Juel Oram - The Sakala

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ
ସୁନ୍ଦରଗଡ଼: ପରଲୋକରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ। ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଚାଲିଗଲେ ଝିଙ୍ଗିଆ ଓରାମ। ୫୮ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ହେବ ସେ ଏକ ଘରୋଇ ହସ୍ପିଟାଲରେ ଡେଙ୍ଗୁ ରୋଗରେ ଚିକିତ୍ସିତ ହେଉଥିଲେ। ଚିକିତ୍ସତ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଭାଙ୍ଗି ପଡିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ।

ଜୁଏଲ ଓରାମଙ୍କ ରାଜନୀତିକ ଓ ବ୍ୟକ୍ତିଗତ କାର୍ଯ୍ୟରେ ପତ୍ନୀ ଝିଙ୍ଗିଆ ଓରାମଙ୍କର ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଝିଙ୍ଗିଆ ଓରାମଙ୍କ ମୃତଦେହକୁ ଗତକାଲି ରାତିରେ ଭୁବନେଶ୍ୱରର ଲୁମ୍ବିନୀବିହାର ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳରର ସଦସ୍ୟମାନେ। ଏଥିସହ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଆହୁରି ଅନେକ ବ୍ୟକ୍ତିବିଶେଷ ସେଠାରେ ପହଂଚି ଝିଙ୍ଗିଆ ଓରାମଙ୍କର ଶେଷ ଦର୍ଶନ କରିବା ସହିତ ଜୁଏଲ ଓରାମଙ୍କୁ ସାନ୍ତ୍ୱନା ଦେଇଥିଲେ। ତେବେ ଝିଙ୍ଗିଆ ଓରାମଙ୍କ ପାର୍ଥିବ ଶରୀରକୁ ଆଜି ସୁନ୍ଦରଗଡ ନିଆଯାଉଛି। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

ମହିଳା କର୍ମୀଙ୍କୁ ସାଂସଦ ଜୁଏଲ୍‍ ଓରାମଙ୍କ ଅଶ୍ଳୀଳ ବ୍ୟବହାର; ରାଉରକେଲା ବିଜେପି ଅଫିସରେ ଯୁବତୀଙ୍କ ଭଙ୍ଗାରୁଜା
ରାଉରକେଲା: ସୁନ୍ଦରଗଡ଼଼ର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ନାମରେ ସାଂଘାତିକ ଅଭିଯୋଗ। ଦଳର ଜଣେ ମହିଳା କର୍ମୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ଓ ଅଶାଳୀନ ବ୍ୟବହାର କରିଥିବା ସମ୍ପୃକ୍ତ ଯୁବତୀ ଅଭିଯୋଗ କରିବା ସହ ସେ ଝିରପାଣି ଥାନାରେ ସାଂସଦଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏହି ଘଟଣା ରାଉରକେଲାରୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ଆଲୋଡ଼ନ ସୃଷ୍ଟି କରିଛି।

ଅଭିଯୋଗ ଅନୁସାରେ ଝିରପାଣି ନିକଟ ମିଟକୁନ୍ଦୁରି ଗାଁର ମୂଳ ବାସିନ୍ଦା ଗୋରୀ ମୁଣ୍ଡାରୀ ୨୦୧୮ ମସିହାରୁ ବିଜେପି ଦଳରେ ଜଣେ ସାଧାରଣ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ସାଂସଦ ଶ୍ରୀ ଓରାମ ତାଙ୍କୁ ଶ୍ରମ ବିଭାଗରେ ନିଜ ପ୍ରତିନିଧି ଭାବରେ ନିଯୁକ୍ତି ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ଜଗଦା ଓ ଝିରପାଣି ଅଞ୍ଚଳରେ ପ୍ରଚାର ତତ୍ତ୍ୱାବଧାନ କରିବା ପାଇଁ ସୋମବାର ଶ୍ରୀ ଓରାମ ରାଉରକେଲା ଆସିବାର କାର୍ଯ୍ୟକ୍ରମ ରହିଥିଲା। ଏ ସମ୍ପର୍କରେ ଆଲୋଚନା ପାଇଁ ଗୋରୀ ସାଂସଦ ଶ୍ରୀ ଓରାମଙ୍କୁ ଫୋନ କରିଥିଲେ। ଗୋରୀଙ୍କ ଫୋନ୍‍ ଉଠାଇବା ପରେ ଜୁଏଲ ତାଙ୍କ ସହ ଅଶାଳୀନ କଥାବାର୍ତ୍ତା କରିବା ସହ ଅଶ୍ଳୀଳ ଇଙ୍ଗିତ ଦେଇଥିଲେ। ଜଣେ ଲୋକପ୍ରତିନିଧି ଓ ନିଜ ବୟସରୁ ଢ଼େର ଅଧିକ ବ୍ୟକ୍ତିଙ୍କଠାରୁ ଏପରି କଥାବାର୍ତ୍ତା ଶୁଣି ଗୋରୀ ନିଜକୁ ବିଶ୍ୱାସ କରି ପାରି ନ ଥିଲେ। ସେ କାନ୍ଦି ପକାଇଥିଲେ ବି ଦୃଢ଼ ଭାବରେ ସାଂସଦଙ୍କୁ କଡ଼ା ଉତ୍ତର ଦେଇଥିଲେ। ଜୁଏଲଙ୍କୁ ସେ ବେଶ୍‍ ସମ୍ମାନ ଦେଉଥିଲେ, ମାତ୍ର ତାଙ୍କଠାରୁ ଏପରି ଆଚରଣ ସେ କେବେ ଆଶା କରି ନ ଥିଲେ ବୋଲି ଗୋରୀ କହିଛନ୍ତି। ଏହା ସହିତ ଯୁବତୀଙ୍କ ସହ ଜୁଏଲଙ୍କ ବାର୍ତ୍ତାଳାପର ଅଡ଼ିଓ ଭାଇରାଲ ହୋଇଛି। ନିଜ ଦଳର ମହିଳା କର୍ମୀଙ୍କୁ ସାଂସଦ ଜୁଏଲ ଓରାମଙ୍କ ଏପରି ଆଚରଣ ପ୍ରଦର୍ଶନ ଘଟଣା ସୁନ୍ଦରଗଡ଼଼଼଼ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଜୁଏଲଙ୍କ ଜଣେ ମହିଳା ସହକର୍ମୀ ତଥା ଦଳୀୟ କାର୍ଯ୍ୟକର୍ତ୍ତା ସେବତୀ ନାୟକ ପୀଡ଼ିତା ଗୋରୀଙ୍କୁ ଫୋନ୍‍ କରି ଜୁଏଲ ‘ସକାଳୁ ଟିକେ ଲୋଡ଼୍‍ ହୋଇ ଯାଇଛନ୍ତି” ବୋଲି ଉଲ୍ଲେଖ କରି ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ।

ଅନ୍ୟପକ୍ଷରେ ଗୋରୀ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛନ୍ତି। ଜୁଏଲ୍‍ ତାଙ୍କର ସ୍ୱାମୀ ନୁହନ୍ତି, କିମ୍ବା ରାଜନୀତି କରୁଥିବା ଝିଅମାନେ ସମସ୍ତେ ଦୁଶ୍ଚରିତ୍ରା ନୁହନ୍ତି ବୋଲି ଉଲ୍ଲେଖ କରି ସାଂସଦ ‘ଲୋଡ଼୍‍’ ହୋଇ ଗଲେ ବି ମା’ ଭଉଣୀଙ୍କୁ ଚିହ୍ନି ପାରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ମୁଁ ତାଙ୍କ ଝିଅ ସମାନ, ମାତ୍ର ମୋ ପ୍ରତି ଯେଉଁ ବ୍ୟବହାର କରିଛନ୍ତି ତାହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଗୋରୀ କହିଛନ୍ତି।

ପୀଡିତା ଗୌରୀ କହିଛନ୍ତି ଯେ ସେ ୨୦୧୮ ମସିହାରୁ ବିଜେପି ଦଳରେ କାମ କରି ଆସୁଛନ୍ତି। ତେ ତାଙ୍କର ଶ୍ରମ କାର୍ଯ୍ୟାଳୟ ପ୍ରତିନିଧି ଥିଲେ। ଜୁଏଲଙ୍କ ଠାରୁ ଟିକେ ଦୂରରେ ରହିବାକୁ ତାଙ୍କର ସମ୍ପର୍କୀୟମାନେ ପୂର୍ବରୁ ସତର୍କ କରାଇଥିଲେ। ଅର୍ଥାତ ଜୁଏଲ ଓରାମ ଯୁବତୀ ଓ ମହିଳାମାନଙ୍କୁ ଅଭ୍ୟାସଗତ ଭାବେ ଅଶ୍ଳିଳ ଆଚରଣ କରନ୍ତି। ଏବେ ସେ ଜାଣିବାକୁ ପାଇଲେ ଯେ ଜୁଏଲ ଜଣେ ସାଂସଦ ହୋଇ ଯୁବତୀ ବା ମହିଳାଙ୍କୁ ସମ୍ମାନ ଦେଇ ଜାଣିନାହାନ୍ତି। ଏବେ ଆଉ ସେ ଏହି ବିଜେପି ଦଳରେ ମୁହୂର୍ତ୍ତ ଟିଏ ବି ରହିବେ ନାହିଁ ବୋଲି କହିଛନ୍ତି। ପରେ ସେ ସେକ୍ଟର ୩ ବିଜେପି କାର୍ଯ୍ୟାଳୟର କବାଟ ଝରକା ଭଙ୍ଗାରୁଜା ମଧ୍ୟ କରିଛନ୍ତି।

ଅନ୍ୟପକ୍ଷରେ ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜାକୁ ନେଇ ଜିଲ୍ଲା ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକ ସେକ୍ଟର ୩ ଥାନାରେ ଗୋରୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଲତିକା କହିଛନ୍ତି ଯେ ଗୋରୀ ଜିଲ୍ଲା ପରିଷଦ ଟିକେଟ୍‍ ପାଇଁ ଆଶାୟୀ ଥିଲେ, ମାତ୍ର ଟିକେଟ ନ ମିଳିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ଏପରି ଭଙ୍ଗାରୁଜା କରିଛନ୍ତି। ମାତ୍ର ଟେଲିଫୋନ୍‍ରେ ଗୋରୀଙ୍କୁ ଜୁଏଲ୍‍ ଓରାମ କରିଥିବା ଅଶ୍ଲୀଳ ଆଚରଣ ସମ୍ପର୍କରେ ସେ କିଛି କହିପାରି ନାହାନ୍ତି। ଜୁଏଲଙ୍କ ସହ ତାଙ୍କର ଯୋଗାଯୋଗ ହୋଇ ନ ଥିବାରୁ ସେ ଏ ପ୍ରସଙ୍ଗରେ କିଛି କହିପାରିବେ ନାହିଁ ବୋଲି ଲତିକା କହିଛନ୍ତି।

ଜୁଏଲଙ୍କ ଏପରି ଆଚରଣକୁ ନେଇ ରାଜ୍ୟବ୍ୟାପୀ ମହିଳା ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସାଂସଦଙ୍କ ଏପରି ଅଭଦ୍ର ଆଚରଣକୁ ଦଳମତ ନିର୍ବିଶେଷରେ ନିନ୍ଦା କରାଯାଇଛି। ମୟୂରଭଞ୍ଜରେ ବିଜେପିର ଜଣେ ମନ୍ତ୍ରୀ ତିନିଦିନ ତଳେ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ପିଟି ଜଣକର ହାତ ଭାଙ୍ଗି ଦେଇଥିବା ବେଳେ ସୁନ୍ଦରଗଡ଼଼ରେ ଦଳର ଜଣେ ସାଂସଦ ଜନୈକା ମହିଳା କର୍ମୀଙ୍କୁ ଅଶ୍ଲୀଳ ଆଚରଣ କରିବା ଘଟଣାକୁ ନେଇ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି।