Panchayat Politics - The Sakala

ପୁଣି ଉଷ୍ମ ହେଲା ପଞ୍ଚାୟତ ରାଜନୀତି: ଆଜି ନାଏବ ସରପଞ୍ଚ ବାଛିବେ ୱାର୍ଡ ସଭ୍ୟ
ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଆଜି ନାଏକ ସରପଞ୍ଚ ନିର୍ବାଚିତ ହେବେ । ସେହି ପଞ୍ଚାୟତର ୱାର୍ଡ ସଭ୍ୟମାନେ ପରୋକ୍ଷ ନିର୍ବାଚନ ଜରିଆରେ ନାଏବ ସରପଞ୍ଚକୁ ବାଛିବେ। ସେହିପରି ଶନିବାର ରାଜ୍ୟର ୩୧୪ଟି ବ୍ଲକର ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ସମ୍ପୃକ୍ତ ବ୍ଲକର ପଞ୍ଚାୟତ ସମିତିର ସଭ୍ୟ ମାନେ ଅଧ୍ୟକ୍ଷ ଚୟନ କରିବେ । ଅନୁରୂପ ଭାବେ ରବିବାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ ହେବାକୁ ଯାଉଛି। ତେଣୁ ପୌର ରାଜନୀତି ମଧ୍ୟରେ ପଞ୍ଚାୟତ ରାଜନୀତି ପୁଣି ଉଷ୍ମ ହେବାକୁ ଯାଉଛି।

ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପଞ୍ଚାୟତସ୍ତରରେ ନିଯୁକ୍ତ ହୋଇଥବା ନିର୍ବାଚନ ଅଧିକାରୀ ପ୍ରାର୍ଥୀମାନଙ୍କୁ ନାମାଙ୍କନ ପତ୍ର ପ୍ରଦାନ କରିବେ। ୧୧ଟାରୁ ୧୧ଟା ୩୦ ମିନିଟ୍ ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀପତ୍ର ଚାହିଁଲେ ପ୍ରାର୍ଥୀ ଚାହିଁଲେ ପ୍ରତ୍ୟାହାର କରିପାରିବେ। ଯଦି ଭୋଟ ଗ୍ରହଣ ଆବଶ୍ୟକ ହୁଏ, ତେବେ ମଧ୍ୟାହ୍ନ ୧୨ଟାରୁ ୧ ଘଟିକା ପର୍ଯ୍ୟନ୍ତ ନାଏବ ସରପଞ୍ଚ ପଦ ପାଇଁ ଭୋଟ ଗ୍ରହଣ କରାଯିବ । ମତଦାନ ପରେ ମତଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି। ଏହି ପ୍ରକ୍ରିୟାକୁ ସୁରୁଖୁରରେ ସମ୍ପାଦନ ପାଇଁ କମିସନଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନାଏବ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ/ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ନିର୍ବାଚନ ନେଇ ଗତ ଫେବୃୟାରୀ ୧୫ ତାରିଖରେ ବିଧ୍ଵବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଚଳିତ ମାସ ୨୩ ତାରିଖରେ ବ୍ଲକ ଉପାଧ୍ୟକ୍ଷ ଏବଂ ୨୫ ତାରିଖରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେଇ ଭୋଟ ଗ୍ରହଣ କରାଯିବ। ଉପରୋକ୍ତ ପଦ ଗୁଡ଼ିକ ପାଇଁ ନିର୍ଦ୍ଧାରିତ ସମୟରେ ପୂର୍ବାହ୍ନ ୧୦ଟା ୩୦ ମିନିଟରୁ ୧୧ଟା ୩୦ ମିନିଟ୍ ମଧ୍ୟରେ ନାମାଙ୍କନ ପତ୍ର ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ଠାରୁ ଗ୍ରହଣ କରି ଆଶାୟୀ ମାନେ ପୂରଣ କରିବେ | ୧୧ଟା ୩୦ ମିନିଟ୍‌ରୁ ୧୨ଟା ୩୦ ମିନିଟ୍ ମଧ୍ୟରେ ନାମାଙ୍କନ ପତ୍ର ଗୁଡ଼ିକ ଯାଞ୍ଚ କରାଯିବ। ସେହିପରି ଅପରାହ୍ନ ୧ଟା ୩୦ ମିନିଟ୍‌ରୁ ୪ ଘଟିକା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଏହି ପଦଗୁଡ଼ିକ ପାଇଁ ପରୋକ୍ଷ ନିର୍ବାଚନ ହେଉଥିବାରୁ ନିର୍ବାଚନରେ ଅଂଶଗ୍ରହଣ ପାଇଁ ଥିବା ସଭ୍ୟ/ ସଭ୍ୟ କିମ୍ବା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀମାନେ କେହି ଗୃହ ବାହାରକୁ ଯାଇପାରିବେ ନାହିଁ ।

ପଞ୍ଚାୟତ ନିର୍ବାଚନର ପଶାପାଲିରେ ବାଜି ଲାଗିଛି ସମ୍ପର୍କ; ଗୋଟିଏ ପଦ ପାଇଁ ଲଢ଼ୁଛନ୍ତି ତିନି ଯାଆ
ଖଇରା : ଚଳିତ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲ୍ଲା ଗର୍ସଙ୍ଗ ଜିଲ୍ଲା ପରିଷଦ ଜୋନ୍‍ରେ ସାମ୍ନାସାମ୍ନି ହୋଇଛନ୍ତି ୩ ଯାଆ। ବିଜେଡିରୁ ସୁଷମା ମହାପାତ୍ର, ବିଜେପିରୁ ମିନାକ୍ଷୀ ମହାପାତ୍ର ଓ କଂଗ୍ରେସରୁ ବୀଣାପାଣି ଶୁକ୍ଳ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତିି। ଏହି ୩ ପ୍ରାର୍ଥୀଙ୍କ ଘର ଗର୍ସଙ୍ଗ କାନ୍ଥିସାହିରେ। ବିଜେଡିର ସୁଷମା ୨ଥର ଜିଲ୍ଲା ପରିଷଦ ସଭ୍ୟା ଭାବେ ବିଜୟୀ ହୋଇଥିବା ବେଳେ ଏଥର ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛନ୍ତି। ଗତ ୨୦୧୭ରେ ନିର୍ବାଚନ ଲଢ଼ିଥିବା ଭାଜପାର ମିନାକ୍ଷୀ ପୁନର୍ବାର ଚଳିତଥର ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଛନ୍ତି। ସେହିଭଳି କଂଗ୍ରେସରୁ ବୀଣାପାଣି ନୂଆମୁହଁ ହୋଇଥିବା ବେଳେ କଂଗ୍ରେସର ଆଦର୍ଶ ଓ ବିଚାରଧାରାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବାକୁ ସେ ଆଶା ରଖିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ପାଇଁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଜେପି ପ୍ରାର୍ଥୀଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଓ ଯୁବନେତା ନୀଳମାଧବ ପଣ୍ଡା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରାକ୍ତନ ଏମ୍‍ପି ତଥା ପୂର୍ବତନ ରାଜ୍ୟ ଉପସଭାପତି ଅନନ୍ତ ପ୍ରସାଦ ସେଠୀ ପ୍ରଚାରର ମଙ୍ଗ ଧରିଛନ୍ତି। ଗର୍ସଙ୍ଗରେ କଂଗ୍ରେସର ସ୍ଥିତି ପ୍ରାୟତଃ ଭଲ ଥିଲେ ହେଁ ଅନ୍ୟ ୭ଟି ପଞ୍ଚାୟତରେ ସଙ୍ଗଠନ ସୁଦୃଢ ନ ଥିବାରୁ ଲଢେଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବାର ସମ୍ଭାବନା ଅଧିକ। ରପେୟା, ବଡଜୟୀପୁର, ମାଣିତ୍ରୀ ଭଳି କିଛି ପଞ୍ଚାୟତରେ ବିଜେଡି ଭୋଟକୁ ଭାଗ କରି ନିଜ ପକ୍ଷକୁ ନେବାକୁ ବିଜେପି ପ୍ରାର୍ଥୀ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।

ପଞ୍ଚାୟତ ନିର୍ବାଚନ: ରାଜନୈତିକ ମୈଦାନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ମା’-ଝିଅ ମଧ୍ୟରେ ଲଢେଇ
ବାଲେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମୈଦାନରେ ପ୍ରତିଦ୍ୱନ୍ଦ୍ୱିତାରେ ବିଭିନ୍ନ ସମ୍ପର୍କୀୟ ପ୍ରାର୍ଥୀ ସାମନାକୁ ଆସୁଛି। ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ୱାର୍ଡ଼ ସଭ୍ୟ ପଦ ପାଇଁ ମା’ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଭାବରେ ଅବତୀର୍ଣ୍ଣ ହୋଇଥିବାବେଳେ ଝିଅ ବିଜେପି ସମର୍ଥିତ ପ୍ରାର୍ଥୀ ହୋଇଛନ୍ତି। ଶକୁନ୍ତଳା ଦଳେଇଙ୍କ ପାରିବାରିକ ସ୍ଥିତି ସେତେ ସ୍ୱଚ୍ଛଳ ନୁହେଁ। ଅନ୍ୟମାନଙ୍କ ଘରେ କାମ କରି ସେ ନିଜ ଜୀବନ ବିତାଉଛନ୍ତି। ଅନ୍ୟପକ୍ଷରେ ଝିଅ ଗୌରୀମଣି ଦଳେଇ ବିବାହିତ ଓ ନିଜ ପୈତୃକ ଜମିରେ ବସବାସ କରୁଛନ୍ତି। ତାଙ୍କ ସ୍ୱାମୀ ଜଣେ ରାଜମିସ୍ତ୍ରୀ।

ଏହି ପରିପ୍ରେକ୍ଷୀରେ ସଦର ବ୍ଳକ ଅନ୍ତର୍ଗତ ଆଙ୍କ ଗ୍ରାମର ୪ନମ୍ୱର ୱାର୍ଡରେ ମା ଶକୁନ୍ତଳା ଦଳେଇ(୫୪) କଂଗ୍ରେସ ସମର୍ଥିତ ଭାବେ ୱାର୍ଡ ସଭ୍ୟ ଲଢ଼ୁଥିବା ବେଳେ ଝିଅ ଗୌରୀଙ୍କ ସହ ମୁକାବିଲା ଲାଗି ପ୍ରସ୍ତୁତ ହୋଇଛନ୍ତି। ଏପରି ସ୍ଥିତିରେ ଶକୁନ୍ତଳାଙ୍କ ଜ୍ୱାଇଁ ତଥା ଗୌରୀଙ୍କ ସ୍ୱାମୀ ଅଡ଼ୁଆରେ ପଡ଼ିଛନ୍ତି। ବିଡ଼ମ୍ବନା ହେଉଛି ଏହି ୱାର୍ଡ଼ଟି ଅନୁସୂଚୀତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ। ୱାର୍ଡ଼ରେ ଏହି ବର୍ଗର ମାତ୍ର ଦୁଇଜଣ ମହିଳା ଅଛନ୍ତି। ଜଣେ ଶକୁନ୍ତଳା ଓ ଅନ୍ୟ ଜଣେ ଗୌରୀ। କଂଗ୍ରେସ ଓ ବିଜେପି ଉଭୟଙ୍କୁ ପ୍ରାର୍ଥୀ କରି ଦେଇଥିବାରୁ ବିଜେଡି ପାଇଁ ଆଉ ପ୍ରାର୍ଥୀ ମିଳିଲେ ନାହିଁ।

ପଞ୍ଚାୟତ ନିର୍ବାଚନ: ବିଜେଡି ହାତରେ ‘ନବୀନ’ ଅସ୍ତ୍ର; ବିଜେପିକୁ ଆଶା ନୂଆ ଚେହେରା, କଂଗ୍ରେସର ଆଦିବାସୀ କାର୍ଡ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିବା ପାଇଁ ଭିନ୍ନ ଦଳର ଭିନ୍ନ ରଣନୀତି। କିଏ ନୂଆ ଚେହେରା ଭରସାରେ ତ କିଏ ଆଦିବାସୀ ଭୋଟରଙ୍କ ଭରସାରେ ରହିଛି। ଏହିସବୁ ଅଙ୍କକଷା ଭିତରେ ବିଜେଡି ଦଳୀୟ ସଙ୍ଗଠନ ଓ ସରକାରୀ ଯୋଜନାକୁ ପଥେୟ କରି ନିର୍ବାଚନ ଲଢୁଥିବା ବେଳେ ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଅସ୍ତ୍ରକରି ନିର୍ବାଚନ ଜିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ବଲାଙ୍ଗିର ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭୋଟ ପ୍ରତିଶତ ଆଶ୍ଚର୍ଯ୍ୟଜନକ ଭାବେ କମିଯାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ଅନେକ ପୁରୁଣା ନେତା ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଥିବାବେଳେ ସେମାନଙ୍କ ଗଣିତ ମଧ୍ୟ ଫେଲ ମାରିଥିଲା। ଫଳସ୍ୱରୂପ ବିଜେପି ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିଥିଲା। ବିଜେଡି ଗଡ଼଼କୁ ଧସେଇ ପଶିଥିବା ବିଜେପି ୩୪ଟି ଜୋନ୍‍ରୁ ୨୪ ଜୋନରେ ବିଜୟୀ ହୋଇଥିଲା। ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଆସନକୁ ପୁନଃଦଖଲ କରିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି। ବିଜେଡି ସହ କଂଗ୍ରେସ ଓ ବିଜେପି ମଧ୍ୟ ଏହି ଆସନ ଦଖଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପୁଣିଥରେ ଅଧ୍ୟକ୍ଷ ଚୌକି ହାତେଇବା ପାଇଁ ବିଜେପି ନୂଆ ଚେହେରାକୁ ଟିକଟ ଦେଇ ନିର୍ବାଚନକୁ ଓହ୍ଲାଇଛି। ସେହିଭଳି କଂଗ୍ରେସ କିଛି ଯୁବ, ମହିଳା ଓ ବରିଷ୍ଠ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ଲଢୁଥିବା ବେଳେ ବିଶେଷ କରି ଆଦିବାସୀ ଭୋଟ ହାତେଇବା ପାଇଁ ଦଳ ପ୍ରୟାସ କରୁଛି। କଂଗ୍ରେସ ହାତରେ ଅନ୍ୟ କୈାଣସି ପ୍ରସଙ୍ଗ ନ ଥିବା ବେଳେ କିଭଳି ଆଦିବାସୀ ବର୍ଗଙ୍କ ଅସନ୍ତୋଷ ବିଜେଡି ଓ ବିଜେପି ବିରୋଧରେ ଦଳ ଅସ୍ତ୍ର କରିବ ସେନେଇ ମାନସମନ୍ଥନ କରୁଛି।

ଏହି ସବୁ ଭିତରେ କିନ୍ତୁ ବିଜେଡି ଦୃଢ଼ ଦଳୀୟ ସଙ୍ଗଠନ, ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଅସ୍ତ୍ର କରିଛି। ବିଶେଷ କରି ଜାଗା ମିଶନ, ବିଜୁ ସ୍ୱାସ୍ଥ୍ୟକଲ୍ୟାଣକାରୀ ଯୋଜନା, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ସଦୃଢ଼ କାର୍ଯ୍ୟକ୍ରମକୁ ଭୋଟରଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ବିଶ୍ୱାସଭାଜନ ହେବାସହିତ ଭୋଟ ହାତେଇବାକୁ ଦଳ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ବିଜେଡି ପ୍ରାର୍ଥୀଙ୍କ ବିଜୟ ପଛରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଦଳୀୟ ନେତାମାନେ ପ୍ରକାଶ କରିଛନ୍ତି। ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୌକି ଦଖଲ କରିବା ପାଇଁ ଦୃଢ଼ ଆଶାବାଦୀ ରହିଥିବାବେଳେ ଦଳ ଭିତରେ ରହିଥିବା ନେତାଙ୍କ ସମାନ୍ତରାଳ ଗୋଷ୍ଠୀ ଏବେ ଚିନ୍ତା ବଢ଼଼ାଇଛି। ଜିଲ୍ଲାର ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ ଦୁଇଟି ସମାନ୍ତରାଳ ଗୋଷ୍ଠୀ ରହିଛନ୍ତି। ବିଧାୟକ ଓ ବିଧାୟକ ପାଇଁ ଆଶାବାଦୀ ଥିବା ନେତାଙ୍କ ସହ ପୂର୍ବତନ ସାଂସଦ କଳିକେଶ ସିଂହଦେଓଙ୍କ ସମାନ୍ତରାଳ ଗୋଷ୍ଠୀ ରହିଛନ୍ତି। ଯିଏ ଯେଉଁ ନେତାଙ୍କ ଲବିରେ ଟିକଟ ପାଇଛନ୍ତି ତାଙ୍କୁ ଅନ୍ୟ ସଙ୍ଗଠନର ସମର୍ଥକ ମାନେ ସମର୍ଥନ କରୁ ନ ଥିବା ଆଲୋଚନା ହେଉଛି। ଦଳ ଯଦି ମିଳିତ ଭାବେ ନିର୍ବାଚନ ରଣାଙ୍ଗନରେ ଲଢିବ ତେବେ ବିଜେଡି ଗତ ନିର୍ବାଚନ ଅପେକ୍ଷା ଚଳିତ ଥର ଭଲ ପ୍ରଦର୍ଶନ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।