INDvsBAN - The Sakala

ଦ୍ୱିତୀୟ ଟେଷ୍ଟ: ଭାରତର ଘାତକ ବୋଲିଂରେ ଧରାଶାୟୀ ବାଂଲାଦେଶ, ପ୍ରଥମ ଇନିଂସରେ ୨୨୭ ରନରେ ଅଲଆଉଟ୍
ଢାକା: ବାଂଲାଦେଶର ଢାକାସ୍ଥିତ ଶେର-ଏ ବାଂଲା ନ୍ୟାସନାଲ ଷ୍ଟାଡିୟମଠାରେ ଆଜିଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମୁକାବିଲା ଖେଳାଯାଉଛି । ୨ୟ ଟେଷ୍ଟରେ ବାଂଲାଦେଶ ଭାରତର ଘାତକ ବୋଲିଂକୁ ସାମ୍ନା କରି ନପାରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଫଳରେ ଦଳ ପ୍ରଥମ ଇନିଂସରେ ମାତ୍ର ୨୨୭ ରନରେ ଅଲଆଉଟ ହୋଇଯାଇଛି । ଭାରତର ଦ୍ରୁତ ବୋଲର ଉମେଶ ଯାଦବ ଓ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୪ଟି ଲେଖାଏ ୱିକେଟ ନେଇ ବାଂଲାଦେଶ ବ୍ୟାଟିଂ ଲାଇନ ଅପ୍‌କୁ ବିପର୍ଯ୍ୟସ୍ତ କରି ଦେଇଛନ୍ତି।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ମୋମିନୁଲ ହକଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ । ଦଳର ଦୁଇ ଓପନର ଜାକିର ହାସାନ ଓ ନାଜମୁଲ ହୋସେନ ସାଣ୍ଟୋ ଏକ ଭଲ ଆରମ୍ଭ କରିଥିଲେ ବି ତାହାକୁ ବଡ଼ ସ୍କୋରରେ ପରିବର୍ତ୍ତନ କରିପାରିନଥିଲେ । ତେବେ ୩ୟ ସ୍ଥାନରେ ଆସିଥିବା ମୋମିନୁଲ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରିଥିଲେ । ସେ ୮୪ ରନ କରି ଅଶ୍ବିନଙ୍କ ବଲରେ ଆଉଟ ହୋଇଥିଲେ । ସେ ଗୋଟିଏ ପଟ କ୍ରିଜରେ ଛିଡ଼ା ହୋଇଥିବାବେଳେ ଅନ୍ୟପଟେ ବ୍ୟାଟ୍ସମ୍ୟାନମାନଙ୍କ ଯିବା ଆସିବା ଲାଗି ରହିଥିଲା । ମୋମିନୁଲଙ୍କୁ ଆଉଟ କରିବା ପରେ ସେହି ସମାନ ଓଭରର ୫ମ ବଲରେ ଅଶ୍ୱିନ ଶେଷ ବ୍ୟାଟର ଭାବେ ଖାଲେଦ ଅହମଦଙ୍କୁ ଆଉଟ କରି ବାଂଲାଦେଶ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ମୋମିନୁଲ ଲଢ଼େଇ କରିଥିଲେ ମଧ୍ୟ ବାଂଲାଦେଶ ୧୪ ରନରେ ଶେଷ ୫ ୱିକେଟ ହରାଇବାରୁ ଦଳ ୨୨୭ ରନରେ ଅଟକି ଯାଇଛି । ଲିଟନ ଦାସ ୨୫ ଓ ମୁସଫିକୁର ରହିମ ୨୬ରନ କରିଥିଲେ ।

ଅନ୍ୟପକ୍ଷରେ ଆଜି ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ କୌଣସି ୱିକେଟ୍ ନ ହରାଇ ୧୯ ରନ୍ ସଂଗ୍ରହ କରିଛି। ଅଧିନାୟକ କେ ଏଲ୍ ରାହୁଲ ୩ ରନ୍ (୩୦ ବଲ୍) ଓ ଶୁବମନ ଗିଲ୍ ୧୪ ରନ୍ (୨୦ ବଲ୍) କରି ଅପରାଜିତ ରହିଛନ୍ତି। ଚଟୋଗ୍ରାମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ଭାରତ ୧୮୮ ରନରେ ଜିତିଥିଲା । ଦୁଇ ମ୍ୟାଚ୍ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି ।

ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ୱକପ୍‍ ମ୍ୟାଚ୍‍; ବାଂଲାଦେଶକୁ ଭେଟିବ ଭାରତ
କଟକ: ଚଳିତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‍ ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍‍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ଘରୋଇ ମାଟିରେ ୩ୟ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଚଳିତ ବିଶ୍ୱକପ୍‍ ରେ ଭାରତ ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ନେପାଳ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏବେ ୫ ପଏଣ୍ଟ ହାସଲ କରି ଭାରତ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି। ଅପରପାର୍ଶ୍ବରେ ବାଂଲାଦେଶ ୪ଟି ମ୍ୟାଚ୍‍ରୁ ୩ଟି ବିଜୟ ସହିତ ୬ ପଏଣ୍ଟ ପାଇ ଟେବଲ ଶୀର୍ଷରେ ରହିଛି। ବାରବାଟୀରେ ଭାରତ ବିଜୟୀ ହୋଇ ପଏଣ୍ଟ ଟେବଲ ଶୀର୍ଷକୁ ଫେରିବାକୁ ଚେଷ୍ଟା କରିବ।

‘ପୂର୍ବରୁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ଓଡ଼ିଶାରେ ୨ଟି ଅନ୍ତର୍ଜାତୀୟ ମ୍ୟାଚ୍‍ ଖେଳି ଉଭୟ ମ୍ୟାଚରେ ବିଜୟ ହାସଲ କରିଛି। ଏଣୁ ବାରବାଟୀରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଜୟ ହେବୁ ବୋଲି ଆଶାବାଦୀ ରହିଛୁ। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସବୁବେଳେ ସହଯୋଗର ହାତ ବଢ଼ାଇଛି । ୨୦୧୪ ମସିହାରେ ବାରବାଟୀରେ ଭାରତୀୟ ଦଳ ୨୦ଦିନର ଶିବିର ଶେଷ କରି ବିଶ୍ୱକପ୍‍ ରେ ଯୋଗ ଦେଇଥିଲା। ସେହିବର୍ଷ ଦଳ ବିଶ୍ୱକପ୍‍ ବିଜୟୀ ହୋଇଥିଲା। ଏଣୁ ବାରବାଟୀ ଷ୍ଟାଡିୟମ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ପାଇଁ ଏକ ଲକି ଭେୁନ୍ୟ’ ବୋଲି ସୋମବାର ଅପରାହ୍ନରେ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳ ଅଧିନାୟକ ଅଜୟ କୁମାର ରେଡ୍ଡୀ କହିଛନ୍ତି। କାଭି ଓଡ଼ିଶାର ସଭାପତି ଜାଫର ଇକବାଲ ଏହି ଅବସରରେ ଉପସ୍ଥିତ ରହିଥିଲେ।

ଆଜି ଭାରତ-ବାଂଲାଦେଶ ମଧ୍ୟରେ ଅନ୍ତିମ ଦିନିକିଆ; କ୍ଲିନ ସୁଇପ ଏଡ଼ାଇବା ଲକ୍ଷ୍ୟରେ ଭାରତ
ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ । ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଦୀପକ ଚହର ଆହତ ହୋଇଥିଲେ। ସେହିପରି ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଡେବ୍ୟୁ କରିଥିବା କୁଲଦୀପ ସେନ ମଧ୍ୟ ଆହତ ହୋଇଥିଲେ। ଏଥିପାଇଁ ଏହି ୩ ଖେଳାଳି ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରୁ ବାଦ ପଡ଼ିଛନ୍ତି।

ଆଜିର ମ୍ୟାଚରେ କେ.ଏଲ ରାହୁଲଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ । ପୂର୍ବରୁ ଗତ ଦୁଇଟି ମ୍ୟାଚ ହାରି ବ୍ୟାକ ଫୁଟରେ ଅଛି ଭାରତ । ଭାରତ ଶେଷ ମ୍ୟାଚ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରୁଥିବାବେଳେ ସେପଟେ ଆଜିର ମ୍ୟାଚ୍ ଜିତି ସିରିଜ ପୋଛିନେବାକୁ ରଣନୀତି କରିଛି ଘରୋଇ ବାଂଲାଦେଶ ଟିମ୍ । ଆଗକୁ ଦିନିକିଆ ବିଶ୍ୱକପ୍ ଥିବାରୁ ଭାରତକୁ ସ୍ଥିତି ସୁଦୃଢ଼ କରିବାକୁ ପଡ଼ିବ ।

ଲଗାତାର ଫ୍ଲପ୍ ହେଉଛି ଟିମ୍ ଇଣ୍ଡିଆ । ଏସିଆ କପ୍ ଓ ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ବାଂଲାଦେଶଠୁ ସିରିଜ୍ ହାରିଛି । ସବୁଠୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇକୁ ଟିମର ଏପରି ପ୍ରଦର୍ଶନ ପାଇଁ ସମାଲୋଚନା କରାଯାଇଛି । ଟିମରେ ପରିବର୍ତ୍ତନ ପାଇଁ ଲଗାତାର ଦାବି କରାଯାଉଛି । ନିକଟରେ ବିସିସିଆଇ ମଧ୍ୟ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରି ନୂଆ କମିଟି ଗଠନ ପାଇଁ ନିଷ୍ପତ୍ତି ନେଇଥିଲା ।

ପ୍ରତିଶୋଧ ନେଲା ଭାରତ; ବାଂଲାଦେଶକୁ ହରାଇ ଅଣ୍ଡର-୧୯ ବିଶ୍ୱକପ୍ ସେମିଫାଇନାଲରେ ଭାରତ
ଆଣ୍ଟିଗୁଆ: ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ । ୨୦୨୦ ଅଣ୍ଡର-୧୯ ବିଶ୍ୱକପ ଫାଇନାଲର ପରାଜୟର ବଦଲା ନେଇଛି ଭାରତ । ଡିଫେଣ୍ଡିଂ ଚାମ୍ପିଅନ ବାଂଲାଦେଶକୁ ପାଞ୍ଚ ୱିକେଟରେ ପରାସ୍ତ କରି ଭାରତ ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛି । ବାଂଲାଦେଶ ଗତ ବିଶ୍ୱକପ ଫାଇନାଲ ମ୍ୟାଚ୍‌ରେ ଭାରତକୁ ହରାଇ ପ୍ରଥମଥର ଚାମ୍ପିୟନ ହୋଇଥିଲା।

ଏହି ବିଜୟରେ ଭାରତୀୟ ବୋଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଫଳରେ ବାଂଲାଦେଶ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ଆଣ୍ଟିଗୁଆର କୁଲିଜ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରି ମ୍ୟାନ୍ ଅଫ୍ ଦି ମ୍ୟାଚରେ ରବି କୁମାରଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ କୁ ମାତ୍ର ୧୧୧ ରନରେ ଅଲ୍ଆଉଟ୍ କରିଥିଲା । ଏହାର ଜବାବରେ ଭାରତ ମାତ୍ର ୫ ୱିକେଟ୍ ହରାଇ ୩୦.୫ ଓଭରରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। । ତେବେ ୧୧୨ ରନ୍‌ର ଟାର୍ଗେଟକୁ ଜବାବରେ ଟିମ୍ ଇଣ୍ଡିଆର ଆରମ୍ଭ ଭଲ ହୋଇନଥିଲା ଏବଂ ହର୍ଣ୍ଣୁର ସିଂ ଖାତା ଖୋଲିବା ପୂର୍ବରୁ ହିଁ ପାଭିଲିୟନ ଫେରିଯାଇଥିଲେ ।

ତେବେ ଅଙ୍ଗ୍କ୍ରିଶ୍ ରଘୁବଂଶୀ ଏବଂ ଉପଅଧିନାୟକ ଶେଖ ରସିଦ ଦ୍ୱିତୀୟ ୱିକେଟ୍ ପାଇଁ ୭୦ ରନ ଭାଗିଦାରୀ ଯୋଡ଼ି ଭାରତର ବିଜୟ ପଥ ପରିଷ୍କାର କରିଥିଲେ | ରଘୁବଂଶୀ ୭ଟି ଚୌକା ସାହାଯ୍ୟରେ ୬୫ ବଲରେ ୪୪ ରନ୍ ସଂଗ୍ରହ କରିଥିବାବେଳେ ରସିଦ୍ ୨୬ ରନ୍ ସଂଗ୍ରହ କରିଥିଲେ। ୩୧ତମ ଓଭରରେ ଜିତିବା ପାଇଁ ଭାରତକୁ କେବଳ ଗୋଟିଏ ରନ୍ ଆବଶ୍ୟକ ଥିବାବେଳେ ଅଧିନାୟକ ୟଶ ଧୂଲ ଏବଂ କୌଶଳ ତାମ୍ବେଙ୍କ ଯୋଡି କ୍ରିଜରେ ଉପସ୍ଥିତ ଥିଲେ।

ତାମ୍ବେ ବ୍ୟାଟିଂ ଶେଷରେ ଥିବାବେଳେ ଧୂଲ ଅଣ-ଷ୍ଟ୍ରାଇକରଙ୍କ ଶେଷରେ ଠିଆ ହୋଇଥିଲେ। ଅଧିନାୟକ ରାକିବୁଲ ହାସନଙ୍କ ଓଭରରେ ଏକ ବିଶାଳ ଛକା ମାରି ତାମ୍ବେ ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ତାମ୍ବେ ୧୮ଟି ବଲରୁ ଗୋଟିଏ ଛକା ସହାୟତାରେ ଅପରାଜିତ ୧୧ ରନ୍ କରିଥିବାବେଳେ ଅଧିନାୟକ ଧୂଲ୍ ୨୬ଟି ବଲରୁ ୪ଟି ଚୌକା ସହାୟତାରେ ୨୦ ରନ୍ କରି ଅପରାଜିତ ରହିଥିଲେ।