Indian Govt - The Sakala

ଭାରତ ସରକାରଙ୍କ ସର୍ତ୍ତରେ ଅସନ୍ତୁଷ୍ଟ ଏଲନ୍‌ ମସ୍କ; ଭାରତରେ ନିର୍ମାଣ ହେବନି ଟେସ୍‌ଲା
ନୂଆଦିଲ୍ଲୀ: ଭାରତରେ ନିର୍ମାଣ ହେବନି ନିବେଶକ ଏଲନ୍‌ ମସ୍କଙ୍କ ଟେସ୍‌ଲା। କାରଣ ଭାରତ ସରକାର କମ୍ପାନୀ ସହ ରଖିଥିବା ସର୍ତ୍ତରେ ଅସନ୍ତୁଷ୍ଟ ଅଛନ୍ତି ମସ୍କ। ତେଣୁ ସେ ଭାରତୀୟ ବଜାର ଛାଡିବାକୁ ବାଧ୍ୟ ହେଉଛନ୍ତି। ଏପରିସ୍ଥଳେ ମସ୍କ ଏବେ ଅନ୍ୟ ବଜାର ଉପରେ ଦୃଷ୍ଟି ନିବଦ୍ଧ କରିଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଭାରତ ସରକାର ଟେସ୍‌ଲା ପାଇଁ ଆମଦାନୀ ଶୁଳ୍କ ଛାଡ କରିବାକୁ ରାଜି ହୋଇନାହାନ୍ତି।

ମୋଦି ସରକାର ରଖଥିବା ସର୍ତ୍ତ ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କୁ ଅସନ୍ତୁଷ୍ଟ କରିଛି। ଏଣୁ ସେ ଭାରତ ବଜାର ଉପରୁ ନଜର ହଟାଇ ଅନ୍ୟ ବଜାର ଉପରେ ନଜର ପକାଇବା ଆରମ୍ଭ କରିଛନ୍ତି। ଭାରତ ସରକାର ଦେଶରେ ଇଲେକ୍ଟ୍ରିକ କାର ନିର୍ମାଣ କରି ବିଦେଶ ରପ୍ତାନୀ ପାଇଁ ସବୁ ପ୍ରକାର ସୁବିଧା ଦେବାକୁ ରାଜି ଅଛନ୍ତି। ହେଲେ ମସ୍କଙ୍କ କମ୍ପାନୀ ଏହି ପ୍ରସ୍ତାବକୁ ସ୍ୱୀକାର କରୁନାହିଁ। ଅନ୍ୟପକ୍ଷରେ ଭାରତ ବଜାରକୁ ନଜରଅନ୍ଦାଜ କରି ଅନ୍ୟ ବଜାର ଉପରେ କମ୍ପାନୀ ଫୋକସ୍‌ କରୁଛି।

ଭାରତରେ ଟେସ୍‌ଲାର ସୁପର ଚାର୍ଜର ନେଟୱାର୍କ ଦାୟିତ୍ୱରେ ଅବସ୍ଥାପିତ ନିଶାନ୍ତ ପ୍ରସାଦଙ୍କ ଲିଙ୍କଡ୍‌ଇନ ପ୍ରୋଫାଇଲ ଇତିମଧ୍ୟରେ ବଦଳିଯାଇଛି। ଭାରତ ପରିବର୍ତ୍ତେ ତାଙ୍କୁ କମ୍ପାନୀ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଚାର୍ଜିଂ ଅପରେସନ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଟେସ୍‌ଲାର ଭାରତରେ ଅବସ୍ଥାପିତ ପ୍ରଥମ କର୍ମଚାରୀ ମନୋଜ ଖୁରାନାଙ୍କୁ କାଲିଫର୍ଣ୍ଣିଆରେ ଅବସ୍ଥାପିତ କରାଯାଇଛି। ଏଥିରୁ ମସ୍କ ଭାରତୀୟ ବଜାରରୁ ତାଙ୍କର ନଜର ହଟାଇଥିବା ସ୍ପଷ୍ଟ ହୋଇଯାଇଛି। ଭାରତରେ କାରବାର ପାଇଁ ଟେସ୍‌ଲା ଉପରେ ସରକାର ପ୍ରଥମେ ଆମଦାନୀ ଶୁଳ୍କ ହଟାନ୍ତୁ ବୋଲି ମସ୍କ ଦାବି କରୁଛନ୍ତି। ତେବେ କେନ୍ଦ୍ର ସରକାର କୌଣସି ଏକ ଗାଡ଼ି କମ୍ପାନୀ ଲାଗି ଏପରି ପ୍ରାଥମିକତା ଦିଆଯାଇପାରିବନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି।

ମସ୍କ ଭାରତରେ ଟେସ୍‌ଲା ନିର୍ମାଣ ଲାଗି ଆଗ୍ରହୀ ବୋଲି ପ୍ରଥମରୁ କହିଆସୁଛନ୍ତି। ହେଲେ ଇଲେକ୍ଟ୍ରୋନିକ ଗାଡ଼ି ଉପରେ ଭାରତ ଦେଉଥିବା ଆମଦାନୀ ଶୁଳ୍କ ବିଶ୍ୱର କୌଣସି ଦେଶଠାରୁ ସବୁଠୁ ଅଧିକ ବୋଲି ସେ କହିଛନ୍ତି। ଭାରତରେ ଏବେ ୪୦ ହଜାର ଡଲାର ଅର୍ଥାତ ୩୦ ଲକ୍ଷ ଟଙ୍କାରୁ ଅଧିକ ମହଙ୍ଗା କାର ଲାଗି ୧୦୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରାଯାଉଛି। ଏଥିରେ ସିପିଂ ଖର୍ଚ୍ଚ ଓ ବୀମା ଆଦି ମଧ୍ୟ ସାମିଲ। ସେହିପରି ୪୦ ହଜାର ଡଲାରରୁ କମ ମୂଲ୍ୟର କାରରେ ୬୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ ହେଉଥିବାରୁ ଆମେରିକାରେ ଶସ୍ତା ଲାଗୁଥିବା କାର ଭାରତରେ ଅନେକ ମହଙ୍ଗା ହୋଇଯାଉଛି। ମସ୍କଙ୍କ କହିବା କଥା ହେଲା ଭାରତରେ ଆମ ଉତ୍ପାଦ ଆଣିବା ଲାଗି ଆମକୁ ସରକାରଙ୍କ ଆହ୍ବାନର ସମ୍ମୁଖୀନ ହେବାକୁ ପଡୁଛି। ଏ ନେଇ ସେ ଏକ ଟ୍ୱିଟ୍‌ ମଧ୍ୟ କରିଥିଲେ। ଏଥିରେ ଭାରତ ସରକାରଙ୍କ ଯୋଗୁ ଟେସ୍ଲା ଭାରତୀୟ ବଜାରରେ ଆସିପାରୁ ନ ଥିବା  ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଏକ ବୟାନରେ କହିଛନ୍ତି ଯେ ଯଦି ଭାରତରେ ନିର୍ମାଣ କରିବାକୁ ଚାହାନ୍ତି ତେବେ ଏଲନ ମସ୍କଙ୍କୁ ସ୍ୱାଗତ ବୋଲି କହିଛନ୍ତି। ଗଡକରୀ କହିଛନ୍ତି ଯେ ଭାରତ ଏକ ବଡ ବଜାର ଓ ଏଠାରୁ ରପ୍ତାନୀର ଅପାର ସୁଯୋଗ ରହିଛି। ଏଥିରୁ ତାଙ୍କୁ ଲାଭ ହେବ। କେବଳ ଭାରତ ସରକାର ନୁହନ୍ତି କେତେକ ରାଜ୍ୟ ମଧ୍ୟ ଟେସ୍‌ଲାଙ୍କୁ କାର ନିର୍ମାଣ ଲାଗି ଆମନ୍ତ୍ରଣ କରିଛନ୍ତି। ଗଡକରୀ ଗତ ଫେବୃଆରୀରେ ମଧ୍ୟ କହିଥିଲେ ଯେ ଯଦି ମସ୍କ ଭାରତ ରାସ୍ତାରେ ତାଙ୍କର କାର ଗଡୁ ବୋଲି ଚାହାନ୍ତି ତେବେ ଏଠାରେ ଆସି କାର ନିର୍ମାଣ କରନ୍ତୁ। କାରଣ କୌଣସି ଏକ ଗାଡ଼ି କମ୍ପାନୀ ଲାଗି ଦେଶ ତୁଷ୍ଟିକରଣ ନୀତି ଅବଲମ୍ବନ କରିପାରିନାହିଁ।

‘ନ୍ୟୁୟର୍କ ଟାଇମ୍ସ’ର ଖୁଲାସା: ୨୦୧୭ରେ ଇସ୍ରାଏଲ ଠାରୁ ପେଗାସସ୍ ସ୍ପାଏୱେୟାର କିଣିଥିଲେ ଭାରତ ସରକାର !
ନୂଆଦିଲ୍ଲୀ: ସ୍ପାଏୱେୟାର ମାମଲାରେ ହୋଇଛି ନୂଆ ଖୁଲାସା । ଏଭଳି ସାଂଘାତିକ ଖୁଲାସା କରିଛି ‘ନ୍ୟୁୟର୍କ ଟାଇମ୍ସ’ ।ଭାରତ-ଇସ୍ରାଏଲ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଡିଲର ଏକ ଅଂଶ ଥିଲା ପେଗାସସ୍ । ଇସ୍ରାଏଲ ସହ ପ୍ରାୟ ୨ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ୨୦୧୭ରେ ଭାରତ ସରକାର ଇସ୍ରାଏଲର ଗୁପ୍ତଚର ସଫ୍ଟୱେର ପେଗାସସ୍ ଏବଂ ଏକ କ୍ଷେପଣାସ୍ତ୍ର ସିଷ୍ଟମ୍ କିଣିଥିଲେ। ‘ଦି ନ୍ୟୁୟର୍କ ଟାଇମ୍ସ’ର ଏକ ରିପୋର୍ଟରେ ଏହି ଖୁଲାସା ପରେ କେନ୍ଦ୍ରର ମୋଦି ସରକାର ଉପରେ ବିରୋଧୀ ପୁଣି ଆକ୍ରମଣ କରିଛନ୍ତି । ଗତ ବର୍ଷ ଏକ ବଡ଼ ବିବାଦ ଆରମ୍ଭ ହୋଇଥିଲା ପେଗାସସ୍ ଭାରତ ସମେତ ବିଭିନ୍ନ ଦେଶରେ ସାମ୍ବାଦିକ, ମାନବାଧିକାର କର୍ମୀ, ରାଜନେତା ଏବଂ ଅନ୍ୟମାନଙ୍କ ଉପରେ ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥିବା ନେଇ ବିଶ୍ବର କିଛି ଅଗ୍ରଣୀ ଗଣମାଧ୍ୟମକୁ ନେଇ ଏକ ସଂସ୍ଥା ଖୁଲାସା କରିବା ପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ଏହି ଗୁପ୍ତଚର ସଫ୍ଟୱେରକୁ ଇସ୍ରାଏଲର ଏନ୍ଏସ୍ଓ ଗ୍ରୁପ୍ ତିଆରି କରିଛି |

”ଦି ନ୍ୟୁୟର୍କ ଟାଇମ୍ସ’ ଏହାର ରିପୋର୍ଟରେ କହିଛି ଯେ ଇସ୍ରାଏଲ୍ ଫାର୍ମ ଏନ୍ଏସ୍ଓ ଗ୍ରୁପ୍ ଏହାର ସ୍ପାଏୱେୟାର ସଫ୍ଟୱେୟାରକୁ ସବସ୍କ୍ରିପସନ୍ ଆଧାରରେ ସାରା ବିଶ୍ୱରେ ଆଇନ ଶୃଙ୍ଖଳା ତଥା ଗୁପ୍ତଚର ସଂସ୍ଥାକୁ ବିକ୍ରି କରୁଛି। ଏହି ସ୍ପାଏୱେୟାର ଯାହା କରିପାରୁଛି ତାହା ଅନ୍ୟ କେହି କରିପାରିବ ନାହିଁ ବୋଲି ଏହାର ନିର୍ମାତା ଏନ୍ଏସ୍ଓ ଗ୍ରୁପ୍ ଦାବି କରିଛି। ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ କୌଣସି ଆଇଫୋନ୍ କିମ୍ବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନକୁ ଅତି ସହଜ ଓ ଫୋନ୍ ବ୍ୟବହାରକାରୀଙ୍କ ଅଜାଣତରେ ହ୍ୟାକ୍ କରାଯାଇପାରିବ । ‘ନ୍ୟୁୟର୍କ ଟାଇମ୍ସ’ ଏହାର ରିପୋର୍ଟରେ ଜୁଲାଇ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ମୋଦି ଇସ୍ରାଏଲ ଗସ୍ତରେ ଯିବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଥିଲେ।

ପେଗାସସ୍ ମାମଲା ସମ୍ପ୍ରତି ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି । ସୁପ୍ରିମକୋର୍ଟଙ୍କ ଦ୍ଵାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି ଏହି ମାମଲାର ତଦନ୍ତ କରୁଛି ।