Chandrabhaga - The Sakala

ଆଜି ପବିତ୍ର ଶାମ୍ବ ଦଶମୀ; ସୂର୍ଯ୍ୟପୂଜା ସହ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ
କୋଣାର୍କ: ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ଭଗବାନଙ୍କ ପୂଜା । ଏହି ଦିନରେ  ସୂର୍ଯ୍ୟ ପୂଜା କଲେ, ମହାପାତକ କ୍ଷୟ ହୁଏ ବୋଲି କୁହାଯାଏ। ବିଶ୍ବାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ । କାହିଁକି ନାଁ ସୂର୍ଯ୍ୟ ଭଗବାନ ହେଉଛନ୍ତି ସକଳ ଶକ୍ତିର ଆଧାର । ଆଜିର ଦିନରେ ଭଗବାନ କୃଷ୍ଣଙ୍କ ପୁତ୍ର “ସାମ୍ବ” ଚନ୍ଦ୍ରଭଗା କୂଳରେ ସୂର୍ଯ୍ୟ ଭଗବାନଙ୍କ ଉପାସନା କରି ପିତୃ ଅଭିଶାପରୁ ମୁକ୍ତିଲାଭ କରିଥିବା ନେଇ ପୂରାଣରେ ବର୍ଣ୍ଣିତ ରହିଛି । ଯାହାକୁ ବିଶ୍ୱାସ କରି ଆଜିର ଦିନରେ ଓଡ଼ିଆ ଘରର ମାଆମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଉଦୟ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ପରିବାରର ସମସ୍ତଙ୍କ ମଙ୍ଗଳ କାମନା କରିଥାନ୍ତି ।

ଶାମ୍ବ ଦଶମୀ ପାଇଁ ଉତ୍ସବ ମୁଖର ଅର୍କକ୍ଷେତ୍ର କୋଣାର୍କ । ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରରେ ଶହ ଶହ ଶ୍ରଦ୍ଧାଳୁଙ୍କ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ ଓ ସୂର୍ଯ୍ୟ ଆଳତି ଲାଗି ଭିଡ଼ ଲାଗିଛି । ଭକ୍ତଙ୍କ ସମ୍ଭାବ୍ୟ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶାମ୍ବ ଦଶମୀ ଅବସରରେ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିଛି । ବିନା ଟିକେଟରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟକୁ ବୁଲି ଦେଖୁଛନ୍ତି କୋଣାର୍କକୁ ବୁଲି ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ।

ଆଜି ପବିତ୍ର ମାଘ ସପ୍ତମୀ; ବୁଡ ପକାଇବାକୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼
ପୁରୀ: ଆଜି ପବିତ୍ର ମାଘ ସପ୍ତମୀ । ଭଗବାନ ସୂର୍ଯ୍ୟ ଦେବଙ୍କ ଆବିର୍ଭାବ ତିଥି। ବୁଡ ପକାଇବାକୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଏଥିପାଇଁ ଚଳଚଞ୍ଚଳ ହୋଇଛି ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା । ଚନ୍ଦ୍ରଭାଗା ତୀର୍ଥରେ କୃଷ୍ଣଙ୍କ ପୁତ୍ର ଶାମ୍ବ ସୂର୍ଯ୍ୟନାରାୟଣଙ୍କୁ ଉପାସନା କରି ଅଭିଶାପରୁ ମୁକ୍ତି ଲାଭ କରିଥିଲେ । ତେଣୁ ଲୋକଙ୍କ ବିଶ୍ୱାସ ରହିଛି ଆଜି ଭଳି ପବିତ୍ର ଦିନରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟ ଭଗବାନଙ୍କୁ ଦର୍ଶନ କରିବା ଫଳରେ କୋଟି ଜନ୍ମ ପାପକ୍ଷୟ ହୋଇଥାଏ ।

ପୌରାଣିକ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ। ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ। ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀ ମାନେ ଏହି ପବିତ୍ର ଦିନରେ ଏହି ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି।

ଭୋରରୁ ଭକ୍ତଙ୍କ ବୁଡ଼ ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ୫ଜଣ ଆଡିସନାଲ ଏସପିଙ୍କ ସହିତ ୧୨ଜଣ ଡିଏସପି ୩୯ଜଣ ଇନସପେକ୍ଟର, ୧୨୨ ଜଣ ଏଏସଆଇ ୫୩୪ ଜଣ କନେଷ୍ଟବଳଙ୍କ ସମେତ ୩୩ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିଛନ୍ତି ।

ମାଘସପ୍ତମି ପାଇଁ କୋଭିଡ କଟକଣା: ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ଲାଗି ବାରଣ
କୋଣାର୍କ: ପୂର୍ବ ଭଳି ଏବର୍ଷ ମଧ୍ଯ ମକରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରିଦିଆଯାଇଛି। କରୋନା କଟକଣା ଭିତରେ ମାଘ ସପ୍ତାମୀ ଓ ଚନ୍ଦ୍ରଭାଗା ବୁଡ ନୀତି ହେବ। ଆଗାମୀ ଫେବ୍ରୁଆରି ୭ ତାରିଖରେ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ଅବସରରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ଲାଗି ବାରଣ କରାଯାଇଛି। ଏ ନେଇ ଆଜି ସ୍ଥାନୀୟ ଯାତ୍ରୀ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୁରୀ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ନିମାପଡ଼ା ତହସିଲଦାର, ନିମାପଡ଼ା ବିଡିଓ , ଏସଡିପିଓ ପ୍ରମୁଖ ଯୋଗ ଦେଇଥିଲେ।

ଏକ ବୈଠକରେ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱରଙ୍କ ମହାସ୍ନାନ କଟକଣା ଭିତରେ ହେବ, ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପାଇଁ ଅନୁମତି ମିଳିବ। ଏଥିରେ ସେବାୟତ ଓ ଅଧିକାରୀ ଅଂଶଗ୍ରହଣ କରିବେ। କୋଭିଡ କଟକଣା ଭିତରେ ସର୍ବାଧିକ ୫୦୦ରୁ ୬ ଶହ ଲୋକଙ୍କୁ ଅନୁମତି ଦିଆଯିବ।

ସୂଚନାଯୋଗ୍ୟ, ଚନ୍ଦ୍ରଭାଗାରେ ମାଘ ମେଳା ବୁଡ଼ ପକାଇବା ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଭୋରରୁ ଶ୍ରଦ୍ଧାଳୁ ବୁଡ଼ ପକାଇବ ସହ ପହିଲି ସୂର୍ଯ୍ଯ ଦର୍ଶନ କରିଥା’ନ୍ତି। ଏଥିପାଇଁ ପୂର୍ବଦିନ ରାତିରୁ ଲୋକେ ଭିଡ଼ ଜମାନ୍ତି। ଜନସମାଗମରୁ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରିଦିଆଯାଇଛି।