Pegasus Spyware - The Sakala

‘ନ୍ୟୁୟର୍କ ଟାଇମ୍ସ’ର ଖୁଲାସା: ୨୦୧୭ରେ ଇସ୍ରାଏଲ ଠାରୁ ପେଗାସସ୍ ସ୍ପାଏୱେୟାର କିଣିଥିଲେ ଭାରତ ସରକାର !
ନୂଆଦିଲ୍ଲୀ: ସ୍ପାଏୱେୟାର ମାମଲାରେ ହୋଇଛି ନୂଆ ଖୁଲାସା । ଏଭଳି ସାଂଘାତିକ ଖୁଲାସା କରିଛି ‘ନ୍ୟୁୟର୍କ ଟାଇମ୍ସ’ ।ଭାରତ-ଇସ୍ରାଏଲ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଡିଲର ଏକ ଅଂଶ ଥିଲା ପେଗାସସ୍ । ଇସ୍ରାଏଲ ସହ ପ୍ରାୟ ୨ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ୨୦୧୭ରେ ଭାରତ ସରକାର ଇସ୍ରାଏଲର ଗୁପ୍ତଚର ସଫ୍ଟୱେର ପେଗାସସ୍ ଏବଂ ଏକ କ୍ଷେପଣାସ୍ତ୍ର ସିଷ୍ଟମ୍ କିଣିଥିଲେ। ‘ଦି ନ୍ୟୁୟର୍କ ଟାଇମ୍ସ’ର ଏକ ରିପୋର୍ଟରେ ଏହି ଖୁଲାସା ପରେ କେନ୍ଦ୍ରର ମୋଦି ସରକାର ଉପରେ ବିରୋଧୀ ପୁଣି ଆକ୍ରମଣ କରିଛନ୍ତି । ଗତ ବର୍ଷ ଏକ ବଡ଼ ବିବାଦ ଆରମ୍ଭ ହୋଇଥିଲା ପେଗାସସ୍ ଭାରତ ସମେତ ବିଭିନ୍ନ ଦେଶରେ ସାମ୍ବାଦିକ, ମାନବାଧିକାର କର୍ମୀ, ରାଜନେତା ଏବଂ ଅନ୍ୟମାନଙ୍କ ଉପରେ ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥିବା ନେଇ ବିଶ୍ବର କିଛି ଅଗ୍ରଣୀ ଗଣମାଧ୍ୟମକୁ ନେଇ ଏକ ସଂସ୍ଥା ଖୁଲାସା କରିବା ପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ଏହି ଗୁପ୍ତଚର ସଫ୍ଟୱେରକୁ ଇସ୍ରାଏଲର ଏନ୍ଏସ୍ଓ ଗ୍ରୁପ୍ ତିଆରି କରିଛି |

”ଦି ନ୍ୟୁୟର୍କ ଟାଇମ୍ସ’ ଏହାର ରିପୋର୍ଟରେ କହିଛି ଯେ ଇସ୍ରାଏଲ୍ ଫାର୍ମ ଏନ୍ଏସ୍ଓ ଗ୍ରୁପ୍ ଏହାର ସ୍ପାଏୱେୟାର ସଫ୍ଟୱେୟାରକୁ ସବସ୍କ୍ରିପସନ୍ ଆଧାରରେ ସାରା ବିଶ୍ୱରେ ଆଇନ ଶୃଙ୍ଖଳା ତଥା ଗୁପ୍ତଚର ସଂସ୍ଥାକୁ ବିକ୍ରି କରୁଛି। ଏହି ସ୍ପାଏୱେୟାର ଯାହା କରିପାରୁଛି ତାହା ଅନ୍ୟ କେହି କରିପାରିବ ନାହିଁ ବୋଲି ଏହାର ନିର୍ମାତା ଏନ୍ଏସ୍ଓ ଗ୍ରୁପ୍ ଦାବି କରିଛି। ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ କୌଣସି ଆଇଫୋନ୍ କିମ୍ବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନକୁ ଅତି ସହଜ ଓ ଫୋନ୍ ବ୍ୟବହାରକାରୀଙ୍କ ଅଜାଣତରେ ହ୍ୟାକ୍ କରାଯାଇପାରିବ । ‘ନ୍ୟୁୟର୍କ ଟାଇମ୍ସ’ ଏହାର ରିପୋର୍ଟରେ ଜୁଲାଇ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ମୋଦି ଇସ୍ରାଏଲ ଗସ୍ତରେ ଯିବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଥିଲେ।

ପେଗାସସ୍ ମାମଲା ସମ୍ପ୍ରତି ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି । ସୁପ୍ରିମକୋର୍ଟଙ୍କ ଦ୍ଵାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି ଏହି ମାମଲାର ତଦନ୍ତ କରୁଛି ।