଟଣାରେ ୨ ଜଣ ପୁଲିସ୍‌ଙ୍କ ସମେତ ୫ରୁ ଊର୍ଦ୍ଧ୍ୱ ଆହତ ବି ହୋଇଛନ୍ତି । ତେବେ ପୋଲିସ ଗାଡିକୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

ଭୋଟ୍ ଦେଉଛି କୋଟିଆ, ଚାଲିଛି ଗଣତନ୍ତ୍ରର ମହାପର୍ବ; ୧୩ଟି ବୁଥରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର
କୋରାପୁଟ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ଗ୍ରହଣ କରାଯିବ । ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷରୁ ଅଧିକ ଭୋଟର ।

କୋରାପୁଟର କୋଟିଆରେ ମଧ୍ୟ ଚାଲିଛି ଗଣତନ୍ତ୍ରର ମହାପର୍ବ । ଭୋଟ୍ ଦେଉଛନ୍ତି କୋଟିଆବାସୀ । ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ରେ ଲଢ଼ୁଛନ୍ତି ୨ ପ୍ରାର୍ଥୀ । ସରପଞ୍ଚ ପଦ ପାଇଁ ମୈଦାନରେ ଅଛନ୍ତି ୭ ଆଶାୟୀ । ୧୩ଟି ବୁଥରେ ୫ ହଜାରରୁ ଅଧିକ ଭୋଟର ମତଦାନ କରିବେ । ଆନ୍ଧ୍ରର ଷଡ଼ଯନ୍ତ୍ରକୁ ମାତ୍ ଦେଇ ନେତା ବାଛୁଛନ୍ତି ଜନତା । କୋଟିଆ ପଞ୍ଚାୟତର ୨୮ ଗାଁ’ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ମୋଟ ୫ ହଜାର ୧୯୭ ଜଣ ଭୋଟରଙ୍କ ପାଇଁ ୧୩ଟି ବୁଥ ପ୍ରସ୍ତୁତ ହୋଇଛି । ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲା ପ୍ରଶାସନର ଫୋକସରେ ରହିଛି କୋଟିଆ । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ କୋଟିଆରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ବରିଷ୍ଠ ଅଧିକାରୀମାନେ ମଧ୍ୟ କୋଟିଆକୁ ଯାଇ ସ୍ଥିତି ପରଖିଛନ୍ତି । ଅବାଧ, ମୁକ୍ତ ଓ ସୁରୁଖୁରୁରେ ନିର୍ବାଚନକୁ ଗୁରୁତ୍ବ ଦେଇଛି ପ୍ରଶାସନ । ସେପଟେ ଗତକାଲି ରାତ୍ରିରୁ ଆନ୍ଧ୍ରପ୍ରଦେଶ ସୀମା ସିଲ୍ କରିବା ସହିତ ସବୁ ଗାଡ଼ିକୁ ଯାଞ୍ଚ କରୁଛି ପ୍ରଶାସନ ।

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ମତଦାନ ସାବ୍ୟସ୍ତ କରିବେ ୬୨ ଲକ୍ଷରୁ ଅଧିକ ଭୋଟର
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷରୁ ଅଧିକ ଭୋଟର । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଭୋଟ କାର୍ଡ ନଥିଲେ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ ୧୩ଟି କାର୍ଡ ଦେଖାଇ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ । ମହିଳାଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ୩୦୬୫ ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ତେବେ ଶୃଙ୍ଖଳିତ ନିର୍ବାଚନ ପାଇଁ ନିୟୋଜିତ ହୋଇଛନ୍ତି ୨୪୦ପ୍ଲାଟୁନ ଫୋର୍ସ । ଏହା ସହିତ ୧ ହଜାର ୭୫୩ ଭ୍ରାମ୍ୟମାଣ ପାଟ୍ରୋଲିଂ ପାର୍ଟି ମଧ୍ୟ ନିୟୋଜିତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ଆମାଗୀ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସୂଚନା ଅନୁସାରେ ରାଜ୍ୟରେ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଜି ରାଜ୍ୟରେ ଅନୁଷ୍ଠିତ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ହେବ ।

ପଞ୍ଚାୟତ ନିର୍ବାଚନ: କେନ୍ଦ୍ରାପଡ଼ାର ୩୬୯୮ ବୁଥ ମଧ୍ୟରୁ ୧୫୭୨ ବୁଥ ଉତ୍ତେଜନା ପ୍ରବଣ
କେନ୍ଦ୍ରାପଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ସରଗରମ ହୋଇଛି । ଜିଲ୍ଲାର ୩୬୯୮ ବୁଥରେ ମତଦାନ ହେବ । ଏହି ବୁଥ ମଧ୍ୟରୁ ୧୫୭୨ଟି ଉତ୍ତେଜନାପ୍ରବଣ ନେଇ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଛି । ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ୧ ହଜାର ୪ଟି ଅଧିକ ଉତ୍ତେଜନାପ୍ରବଣ ଚିହ୍ନଟ ନେଇ ପ୍ରଶାସନର ନିଦ ହଜିଯାଇଛି। ଚଳିତ ନିର୍ବାଚନରେ ଅଧିକ ଉତ୍ତେଜନା ପ୍ରବଣ ସ୍ଥାନକୁ ନେଇ ପ୍ରଶାସନ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିଛି । ବ୍ୟାପକ ପୋଲିସ ମୁତୟନ ଠାରୁ ଆରମ୍ଭ କରି ଉତ୍ତେଜନା ପ୍ରବଣ ସ୍ଥାନଗୁଡିକୁ ସିସିଟିଭିରେ କଏଦ ରଖିବାକୁ ପ୍ରଶାସନ ଯୋଜନା କରିଛି । ଏହାଛଡା ମୋବାଇଲ ଟିମ ଗଠନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ମହାକାଳପଡ଼ା ଅଞ୍ଚଳରେ ସମୁଦାୟ ୪୭୪ଟି ବୁଥ ରହିଥିବାବେଳେ ୭୪ଟି ଅତି ଉତ୍ତେଜନା ପ୍ରବଣ ସ୍ଥାନ ଚିହ୍ନଟ ହୋଇଥିବାବେଳେ ୧୮୬ଟି ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଛି । ସେହିପରି ରାଜକନିକା ବ୍ଳକରେ ସର୍ବାଧିକ ବୁଥ ୪୮୪ଟି ଥିବାବେଳେ ୯୬ଟି ଉତ୍ତେଜନା ପ୍ରବଣ ରହିଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଳକରେ ସମୁଦାୟ ୪୨୨ ବୁଥରୁ ୩୪ଟି ଅତି ଉତ୍ତେଜନା ପ୍ରବଣ ଥିବାବେଳେ ୧୩୨ଟି ଉତ୍ତେଜନା ପ୍ରବଣ ରହିଛି । ମାର୍ଶାଘାଇରେ ୩୬୬ଟି ବୁଥ ରହିଥିବାବେଳେ ୬୪ଟି ଅତି ଉତ୍ତେଜନା ପ୍ରବଣ ଥିବାବେଳେ ୧୧୯ଟି ବୁଥ ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଛି । ରାଜନଗର ବ୍ଳକରେ ୩୬୩ଟି ବୁଥ ରହିଥିବାବେଳେ ୭୬ଟି ଅତି ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଥିବାବେଳେ ୧୨୬ଟି ଉତ୍ତେଜନା ପ୍ରବଣ ଚିହ୍ନଟ କରାଯାଇଛି ।

ସେହିପରି କେନ୍ଦ୍ରାପଡା ବ୍ଲକ ଅଞ୍ଚଳରେ ସମୁଦାୟ ୪୨୯ଟି ବୁଥ ରହିଥିବାବେଳେ ୯ଟି ଅତି ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଥିବାବେଳେ ୬୩ଟି ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଛି । ସେହିପରି ପାଟକୁରା ନିର୍ଵାଚନ ମଣ୍ଡଳୀରେ ୨୮୦ଟି ସମୁଦାୟ ବୁଥ ରହିଥିବାବେଳେ ସେଥିରୁ ୧୫୩ଟି ଅତି ସମ୍ବେଦନଶୀଳ ଥିବାବେଳେ ୮୪ଟି ସମ୍ବେଦନଶୀଳ ରହିଛି । ସେହିପରି ଡେରାବିଷ ଅଞ୍ଚଳରେ ୩୯୦ଟି ବୁଥ ଥିବାବେଳେ ୧୯୧ଟି ଉତ୍ତେଜନା ପ୍ରବଣ ରହିଛି । ଶେଷରେ ଆଳି ଅଞ୍ଚଳରେ ସମୁଦାୟ ୪୯୦ଟି ବୁଥ ଥିବାବେଳେ ୧୯୪ଟି ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ପଞ୍ଚାୟତ ନିର୍ବାଚନ: ବିଜେଡି ହାତରେ ‘ନବୀନ’ ଅସ୍ତ୍ର; ବିଜେପିକୁ ଆଶା ନୂଆ ଚେହେରା, କଂଗ୍ରେସର ଆଦିବାସୀ କାର୍ଡ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିବା ପାଇଁ ଭିନ୍ନ ଦଳର ଭିନ୍ନ ରଣନୀତି। କିଏ ନୂଆ ଚେହେରା ଭରସାରେ ତ କିଏ ଆଦିବାସୀ ଭୋଟରଙ୍କ ଭରସାରେ ରହିଛି। ଏହିସବୁ ଅଙ୍କକଷା ଭିତରେ ବିଜେଡି ଦଳୀୟ ସଙ୍ଗଠନ ଓ ସରକାରୀ ଯୋଜନାକୁ ପଥେୟ କରି ନିର୍ବାଚନ ଲଢୁଥିବା ବେଳେ ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଅସ୍ତ୍ରକରି ନିର୍ବାଚନ ଜିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ବଲାଙ୍ଗିର ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭୋଟ ପ୍ରତିଶତ ଆଶ୍ଚର୍ଯ୍ୟଜନକ ଭାବେ କମିଯାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ଅନେକ ପୁରୁଣା ନେତା ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଥିବାବେଳେ ସେମାନଙ୍କ ଗଣିତ ମଧ୍ୟ ଫେଲ ମାରିଥିଲା। ଫଳସ୍ୱରୂପ ବିଜେପି ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିଥିଲା। ବିଜେଡି ଗଡ଼଼କୁ ଧସେଇ ପଶିଥିବା ବିଜେପି ୩୪ଟି ଜୋନ୍‍ରୁ ୨୪ ଜୋନରେ ବିଜୟୀ ହୋଇଥିଲା। ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଆସନକୁ ପୁନଃଦଖଲ କରିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି। ବିଜେଡି ସହ କଂଗ୍ରେସ ଓ ବିଜେପି ମଧ୍ୟ ଏହି ଆସନ ଦଖଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପୁଣିଥରେ ଅଧ୍ୟକ୍ଷ ଚୌକି ହାତେଇବା ପାଇଁ ବିଜେପି ନୂଆ ଚେହେରାକୁ ଟିକଟ ଦେଇ ନିର୍ବାଚନକୁ ଓହ୍ଲାଇଛି। ସେହିଭଳି କଂଗ୍ରେସ କିଛି ଯୁବ, ମହିଳା ଓ ବରିଷ୍ଠ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ଲଢୁଥିବା ବେଳେ ବିଶେଷ କରି ଆଦିବାସୀ ଭୋଟ ହାତେଇବା ପାଇଁ ଦଳ ପ୍ରୟାସ କରୁଛି। କଂଗ୍ରେସ ହାତରେ ଅନ୍ୟ କୈାଣସି ପ୍ରସଙ୍ଗ ନ ଥିବା ବେଳେ କିଭଳି ଆଦିବାସୀ ବର୍ଗଙ୍କ ଅସନ୍ତୋଷ ବିଜେଡି ଓ ବିଜେପି ବିରୋଧରେ ଦଳ ଅସ୍ତ୍ର କରିବ ସେନେଇ ମାନସମନ୍ଥନ କରୁଛି।

ଏହି ସବୁ ଭିତରେ କିନ୍ତୁ ବିଜେଡି ଦୃଢ଼ ଦଳୀୟ ସଙ୍ଗଠନ, ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଅସ୍ତ୍ର କରିଛି। ବିଶେଷ କରି ଜାଗା ମିଶନ, ବିଜୁ ସ୍ୱାସ୍ଥ୍ୟକଲ୍ୟାଣକାରୀ ଯୋଜନା, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ସଦୃଢ଼ କାର୍ଯ୍ୟକ୍ରମକୁ ଭୋଟରଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ବିଶ୍ୱାସଭାଜନ ହେବାସହିତ ଭୋଟ ହାତେଇବାକୁ ଦଳ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ବିଜେଡି ପ୍ରାର୍ଥୀଙ୍କ ବିଜୟ ପଛରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଦଳୀୟ ନେତାମାନେ ପ୍ରକାଶ କରିଛନ୍ତି। ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୌକି ଦଖଲ କରିବା ପାଇଁ ଦୃଢ଼ ଆଶାବାଦୀ ରହିଥିବାବେଳେ ଦଳ ଭିତରେ ରହିଥିବା ନେତାଙ୍କ ସମାନ୍ତରାଳ ଗୋଷ୍ଠୀ ଏବେ ଚିନ୍ତା ବଢ଼଼ାଇଛି। ଜିଲ୍ଲାର ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ ଦୁଇଟି ସମାନ୍ତରାଳ ଗୋଷ୍ଠୀ ରହିଛନ୍ତି। ବିଧାୟକ ଓ ବିଧାୟକ ପାଇଁ ଆଶାବାଦୀ ଥିବା ନେତାଙ୍କ ସହ ପୂର୍ବତନ ସାଂସଦ କଳିକେଶ ସିଂହଦେଓଙ୍କ ସମାନ୍ତରାଳ ଗୋଷ୍ଠୀ ରହିଛନ୍ତି। ଯିଏ ଯେଉଁ ନେତାଙ୍କ ଲବିରେ ଟିକଟ ପାଇଛନ୍ତି ତାଙ୍କୁ ଅନ୍ୟ ସଙ୍ଗଠନର ସମର୍ଥକ ମାନେ ସମର୍ଥନ କରୁ ନ ଥିବା ଆଲୋଚନା ହେଉଛି। ଦଳ ଯଦି ମିଳିତ ଭାବେ ନିର୍ବାଚନ ରଣାଙ୍ଗନରେ ଲଢିବ ତେବେ ବିଜେଡି ଗତ ନିର୍ବାଚନ ଅପେକ୍ଷା ଚଳିତ ଥର ଭଲ ପ୍ରଦର୍ଶନ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।