Similipal - The Sakala
ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ
ସାତକୋଶିଆ: ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀ ୩ ତାରିଖ ରାତି ୧୦ରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଫିସରେ ପହଁଚିଛି । ଶିମିଳିପାଳର ଘଞ୍ଚ ଜଙ୍ଗଲରେ ଛଡ଼ାଯିବ ବୋଲି ଖବର ପ୍ରକାଶ ପାଇଥିବା ବେଳେ ତାକୁ ଆଣି ଶିମିଳିପାଳ ପାଦଦେଶ ସାତକୋଶିଆ ଜଙ୍ଗଲରେ ଛଡ଼ାଯିବାକୁ ଯୋଜନା କରାଯାଇଛି । ଫଳରେ ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ବିରୋଧ କରିବା ଆରମ୍ଭ କରିଛନ୍ତି । ଗେଟ ତାଲା ପକାଇ ରଖାଯାଇଥିବା ସତ୍ତ୍ୱେ ବାହାରେ ବହୁ ସଂଖ୍ୟାରେ ମହିଳା ବିରୋଧ ପ୍ରଦର୍ଶନ କରୁଛନ୍ତି । ହାତୀ ଯେଉଁଠୁ ଅଣାଯାଇଛି ସେଠାକୁ ଫେରେଇ ନିଆଯାଉ ବୋଲି ଦାବି କରିଛନ୍ତି । ଆମେ ଗରିବ ଲୋକ ଜଙ୍ଗଲକୁ ଗଲେ ଚଳୁଛୁ । ତେଣୁ ଏଠାରେ ହାତୀ ଛଡାଯାଉ ନାହିଁ ବୋଲି କହିଛନ୍ତି ମହିଳାମାନେ । ତେବେ ପ୍ରଶାସନ କ'ଣ ନିଷ୍ପତ୍ତି ନେବ ତାହା ଜଣାପଡ଼ିନାହିଁ ।
ସୂଚନା ମୁତାବକ ୩ ତାରିଖରେ ନର ହନ୍ତା ଦନ୍ତାକୁ କାବୁ କରାଯାଇଥିଲା । ଦୀର୍ଘ ତିନି ବର୍ଷ ଧରି ପାଖାପାଖି ଦଶ ଜଣ ଲୋକଙ୍କ ଜୀବନ ନେଇଥିବା ଦନ୍ତା ହାତୀକୁ ଅନୁଗୁଳ ବନଖଣ୍ଡ ର କୁସୁମପାଟ ଇଲାକାରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଦନ୍ତାଟିକୁ ପ୍ରାୟ ଦୁଇ ଥରରେ ଟ୍ରାଙ୍କୁଳାଇଜ କରି ଉଦ୍ଧାର କରିବା ପରେ ସ୍ୱତନ୍ତ୍ର ଗାଡିରେ ସମ୍ପୃକ୍ତ ସ୍ଥାନରୁ ସ୍ଥାନାନ୍ତରିତ କରାଯାଇ କରଞ୍ଜିଆ ବନଖଣ୍ଡ ସାତକୋଶିଆ ବଣ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚିଥିଲା ।
ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ହାତୀକୁ ଅନ୍ୟତ୍ର ଛାଡିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଛି l ସାତକୋଶିଆରେ ହାତୀକୁ ଛାଡିଲେ ପୁଣି ଜୀବନ ହାନି ହେବl ସୁନିଶ୍ଚିତ । ହାତୀ ବର୍ତ୍ତମାନ ସୁଧା ଗାଡି ଉପରେ ହିଁ ଅଛି । ହାତୀକୁ ଗାଡି ଉପରେ ଖାଦ୍ୟ ପାନୀୟ ଦିଆ ଯାଉଛି ।
ଶିମିଳିପାଳରୁ ପୁଣି କଳାବାଘ ଶିକାର; ଛାଲ ବିକ୍ରି ସମୟରେ ମାଡିବସିଲା ଏସଟିଏଫ, ୩ଗିରଫ
ବାରିପଦା: ଜାତୀୟ ଅଭୟାରଣ୍ୟ ଶିମିଳିପାଳରୁ ପୁଣି ଏକ କଳାବାଘକୁ ଶିକାର କରାଯାଇଛି । ତେବେ ତା'ର ଛାଲ ବା ଚମଡା ବିକ୍ରି ପୂର୍ବରୁ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ (ଏସଟିଏଫ) ୩ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ତାଙ୍କ ପାଖରୁ ବାଘଛାଲ, ୩ଟି ବାଇକ ଓ ମୋବାଇଲ ଫୋନ ଜବତ କରିଛନ୍ତି ।
ଏନେଇ ଗୁରୁବାର ଅପରାହ୍ନରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ କ୍ଷେତ୍ର ନିର୍ଦ୍ଦେଶକ(ଦକ୍ଷିଣ) ସୁମିତ କୁମାର କର ନିଜ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ରଖିଛନ୍ତି । ନିଜର ଗୋଇନ୍ଦା ଦଳର ଖବର ଅନୁସାରେ ବୁଧବାର ଖୁଣ୍ଟା ଥାନା ଅଧୀନ ବାସିପିଠା ନିକଟରେ ଏସଟିଏଫ ଟିମ ଚଢାଉ କରି ଉପରୋକ୍ତ ସଫଳତା ପାଇଥିବା କହିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଅଭିଯୁକ୍ତ ମାନେ ହେଲେ ଖୁଣ୍ଟା ଥାନା କୁସୁମଘାଟି ଗ୍ରାମର ଗଙ୍ଗାଧର ମୁର୍ମୁ (୬୨), କୁଳିଅଣା ଥାନା କାଠରୁମା ଗ୍ରାମର ରାମଦାସ ହେମ୍ବ୍ରମ (୪୦), ବାଙ୍ଗରିପୋଷି ଥାନା ଯୋକା ଗ୍ରାମର ଭିମା ବାସ୍କେ (୪୦) । ସେମାନଙ୍କ ଠାରୁ ୩ଟି ବାଇକ, ୨ଟି ମୋବାଇଲ ଫୋନ ଜବତ୍ କରାଯାଇଛି ।
ଏମାନଙ୍କ ମଧ୍ୟରୁ ଜଣେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗାତରେ ପଡି ଆହତ ହେତୁ ଚିକିତ୍ସାଧୀନ ରହିଥିବା ବେଳେ ଅନ୍ୟ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣା ଅଧିକ ଜଣ ସମ୍ପୃକ୍ତ ଥିବା ଜଣାପଡୁଛି । ବାଘଟି ପାଖାପାଖି ୨ବର୍ଷର ଶାବକ କଳାବାଘ ବୋଲି ଅନୁମାନ କରାଯାଉଛି । ପରୀକ୍ଷାଗାରକୁ ନମୁନା ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟର କାରଣ ଓ ସବିଶେଷ ସୂଚନା ମିଳିପାରିବ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି । ତେବେ ଏହାକୁ ମିଶାଇ ତୃତୀୟ କଳାବାଘ ଶିକାର ଘଟଣା । ବିଶ୍ବର ଶିମିଳିପାଳରେ ହିଁ କେବଳ କଳାବାଘ ରହନ୍ତି । ପୂର୍ବ ଗଣନା ଅନୁସାରେ ଶିମିଳିପାଳରେ ୧୪ଟି କଳାବାଘ ଥିଲେ । ଶିକାରୀଙ୍କ ଲୋଲୁପ ଦୃଷ୍ଟି ପାଇଁ ଏବେ ତାଙ୍କ ଜୀବନ ଅସୁରକ୍ଷିତ । ଅପରପକ୍ଷରେ ଶିକାର ବନ୍ଦ ପାଇଁ ଶିମିଳିପାଳରେ ୭ଟି ସନ୍ଧାନୀ କୁକୁର ସ୍କୁଆର୍ଡ, ଏସଟିଏଫ, ଗୋଇନ୍ଦା ଟିମ୍ ଓ ଏଆଇ କୌଶଳ ଦ୍ବାରା ଅଧିକରୁ ଅଧିକ କୌଶଳ ବିଭାଗ ପକ୍ଷରୁ ଆପଣାଯାଉଛି ବୋଲି ଶ୍ରୀ କର ସୂଚନା ଦେଇଛନ୍ତି ।
ଶିମିଳିପାଳରେ କୁମ୍ଭୀର ସଂଖ୍ୟା ୮୪କୁ ବୃଦ୍ଧି, ଗତବର୍ଷଠୁ ୩ଟି ବଢିଥିବା ସୂଚନା
ବାରିପଦା: ଶିମିଳିପାଳରେ କୁମ୍ଭୀର ସଂଖ୍ୟା ୮୪କୁ ବୃଦ୍ଧି ପାଇଛି। ଗତବର୍ଷ ଗଣନା ବେଳେ ୮୧ଟି କୁମ୍ଭୀର ଠାବ କରାଯାଇଥିବା ବେଳେ ଏବର୍ଷ ସଂଖ୍ୟା ଆଉ ୩ଟି ବଢ଼ିଛି। ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନିଦିନିଆ କୁମ୍ଭୀର ଗଣନା ରିପୋର୍ଟ ଆସିବା ପରେ ଏହା ଜଣାପଡ଼ିଛି। ଶିମିଳିପାଳ ଦକ୍ଷିଣ ବନଖଣ୍ଡରେ ୭୮ଟି କୁମ୍ଭୀର ଥିବା ବେଳେ ଉତ୍ତର ବନଖଣ୍ଡରେ ଗୋଟିଏ, ରାମତୀର୍ଥରେ ୫ଟି କୁମ୍ଭୀର ରହିଛନ୍ତି। ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ଟି କୁମ୍ଭୀର ରହିଛନ୍ତି।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶରେ ଥିବା ନଦୀ, ନାଳ ଆଦି ୮ଟି ଜଳଉତ୍ସର ୨୦ଟି ସ୍ଥାନରେ କୁମ୍ଭୀର ଗଣନା କରାଯାଇଥିଲା। ୱେଷ୍ଟ ଦେଓ, ଇଷ୍ଟ ଦେଓ, ଖଇରୀ, ଖଡ଼ଖାଇ, ଠକଠକି ନଦୀ, ସାଳନ୍ଦୀ ନଦୀ ଓ ଖଡ଼ଖାଇ ନାଳ, ବୁଢ଼ାବଳଙ୍ଗ ଆଦି ନଦୀ କୂଳ ସମେତ ରାମତୀର୍ଥସ୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ମିଶାଇ ପ୍ରାୟ ୨୦ଟି ସ୍ଥାନରେ ଗଣନା କରାଯାଇଥିଲା। ଅଭୟାରଣ୍ୟରେ ୨୦୨୧ ଗଣନାରେ ୮୧ଟି, ୨୦୨୨ରେ ୮୩ଟି, ୨୦୨୩ରେ ୮୬ଟି କୁମ୍ଭୀର ଠାବ କରାଯାଇଥିବା ବେଳେ ୨୦୨୪ ଗଣନାରେ ୪ଟି କୁମ୍ଭୀର ସଂଖ୍ୟା ହ୍ରାସ ପାଇ ମୋଟ ୮୨ଟି କୁମ୍ଭୀର ରହିଥିଲା। ସେହିପରି ୨୦୨୫ ଗଣନାରେ ସଂଖ୍ୟା ୮୧କୁ ଖସି ଆସିଥିଲା। ତେବେ ଏବର୍ଷ ସଂଖାରେ ୩ଟି ବୃଦ୍ଧି ଘଟି ସଂଖ୍ୟା ୮୪ରେ ପହଞ୍ଚିଥିବା ଜଣାପଡ଼ିଛି।
ଶିମିଳିପାଳରେ ହାଡ଼ଭଙ୍ଗା ଶୀତ: ୧୩ ବର୍ଷର ରେକର୍ଡ ଭାଙ୍ଗିଲା, ତାପମାତ୍ରା ମାଇନସ୍ ୧ ଡିଗ୍ରୀ
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତର ଲହରୀ। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ପାରଦ ଅତ୍ୟଧିକ ନିମ୍ନଗାମୀ ହେବା ସହ ଦୀର୍ଘ ୧୩ ବର୍ଷର ରେକର୍ଡ ଭାଙ୍ଗିଛି। ଶିମିଳିପାଳର ୟୁବିକେ (UBK) ବା ଅପର ବାରହା କମୁଡ଼ା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୧ ଡିଗ୍ରୀ (-01°C) ରେକର୍ଡ କରାଯାଇଛି, ଯାହା ଚଳିତ ବର୍ଷର ସବୁଠାରୁ କମ୍ ତାପମାତ୍ରା।
ଶିମିଳିପାଳର ବିଭିନ୍ନ ସ୍ଥାନରେ ତାପମାତ୍ରା ଅତି ନିମ୍ନସ୍ତରକୁ ଖସିଆସିଛି। ବିଶେଷ କରି ଚହଲା ଏବଂ ଗୁରୁଗୁଡ଼ିଆରେ ରାତ୍ରିକାଳୀନ ତାପମାତ୍ରା ୨ ଡିଗ୍ରୀ ରହିଥିବା ବେଳେ ବରେହିପାଣିରେ ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତୁଷାରପାତ ସଦୃଶ ଅନୁଭୂତି ହେଉଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣିଦେଇଛି।
ଅନ୍ୟପଟେ, ଶିମିଳିପାଳ ପାଦଦେଶରେ ଥିବା ରାମତୀର୍ଥ ଏବଂ ସାତକୋଶିଆରେ ତାପମାତ୍ରା ୯ ଡିଗ୍ରୀ ଥିବାବେଳେ କିଆଝରୀରେ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁଁ ସ୍ଥାନୀୟ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି।
ଶୀତରେ ଥରୁଛି ସାରା ମୟୂରଭଞ୍ଜ; ଶିମିଳିପାଳରେ ପାରଦ ଶୂନ ଡିଗ୍ରୀ, ଜନଜୀବନ ଅସ୍ତବ୍ୟସ୍ତ
ବାରିପଦା: ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ଥଣ୍ଡାରେ ଥରୁଛି ଶିମିଳିପାଳ । ଶିମିଳିପାଳରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଗତ ୪୮ଘଣ୍ଟା ମଧ୍ୟରେ ପାରଦ ୮ଡିଗ୍ରୀ ତଳକୁ ଖସି ଶୂନ ତାପମାତ୍ରାରେ ପହଞ୍ଚିଛି । ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଦିନତମାମ ଘଣ୍ଟାକୁ ୧୭କି.ମି ବେଗରେ ଉତ୍ତରା ପବନ ପ୍ରବାହିତ ହେଉଥିବାରୁ ହାଡଭଙ୍ଗା ଶୀତକଷ୍ଟ ଜିଲ୍ଲାତମାମ ଅନୁଭୂତ ହେଉଛି । ଏପରିକି କୋହଲା ପାଗ ସହିତ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶୀତର ପ୍ରଭାବ ପାଇଁ ଦିନରାତି ଲୋକେ ଶୀତବସ୍ତ୍ର ଘୋଡାଇ ରହୁଛନ୍ତି । ସନ୍ଧ୍ୟା ସମୟରେ ନିଆଁ ଜାଳି ଶୀତକଷ୍ଟ ଲାଘବ କରୁଛନ୍ତି ।
ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ରୁ ୮ଡିଗ୍ରୀ ପାଖାପାଖି ରହୁଛି । ଶିମିଳିପାଳର ଉପରବାରହା କାମୁଡା ରେଞ୍ଜରେ ସୋମବାର ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ଓ ଚହଲାରେ ୯ଡିଗ୍ରୀ ଥିବା ବେଳେ ମଙ୍ଗଳବାର ପାରଦ ଖସିଯାଇ ୩ ଡିଗ୍ରୀରେ ପହଞ୍ଚିଥଲା । ମାତ୍ର ଗତ ରାତିରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ହୋଇଛି । ଏହି ଦୁଇଟି ସ୍ଥାନରେ ସକାଳେ ଘାସ ଓ ଗଛପତ୍ରରେ ପଡିଥିବା ତୁହିନର ଆସ୍ତରଣ ତୁଷାରପାତର ଭ୍ରମ ସୃଷ୍ଟି କରିଛି ।
ଗତ ରାତିରେ ଶିମିଳିପାଳର ତାପମାତ୍ରା ୦° ସେଲସିଅସ୍‌କୁ ଖସିଯାଇ ଏକ ବିସ୍ମୟକର ମୋଟା ତୁହିନର ଚାଦର ସୃଷ୍ଟି କରିଛି।  ଶିମିଳିପାଳରେ ଏପରି ତୁହିନର ଆସ୍ତରଣ (ଫ୍ରଷ୍ଟ) ଦୃଶ୍ୟ ଶୀତଳ ଲହରୀ ସମୟରେ ସୃଷ୍ଟି ହୋଇଛି । ଯାହା ପ୍ରକୃତିର ଏକ ଅପୂର୍ବ ସୌନ୍ଦର୍ଯ୍ୟ  ।
ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରୁ ମାଈ ହାତୀ ଛୁଆର ମୃତଦେହ ଠାବ
ବାରିପଦା: ରବିବାର ସକାଳେ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅଧୀନସ୍ଥ ଗୋଲାମୁଣ୍ଢାକାଟା ନିକଟରେ ଏହି ହାତୀର ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ହାତୀଟିର ବୟସ ପ୍ରାୟ ୫ ବର୍ଷ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରେ ହାତୀ ପଲ ବୁଲୁଥିବାର ସୂଚନା ରହିଥିଲା। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ହଠାତ୍ ହାତୀଟିର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଏହି ହାତୀକୁ ମିଶାଇ ବାଙ୍ଗରିପୋଷି ରେଞ୍ଜରେ ଏଇ କିଛି ମାସ ଭିତରେ ୩ଟି ହାତୀର ମୃତ୍ୟୁହୋଇ ସାରିଲାଣି ।
ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ‘ଜିନତ୍‌‌’
ବାରିପଦା: ସତ ହେଲା ଆଶଙ୍କା । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନତ୍ ଶିମିପାଳ ଫେରିବା ପରିବର୍ତ୍ତେ ଝାଡଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଛି । ଶୁକ୍ରବାର ସକାଳେ ଝାଡଗ୍ରାମର ବେଲପାହାଡି ରେଞ୍ଜରେ ଜିନତକୁ ଦେଖିବାକୁ ମିଳିଥିବାବେଳେ ସନ୍ଧ୍ୟାରେ ପଶ୍ଚିମବଙ୍ଗର ଶିମୁଲପାଲ ଜଙ୍ଗଲରେ ସେ ରହିଥିବା ବିଶ୍ବସ୍ଥ ସୁତ୍ରରୁ ଜଣାପଡିଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି। ତେବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଏ ନେଇ କୌଣସି ସୂଚନା ଦେଇନାହାନ୍ତି।
ଡିସେମ୍ବର ୧୦ତାରିଖରୁ ଶିମିଳିପାଳ ଛାଡି ଝାଡଖଣ୍ଡ ପଳାଇଥିବା ଜିନତ୍ ୧୭ତାରିଖରେ ଶେଷଥର ପାଇଁ ଚାକୁଳିଆ ନିକଟ ରାଜାବସା ଜଙ୍ଗଲରେ ଏକ ମଇଁଷୀ ଶିକାର କରି ଖାଇଥିବା ବେଳେ ହାତୀ ପଲଙ୍କ ଭୟରେ ସେ ସ୍ଥାନ ପରିବର୍ତ୍ତନ କରି ପୁରୁଣାପାଣି-ମହୁଲବେଟ୍ ଜଙ୍ଗଲକୁ ପଳାଇଥିଲା । ସେଠାରୁ ୧୯ ତାରିଖରେ ଚିରଚିରା-ଚିକିଲିଗଡ-ଗିଦ୍ଧିନି-ପରିହାତୀ-ଦୁବରାଜପୁର ସିଲଦା ଦେଇ ବେଲପାହାଡି ଯାଇଥିବା ଜଣାପଡିଛି। ଗୋଟିଏ ଦିନରେ ସେ ୨୬ କିମି ପାରି ହୋଇଥିବା ଜଣାପଡିଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଛି। ତେବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ତ୍ତୃପକ୍ଷ ଏନେଇ କୌଣସି ସୂଚନା ଦେଇନାହାନ୍ତି ।
୩ବର୍ଷ ବୟସର ବାଘୁଣୀ ଜିନତ୍ (ଟି୧୬୩ ଏସ୧ଏଫ)କୁ ଶିମିଳିପାଳରେ ମହାବଳ ବାଘର ବଂଶ ବୃଦ୍ଧି ଲକ୍ଷ୍ୟରେ ମହାରାଷ୍ଟ୍ରର ତଡବା ଅଭୟାରଣ୍ୟରୁ ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇ ନଭେମ୍ବର ୧୫ ସକାଳେ ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜରରେ ରଖାଯାଇଥିଲା। ସେଠାରେ ବାଘୁଣୀ ୩ଟି ବାରାହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ବର ୨୪ ରାତିରେ ଜଙ୍ଗଲରେ ଛଡାଯାଇଥିଲା। ଟ୍ରାପ ଚିପ୍‌ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର ଜଙ୍ଗଲରେ ବାଘୁଣୀ ଜିନତ୍ ବିଚରଣ କରୁଥିବା ବେଳେ ଗତିବିଧି ଓ ସ୍ଵାସ୍ଥ୍ୟବସ୍ଥା ୨୪ଘଣ୍ଟିଆ ବନ ବିଭାଗ ଟିମ ଅନୁଧ୍ୟାନ କରୁଥିଲେ ହେଲେ ୮ ତାରିଖ ଦିନ ପାହାଡ ପରେ ପାହାଡ ଡେଇଁ ସେ ଝାଡଖଣ୍ଡରେ ପ୍ରବେଶ କରିଥିଲା ।
ଜନବସତି ମୁହାଁ ହେଲେ ଏସଓପି ଅନୁସାରେ ତୁରନ୍ତ ଟ୍ରାଙ୍କୁଲାଇଜ କରାଯାଇ କାବୁ କରାଯିବା ନେଇ ଜିନତକୁ ନୀରିକ୍ଷଣ କରୁଥିବା ଟିମ ସଜାଗ ରହିଛନ୍ତି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକଙ୍କ ସହ ତିନି ଅଧିକାରୀଙ୍କୁ ମିଶାଇ ୧୫ଜଣ କର୍ମଚାରୀ ଆବଶ୍ୟକ ସାମଗ୍ରୀ ଓ ସ୍ବତନ୍ତ୍ର ଯାନ ସହିତ ତାର ନୀରିକ୍ଷଣ କରୁଛନ୍ତି । ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ବନବିଭାଗ ତାଙ୍କୁ ସହଯୋଗ କରୁଛନ୍ତି । ଜଙ୍ଗଲ ଗୁଡିକ ଲାଗି ଲାଗି ରହୁଥିବାରୁ ବାଘୁଣୀଟି ସ୍ଥାନ ପରିବର୍ତନ କରୁଥିବାରୁ ତଦନୁଯାୟୀ ସେମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି । ଜନବସତି ମୁହାଁ ହେଲେ ଲୋକମାନଙ୍କୁ ସଚେତନ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବନବିଭାଗ ପ୍ରସ୍ତୁତ ରହିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ବନଖଣ୍ଡରୁ ୪ବର୍ଷ ପୂର୍ବେ ଏକ ମହାବଳ ବାଘ ଝାଡଖଣ୍ଡ ଜଙ୍ଗଲକୁ ଯାଇ ଫେରି ଆସିଥିବାର ରେକର୍ଡ ମଧ୍ୟ ରହିଛି । ଜଙ୍ଗଲରେ ତୃଣଭୋଜି ବନ୍ୟଜନ୍ତୁଙ୍କ ବାସସ୍ଥାନକୁ ନେଇ ବାଘର ଖାଦ୍ୟ ଅନ୍ୱେଷଣ ଓ ସୁରକ୍ଷିତ ସ୍ଥାନ ଖୋଜିବାରେ ବର୍ଷ ବର୍ଷ ଲାଗିଥାଏ । ଏଣୁ ଜିନତ୍ ଯିବା ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି ଜନୈକ ବନ ଅଧିକାରୀ କହୁଥିବା ବେଳେ ସାନବେଳୁ ହାତୀ ଦେଖି ନଥିବା ମହାରାଷ୍ଟ୍ର ବାଘୁଣୀ ଶିମିଳିପାଳ ଓ ଝାଡଖଣ୍ଡ ଜଙ୍ଗଲରେ ବିଶାଳକାୟ ହାତୀପଲଙ୍କୁ ଦେଖି ନିଜ ସୁରକ୍ଷା ଅଞ୍ଚଳ ଖୋଜୁଛି ବୋଲି ପରିବେଶ ବିତ୍ ସଞ୍ଜୁକ୍ତା ବସା କହିଛନ୍ତି । ଅପରପକ୍ଷରେ ଅନ୍ୟତମ ମହାରାଷ୍ଟ୍ର ବାଘୁଣୀ ଯମୁନା କୁଲଡିହା ଅଭୟାରଣ୍ୟରୁ ଫେରି ପୁଣି ଶିମିଳିପାଳରେ ବିଚରଣ କରୁଛି ।
ବାରିପଦା: ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଯମୁନାକୁ ସୋମବାର ସକାଳ ସମୟରେ ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଛି। ଶିମିଳିପାଳ ଅଭୟାରଣ୍ୟର କୋର‌୍ ଅଞ୍ଚଳରେ ପୂର୍ବ ପ୍ରସ୍ତୁତ ଏନକ୍ଲୋଜରରେ ବାଘୁଣୀକୁ ଛଡ଼ାଯାଇ ଗତିବିଧି ନିରୀକ୍ଷଣ କରାଯାଉଛି। ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତା ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରି ଶିମିଳିପାଳରେ ପହଞ୍ଚିଛି। ଏଥିପରେ ସୋମବାର ଭୋର ସମୟରେ ଶିମିଳିପାଳ ଅଭୟାରଣ୍ୟରେ ନୂଆ ଅତିଥି ବାଘୁଣୀ ଯମୁନାକୁ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ) ୱାଇଲଡ଼ ଲାଇଫ ସୁଶାନ୍ତ ନନ୍ଦ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନି ଏବଂ ଅନ୍ୟାନ୍ୟ ବନ ଅଧିକାରୀ ମାନଙ୍କ ଉପସ୍ଥିତିରେ ଛଡାଯାଇଛି।
ତେବେ ବାଘୁଣୀଟିର ବୟସ ୨ବର୍ଷ ୭ମାସ ହୋଇଥିବା ବେଳେ ତାହାର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ବାଘୁଣୀ ଯମୁନା ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ରହିଛି। ଯନ୍ତା ଖୋଲିବା ମାତ୍ରେ ଯମୁନା ଏନକ୍ଲୋଜର ମଧ୍ୟକୁ ଲମ୍ପ ମାରି ସୁନ୍ଦର ଭାବେ ଚଳପ୍ରଚଳ କରୁଥିବାର ପରିଲକ୍ଷିତ ହୋଇଛି। ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏକ ଟିମ ଏନକ୍ଲୋଜର ମଧ୍ୟରେ ବାଘୁଣୀ ଯମୁନାର ପ୍ରାୟ ସପ୍ତାହକ ଧରି ତାହାର ଗତିବିଧି ଓ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବେ। ସପ୍ତାହେ ପରେ ପିସିସିଏଫଙ୍କ ନିର୍ଦ୍ଦେଶକ୍ରମେ ଟ୍ରାପ ଚିପ ଲଗାଯାଇ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଛଡ଼ାଯିବ ବୋଲି ସୂଚନା ମିଳିଛି।
ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ଏନଟିସିଏର ଅନୁମତିକ୍ରମେ ବାଘୁଣୀକୁ ମ‌ହାରାଷ୍ଟ୍ରରୁ ଅଣାଯାଇଛି। ଶିମିଳିପାଳ ଅଭୟାରଣ୍ୟର ଜଳବାୟୁ ବାଘ ମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ଅଟେ ବୋଲି ପିସିସିଏଫ ଶ୍ରୀ ନନ୍ଦ କହିଛନ୍ତି। ବହୁ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ପାଖାପାଖି ୧୦୦ ବାଘ ଥିବା ପିସିସିଏଫ କହିଛନ୍ତି। ସରୋଜ ରାୟ ଚୌଧୁରୀଙ୍କ ସମୟରେ ବି ଶିମିଳିପାଳ ଅଭୟାରଣ୍ୟରେ ୬୦ରୁ ଉର୍ଦ୍ଧ୍ବ ବାଘ ଥିଲେ। ଶିମିଳିପାଳର ଜଳବାୟୁରେ ବେଶ ଖାପ ଖୁଆଇ ବାଘ ରହିପାରିବେ ବୋଲି ପିସିସିଏଫ ଶ୍ରୀ ନନ୍ଦ ପ୍ରତିକ୍ରିୟା ଦେଇ କହିଛନ୍ତି। ତେବେ ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ବାଘ ଓ ବାଘ ଛୁଆଙ୍କୁ ମିଶାଇ ୪୦ରୁ ଉର୍ଦ୍ଧ୍ବ ରହିଥିବା ବେଳେ ବାଘୁଣୀ ଯମୁନା ଏଠାରେ ଖାପ ଖୁଆଇ ରହିପାରିବ।ଶିମିଳିପାଳ ଅଭୟାରଣ୍ୟକୁ ଦୁଇଟି ବାଘୁଣୀ ଆସିବାକୁ ଥିବା ବେଳେ ବର୍ତ୍ତମାନ ଗୋଟିଏ ଆସିଛି, ଆଗକୁ ଅନ୍ୟ ଏକ ପର୍ଯ୍ୟାୟରେ ଆଉ ଏକ ବାଘ ଆସିବ ବୋଲି ପିସିସିଏଫ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି।
ଶିମିଳିପାଳ ଅଭୟାରଣ୍ୟର ୧୩ଟି ସ୍ଥାନରେ ଲାଗିଛି ନିଆଁ, ଆୟତ୍ତ କରିବାକୁ ବନବିଭାଗର ଉଦ୍ୟମ ଜାରି
ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ। ୧୩ଟି ସ୍ଥାନରେ ନିଆଁ ଲାଗିଥିବା ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୁପକ୍ଷ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ବନବିଭାଗର କର୍ମଚାରୀମାନେ ସେସବୁ ସ୍ଥାନରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ମାଡ଼ି ଚାଲିଛି ନିଆଁ । ଉତ୍ତରଶିମିଳିପାଳର କେନ୍ଦୁମୁଣ୍ଡି, ଗୁଡ଼ଗୁଡ଼ିଆ ଓ ତାଳବନ୍ଦ ରେଞ୍ଜର ବିଭିନ୍ନ ସ୍ଥାନରେ ନିଆଁ ବ୍ୟାପିବାରେ ଲାଗିଛି। ଫଳରେ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ଏବେ ବିପଦରେ ପଡିଛନ୍ତି ।
ସ୍ଥାନୀୟ ବନବିଭାଗ ଟିମ୍‌ ତୁରନ୍ତ ନିଆଁକୁ ଆୟତ୍ତ ଲାଗି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି । ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏହି ସୂଚନା ଦେଇଛନ୍ତି । ନିଆଁ ଲିଭେଇବା ପାଇଁ ପ୍ରାୟ ୩୦୦ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଅଭୟାରଣ୍ୟରେ ଥରେ ନିଆଁ ଲାଗିଲେ ନିଆଁ ଲିଭେଇବା ବହୁତ କଷ୍ଟ ହେଇଥାଏ । ଏହାକୁ ଆଖି ଆଗରେ ରଖି ଶିମିଳିପାଳ କର୍ତ୍ତୃପକ୍ଷ ବ୍ୟାବକ ବ୍ୟବସ୍ଥା କରିଛନ୍ତି । ଅଭୟାରଣ୍ୟରେ ୨୮୪ ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଗତବର୍ଷ ୧୦୫୬ଟି ପଏଣ୍ଟରେ ନିଆଁ ଲାଗିଥିଲା ।
ବର୍ଷା ଓ କୁହୁଡ଼ି ନେଇ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ
ବାରିପଦା: ବର୍ଷା ଓ କୁହୁଡ଼ି ପାଇଁ ଗୁରୁବାର ଶିମିଳିପାଳ ଅଭୟାରଣ୍ୟ ଦିନ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରହିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମଙ୍ଗଳବାର ଠାରୁ ଲଗାଣ ବର୍ଷା ପାଇଁ ବୁଧବାର ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିବା ବେଳେ ଗୁରୁବାର ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ବର୍ଷା ପାଇଁ ଯାହା ଗୁରୁବାର ସକାଳୁ କୁହୁଡ଼ି ପରିଲକ୍ଷିତ ହେବା ସହ କେତେକ ସ୍ଥାନରେ ବର୍ଷା ହୋଇଛି। ଏଥିପାଇଁ ପାହାଡିଆ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ପର୍ଯ୍ୟଟକଙ୍କ ଚଳପ୍ରଚଳକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏହିପରି ନିଷ୍ପତ୍ତି ନିଆଯାଇଛି। ତେବେ ରାତ୍ରି ରହଣି ପାଇଁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲା ରହିବ। ଶିମିଳିପାଳ ଅଭୟାରଣ୍ୟରେ ବର୍ଷାର ସ୍ଥିତିକୁ ଦେଖି ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିମିଳିପାଳ ଅଭୟାରଣ୍ୟରେ ବୃଷ୍ଟିପାତ ଯୋଗୁଁ ଜଙ୍ଗଲ ମଧ୍ୟରେ ଥିବା ଜଳାଶୟ ଏବଂ ପ୍ରବାହିତ ହେଉଥିବା ନଦୀ ମାନଙ୍କର ଜଳସ୍ତର କିଛି ପରିମାଣରେ ବୃଦ୍ଧି ପାଇଛି।
ମନମୋହୁଛି ଶିମିଳିପାଳର ଦୁର୍ଲଭ ଅର୍କିଡ୍‌, ୨ ପ୍ରଜାତି ଅର୍କିଡ୍‌ ଭାରତରେ କେବଳ ଏଇଠି ଫୁଟେ
ବାରିପଦା: ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ ଜୈବମଣ୍ଡଳ ‘ଶିମିଳିପାଳ ଅଭୟାରଣ୍ୟ’ର ପ୍ରାକୃତିକ ସୌନ୍ଦର୍ଯ୍ୟ ସଦାସର୍ବଦା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଆସିଛି। ଘଞ୍ଚ ଜଙ୍ଗଲ, ଜଳପ୍ରପାତ, ବିଭିନ୍ନ ବନ୍ୟପ୍ରାଣୀ, ସରୀସୃପ ଓ ପକ୍ଷୀ ସାଙ୍ଗକୁ ରଙ୍ଗବେରଙ୍ଗ ଫୁଲର ମନଲୋଭା ସୌନ୍ଦର୍ଯ୍ୟକୁ ପାଖରୁ ଦେଖିବା ଓ ଉପଭୋଗ କରିବା ପାଇଁ ପର୍ଯ୍ୟଟନ ଋତୁରେ କାହିଁ କେତେ ଦୂରରୁ ପର୍ଯ୍ୟଟକ ଏଠାକୁ ଛୁଟି ଆସନ୍ତି। ବିଭିନ୍ନ ପ୍ରଜାତିର ଅର୍କିଡ୍‌ ପାଇଁ ପ୍ରକୃତିର ଏହି ଗନ୍ତାଘର ଏବେ ପର୍ଯ୍ୟଟକ ଓ ଉଦ୍ଭିଦ ବିଜ୍ଞାନୀଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି। ଖାସ୍‌ ଏଇଥିପାଇଁ ୧୯୭୮ମସିହାରେ ଗୁଡ଼ୁଗୁଡ଼ିଆଠାରେ ପ୍ରତିଷ୍ଠା ହୋଇଥିବା ଅର୍କିଡ୍‌ ସଂରକ୍ଷଣ କେନ୍ଦ୍ର‌ରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଏଠାରେ ଦେଖିବାକୁ ମିଳୁଥିବା ୧୦୧ ପ୍ରଜାତିର ମନଲୋଭା ଅର୍କିଡ୍‌କୁ ପାଖରୁ ଦେଖିବା ସହ ତା’ର ବିଶେଷତ୍ବ, ଔଷଧୀୟ ଗୁଣ ସଂପର୍କରେ ପର୍ଯ୍ୟଟକମାନେ ଜ୍ଞାନ ଆହରଣ କରୁଛନ୍ତି। ସେହିପରି ପାଟବିଲସ୍ଥିତ ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ଅର୍କିଡ୍‌ ଉପରେ ଗବେଷଣା କରାଯାଉଛି। ଏହି ୧୦୧ ପ୍ରଜାତି ମଧ୍ୟରୁ ୧୦ପ୍ରକାର ଅର୍କିଡ୍‌ ଗତବର୍ଷ ନୂତନ ଭାବେ ଶିମିଳିପାଳ କର୍ତ୍ତୃପକ୍ଷ ଆବିଷ୍କାର କରିଛନ୍ତି।
ଅର୍କିଡ୍‌ ହେଉଛି ଏକପ୍ରକାର ଲତା ପ୍ରଜାତିର ଗଛ। ଓଡ଼ିଶାରେ ଏହା ମଦାଙ୍ଗ ବା ମଲାଙ୍ଗ ଭାବେ ପରିଚିତ। ଜଙ୍ଗଲରେ ଏହି ଅର୍କିଡ ଲତା ଯେକୌଣସି ଗଛ ଉପରେ ବଢ଼ିପାରେ। ଏବେ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅର୍କିଡ୍‌ ଗଛକୁ କୁଣ୍ଡରେ ମଧ୍ୟ ଲଗାଯାଉଛି। ଏହି ଫୁଲ ଥରେ ଫୁଟିଲେ, ମାସେ ପର୍ଯ୍ୟନ୍ତ ସତେଜ ରହିଥାଏ। ସେଥିପାଇଁ ଏହି ଫୁଲର ମୂଲ୍ୟ ଅନ୍ୟ ଫୁଲ ତୁଳନାରେ ଯଥେଷ୍ଟ ଅଧିକ। ପୂରା ଦେଶରେ ଫୁଟୁଥିବା ଅର୍କିଡ୍‌ ମଧ୍ୟରୁ ୭ ପ୍ରତିଶତ ଶିମିଳିପାଳରେ ଫୁଟିଥାଏ ବୋଲି ଉଦ୍ଭିଦ ବିଜ୍ଞାନୀମାନେ ଯୁକ୍ତି ବାଢ଼ନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଠାରେ ଫୁଟୁଥିବା ୨ଟି ପ୍ରଜାତିର ଅର୍କିଡ୍‌ (ବୁଲବୋ ଫାଇଲୁମ ପାଣିଗ୍ରାହୀୟାନମ ଓ ଏରିଆ ମେଘାସନିସ୍‌) ଦେଶର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ। ଅର୍କିଡ୍‌ କେବଳ ଫୁଲ ପାଇଁ ପ୍ରସିଦ୍ଧ ନୁହେଁ, ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି। ତେଣୁ ଗବେଷକ, ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ର ଓ ଉଦ୍ଭିଦ ବିଜ୍ଞାନୀ ଶିମିଳିପାଳରେ ଥିବା ଅର୍କିଡ୍‌ ଉପରେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ଅନୁସନ୍ଧାନରେ ଆସିଥାନ୍ତି ବୋଲି ଉଦ୍ଭିଦ ବିଜ୍ଞାନୀ ଡା. ଦେବାଶିଷ ବେହେରା କହିଛନ୍ତି। ଏହି ସବୁ ଗୁଣ ପାଇଁ ଅର୍କିଡ୍‌କୁ ଦୁର୍ଲଭ ବୋଲି ବିବେଚନା କରାଯାଏ।
ସାଧାରଣତଃ ଫେବୃୟାରୀରୁ ଅକ୍ଟୋବର ମଧ୍ୟରେ ଏହି ଫୁଲ ଅଧିକ ମାତ୍ରାରେ ଫୁଟିଥାଏ। ଅର୍କିଡ୍‌ ଗଛଗୁଡ଼ିକ ଶୀତଳ ଏବଂ ଅତି ଥଣ୍ଡା ପରିବେଶରେ ଭଲ ଭାବେ ବଢ଼ିପାରନ୍ତି। ସେଥିପାଇଁ ଏ ପର୍ଯ୍ୟନ୍ତ ଶିମିଳିପାଳରେ ଏହି ଗଛ ଅଧିକ ଦେଖାଯାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଏହି ଫୁଲର ଦେଶବିଦେଶରେ ପ୍ରବଳ ଚାହିଦା ରହିଥିଲେ ହେଁ ଏହାର ପ୍ରକୃତ ବ୍ୟବସାୟୀକରଣ କରାଯାଇପାରୁନାହିଁ। ଶିମିଳିପାଳରେ ବସବାସ କରୁଥିବା ବନବାସୀ ଓ ଆଦିବାସୀ ଯୁବବର୍ଗଙ୍କୁ ଉପଯୁକ୍ତ ତାଲିମ୍‌ ପ୍ରଦାନ କରି ଏହାର ବ୍ୟବସାୟ କରାଗଲେ, ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଶିମିଳିପାଳ ଜୈବମଣ୍ଡଳର ଅଧିକ ପ୍ରଚାରପ୍ରସାର ହୋଇପାରନ୍ତା ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ଦାବି କରିଛନ୍ତି।
ଶିମିଳିପାଳ ଅଞ୍ଚଳରୁ କଲରାପତରିଆ ବାଘଛାଲ ଜବତ, ୨ଅଟକ
ଶିମିଳିପାଳ: ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ ବାଘଛାଲ ଜବତ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବନ କର୍ମଚାରୀ ଓ ପୁଲିସର ମିଳିତ ଚଢାଉରେ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ଚେକାମରା ଗାଁରୁ ଏକ କଲରାପତରିଆ ବାଘଛାଲ ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । ସେମାନଙ୍କୁ ବାରିପଦା ଅଣାଯାଇ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣର ଉପନିର୍ଦେଶକ ସମ୍ରାଟ ଗୌଡା କହିଛନ୍ତି ।