QR CODE - The Sakala
Aadhaar Card- ବଦଳିବ ଆଧାର କାର୍ଡ ରୂପ: ହଟିବ ନାମ ଓ ଠିକଣା; ରହିବ କେବଳ ଫଟୋ ଓ କ୍ୟୁଆର୍‌ କୋଡ୍‌
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର ବେଶ ଜରୁରୀ ଡକ୍ୟୁମେଣ୍ଟ। ବିନା ଆଧାରରେ ସବୁ କାମ ବନ୍ଦ। ଏଣୁ ଏଭଳି  ଜରୁରୀ ଡକ୍ୟୁମେଣ୍ଟର ହୋଇଥିବା ବେଳେ ଏହାର ଭୁଲ ଉପଯୋଗର ବିପଦ ମଧ୍ୟ ରହୁଛି। ଏହି ବିପଦର ଆଶଙ୍କା ଆଧାରକୁ ଆହୁରି ସୁରକ୍ଷିତ କରିବା ପାଇଁ ସରକାର ପୁଣି ଥରେ ଏଥିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସିବାକୁ ଥିବା ନୂଆ ଆଧାର କାର୍ଡରେ କେବଳ ଜଣଙ୍କର ଫଟୋ ଓ ଏକ କ୍ୟୁଆର କୋଡ୍‌ ରହିବ। ଏଥିରେ ପୂର୍ବ ଭଳି ଲିଖିତ ଆପଣଙ୍କ ନାମ, ଠିକଣା ଓ ଆଧାରକାର୍ଡ ନମ୍ବର ହଟାଇ ଦିଆଯିବ। ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଲୋକଙ୍କ ସମ୍ପର୍କିତ ସୂଚନାର ଦୂରୁପଯୋଗ ରୋକିବା ପାଇଁ ଓ ଅଫ୍‌ଲାଇନ୍‌ ଭେରିଫିକେସନକୁ ହତୋତ୍ସାହିତ କରିବା ପାଇଁ କାର୍ଡଧାରୀଙ୍କ ଫଟୋ ଓ କ୍ୟୁଆର କୋଡ ସହିତ ଆଧାରକାର୍ଡ ଜାରି କରିବାକୁ ବିଚାର କରୁଛି। ଆଧାର ଉପରେ ଆୟୋଜିତ ଏକ ସମ୍ମିଳନୀରେ ୟୁଆଇଡିଏଆଇ ମୁଖ୍ୟକାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭୁବନେଶ କୁମାର କହିଛନ୍ତି ଯେ ପ୍ରାଧିକରଣ ଡିସେମ୍ବରରେ ଏକ ନୂଆ ନିୟମ ଆଣିବା ପାଇଁ ବିଚାର କରୁଛନ୍ତି।
କିଛି ଦିନ ପୂର୍ବେ ନୂତନ ଆଧାର ଆପ୍ ଲଞ୍ଚ କରିବା ପରେ, ୟୁଆଇଡିଏଆଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି।   ଏକ ରିପୋର୍ଟ ଅନୁଯାୟୀ, ଏହି ଆପ୍ ଅଫଲାଇନ୍ ଯାଞ୍ଚକୁ ସରଳ କରିବା ପାଇଁ ଅଣାଯିବ।  ଏହାପରେ, ଆଧାର ବ୍ୟବହାର ସମ୍ପୂର୍ଣ୍ଣ ଅନଲାଇନ୍ ହୋଇଯିବ ଏବଂ କାହାକୁ କୌଣସି ସ୍ଥାନରେ ଆଧାରର ଭୌତିକ କିମ୍ବା ଫଟୋକପି ବ୍ୟବହାର କରିବାକୁ ପଡ଼ିବନାହିଁ। ରିପୋର୍ଟ ଅନୁଯାୟୀ, ଏହି ଆପ୍ ଡିଜିୟାତ୍ରୀ ଆପ୍ ପରି କାମ କରିବ, ଯାହା କେବଳ ଏକ କ୍ୟୁଆର୍‌ କୋଡ୍ ସ୍କାନ କରି ବ୍ୟବହାରକାରୀ ଯାଞ୍ଚକୁ ଅନୁମତି ଦେବ। ଫଟୋକପି ବ୍ୟବହାରକୁ ଦୂର କରିବା ପାଇଁ ୟୁଆଇଡିଏଆଇ ଏହି ଆପ୍ ଆଣିବାକୁ ଯାଉଛି।  ଶ୍ରୀ କୁମାର କହିଛନ୍ତି ଯେ ଏହି ଆପ୍ ବର୍ତ୍ତମାନ ପରୀକ୍ଷଣାଧୀନ ଅଛି ଏବଂଖୁବ୍‌  ଶୀଘ୍ର ବ୍ୟବହାର ପାଇଁ ଉପଲବ୍ଧ ହେବ। କିଛି ଦିନ ପୂର୍ବରୁ, ରିପୋର୍ଟ ଅନୁଯାୟୀ, ଏହି ଆପ୍ ଅଫଲାଇନରେ ମଧ୍ୟ କାମ କରିବ। ଏହାର ଅର୍ଥ ହେଉଛି ଆଗାମୀ ନୂତନ ଆପ୍ ଇଣ୍ଟରନେଟ୍ ବିନା ଯେ କୌଣସି ବ୍ୟକ୍ତିଙ୍କ ପରିଚୟକୁ ଅଫଲାଇନ୍‌ରେ ଯାଞ୍ଚ କରିବାକୁ ଅନୁମତି ଦେବ। ଏହା ଉଲ୍ଲେଖନୀୟ ଯେ ଆଧାର ମାଧ୍ୟମରେ ପରିଚୟ ଯାଞ୍ଚ କରିବା ପାଇଁ ବିଭିନ୍ନ ସ୍ଥାନରେ ଆଧାର କାର୍ଡର ଫଟୋକପି ସଂଗ୍ରହ କରାଯାଏ। ଆଗାମୀ ନୂତନ ଆପ୍ ଏହି ପ୍ରକ୍ରିୟାକୁ ପରିବର୍ତ୍ତନ କରିବ, ଆଧାର କ୍ୟୁଆର୍‌ କୋଡ୍ ଅଫଲାଇନରେ ସ୍କାନ କରି ଯେକୌଣସି ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରିବାକୁ ଅନୁମତି ଦେବ। ତଥାପି, ଏଥିପାଇଁ ବ୍ୟକ୍ତିଙ୍କ ସମ୍ମତି ଆବଶ୍ୟକ ହେବ।
ଏହି ଆପ୍ ବ୍ୟବହାର କରାଯିବ ସେଠାରେ ଯେଉଁଠାରେ ଆଧାର ଯାଞ୍ଚ ଆବଶ୍ୟକ, ଯେପରିକି ହୋଟେଲରେ। ଏହି ଆପ୍ ମାଧ୍ୟମରେ, ଉପଯୋଗକର୍ତ୍ତାଙ୍କ ଆଧାର ଯାଞ୍ଚ ସେମାନଙ୍କର କ୍ୟୁଆର୍‌ କୋଡ୍ ସ୍କାନ୍ କରି ସମାପ୍ତ ହେବ। ସେମାନଙ୍କର ଆଧାର କାର୍ଡର ଏକ ଭୌତିକ କପି କିମ୍ବା ଫଟୋକପି ପ୍ରଦାନ କରିବା ପରିବର୍ତ୍ତେ, ବ୍ୟବହାରକାରୀଙ୍କୁ କେବଳ କ୍ୟୁଆର୍‌ କୋଡ୍ ଦେଖାଇବାକୁ ପଡିବ। ଏହି କ୍ୟୁଆର୍‌ କୋଡ୍ ୟୁଆଇଡିଏଆଇର ସଦ୍ୟ ଲଞ୍ଚ ହୋଇଥିବା ଆଧାର ଆପ୍ ମାଧ୍ୟମରେ ସେୟାର କରାଯାଇପାରିବ। ରିପୋର୍ଟ ଅନୁଯାୟୀ, ୟୁଆଇଡିଏଆଇ ଆଧାର କାର୍ଡର ଭୌତିକ ରୂପ ପରିବର୍ତ୍ତନ କରିବା ବିଷୟରେ ମଧ୍ୟ ବିଚାର କରୁଛି। ଏହା ସମ୍ଭବ ଯେ ଭବିଷ୍ୟତରେ, ଆଧାର କାର୍ଡର ଭୌତିକ କପିରେ କେବଳ ୟୁଆଇଡିଏଆଇ କୋଡ୍ ଏବଂ ଧାରକଙ୍କ ଫଟୋ ରହିବ। ଏହା ଆଧାର ଧାରକଙ୍କ ଗୋପନୀୟତା ବଜାୟ ରଖିବ ଏବଂ କାର୍ଡରେ ଅନାବଶ୍ୟକ ସୂଚନାର ଅପବ୍ୟବହାରକୁ ରୋକିବ।
ଦରକାର ହେବନି ଏଟିଏମ୍‌ କାର୍ଡ; ଗୋଟିଏ ସ୍କାନ୍‌ରେ ଉଠିବ ଟଙ୍କା, କ୍ୟୁଆର୍‌ କୋଡ୍‌ରେ ହେବ ସ୍କାନ୍‌
ଭୁବନେଶ୍ୱର: ଦେଶରେ ଲୋକେ ସ୍ମାର୍ଟଫୋନ ଜରିଆରେ ଯେପରି ନଗଦ ଟଙ୍କା ଉଠାଇପାରିବେ ତାହାକୁ ଅଧିକ ସହଜ କରିବା ପାଇଁ ଭାରତୀୟ ନ୍ୟାସନାଲ ପେମେଣ୍ଟ କର୍ପୋରେସନ (ଏନ୍‌ପିସିଆଇ) ବଡ଼ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଅନୁଯାୟୀ, ଇଣ୍ଟରଅପରେବଲ୍ କାର୍ଡଲେସ୍ କ୍ୟାସ୍ ଉଠାଣ (ଆଇସିସିଡବ୍ଲ୍ୟୁ) ସିଷ୍ଟମ୍ ମାଧ୍ୟମରେ, ଗ୍ରାହକମାନେ ୟୁପିଆଇ ମାଧ୍ୟମରେ ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ। ଏଥିରେ ଆପଣଙ୍କୁ କୌଣସି କାର୍ଡର ଆବଶ୍ୟକତା ପଡିବ ନାହିଁ, କେବଳ ଫୋନ୍‌ରୁ ୟୁପିଆଇ କ୍ୟୁଆର୍‌ କୋଡ୍ ସ୍କାନ କରିଲେ ସବୁ କିଛି ସମାଧାନ ହୋଇଯିବ।
ବର୍ତ୍ତମାନ, ୟୁପିଆଇ-ଆଧାରିତ ନଗଦ ଉଠାଣର ସୁବିଧା କେବଳ କିଛି ନିର୍ଦ୍ଦିଷ୍ଟ ଏଟିଏମ୍‌ କିମ୍ବା ଦୋକାନରେ ଉପଲବ୍ଧ। ଏହାର ମଧ୍ୟ ଏକ ସୀମା ରହିଛି। ସହରାଞ୍ଚଳରେ ପ୍ରତି କାରବାର ପିଛା ସୀମା ୧୦୦୦ ଟଙ୍କା ଏବଂ ଗାଁରେ ୨୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରସ୍ତାବିତ ଯୋଜନା ଅନୁଯାୟୀ, ବିସି ଆଉଟଲେଟଗୁଡ଼ିକରେ ପ୍ରତ୍ୟେକ କାରବାରରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ନଗଦ ଉଠାଣ କରାଯାଇପାରିବ। ବର୍ତ୍ତମାନ ଯଦି ଏହି ୟୁପିଆଇ-ଭିତ୍ତିକ କ୍ୟୁଆର୍‌ କୋଡ୍ କାର୍ଯ୍ୟକାରୀ ହୁଏ, ତେବେ ଗ୍ରାହକମାନେ ସେମାନଙ୍କ ଫୋନରେ ଯେ କୌଣସି ୟୁପିଆଇ ଆପ୍ ବ୍ୟବହାର କରି କୋଡ୍ ସ୍କାନ କରି ଟଙ୍କା ଉଠାଇପାରିବେ। ଏହି ସୁବିଧା କିଛି ନିର୍ଦ୍ଦିଷ୍ଟ ବ୍ୟାଙ୍କ ଏବଂ ଏଟିଏମ୍‌ ମେସିନରେ ଉପଲବ୍ଧ ଏବଂ ଏହାର ପ୍ରକ୍ରିୟା ବହୁତ ସହଜ।
ଭୁବନେଶ୍ୱର: “ଲକ୍ଷ୍ମୀ ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ଟଙ୍କା ଦେଇପାରିବେ ।
ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଓଏସ୍ଆରଟିସିର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଓଡ଼ିଶା ସରକାରଙ୍କ ୫ଟି ଉପକ୍ରମ ଆଧାରରେ ବିକଶିତ ଏହି କ୍ୟୁଆର କୋଡର ବ୍ୟବହାର ଯାତ୍ରୀମାନଙ୍କ ଯାତାୟତକୁ ସୁଗମ କରିବ ବୋଲି ପ୍ରକାଶ କରିଥିଲେ । ଏଥିରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଥିବା ସଂପର୍କରେ ଆଲୋକପାତ କରି ସେ ‘ଲକ୍ଷ୍ମୀ ’ବସରେ କ୍ୟୁଆର କୋଡର ସୁବିଧା କିପରି ଯାତ୍ରୀ ପରିବହନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ, ସେ ସଂପର୍କରେ ଆଲୋଚନା କରିଥିଲେ ।
ଓଏସଆରଟିସିରମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦିପ୍ତେଶ ପଟ୍ଟନାୟକ କହିଛନ୍ତି, “ଏହି ବୈଷୟିକ ପ୍ରଗତିକୁ ନେଇ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ । ‘ଲକ୍ଷ୍ମୀ କ୍ୟୁଆର କୋଡ’ର ଶୁଭାରମ୍ଭ ସାର୍ବଜନୀନ ପରିବହନ ସେବା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି । ଜନସାଧାରଣଙ୍କୁ ସହଜ ଯାତ୍ରା ଅନୁଭୂତି ପାଇଁ ଡିଜିଟାଲ୍ ସମାଧାନ ପଦ୍ଧତି ଗ୍ରହଣ ସହ ଏହା ଓଡ଼ିଶା ସରକାରଙ୍କ ୫ଞ ରୂପାନ୍ତରଣ ଉପକ୍ରମ ସହିତ ସମ୍ପୂର୍ଣ୍ଣ ଭାବେ ଯୋଡିହୋଇଛି ବୋଲି ସେ ପ୍ରକାଶ କରିଥିଲେ ।
ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଏହି ଅଭିନବ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, “ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ ଏଚଡିଏଫସି ମଧ୍ୟରେ ଭାଗିଦାରିତା ଏହି ପେମେଣ୍ଟ ପଦ୍ଧତିକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଲକ୍ଷ୍ମୀ କ୍ୟୁଆର କୋଡ୍ ସାହାଯ୍ୟରେ ଲୋକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରାଯାଇଛି ଏବଂ ଏହାଦ୍ୱାରା ଯାତାୟତ ଆହୁରି ସରଳ ହେବ।”
ପ୍ରକାଶ ଥାଉକି, ସହଜ ବ୍ୟବହାର ଯୋଗ୍ୟ(ୟୁଜର ଫ୍ରେଣ୍ଡଲି) ‘ଲକ୍ଷ୍ମୀ’କ୍ୟୁଆର୍ କୋଡ୍ ଉପଭୋକ୍ତାମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଦକ୍ଷ ଦେୟ ବିକଳ୍ପ ହୋଇଥିବା ବେଳେ ଏବା କାରବାର ସମୟ ହ୍ରାସ କରେ ଏବଂ ଯାତ୍ରୀଙ୍କ ନିରାପତ୍ତା ବୃଦ୍ଧି କରେ । କାର୍ଯ୍ୟକ୍ରମ ପରିଶେଷରେ ଓଏସ୍ଆରଟିସିର ସାଧାରଣ ସମ୍ପାକକ ବିସିକେଷନ ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଚାକିରି ଖୋଜିବାର ନୂଆ ତରିକା; ବାୟୋଡାଟା ବଦଳରେ କ୍ୟୁଆର୍ କୋଡ୍‌ରେ ଚାକିରି ଖୋଜୁଛନ୍ତି ଯୁବକ
ଆଜିକା ସମୟରେ ଚାକିରି ଖୋଜିବା ଏବଂ ପାଇବା ଏତେ ସହଜ କଥା ନୁହେଁ। ଚାକିରି ଲାଗି ବାୟୋଡାଟା ଧରି ବିଭିନ୍ନ ଅଫିସ୍‌ ଯିବାକୁ ହୋଇଥାଏ, ନଚେତ୍‌ ବାୟୋଡାଟାକୁ ଇ-ମେଲ୍ କରାଯାଏ। କିନ୍ତୁ ଲଣ୍ଡନର ୨୧ ବର୍ଷୀୟ ଜର୍ଜ କୋର୍ନିୟୁକ୍ ଚିରାଚରିତ ତରିକାରେ ଚାକିରି ଆବେଦନ ନ କରି ଏକ ଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଯାହାକି ଏବେ ସଭିଁଙ୍କ ଦୃଷ୍ଟିଆକର୍ଷଣ କରିଛି। ଜର୍ଜ ଚିରାଚରିତ ଚାକିରି ଖୋଜା ପ୍ରକ୍ରିୟାରେ ବିରକ୍ତ ହୋଇ କ୍ୟୁଆର୍ ଧାରାକୁ ଆପଣାଇଛନ୍ତି। ଏ ଲାଗି ସେ ତାଙ୍କ ଅଫିସ୍‌ ବାହାରେ ଏକ ପୋଷ୍ଟର୍‌ ଲଗାଇଛନ୍ତି, ଯେଉଁଥିରେ କେବଳ ଏକ କ୍ୟୁଆର୍ କୋଡ୍‌ ଚିହ୍ନ ଅଛି। ଏହି କ୍ୟୁଆର୍ କୋଡ୍‌ ମାଧ୍ୟମରେ ଲିଙ୍କଡିନ୍‌ ପ୍ରୋଫାଇଲ୍‌ ସମେତ ଜର୍ଜଙ୍କ ବାୟୋଡାଟା ଦେଖିବା ସମ୍ଭବ। ଜର୍ଜ କ୍ୟାମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ କରିଛନ୍ତି। ସେ ବ୍ୟାଙ୍କିଙ୍ଗ୍‌ ଓ ଅର୍ଥନୀତି କ୍ଷେତ୍ରରେ କାମ କରିବାକୁ ଚାହାନ୍ତି। ମାତ୍ର ଚିରାଚରିତ ପ୍ରକ୍ରିୟାରେ ଆବେଦନ କରିବା ସତ୍ତ୍ବେ ତାଙ୍କୁ କେଉଁଠି ଚାକିରି ପାଇଁ ସୁଯୋଗ ଜୁଟି ନଥିଲା। ଏଥିରେ ବିରକ୍ତ ହେବା ପରେ ଏଭଳି କିଛି କରିଥିବା କଥା କହିଛନ୍ତି ଜର୍ଜ। କିଛି ବର୍ଷ ତଳେ ଲଣ୍ଡନର ଜଣେ ଯୁବକ କ୍ୟୁଆର୍ କୋଡ୍‌ରେ ଏଭଳି କିଛି କରିଥିବା ସେ ଜାଣିବାକୁ ପାଇଥିଲେ। ସେଇଠୁ ସେ ଏହି ଡିଜିଟାଲ ଟେକ୍ନୋଲୋଜିର ତରିକା ଆପଣାଇବାକୁ ଉଚିତ ମଣିଲେ। ଏବେ ସୁଦ୍ଧା ତାଙ୍କୁ ମନ ମୁତାବକ ଚାକିରି ମିଳି ନ ଥିବା ବେଳେ ଆଗାମୀ ଦିନରେ ତାଙ୍କୁ ଏ ଦିଗରେ ସଫଳତା ମିଳିବ ବୋଲି ଆଶାବାଦୀ ଅଛନ୍ତି ଜର୍ଜ।
ପେମେଣ୍ଟ ଗ୍ରହଣ କରୁଥିଲା ବେଳେ କେବେ ହେଲେ କ୍ୟୁଆର୍ କୋଡ୍ ସ୍କାନ୍ କରନ୍ତୁ ନାହିଁ, ନଚେତ ଆକାଉଣ୍ଟ ହୋଇଯିବ ଖାଲି
ନୂଆଦିଲ୍ଲୀ: ଏଣିକି ପେମେଣ୍ଟ ଗ୍ରହଣ କରୁଥିଲେ ଆପଣ କ୍ୟୁଆର୍ କୋଡ୍ ସ୍କାନ୍ କରିବେ ନାହିଁ। ଏବେ ଏ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏହାର ଗ୍ରାହକଙ୍କୁ ସତର୍କ କରାଇ ଦେଇଛି। ଅର୍ଥ ଗ୍ରହଣ କରୁଥିଲେ କ୍ୟୁଆର୍ କୋଡ୍ ସ୍କାନ୍ କରନ୍ତୁ ନାହିଁ । ଏମିତି କି ପେମେଣ୍ଟ ଗ୍ରହଣ କରିବା ସମୟରେ ଆପଣଙ୍କୁ ଆଉ ପିନ୍ ଦେବାର କୌଣସି ଆବଶ୍ୟକତା ନାହିଁ । ଯଦି କାହାର ନିର୍ଦ୍ଦେଶରେ ଆପଣ ଅଜାଣତରେ ପେମେଣ୍ଟ ଗ୍ରହଣ କରିବାକୁ କ୍ୟୁଆର୍ କୋଡ୍ ସ୍କାନ କରିବା ସମୟରେ ପିନ୍ ଦେଇଦେଇଥାନ୍ତି ତେବେ ଆପଣଙ୍କ ସହିତ ଠକେଇ ହୋଇପାରେ। ଯାହା ଦ୍ୱାରା ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଖାଲିହୋଇଯାଇପାରେ।
ଏସବିଆଇର କହିବାନୁଯାୟୀ, କେବଳ ପେମେଣ୍ଟ ଦେବା ପାଇଁ ୟୁପିଆଇ ପିନ୍ ଦିଅନ୍ତୁ, ପେମେଣ୍ଟ ଗ୍ରହଣ କରିବା ପାଇଁ ନୁହେଁ। ପେମେଣ୍ଟ ଦେବାବେଳେ ସର୍ବଦା ମୋବାଇଲ୍ ନମ୍ବର, ନାମ ଏବଂ ୟୁପିଆଇ ଆଇଡି ଯାଞ୍ଚ କରନ୍ତୁ । କାହା ସହିତ ପାସୱାର୍ଡ କିମ୍ବା ପିନ୍ ସେୟାର କରନ୍ତୁ ନାହିଁ । ଆପଣ ଜାଣିବା ଉଚିତ ଯେ ପେମେଣ୍ଟ ଆପରେ ଦିଆଯାଇଥିବା ସ୍କାନର୍ ସହିତ କ୍ୟୁଆର୍ କୋଡ୍ ସ୍କାନ୍ କରି ଆପଣ ପେମେଣ୍ଟ କରନ୍ତି କିନ୍ତୁ ତାହୋ ରିସିଭ୍ ହୋଇ ନ ଥାଏ। କୌଣସି ଅସୁବିଧା ହେଲେ କେବଳ ସରକାରୀ ଉତ୍ସରୁ ସାହାଯ୍ୟ ନିଅନ୍ତୁ। ପେମେଣ୍ଟ ଦେବା ସମୟରେ କୌଣସି ବୈଷୟିକ ସମସ୍ୟା ହେଲେ, ଆପଣ ସହାୟତା ବିଭାଗକୁ ଯାଇ ସାହାଯ୍ୟ ପାଇପାରିବେ ।
ସହଜରେ ଚିହ୍ନଟ ହେବ ନକଲି ଔଷଧ, ସମସ୍ତ ଔଷଧରେ ରହିବ କ୍ଯୁଆର୍ କୋଡ୍
ନୂଆଦିଲ୍ଲୀ: ଯେତେବେଳେ ବି ଆମେ କୌଣସି ରୋଗର ଶିକାର ହୋଇଥାଉ, ଏଥିରୁ ମୁକ୍ତି ପାଇବା ପାଇଁ ଆମକୁ ଅନେକ ପ୍ରକାରର ଔଷଧ ଖାଇବାକୁ ପଡେ। ଯାହା ଦ୍ବାରା ଆମେ ଯଥାଶୀଘ୍ର ଆରୋଗ୍ୟ ହୋଇପାରିବା। ଜଣେ ବ୍ୟକ୍ତିଙ୍କୁ ଆରୋଗ୍ୟ କରିବାରେ ଔଷଧ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।  ଏଥି ସହିତ କରୋନା ମହାମାରୀ ପରେ ଔଷଧର ଚାହିଦା ବୃଦ୍ଧି ଘଟିଛି। ଲୋକମାନେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ତରଙ୍ଗରେ ସର୍ବାଧିକ ଔଷଧ କିଣିଥିବା ଜଣାପଡ଼ିଛି। ଏସବୁ ମଧ୍ୟରେ ବଜାରରେ ନକଲି ଔଷଧ ବ୍ୟବସାୟ କାରାବାର ବୃଦ୍ଧି ଘଟିଛି। ବହୁ ଅସାଧୁ ବ୍ଯବସୟୀ ଲାଭବାନ ହୋଇଛନ୍ତି।  ଏମିତି ଅନେକ ଔଷଧ ଅଛି ଯାହା ବଜାରରେ ନକଲି ଆସୁଛି। ବାସ୍ତବରେ ସାଧାରଣ ଲୋକେ ଅସଲି ଏବଂ ନକଲି ଔଷଧକୁ ସହଜରେ ଚିହ୍ନଟ କରିବାରେ ସକ୍ଷମ ନୁହଁନ୍ତି । ଏହାର ଫାଇଦା ଉଠାଇ ଅନେକ ଲୋକ ନକଲି  ଔଷଧର ବ୍ୟବସାୟକୁ ସହଜରେ ଚଳାଉଛନ୍ତି। ଏହି ନକଲି ଔଷଧ ଖାଇବା ଦ୍ୱାରା ଅନେକ ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପରିବର୍ତ୍ତେ ସେମାନଙ୍କର ଅବସ୍ଥା ଖରାପ ହେବାକୁ ଲାଗେ। ତେଣୁ ଅନେକ ଲୋକ ମଧ୍ୟ ମୃତ୍ୟୁ ବରଣ କରନ୍ତି। ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଅସଲି ଏବଂ ନକଲି ଔଷଧ ମଧ୍ୟରେ ପାର୍ଥକ୍ୟ କରିବାର ସହଜ ଉପାୟ କହିବାକୁ ଯାଉଛୁ। ଯାହାଫଳରେ ଆପଣ ନକଲି ଔ ଷଧକୁ ଅତି ସହଜରେ ଚିହ୍ନଟ କରିବାରେ ସକ୍ଷମ ହେବେ ।
ଆପଣ କ୍ଯୁଆର୍ (QR) କୋଡ୍ ଦ୍ୱାରା ଜାଣିପାରିବେ: –
ନକଲି ଔଷଧ ବ୍ୟବସାୟୀଙ୍କୁ ଦମନ କରିବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।  ଯାହା ଆସନ୍ତା ବର୍ଷ ଜାନୁୟାରୀ ୧ ତାରିଖ ୨୦୨୩ରୁ କାର୍ଯ୍ୟକାରୀ ହେବ। ଏହି ନିୟମ ଅନୁଯାୟୀ, ଫାର୍ମା କମ୍ପାନୀଗୁଡିକ ଔଷଧ ଉପରେ ଏକ QR କୋଡ୍ ରଖିବେ । ଏହାକୁ  ସ୍କାନ୍ କରିବା ପରେ ଆପଣ ସେହି ଔଷଧର ମୂଲ୍ୟ ସହିତ ମିଶ୍ରଣ ବିଷୟରେ ଜାଣିପାରିବେ। କ୍ଯୁଆର୍ (QR) କୋଡ୍ ସ୍କାନ୍ କରିବା ପରେ ଆପଣ ‘ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଉପାଦାନ’ ବିଷୟରେ ଜାଣିପାରିବେ। ଯେଉଁଥିରେ ଔଷଧ କିପରି ଏବଂ କେଉଁ ପ୍ରକାରର କଞ୍ଚାମାଲ ତିଆରି ହୋଇଛି।