MBBS - The Sakala

ଏମ୍‌‌ବିବିଏସ୍‌‌ ଓ ବିଡିଏସ୍‌‌ ନାମଲେଖା: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପଞ୍ଜୀକରଣ, ବଳକା ଅଛି ୪୫୨ ସିଟ୍‌‌
ଭୁବନେଶ୍ୱର: ଓଜେଇଇ ପକ୍ଷରୁ ରାଜ୍ୟର ବିଭିନ୍ନ ମେଡିକାଲ୍‌‌ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପଞ୍ଜୀକରଣ ଆଜିଠୁ ଆରମ୍ଭ ହେବ। ୧୪ରୁ ୧୭ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ଥିବାବେଳେ ୧୯ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୪୫୨ଟି ସିଟ୍‌‌ ବଳକା ରହିଛି। ଓଜେଇଇ ଏନେଇ ତାଲିକା ପ୍ରକାଶ କରିଥିବାବେଳେ ବଲାଙ୍ଗିର ମେଡିକାଲ୍‌‌ କଲେଜରେ ୪ଟି, ଏମ୍‌‌କେସିଜିରେ ୨୪ଟି, ବାରିପଦାରେ ୮, ଏସ୍‌‌ସିବିରେ ୮୮, କୋରାପୁଟରେ ୧୦, ବୁର୍ଲାରେ ୧୬, ପୁରୀରେ ୩, କେନ୍ଦୁଝର ୬, ସୁନ୍ଦରଗଡ଼ ୯, ଭବାନୀପାଟଣା ୪ ଓ ଏସ୍‌‌ସିବି ଡେଣ୍ଟାଲ କଲେଜରେ ୨୭ଟି ସିଟ୍‌‌ ଖାଲି ପଡ଼ିଛି। ସେହିପରି ଡ୍ରିମ୍ସରେ ୫୩ଟି, ହାଇଟେକ୍‌‌ ଏମ୍‌‌ବିବିଏସ୍‌‌ରେ ୫୨ଟି ଓ ହାଇଟେକ୍‌‌ ଡେଣ୍ଟାଲରେ ୯୭ଟି ସିଟ୍‌‌ ବଳକା ରହିଛି। ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧୬୨୫ ଏମ୍‌‌ବିବିଏସ୍‌‌ ଓ ୧୩୧ଜଣ ବିଡିଏସ୍‌‌ ପିଲାଙ୍କୁ ଚୟନ କରାଯାଇ ଥିବାବେଳେ ୧୩୬୯ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।

ଆସନ୍ତା ବର୍ଷରୁ ନେକ୍ସଟ ପରୀକ୍ଷା ବାଧ୍ୟତାମୂଳକ
ଭୁବନେଶ୍ୱର: ୨୦୨୩ ଶିକ୍ଷାବର୍ଷରୁ ଆଉ ନିଟ ପିଜି ପରୀକ୍ଷାହେବନି। ଏହା ବଦଳରେ ଶେଷବର୍ଷ ମେଡିକାଲ(ଏମବିବିଏସ) ଛାତ୍ରଛାତ୍ରୀମାନେ ନେକ୍ସଟ୍‍ ପରୀକ୍ଷା ଦେବେ। ପୂର୍ବରୁ କେବଳ କେବଳ ବିଦେଶରୁ ଏମବିବିଏସ ପାଠ୍ୟକ୍ରମ ଶେଷ କରି ଭାରତରେ ପ୍ରାକ୍ଟିସ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ପିଲାମାନଙ୍କୁ ଏଫଏମଜିଇ ପରୀକ୍ଷାଦେବାକୁ ପଡୁଥିବା ବେଳେ ଏବେ କିନ୍ତୁ ସମସ୍ତଙ୍କ ପାଇଁ ଏହି ପରୀକ୍ଷା ବାଧ୍ୟତାମୂଳକ ହେବ। ଏନେଇ ‘ଏନଏମସି’ ପକ୍ଷରୁ ବିଚାରବିମର୍ଶ କରାଯାଉଛି। ତେବେ ୨୦୨୩ ଶିକ୍ଷା ବର୍ଷରୁ ଉଭୟ ଭାରତ ଏବଂ ବିଦେଶ ଫେରନ୍ତା ମେଡିକାଲ (ଏମବିବଏସ) ଛାତ୍ରଛାତ୍ରୀମନେ ନେକ୍ସଟ୍‍ ପରୀକ୍ଷା ଦେବା ବାଧ୍ୟତାମୂଳକ ହେବ। ଯଦିଓ ନ୍ୟାସନାଲ ମେଡିକାଲ କାଉନସିଲ ଏନେଇ ଚୂଡାନ୍ତ ନିସ୍ପତ୍ତି ନେଇ ନାହିଁ ବିଚାରବିମର୍ଶ ଜାରି ରଖିଛି।

ଏଣିକି ବିଦେଶ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଓ ଭାରତୀୟ ଏମବିବିଏସ ଛାତ୍ରଛାତ୍ରୀଙ୍କୁ ପିଜି କୋର୍ସ ଲାଗି ଅଲଗା ଅଲାଗା ଆବେଦନ କରିବାକୁ ପଡ଼ିବନି। ଏଫଏମଜିଇ ପରୀକ୍ଷା ଓ ଏମବିବିଏସ ପରୀକ୍ଷାକୁ ମିଶାଇ ଗୋଟିଏ ପରୀକ୍ଷା କରାଯିବ। ସେହିଭଳି ମେଡିକାଲ ପ୍ରାକ୍ଟିସ୍‍ ଲାଗି ନେକ୍ସଟ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାସ କରିବାକୁ ପଡ଼ିବ। ସେହିଭଳି ନେକ୍ସଟ-୨ ପରୀକ୍ଷା ଏକ ପାସ୍‍ ଫେଲ ପରୀକ୍ଷା ଭାବେ ରହିବ। ଏହି ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଯାଇ ମେଡିକାଲ ସେବା ଦେବା ଲାଗି ଜଣେ ଏମବିବିଏସ ଛାତ୍ର ଯୋଗ୍ୟ ବିବେଚିତ ହୋଇ ଲାଇସେନ୍ସ ପାଇବ। ପିଜି ମଧ୍ୟ ନାମଲେଖା ପାଇଁ ସୁଯୋଗ ପାଇବ। ତେବେ ନେକ୍ସଟ୍‍-୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପିଜି କରିବା ପାଇଁ ଯୋଗ୍ୟତା ଅର୍ଜନ କରିବେ। ପୂର୍ବରୁ ଏମବିବିଏସ ଶେଷ କରୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଇଣ୍ଟର୍ଣ୍ଣସିପ କରିବା ପରେ ହିଁ ଲାଇସେନ୍ସ ପାଇପାରୁଥିଲେ। ବିଦେଶରୁ ମେଡିକାଲ ବା ୟୁଜି ଶେଷ କରି ଭାରତରେ ପ୍ରାକ୍ଟିସ କରିବା ଲାଗି ଇଚ୍ଚା କରୁଥିଲେ ସେମାନଙ୍କୁ ଏଫଏମଜିଇ ପରୀକ୍ଷା ଦେବାକୁ ପଡୁଥିଲା। କିନ୍ତୁ ନୂଆ ବ୍ୟବସ୍ଥା ଦ୍ୱାରା ଉଭୟ ଭାରତୀୟ ଓ ବିଦେଶୀ ମେଡିକାଲ ଗ୍ରାଜୁଏଟ ମାନେ ଏକାସଙ୍ଗରେ ନେକ୍ସଟ ପରୀକ୍ଷା ଦେବ। ଏଥିରେ କୃତକାର୍ଯ୍ୟ ହେଲେ ସେମାନଙ୍କୁ ଇଣ୍ଟର୍ଣ୍ଣସିପ୍‍ କରିବାକୁ ଅନୁମତି ମିଳିବ। ଏହାର ବର୍ଷକ ପରେ ସେମାନେ ନେକ୍ସଟ-୨ ପରୀକ୍ଷା ଦେଇ ପିଜିରେ ନାମଲେଖା ପାଇଁ ଯୋଗ୍ୟତା ହାସଲ କରି ପାରିବେ। ପ୍ରାକ୍ଟିସ ଲାଗି ଲାଇସେନ୍ସ ପ୍ରାପ୍ତ ହେବେ ବୋଲି ନ୍ୟାସନାଲ ମେଡିକାଲ କାଉନସିଲ ପକ୍ଷରୁ କୁହାଯାଇଛି।

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ; ଆମକୁ ପଢିବାକୁ ସରକାର ସୁଯୋଗ ଦିଅନ୍ତୁ
ନୂଆଦିଲ୍ଲୀ : ୟୁକ୍ରେନରୁ ଫେରିଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନେ ରବିବାର ଜନ୍ତରମନ୍ତର ଠାରେ ବିକ୍ଷୋଭ କରିଛନ୍ତି। ସେମାନଙ୍କ ପାଠ ପଢାର ଭବିଷ୍ୟତ ସୁରକ୍ଷିତ ରଖୀବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବା ଦାବିରେ ବିେକ୍ଷାଭ କରିଛନ୍ତି। କେବଳ ଛାତ୍ରଛାତ୍ରୀ ନୁହନ୍ତି, ସେମାନଙ୍କ ଅଭିଭାବକ ମଧ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି। ସରକାର ୟୁକ୍ରେନରୁ ପିଲାମାନଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନ ସୁରକ୍ଷିତ କରିଥିବା ବେଳେ ସେମାନଙ୍କ କ୍ୟାରିୟର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ବିଭିନ୍ନ ବିଶ୍ବ ବିଦ୍ୟାଳୟରେ ସେମାନଙ୍କ  ବାକି ପାଠ୍ୟକ୍ରମ ପାଇଁ ଅଧ୍ୟୟନ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ସହାୟତା କରନ୍ତୁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଜନ୍ତରମନ୍ତର ଠାରେ ୧୮ଟି ରାଜ୍ୟର ପ୍ରାୟ ୫୦୦ ଡାକ୍ତରୀ  ଛାତ୍ରଛାତ୍ରୀଙ୍କ ସହ  ସେମାନଙ୍କ ଅଭିଭାବକଙ୍କ ସହ ବିକ୍ଷୋଭରେ ସାମିଲ ହୋଇଥÒବା ଜଣାପଡ଼ିଛି।

ବିଦେଶରୁ ଡାକ୍ତରୀ ପଢ଼ି ଭାରତରେ ଫେଲ୍‍: ଚାଇନା ଏମ୍‍ବିବିଏସ୍‍ ଡିଗ୍ରୀ ସବୁଠୁ ଦୁର୍ବଳ
ଭୁବନେଶ୍ୱର: ବିଦେଶରୁ ଏମ୍‌ବିବିଏସ୍‌ ଡିଗ୍ରୀ ଧରି ଫେରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ଏଠାରେ ଯୋଗ୍ୟତା ପରୀକ୍ଷାରେ ଫେଲ୍ ହେଉଛନ୍ତି। ମାତ୍ର ୮ରୁ ୧୦ ପ୍ରତିଶତ ଛାତ୍ରଛାତ୍ରୀ ଭାରତୀୟ ମେଡିକାଲ କାଉନସିଲ ଏମ୍‌ସିଆଇ କରୁଥିବା ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି। ଏହି ବିଫଳତାର ପରିସଂଖ୍ୟାନକୁ ଆହୁରି ସ୍ପଷ୍ଟ କରିଦେଇଛି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ବୟାନ। ଏବେ ୟୁକ୍ରେନରୁ ଶହଶହ ଡାକ୍ତରୀ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ଅସୁବିଧା ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏ ବୟାନ ବିଦେଶ ଡାକ୍ତରୀ ପଢ଼ାର ଗୁଣବତ୍ତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ଲଗାଇ ଦେଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ବର୍ଷ ବର୍ଷ ଧରି ବିଫଳତାର ଏ ରେକର୍ଡ ରହିଆସିଥିବା ବେଳେ ପିତାମାତାମାନେ କାହିଁକି ପିଲାମାନଙ୍କୁ ଡାକ୍ତରୀ ପଢ଼ାଇବା ପାଇଁ ବିଦେଶକୁ ପଠାଉଛନ୍ତି। ଯୋଗ୍ୟତା ପରୀକ୍ଷାରେ ବିଗତ ୫ ବର୍ଷରେ ମାତ୍ର ୧୪.୨୦ % ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବିଦେଶରେ ଏମବିବିଏସ ପଢ଼ି ଭାରତ ଫେରୁଥିବା ଏମବିବିଏସ୍‍ ଡାକ୍ତରଙ୍କୁ ସିଧାସଳଖ ଚିକିତ୍ସା ତଥା ପ୍ରାକ୍ଟିସ୍‍(ଡାକ୍ତରୀ ଅଭ୍ୟାସ) ପାଇଁ ସୁଯୋଗ ମିଳି ନ ଥାଏ। ଏଥି ପାଇଁ ସେମାନଙ୍କୁ ଏନ୍‍ବିଇ (ନ୍ୟାସନାଲ୍‍ ବୋର୍ଡ଼ ଅଫ୍‍ ଏକଜାମିନେସନ୍‍) ଦ୍ୱାରା ଆୟୋଜିତ ଏଫ୍‍ଏମ୍‍ଜିଇ(ଫରେନ୍‍ ମେଡିକାଲ୍‍ ଗ୍ରାଜୁଏଟ୍‍ ଏକ୍‍ଜାମିନେସନ୍‍)ରେ ଉତ୍ତୀର୍ଣ୍ଣ ହେବାକୁ ପଡ଼େ। ତେବେ ବିଦେଶର ମେଡିକାଲ୍‍ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଏମ୍‍ସିଆଇ(ମେଡିକାଲ୍‍ କାଉନସିଲ୍‍ ଅଫ୍‍ ଇଣ୍ଡିଆ) ଅନୁମୋଦିତ ହୋଇଥିବା ଶିକ୍ଷାନୁଷ୍ଠାନ ସହ ସମକକ୍ଷ ହୋଇଥିବା ଜରୁରୀ। ଏନ୍‍ବିଇ ତଥ୍ୟ କହୁଛି ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ଚୀନ୍‍, ରୁଷ, ୟୁକ୍ରେନ, ଜର୍ଜିଆ, ଅରମେନିଆ, ନେପାଳ, ବାଂଲାଦେଶ, ପାକିସ୍ତାନ ଆଦି ଦେଶରୁ ୬୧ ହଜାର ୭୦୮ ଜଣ ଛାତ୍ରଛାତ୍ରୀ ଏମବିବିଏସ ଡିଗ୍ରି ହାସଲ କରି ଏଫ୍‍ଏମ୍‍ଜିଇ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୮ ହଜାର ୭୬୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଚୀନରୁ ଏମବିବିଏସ ଅଧ୍ୟୟନ କରି ସର୍ବାଧିକ ୨୦,୩୧୪ ଜଣ ଏଫ୍‍ଏମ୍‍ଜିଇ ପରୀକ୍ଷା ଦେଇଥିବାବେଳେ ୨୩୭୦ ଜଣ ଅର୍ଥାତ୍‍ ୧୧.୬୭ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ରୁଷରେ ପାଠ ସାରି ଆସିଥିବା ୧୨.୯୧%, ୟୁକ୍ରେନର ୧୪.୮୭%, ନେପାଳ ୧୬.୮୨, ବାଂଲାଦେଶ ୨୭.୧୧%, ପାକିସ୍ତାନ ୨୯.୬୦ ପ୍ରତିଶତ ଛାତ୍ରଛାତ୍ରୀ ଏନ୍‍ବିଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ରିପୋର୍ଟ ଦର୍ଶାଇଛି। ତେବେ ବ୍ରିଟେନ୍‍, ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା, ନ୍ୟୁଜିଲାଣ୍ଡ ଆଦି ଦେଶରୁ ଏମବିବିଏସ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଫ୍‍ଏମ୍‍ଜିଇ ବାଧ୍ୟତାମୂଳକ ନୁହଁ।

ଅପରପକ୍ଷେ ବିଦେଶରୁ ଏମ୍‍ବିବିଏସ୍‍ ପଢ଼଼ି ଭାରତର ଦକ୍ଷତା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ନୈରାଶ୍ୟ ପ୍ରଦର୍ଶନ ବିଦେଶର ଶିକ୍ଷାର ଗୁଣାତ୍ମକମାନ ପ୍ରତି ଆଙ୍ଗୁଠି ଉଠାଇଛି। ହାରାହାରି ଭାବେ ଜଣେ ଡାକ୍ତରୀ ଛାତ୍ର ପ୍ରାୟ ଅଧକୋଟିରୁ ଅଧିକ ଟଙ୍କା ସାରି ଅଭିଭାବକମାନେ ପିଲାଙ୍କୁ ବିଦେଶରେ ଡାକ୍ତରୀ ପଢ଼଼ାଉଛନ୍ତି। ହେଲେ ପଢ଼଼ା ଶେଷ ହେବା ପରେ ଡାକ୍ତରୀ ଅଭ୍ୟାସ(ମେଡିକାଲ ପ୍ରକ୍ଟିସ୍‍) ପାଇଁ ପ୍ରବେଶିକାରେ କୃତକାର୍ଯ୍ୟ ହୋଇ ପାରୁ ନାହାନ୍ତି। ଏ ସମ୍ପର୍କରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ ମହାପାତ୍ର କହନ୍ତି, ଏଫ୍‍ଏମ୍‍ଜିଇ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ବିଦେଶୀ ଡାକ୍ତରୀ ପ୍ରତିଷ୍ଠାନ ତଥା ଶିକ୍ଷାବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିବା ସ୍ୱାଭାବିକ କଥା। ହୁଏତ ବିଦେଶରେ ଡାକ୍ତରୀ ଶିକ୍ଷା ଗୁଣାତ୍ମକ ହୋଇ ନପାରେ। ସେହିପରି ଚୀନ୍‍, ରୁଷ, ୟୁକ୍ରେନ ଆଦି ରାଷ୍ଟ୍ର ସେମାନଙ୍କ ଆଞ୍ଚଳିକ ଭାଷାରେ ପିଲାଙ୍କୁ ପାଠପଢ଼଼ାନ୍ତି। ଶିକ୍ଷା ଆହରଣରେ ଭାଷା ମଧ୍ୟ ଏକ ସମସ୍ୟା ହୋଇଥାଇ ପାରେ। ସେହିପରି ଡା. ହରିଶ ଚୌଧୁରୀ କହନ୍ତି, ବିଦେଶରେ ଏମ୍‍ବିବିଏସ୍‍ ଅଧ୍ୟୟନ କରିବା ଖର୍ଚ୍ଚ ଭାରତ ତୂଳନାରେ ଯଥେଷ୍ଟ କମ୍‍। ପ୍ରତିବର୍ଷ ୧୬ ଲକ୍ଷ ପିଲା ନିଟ୍‍ ପରୀକ୍ଷା ଦେଉଥିବାବେଳେ ୮ ଲକ୍ଷ କୃତକାର୍ଯ୍ୟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧ଲକ୍ଷ ପିଲାଙ୍କୁ ସିଟ୍‍ ମିଳୁଛି। ବଳକା ପିଲା ବିଦେଶରେ ଡାକ୍ତରୀ ପଢ଼଼ିବାକୁ ପସନ୍ଦ କରୁଛନ୍ତି। ହେଲେ ବିଡ଼ମ୍ବନାର ବିଷୟ ହେଉଛି ମାତ୍ର ୭ରୁ ୮ ପ୍ରତିଶତ ପିଲା ଏଫ୍‍ଏମ୍‍ଜିଇରେ କୃତକାର୍ଯ୍ୟ ହେଉଛନ୍ତି। ବିଦେଶରେ ମେଡିକାଲ୍‍ ଶିକ୍ଷା ଗୁଣାତ୍ମକ ହେଉନି। ସୂଚନାଥାଉକି ୟୁକ୍ରେନ ଓ ରୁଷ ମଧ୍ୟରେ ଲାଗିଥିବା ଯୁଦ୍ଧ ସ୍ଥିତିକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବାବେଳେ ଏଠାରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ କେନ୍ଦ୍ର ସରକାର ଅବିଶ୍ରାନ୍ତ ଉଦ୍ୟମ ଜାରି ରଖିଛନ୍ତି। ସମସ୍ତ ଭାରତୀୟ କିପରି ସୁରକ୍ଷିତ ସ୍ୱଦେଶ ଫେରିବେ ଭାରତୀୟ ଦୂତାବାସ ବିଦେଶରେ ନିରନ୍ତର ପ୍ରକ୍ରିୟା ଜାରି ରଖିଛି। ଏହାରି ଭିତରେ ମଙ୍ଗଳବାର ଦିନ ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ନିଜର ପ୍ରାଣ ହରାଇଛନ୍ତି। ବିଦେଶରେ ନିଜର ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିବା ମେଡିକାଲ୍‍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶତାଧିକ ଓଡ଼ିଆ ମଧ୍ୟ ରହିଛନ୍ତି। ପ୍ରତିବର୍ଷ ୟୁକ୍ରେନ୍‍ ଭଳି ବିଭିନ୍ନ ଦେଶରୁ ଲକ୍ଷାଧିକ ଛାତ୍ରଛାତ୍ରୀ ଡାକ୍ତରୀ ପଢ଼଼ି ସ୍ୱଦେଶ ଫେରୁଥିବାବେଳେ ଭାରତରେ ସେମାନଙ୍କ ଶୈକ୍ଷିକ ଦକ୍ଷତାର ଚିତ୍ର ବିଦେଶୀ ଶିକ୍ଷାର ବାସ୍ତବତାକୁ ଦର୍ଶାଉଛି।

ବଦଳିଲା ଏମ୍‍ବିବିଏସ୍‍,ବିଡିଏସ୍‍ ନାମଲେଖା କାର୍ଯ୍ୟସୂଚୀ, ୫ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା
ଭୁବନେଶ୍ୱର: ଏମବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ନାମଲେଖା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଥିବାବେଳେ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ଓଜେଇଇ ଶନିବାର ପୁନଶ୍ଚ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ କରିଛି। ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁଯାୟୀ ଛାତ୍ରଛାତ୍ରୀ ନାମଲେଖା ପାଇଁ ଫେବୃଆରୀ ୨ ତାରିଖ ସକାଳ ୧୦ଟାରୁ ୩ ତାରିଖ ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ଚଏସ ଫିଲିଂ ଓ ଲକିଂ କରିପାରିବେ। ସେହିପରି ଫେବୃଆରୀ ୩ ତାରିଖ ବଦଳରେ ୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ଏହା ସହିତ ଫେବୃଆରୀ ୭ ତାରିଖ ପୂର୍ବାହ୍ନ ୧୦ରୁ ୧୨ ତାରିଖ ଅପରାହ୍ଣ ୫ଟା ଯାଏଁ ଛାତ୍ରଛାତ୍ରୀ ପ୍ରୋଭିଜନାଲ ନାମଲେଖା ଲାଗି ଓଜେଇଇ ମୁଖ୍ୟାଳୟରେ ରିପୋର୍ଟିଂ କରିବାକୁ ଥିବାବେଳେ ୭ ତାରିଖ ସକାଳ ୧୦ଟାରୁ ୧୨ ତାରିଖ ରାତି ୮ଟା ଯାଏଁ ପଞ୍ଜୀକରଣ ପ୍ରତ୍ୟାହାର କରି ପାରିବେ। ପ୍ରଥମ ପର୍ଯ୍ୟ।ୟ କାଉନସେଲିଂ ପରେ ଫେବୃଆରୀ ୧୪ରେ ଖାଲିଥିବା ସିଟ୍‍ ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟ।ୟ ନାମଲେଖା ଲାଗି ଲାଗି ୧୫ ତାରିଖ ରୁ ୧୬ ତାରିଖ ମଧ୍ୟରେ ପଞ୍ଜୀକରଣ, ଅନଲାଇନ ଆବେଦନ, ଅନଲାଇନ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପଲୋଡ୍‍ କରାଯିବ ବୋଲି ଓଜେଇଇ ପକ୍ଷରୁ ପରିବର୍ତ୍ତିତ ବିଜ୍ଞପ୍ତିରେ ଦର୍ଶାଯାଇଛି।

ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା: ଆଜି ପ୍ରକାଶ ପାଇବ ସିଟ୍‍ ବଣ୍ଟନ ଓ ନାମଲେଖା କାର୍ଯ୍ୟସୂଚୀ
ଭୁବନେଶ୍ୱର: ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ଚୂଡ଼ାନ୍ତ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି। ପଞ୍ଜୀକରଣ କରିଥିବା ୪,୭୬୬ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶିତ ହୋଇଥିବାବେଳେ ଆସନ୍ତାକାଲି(ଶୁକ୍ରବାର) ନାମଲେଖା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଚଳିତ ବର୍ଷ ରାଜ୍ୟର ୧୪୬୬ ମେଡିକାଲ୍‍ ସିଟ୍‍ରେ ନାମଲେଖା ପାଇଁ ଓଜେଇଇ କାଉନ୍‍ସେଲିଂ କରିବ ବୋଲି ସୂଚନା ମିଳିଛି। ସେହିପରି ଚଳିତ ବର୍ଷରୁ ଆରମ୍ଭ ହୋଇଥିବା ସରକାରୀ ସ୍କୁଲ ପିଲାଙ୍କ ୧୫% ସଂରକ୍ଷିତ ସିଟ୍‍ ପାଇଁ ୫୫୬ ଜଣ ଆବେଦନ କରିଛନ୍ତି।

ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଏମବିବିଏସ ଏବଂ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ଜାରି ରହିଥିବାବେଳେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ଚୁଡ଼ାନ୍ତ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି। କାଉନସେଲିଂ ପାଇଁ ପଞ୍ଜୀକରଣ କରିଥିବା ୪୭୬୬ ଜଣ ଛାତ୍ରଛାତ୍ରୀଙ୍କ ଚୁଡ଼ାନ୍ତ ତାଲିକା ଓଜେଇଇ ପ୍ରକାଶ କରିଛି। ଛାତ୍ରଛାତ୍ରୀଙ୍କ ନିଟ୍‍ ର‍୍ୟାଙ୍କ ସହ ରାଜ୍ୟର ର‍୍ୟାଙ୍କ୍‍ ମଧ୍ୟ ଓଜେଇଇ ଆଲଟ୍‍ କରିଛି। ଏଥି ସହିତ ବିଭିନ୍ନ ବର୍ଗର ସଂରକ୍ଷିତ ତାଲିକା ମଧ୍ୟ ପ୍ରକାଶ କରିଛି। ନିଟ୍‍ ର‍୍ୟାଙ୍କ୍‍ ୧୦୧ ରଖିଥିବା ଗୀତି ଗାୟତ୍ରୀ ପଣ୍ଡାଙ୍କୁ ରାଜ୍ୟର ପ୍ରଥମ ର‍୍ୟାଙ୍କ ମିଳିଥିବାବେଳେ ୪୭୬୫ ତମ ର‍୍ୟାଙ୍କ ମିଳିଥିବା ଛାତ୍ରଙ୍କ ନିଟ୍‍ ର‍୍ୟାଙ୍କ ୯,୨୪,୦୨୨ ରହିଥିବା ଓଜେଇଇ ଦର୍ଶାଇଛି। ତେବେ ସିଟ୍‍ ଆଲମେଣ୍ଟ ଓ ନାମଲେଖା ପ୍ରକ୍ରିୟା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ସେହିପରି ସଂରକ୍ଷଣ ସିଟ୍‍ ପାଇଁ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅର୍ଥନୈତିକ ପଛୁଆ ବର୍ଗରେ ୫୧୪ ଜଣ ଥିବାବେଳେ ଅନୁସୂଚିତ ଜାତି ବର୍ଗରେ ୫୪୪, ଅନୁସୂଚିତ ଜନଜାତି ବର୍ଗରେ ୪୩୪, ଗ୍ରୀନ୍‍ କାର୍ଡ଼ରେ ୪୭୫, ଏକ୍ସସର୍ଭିସମେନ୍‍ କୋଟାରେ ୧୫୫, ଏନଆର୍‍ଆଇ ୨୮ ଏବଂ ଚଳିତ ବର୍ଷରେ ରାଜ୍ୟ ସରକାର ଆରମ୍ଭ କରିଥିବା ରାଜ୍ୟ ସରକାରୀ ସ୍କୁଲ ପିଲାଙ୍କୁ ୧୫ ପ୍ରତିଶତ କୋଟା(ଏସ୍‍ଜିଏସ୍‍)ରେ ୫୫୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।