Richest Person - The Sakala

ଇତିହାସ ରଚିଲେ ଏଲନ୍ ମସ୍କ; ସମ୍ପତ୍ତି ଟପିଲା ୬୦୦ ବିଲିୟନ ଡଲାର, ଦିନକରେ ବଢ଼ିଲା ୧୫ ଲକ୍ଷ କୋଟି ଟଙ୍କା
ନ୍ୟୁୟର୍କ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୬୦୦ ବିଲିୟନ ଡଲାର ବା ପ୍ରାୟ ୫୪.୫୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏତେ ବିପୁଳ ପରିମାଣର ସମ୍ପତ୍ତିର ମାଲିକ ହେବାରେ ସେ ବିଶ୍ୱର ପ୍ରଥମ ବ୍ୟକ୍ତି ପାଲଟିଛନ୍ତି।

ମସ୍କଙ୍କ ମହାକାଶ ଗବେଷଣା ସଂସ୍ଥା 'ସ୍ପେସ୍-ଏକ୍ସ'ର ଭାଲ୍ୟୁଏସନ୍ ୮୦୦ ବିଲିୟନ ଡଲାରରେ ପହଞ୍ଚିବା ଏବଂ ଆଗାମୀ ଆଇପିଓ (IPO) ଖବର ପରେ ମସ୍କଙ୍କ ସମ୍ପତ୍ତି ଗୋଟିଏ ଦିନରେ ପ୍ରାୟ ୧୬୮ ବିଲିୟନ ଡଲାର (୧୫ ଲକ୍ଷ କୋଟି ଟଙ୍କା) ବୃଦ୍ଧି ପାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ମସ୍କ ଗୋଟିଏ ଦିନରେ ଯେତିକି ରୋଜଗାର କରିଛନ୍ତି, ତାହା ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି (୧୧୦ ବିଲିୟନ ଡଲାର) ଠାରୁ ମଧ୍ୟ ଅଧିକ।

ବର୍ତ୍ତମାନ ମସ୍କଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୩୮ ବିଲିୟନ ଡଲାରରେ ପହଞ୍ଚିଛି। ଇନସାଇଡର୍ ସେୟାର୍ ବିକ୍ରି ପରେ ସ୍ପେସ୍-ଏକ୍ସ ବିଶ୍ୱର ସବୁଠାରୁ ମୂଲ୍ୟବାନ ଘରୋଇ କମ୍ପାନୀ ପାଲଟିଛି। ଏହି କମ୍ପାନୀରେ ମସ୍କଙ୍କର ୪୨% ଅଂଶଧନ ରହିଛି। ଫୋର୍ବସ୍ ଅନୁଯାୟୀ, ଯଦି କମ୍ପାନୀ ଆମେରିକୀୟ ଷ୍ଟକ୍ ମାର୍କେଟରେ ସଫଳତାର ସହ ତାଲିକାଭୁକ୍ତ ହୁଏ, ତେବେ ମସ୍କ ବିଶ୍ୱର ପ୍ରଥମ 'ଟ୍ରିଲିୟନେୟାର' (Trillionaire) ହୋଇପାରନ୍ତି।

କେବଳ ସ୍ପେସ୍-ଏକ୍ସ ନୁହେଁ, ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଏବଂ ଏଆଇ କମ୍ପାନୀ xAI ମଧ୍ୟ ମସ୍କଙ୍କ ସମ୍ପତ୍ତି ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୨୦୨୫ ବର୍ଷରେ ଟେସଲାର ସେୟାର ମୂଲ୍ୟ ୧୩% ବୃଦ୍ଧି ପାଇଛି। ଟେସଲାରେ ଥିବା ମସ୍କଙ୍କ ୧୨% ଅଂଶଧନର ମୂଲ୍ୟ ବର୍ତ୍ତମାନ ୧୯୭ ବିଲିୟନ ଡଲାର ରହିଛି। ସେହିପରି ତାଙ୍କର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍ xAI ମଧ୍ୟ ୨୩୦ ବିଲିୟନ ଡଲାର ଭାଲ୍ୟୁଏସନରେ ନୂତନ ପୁଞ୍ଜି ସଂଗ୍ରହ କରିବାକୁ ଯାଉଛି।

ଏଲନ୍ ମସ୍କ ମାତ୍ର ୧୨ ବର୍ଷ ବୟସରେ କମ୍ପ୍ୟୁଟର ପ୍ରୋଗ୍ରାମିଂ ଶିଖି ଏକ ଭିଡିଓ ଗେମ୍ ତିଆରି କରି ୫୦୦ ଡଲାରରେ ବିକ୍ରି କରିଥିଲେ। ପରବର୍ତ୍ତୀ ସମୟରେ ସେ Zip-2 ଏବଂ PayPal ଭଳି କମ୍ପାନୀ ପ୍ରତିଷ୍ଠା କରି ବିକ୍ରି କରିଥିଲେ। ସେଠାରୁ ମିଳିଥିବା ଅର୍ଥକୁ ବିନିଯୋଗ କରି ସେ ଆଜି ସ୍ପେସ୍-ଏକ୍ସ, ଟେସଲା ଏବଂ ନ୍ୟୁରାଲିଙ୍କ ଭଳି ବିଶ୍ୱସ୍ତରୀୟ କମ୍ପାନୀ ଛିଡ଼ା କରିପାରିଛନ୍ତି।

ହୁରୁନ୍‌ ବିଶ୍ବ ଧନୀ ତାଲିକା, ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ
ନୁଆଦିଲ୍ଲୀ: ହୁରୁନ ବିଶ୍ବ ଧନୀ ତାଲିକା ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀ ଏବେ ଦେଶର ସବୁଠୁ ଧନୀ ବ୍ୟକ୍ତି। ଗୌତମ ଆଦାନୀ ଏହି ସୂଚୀରେ ୨୩ତମ ସ୍ଥାନକୁ ଖସିଯାଇଛନ୍ତି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୮୨ ବିଲିୟନ ଡଲାର ରହିଥିବାବେଳେ ଗୌତମ ଆଦାନୀ ଓ ତାଙ୍କ ପରିବାର ପାଖରେ ୫୩ ବିଲିୟନ ଡଲାରର ସମ୍ପତ୍ତି ରହିଛି। ଗତ ଏକ ବର୍ଷ ମଧ୍ୟରେ ଉଭୟ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇଛି। ଏହି ସମୟରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୨୦ ପ୍ରତିଶତ ହ୍ରାସ ଘଟିଛି। ସେହିପରି ଗୌତମ ଆଦାନୀଙ୍କ ସମ୍ପତ୍ତିରେ ୩୫ ପ୍ରତିଶତ ହ୍ରାସ ଘଟିଛି। ସାଇରସ ପୁନାୱାଲା ଓ ଶିବ ନାଦର ପରିବାର ଯଥାକ୍ରମେ ତାଲିକାର ୪୬ ଓ ୫୦ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସ୍ୱର୍ଗତ ରାକେଶ ଝୁନଝୁନୱାଲା, ତାଙ୍କ ପତ୍ନୀ ରେଖା ଝୁନଝୁନୱାଲା ଏବଂ ତାଙ୍କ ପରିବାର ପ୍ରଥମଥର ପାଇଁ ସ୍ଥାନ ପାଇଛନ୍ତି।

୨୦୨୩ ମସିହାର ତାଲିକାରେ ମୋଟ ୩୩୧୨ ଅରବପତି ସ୍ଥାନ ପାଇଛନ୍ତି। ଏଥିରେ ଆମେରିକା, ଚୀନ୍ ଓ ଭାରତର ସବୁଠାରୁ ଅଧିକ ଅରବପତି ରହିଛନ୍ତି। ଭାରତର ୧୮୭ ଅରବପତି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେଥିମଧ୍ୟରୁ ୧୬ ଜଣ ଅରବପତି ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ହୁରୁନ ରିପୋର୍ଟ ଅନୁଯାୟୀ, ଭାରତରେ ରହୁଥିବା ଅରବପତିମାନଙ୍କର ପସନ୍ଦର ସ୍ଥାନ ହେଉଛି ଦେଶର ଅର୍ଥିକ ରାଜଧାନୀ ମୁମ୍ବଇ।  ମୁମ୍ବାଇ ହେଉଛି ଦେଶର ଏକମାତ୍ର ସହର, ଯେଉଁଠାରେ ଦେଶର ପ୍ରାୟ ଏକ ତୃତୀୟାଂଶ ଅରବପତି ରହୁଛନ୍ତି। ମୁମ୍ବଇରେ ରହୁଥବା ଅରବପତିଙ୍କ ସଂଖ୍ୟା ବାଙ୍ଗାଲୋରରେ ରହୁଥିବା ଅରବପତିଙ୍କ ତୁଳନାରେ ତିନି ଗୁଣ ଅଧିକ। ଏଥିସହିତ ଦିଲ୍ଲୀ ତୁଳନାରେ ଏହା ଦୁଇଗୁଣରୁ ଅଳ୍ପ କମ୍। ମୁମ୍ବଇରେ ୬୬ ଜଣ ଅରବପତି ରହୁଛନ୍ତି। ଯାହା ଦେଶର ମୋଟ ଅରବପତିଙ୍କ ସଂଖ୍ୟାର ଏକ ତୃତୀୟାଂଶ।  ରାଜଧାନୀ ଦିଲ୍ଲୀରେ ୩୯ ଜଣ ଏବଂ  ବେଙ୍ଗାଲୁରୁରେ  ୨୧ ଜଣ ଅରବପତି ବାସ କରୁଛନ୍ତି। ବର୍ତ୍ତମାନ ଦେଶରେ ୧୮୭ ଅରବପତି ରହୁଛନ୍ତି।

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ହେଲେ ଭାରତର ସବୁଠୁ ଧନୀ ବ୍ୟକ୍ତି
ନୂଆଦିଲ୍ଲୀ: ଗତ ଦୁଇ ଦିନ ଧରି ଭାରତୀୟ ଷ୍ଟକ୍ ମାର୍କେଟରେ ରିଲାଏନ୍ସର ସେୟାରଗୁଡିକ ହ୍ରାସ ପାଉଛି । ଏହି କାରଣରୁ ମୁକେଶ ଅମ୍ବାନୀଙ୍କ ରୋଜଗାରରେ ମଧ୍ୟ ବଡ଼ ହ୍ରାସ ଘଟିଛି । ଅନ୍ୟପକ୍ଷେ ଗୌତମ ଆଦାନୀ ଆୟ କ୍ଷେତ୍ରରେ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଛନ୍ତି ଏବଂ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଫୋର୍ବସର ରିଅଲ ଟାଇମ ନେଟ୍ ଭାଲ୍ୟୁ ଅନୁଯାୟୀ ଆଦାନୀଙ୍କ ସମ୍ପତ୍ତି ୯୦ ବିଲିୟନ ଡଲାର (୬.୭୨ ଲକ୍ଷ କୋଟି) ହୋଇଥିବାବେଳେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୮୯.୮ ବିଲିୟନ ଡ଼ଲାର (୬.୭୧ ଲକ୍ଷ କୋଟି) ଆକଳନ କରାଯାଇଛି। ରୋଜଗାର ଦୃଷ୍ଟିରୁ ଏହି ତଥ୍ୟ ଅନୁଯାୟୀ ଆଦାନୀ ବିଶ୍ୱରେ ୧୧ ତମ ସ୍ଥାନରେ ରହିଛି।

ଫୋର୍ବସ୍ ର ରିଅଲ୍ ଟାଇମ୍ ତଥ୍ୟ ଅନୁଯାୟୀ, ଡିସେମ୍ବର ୩୧ ସୁଦ୍ଧା ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୭୮ ବିଲିୟନ ଡ଼ଲାର୍ (୫.୮୨ ଲକ୍ଷ କୋଟି) ଥିଲା ଯାହା ଜାନୁଆରୀ ୧୮, ୨୦୨୨ ରେ ୯୩ ବିଲିୟନ ଡ଼ଲାର୍ (୬.୯୫ ଲକ୍ଷ କୋଟି) କୁ ବୃଦ୍ଧି ପାଇଥିଲା। ଏହି ସମୟରେ ଅର୍ଥାତ୍ ଜାନୁୟାରୀ ୨୫ରେ ଆଦାନୀଙ୍କ ନିଟ୍ ମୂଲ୍ୟ ୯୦ ବିଲିୟନ ଡ଼ଲାର୍ (୬.୭୨ ଲକ୍ଷ କୋଟି) ରହିଛି । ସେହି ଅନୁଯାୟ ନୂଆ ବର୍ଷଠାରୁ ଆଦାନୀଙ୍କ ନେଟ୍ ମୂଲ୍ୟରେ ଦୈନିକ ୬,୦୦୦ କୋଟିରୁ ଅଧିକ ବୃଦ୍ଧି ଘଟୁଛି ।