heavy weight candidates - The Sakala

ଦୁଇ ସମିତି ସଭ୍ୟ ପ୍ରାର୍ଥିନୀଙ୍କୁ ନେଇ ଚର୍ଚ୍ଚା: ପୂର୍ବରୁ ଉଭୟେ ଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ରାଜନୀତିରେ ଉଷା କୁମାରୀ ଏବଂ ପୁଷ୍ଣାଞ୍ଜଳି କଣ୍ଟା ଖୁବ୍‍ ପରିଚିତ ନାମ। ଉଭୟେ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଆସନ ଅଳଙ୍କୃତ କରିଛନ୍ତି। ଉଷା କୁମାରୀ ୨୦୧୭ରୁ ୨୦୨୨ ଯାଏଁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଥିଲେ। ବିଜେପି ଜିଲ୍ଲା ପରିଷଦ ସଦସ୍ୟଙ୍କ ସମର୍ଥନ ପାଇଁ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନରେ ବସି ପାରିଥିଲେ। ସେହିଭଳି ୨୦୦୭ରୁ ୨୦୧୨ ଯାଏଁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଥିଲେ ପୁଷ୍ଣାଞ୍ଜଳି କଣ୍ଟା। ବିଜେଡି ଦଳ ପକ୍ଷରୁ ପୁଷ୍ଣାଞ୍ଜଳିଙ୍କୁ ଅଧ୍ୟକ୍ଷା ଆସନରେ ବସା ଯାଇଥିଲା।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉଭୟ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମିତି ସଭ୍ୟ ପ୍ରାର୍ଥିନୀ ହୋଇଛନ୍ତି। ପୂର୍ବରୁ ଦଳୀୟ ଚିହ୍ନରେ ନିର୍ବାଚନ ଲଢିଥିବା ଉଭୟ ନେତ୍ରୀ ଏବେ କୌଣସି ଦଳୀୟ ଚିହ୍ନ ନୁହେଁ ବରଂ ଜଣେ କେଟଲି ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ତେବେ ଏହି କେଟଲିକୁ ନେଇ କିଏ ଭାଗ୍ୟବାନ ସାବ୍ୟସ୍ତ ହେବେ ତାହା ସମୟ କହିବ। ଉଷା କୁମାରୀ ବୀରମହାରାଜପୁର ବ୍ଲକ ଅଧୀନସ୍ଥ ମୁର୍ଷୁଣ୍ଡି ଗ୍ରାମପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥିନୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିଭଳି ପୁଷ୍ପାଞ୍ଜଳି କଣ୍ଟା ବିନିକା ବ୍ଲକ ଅଧୀନସ୍ଥ ମେଘଲା ଗ୍ରାମପଞ୍ଚାୟତରେ ସମିତି ସଭ୍ୟା ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏବେ ଦେଖିବାକୁ ବାକି ରହିଲା ରାଜନୈତିକ ଦଳର ବିନା ଚିହ୍ନରେ ମତଦାତା ମାନେ ଏହି ଉଭୟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ କିଭଳି ଗ୍ରହଣ କରୁଛନ୍ତି।

ତିନି ମାମୁଙ୍କ ଚକ୍ରବ୍ୟୂହରେ ଭାଣିଜୀ, ଯୁକ୍ତ ୩ ଛାତ୍ରୀ ସରପଞ୍ଚ ପ୍ରାର୍ଥୀ
ନୂଆପଡ଼ା: ସମସ୍ତେ ଜାଣନ୍ତି ଯେ ମହାଭାରତରେ କୌରବ କାକାମାନଙ୍କ ଚକ୍ରବ୍ୟୁହରେ ପଡ଼ି ଅଭିମନ୍ୟୁ ଛଟପଟ ହୋଇଥିଲେ। ହେଲେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ଜଣେ ତରୁଣୀ ତିନି ମାମୁଙ୍କ ଚକ୍ରବ୍ୟୁହରେ ପଡ଼ିଯାଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରୀ ସିକୁଆଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ୪ଜଣ ଅବତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭୋଲେଶ୍ୱରୀ ଦାସ ନାମକ ଜଣେ ତରୁଣୀ ମଧ୍ୟ ଅଛନ୍ତି। ଭୋଲେଶ୍ୱରୀ ଯୁକ୍ତ ୩ ଛାତ୍ରୀ। ଛାତ୍ର ରାଜନୀତିରୁ ସେ ପଞ୍ଚାୟତ ରାଜନୀତିକୁ ଲମ୍ଫ ମାରିଛନ୍ତି। ସବୁଠାରୁ କୌତୂହଳର ବିଷୟ ହେଉଛି ଭୋଲେଶ୍ୱରୀଙ୍କ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ତାଙ୍କର ତିନି ସମ୍ପର୍କୀୟ ମାମୁ।

ଚୁଳମଣି ବୈଠାରୁ, ଜଗମୋହନ ବୈଠାରୁ ଏବଂ ନୀଳଗିରି ବୈଠାରୁ ଭୋଲେଶ୍ୱରୀଙ୍କ ପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି। ଭୋଲେଶ୍ୱରୀ ରାଜନୀତିରେ ସିନା ନୂଆ, ମାତ୍ର ରାଜନୀତି ବିଜ୍ଞାନ ପାଠ ପଢ଼଼ିଛନ୍ତି ବୋଲି ଦାବି କରନ୍ତି। ଲୋକଙ୍କ ସେବା କରିବାର ଇଚ୍ଛା ନେଇ ପଞ୍ଚାୟତ ଯୁଦ୍ଧରେ ପ୍ରବେଶ କରିଥିବା ସେ କହିଛନ୍ତି। ବର୍ତ୍ତମାନ ତାଙ୍କ ମାମୁମାନେ ଚକ୍ରବ୍ୟୁହ ରଚନା କରିଛନ୍ତି। ପଞ୍ଚାୟତ ମହାସମରରେ ଜନତା ଜନାର୍ଦ୍ଦନ ହିଁ ତାଙ୍କୁ ବ୍ୟୂହରୁ ବାହାର କରିବେ ବୋଲି କହିଛନ୍ତି। ଭୋଲେଶ୍ୱରୀ ଏବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ପାଠ ପଢ଼ୁଛନ୍ତି। ପିଲାବେଳୁ ସମାଜସେବାର ନିଶା ତାଙ୍କୁ ରାଜନୀତିକୁ ଟାଣି ଆଣିଛି ବୋଲି କୁହନ୍ତି। ତାଙ୍କ ଦୁର୍ନୀତି ବିରୋଧୀ ସ୍ଲୋଗାନ, ଶିକ୍ଷାଦୀକ୍ଷା ଯୋଗୁଁ ନିଶ୍ଚିତ ଭାବେ ଭୋଟରଙ୍କ ଦ୍ୱାରା ଆଦୃତ ହେବେ ବୋଲି ଆଶାବାଦୀ ଅଛନ୍ତି।

ବଡ଼ସାହି ବ୍ଲକ ଅଧ୍ୟକ୍ଷ ଦୌଡ଼ରେ ଦମ୍ପତି: ପଞ୍ଚାୟତ ଭିନ୍ନ, ହେଲେ ଚିହ୍ନ ଗୋଟିଏ
ବାରିପଦା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଖବର ପ୍ରତିଦିନ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଥିବା ବେଳେ ବୈଦ୍ୟୁତିକ/ସାମାଜିକ ଗଣମାଧ୍ୟମରେ ମଧ୍ୟ ଦର୍ଶକଙ୍କ ଆଗ୍ରହ ପାଲଟିଛି। ଏହିଭଳି ଏକ ରୋଚକ ଖବର ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ୍ତ ବ୍ଲକ ବଡ଼ସାହିରେ ଦେଖିବାକୁ ମିଳିଛି। ୩୦ଟି ପଞ୍ଚାୟତକୁ ନେଇ ଗଠିତ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଶା ରଖି ଏକ ଦମ୍ପତ୍ତି ପୃଥକ ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚନରେ ଲଢୁଛନ୍ତି। ସବୁଠାରୁ ଚର୍ଚ୍ଚାର ବିଷୟ ଯେ, ସ୍ୱାମୀ-ସ୍ତ୍ରୀ ଉଭୟେ କେଟିଲ୍‍ ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ସେମାନେ ହେଲେ ବଡ଼ସାହି ବ୍ଲକର ପୂର୍ବତନ ଅଧ୍ୟକ୍ଷ (୨୦୧୨-୧୭) ଚୈତନ୍ୟ ସୋରେନ ଓ ତାଙ୍କ ପତ୍ନୀ ତଥା କେନ୍ଦୁଡିହା ପଞ୍ଚାୟତର ପୂର୍ବତନ ସରପଞ୍ଚ (୨୦୧୭-୨୨) ଜ୍ୟୋତ୍ସାମୟୀ ମୁର୍ମୁ ଠାକୁର। ଉଭୟେ ବିଜୁ ଜନତା ଦଳରୁ ତଥା ସମର୍ଥନରେ ପୂର୍ବରୁ ଅଧ୍ୟକ୍ଷ ଓ ସରପଞ୍ଚ ହୋଇଥିଲେ।

ଚଳିତ ଥର ବଡ଼ସାହି ବ୍ଲକ ଅଧ୍ୟକ୍ଷ ପଦଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ଫଳରେ ପୁରୁଷ ଓ ମହିଳା ଉଭୟେ ପ୍ରାର୍ଥୀ ହୋଇପାରିବେ। ତେବେ ଏଥିପାଇଁ ସମିତିସଭ୍ୟ ଭାବେ ବିଜୟୀ ହେବାକୁ ପଡ଼ିବ। ୨୦୧୨-୧୭ମସିହାରେ ଚୈତନ୍ୟ ପ୍ରଥମେ ରାଜନୀତିରେ ପାଦ ଦେଇ ନିଜ ପଞ୍ଚାୟତ କେନ୍ଦୁଡ଼ିହାରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ବିଜେଡି ଦଳ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ହୋଇଥିଲେ। ୨୦୧୭ ମସିହାରେ ନିଜର ପତ୍ନୀଙ୍କୁ ସେହି କେନ୍ଦୁଡିହା ପଞ୍ଚାୟତରୁ ସରପଞ୍ଚ ଭାବେ ମଧ୍ୟ ନିର୍ବାଚନ ଜିତାଇ ଥିଲେ। ତେବେ ଚଳିତ ଥର ଉଭୟେ ବ୍ଲକ ଅଧ୍ୟକ୍ଷ ଦୌଡ଼ରେ ରହିଛନ୍ତି। ପୃଥକ ପଞ୍ଚାୟତରୁ ଅର୍ଥାତ ଚୈତନ୍ୟ ନିଜ ପଞ୍ଚାୟତ କେନ୍ଦୁଡ଼ିହାରୁ ଓ ଜ୍ୟୋତ୍ସ୍ନାମୟୀ ବଡ଼ସାହି ପଞ୍ଚାୟତରୁ ନିର୍ବାଚନ ଲଢୁଛନ୍ତି। ଉଭୟଙ୍କୁ କେଟିଲି ଚିହ୍ନ ମଧ୍ୟ ମିଳିଛିା ବଡ଼ସାହି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ତୁଙ୍ଗ ନେତୃବୃନ୍ଦ ଉପାଧ୍ୟକ୍ଷ ପଦବୀ ଆଶା ରଖି ସମିତିସଭ୍ୟ ନିର୍ବାଚନ ଲଢୁଛନ୍ତି। ଏଣୁ ଶେଷ ମୂହୁର୍ତ୍ତରେ ଦଳ ସେମାନଙ୍କୁ ସୁଯୋଗ ଦେବାକୁ ଯାଇ ଯଦି ଅଧ୍ୟକ୍ଷ ପଦରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବ ତେବେ ଜ୍ୟୋତ୍ସ୍ନାମୟୀ ଦାବିଦାର ଭାବେ ଉଭା ହେବେ ବୋଲି ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଜ୍ୟୋତ୍ସାମୟୀଙ୍କ ବିରୋଧରେ ଥିବା ଏକମାତ୍ର ପ୍ରତିଦ୍ୱନ୍ଦୀ ପ୍ରାର୍ଥିନୀ ମଧ୍ୟ ବିଜୟୀ ହେଲେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଜ୍ୟୋତ୍ସାମୟୀ ବଡ଼ସାହି ସମେତ ତାଳପଦା ସମିତିସଭ୍ୟା ଭାବେ ମଧ୍ୟ ପ୍ରଥମେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ସେଠାରୁ ୨୦୧୭-୨୨ର ବ୍ଲକ ଅଧ୍ୟକ୍ଷା ତଥା ଛେଳିଆ-କ ପଞ୍ଚାୟତର ପ୍ରାକ୍ତନ ସମିତିସଭ୍ୟା ଲକ୍ଷ୍ମୀ ସିଂ ସମିତିସଭ୍ୟା ଭାବେ ନିର୍ବାଚନ ଲଢୁଛନ୍ତି। ସେ ବର୍ତ୍ତମାନ ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ଥିବାରୁ ସେ ମଧ୍ୟ ଅଧ୍ୟକ୍ଷା ଦୌଡ଼ରେ ରହିଛନ୍ତି। ଏଣୁ ଶେଷ ମୁହୂର୍ତ୍ତରେ ଜ୍ୟୋତ୍ସ୍ନାମୟୀ ସେଠାରୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ସେ ବଡ଼ସାହିରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବଡ଼ସାହି ବ୍ଲକରେ ଦମ୍ପତ୍ତିଙ୍କ ପ୍ରତିଦ୍ୱନ୍ଦିତାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି।

ନିର୍ବାଚନୀ ମଇଦାନରେ ଅବସରପ୍ରାପ୍ତ ସିଆରପିଏଫ ଯବାନ
ପାଟଣାଗଡ଼: ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଲୁଛି। ନିର୍ବାଚନରେ ବିଟେକ ଛାତ୍ର, ଏମବିଏ, ଇଂଜିନିୟର, ଡାକ୍ତରୀ ଛାତ୍ର ତ କେଉଁଠି ଯୁବ କଳାକାର ତ କେଉଁଠି ମଡେଲ ଛିଡା ହେଉଥିବା ନଜରକୁ ଆସିଛି। ପ୍ରାର୍ଥୀମାନେ ଭୋଟରଙ୍କୁ ମନ ଜିତିବା ପାଇଁ ଅନେକ ପ୍ରକାର ଅଭିନବ ଭାବେ ପ୍ରଚାର କରୁଛନ୍ତି। କିନ୍ତୁ ପାଟଣାଗଡ଼ ବ୍ଲକ ଗଙ୍ଗାସାଗର ପଞ୍ଚାୟତରେ ଜଣେ ଅବସରପ୍ରାପ୍ତ ଯବାନ ନିଜ ସାଙ୍ଗ ମାନଙ୍କ ସହ ସରଳ ନର୍ମ ଭାବେ ଚାଲିଚାଲି ଯାଇ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା ମାଗୁଥିବା ନଜରକୁ ଆସିଛି। ସେ ଯବାନ ଜଣକ ହେଲେ ପାଟଣାଗଡ଼ର ନୀଳକାନ୍ତ ବାଗ (୪୩)। ୨୦୦୦ ମସିହାରେ ସିଆରପିଏଫ ୧୩୯ ବାଟେଲିଆନରେ ଯବାନ ଥିଲେ। ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ମେଡିକାଲ ବୋର୍ଡ ଆଉଟରେ ୨୦୦୭ ମସିହାରେ ଅବସର ନେଇଥିବା ଶ୍ରୀ ବାଗ କହିଛନ୍ତି। ଗଙ୍ଗାସାଗର ପଞ୍ଚାୟତରେ ସେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି। ଗଙ୍ଗାସାଗର ପଞ୍ଚାୟତ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷଣ ହୋଇଥିବାରୁ ସେ ସେଠାରେ ଛିଡା ହୋଇ ନିର୍ବଚାନ ଲଢିବାକୁ ଆଗ୍ରହ ପ୍ରକାଶ କରି ନିଜ ସାଙ୍ଗ ମାନଙ୍କ ସହ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି।

ଗଙ୍ଗାସାଗର ପଞ୍ଚାୟତର ଗଙ୍ଗାସାଗରକୁ ମିସାଇ ଗୁହୁରିଆମୁଣ୍ଡା, ସିଲେଟପଡ଼ା, ଚିଙ୍ଗେରବନ୍ଦ, ବେହେରାବନ୍ଦ ସହ ଘୁମପାଲିକୁ ମିଶାଇ ୬ ଟି ଗ୍ରାମରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଭଲି ମୈାଳିକ ସୁବିଧାରୁ ଲୋକେ ବଞ୍ôଚତ ଅଛନ୍ତି। ପାନୀୟ ଜଳ ଓ ପଞ୍ଚାୟତକୁ ସଂଯୋଗ କରୁଥିବା ଭଲ ରାସ୍ତାଟେ ନିର୍ମାଣ ହୋଇପାରି ନାହିଁ। ଏଥିସହ ଗାଁ ମାନଙ୍କରେ ଅନେକ ଗରିବ ସୀମା ରେଖା ତଳେ ରହୁଛନ୍ତି। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିନାହିଁ। ଆଜି ବି ସେମାନେ ଚାଳ ଛପର ଘରେ ରହୁଥିବା ଦେଖି ଦୁଃଖ ଲାଗୁଛି। ଗଙ୍ଗାସାଗର ପଞ୍ଚାୟତରେ ଅନେକ ନେତା ଆସିଛନ୍ତି ଓ ଯାଇଛନ୍ତି କିନ୍ତୁ ବିଭିନ୍ନ ସମୟରେ ଏଠାରେ ପୂର୍ବରୁ ନିର୍ବାଚିତ ହୋଇଥିବା ସମିତି ସଭ୍ୟ ସ୍ଥାନୀୟ ସମସ୍ୟା ର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଯବାନ ଥିଲା ବେଳେ ଦେଶର ସୁରକ୍ଷା ସହ ନାଗରିକଙ୍କ ସୁରକ୍ଷା ମୋ ଦାୟିତ୍ୱ ଥିଲା। ନିର୍ବାଚନରେ ଛିଡା ହୋଇଛି ସତ କିନ୍ତୁ ନେତାଙ୍କ ପରି ଭାଷଣ ସେ ଦେଇ ଜାଣନ୍ତି ନାହିଁ। ଜଣେ ଯବାନଙ୍କ ପରି ସରଳ ନର୍ମ ଓ ହସହସ ମୁଖରେ ନିଜ ସାଙ୍ଗ ମାନଙ୍କ ସହ ଗାଁ ଗାଁ ବୁଲିବା ସହ ଭୋଟରଙ୍କ ଘରକୁ ଯାଇ ହାତରେ ଭିଜିଟିଙ୍ଗ କାର୍ଡ ଧରି ନିର୍ବାଚନରେ ଉଠିଥିବା ଚିହ୍ନରେ ଭୋଟ ଦେବା ପାଇଁ ହାତ ଯୋଡି ଭିକ୍ଷା ମାଗୁଥିବା ନଜରକୁ ଆସିଛି। ଲୋକଙ୍କ ଅସୁବିଧା ଦେଖି ନିର୍ବାଚନରେ ଛିଡା ହୋଇଛି ବୋଲି କହିବା ସହ ଗରିବ ଅସହାୟ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସମିତି ସଭ୍ୟରେ ଛିଡା ହୋଇଛି ବୋଲି ନୀଳକାନ୍ତ କହିଛନ୍ତି।

ନିଜ ଗାଁକୁ ଆଦର୍ଶ ଗାଁରେ ପରିଣତ କରିବା ପାଇଁ ଶିକ୍ଷୟତ୍ରୀ ଚାକିରି ଛାଡି ଲଢୁଛନ୍ତି ସରପଞ୍ଚ ନିର୍ବାଚନ
ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ବ୍ଳକ ଅର୍ନ୍ତଗତ କୁଚିପାଲି ଗ୍ରାମରେ ସୁଜାତା ପଣ୍ଡା ନାମ୍ନୀ ଜଣେ ମହିଳା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଚାକିରିରୁ ଇସ୍ତାଫା ଦେଇ ସରପଞ୍ଚ ପଦବୀ ପାଇଁ ନିଜ ଗ୍ରାମ କୁଚିପାଲିରେ ନିର୍ବାଚନ ଲଢ଼ୁଥିବା ସମୟରେ ତାଙ୍କ ସ୍ୱାମୀ ଧୀରେନ୍ଦ୍ର କୁମାର ପଣ୍ଡା ଏୟାରଫୋର୍ସର ଅବସରପ୍ରାପ୍ତ ଗୃପ କମାଣ୍ଡର ତାଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଏକମାତ୍ର ଲକ୍ଷ ହେଲା ତାଙ୍କ ନିଜ ଗାଁ ‘କୁଚିପାଳି’କୁ ରାଜ୍ୟର ଏକ ଆଦର୍ଶ ଗାଁରେ ପରିଣତ କରିବା। ରାଜ୍ୟ ସରକାରଙ୍କ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥାରେ ଗ୍ରାମର ବିକାଶ ପାଇଁ ପର୍ଯ୍ଯାପ୍ତ କ୍ଷମତା ଓ ସ୍ୱାୟତ୍ତତା ପ୍ରଦାନ କରାଯାଇଛି। ଲୋକେ ନିଜେ ତହିଁର ସଦୁପୋଯୋଗ କରିପାରିଲେ ପ୍ରତ୍ୟେକ ଗାଁ ଏକ ବିକଶିତ ଆଦର୍ଶ ଗାଁରେ ପରିଣତ ହୋଇ ପାରିବ। ଏୟାରଫୋର୍ସରୁ ଅବସର ଗ୍ରହଣ କରିବା ପରେ ଗୃପ କମାଣ୍ଡର ଧୀରେନ୍ଦ୍ର କୁମାର ପଣ୍ଡା ଗାଁକୁ ଫେରିଥିଲେ । ଗାଁର ସାମାଜିକ ପରିବେଶ ତାଙ୍କୁ ବ୍ୟଥିତ କରିଥିଲା । ଏଣୁ ସେ ନିଜର ଜନ୍ମଭୂମୀ କୁଚିପାଲି ଗାଁକୁ ସୁଧାରିବାକୁ ସଙ୍କଳ୍ପ ନେଇଥିଲେ ।

ପଞ୍ଚାୟତି ରାଜ ବ୍ୟବସ୍ଥାର ସଦୁପୋଯୋଗ କରି ଗାଁର ଯୁବକ ଯୁବତୀ ମାନଙ୍କ ସହାୟତାରେ ବିକାଶକୁ ସଠିକ ମାର୍ଗରେ ନେବାପାଇଁ ସେ ଯୋଜନା କରିବା ସହ ସରପଞ୍ଚ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଥିଲେ । ମାତ୍ର ସଂରକ୍ଷଣ ବ୍ୟବସ୍ଥାରେ କୁଚିପାଲି ସରପଞ୍ଚ ପଦବୀ ମହିଳାଙ୍କ ପାଇଁ ସରକ୍ଷିତ ରହିଥିବାରୁ ତାଙ୍କ ସ୍ତ୍ରୀ ଯେ ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ପଶ୍ଚିମବଙ୍ଗ ଓ ଜାମନଗର ବାୟୁସେନା ସ୍କୁଲରେ ଶିକ୍ଷୟିତ୍ରୀ ରହିଥିଲେ। ସେ ସ୍ୱାମୀଙ୍କ ପରାମର୍ଶରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସ୍ୱାମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସରପଞ୍ଚ ପ୍ରାର୍ଥୀରୂପେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେ ସରପଞ୍ଚ ନିର୍ବାଚିତ ହେବା ପରେ ନିଜ ‘କୁଚିପାଲି’ ଗ୍ରାମ ପଞ୍ଚାୟତକୁ କିଭଳି ରୂପେ ଦେଖିବାକୁ ଚାହାନ୍ତି ତହିଁର ଏକ ରୂପ ରେଖ ପ୍ରସ୍ତୁତ କରି ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେସମ୍ପର୍କରେ ବୁଝାଉଥିବା ଦେଖାଯାଉଛି।

ସୁଜାତା ପଣ୍ଡା ବ୍ୟୟ ବହୁଲ ପ୍ରଚାର ପରିବର୍ତେ ବ୍ୟକ୍ତିଗତ ରୂପେ ଘରକୁ ଘର ବୁଲି ତାଙ୍କ ସରପଞ୍ଚ ପ୍ରାର୍ଥୀ ହେବା ପଛକର କାରଣ ଓ ଯୋଜନା ସମ୍ପର୍କରେ ଅବଗତ କରାଉଛନ୍ତି । ତାଙ୍କ ଦୃଷ୍ଟିରେ ଏହା ରାଜନୈତିକ ଲଢେଇ ନୁହେଁ ବରଂ ତାଙ୍କ ଲଢ଼େଇ ଏକ ଆଦର୍ଶର ଲଢ଼େଇ । ଏଣୁ ସେ ଜନସମ୍ପର୍କକୁ ସେ ଗୁରୁତ୍ୱ ଦେଉଥିବା କହନ୍ତି କୁଚିପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନି ସୁଜାତା ପଣ୍ଡା । ତାଙ୍କ ସ୍ୱାମୀ ଧୀରେନ୍ଦ୍ର ନାଥ ପଣ୍ଡାଙ୍କ ପାଇଁ ଏହା ଏକ ମିସନ ।

ସରପଞ୍ଚ ପଦବୀ ପାଇଁ ଭଦ୍ରକ ଓଢ଼ଙ୍ଗ ପଞ୍ଚାୟତରେ ନଣନ୍ଦ-ଭାଉଜ ଲଢେଇ
ଭଦ୍ରକ:ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୈତିକ ମଇଦାନ। କ୍ଷମତା କୁର୍ସି ହାସଲ ପାଇଁ ସମ୍ପର୍କୀୟଙ୍କ ମଧ୍ୟରେ ବି ଚାଲିଛି ପ୍ରତିଦ୍ୱନ୍ଦ୍ୱିତା। ଭଦ୍ରକ ଜିଲ୍ଲା ବି ଏଥିରୁ ବାଦ ପଡ଼ିନାହିଁ। ଗୋଟିଏ ସ୍ଥାନରେ ନଣନ୍ଦ ଓ ଭାଉଜ ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ ବିଧାୟକ ଝିଅ ପରିବର୍ତ୍ତେ ବୋହୂ ସପକ୍ଷରେ ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଓଢ଼ଙ୍ଗ ପଞ୍ଚାୟତରେ। ୧୫ଟି ୱାର୍ଡକୁ ନେଇ ଗଠିତ ଓଢ଼ଙ୍ଗର ମୋଟ ୬ ହଜାର ୧୩ ଜଣ ଭୋଟର ଚଳିତ ନିର୍ବାଚନରେ ମତଦାନ କରିବେ। ଦୀର୍ଘ ୨୫ ବର୍ଷ ଧରି ପଞ୍ଚାୟତଟି କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ଦଖଲରେ ରହି ଆସିଥିଲା, ମାତ୍ର ଗତ ୨୦୧୭ରେ କଂଗ୍ରେସର ଏହି ବିଜୟଧାରା ଭାଙ୍ଗିଥିଲା। ଉକ୍ତ ପଞ୍ଚାୟତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀ ଓ ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ନିଜ ଗାଁ। ପ୍ରତ୍ୟେକ ନିର୍ବାଚନରେ ଏଠାରେ ଉଭୟଙ୍କ ମଧ୍ୟରେ ଚାଲେ ପତିଆରା ଲଢ଼େଇ। ଚଳିତ ନିର୍ବାଚନରେ ଏଠାରେ କଂଗ୍ରେସ ନେତା ପଞ୍ଚାନନ ମଣ୍ଡଳଙ୍କ ବୋହୂ ଲିଲି କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହୋଇଥିବାବେଳେ ଝିଅ ମିନତୀ ମଣ୍ଡଳ ମଧ୍ୟ ଏଠାରୁ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି।

ଝିଅ ମିନତୀ ମଣ୍ଡଳ ଗାଁରେ ବାହା ହୋଇଛନ୍ତି ଓ ଚଳିତ ନିର୍ବାଚନରେ ଭାଉଜ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ସରପଞ୍ଚ ପଞ୍ଚାନନ ଝିଅ ଓ ବୋହୂ ମଧ୍ୟରେ ଚାଲିଥିବା ଲଢ଼େଇରେ ବୋହୂ ଲିଲିଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଅନ୍ୟପଟେ ଝିଅ ମିନତୀ ମଣ୍ଡଳ ବିଜୟ ପାଇଁ ବାପାଙ୍କ ଆଶୀର୍ବାଦ କାମନା କରିବାକୁ ପଛାଇନାହାନ୍ତି। ଅନ୍ୟପକ୍ଷରେ ଭାଉଜ ଲିଲି ଓ ନଣନ୍ଦ ମିନତୀ ଏହି ନିର୍ବାଚନ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରିବ ନାହିଁ ବୋଲି କହିଛନ୍ତି। ନିର୍ବାଚନ ରଣାଙ୍ଗନରେ ଆମେ ପ୍ରତିଯୋଗିତା ଭାବେ ଅଂଶଗ୍ରହଣ କରିଛୁ, ଯିଏ ଜିତୁ କି ହାରୁ, ଆମର ନଣନ୍ଦ ଭାଉଜ ସମ୍ପର୍କ ଫିକା ପଡ଼ିବ ନାହିଁ ବୋଲି ଉଭୟ କହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନରେ ନଣନ୍ଦ-ଭାଉଜ(ବିଜେପି-କଂଗ୍ରେସ)ଙ୍କ ମଧ୍ୟରେ ଚାଲିଥିବା ଲଢେଇ ରେ ଫାଇଦା ନେବାକୁ ବସିଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ଦାସ। ପଞ୍ଚାୟତରେ ରହିଥିବା ରାସ୍ତା, ଡ୍ରେନ ସମସ୍ୟା ସହ ଲୋକଙ୍କ ମୌଳିକ ସମସ୍ୟା କୁ ପ୍ରାଧାନ୍ୟ ଦେବି ବୋଲି ବିଜେଡି ସମର୍ଥିତ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ଦାସ କହିଛନ୍ତି।

ପଞ୍ଚାୟତ ନିର୍ବାଚନ: ଚର୍ଚ୍ଚାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ
ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ିର ଗଡ଼଼ ଗଞ୍ଜାମ ଏବେ ଉଷ୍ମ ହେବାରେ ଲାଗିଛି। ନୂଆ ସମୀକରଣର ଆଭାସ ମଧ୍ୟ ମିଳୁଛି। ସବୁଠାରୁ ଅଧିକା ଚର୍ଚ୍ଚାରେ ରହିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀ। ଝିକା ଝିକି ଭୋଟ ବ୍ୟବଧାନରେ ପ୍ରାର୍ଥୀ ଜିତୁଥିବାରୁ ଏହି ନିର୍ବାଚନ ମଣ୍ଡଳୀ ଉପରେ ସାରା ରାଜ୍ୟବାସୀଙ୍କ ନଜର। ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡ଼ିରୁ ବିଦା ହେବା ପରେ ଗୋପାଳପୁର ଏବେ ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଛି। ଏଠାରେ ଉଭୟ ବିଜେଡ଼ି ଓ ବିଜେପି ଦଳର ସଂଗଠନ ମଜ୍‍ବୁତ୍‍ ରହିଛି। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୩ନମ୍ବର ଜିଲ୍ଲା ପରିଷଦ ଜୋନ୍‍ ଦୀର୍ଘ ୧୦ବର୍ଷ ଧରି ବିଜେପି ଅକ୍ତିଆରରେ ରହିଛି। ଜିଲ୍ଳା ପରିଷଦ ଆସନରେ ବାଜିମାତ୍‍ କରି ଏହାକୁ ନିଜ ଗଡ଼଼ ବୋଲି ପ୍ରମାଣିତ କରୁଛି ବିଜେପି।

ଚଳିତ ନିର୍ବାଚନ ପାଇଁ ଏହି ଜୋନ୍‍ଟି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ସରିଛି। ବିଜେପି ଗଡ଼଼ରେ ବାଜିମାତ୍‍ କରିବାକୁ ବିଜେଡ଼ି ପକ୍ଷରୁ ଋଣକୌଶଳ ଆରମ୍ଭ ହୋଇଯାଇଛି। ରାଜନୀତିରେ ଅଭିଜ୍ଞ, ଲୋକପ୍ରିୟ ଓ ଜନାଦୃତ ନେତ୍ରୀ ଏସ୍‍. ରାଜେଶ୍ୱରୀ ଦୋରାଙ୍କୁ ବିଜେଡ଼ି ଏଠାରେ ଜିଲ୍ଳା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀ କରିଛି। ଗଞ୍ଜାମରେ ପ୍ରଥମ କରି ଜିଲ୍ଲା ପରିଷଦ ନିର୍ବାଚନ ଆରମ୍ଭ ପରେ ୫୩ନମ୍ବର ଜୋନ୍‍ରେ ରାଜେଶ୍ୱରୀ ପ୍ରଥମ ଜିଲ୍ଳା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ପରେ ହଳଦିଆପଦର ପଞ୍ଚାୟତରେ ସମିତି ସଭ୍ୟ ଓ ସରପଞ୍ଚ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି ରାଜେଶ୍ୱରୀ। ବିଜେପି ଗଡ଼଼ ହାତେଇବାକୁ ବିଜେଡ଼ି ଏଠାରେ ଏକ ଟାଣୁଆ ନେତ୍ରୀଙ୍କୁ ପ୍ରାର୍ଥୀ କରି ନିଜ ଗୋଟି ଚାଳନା ଆରମ୍ଭ କରିଦେଇଛି।

ସେହିଭଳି ବିଜେପି ମଧ୍ୟ ନିଜ ଗଡ଼଼ ବଞ୍ଚାଇବା ପାଇଁ କାଜଲ ପାତ୍ରଙ୍କୁ ଏଠାରେ ଜିଲ୍ଳା ପରିଷଦ ପ୍ରାର୍ଥୀ କରିଛି। କାଜଲ୍‍ ପୂର୍ବରୁ କନିଷି ପଞ୍ଚାୟତରେ ସମିତି ସଭ୍ୟା ହୋଇଥିଲେ। ରାଜନୀତିରେ ସେ ଏକ ପୁରୁଣା ଚେହେରା। ବର୍ତ୍ତମାନ ଏଠାରେ ଉଭୟଙ୍କ ମଧ୍ୟରେ ଘମାଘଟ ପ୍ରତିଦ୍ୱନ୍ଦ୍ୱିତା ହେବ। ବିଶ୍ୱନାଥପୁର, ମନ୍ତ୍ରୀଡ଼ି, କୋଠାରିସିଙ୍ଗ, ଗୋଳନ୍ଥରା, ରଣ୍ଢା, ଶାସନପଦର, ମେଣ୍ଡରାଜ୍‍ପୁର, କନିଷି, ଚାନ୍ଦପୁର, ହଳଦିଆପଦର ଓ ରଙ୍ଗୀପୁର ପଞ୍ଚାୟତକୁ ନେଇ ଗଠିତ ଏହି ଜୋନ୍‍ ଏବେ ବିଜେପି ହାତରେ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‍ରେ ବିଜେପିର ବିନୋଦ ମିଶ୍ର ୧୫୨ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ସେହିଭଳି ୨୦୧୨ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପିର ଡ଼ମ୍ବୁରୁ ରେଡ଼ି ଏଠାରେ ଜିଲ୍ଳା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରାୟ ୧ଲକ୍ଷ ୬୦ହଜାର ଭୋଟର ରହିଥିବାବେଳେ ଏହାର ହୃଦୟ ହେଉଛି ରଙ୍ଗେଇଲୁଣ୍ଡା ବ୍ଲକ। ୩୨ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ୫୩ନମ୍ବର ଜୋନ୍‍ ପାଇଁ ବିଜେପି ଓ ବିଜେଡ଼ି ଦଳ ମଧ୍ୟରେ କଡ଼ା ଟକ୍କର ହେବାର ନଜିର ରହିଛି। ଏହି ଜୋନ୍‍ଟି ବିଜେପି ଜିଲ୍ଳା ସଭାପତି ବିଭୂତି ଜେନା, ବିଜେଡ଼ିର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସିଏଚ୍‍. ଭାରତୁ, ବ୍ଲକ ଅଧ୍ୟକ୍ଷା ସିଏଚ. ଉଷାରାଣୀଙ୍କ ବାସସ୍ଥାନ ହୋଇଥିବାରୁ ଏହା ଏବେ ବିଜେଡ଼ି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣଶିକ୍ଷା ମନ୍ତ୍ରୀ ଥିବା ସମୟରେ ମଧ୍ୟ ଏଠାରେ ବିଜେପି ବାଜିମାତ୍‍ କରିଥିଲା। ସେ ଏବେ ବିଜେଡ଼ିରୁ ବିଦା ହୋଇଛନ୍ତି। ବିଜେଡ଼ି ଏବେ ନୂଆ ପୁରଣାକୁ ଏକାଠି କରିବାରେ ସକ୍ଷମ ହୋଇଛି। ବିଜେପି ଅକ୍ତିଆରରେ ଥିବା ଏହି ଜୋନ୍‍ର ଦୁଇଟି ପଞ୍ଚାୟତର ସରପଞ୍ଚକୁ ବିଜେଡ଼ି ଜୋନ୍‍ରେ ସାମିଲ କରିବାରେ ସେ ସକ୍ଷମ ହୋଇଥିଲେ ହେଁ ଏଠାରେ ହାଇପ୍ରୋଫାଇଲ୍‍ ଲଢ଼େଇ ଥୟ। ବିଜେଡ଼ିର ପ୍ରାର୍ଥୀ ରାଜେଶ୍ୱରୀ ଓ ବିଜେପିର କାଜଲ୍‍ ଉଭୟ ଉଚ୍ଚଶିକ୍ଷିତା ଓ ରାଜନୀତିରେ ବେଶ୍‍ ଅଭିଜ୍ଞ। ଉଭୟଙ୍କ ପାଇଁ ଏହା ଅଗ୍ନୀ ପରୀକ୍ଷା ସଦୃଶ। ଚଳିତ ନିର୍ବାଚନରେ ଏହି ଜୋନ୍‍ଟି କାହା ହାତକୁ ଯିବ ତାହା ସ୍ପଷ୍ଟ ହେଉନାହିଁ। ଭୋଟରଙ୍କୁ ମନେଇବାରେ ଉଭୟ ଦଳର ପ୍ରାର୍ଥୀ କସରତ ଆରମ୍ଭ କରିଦେଇଛନ୍ତି। ପ୍ରତି ନିର୍ବାଚନରେ ଜନପ୍ରିୟ ଚେହେରାକୁ ନିର୍ବାଚିତ କରୁଥିବା ଏହି ଜୋନ୍‍ର ବାସିନ୍ଦା ଚଳିତ ନିର୍ବାଚନରେ କାହା ଉପରେ ଭରଷା ପ୍ରକଟ କରିବେ ତାହା ସମୟ ହିଁ କହିବ।