Mayurbhanj News - The Sakala

ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ଼ ଭାଇର ହୃଦଘାତ, ଏକାଠି ଜଳିବ ଦୁଇ ଭାଇଙ୍କ ଜୁଇ
ମୟୂରଭଞ୍ଜ: ସାନ ଭାଇର ମୃତ୍ୟୁ ଖବର ଶୁଣି ଚାଲିଗଲା ବଡ଼ ଭାଇର ଜୀବନ। ଏକାଠି ବଡ଼ ହୋଇଥିଲେ ଆଉ ଏବେ ଏକାଠି ଜଳିବ ଦୁଇ ଭାଇଙ୍କ ଜୁଇ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ବଳଦିଆ ଗ୍ରାମରେ। ଦୁଇ ଭାଇଙ୍କ ମଧ୍ୟରେ ଥିବା ଅନାବିଳ ସ୍ନେହ ଆଗରେ ଯେମିତି ମୃତ୍ୟୁ ବି ହାର ମାନିଯାଇଛି। ଗୋଟିଏ ପଟେ ସାନ ଭାଇ ଦୁର୍ଘଟଣାରେ ଆଖି ବୁଜିଥିବା ବେଳେ ଏହି ଦୁଃଖ ସହି ନପାରି ବଡ଼ ଭାଇ ମଧ୍ୟ ଦୁନିଆରୁ ବିଦାୟ ନେଇଛନ୍ତି।

ସଡ଼କ ଦୁର୍ଘଟଣାରେ ଗଲା ସାନ ଭାଇର ଜୀବନ

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଲସ ଟୁଡୁଙ୍କ ସାନ ପୁଅ ଲୁକାଇ ଟୁଡୁ ଗତ ମଙ୍ଗଳବାର ଦିନ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ଲୁକାଇ ମୃତ୍ୟୁବରଣ କରିଥିଲେ।

ଦୁଃଖ ସହିନପାରି ବଡ଼ ଭାଇର ହୃଦଘାତ

ଅନ୍ୟପଟେ ଲୁକାଇଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିଲା। ତେବେ ସାନ ଭାଇର ମୃତ୍ୟୁ ଖବର ଶୁଣି ଘରେ ଥିବା ବଡ଼ ଭାଇ ପାଲୁ ଟୁଡୁ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ। ଭାଇର ବିଚ୍ଛେଦକୁ ସହ୍ୟ କରି ନପାରି ସେ ହୃଦଘାତର ଶିକାର ହୋଇଥିଲେ ଏବଂ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଅସହାୟ ହୋଇପଡିଲେ ପରିବାର

ମୃତ ସାନ ଭାଇ ଲୁକାଇ ଅବିବାହିତ ଥିବା ବେଳେ ବଡ଼ ଭାଇ ପାଲୁଙ୍କ ସ୍ତ୍ରୀ ମମିତା ଏବଂ ଦୁଇ ଝିଅ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି। ଦୁଇ ଝିଅଙ୍କ ମଧ୍ୟରୁ ଜଣେ ତୃତୀୟ ଏବଂ ଅନ୍ୟ ଜଣେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି। ପରିବାରର ଉପାର୍ଜନକ୍ଷମ ବ୍ୟକ୍ତିଙ୍କୁ ହରାଇ ମମିତା ଏବେ ଝିଅମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ଏଣୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

ଦାୟିତ୍ବରେ ଅବହେଳା ପାଇଁ ଏଏସଆଇ ନିଲମ୍ବିତ ସବ ଇନି୍ସପେକ୍ଟରଙ୍କ ବଦଳି
ବାରିପଦା: ଦାୟିତ୍ବରେ ଅବହେଳା ପାଇଁ ମୟୂରଭଞ୍ଜ ଏସପି ବି ଗଙ୍ଗାଧର ଭଞ୍ଜପୁର ଥାନାର ଜଣେ ପୁଲିସ ଏଏସଆଇ ଛବିଳକାନ୍ତ ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ବେଳେ ସବ ଇନ୍ସିପେକ୍ଟର ସାବିତ୍ରୀ ଦଳେଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ।

ଏସପି ଶ୍ରୀ ଗଙ୍ଗାଧର ଅଚାନକ ଭଞ୍ଜପୁର ଥାନା ପରିଦର୍ଶନରେ ଆସିଥିବା ବେଳେ ଉପରୋକ୍ତ ୨ଜଣ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଜାଣିବାକୁ ପାଇଥିଲେ । ଏଣୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସପି କହିଛନ୍ତି ।

ବନ ବିଭାଗର ଉପରଠାଉରିଆ କାର୍ଯ୍ଯକ୍ରମ: ବନ୍ୟପ୍ରାଣୀ ସପ୍ତାହ ସରିବାର ଦିନକ ପରେ ପୁଣି ଦନ୍ତା ହାତୀ ଶିକାର
ଠାକୁରମୁଣ୍ଡା : ବିଶ୍ବ ବନ୍ୟପ୍ରାଣୀ ସପ୍ତାହ ପାଳନ ସରିବା ଦିନକ ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳରେ ଗୋଟିଏ ଦନ୍ତା ହାତୀର ଶିକାର ଘଟଣା ସମସ୍ତ ବିଧି ବ୍ୟବସ୍ଥାର ମୁଖା ଖୋଲିଦେଇଛ। ହାତୀ ମୃତ୍ୟୁ ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ  ବ୍ୟବଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିଜକୁ ରକ୍ଷା କରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଛି। ତେବେ ବନ ବିଭାଗର ଖାମ ଖିଆଲ ନୀତି, ଲୋକସମ୍ପର୍କର ଅଭାବ ଯୋଗୁଁ ତଥା ମାଫିଆଙ୍କ ସହ ନିବିଡ଼ ସମ୍ପର୍କ ପାଇଁ ହାତୀ ମୃତ୍ୟୁ ଅଭିଯୋଗ ଉଠିଛି।

ବଣ୍ୟପ୍ରାଣୀ ସପ୍ତାହ ନସରୁଣୁ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ବନ ବିଭାଗର ଉପରଠାଉରିଆ କାର୍ଯ୍ଯକ୍ରମ ଉପରେ ଅଙ୍ଗୁଳି ନିର୍ଦେଶ କରୁଛି। ତେବେ ହାତୀଟି ଗୁଳି ଖାଇ ଜଙ୍ଗଲ ବାହାରକୁ ଆସି ଗାଁ ପାଖରେ ମରି ପଡିଥିବା କୁହାଯାଉଛି। ହାତୀ ପଡିଥିବା ଜାଗାରେ ଉପର ପଟକୁ କୌଣସି କ୍ଷତ ନଥିବାରୁ ଏହା ଗୁଳି କିମ୍ବା ବିଷ ପ୍ରୟୋଗରୁ ମୃତ୍ୟୁ ସଠିକ ଜଣାପଡିନାହିଁ। ଠାକୁରମୁଣ୍ଡା ବନାଞ୍ଚଳ ଚମ୍ପାଝର ସେକ୍ସନର ଭେଜିଡିହା ବିଟର ମଙ୍ଗଳକଚାରେ ହାତୀଟି ଜୀବନ ହାରିଥିବା ଦେଖାଯାଇଛି । ହାତୀ ମୃତ୍ୟୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି। ବ୍ୟବଛେଦ ପରେ ପ୍ରକୃତ ତଥ୍ୟ ଜଣାପଡିବ।

ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
ବାରିପଦା: ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବନପୋଖରୀ ଗ୍ରାମର ରାମ ଚନ୍ଦ୍ର ହେମ୍ବ୍ରମଙ୍କ ପୁଅ ବାଜା(୩୫)। ବାଜା ଏକ ମାମଲାରେ ଗିରଫ ହୋଇ ବାରିପଦା ଜେଲକୁ ଆସିଥିଲେ। ହେଲେ ଶନିବାର ହଠାତ୍ ତାଙ୍କର ଶରୀର ଅସୁସ୍ଥତା କାରଣରୁ ତାଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତିକରି ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି।

ମୃତ୍ୟୁର କାରଣ ସଠିକ୍ ଭାବରେ ଜଣାପଡି ନ ଥିବା ବେଳେ ବାଜା ପୂର୍ବରୁ ମଧ୍ୟ କୌଣସି ଆନ୍ତଃ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପରିବାରର ଦୁଇ ଭଉଣୀ ଓ ମାଆ ଶବଟିକୁ ନେବାକୁ ମନା କରିଥିଲେ ଓ ଦାବି କରିଥିଲେ ପୁଅର ଶବକୁ ତାଙ୍କ ଗ୍ରାମରେ ପହଞ୍ଚାଇବା। ତେବେ ପରିବାର ଲୋକେ ବାଜାଙ୍କ ମୃତ୍ୟକୁ ସହଜ ଗ୍ରହଣ କରିପାରୁ ନ ଥିବା ବେଳେ ଏହାର ତଦନ୍ତ ନେଇ ଦାବି କରିଛନ୍ତି। ଉକ୍ତ ଘଟଣା ବାବଦରେ ବାରିପଦା ମଣ୍ଡଳ କାରାଗାରର ଜେଲର ମଧୁସ୍ମିତା ସେଠିଙ୍କ ସୂଚନା କ୍ରମେ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ମହଙ୍ଗା ପଡ଼ିଲା ଲାଞ୍ଚ, ଭିଜିଲାନ୍ସ ଜାଲରେ ପଡ଼ିଲେ ତହସିଲଦାର
ମୟୁରଭଞ୍ଜ: ଭିଜିଲାନ୍ସ ଜାଲରେ ତହସିଲଦାର। ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ମୟୁରଭଞ୍ଜ ଜିଲ୍ଲାର ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ। ସତ୍ୟ ସୁନ୍ଦର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି।

ଖବର ଅନୁଯାୟୀ, ତହସିଲଦାର ସତ୍ୟ ସୁନ୍ଦର ରାଉତ ଚକ୍ରଧର ମାହାନ୍ତଙ୍କ ଠାରୁ ଘରବାଡ଼ି ଜମି ପଟ୍ଟା କରାଇ ଦେବା ବାବଦକୁ ୪୦ ହଜାର ଟଙ୍କା କଥା ହୋଇଥିଲେ। ଆଗରୁ ୨୫ ହଜାର ଟଙ୍କା ନେଇଥିଲେ। ଆଜି ଆଉ ୧୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସତ୍ୟ ସୁନ୍ଦର। ଅମିନ କମଳ ପାତ୍ରଙ୍କ ଜରିଆରେ ତହସିଲଦାର ଏହି ଲାଞ୍ଚ ଟଙ୍କା ନେଉଥିଲେ।

ବୋଲେରୋକୁ ଧକ୍କା ଦେଲା ଟ୍ରକ୍: ଜଣେ ମହିଳାଙ୍କ ସମେତ ୩ମୃତ, ୩ଗୁରୁତର
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର ଦୁଆରଶୁଣି ଘାଟିରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ଯରେ ଜଣେ ମହିଳା ରହିଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୂଚନା ଅନୁଯାୟୀ, ଘାଟି ରାସ୍ତାରେ ଏକ ମାଲବୋଝେଇ ଟ୍ରକ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ବୋଲେରୋଟି ଚାପି ହୋଇ ଯାଇଥିଲା। ଫଳରେ  ବୋଲେରୋରେ ଥିବା ଯାତ୍ରୀ ମାନେ ଚାପି ହୋଇ ରହିଥିଲେ। କଟର ମେସିନ ସହାୟତାରେ ଉଦ୍ଧାର ପରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି। ଅନ୍ୟ ୩ଜଣ ଗୁରୁତର ଆହାତଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପାଇଁ କିଛି ସମୟ ଘାଟି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ପାଇଁ ଜାମ ହୋଇଥିଲା। ପୁଲିସ ପହଞ୍ଚି ରାସ୍ତା ଜାମ ହଟାଇଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଓ ସମ୍ପୂର୍ଣ୍ଣ  ବିବରଣୀ ମିଳିପାରି ନାହିଁ। ଦୁର୍ଘଟଣାରେ ମୃତାହତ ସମସ୍ତେ ଗୋଟିଏ ପରିବାରର ଅନୁମାନ କରାଯାଉଛି।

୪ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀ ଗିରଫ: ୩ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ୩ଟି କାର ଓ ୫ଟି ମୋବାଇଲ ଫୋନ ଜବତ
ବାରିପଦା: ମୟୁରଭଞ୍ଜ ପୁଲିସ ୪ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ଫିଲ୍ମ ଷ୍ଟାଇଲରେ ଗିରଫ କରିବା ସହିତ ୩ଟି ସୌଖୀନ କାର, ୩କୁଇଣ୍ଟାଲ ୮୨କିଗ୍ରା ଗଞ୍ଜେଇ, ୫ଟି ମୋବାଇଲ ଫୋନ ଓ ଆନ୍ଧ୍ର ପୁଲିସର ନକଲି ଆଇକାଡର଼୍ ଜବତ କରିଛି। ତେବେ ଚାଲାଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତ(୩ରୁ ୪ଜଣ) ଖସି ପଳାଇବାରେ ସକ୍ଷମ ହୋଇଛି । ଏନେଇ ବାରିପଦା ଲକ୍ଷ୍ମୀପୋଷି ବିଟହାଉସରେ ମୟୁରଭଞ୍ଜ ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋରାପୁଟରୁ ଝାଡ଼ଖଣ୍ଡର ରାଞ୍ଚି ଅଞ୍ଚଳକୁ ୩ଟି ଗାଡ଼ି(କିଆ ସେଲଟର, ହୁଣ୍ଡାଇ ଆଇ-୨୦ ଓ ଡିଜାୟର)ରେ ୧୫ଟି ପ୍ୟାକେଟରେ ୩କୁଇଣ୍ଟାଲ ୮୦କିଗ୍ରା ଗଞ୍ଜେଇ ବୋଝେଇ କରି ଯାଉଥିବା ନେଇ ବିଶ୍ୱସ୍ତ ଖବର ମୟୂରଭଞ୍ଜ ପୁଲିସକୁ ମିଳିଥିଲା । ତଦନୁଯାୟୀ ବାରିପଦା ସହର ଉପକଣ୍ଠ କାଠପାଳ ନିକଟରେ ଏସପିଙ୍କ ନିର୍ଦେଶରେ ବାରିପଦା ସଦର ଏସଡ଼ିପିଓ କେ କେ ହରିପ୍ରସାଦ, ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ଏକ ସାଦା ପୋଷାକଧାରୀ ଟିମ ୪/୫ଦଳରେ ବିଭକ୍ତ ହୋଇ ଜଗିରହିଥିଲେ। ପୁଲିସ ଗାଡ଼ିରୁ ହଳଦିଆବତୀ ସବୁ ଖୋଲାଯିବା ସହିତ ସାଧାରଣ ଗାଡ଼ି ଭାବେ ଥିବାରୁ ଚାଲାଣକାରୀ ଜାଣି ପାରି ନ ଥିଲେ ।

ବାରିପଦା ସହରର ବାଇପାସ ନିକଟ ରେଲୱେ ଫାଟକ ନିକଟରେ ଚକ୍ରବ୍ୟୁହରେ ଡ଼ିଜାୟର ଓ ଆଇ-୨୦ କାରଟି ଚଳଚିତ୍ର ଢ଼ଙ୍ଗରେ ଅଟକାଇବାରେ ସକ୍ଷମ ହୋଇଥିଲେ। ପୁଲିସ ଓ ଚାଲାଣକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବନ୍ଧୁକ ଦେଖାଇ କାର ଦୁଇଟିକୁ ଅଟକାଇବା ସହିତ ଦୁଇଟି କାରର କାଚ ଭାଙ୍ଗି ୪ଜଣଙ୍କୁ କାବୁ କରିଥିଲେ। ତେବେ କିଆ କାରଟି ଖସି ପଳାଇଯାଇଥିଲା । ପୁଲିସ ତାକୁ ପିଛା କରିବା ସମୟରେ ଧକ୍କା ଦେଇ ପଳାଇଯାଇ ଜଗନ୍ନାଥପୁର ନିକଟ ଏକ ଖୋଲାସ୍ଥାନରେ ଛାଡ଼ି ୩/୪ମାଷ୍ଟମାଇଣ୍ଡ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଦୀର୍ଘ ସମୟ ଧରି ନିକଟ ଥାନା ପୁଲିସ ସହାୟତାରେ ସେମାନଙ୍କୁ ଖୋଜି ମଧ୍ୟ ପାଇ ନଥିଲେ । ୩ଟି କାରରୁ ୩କୁଇଣ୍ଟାଲ ୮୨କିଗ୍ରା ଗଞ୍ଜେଇ ଜପତ କରାଯାଇଛି । ଓଡ଼ିଶାରେ ଯାହାର ସରକାରୀ ମୂଲ୍ୟ ୩୮ଲକ୍ଷ ଟଙ୍କା ହେବ। ତତସହିତ ଗାଡ଼ିରୁ ୨ଯୋଡ଼ା ଆନ୍ଧ୍ର ପ୍ରଦେଶର ନମ୍ବର ପ୍ଲେଟ ମିଳିଛି । ଚାଲାଣକାରୀଙ୍କ ୨ଟି ଗାଡ଼ି ଥିବା ବେଳେ ଡ଼ିଜାୟର ଗାଡ଼ିଟି ଭଡ଼ାଗାଡ଼ି ବୋଲି ପୁଲିସ ଜାଣିବାକୁ ପାଇଛି ।

ସମସ୍ତ ଅଭିଯୁକ୍ତ ମାନେ ଝାଡ଼ଖଣ୍ଡର ଘାଟଶିଳା ଅଞ୍ଚଳର । ସେମାନେ କୋରାପୁଟରୁ ଆସିବା ରାସ୍ତାରେ ଆନ୍ଧ୍ରପ୍ରଦେଶ ମଧ୍ୟ ଦେଇ ଆସିବା ସମୟରେ ଗାଡ଼ିରେ ସେଠାକାର ନକଲି ନମ୍ବର ପ୍ଲେଟ ବ୍ୟବହାର କରିଥିଲେ । ଗାଡ଼ିରୁ ଆନ୍ଧ୍ର ପୁଲିସର ନକଲି ଆଇକାଡର଼୍ ମଧ୍ୟ ମିଳିଥିବାରୁ ଆନ୍ଧ୍ରପ୍ରଦେଶ ଟୋଲଗେଟ ଗୁଡ଼ିକରେ ଉକ୍ତ ଆଇକାଡର଼୍ ବଳରେ ସେମାନେ ଅତିକ୍ରମ କରିବାରେ ସଫଳ ହେବା ସହିତ ଜାତୀୟ ରାଜପଥରେ ୨୦ରୁ ଅଧିକ ଥାନା ସହିତ କମିଶନରେଟ ଥାନା ଅତିକ୍ରମ କରିଥିଲେ । ତେବେ ଝାଡ଼ଖଣ୍ଡ ସୀମାନ୍ତ ପହଞ୍ଚିବା ପୂର୍ବରୁ ମୟୂରଭଞ୍ଜ ପୁଲିସ ସଫଳତାର ପାଇଛି । ଫେରାର ହୋଇଥିବା ଅଭିଯୁକ୍ତ ଓ ଘଟଣାରେ ଜଡ଼ିତ ଅନ୍ୟମାନଙ୍କୁ ଗିରଫ ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଗଞ୍ଜେଇ ଓ କାର ସହିତ ଜବତ ସାମଗ୍ରୀର ମୂଲ୍ୟ ୭୨ଲକ୍ଷଟଙ୍କା ଆକଳନ କରାଯାଇଛି ବୋଲି ଏସପି କହିଛନ୍ତି । ପୁଲିସର ଗୁଳିଚାଳନା ନେଇ ସହରରେ ଚର୍ଚ୍ଚାକୁ ଏସଡ଼ିପିଓ ଖଣ୍ଡନ କରିଛନ୍ତି । କାର କାଚ ଭାଙ୍ଗିବା ଶଦ୍ଦକୁ ଲୋକ ମାନେ ଗୁଳି ଫୁଟିବା ଭାବି ଥାଇପାରନ୍ତି ବୋଲି କହିଛନ୍ତି । ଏସଡ଼ିପିଓ, ଆଇଆଇସି, ୨ସବଇନ୍ସିପେକ୍ଟର, ସାଇବରସେଲ ଓ ଅନ୍ୟ ପୁଲିସ୍‍ କର୍ମଚାରୀଙ୍କ ସାହାସିକ କାର୍ଯ୍ୟକୁ ଏସପି ପ୍ରଶଂସା କରିଛନ୍ତି ।

ଖାଦ୍ୟ ଅନ୍ୱେଷଣରେ ଘରେ ପଶିଲେ ହାତୀଶାବକ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ଗୁହାଳରୁ ଘୋଷାରିଆଣି ଗାଈକୁ କଚାଡି ମାରିଲେ
ବେତନଟୀ: ବେତନଟୀ ଥାନା ଅଧୀନ ଲଙ୍ଗଳକଟା ଗ୍ରାମରେ ମଙ୍ଗଳବାର ସକାଳେ ହାତୀପଲ ପଶି ଗୋଟିଏ ନୂଆ ଘରକୁ ଭାଙ୍ଗି ଛାରଖାର କରିବା ସହିତ ଗୃହପାଳିତ ଗାଈକୁ ମଧ୍ୟ୍ୟ କଚାଡି ମାରିଦେଇଛନ୍ତି।

ସୂଚନା ମୁତାବକ, ଲଙ୍ଗଳକଟା ତଥା ଆଖପାଖ ଅଞ୍ଚଳରେ ଏକ ହାତୀପଲ ବିଚରଣ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତିମୁହାଁ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ପ୍ରଥମେ ଏହି ହାତୀପଲରୁ କିଛି ଛୁଆହାତୀ ଲଙ୍ଗଳକଟା ଗ୍ରାମର ସନ୍ତୋଷ କୁମାର ମହାନ୍ତଙ୍କ ଘର ବାରଣ୍ଡା ଭିତରକୁ ପଳାଇ ଆସିଥିଲେ। ତେବେ ଘରୁ ବାରଣ୍ଡାରୁ ବାହାରି ନ ପାରି ହାତୀଶାବକ ମାନେ ଚିତ୍କାର କରିଥିଲେ। ଆଉ ଛୁଆ ହାତୀମାନଙ୍କ ପଛରେ ୧୨ରୁ ୧୩ଟି ବିଶାଳ ବଣୁଆହାତୀ ଆସି ବହୁ କଷ୍ଟରେ ନିର୍ମାଣ କରିଥିବା ସନ୍ତୋଷଙ୍କ ନୂଆ ଘର ଏବଂ ଆଜବେଷ୍ଟସକୁ ଭାଙ୍ଗି ଛାରଖାର କରିବା ସହିତ ଶାବକମାନଙ୍କୁ ନେବାପରେ ଗୁହାଳରେ ଥିବା ଏକ ଗାଈକୁ କଚାଡି ମାରି ଦେଇଛନ୍ତି। ସନ୍ତୋଷଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରିବାପରେ ହାତୀପଲ ଜଙ୍ଗଲକୁ ପଳାଇ ଯାଇଥିଲେ। ତେବେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତିମୁହାଁ ହେଉଥିବା ବେଳେ ଏହା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଶିକୁଳିରେ ବନ୍ଧା ପଡ଼ିଛି ଜୀବନ
ରାସଗୋବିନ୍ଦପୁର: ମା’ର ଆଶା ଥିଲା ପୁଅ ବଡ଼ ହେଲେ ବୃଦ୍ଧ ବୟସ ର ଜୀବନ ର ସନ୍ଧ୍ୟାରେ ସାହା ହେବ କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା।ଯେଉଁ ହାତ ଧରି ଚାଲିବାର ସ୍ବପ୍ନ ଦେଖିଥିଲା ମା ଆଜି ସେ ସ୍ବପ୍ନ ଧୂଳିସାତ ହୋଇଯାଇଛି। ସାହାରା ଦେବା ହାତ ଆଜି ସହାୟତା ମାଗୁଛି,ମାନସିକ ବିକୃତି ଯୋଗୁଁ ଶିକୁଳି ରେ ବନ୍ଧା ହୋଇ ବିତୁଛି ଜୀବନ। ହାତ ଓ ଗୋଡ ରୁ ଶିକୁଳି ଖୋଲିଦେଲେ ଗାଁ ଛାଡି ଚାଲିଯାଉଛି। ଅନ୍ୟମାନଙ୍କୁ ଆକ୍ରମଣ କରିବାର ଭୟ ରହୁଛି ତେଣୁ ପରିବାରରେ ଏହି ଯବାନ ପୁଅର ଦୁଇ ହାତ ଓ ଗୋଡ ଶିକୁଳିରେ ବନ୍ଧା ହୋଇ ରହିଛି। ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଚାଞ୍ଛିପଦା ପଞ୍ଚାୟତ ର ମଗୁସିରୀୟା ଗ୍ରାମର ଖୋଗେନ୍ଦ୍ର ମହାନ୍ତ(୪୭)ଗରିବ ଚାଷୀ ପରିବାରର ପୁଅ ।

ଆଜିକୁ ପ୍ରାୟ ୧୭ ବର୍ଷ ତଳେ ମାନସିକ ବିକୃତି ଦେଖା ଯାଇଥିଲା।ତାଙ୍କ ମା ପୂର୍ଣ୍ଣମୀ ମହାନ୍ତ ଗାଁ ସାହୁକାର ଙ୍କ ପାଖରେ ଜମି ବାଡ଼ି ବନ୍ଧା ପକେଇ ପୁଅକୁ ରାଞ୍ଚି ମେଡିକାଲ୍ ନେଇଥିଲେ। ସେଠାରେ ଡକ୍ଟର ଦେଖେଇ ଔଷଧ ନେଇ ଆସିଥିଲେ କିନ୍ତୁ ଫଳ କିଛି ମିଳିନଥିଲା। ଗ୍ରାମବାସୀ ଙ୍କ ପ୍ରୋରଚନା ରେ ପଡି ତାଙ୍କୁ ମାକୁନ୍ଦ ଗ୍ରାମ ନିବାସୀ କୃଷ୍ଣ ଚନ୍ଦ୍ର ମହାନ୍ତ ଙ୍କ ଝିଅ ସୁମିତ୍ରା ମହାନ୍ତ ଙ୍କ ସଙ୍ଗେ ବିବାହ କରିଦେବା ଫଳରେ ତାଙ୍କର ଡଲିପ୍ରିୟା ନାମକ ଝିଅ ଟିଏ ହୋଇଥିଲା । ବେସ୍ ହସଖୁସିରେ ଖୋଗେଂଦ୍ର ଙ୍କ ପରିବାର ଚାଲିଥିବା ବେଳେ, ତାଙ୍କ ପରିବାରକୁ ମାଡ଼ି ଆସିଲା କଳାବାଦଲ ର ଛାୟା ।

ନିୟତି ର ବିଚାର ବଡ଼ ବିଚିତ୍ର, କେତେବେଳେ କାହାକୁ ସବୁ ସୁଖ ଢାଳି ଦେଉଛିତ ଆଉ କାହା ଭାଗ୍ୟରେ ଦେଇଛି ଖାଲି ଦୁଃଖ ହିଁ ଦୁଃଖ। ପୂର୍ଣ୍ଣମୀ ଗରିବ ପରିବାର ର ହୋଇଥିବାରୁ ସେ ଆଉ ଅଧିକ ଚିକିତ୍ସା କରିପାରିନଥିଲେ।ତାହା ପର ଠାରୁ ଏମିତି ବନ୍ଧା ପଡ଼ିଛି ଜୀବନ।ଘରର ଭେଣ୍ଡିଆ ପୁଅ ଖୋଗେନ୍ଦ୍ର ଙ୍କ ଅସହାୟ ର କାହାଣୀ କହିଲା ବେଳକୁ ମା ପୂର୍ଣ୍ଣମୀ ଙ୍କ ଆଖିରୁ ଲୁହ ଯୋକେଇ ହୋଇ ଆସିଥିଲା।ସେ କହିଥିଲେ ମୁଁ ବଞ୍ଚିଥିବା ଯାଏ ତାକୁ ଭିକ୍ଷା ବୃତ୍ତି କରି ହେଲେ ପାଳିବି କିନ୍ତୁ ମୁଁ ମଲା ପରେ କିଏ ବୁଝିବ ତା କଥା।କିଏ ହେବ ତ ସାହାରା।ସରକାର ଙ୍କ ତରଫରୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।