neocov - The Sakala

ଉହାନ ବୈଜ୍ଞାନିକଙ୍କ ଚେତାବନୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହେଲା ନୂଆ କରୋନା ଭୂତାଣୁ, ୩ ରୋଗୀଙ୍କ ମଧ୍ଯରେ ଜଣଙ୍କର ଘଟିବ ମୃତ୍ଯୁ !
ନୂଆଦିଲ୍ଲୀ: କରୋନା ଉତ୍ପତିସ୍ଥଳ ଚୀନ୍‌ର ଉହାନ ସହରକୁ କୁହାଯାଉଥିବା ବେଳେ କରୋନାର ଆଉ ଏକ ନୂତନ ଭୂତାଣୁ  ବିଷୟରେ ସତର୍କ ସୂଚନା ଜାରି କରାଯାଇଛି। ଏହି ଭାଇରସର ନାଁ ରହିଛି ‘ନିଓକୋଭ୍‌’ । ଏହି ଭୂତାଣୁ ପ୍ରଭାବରେ ସଂକ୍ରମଣ ଓ ମୃତ୍ୟୁହାର ଅଧିକ ହେବାର ଆଶଙ୍କା ରହିଛି। ୩ ଜଣ ଆକ୍ରାନ୍ତରେ ଜଣଙ୍କର ମୃତ୍ଯୁ ଘଟିବା ଆଶଙ୍କା ରହିଛି। ଏହି  ଭୂତାଣୁ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଛି। ବର୍ତ୍ତମାନ ପର୍ଯ୍ଯନ୍ତ ଏହି ଭୂତାଣୁ ମଣିଷ ଶରୀରେ ପ୍ରବେଶ କରିନାହିଁ। କୌଣସି ରୋଗୀ ମଧ୍ଯ ଚିହ୍ନଟ ହୋଇ ନାହାନ୍ତି।

ରୁଷର ନ୍ୟୁଜ୍ ଏଜେନ୍ସି  ସ୍ପୁତନିକ ରିପୋର୍ଟ ଅନୁଯାୟୀ, ଏହି ନିଓକୋଭ୍  ଭୂତାଣୁ ୨୦୧୨ ଏବଂ ୨୦୧୫ ମସିହାରେ ପଶ୍ଚିମ ଏସିଆର ଦେଶରେ  ପ୍ରଥମେ ଚିହ୍ନଟ ହୋଇଥିଲା । ଏହା SARS-CoV-2 ସହିତ ସମାନ, ଯାହା ମଣିଷ ଶରୀରେ କରୋନା  ସଂକ୍ରମଣ କରିଥାଏ। ଦକ୍ଷିଣ ଆଫ୍ରିକାରେ ଏହି ନିଓକୋଭ୍ ଭୂତାଣୁ ବଦୁଡିମାନଙ୍କ ଭିତରେ ଦେଖାଯାଇଥିଲା । ଏହା ବର୍ତ୍ତମାନ ପର୍ଯ୍ଯନ୍ତ କେବଳ ପଶୁମାନଙ୍କଠାରେ ଦେଖିବାକୁ ମିଳିଛି।

ତଥ୍ୟାବଳୀ ଅନୁସାରେ, ‘ନିଓକୋଭ୍‌’ ଏବଂ PDF-2180-CoV  ମଣିଷକୁ ସଂକ୍ରମିତ କରିପାରେ। ଉହାନ ୟୁନିଭରସିଟି ଏବଂ ଚାଇନା ଏକାଡେମୀ ଅଫ୍ ସାଇନ୍ସର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏହି ନୂତନ କରୋନା ଭୂତାଣୁ ମାନବ କୋଷକୁ ସଂକ୍ରମିତ କରିବା ପାଇଁ କେବଳ ଗୋଟିଏ ପରିବର୍ତ୍ତନ ଆବଶ୍ୟକ। ଏହି ଭୂତାଣୁ ମାନବ ଶରୀରେ ପ୍ରେବଶ କଲେ ସଂକ୍ରମିତଙ୍କ ସଂଖ୍ଯା ଶୀଘ୍ର ବୃଦ୍ଧି ଘଟିବା ସହ ଅନେକ ରୋଗୀଙ୍କ ମୃତ୍ୟୁ ଘଟାଇପାରେ ବୋଲି ଆକଳନ କରାଯାଇଛି।

ଏହି NeoCoV ଭୂତାଣୁରେ ବର୍ତ୍ତମାନର SARS-CoV-2 ଭଳି କରୋନା ଭୂତାଣୁର ଗୁଣ ରହିଛି। ଏହି ପରିପ୍ରେକ୍ଷୀରେ ରୁଷର ସରକାରୀ ବାୟରୋଲାରଜି ରିସର୍ଚ୍ଚ ସେଣ୍ଟର ଗୁରୁବାର ଏକ ବିବୃତ୍ତି ଜାରି କରି କହିଛି ଯେ, ବର୍ତ୍ତମାନ ଏହା ମଣିଷକୁ ସଂକ୍ରମିତ କରିବାରେ ସକ୍ଷମ ନୁହେଁ । ତଥାପି, ଏହାର ବିପଦକୁ ଦୃଷ୍ଟିରେ ରଖି ଅଧିକ ଅଧ୍ୟୟନ ଆବଶ୍ୟକ ରହିଛି।