Balasore News - The Sakala
ବାଲେଶ୍ୱର ସ୍କୁଲରେ ରକ୍ତପାତ: ବାର୍ଷିକୋତ୍ସବ ବେଳେ ନବମ ଶ୍ରେଣୀ ଛାତ୍ରକୁ ଖଣ୍ଡାରେ ହାଣିଲା ଦଶମ ଶ୍ରେଣୀ ଛାତ୍ର
ବାଲେଶ୍ୱର ଜିଲ୍ଲା ରେମୁଣା ହାଇସ୍କୁଲରେ ଆଜି ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ଶିକ୍ଷା ବାତାବରଣ ବଦଳରେ ରକ୍ତପାତ ଘଟିଛି। ସ୍କୁଲ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ର, ନିଜ ଜୁନିଅର ବା ନବମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଆଜି ସ୍କୁଲରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ପରିସ୍ରାଗାର ମଧ୍ୟରେ ଏହି ଅଘଟଣ ଘଟିଥିଲା। କୌଣସି ପୂର୍ବ ବିବାଦକୁ କେନ୍ଦ୍ର କରି ଦଶମ ଶ୍ରେଣୀର ଛାତ୍ର ଜଣକ ଏକ ଖଣ୍ଡା ସାହାଯ୍ୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ମରଣାନ୍ତକ ଆକ୍ରମଣରେ ପୀଡ଼ିତ ଛାତ୍ରଙ୍କର ମୁଣ୍ଡ ଓ ପାପୁଲିରେ ଗଭୀର ଆଘାତ ଲାଗିଛି।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଫକିର ମୋହନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଖବର ପାଇ ରେମୁଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣରେ ବ୍ୟବହୃତ ଖଣ୍ଡାକୁ ଜବତ କରିଛି। ପୋଲିସ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ବିଦ୍ୟାଳୟ ପରିସର ମଧ୍ୟକୁ ମାରଣାସ୍ତ୍ର କିପରି ଆସିଲା, ତାହା ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି।
ଭୁବନେଶ୍ବର: ଫକୀରମୋହନ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି। ଲୋକସେବା ଭବନ ବାହାରେ ପୁଲିସର କଡ଼ାପହରା ଥାଇ ମଧ୍ୟ ତାକୁ ଖାତିର କରି ନାହାନ୍ତି ବିଜେଡି କର୍ମୀ। ରଣକ୍ଷେତ୍ର ପାଲଟିଛି ଲୋୟର୍ ପିଏମ୍‌ଜି। ବିଜେଡି କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗିବା ପରେ ପୁଲିସ ପକ୍ଷରୁ ସେମାନଙ୍କ ଉପରେ ପାଣି ଓ ଲୁହବୁହା ଗ୍ୟାସ୍ ମାଡ଼ କରାଯାଇଛି। ଏଣେ ଶତାଧିକ ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି କମିସନରେଟ୍ ପୁଲିସ। କେତେକ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ରଖିଛି। ଆନ୍ଦୋଳନକାରୀଙ୍କ ଦାବି ରହିଛି କି ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ନୁହେଁ ରାଜ୍ୟ ସରକାର ୨ କୋଟି ଟଙ୍କା ସହାୟତା ପ୍ରଦାନ କରନ୍ତୁ।
ଏହାସହ ଉଚ୍ଚଶିକ୍ଷାମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇସ୍ତଫା ଦିଅନ୍ତୁ। ଘଟଣାର ବିଚାରବିଭାଗୀୟ ତଦନ୍ତ ହେଉ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି।
ବ୍ରାଉନସୁଗର ବେପାରୀକୁ ଗିରଫ ବେଳେ ପୁଲିସକୁ ଆକ୍ରମଣ କଲେ ମହିଳା
ବାଲେଶ୍ବର: ସବୁ ସୀମା ଟପିଲେ ବ୍ରାଉନସୁଗର ମାଫିଆ । ବ୍ରାଉନସୁଗର ଚଢ଼ାଉ ବେଳେ ପୁଲିସ ଉପରେ ଆକ୍ରମଣ । ଆକ୍ରମଣରେ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଜଳେଶ୍ୱର ପୁଲିସ ପକ୍ଷରୁ ପଶ୍ଚିମବଙ୍ଗକୁ ବ୍ରାଉନସୁଗର ଚାଲାଣ ହେଥିବାର ଖବର ପାଇ ପ୍ରଥମେ ଆମ୍ବୁଳି ଅଠା ବାଇପାସ ନିକଟରେ ସତ୍ୟବ୍ରତ ଦାସ ନାମକ ବ୍ରାଉନସୁଗର ଚାଲାଣକାରୀକୁ ଅଟକ ରଖିଥିଲେ। ସତ୍ୟବ୍ରତ ଠାରୁ ୨୭୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ଜାହାର ଆନୁମାନିକ ମୂଲ୍ୟ ୨୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଏ ନେଇ ପୁଲିସର ଅଧିକ ତଦନ୍ତ ପରେ ସମ୍ପୃକ୍ତ ବ୍ରାଉନସୁଗର ବେପାରୀ ସେଖବାଡର ସେକ୍ ମୁକିନକୁ ଗିରଫ ପାଇଁ ଯାଇଥିଲା  । ମୁକିନକୁ ଧରିବା ସମୟରେ ୧୦ରୁ ଅଧିକ ମହିଳା ଅତର୍କିତ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଘଟଣାରେ ଦୁଇ ଜଣକୁ ଗିରଫ ରଖା ଯାଇଥିବା ସୂଚନା।
ଏତେ ଭୟଙ୍କର ଦୁର୍ଘଟଣା; ଭୟାବହତା ବର୍ଣ୍ଣନା କରିବା ପାଇଁ ସତରେ ଶବ୍ଦ ନିଅଣ୍ଟ। କିଲୋମିଟର କିଲୋମିଟର ଯାଏ ଶୁଭୁଥିଲା ଆର୍ତ୍ତଚିତ୍କାର। ଲୁହ ଲହୁ ସବୁ ଏକାକାର। ଚିତ୍କାର କରି କରି କାହାର ସ୍ବର ନିରବି ଯାଇଥିଲା ତ ଆଉ କାହାର ଚିତ୍କାର ଗଳାପାଖରେ ହିଁ ଅଟକିଯାଇଥିଲା। ଏବେ ଶହଶହ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏବେ ଆତ୍ମୀୟ ସ୍ବଜନ ସେମାନଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନାରେ ଖୋଜି ନ ପାଇବା ପରେ ଛାତିରେ ପଥର ରଖି ଶବଗଦା ଖେଳାଉଛନ୍ତି। କପଡ଼ା ଉଠାଇ ଗୋଟିଏ ପରେ ଗୋଟିଏ ମୁହଁ ଦେଖି ନିଜ ଲୋକଙ୍କୁ ପାଇଗଲା ପରେ… ଓଃ ସେ ଦୃଶ୍ୟ କହିବା କଷ୍ଟକର। ବଞ୍ଚିଯାଇଥିବା ଲୋକେ ବଡ଼ କଷ୍ଟରେ ବଖାଣୁଛନ୍ତି ସେ ଛାତିଫଟା ଅନୁଭବ।
କାନ୍ଧରେ ବୋହିଲେ, ଲୁହ ପୋଛିଲେ
ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ନିହାତି ପକ୍ଷେ ଏକ ସମୟସାପେକ୍ଷ କାର୍ଯ୍ୟ ଥିଲା। ତେବେ ଏହା ପୂର୍ବରୁ ସ୍ଥାନୀୟ ବାସିନ୍ଦାମାନେ କାହାରି ନିର୍ଦ୍ଦେଶକୁ ଅପେକ୍ଷା କିମ୍ବା ସାଜ ସରଞ୍ଜମକୁ ଉପେକ୍ଷା ନକରି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ। ଶାବଳଠାରୁ କୋଦାଳ ପର୍ଯ୍ୟନ୍ତ ସାଙ୍ଗରେ ଧରିେ ଟ୍ରେନ ଆଡ଼କୁ ମାଡ଼ି ଯାଇଥିଲେ। ଯିଏ ଯାହାର ଲାଗିପଡ଼ିଥିଲେ ଉଦ୍ଧାର କାମରେ। ସ୍ଥାନୀୟ ମହିଳାମାନେ ଟ୍ରେନ୍‌‌ ଭିତରୁ ଯେଉଁଭଳି ଭାବେ ଆହତ ଯାତ୍ରୀମାନଙ୍କୁ ଭିଡ଼ି କରି କାଢ଼ିଥିଲେ ତାହାକୁ ଦେଖିଲେ ଯେକୌଣସି ମଣିଷର ଆଖି ଉଭୟ ସୁଖ ଓ ଦୁଃଖରେ ଜକେଇ ଆସିବ। ଆତ୍ମୀୟ ସ୍ୱଜନ ଭଳି କୋଳାଇ ନେଉଥିଲେ, ବାଲଟିରେ ବୋହି ଆଣିଥିବା ପାଣି ପିଇଆ ଦେଉଥିଲେ। ସ୍ଥାନୀୟ ବାସିନ୍ଦା ତଥା ଉଦ୍ଧାର କାର୍ଯ୍ୟରେ ରାତି ତମାମ୍‌‌ ଲାଗିଥିବା ବାବୁଲ ସୋରେନଙ୍କ ସମର୍ପଣ ମନୋଭାବ ଉପସ୍ଥିତ ଲୋକଙ୍କୁ ହତବାକ୍‌‌ କରିଥିଲା। ପାଖରେ ଗାଡ଼ି ନଥିବାରୁ ଲୋକଙ୍କୁ କାନ୍ଧରେ ପକାଇ ସେ ବଜାର ପର୍ଯ୍ୟନ୍ତ ନେଇଥିଲେ। ଜଣଙ୍କ ପରେ ଜଣେ; କେତେ ଯେ ଆହତଙ୍କୁ ସେ ଟ୍ରେନ୍‌‌ରୁ ଉଦ୍ଧାର କରି ଦେବଦୂତ ସାଜିଲେ ତାହା କେବଳ ଈଶ୍ୱର ସାକ୍ଷୀ ରହିଲେ।
ଆଉ ବାଲେଶ୍ବର ଫେରିବେନି ଟିପିଏନ୍‌ଓଡିଏଲ୍‌‌ ଡିଜିଏମ୍‌‌
ଟିପିଏନଓଡିଏଲ୍‌‌ର ଡିଜିଏମ୍‌‌(ଟେକ୍ନିକାଲ୍‌‌) ନାରାୟଣ ଦାସଙ୍କ ପାଇଁ ଶୁକ୍ରବାର ଥିଲା କରମଣ୍ଡଳରେ ଶେଷ ଯାତ୍ରା। ପୂର୍ବରୁ ସେ କେନ୍ଦୁଝରରୁ ବଦଳି ହୋଇ ବାଲେଶ୍ୱରକୁ ଆସିଥିଲେ। ଭଦ୍ରକରେ ଘର କରି ରହୁଥିବା ବାଲେଶ୍ବର ଜିଲ୍ଲା ଖଇରା ନିବାସୀ ଶ୍ରୀ ଦାସ ସବୁଦିନ ଅଫିସ୍ କାମ ସାରି ବାଲେଶ୍ବରରୁ କରମଣ୍ଡଳରେ ଭଦ୍ରକ ଆସିଥା’ନ୍ତି। ଶୁକ୍ରବାର ଦିନ ସେ ବାଲେଶ୍ବର ଷ୍ଟେସନରୁ କରମଣ୍ଡଳରେ ଉଠିଥିଲେ। କିନ୍ତୁ ଭଦ୍ରକ ଘରେ ପହଞ୍ଚିବା ପୂର୍ବରୁ ବାହାନଗାଠାରେ ଅଟକି ଯାଇଥିଲା ତାଙ୍କ ଜୀବନର ଅନ୍ତିମ ଯାତ୍ରା। ତାଙ୍କ ବିୟୋଗରେ ଟାଟା ପାୱାର ପରିବାର ପକ୍ଷରୁ ଦୁଃଖ ବ୍ୟକ୍ତ କରାଯାଇଛି।
ଅଧା ରହିଗଲା ଜଗା ଦର୍ଶନ
ଟ୍ରେନ ଦୁର୍ଘଟଣା ଯୋଗୁ ଅଧା ରହିଗଲା ଜଗା ଦର୍ଶନ। ବାଲେଶ୍ବର ଭୋଗରାଇ ଅଞ୍ଚଳର ନୀଳାମ୍ବର ପାତ୍ର ଓ ତାଙ୍କ ପରିବାର କରମଣ୍ଡଳରେ ଚଢ଼ିଥିଲେ, ଭୁବନେଶ୍ବରରେ ଓହ୍ଲାଇ ପୁରୀ ଯାଇଥାନ୍ତେ ଜଗନ୍ନାଥଙ୍କ ଦର୍ଶନ ପାଇଁ। ହେଲେ ପୂରା ପରିବାର ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ନୀଳାମ୍ବର ଜୀବନ ସହ ସଂଘର୍ଷ କରୁଛନ୍ତି। ପରିବାରର ଦୁଇ ଜଣ ବାଲେଶ୍ବରରେ ଚିକିତ୍ସିତ ହେଉଥିବା ବେଳେ ଆଉ ୨ ଜଣ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ବୋଲି କହିଛନ୍ତି ନୀଳାମ୍ବରଙ୍କ ଭାଇ ସୁଧୀର।
ଅଳ୍ପକେ ବର୍ତ୍ତିଗଲୁ
ମୁଁ , ମୋ ପତ୍ନୀ ଓ ଝିଅ ଟ୍ରେନ୍‌ରେ ଗପ କରୁଥିଲୁ। ବାଲେଶ୍ବର ଷ୍ଟେସନ ପାର୍ ହେବା ମୁଁ ଦେଖିଛି। ଟିକେ ଆଖି ଲାଗିଯାଇଥିଲା, ହଠାତ୍ ଝଟ୍‌କା ଅନୁଭବ କରିଥିଲି। ଆମେ ବୁଝିପାରିଲୁନି କ’ଣ ହୋଇଛି। କିଛି ସେକେଣ୍ଡ ଭିତରେ ଅନ୍ଧାର ହୋଇଗଲା। ହଠାତ୍ ଚିତ୍କାର ଶୁଣି ଝରକା କାଚ ବାଟେ ଦେଖି ମୁଁ ଜାଣି ଥିଲି ଯେ ଟ୍ରେନ୍ ପଲଟିପଡ଼ିଯାଇଛି। ମୋ ପତ୍ନୀ ଅପର ବର୍ଥରୁ ତଳକୁ ଖସିପଡ଼ିଲେ। ଝିଅକୁ ୧୦ ମିନିଟ ପରେ ପାଇଲି। ସୌଭାଗ୍ୟରୁ ଆମ ବଗିର ସମସ୍ତେ ବଞ୍ଚିଯାଇଛନ୍ତି ବୋଲି କହିଛନ୍ତି, ସେନା କର୍ମଚାରୀ ଜ୍ୟୋତିର୍ମୟ ହାଇତି। ଘରୁ କର୍ମସ୍ଥଳକୁ ଯାଉଥିବା ବେଳେ ଏମିତି ଘଟିଥିଲା।
‘ଭୁଲ୍‌ ପାଇଁ ବଞ୍ଚିଗଲା ଜୀବନ’
ସାଧାରଣ ଟିକଟ କାଟି ଏସ ବଗିରେ ଯାତ୍ରା କରିବା ରେଳବାଇ ଆଇନ ଅନୁସାରେ ଭୁଲ୍‌ ବା ଅପରାଧ। କିନ୍ତୁ ଏହି ଭୁଲ୍ ପାଇଁ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। ଚେନ୍ନାଇ ଯିବା ପାଇଁ ସାଧାରଣ ବଗିରେ ଟିକଟ କାଟିଥିଲେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଗୋସେଇଁ ଗାଁର ଲକ୍ଷ୍ମଣ ବାରିକ। କିନ୍ତୁ ବାଲେଶ୍ବର ଷ୍ଟେସନରେ ପହଞ୍ଚିବା ବେଳକୁ ଟ୍ରେନ୍ ଚାଲିବା ଆରମ୍ଭ କରିଦେଇଥିଲା। ତରବର ହୋଇ ଏସି ବଗିରେ ଚଢ଼ିଯାଇଥିଲେ ଲକ୍ଷ୍ମଣ। ଯଦି ଏସି ବଗିରେ ଚଢ଼ି ନ ଥାନ୍ତେ; ତେବେ କାହାଣୀ କିଛି ଅଲଗା ହୋଇଥାନ୍ତା। ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି। ଟ୍ରେନ୍‌ରୁ ଓହ୍ଲାଇ ସେ ବସ୍‌ରେ ଭୁବନେଶ୍ବର ପଳାଇ ଆସିଥିଲେ। ଏବେ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ମୋବାଇଲ ହଜିଯାଇଥିବା ବେଳେ ଘରୁ ବାପା ଫୋନ୍‌ କରି କରି ଥକି ଯାଇଥିଲେ। ଆଜି ଥାନାରୁ ଫୋନ୍‌ ଯିବା ପରେ ଆଶ୍ବସ୍ତ ହୋଇଥିଲେ ବାପା।
ପରିଚୟ ଖୋଜିଲେ, କଲ୍‌‌ କରି ଜଣାଇଲେ
ସ୍ଥାନୀୟ ଶାନ୍ତି କମିଟି ଓ ସ୍ଥାନୀୟ ଯୁବକମାନେ ରାତି ତମାମ୍‌‌ ମୃତକ ଓ ଆହତଙ୍କର ପରିଚୟ ଖୋଜି ଯୋଗାଯୋଗ କରିବାରେ ଲାଗି ପଡ଼ିଥିଲେ। ଆହତଙ୍କ ମୋବାଇଲରୁ ସେମାନଙ୍କର ପରିବାର ସଦସ୍ୟଙ୍କ ନମ୍ବର କାଢ଼ି ଯୋଗାଯୋଗ କରିବା ସହ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଆହତ କେଉଁ ହସ୍ପିଟାଲରେ ଅଛନ୍ତି ଓ ତାଙ୍କର ସାମ୍ପ୍ରତିକ ସ୍ଥିତି କଣ, ତାହା ଅବଗତ କରାଇ ପରିବାର ଲୋକଙ୍କୁ ଧୈର୍ଯ୍ୟ ଦେଇଥିଲେ। ଅନେକ ଆହତଙ୍କ ପରିବାର ଲୋକଙ୍କୁ ଭିଡିଓ କଲ୍‌‌ କରି ଯୋଗାଯୋଗ କରିଥିବାର ଖବର ମଧ୍ୟ ରହିଛି। ଏସମ୍ପର୍କରେ ଜନୈକ ଆହତ ସୁବ୍ରତ ପାଲ କହିଥିଲେ ଯେ ସ୍ଥାନୀୟ ଲୋକେ ନଥିଲେ ମୁଁ ବଞ୍ଚିପାରିନଥାଆନ୍ତି। କେଉଁ ଜନ୍ମର ପୁଣ୍ୟ ମୋତେ ଏଭଳି ଲୋକଙ୍କ ସହ ଭେଟାଇଦେଲା ତାହା ମୋତେ ଜଣାନାହିଁ। ମୋ ପାଇଁ ଏମାନେ ଅସମୟର ଭଗବାନ ପାଲଟିଲେ।
ଆସିଥିଲେ ୫ ସାଙ୍ଗ; ଜଣଙ୍କ ପତ୍ତା ମିଳୁନି
ହୁଗୁଳି ଅଞ୍ଚଳର ୫ ସାଙ୍ଗ ତାପସ ହେମ୍ବ୍ରମ, ଗୋପାଳ ହେମ୍ବ୍ରମ, ରୋହିତ ହେମ୍ବ୍ରମ, ଅତନୁ କିସ୍କୁ ଓ ପ୍ରସନଜିତ୍‌ ମାଝୀ ଚେନ୍ନାଇ ଯାଉଥିଲେ କାମ କରିବା ପାଇଁ। କିନ୍ତୁ ଦୁର୍ଘଟଣା ପରେ ଜଣଙ୍କର କିଛି ପତ୍ତା ମିଳୁନି। ଗୋପାଳଙ୍କୁ ଛାଡ଼ି ଅନ୍ୟ ୪ ଜଣ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଗୋପାଳଙ୍କର କିଛି ପତ୍ତା ମିଳୁନାହିଁ। ଗୋପାଳଙ୍କ ପରିବାର ଲୋକେ ପାଗଳଙ୍କ ଭଳି ଖୋଜୁଛନ୍ତି। ବାଲେଶ୍ବର ମୁଖ୍ୟ ଡାକ୍ତରଖାନା, ତାପସ କଲ୍ୟା ମଣ୍ଡପରେ ଖୋଲିଥିବା ଅସ୍ଥାୟୀ କେନ୍ଦ୍ରରେ ଖୋଜିସାରିଲେଣି କିନ୍ତୁ କିଛି ଖୋଜଖବର ମିଳିନାହିଁ। ଆହତ ସାଙ୍ଗ ମାନେ ବି ପରିବାର ଲୋକଙ୍କୁ ପଚାରି ପଚାରି ବ୍ୟସ୍ତ କରିସାରିଲେଣି।
ପୁଅକୁ ଦେଖିବାକୁ ଆସିଥିଲେ; ଶବ ହୋଇଗଲେ
ଟ୍ରେନ୍ ଦୁର୍ଘଟଣା ଘଟିଲାନି ତ ଅନେକ ଲୋକଙ୍କ ପୃଥିବୀ ଓଲଟି ଗଲା। ତିନି ମାସର ପୁଅକୁ ଦେଖିବାକୁ ଘରକୁ ଆସିଥିଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଝିଙ୍କପଦା ପଞ୍ଚାୟତ ସୌଭାଗ୍ୟଦେଈପୁରର ରଜନୀକାନ୍ତ ବେହେରା। ଗତକାଲି କର୍ମସ୍ଥଳକୁ ଯିବା ପାଇଁ ବାଲେଶ୍ୱରରୁ ଟ୍ରେନ୍‌ରେ ଚଢ଼ିଥିଲେ। କିନ୍ତୁ ବାଲେଶ୍ବରରୁ ଦୁର୍ଘଟଣାସ୍ଥଳ ଥିଲା ତାଙ୍କ ଜୀବନର ଶେଷ ୨୪ କିଲୋମିଟର। ଦୁର୍ଘଟଣା ଖବର ପାଇବା ପରେ ବାପା ଭ୍ରମର ବେହେରା ଗତକାଲି ରାତିରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଆରମ୍ଭ କରି ବାହାନଗା ଦୁର୍ଘଟଣାସ୍ଥଳ ଯାଏ ଖୋଜିଥିଲେ। ତଥାପି ଆଶା ଥିଲା; କିନ୍ତୁ ଆଜି ବାହାନଗାରୁ ପୁଅର ଶବ ମିଳିବା ପରେ ପୂରା ଭାଙ୍ଗି ପଡ଼ିଛନ୍ତି ବାପା। ଭ୍ରମରବର କହିଛନ୍ତି, ‘ ପୁଅକୁ ବାରମ୍ବାର ମନା କରୁଥିଲି, ଯାଆନା। ରଜ ପରେ ଯିବୁ, ଘର ଲୋକଙ୍କ ସହ କିଛି ସମୟ ବିତାଇଯିବୁ। କିନ୍ତୁ ପୁଅ ମୋର ମାନିଲାନି, କାମ ଅଛି କହି ବାହାରି ଆସିଲା। ଆଉ ତାକୁ କେବେ ପାଇବିନି’।
ମା’ର ଶବ ଦେଖି ପୁଅ ହତବାକ୍‌
ବାଲେଶ୍ୱର ସଦର ବ୍ଲକ ହଳଦୀପଦା ପଞ୍ଚାୟତର ସପନିଖୁଣ୍ଟା ଗ୍ରାମର ଝରଣା ଦାସ, ବିଷ୍ଣୁପ୍ରିୟା ଦାସ ଓ ସାହାଡ଼ା ଗ୍ରାମର ହରିଶ ଦାସ ଗତକାଲି ବାଲେଶ୍ୱରରୁ କରମଣ୍ଡଳ ଟ୍ରେନରେ ଚିକିତ୍ସା ପାଇଁ କଟକ ଯାଉଥିଲେ। ବାହାନଗା ଟ୍ରେନ ଟ୍ରାଜେଡି ଖବର ପାଇ ଝରଣାଙ୍କ ପୁଅ କାହ୍ନୁଚରଣ ଦାସ ବିବ୍ରତ ହୋଇପଡ଼ିଥିଲେ। ଗତକାଲି ମାଆଙ୍କ କୌଣସି ସନ୍ଧାନ ପାଇ ନ ଥିବା ବେଳେ ଆଜି ଦୁର୍ଘଟଣାସ୍ଥଳକୁ ଆସି ମାଆଙ୍କୁ ଖୋଜାଖୋଜି କରିଥିଲେ। ପରେ ବାହାନଗା ହାଇସ୍କୁଲ ରେସ୍କ୍ୟୁ ସେଣ୍ଟରରେ ମୃତଦେହ ଠାବ କରିଥିଲେ। ମାଆର ଶବ ଦେଖି ପୁଅ କାହ୍ନୁ ହତବାକ ହୋଇପଡ଼ିଛନ୍ତି।
ପୁଅକୁ କି ଜବାବ ଦେବି ?
କଲିକାତାରୁ କରମଣ୍ଡଳ ଏକ୍ସପ୍ରେସରେ ଫେରୁଥିବା ଯାଜପୁରର ସଂଗ୍ରାମ ସାହୁଙ୍କ ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କୁ ଖୋଜି ଖୋଜି ସ୍ତ୍ରୀ ସରସ୍ୱତୀ ସାହୁ ବାହାନଗା କଂଟ୍ରୋଲ ରୁମ୍‌‌ ନିକଟରେ ପହଞ୍ଚିଥିଲେ। ସ୍ୱାମୀଙ୍କ ମୃତଦେହ ଦେଖିବା ପରେ ଭାବବିହ୍ୱଳ ହୋଇପଡ଼ିଥିଲେ ସରସ୍ୱତୀ। ପୁଅକୁ ଯାଇ ଘରେ କି ଜବାବ ଦେବି? ଯେତେବେଳେ ସେ ପଚାରିବ ବାପା କାହାନ୍ତି। ଗତକାଲି ସପ୍ଲାୟ ଜିନିଷ ଆଣିବାକୁ କଲିକାତା ଯାଇଥିଲେ। ମାର୍କେଟିଂ ସାରି ଘରକୁ ଫେରୁଥିଲେ, କିନ୍ତୁ ଘରକୁ ଶବ ହୋଇ ଫେରିବେ।
ମୋ ଭାଗ୍ୟ ଭଲ, ବଞ୍ଚିଗଲି
ଅର୍ଥୋପେଡ଼ିକ୍‌‌ ବିଭାଗର ଟ୍ରମା ୱାର୍ଡର ବାହାରେ ଚିକିତ୍ସିତ ହେଉଛନ୍ତି ପଶ୍ଚିମବଙ୍ଗର ଲାଲୁ ବାଡ଼ଇ। ବେଙ୍ଗାଲୁରୁରୁ ଘରକୁ ଫେରୁଥିଲେ, ଆଉ କେଇ ଘଣ୍ଟା ଭିତରେ ଘରେ ପହଞ୍ଚିଥାନ୍ତେ। କିନ୍ତୁ ଦୁର୍ଘଟଣା ତାଙ୍କୁ ପହଞ୍ଚାଇ ଦେଲା ଡାକ୍ତରଖାନାରେ। ସେ କହିଛନ୍ତି ମୋ ଭାଗ୍ୟଭଲ ମୁଁ ବଞ୍ଚିଗଲି। ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ପରିବାର ଲୋକଙ୍କୁ ତାଙ୍କ ସମ୍ପର୍କରେ ଜଣାଇ ଦିଆଯାଇଛି। ସେମାନେ ଆସୁଛନ୍ତି।
ଟାଟୁ ଦେଖି ଚିହ୍ନିଲେ ପରିବାର
ବାହାନଗା ଟ୍ରେନ ଦୁର୍ଘଟଣାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ସୁଗୋ ଗ୍ରାମର ୨୩ ବର୍ଷୀୟ ଗୋବିନ୍ଦ ସାହୁ। ମାର୍କେଟିଂ ପାଇଁ କଲିକତା ଯାଇଥିଲେ। କରମଣ୍ଡଳ ଏକ୍ସପ୍ରେସରେ ହାୱଡ଼ାରୁ ଚଢ଼ି ଭଦ୍ରକରେ ଓହ୍ଲାଇବାର ଥିଲା ଗୋବିନ୍ଦ। କିନ୍ତୁ ତା’ପୂର୍ବରୁ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ତାଙ୍କ ଜୀବନ ଚାଲିଗଲା। ଭୟଙ୍କର ଧକ୍କାରେ ଗୋବିନ୍ଦଙ୍କ ଚେହେରା ଚିହ୍ନିବା କଷ୍ଟ ହେଉଥିବା ବେଳେ ତାଙ୍କ ଦେହରେ ରହିଥିବା ଟାଟୁ ଦେଖି ପରିବାର ଲୋକ ଚିହ୍ନିଥିଲେ। ଘରେ ତାଙ୍କର ଦେଢ଼ ମାସର ଝିଅ। ଘରେ ଶୋକାକୁଳ ପରିବେଶ ରହିଥିବାରୁ ଶବ ଚିହ୍ନଟ ପାଇଁ ଆସିଥିବା ଗୋବିନ୍ଦଙ୍କ ମାମୁଁ ରମେଶ ଚନ୍ଦ୍ର ସାହୁ କହନ୍ତି।
ଫଟୋ ଧରି ସମ୍ପର୍କୀୟଙ୍କୁ ଖୋଜୁଛନ୍ତି ଆଲମ୍‌‌
ନିଜର ଭାଇ ଓ ସମ୍ପର୍କୀୟଙ୍କୁ ତ ପାଇଗଲେ ହେଲେ ଗାଁ ପାଖର ଜଣେ ସମ୍ପର୍କୀୟ ଭାଇଙ୍କୁ ଖୋଜି ଖୋଜି ପାଉ ନାହାନ୍ତି ଆଲମ। ‘ମୋର ନିଜ ଲୋକ ମିଳିଯାଇଛନ୍ତି। ସେମାନେ ଚିକିତ୍ସିତ ହେଉଛନ୍ତି। ହେଲେ ଆମ ଗାଁର ଆଉ ଜଣେ ସମ୍ପର୍କୀୟ ଭାଇ ଫଟୋ ଧରି କାନ୍ଦି କାନ୍ଦି ଖୋଜୁଛନ୍ତି ଆଲମ। ଯେଉଁଠି ଦୁର୍ଘଟଣା ହୋଇଥିଲା ସେଠାରେ ମଧ୍ୟ ଖୋଜୁଛି ଏବଂ ହସପିଟାଲରେ ମଧ୍ୟ ବୁଲି ବୁଲି ଖୋଜୁଛୁ। ହେଲେ କିଛି ସନ୍ଧାନ ମିଳୁନି। ତେଣୁ ମୁଁ ଫଟୋ ଧରି ଲୋକମାନଙ୍କୁ ପଚାରୁଛି’ ବୋଲି ଆଲମ୍‌‌ କହିଛନ୍ତି।
ଶବମୟ ବାହାନଗା ହାଇସ୍କୁଲ
ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଅଞ୍ଚଳବାସୀଙ୍କ ପାଇଁ ହୃଦୟ ବିଦାରକ ଥିଲା। ରାତିର ଅନ୍ଧାର ବଢ଼଼ି ଚାଲିବା ସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇଥିଲା। ଧୀରେ ଧୀରେ ବଗି ମଧ୍ୟରେ ଚାପି ହୋଇଥିବା ଯାତ୍ରୀଙ୍କୁ ଉଦ୍ଧାର କରି ବାହାନଗା ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ କ୍ୟାମ୍ପକୁ ଅଣାଯାଉଥିଲା। ଅସ୍ଥାୟୀ କ୍ୟାମ୍ପରେ ଥିବା ଡାକ୍ତରୀ ଦଳ ଯାଞ୍ଚ କରିବା ପରେ ଶବ ଗୁଡ଼ିକୁ ଚାରି ଗୋଟି କୋଠରୀରେ ରଖାଯାଉଥିଲା। ବଡ଼ ହଲ୍‌‌ରେ ଶତାଧିକ ଶବ ପଡ଼ି ରହିଛି। ଅଧିକାଂଶ ମୃତ ଯାତ୍ରୀଙ୍କ ପରିଚୟ ମିଳିପାରିନି। ଯେଉଁମାନଙ୍କ ପରିଚୟ ପାଇ ପରିବାର ଲୋକେ ଆସି ଶବକୁ ଚିହ୍ନଟ କରି ଆମ୍ବୁଲାନ୍ସ ଯୋଗେ ଘରକୁ ନେଉଥିବା ଦେଖିବାକୁ ମିଳିଛି। ବାହାନଗା ହାଇସ୍କୁଲ ଶବମୟ ହୋଇଥିବାରୁ ମୃତକଙ୍କ ପରିବାର ଲୋକ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।
କାମ ପାଇଁ ଚେନ୍ନାଇ ଯାଉଥିଲୁ
ମୋହନ ମାନ୍ନା ଓ ରୋହିତ ଦଳେଇ କାମ ପାଇଁ ହାୱାଡାରୁ ଚେନ୍ନାଇ ଯାଉଥିଲେ। ମାତ୍ର ଏହି ଟ୍ରେନ୍‌‌ ଦୁର୍ଘଟଣା ସେମାନଙ୍କୁ ଦୁଃଖ ଦେଇଗଲା। ଜୀବିକା ପାଇଁ ଯାଉଥିଲେ ହେଲେ ଅଳ୍ପକେ ଜୀବନ ବଞ୍ଚାଇ ଫେରିଲେ। ଟ୍ରେନ୍‌‌ ଦୁର୍ଘଟଣା ଯୋଗୁଁ ମୋହନଙ୍କ ହାତ ଭାଙ୍ଗିଯାଇଛି ଏବଂ ରୋହିତଙ୍କୁ ଗୁରୁତର ଆଘାତ ଲାଗିଥିବାରୁ ଅପରେସନ୍‌‌ କରାଯିବ। ତେବେ ସମୁଦାୟ ୪ ଜଣ ଏକାଠି ହୋଇ ହାୱାଡାରୁ ଟ୍ରେନ୍‌‌ ଧରିଥିଲେ। ମାତ୍ର ଭଗବାନଙ୍କ ଦୟାରୁ ସେମାନଙ୍କ ଜୀବନ ବଞ୍ଚିଯାଇଛି। ସେମାନଙ୍କ ସହ ଥିବା ଆଉ ଜଣେ ମହିଳା ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି।
ସାନଭାଇ ଆଗରେ ଚାଲିଗଲା ବଡ଼ଭାଇର ଜୀବନ
ପ୍ରତ୍ୟେକ ବାପାମାଆଙ୍କ ଇଚ୍ଛା ମୋ ପୁଅ ପାଠ ପଢ଼ି ଭଲ ମଣିଷ ହେବ ଏବଂ ଭଲ ଚାକିରିଟିଏ କରିବ। କିନ୍ତୁ ତାହା ଆଜି ସ୍ୱପ୍ନରେ ରହିଗଲା। ଦୁଇ ଭାଇଙ୍କ ପାଇଁ ପ୍ରାୟ କାଳ ଥିଲା ଶୁକ୍ରବାର। ସୂଚନାରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଜଳେଶ୍ୱରର ଶାଳିକୋଠା ବାଗେଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ଦୁଇଭାଇ କରମଣ୍ଡଳ ଏକ୍ସପ୍ରେସରେ କେନ୍ଦ୍ରାପଡ଼ା ଯାଉଥିବା ବେଳେ ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣାରେ ସାନ ଭାଇ ଆଗରେ ବଡ଼ ଭାଇର ମୃତ୍ୟୁ ହୋଇଛି। ଆଉ ଏହି ଦୁର୍ଘଟଣାରେ ସାନଭାଇ ବି ଗୁରୁତର ହୋଇଛି। ସୂଚନାଯୋଗ୍ୟ ଯେ ରାସଗୋବିନ୍ଦପୁର ଥାନା ମଙ୍ଗଳପୁର ଗାଁର ମୃତ୍ୟୁଞ୍ଜୟ ଦାସଙ୍କ ପୁଅ ଅନୁରାଗ ଓ ଦିବ୍ୟେନ୍ଦୁ ଉଭୟ ଆରୁହା ପଞ୍ଚାୟତ ଶାଳିକୋଠା ବାଗେଶ୍ୱରୀ ସଂସ୍କୃତ କଲେଜରେ ପାଠ ପଢ଼ନ୍ତି। ଉଭୟ ମଧ୍ୟ ହଷ୍ଟେଲରେ ରହନ୍ତି। ତେବେ ସାନ ଭାଇ ଦିବ୍ୟେନ୍ଦୁଙ୍କର ଆଜି କେନ୍ଦ୍ରାପଡ଼ାରେ ସିଟି ପ୍ରବେଶିକା ପରୀକ୍ଷା ଥିଲା। ବଡ଼ଭାଇ ଅନୁରାଗ ଦିବ୍ୟେନ୍ଦୁକୁ ନିଜ ସାଥିରେ ନେଇ କେନ୍ଦ୍ରାପଡ଼ା ଯାଉଥିଲେ। ସେଥିପାଇଁ ସେମାନେ ଗତକାଲି ସନ୍ଧ୍ୟାରେ ବାଲେଶ୍ୱର ଷ୍ଟେସନରୁ କରମଣ୍ଡଳ ଟ୍ରେନରେ ଚଢ଼ିଥିଲେ। ତେବେ ବାହାନଗା ନିକଟରେ ଏହି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବାରୁ ଜେନେରାଲ ବଗିରେ ଯାତ୍ରା କରୁଥିବା ଅନୁରାଗଙ୍କ ମୃତ୍ୟୁ ହୋଇଛି। ସେହିପରି ଦିବ୍ୟେନ୍ଦୁ ମଧ୍ୟ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଅନୁରାଗଙ୍କ ମୃତ୍ୟୁରେ ବାଗେଶ୍ୱରୀ ସଂସ୍କୃତ କଲେଜର ଅଧ୍ୟକ୍ଷ ଡ.ବିବେକାନନ୍ଦ ସାହୁ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ
ବାଲେଶ୍ୱର: ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ । ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି।
ସୂଚନା ଅନୁଯାୟୀ, ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵରସ୍ଥିତ ଅଫିସ, ରାୟଗଡା କସ୍ତୁରିନଗର ସ୍ଥିତ ପୈତୃକ ଘର, ବିଶାଖାପାଟନମ୍ ଛିନ୍ନଗଦିଲିସ୍ଥିତ ଫ୍ଲାଟ, ଭୁବନେଶ୍ବର ସୁନ୍ଦରପଦାରେ ଥିବା ଫ୍ଲାଟ, ମୟୁରଭଞ୍ଜ ବାରିପଦା ମୁର୍ଗାବାଡିସ୍ଥିତ ସରକାରୀ ବାସଭବନରେ ଚଢାଉ ଚାଲିଛି । ଭୁବନେଶ୍ଵର ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ରେଡ୍ ହୋଇଛି । ଏହି ଚଢାଉରେ ୩ ଜଣ ଡିଏସପି, ୧୨ ଜଣ ଇନସ୍ପେକ୍ଟର, ୨ ଜଣ ସବ୍ ଇନସ୍ପେକ୍ଟର, ୫ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।
ଚାନ୍ଦିପୁର ସମୁଦ୍ର କୂଳରେ ଗୁଳିମାଡ଼: ୧ ମୃତ, ୨ ଗୁରୁତର
ବାଲେଶ୍ବର: ଚାନ୍ଦିପୁର ସମୁଦ୍ର କୂଳରେ ଆଜି ଗୁଳିମାଡ଼ ଘଟିଛି। ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ କମଳାକାନ୍ତ ମାଝୀ ବୋଲି ଜଣାପଡ଼ିଛି। ଗୁରୁତର ଦ୍ବୟଙ୍କୁ ଉଦ୍ଧାର କରାଯାୟୀ ଚିକିତ୍ସା ପାଇଁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। । ତେବେ ଗୁଳାମାଡ଼ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସମୁଦ୍ରରେ ମାଛ ଧରୁଥିବାବେଳେ ଗୁଳା ମାଡ଼ ହୋଇଥିବା ସୂଚନା ।
ଖବର ଅନୁଯାୟୀ, ବଳରାମଗଡ଼ିରୁ ୭ ଜଣ ମାଛ ମାରିବକୁ ଯାଇଥିଲେ।
ବାଲେଶ୍ଵର:’ତୁ ହିଁ ରେ’…ଏବଂ ‘ଚୋରି କିୟା ରେ ଜିୟା’ ସଙ୍ଗୀତ ପରିବେଷଣ କରି ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ହିମେସ୍ ରଶମିୟା, ନେହା କକ୍କର ଏବଂ ବିଶାଳ ଦଦଲାନିଙ୍କ ମନ ଜିତିନେଇଛନ୍ତି ଓଡ଼ିଶା ତଥା ବାଲେଶ୍ଵରର ଜଣେ ଯୁବ କଣ୍ଠଶିଳ୍ପୀ। ନିଜର ଗୀତ ମାଧ୍ୟମରେ ବିଚାରକଙ୍କ ମନ ଜିଣିବା ସହ ନେସନାଲ୍ ପ୍ଲାଟଫର୍ମରେ ପର୍ଫମାନ୍ସ୍ ଦେଇ ଶୋତ୍ରାଙ୍କ ହୃଦୟରେ ରହିଯାଇଛନ୍ତି ସେ। କିଛି ଦିନ ହେବ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଭାଇରାଲ୍ ହେବାରେ ଲାଗିଛି ତାଙ୍କ ଗୀତ ପରିବେଷଣର କିଛି ଭିଡିଓର ଝଲକ। ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୩ ରେ ଏଥର ନଜର ଆସୁଛନ୍ତି ବାଲେଶ୍ଵର ସହର ସହଦେବଖୁଣ୍ଟାର ଯୁବ କଣ୍ଠଶିଳ୍ପୀ ପ୍ରଭୁପଦ ମହାନ୍ତି।
ପ୍ରଭୁପଦ ଜୁଲାଇ ୧୭ ରେ କୋଲକାତା ଅଡିସନ୍ ରେ ପ୍ରାୟ ୩ ହଜାର ପ୍ରତିଯୋଗୀଙ୍କୁ ପାର୍ କରିବା ପରେ ସେହି ମାସ ୨୯ ତାରିଖରେ ମୁମ୍ବାଇରେ ପ୍ରାୟ ୧୫୦ ଜଣଙ୍କୁ ପଛରେ ପକାଇ ବର୍ତ୍ତମାନ ୩୦ ଜଣଙ୍କ ମଧ୍ୟରେ ରହିଛନ୍ତି। ଅର୍ଥାତ ଟପ୍-୩୦ ଜଣଙ୍କ ମଧ୍ୟରେ ମନୋନୀତ ହୋଇ ଥିଏଟର୍ ପାଇଁ ଜୋରଦାର ପ୍ରସ୍ତୁତ କରୁଛନ୍ତି। ଏଥିରେ ମନୋନୀତ ହେଲେ ଟପ୍-୧୪ କୁ ଯିବେ ପ୍ରଭୁପଦ।
ଇଣ୍ଡିଆନ୍ ଆଇଡଲ୍ ରେ ଟପ୍-୬୦ ରୁ ଟପ୍-୩୦ କଣ୍ଠଶିଳ୍ପୀଙ୍କୁ ବଛା ସରିଛି। ଏଥିରେ ପ୍ରଭୁପଦ ମଧ୍ୟ ରହିଛନ୍ତି। ଏହାପରେ ଟପ୍-୩୦ ଙ୍କୁ ନେଇ ଚଳିତ ସପ୍ତାହରେ ଥିଏଟର୍ ରାଉଣ୍ଡ ହେବ। ତେବେ ଏହି ୩୦ ଜଣଙ୍କ ଭିତରୁ ମନୋନୀତ ହୋଇ ଆଗାମୀ ଟପ୍-୧୪ ରେ ରହିବେ। ଯେଉଁଥିପାଇଁ ଏକପ୍ରକାର ଚ୍ୟାଲେଞ୍ଜ ରହିଛି। ଏଥିପାଇଁ ପ୍ରଭୁପଦ ପ୍ରସ୍ତୁତି ମଧ୍ୟ ଜୋରଦାର କରୁଥିବା କହିଛନ୍ତି। ବର୍ତ୍ତମାନ ଟପ୍-୩୦ ଙ୍କ ମଧ୍ୟରେ ଥିଏଟର୍ ହେବ। ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ପ୍ରଭୁପଦ। ୩୦ ଜଣଙ୍କ ମଧ୍ୟରୁ ୧୪ ଜଣ କଣ୍ଠଶିଳ୍ପୀଙ୍କ ଚୟନ କରାଯାଇ ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୩ ଆଗକୁ ବଢିବ।
‘ବର୍ତ୍ତମାନ ମୁଁ ଯେଉଁ ୨୯ ଜଣ କଣ୍ଠଶିଳ୍ପୀଙ୍କୁ ସାମ୍ନା କରୁଛି ସେମାନେ ବହୁତ ପ୍ରତିଭାଶାଳୀ। ସେଥିପାଇଁ ପ୍ରତିଯୋଗିତା ତ ବହୁତ ଜୋରଦାର ହେବ। ୩୦ ରୁ ୧୪ ଜଣ ରହିବେ ଏବଂ ୧୬ ଜଣ ବାହାରିବେ। ତେଣୁ ଆଗକୁ କିଛି ବି ହୋଇପାରେ। କିନ୍ତୁ ମୁଁ ମୋର ବେଷ୍ଟ ଦେବା ପାଇଁ ଚେଷ୍ଟା କରିବି। କାରଣ ମୁଁ ଏତେ ପ୍ରତିଯୋଗିତା ସାମ୍ନା କରିଛି ହେଲେ ମୋ ପାଇଁ ଏଇଟା ସବଠୁ ଟଫ୍ କମ୍ପିଟିସନ୍’ ବୋଲି ପ୍ରଭୁପଦ କହିଛନ୍ତି। ବ୍ୟବସାୟୀ ତଥା ତବଲା ବାଦକ ଶଶିଶେଖର ମହାନ୍ତି ଏବଂ ସୁଜାତାମୟୀ ମହାନ୍ତିଙ୍କ ସାନ ପୁଅ ପ୍ରଭୁପଦ ମହାନ୍ତି। ବଡ ଭାଇ ବିଭୁପଦ ମହାନ୍ତି ବେଙ୍ଗାଲୁରୁରେ ଆଇଟି ଇଞ୍ଜିନିୟର ଅଛନ୍ତି। ପ୍ରଭୁପଦ ଡିପ୍ଲୋମା ଶେଷ କରି ବିଟେକ୍ ପଢୁଛନ୍ତି। ମ୍ୟୁଜିକାଲ ପରିବାରରୁ ୨୦୦୨ ମସିହାରେ ଜନ୍ମଗ୍ରହଣ କରିଥିବା ପ୍ରଭୁପଦଙ୍କ ପିଲାଟି ଦିନରୁ ଗୀତ ପ୍ରତି ଆଗ୍ରହ ରହିଆସିଛି। ପ୍ରଭୁପଦଙ୍କ ବାପାଙ୍କ ଜେଜେବାବା ଚାହୁଁଥିଲେ ଯେ ତାଙ୍କ ଘରେ କେହି ଜଣେ ଗୀତ ଗାଆନ୍ତୁ। ପ୍ରଭୁପଦଙ୍କ ଖେଳନା ଅପେକ୍ଷା ବାଦ୍ୟଯନ୍ତ୍ର ପ୍ରତି ଅଧିକ ଦୁର୍ବଳତା ରହିଥାଏ। ଗୀତ ଗାଇବା ସହିତ ବାଦ୍ୟଯନ୍ତ୍ର ବଜାଇବାକୁ ମଧ୍ୟ ଅଧିକ ଭଲ ପାଆନ୍ତି।
୬ ବର୍ଷ ବୟସରେ ପ୍ରଭୁପଦ ଗୁରୁ ରବି ନାରାୟଣଙ୍କଠୁ ପ୍ରଥମେ ଓଡ଼ିଶୀ ଭୋକାଲ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ତାପରେ ପ୍ରଭୁପଦ ୭ ବର୍ଷ ବୟସରେ ଜାତୀୟ ସ୍ତରରେ ୨୦୦୯ ସାରେଗାମାପା ଲିଟଲ୍ ଚାମ୍ପ୍ ରେ ଅଂଶଗ୍ରହଣ କରିଥିଲେ। ସେହି ୭ ବର୍ଷ ବୟସରେ ପ୍ରଭପଦ ଅଦନାନ୍, ଜାବେଦ ଅଲ୍ଲୀ ଏବଂ କୈଳାଶ ଖେରଙ୍କୁ ସାମ୍ନା କରିଥିଲେ। ଏହି ସିଜନ୍ ଅଜମଦ୍ ହୁସେନ୍ ବିଜେତା ହୋଇଥିଲେ। ତେବେ ସେତେବେଳେ ଅଜମଦ୍ ହୁସେନ୍ ପ୍ରଭୁପଦଙ୍କୁ ହିନ୍ଦୁସ୍ଥାନୀ ଭୋକାଲ ଶିଖିବା ପାଇଁ ପରାମର୍ଶ ଦେଇଥିଲେ। ଯାହା ଦ୍ବାରା ସେ ଭାରତର କୋଣ ଅନୁକୋଣରେ ସଙ୍ଗୀତକୁ ଅକ୍ତିଆର କରିପାରିବ। ପରଠୁ ଅର୍ଥାତ ୨୦୧୧ ମସିହାରୁ ଗୁରୁ ବନ୍ଦିତା ସାହୁଙ୍କ ନିକଟରେ ପ୍ରଭୁପଦ ହିନ୍ଦୁସ୍ତାନୀ ଭୋକାଲ ଶିକ୍ଷା ଗ୍ରହଣ କରୁଛନ୍ତି। ତାଙ୍କ ନିକଟରୁ ବିଶାରଦ ଶେଷ କରିବା ସହ ବର୍ତ୍ତମାନ ବି ଶିକ୍ଷା ଗ୍ରହଣ କରୁଛନ୍ତି।
ଲାଇଟ୍ ମ୍ୟୁଜିକ୍ ପାଇଁ ଗୁରୁ ସୁଜିତ ଭୋଇଙ୍କ ନିକଟରେ ଶିକ୍ଷା ଗ୍ରହଣ କରୁଥିବା। ଗୁରୁ ଜୟନ୍ତ କୁମାର ବେହେରାଙ୍କ ନିକଟରୁ ବାଦ୍ୟଯନ୍ତ୍ର କି-ବୋର୍ଡ ଶିକ୍ଷା ଗ୍ରହଣ କରିଛନ୍ତି ପ୍ରଭୁପଦ। ତେବେ ସଙ୍ଗୀତରେ ୪ ଜଣ ଗୁରୁଙ୍କ ସମେତ ପରିବାରର ପ୍ରେରଣା ପ୍ରଭୁପଦଙ୍କୁ ଆଗକୁ ନେଇପାରିଛି। ‘ସଙ୍ଗୀତରେ ମୋର ଯେତିକି ପରିଶ୍ରମ ତା’ଠୁ ଅଧିକ ମୋ ପରିବାରର ୪ ଗୁଣା ପରିଶ୍ରମ ରହିଛି। ମୋ ମାମୁଁ ଅନ୍ତଯ୍ୟାମୀ ଦାସ ଜଣେ ଭଲ କଣ୍ଠଶିଳ୍ପୀ। ମୋ ମାଆ ବି ଭଲ ଗୀତ ଗାଆନ୍ତି। ବାପା ଓ ଭାଇ ଜଣେ ଭଲ ତବଲା ବାଦକ। ବଡ ଭଉଣୀ(ବଡବାପାଙ୍କ ଝିଅ)ସ୍ବୟଂ ସିଦ୍ଧା ମହାନ୍ତି କଣ୍ଠଶିଳ୍ପୀ। ତାଙ୍କ ଗୀତ ମୁଁ ଛୁଆଟି ବେଳୁ ଶୁଣେ। ମୁଁ ଛୋଟବେଳୁ ବିଭିନ୍ନ ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲି। ପ୍ରାୟ ୮ ବର୍ଷ ତଳେ ଓଡ଼ିଆ ଚ୍ୟାନେଲ୍ ର ରିଏଲିଟି ସୋ ସିଙ୍ଗିଙ୍ଗ୍ ସୁପରଷ୍ଟାର ଜୁନିୟରରେ ଅଂଶଗ୍ରହଣ କରିଥିଲି। କିନ୍ତୁ ବର୍ତ୍ତମାନ ଇଣ୍ଡିଆନ୍ ଆଇଡଲ୍ ମୋ ପାଇଁ ଏକ ବଡ ଚ୍ୟାଲେଞ୍ଜ। ପୂର୍ବରୁ ସାରେଗାମାପାରେ ଭାଗ ନେଇଥିଲି। ଏବେ ଏହା ନେସନାଲ୍ ରେ ନିଜକୁ ପାଦ ରଖେଇଛି। ଲୋକଙ୍କ ଭଲପାଇବା ପାଉଛି ସେଇଟା ମୋ ପାଇଁ ମୂଲ୍ୟବାନ। ଏହାଠୁ ବଡ ଜୟ ଆଉ କିଛି ନାହିଁ।ଗୀତ ଗାଇ ଜଣକ ମନ ଜିତିବା ଏହାଠୁ ବଡ ସଫଳତା ଆଉ କିଛି ନାହିଁ। ନିଜର ବେଷ୍ଟ ହିଁ ଦେବି। ଆଗକୁ ସଙ୍ଗୀତରେ ହିଁ କ୍ୟାରିୟର କରିବାକୁ ଚାହୁଁଛି। ନିଜକୁ ପ୍ଲେ ବ୍ୟାକ୍ ସିଙ୍ଗର୍ ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଁଛି’ ବୋଲି ପ୍ରଭୁପଦ କହିଛନ୍ତି।
ସ୍ୱାମୀଙ୍କୁ ଆର୍ଥିକ ସହଯୋଗ ପାଇଁ ସ୍ତ୍ରୀଙ୍କ ପ୍ରୟାସ
ବାଲେଶ୍ଵର: ବାଲେଶ୍ଵର ନୂଆବଜାର ସ୍ଥିତ ଝଡେସ୍ୱର ମନ୍ଦିର ପାଖରେ ପଇଡ ବ୍ୟବସାୟ କରନ୍ତି ସସ୍ମିତା । ମନ୍ଦିରକୁ ଆସୁଥିବା ଭକ୍ତ ଓ ପାଖରେ ଥିବା ନର୍ସିଂହୋମକୁ ଆସୁଥିବା ଜନସାଧାରଣଙ୍କ ପଇଡ ପାଣିରେ ତୃଷ୍ଣା ମେଣ୍ଟାଇଥାନ୍ତି । ଘର ରେମୁଣା ବ୍ଲକ ଖନ୍ତାପଡା ଥାନା ମହାରାଜପୁର ପଞ୍ଚାୟତର ବାଟିଟଙ୍କି ଗାଁ । ସ୍ୱାମୀ ଗୟାଧର ବେହେରା ଅଟୋ ଚଳାଇ ରୋଜଗାର କରି ଦୁଇଝିଅ ,ଗୋଟିଏ ପୁଅ ସମେତ ପାଞ୍ଚ ପ୍ରାଣୀଙ୍କ ଚଳାଇ ଆସୁଥିଲେ ହେଲେ କରୋନା ସମୟର ଲକଡାଉନ ପାଇଁ ଘୋର ଆର୍ଥିକ ସଂକଟ ଦେଖା ଦେଇଥିଲା । ବଡ ଝିଅ ଷଷ୍ଠ ଶ୍ରେଣୀରେ ଭଲ ପାଠପଢି ନବୋଦୟ ପାଇଁ ପ୍ରସ୍ତୁତ ହେଉଥିଲେ ସୁଦ୍ଧା ଟିଉସନ ଓ ଏଣ୍ଡ୍ରୋଏଡ଼ ମୋବାଇଲ ଯୋଗାଇ ପରିବା ଦମ୍ପତିଙ୍କ ପାଇଁ ସମ୍ଭବ ହୋଇନାହିଁ । ଗୋଟିଏ ପଟେ ଲକ ଡାଉନ ସମୟରେ ଯାତ୍ରୀ ଅଭାବରୁ ଅଟୋ କିସ୍ତି ଦେବାକୁ ନାହିଁ ନଥିବା ଅସୁବିଧାକୁ ସାମ୍ନା କରିବାକୁ ପଡିଥିଲା । ଆର୍ଥୀକ ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ସସ୍ମିତା ନିଜଗାଁ ରୁ ପଇଡ ସଂଗ୍ରହ କରି ସ୍ୱାମୀ ସହ ନୀତି ଦିନ ଆସି ଝାଡେସ୍ୱର ମନ୍ଦିର ସମ୍ମୁଖରେ ଗତ ମାର୍ଚ୍ଚ ମାସ ଠାରୁ ପଇଡ ବିକ୍ରୀ ଆରମ୍ବ କରିଛନ୍ତି ।
ପ୍ରକୃତ ଅର୍ଦ୍ଧାଙ୍ଗିନୀ ହିସାବରେ ନିଜ ସ୍ୱାମୀର ପ୍ରତୀଟି ବିପଦ ପରିସ୍ଥିତିରେ ସେ ତାଙ୍କ ସହ ଛିଡା ହୋଇ ସହଯୋଗ କରୁଛନ୍ତି ବୋଲି ସସ୍ମିତା କହିଛନ୍ତି। ହସ ଖୁସିର ଛୋଟ ପରିବାରରେ ରହି ଲକ୍ଷ ଅନେକ ଅଛି କିନ୍ତୁ ପ୍ରାଥମିକ ସ୍ତରରେ ଅଟୋ କିସ୍ତି ସୁଝିବେ ଓ ଝିଅ ପାଇଁ ଖଣ୍ଡେ ଭଲ ଫୋନ କିଣିବା ତାଙ୍କର ଲକ୍ଷ । ସ୍ୱାମୀ ସହ ତିନି ବର୍ଷର ପୁଅ କୁ ନେଇ ପ୍ରତିଦିନ ସକାଳ ୯ରେ ନିଜ ଅଟୋରେ ଘରୁ ବାହାରି ଆସି ସସ୍ମିତା ପଇଡ ବିକ୍ରି କରିଥାନ୍ତି ଓ ସ୍ୱାମୀ ଭଡା ଅନୁଯାଇ ଅଟୋ ଚଲାନ୍ତି । ଘରୁ ଆଣିଥିବା ଖାଦ୍ୟ ପୁଡିଆକୁ ମଧ୍ୟାହ୍ନରେ ଖାଇ ମନ୍ଦିର ପିଣ୍ଡାରେ ବିଶ୍ରାମ ନିଅନ୍ତି । ପୁଣି ସନ୍ଧ୍ୟାରେ ମନ୍ଦିର ସାମ୍ନାକୁ ସମ୍ପୂର୍ଣ୍ଣ ପରିସ୍କାର କରି ସନ୍ଧ୍ୟାରେ ଘରକୁ ଫେରି ଯାଆନ୍ତି। ଏହି ପରିସ୍ଥିତି ରେ ମନ୍ଦିର ପୂଜକ ମାନେ ସହଯୋଗ କରିଥାନ୍ତି ଓ ମୁନ୍ସୀପାଲିଟିକୁ ବସିବା ବାବଦକୁ ୧୦ ଟଙ୍କା ଦେଇଥାନ୍ତି।
ଜୀବନରେ କାହାରି ଆଗରେ ହାତ ନପତାଇ ଆତ୍ମନିର୍ଭରଶୀଳ ହୋଇ କେଉଁ ଦିନ ୫୦ ଟଙ୍କା ଓ କେଉଁ ଦିନ ୨୦୦ ଟଙ୍କା ଲାଭ କରି ସ୍ୱାମୀଙ୍କୁ ସହଯୋଗ କରି ଖୁଶି ଅଛନ୍ତି ବୋଲି ସସ୍ମିତା କହିଛନ୍ତି। ପରିବାର ପ୍ରତିପୋଷଣ କେବଳ ସ୍ୱାମୀ ନୁହେଁ ସ୍ତ୍ରୀର ମଧ୍ୟ କର୍ତବ୍ୟ ଅଛି ଭାବି ରାଜ ରାସ୍ତା ପର୍ଯ୍ୟନ୍ତ ଓଲ୍ହାଇବାକୁ ପ୍ରସ୍ତୁତ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।